ରାହାସ ଖଣ୍ଡ

ରାହାସ ଖଣ୍ଡ

ଅଚ୍ୟୁତାନନ୍ଦ ଦାସ

 

ନିତ୍ୟ ରାହାସ

ପ୍ରଥମ ଅଧ୍ୟାୟ

ଉଠ ଉଠ ସଖି ବହନ ଯିବା

 

ନିତ୍ୟ ରାହାସ ଦର୍ଶନ କରିବା।

 

ବିଜେ କରିଛନ୍ତି ଜଗତ ସାଇଂ

 

ନିତ୍ୟ ରାହାସ ଯେ ରଂଚିବା ପାଇଂ।

 

ସଖି ଗୋ! ଚାଲ ବହନ ଯିବା

 

ଗୋପୀମାନଙ୍କ ରର୍ଶନ କରିବା।

।୧।

 

 

ଯଉଂଠାବେ ରାତ୍ର ଦିବସ ନାହିଂ

 

ନବୀନ ରୂପେ ଛନ୍ତି ଉଦେ ହୋଇ।

 

ନୀଳା ନିମନ୍ତେ ଯେ ଅନନ୍ଦ ଖେଳ

 

ଅଶେଷ ରୂପ ତୁଳନା ସେଠାର

 

ସଖି ଗୋ! ରାତ୍ର ଯାଉଛି ପାହି

 

ଚାଲ ବହନ ଯିବା ସଜ ହୋଇ।

।୨।

 

 

 

 

 

 

ଯଉଂଠାରେ ସ୍ତିରୀ ପୁରୁଷ ନାସ୍ତି

 

ଏକାଙ୍ଗ ରୂପ ଯୁଗଳ ମୂରତି।

 

ଅଶେଷ ରୂପ ତୁଳନା ନୋହଇ

 

ଲୀଳା ନିମନ୍ତେ ଅଛନ୍ତି ସେଠାଇଂ।

 

ସଖି ଗୋ! ଯିବା ବହନ ହୋଇ

 

ଦେଖିଲେ ଜନ୍ମ ଅଛି ଆଉ କାହିଂ।

।୩।

 

 

କୋଟି କୋଟି ରୂପ ତହିଂରୁ ଜାତ

 

ଗଧାଠାରେ କୃଷ୍ଣ ତହିଂ ଲମ୍ପଟ।

 

ସହସ୍ରେ ଫଣା ମଣିବର ଜୋତି

 

ନୁହଇଂ ପୁରୁଷ ନୋହେ ଯୁବତୀ।

 

ସଖି ଗୋ! ଭାଗ୍ୟ କେ କହିପାରୁଂ

 

ମହାମହିମା ସେ କଳପତରୁ।

।୪।

 

 

ରାଧା କୁଚ ଯୁଗଳରେ ମୁରାରି

 

ବିଜେ କରିଛନ୍ତି ମୁରଲୀ ଧରି।

 

ଚନ୍ଦ୍ର କୋଟି ତେଜ ଦିଶଇ ଭାନୁ

 

ତେସନେ ଶୋଭା ଦିଶେ କଳାକାହ୍ନୁ।

 

ସଖି ଗୋ! ଆଉ ମଠ ନ କର

 

ବହନ ହୋଇ ଯିବା ନିତ୍ୟପୁର।

।୫।

 

 

ବ୍ରହ୍ମ ଗାୟସ୍ତିରୀ ଯହିଂରେ ମେଳ

 

ଚାରିବେଦ ତହିଂ ସେ ଦ୍ୱାରପାଳ।

 

ଉପାମା ଦେବାକୁ ଆଉ ସେ ନାହିଂ

 

ହରେ ରାମକୃଷ୍ଣ ଆଇଟ ଯହିଂ।

 

ସଖି ଗୋ ! ତାଙ୍କ ଦ୍ରଶନ ପାଇ

 

କୋଟି କୋଟି ଜନ୍ମ ସ୍ୱାର୍ଥକ ଯାଇ।

।୬।

 

 

ଆଦ୍ୟରୁ ଅଣସାଧନା ସେ ଭୂଇଂ

 

ଅନନ୍ତ ବିଜେ କରିଛନ୍ତି ଯହିଂ

 

ସହସ୍ରେ ଦଳ କେଶର ତିଷ୍ଠଇଂ

 

ସେଠାବେଣ ପରାପରଟି ନାହିଂ।

 

ସଖି ଗୋ ! ଚାଲ ଯିବା ବହନ

 

ରାଧା କୃଷ୍ଣଙ୍କୁ କରିବା ଦ୍ରଶନ।

।୭।

 

 

କଳାମେଘେ ଯେହେର୍ଣ୍ଣେ ବିଦୁକାନ୍ତି

 

ତେହ୍ନେ ଶୋହା ରାଧା ଶ୍ୱରୀର ଜୋତି।

 

କୋଟି ଚନ୍ଦ୍ରମା ପ୍ରାଏ ମୁଖ ଶୋଭା

 

କିସ ଉପଲକ୍ଷ ତା ତହିଂ ଦେବା।

 

ସଖି ଗୋ ! ଧନ୍ୟ ଧନ୍ୟ ଜୀବନ

 

ଦେଖିଲେ ପାତେକ ହେବ ଦହନ।

।୮।

 

 

ନୀଳମେଘେ ଯେହ୍ନେ ପୁନିମା ଜହ୍ନ

 

ଶ୍ରୀକୃଷ୍ଣଙ୍କ ଭାଲେ ଟୋପି ଚନ୍ଦନ।

 

ସର୍ବ ଗୋପୀଜନ ଅଛନ୍ତି ବେଢ଼ି

 

ଅବହେଳରେ ନିତ୍ୟ ବେଳ ପଡ଼ି।

 

ସଖି ଗୋ ! କଳା ମେଘେ ବିଜୁଳି

 

ୟେସନେ ରୂପ ଦିଶୁଥାଇ ଝଳି।

।୯।

 

 

ୟେମନ୍ତେ ଖେଡ଼ ନିତ୍ୟଠୁଳ ଯହିଂ

 

ଗଧା ମୁଖେ କୃଷ୍ଣ ଚାତକ ହୋଇ।

 

ଚୁମ୍ବୁଛନ୍ତି ବିମ୍ବ ଅଧରେ ଜ୍ୟୋତି

 

ଧନ୍ୟ ସେ ଶୋହା ଶ୍ରୀକୃଷ୍ଣ ମୂରୁତି।

 

ସଖି ଗୋ ! ତହିଂ ବାରଣ ନାହିଂ

 

ଭ୍ରୂଲତା କପୋତ ତଛୁ ସେଠାଇଂ।

।୧୦।

 

 

ନୀଳକାନ୍ତ ଜ୍ୟୋତି କୃଷ୍ଣଙ୍କ ବର୍ଣ୍ଣ

 

ଚନ୍ଦ୍ର ଜ୍ୟୋତି ରାଧା ତହିଂ ଗୋପ୍ୟାନ।

 

ଦ୍ୱାଦଶ ବଇଠି କମଳ ପାଦ

 

ରାଧା ମୁଖରେ ହୋଇଅଛି ଭେଦ।

 

ସଖି ଗୋ! ତହିଂ ଭଜନ ନାସ୍ତି

 

ନୟନେ ନୟନେ ପଡ଼ିଛି ଗ୍ରନ୍ଥି।

।୧୧।

 

 

ପାଦରେ ପାଦ ଛନ୍ଦାଛନ୍ଦି ହୋଇ

 

ଭୁଜେ ଭୁଜ ଛନ୍ଦି ମୁଖ ମିଳାଇ।

 

କର୍ଣ୍ଣ ନାସା ଚଛୁ ନୋହେ ବାରଣ

 

ଏକ ରୂପ ଦିଶେ ଅଶେଷ ବର୍ଣ୍ଣ।

 

ସଖି ଗୋ ! ହ୍ଳୀଂ ଶ୍ଳୀଂ କ୍ଲୀଂ ସେ ଯେଣୁ

 

ଉପାମା ଦେବା କଉଂ ରୂପ ତେଣୁ।

।୧୨।

 

 

ବିନ୍ଦୁ ଉର୍ଧରେ ଚନ୍ଦିକା ଗୁପତ

 

ଚନ୍ଦ୍ରିକା ପରେ ଟୋପି ଅବସ୍ଥିତ।

 

ଶ୍ଳୀଂକ୍ଷର ବସେ ଚରଣ ତଳ

 

ତ୍ରିବେନି ଘେନି ଉଦେ ଅଣାକ୍ଷର।

 

ସଖି ଗୋ ! ହ୍ଳୀଂ ଶ୍ଳୀଂଟି ତହିଂ

 

କ୍ଳୀଂପରେ ଦେଖ ଗୁପତ ଭୁଇଂ।

।୧୩।

 

 

ରୂପରେଖ ବର୍ଣ୍ଣ ସେଠାବେ ନାହିଂ

 

ସିଂଘାସନ ବିଥାରିଚି ସେଠାଇଂ।

 

ଚତୁର୍ଧା ମରୁତି ଏକଇ ରୂପ

 

ଅଣ ସାଧନାରେ ଦେଖ ଅଲେଖ।

 

ସଖି ଗୋ ! ବଳଭଦ୍ରଙ୍କ ଥାନ

 

କୋଟି କୋଟି ରୂପ ତହୁଂ ଜନମ।

।୧୪।

 

 

ରାଧା ଚୁମ୍ବୁଛନ୍ତି କୃଷ୍ଣ ଚରଣ

 

ସୁଧା ସ୍ରବୁଅଛି ସେଠାବୁଂ ପୁଣ।

 

ତିନିଧାର ନଦୀ ବହୁଛି ତହିଂ

 

ସେହି ଜଳେ ସ୍ନାନ କରିବା ଯାଇ।

 

ସଖି ଗୋ ! ଗଙ୍ଗା ଯମୂନା ଧାର

 

ହୃଦପଦୁଅଂ ନାଭିରୁ ବାହାର।

।୧୫।

 

 

ଚାଲ ସେ ଜଳେ ସ୍ରାହାନ କରିବା

 

ନିତ୍ୟ ରାହାସ ଦେଖିଣ ତରିବା।

 

ବତ୍ରିଶ ନାୟେକା ଅଛନ୍ତି ବେଢ଼ି।

 

ଅଷ୍ଟ ସଖିଗଣ ଯହିଂରେ କଢି।

 

ସଖି ଗୋ ଦୁଆଦଶ ଗୋପାଳ

 

ଅନନ୍ତଙ୍କୁ ବେଢ଼ି ଖେଡ଼ନ୍ତି ଖେଳ।

।୧୬।

 

 

ଷୋଳ ଚରି ଚଉବିଂଶ ପଚାଶ

 

ଚଉଷଠୀ କଳା ଯହିଂ ପ୍ରକାଶ।

 

ଚଉରାଶି ଭେଟ ହୋଇଣ ଭେଦି

 

ତହିଂ ଅନନ୍ତ ଗୋପାଳଙ୍କ ବେଦି।

 

ସଖି ଗୋ ! ବେଦ ନୁହଇଂ ଗମି

 

ଅଭେଦ ଅଗମ୍ୟ ସେହି ସେ ଭୁମି।

।୧୭।

 

 

ଚଉଷଠି ସସ୍ର ନାୟେକା ଘେନି

 

ନବୀନ ଗୋପାଳ ଶ୍ୟାମ ମୁର୍ଧୁନି।

 

ଅନନ୍ତ ଅଛନ୍ତି ବଟ ପୁଟରେ

 

ବେଢ଼ି ରହିଛନ୍ତି ଶଶି ଆକାରେ।

 

ସଖି ଗୋ ! ସୁଦ୍ରଶେନ ଢାଙ୍କୁଣି

 

ବିବର୍ଣ୍ଣ ପ୍ରଣବ ଅନନ୍ତ ଫଣୀ।

।୧୮।

କୋଟି ମୁକୁତା କୋଟି ଚନ୍ଦ୍ରଧୁନି

 

ହୀରା ନୀଳା ଯେ ପୋଏଳାକୁ ଘେନି।

 

ଅଷ୍ଟନିଧି ଯହିଂ ପ୍ରକାଶ ହୋଇ

 

ଉପାମା ଦେବା ଆଉ କିସ ତହିଂ।

 

ସଖି ଗୋ ! ଚାଲ ଯିବା ବହନ

 

ରାଧା କୃଷ୍ଣଙ୍କୁ କରିବା ଦ୍ରଶନ।

।୧୯।

ଅଶେଷ ପାତେକ ହୋଇବ ଧଂସି

 

ନୟନେ ଦେଖିବା ତାହାକୁ ବସି।

 

ବେଦ ଯାହାକୁ ଗମି ନ ପାରଇ

 

ବକତା ହୋଇ ପାରିବ କେ କହି।

 

ସଖି ଗୋ ! ରାଧା କୃଷ୍ଣ ଚରଣ

 

ପାମର ଅଚ୍ୟୁତି ପଶେ ଶରଣ।

।୨୦।

ଇତି ଶ୍ରୀ ନିତ୍ୟରାସ ପ୍ରଥମୋଽଧ୍ୟାୟଃ।

 

ଦ୍ୱିତୀୟ ଅଧ୍ୟାୟ

ଲୀଳା ଭଦେ କୁଞ୍ଜ କରିବା ଧ୍ୟାନ

 

ଯହିଂ ନ ପଶଇଟି ରାତ୍ର ଦିନ।

 

ଯିବା ବହନ ସଖି ହୁଅ ସଜ

 

ହରେ ରାମ କୃଷ୍ଣ ଯହିଂରେ ବୀଜ।

 

ସଖି ଗୋ ! ଚାଲ ନିତ୍ୟ ଦେଖିବା

 

ନୀଳାଦ୍ରୀ ରୂପ ଦର୍ଶନ କରିବା।

।୧।

 

 

ଚାରି ପାରୁଶେ ଚାରି ସେରୋବର

 

ଚାରି ବେଦଙ୍କର ତହିଂରେ ଘର

 

ଚାରି ଦ୍ୱାର ମିଶିଣ ଏକ ଦ୍ୱାର।

 

ପଛିମ ଦ୍ୱାରୁଂ ଝରୁଅଛି ନୀର।

 

ସଖି ଗୋ ! ନିତ୍ୟ ରାହାସ ସ୍ଥଳୁ

 

ନିତ୍ୟ ରୂପ ଦେଖିବାଟି ସେଠାରୁ।

।୨।

 

 

ପୁରୁଷ ଅଙ୍ଗ ତହିଂ ଦେଖା ନାହିଂ

 

ଗୋପିକା ଅଙ୍ଗ ଗୋପାଳଙ୍କ ଦେହୀ।

 

ଚଉଷଠୀ ସସ୍ର ନାୟେକା ୟେଟି

 

ତ୍ରିପୁରା ଯେ ଜଗି ଅଛନ୍ତି ଘାଟୀ।

 

ସଖି ଗୋ ତହିଂ ମଧ୍ୟରେ ବାଟ

 

ଯୋଗ ମାୟାଙ୍କର ଓଲଟ ଘାଟ।

।୩।

 

 

ଶେଷଦେବଙ୍କର ମଉଳି ତହିଂ

 

ଅଶେଷ ନୀଳା ଯେ ଭଦେ ସେଠାଇଂ।

 

କୋଟି କୋଟି ବିଷ୍ଣୁ ଯହିଂରୁ ଜାତ

 

ସହସ୍ରେ ଫଣୀ ମଉଳୀ ପ୍ରକଟ।

 

ସଖି ଗୋ ! ନାହିଂଟି ରାତ୍ର ଦିନ

 

ଚାଲ ତାହାଙ୍କୁ କରିବା ଦର୍ଶନ।

।୪।

 

 

ବ୍ରହ୍ମ ଗାୟତିରୀ ପାବଚ୍ଛ ହୋଇ

 

ବେଦ ଜଣାଣ କରୁଅଛି ଯହିଂ।

 

ବେଦ ନାଶନ ବଟ ସେହି ଠାବେ

 

ବେଦ ଉତୁପତି ପ୍ରଳୟ ଭବେ।

 

ସଖି ଗୋ ଅଣ ଉଦୟ ତହିଂ

 

ଅହର୍ନିଶି ବଂଶୀ ଧୂନି ଶୁଭଇ।

।୫।

 

 

ଅଷ୍ଟ ସାଧନା ଅଷ୍ଟାଙ୍ଗର ଜ୍ୟୋତି

 

ଅଷ୍ଟ ଭେଦରେ ଅଷ୍ଟ ସଖି ଥିତି।

 

ତାହା ତହିଂରେ ଅଛି ସିଂହାସନ

 

ବତିଶ ଲୀଳା ଯଉଂଠାରୁ ଜନ୍ମ।

 

ସଖି ଗୋ ! ଲୟେ କରିଣ ଦେଖ

 

ଦୃଶ୍ୟ ହୋଇଲେ ନାହିଂ ଦୁଃଖ ସୁଖ।

।୬।

 

 

ଦ୍ୱାଦଶ ଅକ୍ଷର ଜାତ ସେଠାଇଂ

 

ରାଧାକୃଷ୍ଣଙ୍କର ଲୀଳାର ଭୁଇଂ।

 

ତ୍ରିୟ ରାଧାକୁ ପଞ୍ଚ କୃଷ୍ଣ ମେଳ

 

ଚାରି ଯୁଗ ତହିଂ ହୋଇଛି ଠୁଳ।

 

ସଖି ଗୋ ! ଲକ୍ଷ୍ୟ ଦେବାକୁ ନାହିଂ

 

ଅଶେଷ ଲୀଳାର ଗୋଲୋକ ଭୁଇଂ।

।୭।

 

 

ପ୍ରଥମ ଦଳ ଉପମାଟି ଯେତେ

 

ଦୁତୀଅ ଦଳ ତହିଂର ସଙ୍ଗତେ।

 

ତୃତୀୟ ଦଳ ତ୍ରିବିଧ ବୀଜଟି

 

ହରେ ରାମକୃଷ୍ଣ ଯୋଗ ସିଦ୍ଧିଟି।

 

ସଖି ଗୋ ! ହ୍ଳୀ ବୋଲିଣ ଯେହୁ

 

ହରାଦି ଅକ୍ଷରେ ଅଟଇ ସେହୁ।

।୮।

 

 

ପ୍ରଥମ ତ୍ରିବିଧ ରୂପ କମଳ

 

ଚତୁରାଙ୍ଗ ଧୁନି ତହିଂ ଉପର।

 

ସେହି ଦ୍ୱାରେ ରାଧା ବୋଲିଣ ରହି

 

କୋଟି ଚନ୍ଦ୍ରରୂପ ସମ ନୋହଇ।

 

ସଖି ଗୋ ! ତ୍ରିୟରୂପ ସେଠାରେ

 

ତ୍ରିଭଙ୍ଗୀ ଭଙ୍ଗିମା ଯୋଗ ପୀଠରେ।

।୯।

 

 

କୋଟି ଗଙ୍ଗା ସିନ୍ଧୁସାର ଲହଡ଼ି

 

ନୀଳା ନିଗମ ସେ ଅଛଇ ବେଢ଼ି

 

ଚତୁର୍ଧା ରୂପ ୟେକ ଶ୍ୱରୀ ତହିଂ

 

ଅଧେ ଅଣ୍ଡିର ସେ ଅର୍ଧେକ ମାଇ।

 

ସଖି ଗୋ ! ନିତ୍ୟ ରତି ସେଠାରେ

 

ରାଧା ଉଦେ ହୋଇଅଛି କମଳେ।

।୧୦।

 

 

ନିତ୍ୟ ରାଧିକା ବୋଲି ତାର ନାମ

 

କୋଟି କୋଟି ରୂପ ନୋହଇ କ୍ଷେମ।

 

ସେହି ରାଧା ଅଙ୍ଗୁ ସକଳ ଜାତ

 

ବିଷ୍ଣୁ ମହିମା ଅତି ଗୁଢ଼ତତ୍ତ୍ୱ।

 

ସଖି ଗୋ ! ଲକ୍ଷ୍ୟ ଦେବାକୁ ନାହିଂ

 

ଅରୂପାନନ୍ଦ ରାଧା ଅଙ୍ଗ ସେହି।

।୧୧।

 

 

ସେହି ରାଧାଟି ସେ ସଚରାଚର

 

ଉଦେ ହୋଇଅଛି ଯୋଗ ସଙ୍ଗର।

 

ସେହି କଳାଟି ଦେବୀ ଦେବ ହର

 

କୋଟି କୋଟି ଦେବ ତହୁଂ ବାହାର।

 

ସଖି ଗୋ ! କିରଣ ରୂପା ଚୁଡ଼ି

 

ହରି ହର ପାରବତୀଙ୍କି ବେଢ଼ି।

।୧୨।

 

 

ସ୍ନେହ ଅଭାବୁଂ ଦୁର୍ଗାଙ୍କ ଜନମ

 

ପାର୍ବତୀ ବୋଲି ତାର ହେଲା ନାମ।

 

ତହିଂରୁ ଅନେକ ହୋଇଲେ ଜାତ

 

ଅଷ୍ଟଚଣ୍ଡୀ ଅଷ୍ଟାଙ୍ଗରୁ ସଂଦ୍ଭୁତ

 

ସଖି ଗୋ ! ନିତ୍ୟ ରାଧିକା ସେହି

 

ବହନ ଯିବା ଚାଲ ପ୍ରାଣସହୀ।

।୧୩।

 

 

ରାଧା କୃଷ୍ଣଙ୍କର ଲମ୍ପଟ ଭୂଇଂ

 

ତା ତହୁଂ ଆଭା ଖସିଣ ପଡ଼ଇ।

 

ସେହି ଆଭାଟି ଗୋଲକ ମଣ୍ଡଳୀ

 

ଦ୍ୱିତୀୟେ ରାଧା କୃଷ୍ଣଙ୍କର କେଳି।

 

ସଖି ଗୋ ! ତହିଂ ବିଘ୍ନଟି ନାହିଂ

 

ଅବିଦ୍ୟାରୁ ଜାତ ହୋଇଲାକ ସେହି।

।୧୪।

 

 

ରାଧା କୃଷ୍ଣଙ୍କର ନିତ୍ୟ ବସାଣ

 

କୋଟି କୋଟି ବିଷ୍ଣୁ ଯହିଂ ଆଶ୍ରମ।

 

ଶେଷ ଦେବଙ୍କର ମଉଳି ପର

 

ବିଜେ କରିଛନ୍ତି ଅଶେଷ ହର।

 

ସଖି ଗୋ ! ବଳଭଦ୍ର ମୂରତି

 

ପ୍ରେମରୂପା ଅଙ୍ଗ ଅପୂର୍ବ ଜୋତି।

।୧୫।

 

 

ଲଳିତା ବିଶାଖା ଚନ୍ଦ୍ରମା ସଖି

 

ଆଦି ମହିମା ଚତୁରଙ୍ଗ ରୂପୀ।

 

ମୁଖ ପଙ୍କଜରୁ ରସ ଗଳିଲା

 

ପ୍ରେମରୂପା ବୋଲି ନାମ ବହିଲା।

 

ସଖି ଗୋ ! ସେହି ରସଟି କ୍ଷୀର

 

ମନ୍ଥିବାରୁ ଲକ୍ଷ୍ମୀ ହେଲେ ବାହାର।

।୧୬।

 

 

ସେ ପୁଣି ଅବତାରକୁ ଧଇଲେ

 

ବିଷ୍ଣୁଙ୍କୁ ସେହି ଆଦି ସ୍ଥାନ କଲେ।

 

ଚାରି ଦିଗରେ ଚାରି ନାମ ତାର

 

ବତିଶ ମାତ୍ରା ହୋଇଲା ବାହାର।

 

ସଖି ଗୋ। ନିରାକାର ଭିଆଣ

 

ସେହି ରସହୁଂ ହୋଏ ଆଦିସ୍ଥାନ।

।୧୭।

 

 

ତା ତହୁଂ ପୁଣି ଯୋଗ ନିଦ୍ରା ହେଲେ

 

ଚାରି ମୁରତି ଏକାଙ୍ଗ ହୋଇଲେ।

 

ବତିଶ ଲୀଳା ଅବତାର ଘେନି

 

ରାଧା କୃଷ୍ଣ ହୋଇଲେକ ମୁର୍ଧୁନି।

 

ସଖି ଗୋ ! ଷୋଳ କଳାରୁ ଏକ

 

ଦ୍ୱାପରେ ହୋଇଲେ ଜଗୁ ନାୟେକ।

।୧୮।

 

 

ଶଇଳ ପଦ୍ମ ଅଭିଳାଷ ଘେନି

 

ରାଧା କୃଷ୍ଣ ରୂପ ହୋଇଲେ ପୁଣି।

 

ସେହି ରୂପ ଗୋଟି ସଚରାଚର

 

ହରେ ରାମକୃଷ୍ଣ ବୃନ୍ଦାବନର।

 

ସଖି ଗୋ ! ଖେଡ଼ି ଲାଗନ୍ତି ଦେଖ

 

ଦାସ ଅଚ୍ୟୁତର ତହିଂରେ ସୁଖ।

।୧୯।

ଇତି ଶ୍ରୀ ନିତ୍ୟରାସ ଦ୍ୱିତୀୟ ଅଧ୍ୟାୟଃ।

 

ତୃତୀୟ ଅଧ୍ୟାୟ

ଗୋଲାହାଟ ଓଲଟ କୁଞ୍ଜ ଯହିଂ

 

ଓଲଟ ପାଲଟ ଯୁଗଳ ଦେହୀ।

 

ଷୋଳକଳାରେ ହୋଇ ପରିପୂର୍ଣ୍ଣ

 

ରାଧା ଅଙ୍ଗରେ ଶ୍ରୀ କୃଷ୍ଣ ଚରଣ।

 

ସଖି ଗୋ! ବେନି ମୂରତି ୟେକ

 

ଶବଦ ଫେରୁ ଅଛି ଅତିରେକ।

।୧।

 

 

ରାଧା କଟି ପରେ କୃଷ୍ଣ ବସିଛି

 

ଅଷ୍ଟାଦଶ ଚିହ୍ନ ତହିଂ ଲୁଚିଛି।

 

ଚନ୍ଦ୍ରିକା ଗୋପ୍ୟାନ ହୋଇଛି ତହିଂ

 

ଅବନା ଅକ୍ଷର ବୋଲିଟି ସେହି।

 

ସଖି ଗୋ! ଷୋଳ ଡ଼ମ୍ବରୁଠାରେ

 

ଶ୍ରୀ କୃଷ୍ଣ ଚରଣ ରାଧା ମୁଖରେ।

।୨।

 

 

କଳାମେଘେ ଭାନୁ ପ୍ରାୟେକ ଦିଶି

 

ଜଳ ଭିତରେ କି ଲୁଚିଛି ଶଶି।

 

କୋଟି କୋଟି ରୂପ ନୋହେ ତୁଳନା

 

ବିସ୍ମରିଣ ଦିବା ନିଶି ଭାବନା।

 

ସଖି ଗୋ! ବାରି ନ ପାରେ କେହୁ

 

ନିତ୍ୟଗୋଲକ ରୂପେ ଥିତ ସେହୁ।

।୩।

 

 

ରାଧା ଅଙ୍ଗରେ ଶ୍ରୀକୃଷ୍ଣ ମିଶିଛି

 

ଶ୍ରୀଅଙ୍ଗ କଳାରୁ ରସ ଗଳୁଛି।

 

ସେହୁ ରସେ ରସିତ ଗୋପୀଜନ

 

ସୁଧାନିଧି ମକରନ୍ଦ ତା ନାମ।

 

ସଖି ଗୋ ! ସେହି ରସେ ରସିବା

 

ପୁନରପି ଏ ଦେହ ନ ପାଇବା।

।୪।

 

 

ପଞ୍ଚମ ଅଙ୍ଗ ଯେ ପଞ୍ଚମ ଧ୍ୱନି

 

ଛଡ଼ ଚକ୍ର ଛଡ଼ ଦ୍ୱାରକୁ ଘେନି।

 

ସହସ୍ର ପାଖୁଡ଼ା ପଦ୍ମରେ ଥିତି

 

ଦୁଇ ପାଖୁଡ଼ାରେ କଉଂ ମୁରତି।

 

ସଖି ଗୋ! ଭେଦି ପଶିବା ଚାଲ

 

ନିତ୍ୟ ରାଧାଙ୍କର ଯହିଂରେ ଖେଳ।

।୫।

 

 

ଚକ୍ର ଆକାରେ ସେ ପଦ୍ମର ବର୍ଣ୍ଣ

 

ନୀଳ ମେଘରେଟି ବିଦୁ ଯେସନ।

 

ଦ୍ୱାଦଶ ଅଙ୍ଗୁଳ ଖେତ କମଳ

 

ଶ୍ରୀକୃଷ୍ଣ କଣ୍ଠରେ ତାହାର ଥଳ।

 

ସଖି ଗୋ! ରାଧା ହୃଦେ ଲାଗିଛି

 

ଶ୍ୱେତ ଗଙ୍ଗାଧର ବହି ପଡୁଛି।

।୬।

 

 

ପାଦ ବୋଲି କରି ଯାହାକୁ କହି

 

ଅନନ୍ତ ବୋଲି ଅନ୍ତ ନାହିଂ ତହିଂ।

 

ଅଣ ଅକ୍ଷର ଆଦି ଶକ୍ତି ହୋଇ

 

ସେହି ସ୍ଥାନରୁ ଏମାନ ହୁଅଇ।

 

ସଖି ଗୋ! ଅଣ ଉଦିଅ ସ୍ଥାନ

 

ସହସ୍ରଧାର ବୋଲି ସୁଦ୍ରଶେନ।

।୭।

 

 

ଢାଙ୍କି ରହିଅଛି ବେଦ ଉପରେ

 

ରାଧା ମୁଖ କୃଷ୍ଣ ପାଦ ପଦ୍ମରେ।

 

କୋଟି କୋଟି ଯୁଗ ପଲକ ଯହିଂ

 

ରାତ୍ର ଦିବା ତହିଂ ବାରଣ ନାହିଂ।

 

ସଖି ଗୋ! ସେହି ରସେ ବୁଡ଼ିବା

 

ଉଠ ପ୍ରାଣସଖି ବହନ ଯିବା।

।୮।

 

 

ଦେହ ନୋହଇ ଅଦେହଟି ଜାଣ

 

ମକରନ୍ଦ ଜଣାଉଛି ପ୍ରଣାମ।

 

ଶୁକ ସନକାଦି ସକଳ ମୁନି

 

ଧ୍ୟାନ କରିଣ ବସିଛନ୍ତିପୁଣି।

 

ସଖି ଗୋ! ଧୁନି ଜାଳିଣ ଦେଖ

 

ଅପୂର୍ବ ସୋରୂପ ଜଗୁନାଏକ।

।୯।

 

 

ଷୋଳ ଅକ୍ଷର ବସିଅଛି ତହିଂ

 

ବତିଶ ଅକ୍ଷର କମଳ ହୋଇ।

 

ପଚାଶ ଅକ୍ଷର ଲୀଳାର ସ୍ଥାନ

 

ଚଉଷଠୀରେ ରାଧାଙ୍କ ବିଶ୍ରାମ।

 

ସଖି ଗୋ। ତହିଂ ପଦ୍ମ ଫୁଟିଛି

 

ପାଖୁଡ଼ାରୁ ରସ ଗଳି ପଡୁଛି।

।୧୦।

 

 

ସହସ୍ର ଦଳ ପଦ୍ମ ତାକୁ କହି

 

ସେହି ପଦ୍ମରେ ଖେଳୁ ଅଛି ରହି।

 

ଛଡ଼ଚକ୍ର ସହ ପଦ୍ମ ବେହାର

 

ଦ୍ୱାଦଶ ଚକା ମଣ୍ଡଳ ଆକାର।

 

ସଖି ଗୋ ! ବୟାଳୋଇରେ ଦେଖ

 

ଲେଖା ନୁହଇ ପୁରୁଷ ଅଲେଖ।

।୧୧।

 

 

ଅରୁଣ ବର୍ଣ୍ଣ କିଶୋରୀ ସେ ଜାଣ

 

ରାଧା ଶରୀର ସେ ଅଟେ ପ୍ରମାଣ।

 

ନୀଳବର୍ଣ୍ଣ ୟେକ ତହିଂ ମିଶିଛି

 

ନବୀନ କିଶୋର ରୂପ ସାଜିଛି।

 

ସଖି ଗୋ ! ନବ ଯୁବା ସେ ତରୁ

 

ନବୀନା ରାଧା ଉଦୟ ମଣ୍ଡଳୁ।

।୧୨।

 

 

ଚାଲ ବହନ ହୋଇ କରିଯିବା

 

ୟେହେର୍ଣ୍ଣେ ରୂପ ଦ୍ରଶନ କରିବା।

 

ଭେଦି ପାଖୁଡ଼ା ଦେଖିବା ଗୋ ସହୀ

 

ଦୀନ ଅଚ୍ୟୁତ ଆଶା ସେହିଠାଇଂ।

 

ସଖି ଗୋ ପଦ୍ମ ପ୍ରକାଶେ ଜୋତି

 

ହ୍ଲୀଂ ଶ୍ଲୀଂ କ୍ଲୀଂ ବର୍ଣ୍ଣରେ ଥିତି।

।୧୩।

 

 

ତହିଂପରେ ଥିତି ପ୍ରଥମ ଦଳ

 

ଦୃଶଇଟି ତାର ବର୍ଣ୍ଣ ଶୁକଳ।

 

ଓଂ କାର ଅକ୍ଷର ବସିଛି ତହିଂ

 

ନିତ୍ୟ ରାହାସର ଗୋଲୋକ ଭୁଇଂ।

 

ସଖି ଗୋ ! ସେହି ବର୍ଣ୍ଣୁଂ ଛରୁଛି

 

ସହସ୍ରେ ଚନ୍ଦ୍ର କି ଉଦେ ହୋଇଛି।

।୧୪।

 

 

ଆନ ପାଖୁଡ଼ା ନୀଳ ବର୍ଣ୍ଣ ଦ୍ୱଶେ

 

ଶ୍ଲୀଂ ଅକ୍ଷର ତଥିପରେ ବସେ।

 

ହରେ ରାମ କୃଷ୍ଣ ଭଜନ ତହିଂ

 

ହରି ହର ଧୁନି ତହିଂ ଶୁଭଇ।

 

ସଖି ଗୋ ! ତାର ଉପାମା ନାହିଂ

 

ଦଶ ଅବତାର ଶରଣ ଯହିଂ।

।୧୫।

ତ୍ରିୟ ପାଖୁଡ଼ାରେ ରୂପ ତିନି ହିଂ

 

ବ୍ରହ୍ମା ବିଷ୍ଣୁ ରୁପ ଏକତ୍ୱ ତହିଂ।

 

ହ୍ଲୀଂ କ୍ଲୀଂ ଅକ୍ଷର ସୋରୁପ ସେ

 

ଅଲେଖ ଲେଖି ନୋହଇଟି ଲେଶେ।

 

ସଖି ଗୋ! ଭେଦି ରହିଛି ସେହୁ

 

କୋଟ କୋଟି ଧୁନି ଉଦିଏ ତହୁଂ।

।୧୬।

ଚାରି ପାଖୁଡ଼ା ଚତୁରଙ୍ଗ ଧ୍ୱନି

 

ଋକ ସାମ ଯକୁ ଅଥର୍ବ ଘେନି।

 

ତହିଂ ମଝାରେଣ ଯେ ସିଂଘାସନ

 

ସିଦ୍ଧିରସ୍ତୁ ଚାରି ଅକ୍ଷର ନାମ।

 

ସଖି ଗୋ! ନୀଳା ଲାଗିଛି ତହିଂ।

।୧୭।

ପଞ୍ଚମ ପାଖୁଡ଼ା ଶିଶୁ ବେଦର

 

ଅଠର ଅକ୍ଷର ତହିଂ ବସଇ।

 

ଆରକ୍ତ ବର୍ଣ୍ଣ ସେ ପାଖୁଡ଼ା ଜାଣ

 

ସେଠାବେ ଖେଳା କରେ ସୁଦ୍ରଶେନ।

 

ସଖି ଗୋ! ସୁଧା ବହି ପଡୁଛି

 

ରାଧା ଶରୀରେ କହ୍ନାଇ ଲୁଚିଛି।

।୧୮।

 

 

ପ୍ରେମସିନ୍ଧୁ ଉଛକଇ ସେଠାଇଂ

 

ଭଗତଙ୍କର ସେ ଧନ ଅଟଇ।

 

ସେହି କଳାରୁ ହିଂ ସକଳ ଜାତ

 

ଦୀନ ଅଚ୍ୟୁତ ସେହିଠାରେ ଭୃତ୍ୟ।

 

ସଖି ଗୋ ! ଚାଲ ଲୀଳା ଦେଖିବା

 

ନିତ୍ୟ ରାହାସ ଦ୍ରଶନ କରିବା।

।୧୯।

ଇତିଶୀ ନିତ୍ୟରାସ ତୃତୀୟ ଅଧ୍ୟାୟଃ।

 

 

ଚତୁର୍ଥ ଅଧ୍ୟାୟ

କୋଟି ବ୍ରହ୍ମାଣ୍ଡ ଉପରେ ସେ ଥାନ

 

ଅଭୟ ମୁରୁତି ଯହିଂ ବିଶ୍ରାମ।

 

ଶବ୍ଦ ଫୁରୁଛି ଅଶେଷମ ଯହିଂ

 

ରାଧା କୁଚ ପରେ ଅନନ୍ତ ଦେହୀ।

 

ସଖି ଗୋ ! ନାହିଂ ତା ସମକଛ

 

ଅଶେଷ ଲୀଳା ରଞ୍ଚନା ପ୍ରତ୍ୟଛ।

।୧।

 

 

ରାଧାକୁ ବେଢ଼ି ରହିଅଛି ଜୋତି

 

ସହସ୍ର ଦଳ ପଦ୍ମ ଆକାରଟି।

 

ଜୋତିରେ ଜୋତି ମିଶିଅଛି ତହିଂ

 

ଅଭୟ ପଞ୍ଜର ଅରୁପା ଦେହୀ।

 

ସଖି ଗୋ କେହି କଳପ ତରୁ

 

ଅନନ୍ତ ଜିଭା ଅଣାକାରଠାରୁ।

।୨।

 

 

ଯଉଂଠାରେ ରାଧା ଅଙ୍ଗ ଏକତ୍ୱ

 

ସହସ୍ର ଜୋତି ତହିଂରେ ଗୁପତ।

 

ପାଖୁଡ଼ାମାନଙ୍କ ମହିମା ଯେତେ

 

ବର୍ଣ୍ଣି ନୋହଇ ସହସ୍ର କଳପେ

 

ସଖି ଗୋ! ଶବ୍ଦ ଫେରୁଛି ତହିଂ

 

କୋଟି କୋଟି ଯୁଗ ନିମିଷେ ଯହିଂ।

।୩।

 

 

ପ୍ରଥମ ପାଖୁଡ଼ା ରଙ୍ଗ ବର୍ଣ୍ଣ ହିଂ

 

ଦୁତୀଅ ତୃତୀଅ ଚାରି ଏକଇ।

 

ଅଷ୍ଟାଙ୍ଗ ପାଖୁଡ଼ା ମଧ୍ୟେ ଆସ୍ଥାନ

 

ଦ୍ୱାଦଶ କମଳ ଏକ ଆସନ।

 

ସଖି ଗୋ ! ଦେଖିବା ସେହି ରୂପ

 

ଯହିଂ ନିବସନ୍ତି ଜଗୁ ନାୟେକ।

।୪।

 

 

ପଦ୍ମ ଫୁଟି ଅଛି ମୁଖରେ ରହି

 

ମୁଖକୁ ମୁଖ ଚୁମ୍ବୁଛନ୍ତି ତହିଂ।

 

ସୁଧାରସ ଖାଇ ହେବା ମୁକତ

 

ସହସ୍ର ଜନ୍ମର ପାତେକ ହତ।

 

ସଖି ଗୋ। ନିତ୍ୟ ଗହାସ ଏହି

 

ଦୀନ ଅଚ୍ୟୁତ ଦିନ ନ ସରଇ।

।୫।

 

 

ପାଖୁଡ଼ା ବେଢ଼ି ଅଛି ଚାରି କୋଣ

 

ମଝାରେ ଅନନ୍ତ କରେ ଭ୍ରମଣ।

 

ଶୀରି ବଳଭଦ୍ର ପାରୁଶେ ଯାଇଂ

 

ଶେଷଦେବ ଫଣୀ ଲୀଳାର ଭୂଇଂ।

 

ସଖି ଗୋ ! ତହିଂ ବାରଣ ନାହିଂ

 

ଚାରି ବର୍ଣ୍ଣି ୟେକ ରୂପ ଦିଶଇ।

।୬।

ଦ୍ୱାଦଶ ବଇଂଶୀ ଏକଇ ମେଳ।

 

ମୁଖେ ବଇଂଶୀ ଚୁମ୍ବୁଥାନ୍ତି ଥାଇ

 

ଟୋପି ଟୋପି ସୁଧା ପଡୁଛି ବହି।

 

ସଖି ଗୋ! ବ୍ରହ୍ମ ଗାୟିତ୍ରୀ ଯହିଂ

 

ପାବଚ୍ଛ ହୋଇ ରହିଣ ଅଛଇ।

।୭।

ଚବିଶ ଅକ୍ଷର ବ୍ରହ୍ମ ଗାୟତ୍ରୀ

 

ଓଳଟ ପାବଚ୍ଛ ଉପରେ ଥିତି।

 

ଚାରି କୋଣେ ଚାରି ଶାଖା ପ୍ରକାଶେ

 

ଅଜପା ମଣ୍ଡଳ ତହିଂରେ ଦିଶେ।

 

ସଖି ଗୋ! ଚଉବନ ଅକ୍ଷର

 

ବାରମାତ୍ରା ଘେନିଅଛି ବେଦର।

।୮।

ଅର୍ଧ ଅଙ୍ଗେ ଷୋଳ ନାୟେକା ଜାଣ

 

ବତିଶ ନାୟେକା ହୋଇ ଭିଆଣ।

 

ଚଉଷଠୀ କଳାରେ ପରିପୂର୍ଣ୍ଣ

 

କଳା ଦେହରୁଇ ସେ ରଙ୍ଗମାନ।

 

ସଖି ଗୋ ! ଆଉ ମହିମା ନାହିଂ

 

ଅଗାଧ ଖୀର ସୋମୋଦ୍ରଟି ସେହି।

।୯।

 

 

ଷୋଳ ସସ୍ର ପୋଈ ଛନ୍ତି ଯେ ରହି

 

ଷୋଳ ସସ୍ର ଦେବକନ୍ୟାଙ୍କ ଦେହୀ।

 

ବତିଶ ସହସ୍ର ଠିକରେ ଜାଣ

 

ତ୍ରିପୁରା ଘେନି ଅଛନ୍ତି ଖଟିଣ।

 

ସଖି ଗୋ ! ଆଉ ବତିଶ ସସ୍ର

 

କେଶ୍ୱର ବାହାରେ ଏହାଙ୍କ ବାସ।

।୧୦।

 

 

ପୁରୁଷ ଶ୍ୱରୀ ତହିଂ ଦେଖା ନାହିଂ

 

ସବୁ ଗୋପିକାୟେ ଅଙ୍ଗଟି ସେହି।

 

ରାଧାକୃଷ୍ଣଙ୍କର ଲମ୍ପଟ ଥାନ

 

କୋଟି କୋଟି ରୁପ ଯହିଂରୁ ଜନ୍ମ।

 

ସଖି ଗୋ! ନୀଳ ମାଧେବ ମୂର୍ତ୍ତି

 

ବାଳ ଗୋପାଳ ଯେ ବେଢ଼ି ଅଛନ୍ତି।

।୧୧।

 

 

ନବୀନ ମାଧେବ ସେ ବଂଶୀଧାରୀ

 

ତାଳ ମୃଦଙ୍ଗ କରେ ଛନ୍ତି ଧରି

 

କିଣି କିଣି ବଂଶୀ ଧୁନି ସେଠାବେ

 

ଗୋପୀନାଥଙ୍କୁ ଦେଖିବା ସ୍ୱଭାବେ।

 

ସଖି ଗୋ ! ପରାପରଟି ନାହିଂ

 

ପୂର୍ଣ୍ଣ ରାହାସ ଦେଖିବ ସେଠାଇଂ।

।୧୨।

 

 

ଉଦେ ହୋଇଅଛି ପୂର୍ଣ୍ଣିମା ଜହ୍ନ

 

ଚଉପାଶେ ଗୋପୀଙ୍କର ଆଶ୍ରମ।

 

ଗଙ୍ଗା ଜମୁନା ସୋରସତୀ ଧାରେ

 

ଯାଇ ପଡୁଅଛି ରାଧା କୁଚରେ।

 

ସଖି ଗୋ! କୃଷ୍ଣ ଲୁଚିଛି ତହିଂ

 

ସୁଧାରସ ତହିଂ ଦ୍ରବିଣ ଥାଇ।

।୧୩।

 

 

କୋଟି କୋଟି ଦେବ ତହିଂରୁ ଜାତ

 

ବିମ୍ବଳା ସହିତେ ଅଷ୍ଟାଙ୍ଗ ରୂପ।

 

ଲକ୍ଷ୍ମୀ ସୋରସତୀ ତହୁଂ ଜନମ

 

ଗଉରୀ ଚରଣ ଆଦି ଉପାମ।

 

ସଖି ଗୋ! ନିତ୍ୟ ସ୍ଥଳର କଥା

 

ଦୀନ ଅଚ୍ୟୁତି ପାତିଅଛି ମଥା।

।୧୪।

 

 

କୋଟି କୋଟି ବିଷ୍ଣୁଛନ୍ତି ଦୁଆରେ

 

ନିତ୍ୟ ରାହାସ ଲୀଳା ଅବତାରେ।

 

ରାଧା କୃଷ୍ଣଙ୍କର ୟେକଇ ସ୍ଥାନ

 

କୋଟି କୋଟି ବିଷ୍ଣୁ ଯହିଂରୁ ଜନ୍ମ।

 

ସଖି ଗୋ! ପାଦ ପଦ୍ମେ ଖଟିବା

 

ରାଧା ଅଙ୍ଗରୁ ଅମୃତ ପିଇବା।

।୧୫।

 

 

ନାନା ଲୀଳା ଖେଳା ଉଦୟେ ତହିଂ

 

ଏଥିରୁ ଅଧିକ ଆସଇ ନାହିଂ।

 

ପଞ୍ଚୁ ସଖାଙ୍କର ରାହାସ ବିଧି

 

ଅଷ୍ଟ ନାୟେକ ସେ ଯହିଂରେ ସିଦ୍ଧି।

 

ସଖି ଗୋ! ଲକ୍ଷ ଲକ୍ଷ ମହିଂମା

 

କହିଲେ ନାହିଂ ଆଉ ସରିସମା।

।୧୬।

 

 

ବଟ ପୁଟରେ ଅନନ୍ତ ପ୍ରକାଶ

 

ବଟ ବେଢ଼ି ଲୀଳା ନତ୍ୟ ରାହାସ।

 

ନିଗମ ସୁବୁଧି ରୂପକୁ ଧ୍ୟାୟି

 

କୋଟି ବ୍ରହ୍ମାଣ୍ଡ ମୂଳ ସେ ଅଟଇଂ।

 

ସଖି ଗୋ! ସେହିଠାବୁ ଛରୁଛି

 

ଶୂନ୍ୟରେ ବେଦୀ ଗୁପତେ ରହିଛି।

।୧୭।

 

 

ଦ୍ୱାଦଶ ଯୋଜନ ବେଦୀ ବିଥାର

 

ଚାରିକୋଣେ ଚାରି ବଟ ଯାହାର।

 

ହୀରା ନୀଳା ଆଦି ବୈଡୁର୍ଯ୍ୟ କାମ

 

ଅଷ୍ଟନିଧିରେ ହୋୟେ ପରଂଧାମ।

 

ସଖି ଗୋ! ସୋଅର୍ଣ୍ଣର ପ୍ରାଙ୍ଗଣ

 

ମାଣିକର ଜୋତି ତହିଂ ଯତନ।

।୧୮।

 

 

ଏମନ୍ତ ହୋଇଣ ସେ ସିଂହାସନ

 

ହ୍ଲୀଂ ଶ୍ଲୀଂ କ୍ଲୀଂ ହୋୟେ ଘଟଣ।

 

ଅକାର ମକାର ଅଂକାର ଘେନି

 

ହଂ କ୍ଷଂ ବୋଲି କରନ୍ତି ଧୁନି।

 

ସଖି ଗୋ! ତହିଂ ଧୁନି ଫୁରୁଛି

 

ଏକା ସୂତ୍ରରେ ଶବଦ ଛରୁଛି।

।୧୯।

 

 

ସବୁ ଗୋପିକା ଏକ ମେଳ ହେଲେ

 

ନିତ୍ୟ ରାହାସ ରସରେ ରସିଲେ।

 

ବଟ ପୁଟ ଶିଖେ ରାଧା ଚରଣ

 

ପାମର ଅଚ୍ୟୁତି ପଶେ ଶରଣ।

 

ସଖି ଗୋ! ଏହି ରସରେ ରସ

 

ସୁଧାରସ ପିଇ କଳୁଷ ନାଶ।

।୨୦।

ଇତିଶ୍ରୀ ନିତ୍ୟରାସ ଚତୁର୍ଥ ଅଧ୍ୟାୟଃ।

 

 

 

ପଞ୍ଚମ ଅଧ୍ୟାୟ

କହେ ଚନ୍ଦ୍ରାବଳୀ ଦୁତୀକି ଚାହିଁ

 

ଦେଖିଲି ସ୍ୱପନ ଆଜ ଗୋ ମୁହିଂ।

 

ଦୂତୀ ଗୋ! କୃଷ୍ଣ ନବୀନ ରୂପ

 

କେଳି କରୁଛନ୍ତି ଜଗୁ ନାୟେକ।

।୧।

ଖଟିଛନ୍ତି ସର୍ବ ଗୋପିକା ମାନ

 

କ୍ଷଣ କ୍ଷଣକେ ହ୍ୱନ୍ତି ଅଚେତନ।

 

ଦୂତୀ ଗୋ! ଖୋବେ ମୃଚ୍ଛାଗତ ସେ

 

ଖଟଣି କରି ଅଛନ୍ତି ହରଷେ।

।୨।

ଗୁପତ ଯମୂନା ଯାଉଛି ବହିଂ

 

ଗୋପୀ ଜନଙ୍କର ରାହାସ ତହିଂ।

 

ଦୂତୀ ଗୋ ! ଗଲା ଅଇଲା ନାଇଂ

 

ଗୋପ୍ୟାନ ଥାନଟି ଅଗମ୍ୟ ଭୂଇଂ।

।୩।

ଘନ ଘନ କରି ବାଉଛି ବେଣୁ

 

ଘାରି ହୋଇଲାଣି ମୋହୋର ତନୁ

 

ଦୂତୀ ଗୋ! ଘଟେ ଘଟେ ପୂରିଛି

 

ଘନ ଶ୍ୟାମଳିୟା ନନ୍ଦର ବଛି।

।୪।

 

 

ଉଦେ ହୋଇଛି କି ପୂର୍ଣ୍ଣିମେ ଜହ୍ନ

 

ଉଆଂସ ରାତିରେ ବିଦୁ ଯେସନ।

 

ଦୂତୀ ଗୋ! ଉଦେ ହୋଇଛି ରୂପ

 

ଉପାମା ଦେବାକୁ ନାହିଂ ନା ଏକ।

।୫।

 

 

ଚାଲ ସଖି ଆମ୍ଭେ ବହନ ଯିବା

 

ଚକ୍ରଧରଙ୍କୁ ଦ୍ରଶନ କରିବା।

 

ଦୂତୀ ଗୋ! ଚିତ୍ତ କରିବା ଥିର

 

ଚନ୍ଦ୍ରମା ଠାବେଣ ଯେହ୍ନେ ଚକୋର।

।୬।

 

 

ଛନ୍ଦିଛନ୍ତି ପାଦ କଦମ୍ବ ମୂଳେ

 

ଛଛନ୍ଦ୍ରେ ମୁରଲୀ ଦେଇ ଅଧରେ।

 

ଦୂତୀ ଗୋ! ଛିଦ୍ର ନୁହଇ ତହିଂ

 

ଛନ୍ଦା ପାଦକୁ ଉପାମା ଯେ ନାହିଂ।

।୭।

 

 

ଯମୂନା କାଳିନ୍ଦୀ ଗୁପତ ଧାର

 

ଯାଉଅଛି ବହି ଚରଣ ତଳ।

 

ଦୂତୀ ଗୋ! ଯିବା ବହନ ଚାଲ

 

ଜୋତିରାନନ୍ଦ ହୋଇଛନ୍ତି ମେଳ।

।୮।

 

 

ଝରୁଅଛି ରସ ନାନା ପ୍ରକାର

 

ଝର ବହୁଅଛି ତ୍ରିବେଣୀ ଧାର।

 

ଦୂତୀ ଗୋ! ଝୀନ ନାଳଟି ସେହି

 

ଝିମିଟେ ଓଲଟ ହୋଇ ବହଇ।୯।

।୯।

 

 

ନୀଳା ଲାଗିଅଛି ଅଶେଷ ହୋଇ

 

ନେତ୍ର ପିଛଡ଼ା ଆଉ ନ ପଡ଼ଇ।

 

ଦୂତୀ ଗୋ! ନୀଳା ନାନା ପ୍ରକାର

 

ନିମିଷେକ କୋଟି ଯୁଗ ଅନ୍ତର।

।୧୦।

 

 

ଟାକି ସହିଂବା ସଖି ସେହିଠାରେ

 

ଟେକି ଅନନ୍ତ ଫଣି ମଣି ଦ୍ୱାରେ।

 

ଦୂତୀ ଗୋ ! ଟଳ ଟଳ ସେ ହୋଇ

 

ଟୋପି ଚନ୍ଦନ କେ ପାରିବ କହି।

।୧୧।

 

 

ଠୁଳ ଶୂନ୍ୟ ବିନ୍ଦୁ ଅଛି ଆବୋରି

 

ଠୁଳ ବ୍ରହ୍ମ ମୟେ ୟେକତ୍ୱ କରି।

 

ଦୂତୀ ଗୋ! ଠାବେ ଠାବେ ଦିଶୁଛି

 

ଠିକେ ପରାଣ ନ ପାରିଲା ମୁର୍ଚ୍ଛି।

।୧୨।

 

 

 

 

ଡୋଳା ପ୍ରତିମାକୁ ତକାଇ ଚାହିଂ

 

ଡୋଳାରେ ଡୋଳା ରଖିଛି ଖଞ୍ଜାଇ।

 

ଦୂତୀ ଗୋ ! ଡଂଶେ ସେହି ମୁରୁତି

 

ଡହ ଡହ କରେ ଗୋପିକା ଛାତି।

।୧୩।

 

 

ଢଳି ଢଳି କରି ନାଚନ୍ତି ହରି

 

ଢଳ ଢଳ ରୂପ ଏକାଙ୍ଗେ ପୂରି।

 

ଦୂତୀ ଗୋ! ଢମ ତେଜିବା ତହିଂ

 

ଢଳ ଢଳ ରୂପ ବାରଣ ନାହିଂ।

।୧୪।

 

 

ଅନାହତ ଧୂନି ନାହିଂ ଶବଦେ

 

ଅଣ ଅକ୍ଷରେ ହୋଇଅଛି ଉଦେ।

 

ଦୂତୀ ଗୋ! ଅନାଦି ଆଦି ରୂପ

 

ଅଣ ଅକ୍ଷରେ ଅଶେଷ ସୋରୂପ।

।୧୫।

 

 

ତ୍ରିଗୁଣ ତ୍ରୟଧାର ବୀଜ ଧାମ

 

ତତ୍ତ୍ୱ କରି ସଖି ତାହାକୁ ଚିହ୍ନ।

 

ଦୂତୀ ଗୋ ! ତଥ୍ୟ କହିଲି ତୋତେ

 

ତୁ ଏବେ ଚାଲ ମୁଂ ଯିବି ସଙ୍ଗତେ।

।୧୬।

 

 

 

 

ଥୟ ହୋଉ ନାହିଂ ମୋହରି ଦେହୀ

 

ଥବିର ରୂପ ଏକ ରୂପ ତହିଂ।

 

ଦୂତୀ ଗୋ! ଥୟେ ହେଉତ ନାହିଂ

 

ଥନ ଥନ ନେତ୍ରୁ ନୀର ବହଇ।

।୧୭।

 

 

ଦିବ୍ୟରୂପ ଏ ଦିଶୁଅଛି ମୋତେ

 

ଦେଖିଲେ ସଖି ମୁଂ ଯିବି ପରତେ।

 

ଦୂତୀ ଗୋ! ଦୀନବନ୍ଧୁ ଯେ ସେହି

 

ଦିନୁଂ ଦିନ ନୂଆ ରୂପ ହୋଅଇ।

।୧୮।

 

 

ଧନ୍ୟ ବିଧାତା କରିଅଛୁ ଜନ୍ମ

 

ଧନ୍ୟ ସେ କଦମ୍ବ ଯମୂନା ଥାନ।

 

ଦୂତୀ ଗୋ ! ଧନ୍ୟ ଗୋପୀଙ୍କ ଜନ୍ମ

 

ଧରି ଅଧରୁ ସୁଧା କଲେ ପାନ।

।୧୯।

 

 

ନିମିଷ ଚାରିଯୁଗ ତହିଂ ଜାଣ

 

ନୀଳା ନିମନ୍ତେ ନାନାକାର ବର୍ଣ୍ଣ।

 

ଦୂତୀ ଗୋ! ନୀଳା ଲାଗିଛି ତହିଂ

 

ନିଶି ଦିବସେ ଆଉ ଥାଏ ନାହିଂ।

।୨୦।

 

 

 

 

ପରାପର ସବୁ ଅଛି ଆବୋରି

 

ପରାପୁରୁଷ ଆତ୍ମା ଗୋଟି ଧରି।

 

ଦୂତୀ ଗୋ! ପଦ୍ମ ପାଖରେ ଧ୍ୟାନ

 

ପରାପରେ ଦେଖ ଏକଇ ବର୍ଣ୍ଣ।

।୨୧।

 

 

ଫୁଲମାଳାରେ ରଖ ଥାଇ ଧ୍ୟାନ

 

ଫୁଲ ସୋରେହା ଅଟେ ନନ୍ଦ କାହ୍ନ।

 

ଦୂତୀ ଗୋ! ଫୁଲ ଗଭା ଶ୍ୱରୀର

 

ଫିଟି ପଡ଼ୁ ଅଛି ଚରଣ ତଳ।

।୨୨।

 

 

ବଡ଼ ବେଶ ହୋୟେ ନନ୍ଦ କହ୍ନାଇ

 

ବିଚଳିତ ହେଲେ ଗୋପର ଗୋଈ।

 

ଦୂତୀ ଗୋ! ବଡ଼ ଶୋଭା ଘେନୁଛି

 

ବିଦାରି ଶ୍ୱରୀରୁଂ ଆତ୍ମା ନେଉଛି।

।୨୩।

 

 

ଭାବ ବିନୋଦିଆ ଅନନ୍ତ ରୂପ

 

ଭାବକୁ ସିନା ସେ ୟେତେ ସୋରୁପ।

 

ଦୂତୀ ଗୋ! ଭାବେ ଭଗତ ମନ

 

ଭଗତ ବଛଳ ଜଗୁ ଜୀବନ।

।୨୪।

 

 

 

 

ମହିମା ଅନ୍ତ କରିବା ନୋହଇ

 

ମହିମାକୁ ବ୍ରହ୍ମା ନ ପାଏ ଯହିଂ।

 

ଦୂତୀ ଗୋ! ମହିମା ମେରୁ ସେହୁ

 

ମହାଶୂନ୍ୟରୁ ଆଦି କଳ୍ପତରୁ।

।୨୫।

 

 

ଯାହା ନିରୁପିଲି ଆଜ ରାତ୍ରରେ

 

ଯୁଗଳ ରୂପ ଏକତ୍ୱ ଭାବରେ

 

ଦୂତୀ ଗୋ! ଯମୂନା ତଟ ସେହି

 

ଜକ ଜକ ଦିଶେ ଅନନ୍ତ ମଠଇ।

।୨୬।

 

 

ରଖିବା ଚିତ୍ତ ନିରବେ ସେଠାଇଂ

 

ରଖିବାକୁ ଥାନ ଆଉ ଯେ ନାଇଂ

 

ଦୂତୀ ଗୋ ! ରମ୍ଭା ତରୁଟି ଗୋପୀ

 

ରସିବା ବୃନ୍ଦାବନରେ ସଂଛପି।

।୨୭।

 

 

ଲାବଣ୍ୟ ରୂପ ସେ ନନ୍ଦର ସ୍ଥନୁ

 

ଲଏ ଅଙ୍ଗରେ ସେ ବାଆନ୍ତି ବେନୁ।

 

ଦୂତୀ ଗୋ! ଲଏ କର ମିତଣି

 

ଲଳିତ ରୂପ ସେହୁ ଚକ୍ରପାଣି।

।୨୮।

 

 

 

 

ବଡ଼ାଇ ସୁବେଶ ହୋୟେ କହ୍ନାଇ

 

ବିହ୍ୱଳିତ ହେଲୁଂ ତାହାକୁ ଚାହିଂ।

 

ଦୂତୀ ଗୋ! ବାନା ବାନ୍ଧିଛି ତହିଂ

 

ବଂଶୀ ଗୋଟିକ ଅଧରେ ଲଗାଇ।

।୨୯।

 

 

ଶ୍ରୀମନ୍ତ ଶ୍ରୀଧର ଅଟନ୍ତି ହରି

 

ସଚରାଚର ଅଛନ୍ତି ଆବୋରି।

 

ଦୂତୀ ଗୋ! ଶୋଭା ପାଉଛି ଦେଖ

 

ସହସ୍ରେ ଚନ୍ଦ୍ର ଜୋତିରୁ ଅନେକ।

।୩୦।

 

 

ଶ୍ରୀକରେ ମୁରଲୀ ଅଧରେ ଧ୍ୟାନ

 

ଶୋଭା ପାଉଅଛି ଶ୍ରୀ ବୃନ୍ଦାବନ।

 

ଦୂତୀ ଗୋ! ସଜ ହୁଅ ବହନ

 

ଶରଣ ମେରୁ ସେ ନନ୍ଦ ନନ୍ଦନ।

।୩୧।

 

 

ସବୁ ଗୋପୀଙ୍କର ଉଛୁକ ମନ

 

ସୁର ମଧୁରେ ଦେଇଛନ୍ତି ଧ୍ୟାନ।

 

ଦୂତୀ ଗୋ! ସର୍ବ ବିଷୟା ତେଜ

 

ଶରଣ ମେରୁ ପାରୁଶକୁ ହେଜ।

।୩୨।

 

 

 

 

ହ୍ଲୀଂ ଶ୍ଲୀଂ କ୍ଲୀଂ ପ୍ଲୀଂ ୟେ ଚାରି

 

ହରେ ରାମ କୃଷ୍ଣ ମନ୍ତ୍ର ଉଚ୍ଚାରି।

 

ଦୂତୀ ଗୋ! ହୃଦ ପଦ୍ମରେ ଦେଖ

 

ହରାଦି ଅକ୍ଷର ଜଗୁ ନାୟେକ।

।୩୩।

 

 

କ୍ଷଂ ହଂ ବୋଲି ଯଉଂ ଅକ୍ଷର

 

କ୍ଷମାନିଧିଙ୍କ ସେ କୋଠ ଭଣ୍ଡାର।

 

ଦୂତୀ ଗୋ ! କ୍ଷମାନିଧିଙ୍କ ବାସ

 

କ୍ଷେମେଣ ଅଚ୍ୟୁତି କରିଛି ଆଶ।

।୩୪।

ଇତିଶ୍ରୀ ନିତ୍ୟରାସ ପଞ୍ଚମ ଅଧ୍ୟାୟଃ ଦଧିବାସ।

 

ଷଷ୍ଠ ଅଧ୍ୟାୟ

ନିତ୍ୟ ଲୀଳା ଦ୍ରଶନରେ ଗୋପିକାଙ୍କ ମନ

 

ନବୀନ କିଶୋରୀ ରାଧା ଅଛନ୍ତି ସଙ୍ଗେଣ।

।୧।

ହୁଳହୁଳି ଧୁନି ଦେଇ ହୋଇଲେ ବାହାର

 

ସବୁ ଗୋପୀଙ୍କର ହାଥେ ପୁର୍ଣ୍ଣକୁମ୍ଭ ନୀର।

।୨।

ଦଧି ଯେ ଅକ୍ଷତ ଆଦି ନାନା ବର୍ଣ୍ଣ ଫୁଲ

 

ଘେନି କରି ସଜ ସାଜି ହୋଇଲେ ବାହାର।

।୩।

ପୀତାମ୍ବରୀ ଶାଢୀ ପିନ୍ଧି ଉପରାଣ ଦେଇ

 

କାଞ୍ଚଲା ଉପରେ ଚମ୍ପା ବଉଳ ଚଢ଼ାଇ।

।୪।

କର୍ପୁର କସ୍ତୁରୀ ସେ ଯେ ହୋଇଛନ୍ତି ବୋଳି

 

ଚମ୍ପା କଢ଼ିମାନ ତାଙ୍କ ହୃଦେ ଅଛି ପଡ଼ି।

।୫।

କେବଣ ବାଜେଣି ସେ ନେପୂର କିଙ୍କିଣି

 

ନାସାରେ ବସଣୀ ଶୋଭା ସିନ୍ଧୁ ଫଳ ଜିଣି।

।୬।

ଗଳାରେ କନକ ହାର ବଉଳ ମାଳତୀ

 

ଅର୍ଘ୍ୟ ଥାଳୀମାନ ସବୁ ହସ୍ତେ ଘେନିଛନ୍ତି।

।୭।

ଅଙ୍ଗୁଷ୍ଠିରେ ମୁଦ୍ରିମାନ ଚନ୍ଦ୍ରର କଙ୍କଣ

 

ବାହାରେ ବାଜେଣି ସେ ଯେ ରୁଣଝୁଣ।

।୮।

 

 

ସର୍ବ ଗୋପୀ ଏକମୁଖ ହୋଇଣ ଉଠିଲେ

 

ସିନ୍ଧୁଘୋଷ ଜିଣି ସର୍ବେ ହୁଳହୁଳି ଦେଲେ।

।୯।

ଉପାମା ଦେବାକୁ ଆଉ ତିନିପୁରେ ନାହିଂ

 

ବାହାର ହୋଇଲେ ଦେବସ୍ତିରୀ ସଜ ହୋଇ।

।୧୦।

 

 

ସର୍ବ ଗୋପୀ ମେଳ ହୋଇ ରାଧାଙ୍କୁ ବେଢ଼ିଲେ

 

ଶ୍ରୀ କୃଷ୍ଣଙ୍କୁ ବନ୍ଦାଇବା ପାଇଂ ବିଜେ କଲେ।

।୧୧।

ରାଧାଙ୍କୁ ବେଢ଼ିଣଛନ୍ତି ସକଳ କାମେନୀ

 

ପଦ୍ମଂବନ ମଧ୍ୟରେ ଚନ୍ଦ୍ରମା ପାୟେ ଜାଣି।

।୧୨।

 

 

ନବୀନ ସେ ଗୋପୀମାନେ ନବୀନ ବସନ

 

ନବୀନ ବସନ୍ତ ଋତୁ ବହେ ଘନ ଘନ।

।୧୩।

ନବୀନ କୁଞ୍ଜକୁ ବିଜେ କଲେକ ବହନ

 

ନବୀନ ଶାମଳ ଧୂନି ନବ ଯଉବନ।

।୧୪।

 

 

ନବୀନା ରାଧିକା ସେ ଯେ ନବୀନା ଦୂତିକା

 

ନବୀନ କୁଞ୍ଜରେ ବେନୁ ଧରିଛି ରାଧିକା।

।୧୫।

ଥନ ଥନ ନୟନରୁ ବହୁଅଛି ପାଣି

 

ଥୟେ ନୋହନ୍ତି ସେ ଗୋପୀ ବଂଶୀଧ୍ୱନି ଶୁଣି।

।୧୬।

 

 

ଠୁଳ ଏକରୁଣ୍ଡ ହୋଇ ହେଲେକ ବାହାର

 

ଯମୂନା କୂଳରେ ଯାଇ ମିଳିଲେ ତତ୍ପର।

।୧୭।

ତ୍ରିଭଙ୍ଗିମା ଛନ୍ଦେ ଉଭା ହୋଇଛନ୍ତି ହରି

 

ଦେଖିକରି ଗୋପୀମାନେ ଦେଲେ ହୁଳହୁଳି।

।୧୮।

 

 

ସୁଦାମ ସୁବଳ ସେ ଯେ ଦ୍ୱାଦଶ ଗୋପାଳ

 

ବତ୍ରିଶ ନାୟେକା ଆଦି ଅଛନ୍ତି ସଙ୍ଗର।

।୧୯।

ସୋଅର୍ଣ୍ଣ କଟରା ମାନ ହାତରେ ସେ ଧରି

 

ଚନ୍ଦନ କର୍ପୁର ଚୁଆମାନ ତହିଂ ଭରି।

।୨୦।

 

 

କୁଞ୍ଜରେ ସେ ବିଜେ କରିଛନ୍ତି ଦେବ ହରି

 

ଆସ ଆସ ବୋଲିକରି ହାଥ ଦେଲେ ଠାରି।

।୨୧।

ବନ୍ଦାଇଣ ଗୋପୀମାନେ ହୋଇଲେକ ଭୋଳ

 

ଚନ୍ଦନ କର୍ପୁର ଗନ୍ଧ ଗଜେ ପୁଷ୍ପହାର।

।୨୨।

 

 

ବଉଳ କେତକୀ ସେ ଯେ ନାନା ବର୍ଣ୍ଣେ ଫୁଲ

 

ହାର ଘେନି ଶ୍ରୀ କୃଷ୍ଣଙ୍କୁ ବନ୍ଦାଇବା ଚାଲ।

।୨୩।

କର୍ପୁର କସ୍ତୁରୀ କୃଷ୍ଣ ଅଙ୍ଗରେ ବୋଳିଲେ

 

ଭୋଳ ହୋଇ ଗୋପୀମାନେ ମୋହମାନ ହେଲେ।

।୨୪।

 

 

 

 

ଉଛୁଲିଲା ପ୍ରେମସିନ୍ଧୁ ସୁଧାରସ ଧାର

 

ସର୍ବ ଗୋପୀମାନେ ଯାଇ କଲେ ତାଙ୍କୁ କୋଳ।

।୨୫।

ନିତ୍ୟ ରାହାସ ମହିମା ଅମୃତ ଏ ରସ

 

ଭାବରେ ଭଣିଲେ ଦୀନ ଅଚ୍ୟୁତ ଦାସ।

।୨୬।

ଇତିଶୀ ନିତ୍ୟରାସ ଦଧିବାସ ଷଷ୍ଠ ଅଧ୍ୟାୟଃ।

 

ମହାନିତ୍ୟ ରାହାସ

ପ୍ରଥମ ଅଧ୍ୟାୟ

ରାମଚନ୍ଦ୍ରକୁ ପାରୁଶେ ବସାଇ

 

ନିତ୍ୟ ଗୋଲକ ରାହାସ ବୁଝାଇ।

।୧।

ବୋଲଇ ଦୀନ ଅଚ୍ୟୁତ ପାମର

 

ପରମ ବଷ୍ଟମ୍ବ ପାଦେ କିଙ୍କର।

।୨।

 

 

ପଦ୍ମ ଚରଣେ ଲଗାଇଣ ମତି

 

ରାମଚନ୍ଦ୍ର କହେ ଦୀନ ଅଚ୍ୟୁତି।

।୩।

ଶୁଣ ହୋ ରାମ ଗୋଲକ ରାହାସ

 

ଗୋପଲୀଳା ଯେଣୁ ହେଲା ପ୍ରକାଶ।

।୪।

 

 

ଅଷ୍ଟ ଦଳ ପରେ ଗୋଲକ ସାଇଂ

 

ଗୋପଲୀଳା ସୁଖ ତହିଂ ରଞ୍ଚଇ।

।୫।

ଅନନ୍ତ ଶିରେ ଗୋଲକର ଥାନ

 

ନିତ୍ୟ ପରେ ମହାନିତ୍ୟ ଶୋଭନ।

।୬।

 

 

 

 

ସପତ ଫଣାରେ ଶ୍ୱରୀ ଶାଇଛି

 

ସପ୍ତ ଆଭରଣ ହୋଇ ରହିଛି।

।୭।

ପିଣ୍ଡ ବ୍ରହ୍ମାଣ୍ଡ ଦୁଇ ଏକ ସରି

 

ନବ ଲକ୍ଷ ପୃଥ୍ୱୀ ଅଛଇ ପୁରି।

।୮।

 

 

ପାଦଠାରୁଂ ମାଥ ଯାଏ ପୂରିଛି

 

ନିତ୍ୟ ନିତ୍ୟ ମହାନିତ୍ୟ ହୋଇଛି।

।୯।

ନିତ୍ୟ ଶିରୋମଣି ବିଳାସ ଘର

 

ନୀଳାମ୍ବର ବିଜେ ନୀଳଗିରିର।

।୧୦।

 

 

ପ୍ରତିରୂପ ଧରି ବିଜଏ କରି

 

ପଞ୍ଚାଶ କୋଟି ପୃଥ୍ୱୀ ଅଛି ପୁରି।

।୧୧।

ଶେଷ ଶିରରେ ଯେତେ ସୁଖ ଲଛି

 

ପୁଚ୍ଛଠାରୁ ଶିରଯାଏ ପୂରିଛି।

।୧୨।

 

 

ଶେଷ ସେ ନିତ୍ୟ ନିତ୍ୟ ରାସ ସୁଖ

 

ଉପାମ କହି ଦେବା ଉପଲକ୍ଷ୍ୟ।

।୧୩।

ଶେଷ ଶୋଇଅଛି ଏହି ସଂସାରେ

 

କାୟା ସଂସାରେ ସେହି ପରକାରେ।

।୧୪।

 

 

 

 

ପୁଚ୍ଛରେ ନୀଳାଦ୍ରୀ ଅଛଇ ଶୋଇ

 

ଶିରପରେ ନିତ୍ୟ ରାସ ହୋଅଇ।

।୧୫।

ମହାନିତ୍ୟ ତଥି ପରେଣ ବାସ

 

ନିତ୍ୟପରେ ନିତ୍ୟ ଗୋଲକ ବାସ।

।୧୬।

 

 

ମନ ଦୁଆରୀ ପାହାରୀ ଚେତନା

 

ମହାନିତ୍ୟ ପରେ ଉଡ଼ଇ ବାନା।

।୧୭।

ପବନ ତହିଂ ନ ପାରଇ ଭେଦି

 

ପଦ୍ମଚରଣୁଂ ବହେ ସୁଧାନଦୀ।

।୧୮।

 

 

କଳ୍ପବଟ ତଳେ ଲାଗିଛି ରାସ

 

ସର୍ବ ସଖି ବିଜୟେ ବାମ ପାଶ।

।୧୯।

ଏକ ଆସନେ ସ୍ୱୟେଂ ବିଜେ କରି

 

ବାମ ଜାନୁପରେ ବିଜେ କିଶୋରୀ।

।୨୦।

 

 

ପଲକେ ପଲକେ ଅଛଇ ଜଡ଼ି

 

ଭୁଜେ ଭୁଜ ଛନ୍ଦି ପ୍ରେମରେ ଗଡ଼ି।

।୨୧।

କୋଟି କୋଟି ଯୁଗ ନପାଇ ଲେଶ

 

ପଲକେ ଭଙ୍ଗ ନୋହେ କ୍ରୀଡ଼ାରସ।

।୨୨।

 

 

 

 

କୋଟି କୋଟି ରୂପ ହୋଅଇ ଜାତ

 

ପାଶୁ ହୋଏ ଜୋତି ଗଗନେ ଥିତ।

।୨୩।

ସେହିମତି ରୂପ ଜାତ ହୋଅଇ

 

ପଶଇ ମିଶଇ ଶେଷ ନୋହଇ।

।୨୪।

 

 

ମହାନିତ୍ୟ ପରେ ଅନିତ୍ୟ ସ୍ଥାନ

 

ଶେଷ ଶିରପରେ ହୋୟେ ଗୋପ୍ୟାନ।

।୨୫।

ପଞ୍ଚୁକୋଷ ଘେନି ରାହାସ ସ୍ଥଳୀ

 

ନିତ୍ୟ ଅନିତ୍ୟ ଗୋଲକ ମଣ୍ଡଳୀ।

।୨୬।

 

 

ହେତୁ କରିଥାଅ ଗୋପ ନନ୍ଦନ

 

ହରି ଚରଣେ ଥୋଇଯାଅ ମନ।

।୨୭।

ଅଠଗନଳା ସିଂହଦ୍ୱାର ଯାଏ

 

ନିତ୍ୟ ଗୋଲକ ଏଥି ମଧ୍ୟେ ରହେ।

।୨୮।

 

 

ପାବଚ୍ଛଠାରୁ ଖମ୍ବଯାଏ ଘେନି

 

ମହାନିତ୍ୟ ଏଥି ମଧ୍ୟେ ମଣ୍ଡଣି।

।୨୯।

ଖମ୍ବଠାରୁ ଚନ୍ନ ଅର୍ଗଳି ଯାଏ

 

ମହାନିତ୍ୟ ଏହି ମଧ୍ୟରେ ହୋୟେ।

।୩୦।

 

 

 

 

ଅନିତ୍ୟ ଗୋଲୋକ ଏଥି ଉର୍ଦ୍ଧ୍ବରେ

 

ଉପାମାଦେବା ନାହିଂ ତିନି ପୁରେ।

।୩୧।

ଅରଗଳି ଘେନି ଯେ ସିଂଘାସନ

 

ଅନିତ୍ୟ ଗୋଲୋକ ଅଟେ ଭୂବନ।

।୩୨।

ସ୍ୱୟେଂ ବିଜେ ଯହିଂ ଅବ୍ରହ୍ମ ଜୋତି

 

ଅଖିଳ ଭୁବନ ଲୋକଙ୍କ ପତି।

।୩୩।

ଶେଷ ସେ ମଣି ଘେନିକରି ବିଜେ

 

ଶଙ୍ଖ ଚକ୍ର ଗଦା ପଦ୍ମ ଶ୍ରୀଭୁଜେ।

।୩୪।

ସଂସାର ଜନକୁ ଭଣ୍ଡିମା ପାଇଁ

 

ବିଜେ କରିଛନ୍ତି ରୂପ ଲୁଚାଇ।

।୩୫।

କେଶରୀ ଅଂଶେ ଅଙ୍ଗ ଛନ୍ତି ଦେଇ

 

ନୟେନ ବଦନ ୟେହ୍ନେ ଦିଶଇ।

।୩୬।

ଚତୁର୍ଧା ରୂପେ ଛନ୍ତି ବିଜେ କରି

 

ଚାରି ସୋରୂପ ଏକ ଅଙ୍ଗ ଧରି।

।୩୭।

ଗୋପଲୀଳା ସୁଖ ତହିଂରୁ ଜାତ

 

ସେ ପାଦେ ଶରଣ ଦୀନ ଅଚ୍ୟୁତ।

।୩୮।

ଇତିଶ୍ରୀ ମହାନିତ୍ୟରାସ ପ୍ରଥମ ଅଧ୍ୟାୟଃ।

 

ଦ୍ୱିତୀୟ ଅଧ୍ୟାୟ

ମହାନିତ୍ୟ ବାସ ଅଟଇ ଦୂର

 

ନିତ୍ୟ ପରେ ମହାନିତ୍ୟ ଯେ ସାର।

।୧।

ମହାନିତ୍ୟରୁ ସକଳ ଛରଇ

 

ନିସ୍ୱତି ଦ୍ୱାରେ ନୀଳଗିରି ସେହି।

।୨।

ମହାନିତ୍ୟ ପୁରେ ଲାଗିଛି ରାସ

 

ଶେଷ ସପ୍ତଫଣୀ ପରେ ପ୍ରକାଶ।

।୩।

ରାରି ପାଶେ ଚାରି ଦ୍ୱାର ହୋଇଛି

 

ଚତୁର ନାଗର ରସେ ମଜ୍ଜିଛି।

।୪।

ମହାନିତ୍ୟରେ ନିତ୍ୟେଶ୍ୱରୀ ଅଙ୍ଗେ

 

ନିତ୍ୟ ଲୀଳା ସୁଖ ଖେଡ଼ାର ସଙ୍ଗେ।

।୫।

ଯୁବତୀ ଜନ ମଧ୍ୟେ ବିଜେ ହରି

 

ଲୀଳା ଖେଡ଼ା ରସେ ସେ ଖେଡ଼ା କରି।

।୬।

ଲଳିତା ମୂଳେ ଆଠ ସଖି ଛନ୍ତି

 

ତା-ତା-ତ୍ରୀମିରେ ମଙ୍ଗଳ କରନ୍ତି।

।୭।

ସପ୍ତ ସ୍ୱରରେ ମୁରଲୀ ବାଜଇ

 

ମଧୁକର ନାଦ ଶବଦ ଦେଇ।

।୮।

 

 

ଆରତ ରତି ରଙ୍ଗ ସୁଖ ରସ

 

କୋଟି ଯୁଗେ ବିନ୍ଦୁ ନୋହଂଇ ଶେଷ।

।୯।

ସେ ଥଳ ମହିମା କହି ନ ସରେ

 

ଲେଶ ନ ପାଇଲେ ଶେଷ ଶଙ୍କରେ।

।୧୦।

 

 

ବ୍ରହ୍ମାଣ୍ଡ ଲୀଳା ସୁଖ ଯେତେ ଯେତେ

 

ସେହି ଠାବରୁଂ ହୋୟେ ଆତଘାତେ।

।୧୧।

ଏକ ଏକ ଅଙ୍ଗ ଇଚ୍ଛା ସୁଖରେ

 

ପ୍ରକୃତି ପୁରୁଷ ଜାତ ସେଠାରେ।

।୧୨।

 

 

କିଶୋରୀ ଅଙ୍ଗୁଂ ରାଧା ଜାତ ହୋଇ

 

କେଶରୀ ଅଙ୍ଗରୁ କୃଷ୍ଣ ଜନ୍ମଇଂ।

।୧୩।

ମଞ୍ଚ ମଣ୍ଡଳେ ଯେ କରନ୍ତି ଲୀଳା

 

ରାଧା ଅଂଶେ ସଖି ସଙ୍ଗରେ ମେଳା।

।୧୪।

 

 

ନିତ୍ୟଗୋଲକ ପ୍ରତି ଅଂଶ ଘେତି

 

ବୃନ୍ଦାବନ ନିତ୍ୟ ରାହାସ କ୍ଷିତି।

।୧୫।

ସେହି ଠାବରୁ ହେଲେ ପରକାଶ

 

ହର ଉଦ୍ୟାନ ୟେକାମ୍ବର ବାସ।

।୧୬।

 

 

ସୋଅର୍ଣ୍ଣ କୁଟ ଘେନି ପଦ୍ମବନେ

 

ମଞ୍ଚ ମଣ୍ଡଳେ ଲୀଳା ରଙ୍ଗ ସ୍ଥାନେ।

।୧୭।

କହିଦେଲୁଂ ବାବୁ ତୋହୋ ଆଗରେ

 

ବ୍ରହ୍ମାଣ୍ଡ ରସ ଲୀଳାର ସାଗରେ।

।୧୮।

 

 

ମହାନିତ୍ୟରୁ ହେଲେ ପରକାଶ

 

ଏହି ଠାବରେ ଲାଗିଲା ହୋ ରାସ।

।୧୯।

ଯୁଗକୁ ଯୁଗ ଏହି ମତି ହୋଏ

 

ବ୍ରହ୍ମାଣ୍ଡ ଲୀଳା ଶ୍ରୀକୃଷ୍ଣ କରାଏ।

।୨୦।

 

 

ମଥୁରା ଅଯୁଧ୍ୟା ଦ୍ୱାରକା କାଶୀ

 

ବୃନ୍ଦାବନ ଘେନି ଯେ ବାରଣାସି।

।୨୧।

ବ୍ରହ୍ମାଣ୍ଡ ଲୀଳା ଏଠାବେ ହୋଅଇ

 

ଗୁପତ ପଞ୍ଚମ ଜନ୍ମ ଅଟଇ।

।୨୨।

 

 

କହିଦେବା ତୋତେ ବରଜ ସ୍ଥତ

 

ପ୍ରକାଶ ହୋଇଲେ ଗୋଲକ ନିତ୍ୟ।

।୨୩।

ଯମୂନା ତୀରେ ବୃନ୍ଦାବନ ଶୋହି

 

ଗୋପଲୀଳା ସୁଖ ସେଠାବେ ହୋଇ।

।୨୪।

 

 

 

 

ଉଦାନ ପବନ କୈଲାସ ଥାନ

 

ପରା ଦ୍ୱୀପରେ ୟେକାମ୍ବର ବନ।

।୨୫।

ସୋଅର୍ଣ୍ଣ କୂଟ ଖଣ୍ଡଗିରି କହି

 

ଲେମ୍ବାଳେ ପଦ୍ମବନ ଯେ ଅଟଇ।

।୨୬।

 

 

କହିଦେଲୁଂ ବାବୁ ଶୂନ୍ୟ ବଚନ

 

ଶୂନ୍ୟରୁ ସବୁ ୟେହେର୍ଣ୍ଣେ ଜନମ।

।୨୭।

ଶେଷ ଶିରେ ଏହୁ ଅଛନ୍ତି ରହି

 

ସୁଖେ ଖେଡ଼ାକରେ ବାଳ ମାଧୋଇ।

।୨୮।

 

 

ଯେତେ ଲୀଳା ଥାନ ମାନ ଅଛଇ

 

କୋଟି ଯୁଗ ଗଲେ ପ୍ରଳେ ନୁହଇ।

।୨୯।

ଏ ପଦ୍ମବନ ଗୋଲକ ପ୍ରକାଶ

 

ବଟ ପିପୁଳି ବେଢ଼ି ଚଉପାଶ।

।୩୦।

 

 

କଳ୍ପ ବଟମୂଳେ ଗୋଲକ ରାସ

 

ବଟମାନେ ତେଣୁ ହେଲେ ପ୍ରକାଶ।

।୩୧।

କଦମ୍ବ ମୂଳେ ନିତ୍ୟ ରାସ ଯେଣୁ

 

ମହାପିପୁଳି ଜାତ ହେଲେ ତେଣୁ।

।୩୨।

 

 

 

 

ମହାନିତ୍ୟ ଏହୁ ପିପଳ ମୂଳେ

 

ଗୋଲକ ନିତ୍ୟରାସ ବଟ ତଳେ।

।୩୩।

ୟେମନ୍ତ ଲୀଳା ଗୁପତ ଗହନ

 

ଗୋପ୍ୟାନେ ଅଛି ହୋ ଗୋପ ନନ୍ଦନ।

।୩୪।

 

 

ନିତ୍ୟ ଗୋଲକୁଂ ହେଲା ପରକାଶ

 

ହେତୁ ଚିତ୍ତେ ଶୁଣ ହୋ ରାମଦାସ।

।୩୫।

ଶ୍ରୀ ମୁଖେ ଆଗ୍ୟାଂ ଦେଲେ ରାସେଶ୍ୱର

 

ସୁଦାମ ଜନମ ଯାଇଂ ମଞ୍ଚର।

।୩୬।

 

 

ନିତ୍ୟ ଗୋଲକ ପଦ୍ମବନବାସ

 

ଗୋପଲୀକା ରାସ କର ପ୍ରକାଶ।

।୩୭।

ଜନ୍ମେ ଜନ୍ମେ ଲୀଳା ପ୍ରକାଶ ହୋଉ

 

ଜନମେ ଜନମେ ତୋ ଅଂଶ ରହୁ।

।୩୮।

 

 

ଆଗ୍ୟାଂ ଦେଲେ ଯହୁଂ ନିତ୍ୟ ନାୟେକ

 

ନିତ୍ୟକୃଷ୍ଣ ସଙ୍ଗେ ଧରି କାୟେକ।

।୩୯।

ନିତ୍ୟ ବୃନ୍ଦାବନେ ଜନମ ହେଲି

 

ନିତ୍ୟଲୀଳା ସୁଖ ଭୋଗ ପାଇଲି।

।୪୦।

 

 

 

 

ଗୋଲକ ପୁଣ ହେଲା ପରକାଶ

 

ପାମର ସୁଦାମ ଅଚ୍ୟୁତ ଦାସ।

।୪୧।

ଇତି ଶ୍ରୀ ମହାନିତ୍ୟରାସ ଦ୍ୱିତୀୟ ଅଧ୍ୟାୟଃ।

 

ତୃତୀୟ ଅଧ୍ୟାୟ

ଶୁଣ ରାମଚନ୍ଦ୍ର ଗୋପନନ୍ଦନ

 

କହି ଦେଲୁଂ ତୋତେ ଶୂନ୍ୟ ବଚନ।

।୧।

ଋଷି ଜପୀ ତପୀ ୟେହୋ ଅଛନ୍ତି

 

ନିତ୍ୟ ଗୋଲକକୁ ଲଏ କରନ୍ତି।

।୨।

ମାରକଣ୍ଡ ମୂଳେ ଯେତେକ ତପୀ

 

ନିତ୍ୟ ଗୋଲକ ଥଳ ନାମ ଜପି।

।୩।

ମାରକଣ୍ଡ ଋଷି ପ୍ରଳୟ କାଳେ

 

ଭାସି ଯାଇଥିଲେ ସିନ୍ଧୁ କଲୋଳେ।

।୪।

ଯେତେବେଳେ ଜଳକଲୋଳେ ଭାସି

 

ୟେ ଥାନ ଦେଖିଲେ ସେ ବ୍ରହ୍ମଋଷି।

।୫।

କିଛୁ ଦିନେ ଗର୍ଭୁଂ ହେଲା ପ୍ରକାଶ

 

ପଦ୍ମ ଚରଣେ ଲଗାଇଲେ ଆଶ।

।୬।

ପୁଚ୍ଛାକଲା ଏହି ଥାନ ମହିମା

 

ପରତେ ପାଇଲା ପଦ୍ମର ସୀମା।

।୭।

ପଛିମ ବଟ ପୁଟେ କଲେ ବାସ

 

ପଦ୍ମ ଚରଣେ ଲଗାଇଲେ ଆଶ।

।୮।

 

 

ତାମ୍ରକୂଟ ନିଜ ଥାନ ଅଟଇ

 

ପଦ୍ମବନରେ ନିବାସ ରଞ୍ଚଇ।

।୯।

ପଦ୍ମବନରେ ତେଣୁ ଋଷି ଧ୍ୟାନ

 

ପାରୁଶେ ଖଟନ୍ତି ଋଷି ନନ୍ଦନ।

।୧୦।

 

 

ସୁର କିନ୍ନର ବାସ ବଟମୂଳେ

 

ଦ୍ରଶନ କରନ୍ତି ଏ ବଟ ସ୍ଥଳେ।

।୧୧।

ଏହୁ ଦକ୍ଷିଣ ପିପଳ ଅଟନ୍ତି

 

ଗଉତମ ଏଥି ପାଶେ ଖଟନ୍ତି।

।୧୨।

 

 

ଏ ମାହା ବଟର ପୂର୍ବ ଭାଗେଣ

 

ମହା ପିପଳ ମଝା ସୀମାନ୍ତେଣ।

।୧୩।

ଅତ୍ରିମୁନି ବସେ ଏଥି ପାରୁଶ

 

ଏ ଯେ ପଛିମ ପିପଳ ନିବାସ।

।୧୪।

 

 

ପରମ ପଦ ଏଥି ମୂଳେ ଥାଇ

 

କଣ୍ଡୁ କପିଳ କୃଷ୍ଣ ନାମ ଗାଇ।

।୧୫।

କହିଦେଲି ତୋତେ ସକଳ ରସ

 

କୋଟି ଜନ୍ମେ ଯାର ନ ପାଇ ଲେଶ।

।୧୬।

 

 

ୟେମନ୍ତେ ସନ୍ତକେ କରିଣ ଆଶ

 

ଲଗାଇ ପାମର ଅଚ୍ୟୁତ ଦାସ।

।୧୭।

ଯେତେବେଳେ ଶୂନ୍ୟ ଶବଦ ହୋଇ

 

ସୁଦାମ ନାମ ତେଣୁ ଗୋପ୍ୟ ଯାଇ।

।୧୮।

 

 

ସଜୀବ ମୁହିଂ ନାହିଂ ମୋର ଚ୍ୟୁତି

 

ତେଣୁ ବୋଲାଇଲି ଦୀନ ଅଚ୍ୟୁତି।

।୧୯।

ଇତି ଶ୍ରୀ ମହାନିତ୍ୟ ରାସ ତୃତୀୟ ଅଧ୍ୟାୟଃ।

 

ଚତୁର୍ଥ ଅଧ୍ୟାୟ

ଯେତେବେଳେ ହେଲା ଶୂନ୍ୟବଚନ

 

ସୁଦାମ ମଞ୍ଚେ ହୋଇବ ଜନମ।

।୧।

ଗୋପଲୀଳା ସୁଖ କିଛୁ ପାଇବ

 

ତୋହୋ ବଂଶରେ କଥା ରହିଥିବ।

।୨।

ସୁଦାମ ଯାଅ ବିଳମ୍ବ ନକର

 

ତୀର୍ଥ ପୁଷ୍କର ଯାନ୍ତୁ ସଙ୍ଗତର।

।୩।

ଆଗ୍ୟାଂ ପାଇଣ ମୁଂ ବେଗେ ଅଇଲି

 

କୃଷ୍ଣ ସଙ୍ଗତରେ ଜନମ ହେଲି।

।୪।

ଗୋପଲୀଳା ସୁଖ କିଛୁ ପାଇଲି

 

ଗୁପତେ ପଦ୍ମ ବନରେ ରହିଲି।

।୫।

ପୁଷ୍କର ରହିଲା ଦକ୍ଷିଣ ଭାଗେ

 

ନିବାସ ଚିତ୍ରୋପଳା ନଦୀ ଲାଗେ।

।୬।

ଏହି ପଦ୍ମବନେ ଦେହ ମୋ ଯିବ

 

ପଦ୍ମବନରେ ମୋ ମନ ମଂଜିବ।

।୭।

ମୋହର ଅଂଶେ କିଛୁ କଥା ହୋୟେ

 

କହି ଦେବା କିଛୁ ବ୍ରଜତନୟେ।

।୮।

 

 

ବ୍ରଜ ଗଦାଧର ମୋଠାରୁ ଜାତ

 

ବାଳ ମୁକୁନ୍ଦ ହେବ ତାର ସୁତ।

।୯।

ସେହି ଠାବରୁ ବେନି ଜାତ ହୋଏ

 

ଗଙ୍ଗାଧର ଗନ୍ଧର୍ବ ୟେ ତନୟେ।

।୧୦।

 

 

ଗଙ୍ଗାଧର ପୁଣ ହୋଇବ ନାଶ

 

ଗନ୍ଧର୍ବ ବ୍ରଜ କୂଳରେ ପ୍ରକାଶ।

।୧୧।

ରାମ ବଳଭଦ୍ର ବେନି କୁମର

 

ବଳଭଦ୍ର କିଛୁ ଦିନେ ଅନ୍ତର।

।୧୨।

 

 

ରାମ ଠାବରୁ ଯେ ପାପ ଘୋଟିବ

 

ପାପରେ ପୁଣି କିଛୁ ପୁଣ୍ୟ ହେବ।

।୧୩।

ବରଜ କିଛି ଦିନରେ ପ୍ରକାଶ

 

ବିଷମ ଗୋଳ ହୋଇବ ଉଦ୍ଦେଶ୍ୟ।

।୧୪।

 

 

ବାଦ ବିବାଦ ଦିନୁଂ ଦିନ ହେବ

 

ବିଷ୍ଣୁ ବଂଶପରେ ବ୍ରଜ ରହିବ।

।୧୫।

ଅନାଦି ଆଗ୍ୟାଂ ଶୂନ୍ୟର ବଚନ

 

ବ୍ରଜ ଅଙ୍ଗରେ ହୋଇବ ବିଶ୍ରାମ।

।୧୬।

 

 

ବାଦ ବିବାଦ ସକଳ ତୁଟିବ

 

ବିଷମ କନ୍ଦଳମାନ ଘୋଟିବ।

।୧୭।

ବିନାଶ ହେବ ଦେଖୁଂ ଦେଖୁଂ ଡୋଳେ

 

ବ୍ରଜ ଦେହ ଥୋଏ ବ୍ରଜ ମଣ୍ଡଳେ।

।୧୮।

 

 

ଗୋଲକ ନିତ୍ୟ ମହେଶ୍ୱର ବାଣୀ

 

ଗୋପ କୁମର କହିଦେଲୁ ପୁଣି।

।୧୯।

ସୁତ କଳତ୍ର ଅନେକ ହୋଇବ

 

ମୂଢ଼ ଭାବରେ ମୋତେ ନ ଚିହ୍ନିବ।

।୨୦।

 

 

ବିଷ୍ଣୁ ବଂଶଠାରେ ବ୍ରହ୍ମର ଭାବ

 

ଶୂନ୍ୟବଚନ କହିଲୁଂ ତୋ ଆଗ।

।୨୧।

ସୁତ ସମ୍ପତ୍ତି ଏହି ଠାରୁଂ ଶେଷ

 

କଳି କଳୁଷରେ ହୋଇବ ନାଶ।

।୨୨।

 

 

ଦିନୁଂ ଦିନ ଦିବ୍ୟ ଗ୍ୟାଂନ ହଜିବ

 

ନିତ୍ୟ ଗୋଲକ ସୁଖ ଯେ ଭାଂଜିବ।

।୨୩।

ଦିନୁଂଦିନ ହେବ ଏହୁ ଗୁପତ

 

ମନେ ରଖିଥାଅ ଗୋପାଳ ସୁତ।

।୨୪।

 

 

 

 

କିଛୁଦିନ ଅନ୍ତେ ଦିବ୍ୟ ହୋଇବୁ

 

ବିଦୁକାନ୍ତି ସମ ଅଙ୍ଗ ବହିବୁ।

।୨୫।

ମୁରାରି ପୁଣ ହୋଇବ ପ୍ରକାଶ

 

ବାଦ ବିବାଦ କିଛି ହେବ ଶେଷ।

।୨୬।

ମୁରାରି ଅଂଶେ ଦୟାନିଧି ଥିବ

 

ଅନନ୍ତଠାରେ ଅନ୍ତ ଯେ ହୋଇବ।

।୨୭।

ଶୂନ୍ୟ ଗୋଲକରୁ ହେବ ପ୍ରକାଶ

 

ତେଣୁ ପାଇବ ପଦ୍ମବନେ ବାସ।

।୨୮।

ୟେମନ୍ତ ଆଗ୍ୟାଂ ନିତ୍ୟେଶ୍ୱର ଦିଲା

 

ଗୋପଲୀଳା ସୁଖ ପାଅ ବୋଇଲା।

।୨୯।

ଗୋପ ବାଳେକ ଘେନି ସଙ୍ଗତର

 

ପ୍ରବେଶ ହୋଇଲେ ପଦ୍ମ ବନର।

।୩୦।

ନାମ ଅଚ୍ୟୁତ ରୂପ ମୋର ଚ୍ୟୁତ

 

ସେ ଗୋପାଳ ମେଳେ ମୁହିଂ ଅଚ୍ୟୁତ।

।୩୧।

ନିରେଖ ମୁହିଂ ହୀନ ବାଇ ମତି

 

ତେଣୁ ନାମ ମୋର ଦୀନ ଅଚ୍ୟୁତି।

।୩୨।

ଇତି ଶ୍ରୀ ମହାନିତ୍ୟ ଚତୁର୍ଥ ଅଧ୍ୟାୟଃ।

 

ପଞ୍ଚମ ଅଧ୍ୟାୟ

କହିଦେଲୁଂ ବାବୁ ତତ୍ୱ ବଚନ

 

ତଲେ କରିଥାଅ ବ୍ରଜନନ୍ଦନ।

।୧।

ବ୍ରଜଭାବ ଲୀଳା ଏହି ଠାବରେ

 

କହି ଦେଲୁଂ ବାବୁ ତୋହୋ ଆଗରେ।

।୨।

ଏ ସ୍ଥଳ ମହିମା ନସରେ କହୁଂ

 

ନିର୍ବାଣ ଭୂମି ସେ ଗୋଲକ ଯହୁଂ।

।୩।

ଗୁପତ ଗୋଲକ ଏହୁ ଅଟଇ

 

ଜନ୍ମେ ଜନ୍ମେ ମୁହିଂ ଏଥି ଖଟଇ।

।୪।

ଏହିମତି ଲୀଳା ଏଥିରେ ହୋଇ

 

ମୋହୋର ଅଂଶେ କଥା ରହିଥାଇ।

।୫।

କହିଦେଲୁ ବାବୁ ଶୂନ୍ୟ ବଚନ

 

ଶୂନ୍ୟରୁ ଏହୁ ହୋଇଲେ ଜନମ।

।୬।

ପୂର୍ବ ବଟଠାରୁ ପଛିମ ଯାଏ

 

ଏହି ଠାବେ ନିତ୍ୟରାହାସ ହୋଏ।

।୭।

ପଛିମ ବଟଠାରୁ ଯେତେ ପୁଣି

 

ଦକ୍ଷିଣ ବାଟଯାଏ ଯେତେ ଭୁମି।

।୮।

 

 

ଅନିନ୍ୟ ରାହାସ ଗୋଲକ ସେହି

 

ନିତ୍ୟ ଲୀଳା ମହାନିତ୍ୟ ବୋଲାଇ।

।୯।

ଉତ୍ତର ବଟ ପୂର୍ବ ଭାଗ ଯାଏଂ

 

ଗୋଲାହାଟ ରାସ ତହିଂଟି ହୋଏ।

।୧୦।

 

 

ପରମ ରାହାସ ନିତ୍ୟ ହୋ ସେହୁ

 

ମିଛ୍ୟା ମଣିବେ ଦୀନ ଦାସ ଯେହୁ।

।୧୧।

ଚଉ ପାରୁଶେ ରାହାସ ଲାଗିଛି

 

ମଧ୍ୟ ମହାନିତ୍ୟ ନାମ ହୋଇଛି।

।୧୨।

 

 

ଚାରିଦ୍ୱାରେ ବେଢ଼ି ଶେଷ ରହିଛି

 

ପୁଚ୍ଛପରେ ନେଇ ଫଣା ଢାଙ୍କିଛି।

।୧୩।

ଫଣୀ ଉପରେ ମଣି ବେଦି ଶୋହି

 

ମହା ଗୋଲକ ନିତ୍ୟ ସେ ଅଟଇ।

।୧୪।

 

 

ମହାରୁଦ୍ର ବେଦି ଦୁଆରୀ ତହିଂ

 

ମହାନିତ୍ୟ ଭୂଇଂ ଲାଗି ଅଛଇ।

।୧୫।

ମାରକଣ୍ଡ ମୂଳେ ଯେତେକ ଯତି

 

ମହା ରାହାସରେ ଅଛନ୍ତି ମାତି।

।୧୬।

 

 

ମୂଢ଼ ଜନମାନେ ପାଇବେ କାହିଂ

 

ମହାରୁଦ୍ର ଦ୍ୱାରୀ ଅଟଇ ଯହିଂ।

।୧୭।

ମହାଭଇରୋବୀ ରୂପ ଧରିଣ

 

ମହା ନିଶିରେ ଫେରୁଥାଇ ପୁଣ।

।୧୮।

 

 

ହୁଂକାର ଶବଦ ବଟ ଭ୍ରମଇଂ

 

ଭଇରୋବୀ ରୂପ ନିତ୍ୟେ ନମଇଂ।

।୧୯।

କହି ଦେଲୁଂ ବାବୁ ଗୁପତ ଗ୍ୟାଂନ

 

ଗୁପତ କରିଣ ଦେଖିବୁ ମନ।

।୨୦।

 

 

ଏ ଭେଦମାନ ଯେବେ ତୁ ଫେଡ଼ିବୁ

 

ନିଶ୍ଚୟ ମୋହୋର ମୁଣ୍ଡ ମୋଡ଼ିବୁ।

।୨୧।

ବାବୁ ରାମଚନ୍ଦ୍ର ମନରେ ରଖ

 

ଯାହା ଶୁଣିଲୁ ନିତ୍ୟଭୂମି ସୁଖ।

।୨୨।

 

 

ୟେଣୁକରି ନାମ ଗୁପତ ଭୂମି

 

କେହିନ ପାରଇ ତହିଂକୁ ଗମି।

।୨୩।

ମୋ ପଞ୍ଚୁ ଆତ୍ମା ଅଟୁ ତୁହି ଯେଣୁ

 

ଗୁପତ କଥା କହିଦେଲି ତେଣୁ।

।୨୪।

 

 

 

 

ପୂର୍ବ ଜନ୍ମରେ ତୋର ପୂଣ୍ୟ ଥିଲା

 

ତେଣୁକରି ଏହୁ ଆଗ୍ୟାଂ ହୋଇଲା।

।୨୫।

ତୋ ଠାବେ ମୋହୋର ନାହିଂ ଅନ୍ତର

 

ତତ୍ୱ କହିଦେଲି ବ୍ରଜ କୁମର।

।୨୬।

 

 

ଶୁଣି ରାମଚନ୍ଦ୍ର ହରଷ ହେଲା

 

ଦୁଇ ହାତ ଯୋଡ଼ି ପ୍ରଣମ୍ୟ ହେଲା।

।୨୭।

ଅତି ଆନନ୍ଦରେ ହୋଇ ସେ ଭୋଳ

 

ରାମଚନ୍ଦ୍ରକୁ ବସାଇଲେ କୋଳ।

।୨୮।

 

 

କିଛୁ ବେଳରେ ଚେତନା ପଶିଲା

 

ରାମଚନ୍ଦ୍ର ଦାସ ଦେଖି ହସିଲା।

।୨୯।

ବୋଲଇ ରାମ ଧନ୍ୟ ଆଜ ନିଶି

 

ମୋହୋର ପୂଣ୍ୟ ପ୍ରକାଶିଲା ଆସି।

।୩୦।

 

 

ମୋହୋର ଜନମ ହେଲା ସୁଫଳ

 

କୋଟି ଜନମର ଲଭିଲି ଫଳ।

।୩୧।

ଧନ୍ୟ ଧନ୍ୟ ମାତା ଧନ୍ୟ ପିଅର

 

ଧନ୍ୟ ଜୀବନ ଦିନ ଆଜ ମୋର।

।୩୨।

 

 

 

 

ପତିତ ଠାରେ ଯେ ସୁଦୟା ହେଲା

 

ରାମଚନ୍ଦ୍ର ଏବେ ନିଶ୍ଚେ ତରିଲା।

।୩୩।

ଅତି ଆନନ୍ଦେ ରାମ ହୋଏ ତୋଷ

 

ଦୀନ ଅଚ୍ୟୁତି ଦେଖିଣ ହରଷ।

।୩୪।

ବୋଲନ୍ତି ରାମ ନିଜ ପୁରେ ଯାଅ

 

ଏ ଭାବରେ ମନ ରଖିଣ ଥାଅ।

।୩୫।

ପାରିବୁ ସକଳ ଦୁଃଖକୁ ନାଶି

 

ଅନ୍ତକାଳେ ଏହି ଠାବରେ ବସି।

।୩୬।

ଏମନ୍ତ ଆଗ୍ୟାଂ ସେ ଯହୁଂ ହୋଇଲା

 

ଆଗ୍ୟାଂ ପାଇ ରାମଚନ୍ଦ୍ର ଚଳିଲା।

।୩୭।

ଦୀନ ଅଚ୍ୟୁତ ପଦ୍ମବନେ ଆଶ

 

ପଦ୍ମବନରେ କରିଅଛି ବାସ।

।୩୮।

ପଦ୍ମ ଚରଣେ ଲଗାଇଣ ଳୟେ

 

ରାହାସ ଲୀଳା ରାମଚନ୍ଦ୍ରେ କହେ।

।୩୯।

ନିତ୍ୟ ଗୋଲକ ନିର୍ବାଣ ପୁରୁଷ

 

ସେ ପାଦେ ଶରଣ ଅଚ୍ୟୁତ ଦାସ।

।୪୦।

ଇତିଶ୍ରୀ ମହାନିତ୍ୟ ରାସ ପଞ୍ଚମ ଅଧ୍ୟାୟଃ।

ମହାନିତ୍ୟ ରାସ ସମ୍ପୁର୍ଣ୍ଣ।

 

ଶୂନ୍ୟ ରାହାସ

ଏହି ଗ୍ରନ୍ଥର କେତେକାଂଶ କବିଙ୍କର ‘ନବଗୁଜ୍ଜରୀ’

ଗ୍ରନ୍ଥ ନାମରେ କେତୋଟି ପୋଥିରେ ରହିଛି।

ରାହାସ ଖଣ୍ଡ

ଏକ

ସହୀ ଗେ, ଶୂନ୍ୟ ମନ୍ଦିରେ ବାସ

ଜୋତି ଦରଶନେ ଦୂରିତ ନାଶ। ଘୋଷା।

 

ପୁରୁଷେ ଦେଖିଲି ଅମନ ଶିଖେ

 

ରଙ୍ଗ ସମ ନୋହେ କଳା ଶ୍ରୀମୁଖେ।

 

ଜଳକ ଆନନ କଜ୍ଜଳୁଂ କଳା

 

କୁସୁମ କାନ୍ତି ଦେଖି ହେଲି ଭୋଳା।

।୧।

 

 

ଭାଲ ପଟ ତା ଏମନ୍ତ ଉଦିତ

 

ମୃଗମଦ ଇନ୍ଦୁ ଦେଖି ଚକିତ।

 

ଶିରରେ କୁଞ୍ଚିତ ତ୍ରିଭଙ୍ଗୀ ଚୂଳ

 

କୁସୁମ ନାହିଂ ବାସ ପରିମଳ।

।୨।

 

 

 

 

ନାସା ପୂଡ଼ାକୁ ଉଜ୍ଜଳ ଦିଶଇ

 

କାନ୍ତି ମୁକୁତା କର୍ଣ୍ଣକୁ ବୁଡ଼ଇ

 

ନୟେନ ତୁଲେ ନାହିଂ ସମକଛ

 

ଶ୍ୱେତ ନଳିନୀ କି କରିଛି ତୁଚ୍ଛ।

।୩।

 

 

ଗଣ୍ଡ ସ୍ଥଳ ତା ଏମନ୍ତ ବିରାଜେ

 

ଲକ୍ଷେ କିରଣ ରଙ୍ଗ ରବି ଗଞ୍ଜେ

 

କଣ୍ଠ ତଟ ତାର ଅପୂର୍ବ ଶୋଭା

 

ଉରେ କଉସ୍ତୁଭ ଦିଶଇ ଆଭା।

।୪।

 

 

ଚୂଳ ଶୋଭା ଦେଖି କେକୀ ଝୁରୁଛି

 

ଇନ୍ଦ୍ର ନୀଳମଣି ତନୁ ନିନ୍ଦୁଛି।

 

କନ୍ଦର ତମାଳ ଗୁଞ୍ଜ ଶ୍ରୀ କଚ୍ଛ

 

କାଳିନ୍ଦୀ ତମାଳ ଦେଖି ବିରସ।

।୫।

 

 

କଟିରେ ତା ପୀତ ପତନି ନାହିଂ

 

ପୀତବାସହିଂ ନାମ ଅଛ ବହି।

 

ରତି ନାହିଂ ଆଦି ଅନନ୍ତ ଜୋତି

 

ଅଚ୍ୟୁତ ନାମେ ଚ୍ୟୁତ କାହିଂ ମତି।

।୬।

 

 

 

 

ପଦ୍ମ ଚରଣେ ଏମନ୍ତ ବିଧାନ

 

ଅମୀୟ ରସର ଜନମ ଥାନ।

 

ତତ୍ତ୍ୱ ଦ୍ରଶନରେ ଭ୍ରମରା ବାଇ

 

ଦିବା ରୟଣୀ ଚୁମ୍ବୁଛନ୍ତି ରହି।

।୭।

 

 

ସହି ଗୋ! ଶୂନ୍ୟ ମନ୍ଦିରେ ବାସ

 

ଜୋତି ଦରଶନେ ଦୂରିତ ନାଶ।

 

ଅମଳ କମଳ ଚରଣେ ରସ

 

ଅଚ୍ୟୁତର ସେହିଠାରେ ମୁହାଂସ।

।୮।

 

ଦୁଇ

ସହୀ ଗୋ ! ଶୂନ୍ୟ ମନ୍ଦିରେ ବାସ

ଜୋତି ଦରଶନେ ଦୂରିତ ନାଶ।।

 

ପୁଣ ପୁଣ ବୋଲୁଂ ତାର ଚରିତ

 

ତାର ନଥିଲେ ନ ଥାନ୍ତା ଜଗତ।

 

ଜଗତ ଗୋଟା ଛରିଅଛି ଯହୁଂ

 

ସେ କଥାମାନ ତୋ ଅଗ୍ରତେ କହୁଂ।

।୧।

 

 

ଇନ୍ଦ୍ରଜାଲ ମାୟା ବିଦ୍ୟା ସେ କଲା

 

ଅନନ୍ତ କୋଟି ବ୍ରହ୍ମାଣ୍ଡ ରଂଚିଲା

 

ରଙ୍ଗ ପିତୁଳି ରୂପେ କଲା ଠିଆ

 

ତ୍ରିଗୁଣ ଦାମେ ଛରିଛି ହଟିଆ।

।୨।

 

 

ଖିଳ ଅଖିଳ ସର୍ବ ଦେହେ ଅଛି

 

ବିଲଗେ ଥାଇ ସର୍ବ ଦେଖୁଅଛି।

 

କାହ୍ନୁଂ ଅଇଲା କାହିଂ ତାର ଠଣା

 

ହର ବ୍ରହ୍ମାଙ୍କୁ କରୁଅଛି ବଣା।

।୩।

 

 

ଅଣ ଶବଦରୁ ଶବଦ ହେଲା

 

ଶବଦହିଂ ଅଣ ଶବଦେ ଗଲା।

 

ଶବଦ ଘେନି ଏଡେ ଏଡେ ଆମ୍ଭେ

 

ଅଣ ଶବଦରେ ନାହିଂ ନା ତୁମ୍ଭେ।

।୪।

 

 

ଅଣ ଅକ୍ଷରୁ ଅକ୍ଷର ପ୍ରକଟ

 

ଭୁଷଣ୍ଡ କାଳ ତା ପାଇଲା ଭେଟ।

 

ସୁଧାରସରେ ତା ଆପ୍ୟାନ କଲା

 

ଚାରି ଯୁଗକୁ ଅମର ହୋଇଲା।

।୫।

 

 

ଅଲେଖ ଅରୁପ ଅଦେହ କାୟା

 

ଶୂନ୍ୟେ ଝଲ ଝଲ ଦିଶଇ ଛାୟା

 

ଦେଖିଲି ଏକା ଚିହ୍ନି ନ ପାରିଲି

 

ସିଷୁ ବେଦ ଘରେ କ୍ଷଣେ ରହିଲି।

।୬।

 

 

ନିଶ୍ଚୟେ ଯେମନ୍ତେ ତାଙ୍କୁ ଦେଖନ୍ତା

 

ତାହାର ସଙ୍ଗତେ ସେହୁ ରହନ୍ତା।

 

ଦେଖନ୍ତା ଯେବେ ନ ଆସନ୍ତା ତେବେ

 

କୃଷ୍ଣ ଗାୟନ କରୁଥାନ୍ତା ତେବେ।

।୭।

 

 

 

 

ତୁହି ପୁଣ ବୋଲଂ ପରଚେ ନାହିଂ

 

ପରଚେ ନଥିଲେ ଚିହ୍ନିଲା କାହିଂ।

 

ନିସତୀ ଘରେ ସୁସତ୍ୟ ଗୁପତ

 

ଭୁଲି ଅଇଲି ପାମର ଅଚ୍ୟୁତ।

।୮।

 

ତିନି

ଜ୍ଞାନୀ ହୋ। ମୂଳ ବୋଲ ତୁ ହରି।

ଶ୍ରେଷ୍ଠ କନେଷ୍ଠ ଦୁହେଂ ସମସରି। ଘୋଷା।

 

ଛଡ଼ ଚକ୍ର ଭେଦି କମଳ ଫୁଟେ

 

ଆକାଶ ଶୂନ୍ୟ ପବନ ନିକଟେ।

 

ସୁତଳ ରାସାନ୍ତଳର ମଧ୍ୟର

 

ଭୃଙ୍ଗ ରହିଅଛି ଶୂନ୍ୟ ଶିଖର।

।୧।

 

 

ମାଳ ବହିଲେ ନ ବୋଲାନ୍ତି ଦାସ

 

ଯଦି ଅନ୍ତର୍ଗତେ କୃଷ୍ଣ ନ ଭାଷ।

 

ନାମ ମୂଳ ବୀଜ ମାଳ ଦୋସଡ଼ା

 

ନାମ ଚିହ୍ନିଲେ ମାଳ କାହିଂ ଲୋଡ଼ା।

।୨।

 

 

ତିନି ତିହୁଡ଼ି ଏ ତ୍ରିବେଣୀ ଧାର

 

ସେହି ଠାବେ ବସି ତର୍ପଣ କର।

 

ଅଯୁଧ୍ୟା ଦ୍ୱାରକା ଗୋପ ନଗର

 

ଗ୍ୟାଂନ ସୁମରିଲେ ଆତ୍ମା ଭିତର।

।୩।

 

 

ଶ୍ୱେତ ରଙ୍ଗା କଳା ଶ୍ୟାମଳ ଜ୍ୟୋତି

 

ଉର୍ମ ଧୂର୍ମ ଜୋତି ଜାଳା ବୋଲାନ୍ତି।

 

ସେହି ଷୋଳକଳା ଅନନ୍ତ ମୂର୍ତ୍ତି

 

ଅନନ୍ତ ଚରଣେ ଆଶ୍ରେ ଅଚ୍ୟୁତି।

।୪।

 

ଚାରି

ଗ୍ୟାଂନି ହୋ! ସତ ଶାନ୍ତିରେ ରହ।

ଗୁରୁ ବଚନେ କି ବୋଲନ୍ତି କହ। ଘୋଷା।

 

କ୍ରିୟା ଶୁଦ୍ଧ କରି ଶାହାସ୍ତ୍ର ପଢ଼

 

ଜନ୍ତୁ ବଧକଲେ ବୋଲନ୍ତି ଗଢ଼।

 

ତୀର୍ଥବ୍ରତ କଲେ ଯେତେ ସୁଫଳ

 

ପର ରମଣୀରେ ସର୍ବ ବିଫଳ।

।୧।

 

 

ତପୀ ଲୋକଙ୍କର ଗ୍ୟାଂନ କରମ

 

ବାତୁଳ ବୋଲିବା ବହିଲେ ଢମ।

 

କୀଟୁଂ ବ୍ରହ୍ମଯାଏ ତା ତୁଲେ ଦେଖ

 

ତାଙ୍କୁ ଯେ ଜାଣନ୍ତି ଆତ୍ମା ବିବେକ।

।୨।

 

 

ରାମ ନାରାୟଣ ଗାଇବା ଗୀତ

 

ଇହ ପରଲୋକ ଶୁଣି ମୁକତ।

 

ଗ୍ୟାଂନର ତଛୁ ସେ କରିବେ ଦୟା

 

କହେ ଅଚ୍ୟୁତି ଦୂର ଯିବ ମାୟା।

।୩।

 

ପାଞ୍ଚ

ପୁଷ୍ପ ବିଙ୍ଘ ସିଲେ ବାସ ପ୍ରକଟେ

 

ଅନୁଭବ ଥିଲେ ଗ୍ୟାଂନକୁ ଭେଟେ।

 

ହରିଙ୍କି ଚିହ୍ନିଲେ ମୁକତି ଗତି

 

ସୂର୍ଯ୍ୟ ଚଳିଲେ ବୋଲି ଦିବାରାତି।

 

ସହୀ ଗୋ

 

ହରି ନାମ ହିଂ ତତ୍ତ୍ୱ।

 

ହରିଙ୍କ ମୁଖୁଂ ଛରୁଛି ଅମୃତ ।

।୧।

 

 

ସତ୍ୟ ଶାନ୍ତି ଦୟା କ୍ଷମାହିଂ ବାଟ

 

ଅଂହକାର ତମ ଯେ ମାୟା ଖଣ୍ଟ।

 

ଏମାନେ ଗ୍ୟାଂନ ଘରକୁ ଭଗାରି

 

ଯାଇଂ ଲୋଡ଼ିଲେ ଆଣୁ ଥାନ୍ତି ଧରି।

 

ସହୀ ଗୋ

 

ଖଣ୍ଟ ମାତିଲେ ବାଟେ।

 

ଖଣ୍ଟ ନାଶିବା କୃଷ୍ଣ ଭଜ ଆଣ୍ଟେ।

।୨।

 

 

 

 

 

 

କଥନି ଅପାର କରଣି ନାହିଂ

 

କରଣି ଥିଲେ ତା କଥନି କାହିଂ।

 

କଥନି ନଦୀ କରଣି ସାଗର

 

କଥନି ଲୋକ ସହଜ ବେଭାର

 

ସହୀ ଗୋ

 

ଏ କଥନି ଭଗତା।

 

କରଣି ଲୋକ ଇହ ପର ଜିତା।

।୩।

 

 

ଏକ ବୀଜବୃକ୍ଷ ଥିତି ଅପାର

 

ସେ ବୀଜ ଚିହ୍ନିଲେକ ଏକାକାର।

 

ବୀଜକୁ ଚିହ୍ନିଲେ ପରମ ଗତି

 

ଜ୍ୟୋତି କି ଜ୍ୟୋତି ଦରଶନେ ନିତି।

 

ସହୀ ଗୋ

 

ବୀଜ ନାମ ଅନନ୍ତ।

 

ବୀଜ ଉପଦେଶ କହେ ଅଚ୍ୟୁତ।

।୪।

 

ଛଅ

ଠୁଳରୁ ଶୂନ୍ୟ ଶୂନ୍ୟରୁ ଉଂକାର

 

ଉଂକାର ଘରୁ ବତିଶ ଅକ୍ଷର।

 

ଏହି ତିନିକି ଏକତ୍ୱ ମିଶାଇ

 

ପୁଣି ନିଶ୍ରୋହି ଚାହିଂବୁ ୟେ ଠାଇଂ।

 

ସହୀ ଗୋ

 

ସେହି ନୟନ ଠାଇଂ

 

ଜ୍ୟୋତିହିଂ ବଶ ଦ୍ୱାରେଣ ଜଳଇ।

।୧।

 

 

ଏହି ଦଶ ଦ୍ୱାରେ ଜ୍ୟୋତି ଦର୍ଶନ

 

ଜ୍ୟୋତିରେ ୟେହୁ କରିଛି ଆସନ।

 

ନୟେନ ନାସିକା ଶ୍ରବଣ ତିନି

 

ତିନିକି ତୁ ଯେବେ ପାରିବୁ ଚିହ୍ନି।

 

ସହୀ ଗୋ

 

ତିନି ଏକରେ ଘୋଷ

 

ନୟେନ ଆଗେ ଲାଗିଛି ରାହାସ।

।୨।

 

 

 

 

 

 

ହେତୁ କଲେ ହେଂ ତୁ ପାଇବୁ ପିଣ୍ଡ

 

ଦେଖିବୁ ତହିଂ ଅଶେଷ ବ୍ରହ୍ମାଣ୍ଡ।

 

ଅଣ ସୁତ୍ରଘରେ ରଖି ପବନ

 

ଅଣାକାର ବୋଲି ସେ ମହାଶୂନ୍ୟ

 

ସହୀ ଗୋ

 

ଅଣାକାର ଏ ନାମ

 

ଅଣାକାରକୁ ତୁ ହେତୁରେ ଗମ।

।୩।

 

 

ଅନାଦି ନାରୀରୁ ଆଦି ଜନ୍ମିଲେ

 

ଅଣାକାର ଘରୁ ବାହାର ହେଲେ।

 

ଆଦି ଅନାଦି ଏକତ୍ୱ ତୁ କର

 

ଅଣାକାର ଘରୁ ହେଲେ ବାହାର।

 

ସହୀ ଗୋ

 

ଏହି ଅନାମ ତତ୍ତ୍ୱ

 

ଅନାମ ଭଜଇ ଦୀନ ଅଚ୍ୟୁତ।

।୪।

 

ସାତ

ଗ୍ୟାନୀ ହୋ। ଶୂନ୍ୟ ମନ୍ଦିରେ ବାସ।

ଜ୍ୟୋତି ଦରଶନେ ଦୂରିତ ନାଶ। ଘୋଷା

 

ଶୂନ୍ୟ ଗିରି ବୋଲି ଯଉଂ କଟକ।

 

ଦେଉଳ ଗଢ଼ିଛି କେଡ଼େ ଛଟକ।

 

ପାଞ୍ଚ ପ୍ରଧାନ ପଚିଶ ପରଜା।

 

ମନ ପବନ ଦୁହେଂ ତହିଂ ରାଜା।

 

ଗ୍ୟାଂନି ହୋ।

 

ଶୁନ୍ୟେ ଲାଗିଛି ଲୀଳା।

 

ମନ ପବନକୁ ତହିଂକି ଚଳା।

।୧।

 

 

ନିଗମ ତୋଟା ଲାଗିଅଛି ଝାଡ଼।

 

ତହିଂ ତେଣ୍ଡାଳି ତେଣ୍ଡେ ଧୀର ଧୀର।

 

ନ ମରଇ ଗଛ ସହଜେ ଥାଇ।

 

ଜନ ମନିଷ୍ୟଙ୍କ ଭେଟ ହିଂ ନାହିଂ।

 

ଗ୍ୟାଂନୀ ହୋ।

 

ହଜ ସହଜ ଦେଖ।

 

ହଜି ପାରିଲେ ଭେଟିବୁ ପ୍ରତ୍ୟକ୍ଷ।

।୨।

 

 

ତିନି ତିହୁଡ଼ି ତ୍ରିବେଣୀ ଏ ଘାଟ।

 

ସେହି ସଳଖେ ଗୋଲୋକକୁ ବାଟ।

 

ତହିଂ ତିନି ଧାର ନଦୀ ବହୁଛି।

 

ନାବ ଖଟାଇ ତରାଇ ବସିଛି।

 

ଗ୍ୟାଂନୀ ହୋ।

 

ତିନି ତିହୁଡ଼ି ପରେ।

 

ତରାଇ ବସିଛି ନାଚ ଶିଖରେ।

।୩।

 

 

ତରାଇ ଘର ପର୍ବତ ଶିଖରେ।

 

ନାବ ମେଲିଛି କାଳିନ୍ଦୀ ହ୍ରଦରେ।

 

ଧନ କଉଡ଼ି ନ ନିଅଇ କିଛି।

 

ନାମ ଚିହ୍ନିକରି ପାରି କରୁଛି।

 

ଗ୍ୟାଂନି ହୋ।

 

ଶୂନ୍ୟ ମନ୍ଦିରେ ବାସ।

 

ଜ୍ୟୋତି ଦରଶନେ ଦୂରିତ ନାଶ।

।୪।

 

 

ସେହି ସଳଖେ ଉଆସକେ ଅଛି।

 

ନିଗମ ଗୁମ୍ଫାରେ ହଂସ ଖେଳୁଛି।

 

ହଂସର ଥାନ ଗଗନ ଶିଖରେ।

 

ହଂସ ରହିଅଛି ମଧ୍ୟ ସ୍ଥାନରେ।

 

ଗ୍ୟାଂନୀ ହୋ।

 

ଆଗ ପରଚ ହଂସ।

 

ହଂସ ଚିହ୍ନିଣ ତୋ ଦୂରିତ ନାଶ।

।୫।

 

 

ଦେଉଳ ଗୋଟି କରିଛି ନିର୍ବାଣ।

 

ତହିଂ ବିଜୟେ ପ୍ରଭୁ ଭଗବାନ।

 

ହରି ବଣିଜକୁ କଲେ ପସରା।

 

ପାରି କଲେ ଗୋପୀଜନଙ୍କୁ ପରା।

 

ଗ୍ୟାଂନୀ ହୋ।

 

କର ସେ ନାମ ମାଳା।

 

ପାମର ଅଚ୍ୟୁତି ଏ ରସେ ଭୋଳା।

।୬।

 

ଆଠ

କହଇ କଥାଏ ଶୁଣ ହୋ ମନ

 

ଏକା ମଂଜ୍ଜିଲୁ ଦାର ସୁତ ଧନ।

 

ଗଞ୍ଜି ମରିବୁ ସିନା ଯିବା ବେଳକୁ

 

କର ମୋର ବୋଲ ଜିତା କାଳକୁ।

 

ମନ ହୋ

 

କାୟା ଭିତର ଖୋଜ।

 

ଅର୍ଧ ଉର୍ଧ ବେନି ମଧ୍ୟରେ ବୀଜ।

।୧।

 

 

ମନ୍ତ୍ର ପଢି ଯନ୍ତ୍ର କର ମୁରୁତି

 

ଯନ୍ତ୍ର କାଟି ବୁଝ ଯେ ଯହିଂ ଥିତି।

 

ମନ୍ତ୍ର ଯନ୍ତ୍ର ତନ୍ତ୍ର କର ଏକତ୍ୱ

 

ଖୋଜି ଆଣ ପ୍ରଭୁ ଯହିଂ ଗୁପତ।

 

ମନ ହୋ

 

ଭେଟ ହୁଅି ସିନା।

 

ଗୁରୁ ଆଗ୍ୟାଂ ତୋତେ ଥିଲା ବାସନା।

।୨।

 

 

ଉକାର ମକାର ଅକାର ତିନି

 

ପ୍ରଣବ ଶ୍ୱରୀରେ ଏ ତିନି ଘେନି।

 

ଅକାର ମାତ୍ରା ଦେଇ କର ହେତୁ

 

କକାର ବୀଜଟି ପରମ ତତ୍ୱୁଂ।

 

ମନ ହୋ

 

ତଥି ପରେ ସକାର

 

ତଥି ପରେ ଦେଖ ଏ ପରାପର।

।୩।

ତଥି ଉପରେଣ ପଲଙ୍କେ ଜାଣ

 

ଶେଯ୍ୟା କରିଅଛି ଶେଷ ଶିରେଣ।

 

ଷୋଳ କୋଣ ହୋଇ ବତିଶ କ୍ଷୁରା

 

ଷଟ କୋଣ ତତ୍ରିଂ ମଧ୍ୟେ ତ୍ରିପୁରା।

 

ମନ ହୋ

 

ତ୍ରିୟ କୋଣଟି ବୀଜ

 

ସତ ଶକ୍ତି ଷଡ଼ କର୍ଣ୍ଣିକା ହେଜ।

।୪।

ତ୍ରି ଅଙ୍କୁଶ ବୀଜ କହିବା ତୋତେ

 

ଯାହା ବୁଝିଲେ ତୁ ଯିବୁ ପରତେ।

 

ପରାପର ବୀଜ ଶଷ ଦୂତିକା

 

ରମା ବୀଜ ଗୁରୁନାମ ରାଧିକା

 

ମନ ହୋ

 

କାମ ବୀଜଟି କୃଷ୍ଣ

 

ଏହା ଭାବି ତୁହି ହେବୁ ହୋ ତୁଷ୍ଟ।

।୫।

 

 

ଆଉରି କଥାଏ ଶୂଣ ହୋ ମନ

 

ଲଳିତା କୁଣ୍ଡରେ କର ସ୍ରାହାନ।

 

ରମା ବୀଜ ଗୋଟି ଭଜନ କର

 

ପ୍ରେମ ରୂପା ଦେଖ କୃଷ୍ଣ ସଙ୍ଗର

 

ମନ ହୋ

 

ରବି ରାହାସ ଲୀଳା

 

ରଙ୍ଗା ଶାମଳା କମଳା ବିମଳା।

।୬।

 

 

ଏ ରୂପେ ଯେବେ ତୁ ପାଇବୁ ଭେଟ

 

ଫିଟି ଯିବ ତୋର ଭବ ସଙ୍କଟ।

 

ଭକ୍ତ ଜନେ ତୋତେ ନେବେ କଢାଇ

 

ପୁଷ୍ୟବିମାନେ ପାହାରି ଖଟାଇ।

 

ମନ ହୋ

 

ବଇକୁଣ୍ଠକୁ ବୋଲି

 

ଅଚ୍ୟୁତ ଦାସ ଯେ ଏରୂପ ଭାଳି।

।୭।

 

ନଅ

ମନ ହୋ!

ଠୁଳ ହୋଇ ଶୂନ୍ୟ ରୂପ ପାଇଲା।

ଠୁଳ ଶୂନ୍ୟରୁ ଉଂକାର ଜନ୍ମିଲା। ଘୋଷା

 

ଆକାର ଉକାର ଏକାର ଘେନି

 

ଏମନ୍ତ ହୋଇ ଆତ୍ମା ପଞ୍ଚୁ ବର୍ଣ୍ଣି।

।୧।

ମନ ହୋ। ଅଣ ଅକ୍ଷର ଅଛି

 

ଅଣ ଅକ୍ଷରରେ ସର୍ବ ପୂରିଛି।

।୨।

 

 

ତ୍ରିବେଣୀ ତ୍ରିକୁଟ ଆଡ଼କୁ ଅନା

 

ସେହି ପରେ ବାଟ ଫିଟିଛି ସିନା।

।୩।

ଅର୍ଧମାତ୍ରା ତହିଂ ଉପରେ ଗାର

 

ଗାର ଗିରା ସିନା ତଥି ଭିତର।

।୪।

 

 

ସିଧିରସ୍ଥ ବୋଲି ଚାରି ଦୁଆର

 

ଅଷ୍ଟ ରତ୍ନ ଥମ୍ଭ ଲାଗି ସେଠାର।

।୫।

ତିନି ତିହୁଡ଼ି ତ୍ରିକୂଟର ଥାନ

 

ଦୀନ ଅଚ୍ୟୁତି ଲଗାଇଛି ଧ୍ୟାନ।

।୬।

 

ଦଶ

ମନ ହୋ! ଯହିଂ ତାଟି ମୁକୁତୀ

ଭଲା ସୂତ୍ର କରି ଗଢିଛ ଧାତା।ଘୋଷା

 

ମାଟି ଘରକୁ ପବନ ଦୁଆରୀ

 

ତହିଂ ବସିଅଛି ସୁବୁଦ୍ଧି ଶାରୀ।

।୧।

ବୋଲଇ ରାମ ମୁକୁନ୍ଦ ମୁରାରି

 

ଚାରି ଦେବତାର ପାଦରୁ ଛରି।

।୨।

 

 

ମାଟି ଘର ଭାଙ୍ଗି ଧୂଳିରେ ମିଶେ

 

ମନପବନ କଉଂ ଘରେ ପଶେ।

।୩।

ଶୁଣିମା ସୁଜନେ ରସ କାହାଣୀ

 

ଘର ଛାଡ଼ିଗଲା ଶୂନ୍ୟ ପରାଣୀ।

।୪।

 

 

ନିରାମ ତୋଟାରେ ଲାଗିଛି ଝାଡ଼

 

ତହିଂ ତେଣ୍ଡାଳି ତେଣ୍ଡେ ଧୀର ଧୀର।

।୫।

କଦମ୍ବ ଗଛର ଏ ଚାରି ଡାଳ

 

ଉର୍ମ ଧୂର୍ମ ଜୋତି ଜ୍ୱାଳା ସେଠାର।

।୬।

 

 

ତିନି ତିହୁଡ଼ି ତ୍ରିବେଣୀ ତ୍ରିବେଣୀ ତ୍ରିକୂଟ

 

ସେହି ସଳଖେ ଆକାଶକୁ ବାଟ।

।୭।

ମନୁରାୟେ ପଦ୍ମପାଦରେ ଚିତ

 

ହେତୁ କହିଲା ପାମର ଅଚ୍ୟୁତ।

।୮।

 

ଏଗାର

ମନ ହୋ। ଶୂନ୍ୟ ଲୀଳା ହୋଇଲା

 

ଶୂନ୍ୟରୁ ସିନା ଉଂକାର ଜନ୍ମିଲା।

।୧।

ହଂ କ୍ଷଂ ବୋଲି ଯଉଂ ଶ୍ୱେତ ନୟନ

 

ଯୋଗମାୟାକୁ ସେ ସଙ୍ଗେ ଘେନିଣ।

।୨।

ବିରାଟ ଅଙ୍ଗେ ଯେ ତ୍ରିବେଣୀ ଧାର

 

ସକାର ମକାର ତିନି ହେଂ ସାର।

।୩।

ଅଛପା ଅକ୍ଷର କହିଲେ ସରି

 

ନିରଞ୍ଜନ ବକତା କୃପା କରି।

।୪।

ଆହେ ସୁଜନ ଜନ୍ମ କର ସୁଫଳ

 

ସତ ଶାନ୍ତି ଦୟା କ୍ଷମାଟି ପାଳ।

।୫।

ଗଙ୍ଗା ସ୍ରାନ ଫଳ ହେବ ପ୍ରାପତ

 

ହେଜି କହଇ ସେ ଦୀନ ଅଚ୍ୟୁତ।

।୬।

ସତ ନ କହିଲେ ସିନା ଅଗାଡ଼ି

 

ଅଗାଡ଼ିକି ବୀଜ ହେବ ବାହୁଡ଼ି।

।୭।

ମନ କର୍ଣ୍ଣେ ଶୁଣି ସତ ହୋଇଲେ

 

ଯମୂନା ସ୍ରାନ ଫଳ ପାଇ ଭଲେ।

।୮।

 

 

ଶାନ୍ତ ନୋହି ଯେବେ ହିଂସନ୍ତି ଜୀବ

 

ନିଶ୍ଚୟେ ଶ୍ୱାନ ଯୋନି ସେ ଲଭିବ।

।୯।

ସେରେ ଅରଜି ମୁଠିଏ ଯେ ଦେବ

 

କ୍ଷୀର ସୋମଦ୍ରର ଫଳହିଂ ପାଇବ।

।୧୦।

 

 

ମଲେଣ ଭଗତି ସୁଗତି ପାଇ

 

ବ୍ରତ ତୀର୍ଥ ଫଳ ସାରଟି ଏହି।

।୧୧।

ନିରେଖ ଜନ ଦୋଷମାନ ପୁଣି

 

କ୍ଷମା କରନ୍ତି ସୁଖେ ଯଉଂ ପ୍ରାଣୀ।

।୧୨।

 

 

ସେ ଜନ ନିତ୍ୟ ସ୍ଥଳେ ହୋନ୍ତି ଦାସ

 

ମନିଷ୍ୟ ମଧ୍ୟେ ବୀଜ ଚାରି ଅଂଶ।

।୧୩।

କ୍ଷମା ସାଗର ସତୀ ତୀର୍ଥ ଧର

 

ତୀର୍ଥ ବ୍ରତକରି ଭୁଲି ନ ମର।

।୧୪।

 

 

ଏହି ତୀର୍ଥ କରି ତୀର୍ଥକୁ ଗଲେ

 

ଗୃହ ଅରଣ୍ୟେ ଗତି ପାଇ ଭଲେ।

।୧୫।

ଅଣାକ୍ଷର ବିନ୍ଦୁ ଅନାମ ହୋଏ

 

ହକାର ବିନ୍ଦୁ ନାମ ପ୍ରକାଶାଏ।

।୧୬।

 

 

ଉଂକାର ବିନ୍ଦୁରୁ ନାମ ପ୍ରକାଶ

 

ହରେ ରାମ କୃଷ୍ଣ ଏ ତିନି ଅଂଶ।

।୧୭।

ନାସିକା ଦ୍ୱାରେ ପବନ ଉଜାଣି

 

ଚଛୁ ତ୍ରିକୂଟେ ନାମ ଜପ ପୁଣି।

।୧୮।

 

 

ଦୁଇରେ ଏକ ଦେଇଣ ଭଜିବ

 

ଷୋଡ଼ଶ ଗୁରୁ ମନ୍ତ୍ର କୁହିଂ ହେବ।

।୧୯।

ନାମ ଅନାମ ନିଶ୍ଚି ଦିନେ ଘୋଷ

 

ନାମର କଥା ଏମନ୍ତ ପ୍ରକାଶ।

।୨୦।

 

 

ନାମ ଅନାମ ମନ୍ତ୍ରମାନ ପୁଣ

 

ସୁସାଧୁ ଚରଣେ ପୁଛ ଯତନ।

।୨୧।

ନାମ ପରେଣ ଅନାମକୁ ଲୟେ

 

ସୁସାଧୁ ଜନ ତା କରିଛି ଥୟେ।

।୨୨।

 

 

ଝଟକ ବିଜୁଳି ସୁଅର୍ଣ୍ଣ ସେହୁ

 

ସୂର୍ଯ୍ୟର ତେଜ ଅଟେ ଦାଉ ଦାଉ।

।୨୩।

ଚଉଷଠୀ ବୀଜ ମନ୍ତ୍ର ଓଂକାର

 

ଗୋପାଳ ମନ୍ତ୍ର ଷୋଳ ନାମ ସାର।

।୨୪।

 

 

 

 

ହରେ ରାମ କୃଷ୍ଣ କାମ ଗାୟିତ୍ରୀ

 

ରାଧାକୃଷ୍ଣ ମନ୍ତ୍ର ପ୍ରାଣୀ ଚିନ୍ତନ୍ତି।

।୨୫।

ଏକାକ୍ଷର ଅଣାକ୍ଷର ବିଚାର

 

ଗୋପାଳ ମନ୍ତ୍ର ଷୋଳ ନାମ ଧର।

।୨୬।

 

 

ଅଣାକ୍ଷର ମନ୍ତ୍ର ଜାଣେ ଯେ ଭକ୍ତ

 

ଜନ୍ମର ପାକ ବୀଜ ସେ ଅନନ୍ତ।

।୨୭।

ଅଣାକ୍ଷର ଜପ୍ତି ଶରଣ ପଶ

 

ଗୀତରେ ଭଣିଲେ ଅଚ୍ୟୁତ ଦାସ।

।୨୮।

 

ବାର

ସଖି ଗୋ ! ଜନ୍ମ କରି ସୁଫଳ

ସତ୍ୟ ଶାନ୍ତି ଦୟା କ୍ଷମାଟି ପାଳ। ଘୋଷା।

 

ଧରିଥିବ ଏକା ମନକୁ ଲୟେ ହେତୁରେ କରି।

 

ଅନହତ ଧ୍ୱନି ଜାଗିଣ ଅଣକ୍ଷର ସୁମରି।

।୧।

ଶ୍ୱେତ ରଙ୍ଗା କଳା କୁଙ୍କୁମ ସେ ଶ୍ୟାମଳ ସୋରୂପ।

 

ଏହ ପାଞ୍ଚକଳା ଧ୍ୟାୟିଣ ଖଣ୍ଡ ଏ ଭବ ତାପ।

।୨।

 

 

କ୍ଷଣେ ଦଣ୍ଡେ ନିଶି ଦିବସେ ହେତୁ ଦେଇଣ ଥିବ।

 

ଓମତି ଅର୍ଦ୍ଧମାତ୍ରା ପରେ କାମକଳା ସାଧିବ।

।୩।

ଅକାର ଉକାର ମକାର ତିନିରୂପ ପ୍ରମାଣ।

 

ଅଚ୍ୟୁତ ଦାସ ଯେ ଭଣଇ ଜାଣି ଅଜପା ଗୁଣ।

।୪।

 

 

ମନ ପବନ ଯେ ସହଜେ ନ ଗମଇ ଯହିଂକି

 

ସଖିଗଣମାନେ ଧିଆନ ରଖିଥାଅ ତହିଂକି।

।୫।

ଅଖଣ୍ଡ ଅଶେଷ ସୋରୂପେ ଶୂନ୍ୟ ରାହାସ ଯହିଂ।

 

ହେତୁକର ସଖି ଅମନ ଭୁବନ ସେ ଅଟଇ।

।୬।

 

 

ସେହି ଭୁବନେ ଦେଉଳ ଗୋଟା ହୋଇଛି ନିର୍ମାଣ

 

ତହିଂର ମଧ୍ୟରେ ବିଜଏ ପ୍ରଭୁ ଶ୍ରୀ ନାରାୟେଣ।

।୭।

ଅପୁଜା ଦେବତା ଭଜନେ ସିନା ସବୁରି ଆଶ

 

ଶ୍ରୀ ହରି ଚରଣେ ଆଶ୍ରୟ ଦୀନ ଅଚ୍ୟୁତି ଦାସ।

।୮।

 

ଠୁଳଶୂନ୍ୟ ରାସ

ଠୁଳ ଶୂନ୍ୟ ରାସ ଲେଖ୍ନ

ଓଂ ଶୂନ୍ୟ ଶୂନ୍ୟ ମହାଶୂନ୍ୟ

ଶୂନ୍ୟ ମଧ୍ୟେ ନିରାକାର।

ଓଂ ନିରାକାର ଅଣାକାର

ଜଗନ୍ନାଥ ନମୋନମଃ।

 

ପ୍ରଥମ ଅଧ୍ୟାୟ

କହନ୍ତି କିଶୋରୀ ଦୂତୀକି ଚାହିଂ

 

ଖଟାଅ ମନକୁ ଅମନେ ନେଇ।

 

ଦୂତୀ ଗୋ

 

ଗିରି ପଛିମ ଦିଗେ

 

ଘର କରିଅଛି ଗଗନ ମାର୍ଗେ।

।୧।

 

 

ଅମନ ମନ୍ଦିରେ କରିଛି ବାସ

 

ଚାରିଖାନି ଲୋକ ତହିଂ ପ୍ରବେଶ।

 

ଦୂତୀ ଗୋ

 

ଛଡ଼ଚକ୍ର ଉପରେ

 

ଜ୍ୟୋତି ଜଳୁଅଛି ଶୂନ୍ୟ ମନ୍ଦିରେ।

।୨।

 

 

ଝଟକ ବିଜୁଳୀ ପରାଏ ଦେଖ

 

ନବଘନ ରୂପ ତହିଂ ନିରେଖ।

 

ଦୂତୀ ଗୋ

 

ଟାକି ବସ ନିରତେ

 

ଠୁଳ ଶୂନ୍ୟ ରୂପ ଦେଖିବୁ ନେତ୍ରେ।

।୩।

 

 

ଡୋଳାକୁ ତୋହୋର ରଖ ଖଞ୍ଜାଇ

 

ଢାଙ୍କୁଣି ଯେମନ୍ତେ ପାତନା ନୋହି।

 

ଦୂତୀ ଗୋ

 

ଅନୁସରିଣ ଥିବୁ

 

ତରଛ ନ ହୋଇ ଥିର ରଖିବୁ।

।୪।

 

 

ଥୟେ କରିଥିବୁ ମନ ପବନ

 

ଦିଉଧା ୟେମନ୍ତେ ନୋହିବ ମନ

 

ଦୂତୀ ଗୋ

 

ଧ୍ୟାନ ଟଳିବ ନାହିଂ

 

ନୟନେ ଦେଖିବୁ କଳା କହ୍ନାଇ।

।୫।

 

 

ପୀତ ବରନ ପରି ରୂପରାଜି

 

ଫୁଲ ମଧ୍ୟରେ କେଶର ବିରାଜି।

 

ଦୂତୀ ଗୋ

 

ବଙ୍କୁନାଳ ଉପରେ

 

ଭୂରୁ ସ୍ଥାନେ ଦୃଷ୍ଟି ରଖ ତୁ ଥିରେ।

।୬।

 

 

ମାନ ସରୋବରେ ଖେଳୁଛି ହଂସ

 

ଯତନ କରି ବାନ୍ଧ ପ୍ରେମଫାଶ।

 

ଦୂତୀ ଗୋ

 

ରଖିଥିବୁ ମନରେ

 

ଲହରୀ ଉଜାଣି ବାଇକୁ ଧୀରେ।

।୭।

 

 

ବହନ୍ତା ନଦୀକୁ କର ବନ୍ଧନ

 

ଶିଶୁବେଦ ପରେ ତାଙ୍କ ଆସନ।

 

ଦୂତୀ ଗୋ

 

ଶୂନ୍ୟେ ଅରୁପାନନ୍ଦ

 

ଶୂନ୍ୟେ ଉଇଂଅଛି ପୂର୍ଣ୍ଣିମା ଚାନ୍ଦ।

।୮।

 

 

ହଜ ସହଜ ସମାଧି ଯୋଗରେ

 

କ୍ଷିତି ପରି ସବୁ ସହିବୁ ଧୀରେ।

 

ଦୂତୀ ଗୋ

 

କ୍ଷମାନିଧି ପୟେର

 

କ୍ଷୁଦ୍ରମତି ଅଚ୍ୟୁତକୁ ଉଧର।

।୯।

ଇତି ଶ୍ରୀ ଠୁଳଶୂନ୍ୟ ରାସ ପ୍ରଥମୋଽଧ୍ୟାୟଃ।

 

ଦ୍ୱିତୀୟ ଅଧ୍ୟାୟ

କାଳିନ୍ଦୀ କୂଳେ କଦମ୍ବର ମୂଳେ

 

କଳା ପୁରୁଷେକ ଦେଖିଲି ଡୋଳେ।

 

କ୍ଷୁଦ୍ର ବଛା ପଲ ଘେନି ସଙ୍ଗର

 

ଖେଦି ଚରାବନ୍ତି କୁଂଜ ବନର।

 

ସହୀ ଗୋ

 

ଗ୍ୟାନ ଚୁମ୍ବିଲେ ଯାଇ

 

ଗୁପତେ ପରମ ଲୀଳା କରଇ।

।୧।

 

 

ଘଟ ଦେବତା ଘଟରେ ଗୁପତ

 

ଘୋଟି ରହିଛନ୍ତି ଜଗତ ଯାକ।

 

ଉଦୟେ ହୋଇଛି ଦେଖିଲି ସହୀ

 

ଭଜାଣି ମିଶାଇ ତୋଳିବା ବାଇ

 

ସହୀ ଗୋ

 

ଚତୁର ସେ ନାଗର

 

ଚତୁରୀମାନଙ୍କ ହୃଦ ମଧ୍ୟର।

।୨।

 

 

ଛ ଛନ୍ଦେ ଛଡ଼ ଅଇରିରେ ବାସ

 

ଛନ୍ଦପଦ ପାଦେ ଶରଣ ପଶ।

 

ଯୋଗେ ଜପ ତପ ଅଟନ୍ତି ସେହି

 

ଜାଗି ପାରିଲେ ଜନ୍ମ ମୃତ୍ୟୁ ନାହିଂ।

 

ସହୀ ଗୋ

 

ଝରୁଅଛି ଅମୃତ

 

ଝରି ପଡୁ୍ଅଛି ଈଶ୍ୱର ମାଥ।

।୩।

ନିଗମ କଦମ୍ବ ମୂଳରେ ହରି

 

ନାଚନ୍ତି ତ୍ରିଭଙ୍ଗେ ମୁରଲୀ ଧରି।

 

ଟାକି ଶ୍ରୀମୁଖକୁ ଗୋପାଳେ ଚାହିଂ

 

ଟେକି ବଂଶୀଧ୍ୱନି ସୁମନେ ବାଇ।

 

ସହୀ ଗୋ

 

ଠାକୁରଙ୍କ ଚରଣ

 

ଠିକେ ଅଚ୍ୟୁତ ପଶଇ ଶରଣ।

।୪।

ଡ଼ମ୍ବରୁଧର ପରେ ନିରଜଂନ

 

ଡ଼ୋଳା ଭିତରେ ହୋଇଛନ୍ତି ଲୀନ।

 

ଢାଙ୍କୁଣି ଫିଟାଇ ତୁ ତୋତେ ଦେଖ

 

ଢଳ ଢଳ ଦିଶେ ସେ ପଦ୍ମ ମୁଖ।

 

ସହୀ ଗୋ

 

ଅଣ ଆୟତ ମନ

 

ଅଣାକାର ବୋଲି ହେତୁରେ ଘେନ।

।୫।

 

 

ତରଳି ପାରିଲେ ତୁ ତୋତେ ଧର

 

ତିନି ପୁରେ ନାହିଂ ଏଡ଼େ ସୁନ୍ଦର।

 

ଥକାଅ ମନ ଅନହତେ ନେଇ

 

ଥକା ଘର ଭାଙ୍ଗିଯିବ ପଳାଇ।

 

ସହୀ ଗୋ

 

ଦଶ ଦୁଆର ଭାବ

 

ଦେବତାୟେ ଜଗି ରହିଛି ଶିବ।

।୬।

 

 

ଧ୍ରୁବ ଯଉଂ ପଦ୍ମପାଦ ଚିନ୍ତିଲା

 

ଧ୍ରୁବ ମଣ୍ଡୋଳ ପରେ ବିହରିଲା।

 

ନିର୍ମଳ ଯୋଗ ସାଧନହିଂ କର

 

ନାମ ଅମୃତ ପାନେ ଅଜ୍ରାମର।

 

ସହୀ ଗୋ

 

ପରମ ସେ କାରଣ

 

ପରାପର ନାହିଂ ସର୍ବ ଘଟେଣ।

।୭।

 

 

ଫୁରୁଣା ହୋଇ ଫୁଙ୍କାବନ୍ଧେ ପଶ

 

ଫୁଟିଣ ପଦ୍ମ ପ୍ରକଟଇ ବାସ।

 

ବାରଣ ଘେନି ସୁମନେ ଚାହିଂଲେ

 

ବାସନା ଘେନି ଥକାରେ ମିଶିଲେ।

 

ସହୀ ଗୋ

 

ଭଙ୍ଗିମା ସେ ଚରଣ।

।୮।

 

 

ଭୃତ୍ୟ ଅଚ୍ୟୁତି ପଶଇ ଶରଣ

 

ମନ ସାଥେ ପ୍ରୀତି କର ମିତଣି

 

ମନ ଆୟତେ କୃଷ୍ଣ ଗୁଣ ଗୁଣି।

 

ଜଗତ ଜୀବନ ଯଶୋଦା ସୁତ

 

ଳୀବ ପରମ କରିଛି ୟେକତ୍।

 

ସହୀ ଗୋ

 

ରାସ ବୃକ୍ଷ ମୂଳର

 

ରହିଛି ତ୍ରିଭଙ୍ଗୀ ଛନ୍ଦାପୟର।

।୯।

 

 

ଲହରୀ ଉଜାଣି ଭିତରେ ପଶ

 

ଲଏ ଲଗାଇ ୟେକାକାରେ ମିଶ।

 

ବୁଡ଼ି ଜଳ ଘଟେ ରହିଛି ମୀନ

 

ବଳ ଆହୁରି ବସିଚି ଗଗନ।

 

ସହୀ ଗୋ

 

ଶ୍ରୀୟା ଦେବୀ ଚରଣ

 

ଶରଣ ପଶି ଯୋଗଭକ୍ତି ଘେନ।

୧୦।

 

 

 

 

ସାମ ବେଦଟି ରତ୍ନ ସିଙ୍ଘାସନ

 

ସସ୍ର ଦଳରେ ବିଜେ ଭଗବାନ।

 

ସାମ ଋକ ଯଜୁ ଅଥର୍ବ ଚାରି

 

ସିଂଘାସନକୁ ଅଛନ୍ତି ଆବୁରି।

 

ସହୀ ଗୋ

 

ହେମ ମଣ୍ଡୋଳଂ ନୀଳ

 

ହେତୁରେ ଦେଖିଲି ସେ ଜଗହୀଳ।

।୧୧।

 

 

କ୍ଷିତି ମଧ୍ୟରେ ଦେଖିଲି ସୁନ୍ଦର

 

ଛପନ କୋଟି ଜୀବର ଠାକୁର।

 

ଛାଇ ପ୍ରାଏ ସର୍ବ ଘଟରେ ଥାଇ

 

କ୍ଷିତି ମଧ୍ୟରେ ଜନମ ଲଭଇ

 

ସହୀ ଗୋ

 

କ୍ଷମାନିଧି ଚରଣ

 

କ୍ଷୁଦ୍ରବୁଦ୍ଧି ଅଚ୍ୟୁତି ଯେ ଶରଣ।

।୧୨।

ଇତିଶ୍ରୀ ଠୁଳଶୂନ୍ୟ ରାସ ଦ୍ୱିତୀୟୋଽଧ୍ୟାୟଃ।

 

ରାହାସ ଖଣ୍ଡ

ତୃତୀୟ ଅଧ୍ୟାୟ

କହେ ରାଈ ଦୂତୀ ଶୁଣ ମିତଣି

 

କଦମ୍ବ ମୂଳରେ ମୁରଲୀ ପାଣି।

 

ଦୂତୀ ଗୋ !

 

କାହ୍ନୁ କେଡେ ସୁନ୍ଦର

 

କୃଷ୍ଣ କଳ୍ପତରୁ ନବ ଅଙ୍କୁର।

।୧।

 

 

ଖୀନ ନାଳ ପରେ ତ୍ରିଭଙ୍ଗୀ ଠାଣି

 

ଖଞ୍ଜନ ନେତ୍ର ତା ବାଙ୍କ ଚାହାଣୀ।

 

ଦୂତୀ ଗୋ !

 

ଖେଦ ବଳିଲା ମୋର

 

ଖରେ ବିନ୍ଧୁଅଛି ମଦନ ଶର।

।୨।

 

 

ଗୋପୀ ଗୋପାଳ ଗୋବଛା ସହିତେ

 

ଗୋଲାହାଟ ପରି ଲାଗୁଛି ମୋତେ।

 

ଦୂତୀ ଗୋ

 

ଗ୍ୟାଂନ ବଳିଲା ମୋର

 

ଗୋବିନ୍ଦଙ୍କୁ ଦେଖି ଚିତ୍ତ ଅଥିର।

।୩।

 

 

ଘନ ଘନ କରି ବାଆନ୍ତି ବେନୁ

 

ଘାରି ହୋଇଲାଣି ମୋହୋର ତନୁ।

 

ଦୂତୀ ଗୋ

 

ଘରେ ନ ରହେ ଚିତ

 

ଘନ ଶ୍ୟାମଳିଆ ବାଇ କଲେତ!

।୪।

 

 

ଉଲଟ କଦମ୍ବ ମୂଳେ ବିଜଏ

 

ଉଚ୍ଚାରି ମୂରଲୀ କି ରଙ୍ଗେ ବାଏ।

 

ଦୂତୀ ଗୋ

 

ଅନୁସରୀ ଭାବନା

 

ଅନୁପମ ଜଳ ତହିଂ ମିଶାନା।

।୫।

 

 

ଚିତାକୁ ଦେଖିଣ ଚିତ ଅଥିର

 

ଚେତନା ହଜିଲା ସହଜ ଘର।

 

ଦୂତୀ ଗୋ

 

ଚିତ୍ର ନେତ୍ର ପ୍ରତିମା

 

ଚତୁରୀ ଚିତ୍ତ କୁମୁଦ ଚନ୍ଦ୍ରମା।

।୬।

 

 

ଛଡ଼ଚକ୍ର ପରେ ଛଇଳବର

 

ଛଛନ୍ଦେ ହୋଇଛି ଛାଇ ଆକାର।

 

ଦୂତୀ ଗୋ!

 

ଛନ୍ଦ ମୂରଲୀ ସିନା

 

ଛନ୍ଦ ଭିତରେ ଅବାଡ଼ ପ୍ରତିମା।

।୭।

 

 

ଜଗତ ଜୀବନ ଯଶୋଦାନନ୍ଦ

 

ଯୁବା ଯୁବତୀଙ୍କ ମୋହନ ଫାନ୍ଦ।

 

ଦୂତୀ ଗୋ

 

ଯିବା ଆସିବା ହେଜ

 

ଜଗୁ ଜୀବନ ମୋ ପରାଣ ନିଜ।

।୮।

 

 

ଝର ଶିଖେ ହର ହେଲେ ପ୍ରସନ୍ନ

 

ଝାସି ସୁଧାସିନ୍ଧୁ କର ଦ୍ରଶନ

 

ଦୂତୀ ଗୋ!

 

ଝଟ ଝଟ ଶ୍ରୀମୁଖ

 

ଝାସି ସୁଧାସିନ୍ଧୁ ଲଭିବା ସୁଖ।

।୯।

 

 

ନବଘନ ତନୁ ଶାମଳ ସାଜେ

 

ନୀପ ବଟମୂଳେ କରିଛି ବିଜେ।

 

ଦୁତୀ ଗୋ !

 

ନବ ନବ ମୂରତି

 

ନବ ଅନୁରାଗେ ବଳାଅ ମତି।

।୧୦।

 

 

ଟେକି ବାନ୍ଧିଥାନ୍ତି ମୋହନ ଚୂଳ

 

ଟାକି ପତିବରତାଏ ବେଭୋଳ।

 

ଦୂତୀ ଗୋ !

 

ଟାଣ ରହିବ ନାହିଂ

 

ଟେକି ଟେକି ବାନ୍ଧି ତ୍ରିବେଣୀ ନଈ।

।୧୧।

 

 

ଠୁଳ ଶୂନ୍ୟ ପରେ ନିତ୍ୟ ରାହାସ

 

ଠିକେ ରାଧା ଦୁତୀ ସେ ପାଦେ ରସ।

 

ଦୂତୀ ଗୋ!

 

ଠାରେ ଗୁରୁ ରାଧିକା

 

ଠିକେ ବଳରାମ ଭାବେ ଦୂତିକା।

।୧୨।

 

 

ଡାକି ପ୍ରାଣଧନ କହୁଛି ତୋତେ

 

ଡୋଳାକୁ ଡୋଳା ମଜ୍ଜାଅ ତୁରିତେ।

 

ଦୂତୀ ଗୋ!

 

ଡୋଳା ମୁରଲୀ ତାର

 

ଡେରି ଶ୍ରୁତିପଥ ଶବଦ ବାର।

।୧୩।

 

 

ଢେଉକୁ ନିଶ୍ଚଳ କର ତୁ ମନ

 

ଢଳ ଢଳ ଦିଶେ ବଶୀବଦନ।

 

ଦୂତୀ ଗୋ!

 

ଢାଳେ ମୂରୁଛି ନୋହି

 

ବେଢ଼ି କରିଅଛି କଳା କହ୍ନାଇ।

।୧୪।

 

 

ଅଣସର ଘରେ ଗଙ୍ଗା ଯମୂନା

 

ଅନୁପମ ଜଳ ତିଳେ ମିଶେନା।

 

ଦୂତୀ ଗୋ!

 

ଅନୁସରି ଭାବନା

 

ଅପୂର୍ବ ସୁନ୍ଦର ସେ ନନ୍ଦ କହ୍ନା।

।୧୫।

 

 

ତାଳୁପରେ ଦେଖ ତ୍ରିଭଙ୍ଗ ଚୂଳ

 

ତରୁଣ ଅରୁଣ ଚରଣ ତଳ।

 

ଦୂତୀ ଗୋ!

 

ତ୍ରିଭଙ୍ଗୀମା ତା ଠାଣି

 

ତରଳ ଦେଖି ସେ ନବ କାମେନୀ।

।୧୬।

 

 

ଥିରେ ବଂଶୀ ଧୁନି ପାଇଲେ ଭେଟ

 

ଥମ୍ଭନ ମୋହନ ବଶ୍ୟ ଭଜାଟ।

 

ଦୂତୀ ଗୋ!

 

ଥୟ ନୁହଇ ଚିତ

 

ଥୋଇଲା ଧନ ପାଶୋରିଛି ମୁଂତ।

।୧୭।

 

 

ଦୟା ଧର୍ମ ସତ୍ୟ ଶାନ୍ତିକି ଘେନ

 

ଦୟାନିଧି ଠାବେ ମଜ୍ଜାଅ ମନ।

 

ଦୂତୀ ଗୋ !

 

ଦେଖ ଦିବ୍ୟ ମୁରୁତି

 

ଦେବଦେବୀ ହର ଶ୍ରୀ କୃଷ୍ଣ ମୁର୍ତ୍ତି।

।୧୮।

 

 

ଧନ ଯଉବନ ନୁହଇ ଚିର

 

ଧରଣୀ ମଧ୍ୟେ କୃଷ୍ଣଭକ୍ତି ସାର।

 

ଦୂତୀ ଗୋ!

 

ଧ୍ରୁବ ଏ ବାକ୍ୟ ସିନା

 

ଧନ୍ୟ ଲୀଳା ଭୁମି ପୂର୍ବ ବାସନା।

।୧୯।

 

 

ନବଘନ ନୂଆ ପୀରତି ଭାବ

 

ନବ ପଞ୍ଚ ପୁରେ ଅତି ଦୁର୍ଲଭ।

 

ଦୂତୀ ଗୋ!

 

ନବ ନବ ମୁରୁତି

 

ନବ ଅନୁରାଗେ ବଳାଅ ମତି।

।୨୦।

 

 

ପରମ ପୀୟୁଷ ଖାଇଣ ଭୋଳା

 

ପର ପୀରତିରେ ପରମ ମିଳା।

 

ଦୂତୀ ଗୋ!

 

ପର ରଜ ବିଚାର

 

ପୀରତି କୀରତି ସଂସାରେ ସାର।

।୨୧।

 

 

ଫୁଲ ଚିହ୍ନି ପ୍ରୀତି କର ଗୋ ସହୀ

 

ଫୁଲ ମକରନ୍ଦେ ଭ୍ରମର ବାଇ।

 

ଦୂତୀ ଗୋ!

 

ଫୁଲ ମଧ୍ୟରେ ବାସ

 

ଫୁଲମାଳିଆ ପାଦେ କର ଆଶ।

।୨୨।

 

 

ବାର ବାର କରି କହୁଛି ସହୀ

 

ବାର ବାର ବାରେ ରଖ ତୁ ନେଇ।

 

ଦୂତୀ ଗୋ!

 

ବାର ସଙ୍ଗତେ ଚାରି

 

ବଂଶୀଧରଙ୍କୁ ଭାବେ ବଶ୍ୟ କରି।

।୨୩।

 

 

ଭାବରେ ବଶ୍ୟ ସେ ଭାବରେ ବାଇ

 

ଭୃଙ୍ଗ ଯେହ୍ନେକ ମଧୁକୁ ଚୁମ୍ବଇ।

 

ଦୂତୀ ଗୋ !

 

ଭାବ ନେତ୍ରପଥକୁ

 

ଭାବେ ଭଜିବାକ ଜୀବ ତାହାକୁ।

।୨୪।

 

 

ମନେ ମନ କରି ମଜାଅ ମନ

 

ମନ ପୀରତିରେ ମନ ମୋହନ।

 

ଦୂତୀ ଗୋ !

 

ମନେ ମନ ମଂଜାଅ

 

ମନ ମାନସିକେ ସେବା ଲଗାଅ।

।୨୫।

 

 

ଯମୂନା କୂଳେ ବଂଶୀବଟ ମୂଳେ

 

ଜାତି କୁସୁମ ନିକୁଞ୍ଜ ଗହଳେ।

 

ଦୂତୀ ଗୋ!

 

ଜପ ଲୟ ସତ୍ୱରେ

 

ଜାଗି ଭେଟ ତାକୁ ଜୋତି ଭିତରେ।

।୨୬।

 

 

ରସେ ରସିକ ରସ ଖାଇ ଭୋଳ

 

ରସ ଅଟେ ଯୋଗ ମୃଦଙ୍ଗ ତାଳ।

 

ଦୂତୀ ଗୋ!

 

ରସ କଉତୁକରେ

 

ରସବତୀ ବେଢ଼ି ଚଉପାଶରେ।

।୨୭।

 

 

ଲଳିତା ବିଶାଖା ରସି ଆବେଶେ

 

ଲୟାଙ୍ଗ ଲୀଳାଙ୍ଗ ଭୋଗାଙ୍ଗ ରସେ।

 

ଦୂତୀ ଗୋ!

 

ଲୀଳା ଲାବଣ୍ୟନିଧି

 

ଲୟାଙ୍ଗେ ସାଧିଲେ ଲୀଳାଙ୍ଗେ ସିଧି।

।୨୮।

 

 

ବ୍ରଜରାଜ ସୁତ ସଙ୍ଗେ ବିଜସି

 

ବାମକୁ ତ ବାମା କି ଶୋଭା ଦିଶି।

 

ଦୂତୀ ଗୋ!

 

ତାଙ୍କ ବଂଶୀ ନାଦରେ

 

ବାଜୁଛି ଶବଦ ସିଷୁ ବେଦରେ।

।୨୯।

 

 

ଷୋଳ ସହସ୍ର ଚତୁରାଙ୍ଗ ହୋଇ

 

ସାର ଚାରିଭାଗେ ଚୈାଷଠୀ ହୋଇ।

 

ଦୂତୀ ଗୋ!

 

ସବୁ ବଂଶୀ ନାଦରେ

 

ଶବଦ ଶୁଭଇ ଅନହତରେ।

।୩୦।

 

 

ଶ୍ୟାମସୁନ୍ଦର ଅଭେଦ ପୀରତି

 

ସାତୁକୀ ସେବାରେ ବଳାଅ ମତି।

 

ଦୂତୀ ଗୋ!

 

ସର୍ବେ ନବ ଅବଳା

 

ସମ ସାଧନାରେ ଅତୀଅ ଭୋଳା।

।୩୧।

 

 

ସକଳ ପ୍ରାଣୀଙ୍କ ହୃଦରେ ଥାଇ

 

ସୁଗ୍ୟାଂନୀ ନେତ୍ରକୁ ଏକା ଦିଶଇ।

 

ଦୂତୀ ଗୋ!

 

ସମ ମଣି ସକଳ

 

ସେବା କରିଥାଅ ସଞ୍ଜ ସକାଳ।

।୩୨।

 

 

ହରଷରେ ଯେହୁ ଲଗାଏ ଧ୍ୟାନ

 

ହୃଦ ଦେଶରେ ଲଭଇ ଦ୍ରଶନ।

 

ଦୂତୀ ଗୋ!

 

ହୋମ ଯଜ୍ଞ ସକଳ

 

ହୃଦାନନ୍ଦଙ୍କୁ ନ ଚିହ୍ନି ନିଶ୍ଚଳ।

।୩୩।

 

 

କ୍ଷମାନିଧିଙ୍କ ପାଦେ ଚିତ ତୁଅ

 

କ୍ଷମା କରିବେ ସେ ଦେବାଧିରାୟ।

 

ଦୂତୀ ଗୋ!

 

କ୍ଷଣ ଭାବ ଆଚର

 

କ୍ଷମେ ଅଚ୍ୟୁତି ସେବଇ ପୟର।

।୩୪।

ଇତିଶ୍ରୀ ଠୁଳଶୂନ୍ୟ ରାସ ତୃତୀୟୋଽଧ୍ୟାୟଃ।

 

ଚତୁର୍ଥ ଅଧ୍ୟାୟ

କୁମାର ପୂର୍ଣ୍ଣମୀ ଶରଦ ଚାନ୍ଦ

 

ଉଦେ ହୋଇଅଛି ମହା ଆନନ୍ଦ।

 

କୁମାରୀ ମାନଙ୍କ ଉଛବ ଦିନ

 

ଷୋଳ କଳା ଚନ୍ଦ୍ର ଉଦେ ଗଗନ।

 

ଦୂତୀ ଗୋ !

 

ସର୍ବେ ଗୋପର ବାଳୀ

 

କୃଷ୍ଣଙ୍କୁ ଲୋଡ଼ନ୍ତି ମନରେ ଭାଳି।

।୧।

 

 

ସର୍ବ ଗୋପୀମାନେ ମେଳ ହୋଇଣ

 

ଗଲେ ଶ୍ରୀ ରାଧା ପୁରକୁ ବହନ।

 

ବୋଲନ୍ତି ଆସ ଗୋ ପୁଚି ଖେଳିବା

 

ଚନ୍ଦ୍ରକୁ ଦେଖିଣ ଦୁଖ ହାରିବା।

 

ରାଧେ ଗୋ!

 

ବେଗ ହୋଇଣ ଆସ

 

କୃଷ୍ଣ ନାହାଂନ୍ତି କି ତୁମ୍ଭରି ପାଶ।

।୨।

 

 

ଏକ ଗୋପୀ ବୋଲେ ସଖିଙ୍କୁ ଚାହିଂ

 

ନୋହେ ଷୋଳକଳା ଚନ୍ଦ୍ରମାଦେହୀ।

 

ଏକ କଳା ଗୁପ୍ତେ ୟେହୁ ରଖିଛି

 

କୃଷ୍ଣ ଷୋଳ କଳା କାହିଂ ଲୁଚିଛି।

 

ଦୂତୀ ଗୋ!

 

ତାଙ୍କୁ ମଣାଇ ଆସ

 

କଳା ପୁରୁଷଟି ଢାଳେ ନିରାଶ।

।୩।

ଷୋଳକଳାରେ ସେହୁ ପୂର୍ଣ୍ଣଚନ୍ଦ୍ର

 

ବତ୍ରିଶ କଳାଟି ଗୋପ ଗୋବିନ୍ଦ।

 

ଚଉଷଠୀରେ ତ ସେ ପରିପୂର୍ଣ୍ଣ

 

ଚଉରାଶି ଖେଡ଼ ତାଙ୍କରି ପୁଣ।

 

ଦୂତୀ ଗୋ!

 

ତାଙ୍କୁ ମଣାଇ ଆସ

 

କଳା ପୁରୁଷଟି ଅତି ନିରାଶ।

।୪।

ଚନ୍ଦ୍ର ଷୋଳକଳା ନୋହେ ଗୋ ସହୀ

 

କଳାଏ ଗୁପତେ ରଖିଛି ୟେହି।

 

କୃଷ୍ଣ ଷୋଳକଳା ଅଟେ ଆମ୍ଭର

 

ତାଙ୍କୁ ଦେଖି ଦୁଖ ଯିବ ପାଶୋର।

 

ଦୂତୀ ଗୋ!

 

ତାଙ୍କୁ ମଣାଇ ଆସ

 

କଳା ପୁରୁଷଟି ଗୋପୀଙ୍କ ବଶ।

।୫।

 

 

ଚନ୍ଦ୍ର ଅଙ୍ଗୁଚାରି କାଢିଣ ନିଅ

 

ଦିବାକର ଅଙ୍ଗେ ନେଇ ମିଶାଅ।

 

ଚନ୍ଦ୍ର ବାର ହେଉ ସୂର୍ଯ୍ୟଟି ଷୋଳ

 

ଷୋଳ ପୁର ପରେ ଫୁଟେ କମଳ।

 

ଦୂତୀ ଗୋ !

 

ତାଙ୍କୁ ମଣାଇ ଆସ

 

ଆମ୍ଭେ ଗୋପନାରୀ ସେ ଆମ୍ଭ ଈଶ।

।୬।

 

 

କମଳ ବିମଳ ଫୁଟିଲେ ସହୀ

 

ଘାରି ହେବ ପୁଣ ତାଙ୍କରି ଦେହୀ।

 

ଘର ଛାଡ଼ି ସହୀ କେଣେ ନ ଯିବ

 

ଭାବ ବିନୋଦିଆ କମଳେ ଭାବ।

 

ଦୂତୀ ଗୋ!

 

ତାଙ୍କ ମଣାଇ ଆସ

 

କଳା ପୁରୁଷଟି ନୋହୁ ନିରାଶ।

।୭।

 

 

କଳା ପୁରୁଷ ବେଢ଼ିଛି ବେଢ଼ାରେ

 

ସତ୍ୟ ଶାନ୍ତି ଦୟା କ୍ଷମା ପାଶରେ।

 

ତାଙ୍କୁ ଜଗିଥାନ୍ତି କେତେ ଦୁଆରୀ

 

ଆଣିବ କେ ତାଙ୍କୁ ସଖ୍ୟ କାହାରି।

 

ରାଧେ ଗୋ!

 

ତୁମ୍ଭେ ତାଙ୍କୁ ଦେଖିଛ

 

ଜୋତି କଳା ଘେନି ଘୋଡ଼ାଇ ଅଛ।

।୮।

 

 

ଅର୍ଧ ଚନ୍ଦ୍ରମାୟେ ତୁମ୍ଭେ ଗୋ ସହୀ

 

ବିନ୍ଦୁ ପ୍ରତିମା ଯେ କୃଷ୍ଣ ବୋଲାଇ।

 

ଅବାଡ଼ ମୂରତି ତୁମ୍ଭେ ଯହିଂରେ

 

କଉଂ ପଥେ ଯିବି ମୁହିଂ ତହିଂରେ।

 

ରାଧେ ଗୋ !

 

ତୁମ୍ଭେ ସାଖ୍ୟାନ୍ତେ ଦେଖ

 

ରାଧା କୁଚ ପରେ ନିତ୍ୟ ଗୋଲକ।

।୯।

 

 

ରାଧା କୁଚ ପରେ କୁଞ୍ଜବେହାରୀ

 

ବିଜେ କରିଛନ୍ତି ମୁରଲୀ ଧରି।

 

ଦ୍ୱାଦଶ ପ୍ରକାରେ ବାଜୁଛି ସ୍ୱର

 

ସେହି ସ୍ୱରକୁ ସମତୁଲ କର।

 

ରାଧେ ଗୋ !

 

ତୁମ୍ଭ କୁଚ ଯୁଗଳେ

 

ଲଚି ରହିଛନ୍ତି ସଦା କାଳରେ।

୧୦।

 

 

 

 

ରାଧିକା କହନ୍ତି ଶୁଣ ମିତଣି

 

ମୋ ଅଙ୍ଗେ କାହିଂବା ମୁରଲୀପାଣି।

 

ଦେଖ ସଖିମାନେ ମୋହ ଶ୍ୱରୀର

 

କଉଂଠାବେ ଅଛି ନବକିଶୋର

 

ଦୂତୀ ଗୋ!

 

ମନ ଥିର କରିଣ

 

କଳା ପୁରୁଷକୁ ଆଣ ବହନ।

।୧୧।

 

 

ମୁଂ ନବଯୁବତୀ ସେ ପୁଣ ନୂଆ

 

ତାହା ଠାରେ ନାହିଂ ମୋର ସ୍ପୁରେହା।

 

ମୁଁ ତାଙ୍କୁ ଦେଖିଲେ ରହନ୍ତି ତେଣେ

 

କିମ୍ପା ମୁଁ ଆସନ୍ତି ଏ ମାୟା ବଣେ।

 

ଦୂତୀ ଗୋ !

 

ତାଙ୍କୁ ମଣାଇ ଆସ

 

କଳା ପୁରୁଷଟି ଗୋପୀଙ୍କ ବଶ।

।୧୨।

 

 

ସେ ନନ୍ଦମନ୍ଦିରେ ମୁଁ ତୁମ୍ଭ ମେଳେ

 

ନାଚି ଖେଳୁଅଛି ଏ ନିଶାକାଳେ।

 

ମୋର କଉଂ ଅଙ୍ଗେ ଲୁଚି ରହିଛି

 

ଅସମ୍ଭବ କଥା କହ ଗୋ ବାଛି।

 

ଦୂତୀ ଗୋ!

 

ତାଙ୍କୁ ମଣାଇ ଆସ

 

କଳା ପୁରୁଷଟି ହେଲେ ନିରାଶ।

।୧୩।

 

 

ସେ ରମା ନାରୀଙ୍କ ସଙ୍ଗତେ ମେଳ

 

ପ୍ରେମା ନାରୀମାନେ ଦୁଆରପାଳ।

 

କାମ ପ୍ରତିମା କି ଉଦେ ହୋଇଛି

 

ରାଧା କୁଚ ପରେ ସେହୁ ଲୁଚିଛି।

 

ଦୂତୀ ଗୋ!

 

ମିଛ କହୁଛ ସହୀ

 

ଏକ୍ଷଣୀ ଆସିବେ ନନ୍ଦତନୟୀ।

।୧୪।

 

 

ମୁଂ ତାର ମାଇଂ ସେ ଭଣଜା ମୋର

 

ସେ କିମ୍ପା ରହିବ ମୋର ଶ୍ୱରୀର।

 

ସେ ଅଟେ ସୁରତି ମୁଂ ଅଟେ ରତି

 

ଦୂତୀ ଲଳିତା ଯେ ବିଶାଖା ପ୍ରୀତି।

 

ଦୂତୀ ଗୋ!

 

ତୁମ୍ଭେ ଆଣ ତାହାଙ୍କୁ

 

ନବ କିଶୋର ସେ ଚଉବାହାଙ୍କୁ।

।୧୫।

 

 

 

 

ରାଧିକା ବୋଲନ୍ତି ଶୁଣ ଗୋ ସହୀ

 

ମୁଂ ରାଜଜେମା ସେ ନୃପତନୟୀ।

 

ସେ କିମ୍ପା ମୋ ଦେହେ ଲୁଚି ରହିବ

 

ସବୁ ଗୋପୀଙ୍କର ତାଠାବେ ଭାବ।

 

ଦୂତୀ ଗୋ!

 

ମୁହିଂ କଳଙ୍କୀ ଚିହ୍ନ

 

ତାଙ୍କ ବିନୁ ମୁହିଂ ନ ଜାଣେ ଆନ।

।୧୬।

 

 

ୟେସନ ବାକ୍ୟକୁ ଶୁଣିଣ ଦୂତୀ

 

ମନ୍ଦ ମନ୍ଦ ହସେ ନବ ଯୁବତୀ।

 

ଲଳିତେ ବୋଲନ୍ତି ଶୁଣ ଗୋ ସହୀ

 

ଏ କ୍ଷଣି ଆସିବେ ନନ୍ଦତନୟୀ।

 

ରାଧେ ଗୋ !

 

ତୁମ୍ଭ ଅଙ୍ଗୁ ବାହାରି

 

ବଂଶୀ ବାଇବେ ଶ୍ରମୁଖେ ଶ୍ରୀ ହରି।

।୧୭।

 

 

ପୁଚିଖେଳ ସାରି କେଣିକି ଯିବ

 

ୟେବେ ସେ ଆସିବେ ନୀଳମାଧେବ।

 

ଦୂତିକା ତୁମ୍ଭେ ବିଳମ୍ବ ନ କର

 

ବହନ ଆଣ ଯା ମୁରଲୀଧର।

 

ଦୂତୀ ଗୋ !

 

ତାଙ୍କୁ ମଣାଇ ଆସ

 

କଳାପୁରୁଷ ଯେ ରାଧାଙ୍କ ବଶ।

।୧୮।

 

 

ୟେମନ୍ତ ସମୟେ ଦୂତୀ ମିତଣୀ

 

ମନ ନିବେଶିଲା ମୁରଲୀପାଣି।

 

ରାଧାଙ୍କ ଭଉଂରୀ ଖେଳ ବେଳରେ

 

ଆସି ଉଭା ହେଲେ ମୁରଲୀଧରେ।

 

ରାଧା ଗୋ!

 

କଉଂଠାରେ ୟେ ଥିଲେ

 

ତୁମ୍ଭ ପାଣତରୁ ବାହାରି ହେଲେ।

।୧୯।

 

 

ସଖିଙ୍କ ମେଳରେ ଆପଣେ ହରି

 

ପୁଚି ଖେଳିଲେ ସେ ଚନ୍ଦ୍ରଙ୍କୁ ଠାରି।

 

ସର୍ବ ସଖିମାନେ ଶ୍ରମରେ ପାଶ

 

ଖେଳିଲେ ନାହିଂ ସେ ହୋଇଣ ତୋଷ।

 

ରାଧେ ଗୋ!

 

ତୁମ୍ଭେ ଖେଳା ତାହାରେ

 

କେ ଜିତେ କେ ହାରେ ଦେଖୁଂ ଆଖିରେ।

।୨୦।

 

 

 

 

ବେନି ଜନେ ମିଳି ଖେଡ଼ନ୍ତି ତହିଂ

 

ନନ୍ଦନନ୍ଦନ ସେ ରାଧିକା ମାଇଂ।

 

ୟେମନ୍ତ ସୁନ୍ଦର ଦିଶଇ ମହୀ

 

କଳାମେଘେ ଯେହ୍ନେ ଚନ୍ଦ୍ରମା ଉଇଂ।

 

ଲଳିତେ!

 

ଚାରୁ ଚନ୍ଦ୍ର ମୂରୁତି

 

କିଶୋର କିଶୋରୀ ପୁଚି ଖେଳନ୍ତି।

।୨୧।

 

 

ଦୁଇ ଘଡ଼ି ଯହୁଂ ହୋଇଲା ଖେଳ

 

ଶ୍ରୀ କୃଷ୍ଣ ରାଧାଙ୍କୁ ଦେଲେ ଉତ୍ତର।

 

ମୁହିଂ ହାରିଲି ଗୋ ତୁମ୍ଭର ଜିତା

 

ମନରୁ ଛାଡ଼ ଗୋ ସକଳ ଚିନ୍ତା।

 

ରାଧେ ଗୋ!

 

ଚାଲ ପଦ୍ମ କାନନ

 

ବ୍ରହ୍ମ ଯାମିନୀ ହେଲାଣି ପ୍ରସନ୍ନ।

।୨୨।

 

 

ଲଳିତା ବିଶାଖା ଚନ୍ଦ୍ରମା ଜ୍ୟୋତି

 

ଚମ୍ପକଲତା ଯେ ସେ ମଧୂବତୀ।

 

ସବିହେଂ ନିକୁଞ୍ଜ ବନକୁ ଚାଲ

 

ଆଜ ନିତ୍ୟ ରାସ ହେବ ସଫଳ

 

ରାଧେ ଗୋ!

 

ଯିବା ଚାଲ ବହନ

 

ମଣି ମଣ୍ଡପରେ ମୁରଲୀ ସ୍ୱନ।

।୨୩।

 

 

ଏସନ ବଚନ ରାଧାଙ୍କୁ ହରି

 

ମୁରଲୀ ସ୍ୱନରେ ଦେଲେ ହକାରି।

 

ସର୍ବ ଗୋପୀମାନେ ମେଳ ହୋଇଣ

 

ମଣିମଣ୍ଡପକୁ ଗଲେ ବହନ।

 

ଦୂତୀ ଗୋ!

 

କେହୁ ଧରେ ବିଞ୍ଚଣୀ

 

କେହୁ ସିଞ୍ଚୁଥାଏ ଚନ୍ଦନ ପାଣି।

।୨୪।

 

 

କେହୁ ତାଳ ବାଏ ମୃଦଙ୍ଗ କିଏ

 

ବଜାଇ ନାଚନ୍ତି ସର୍ବ ଗୋପୀଏ।

 

ଚଉଷଠୀ ଗୋପୀ ଏକ ଭଙ୍ଗୀରେ

 

ଚାମର ବ୍ୟଞ୍ଜନ ଚାଳନ୍ତି ଧୀରେ।

 

ଦୂତୀ ଗୋ!

 

ଉଜାଗର ପୂର୍ଣ୍ଣିମା

 

ରସରାଜକୁ ଏ ନିଶି ଉତ୍ତମା।

।୨୫।

 

 

 

 

ସ୍ୱର୍ଗ ନାରୀମାନେ ପଦ୍ମ କାନନେ

 

ଆସି ସେବନ୍ତି ଶ୍ରୀକୃଷ୍ଣ ଚରଣେ।

 

ହୁଳହୁଳିମାନ ସୁଖରେ ଦେଇ

 

ମୁଖରିତ ଧ୍ୱନି ସ୍ୱର୍ଗେ ଶୁଭଇ।

 

ଦୂତୀ ଗୋ!

 

ଋଷିକନ୍ୟାଏ ଥିଲେ

 

କର୍ପୂର କସ୍ତୁରୀ ଅଙ୍ଗେ ଲେପିଲେ।

।୨୬।

 

 

ଗୋପ ନାରୀମାନେ ଭୋଳ ହୋଇଣ

 

ପୁଷ୍ୟ ଆରତି କରନ୍ତି ତତ୍‌କ୍ଷଣ।

 

ସୁବର୍ଣ୍ଣ ପ୍ରଦୀପ ସାତ ମୁଖର

 

ଜାଳନ୍ତି ଗୋପୀଏ ଜ୍ୟୋତି ପ୍ରଖର।

 

ଦୂତୀ ଗୋ!

 

ରାଧାକୃଷ୍ଣ ବନ୍ଦାନ୍ତି

 

ବନ୍ଦାଇ ଗୋପୀଏ ଲଭନ୍ତି ଶାନ୍ତି।

।୨୭।

 

 

ଦ୍ୱାଦଶ ଗୋପାଳ ନାଚନ୍ତି ଧିରେ

 

ପଦ୍ମ କାନନ ମଣି ମଣ୍ଡପରେ।

 

ହୁଳହୁଳି ହରିବୋଲର ଗୋଳ

 

ଶୁଣି ଭୟେ ପାଇ ଅଛଇ କାଳ।

 

ଦୂତୀ ଗୋ!

 

ପୁଚି ଖେଳର ଲୀଳା

 

ସାକ୍ଷାନ୍ତେ ଦେଖିଣ ଅଚ୍ୟୁତି ଭୋଳା।

।୨୮।

ଇତିଶ୍ରୀ ଠୁଳଶୂନ୍ୟ ରାସ ସମ୍ପର୍ଣ୍ଣ।

 

ରାଧା ରାସ

ରାଧା ରାସ ଲେଖ୍ନ

ଶ୍ରୀ ଜଗନ୍ନାଧ ଚରଣେ ଶରଣ

ପ୍ରଥମ ଗୁଜ୍ଜରୀ

ବନ୍ଦଇ ଶ୍ରୀ ଶଙ୍ଖନାଭି ଗୋଲକ ପାଟଣା

 

ମହୋଦଧି ବେଢ଼ିଅଛି କଳ୍ପବଟ ସୀମା।

।୧।

ଚାରିପାଶେ ଚାରି ମଠ ମଧ୍ୟରେ ତ୍ରିକୂଟ

 

ଅବିନାଶୀ ବ୍ରହ୍ମ ତହିଂ କଇବଲ୍ୟ ହାଟ।

।୨।

 

 

ନୀଳଚକ୍ର ପରେ ଉଡ଼େ ପତିତପାବନ

 

ରତ୍ନ ସିଂଘାସନେ ବିଜେ ଚତୁର୍ଧା ରୂପେଣ।

।୩।

ଲକ୍ଷ୍ମୀ ସରସ୍ୱତୀ ଘେନି ବିମ୍ବଳା ମଙ୍ଗଳା

 

ଯଉଂଠାରେ ଭେଟ ଦଶଦିଗପାଳ ମେଳା।

।୪।

 

 

ଚାରି ଯୁଗ ଭକ୍ତ ମିଶି କରୁଛନ୍ତି ସ୍ତବ

 

ଯଉଂ ଠାବେ ବଣା ହେଲେ ବ୍ରହ୍ମା ମହାଦେବ।

।୫।

କୋଟି କୋଟି ତୀର୍ଥ ଯଉଂ ଚକ୍ରରୁ ଉଦିତ

 

ଯେ ପାଦରୁ ନାମବ୍ରହ୍ମ ହୋଇଲାକ ଜାତ।

।୬।

 

 

ମହାନିତ୍ୟ ଲୀଳା ରାସ କରୁଛନ୍ତି ବସି

 

ସକଳ ଅମରେ ବେଢ଼ିଛନ୍ତି ଶିବକାଶୀ।

।୭।

ନିତ୍ୟରାସ ଠାବେ ରାଜା ଅଟନ୍ତି ଶ୍ରୀ ମତୀ

 

ସକଳ ଗୋପୀ ପରଜା କର ଦେଉଛନ୍ତି।

।୮।

 

 

କେମନ୍ତେ କହିବା ରାଧା ନିତ୍ୟ ରାହାସକୁ

 

ମୋହ ରାଣ ଦେଲି ତାକୁ ନ କହ କାହାକୁ।

।୯।

ସେହି ନିତ୍ୟ ରାସ ଲୀଳା ଠାବେ ମୋ ଜନମ

 

ନିତ୍ୟ ରାସ ଭାବି କହେ ଅଚ୍ୟୁତ ଅଧମ।

।୧୦।

ଇତି ଶ୍ରୀ ରାଧା ରାସ ପ୍ରଥମ ଗୁଜ୍ଜରୀ।

 

ଦ୍ୱିତୀୟ ଗୁଜ୍ଜରୀ

ରାମଚନ୍ଦ୍ର ଦାସ ଗୁରୁଙ୍କୁ ଚାହିଂ

 

ରାହାସ ଚରିତ କହ ବୁଝାଇ।

।୧।

ଏ ମହାନିତ୍ୟ ଗୁଜ୍ଜରୀ ରାହାସ

 

କାର୍ତ୍ତିକ ପୁର୍ଣ୍ଣମୀ କଉଂ ରାହାସ।

।୨।

କେମନ୍ତ ଶ୍ରୀକୃଷ୍ଣ ଗୋପୀ ନିତ୍ୟରେ

 

ରାହାସ ରଚିଲେ ବୃନ୍ଦାବନରେ।

।୩।

ମନ ତାପ ଆମ୍ଭ ଦହ ଗୋସାଇଁ

 

ପାପାଦିପାପ ଯେ ଯାଭ ପକାଇ।

।୪।

ଶିଷ୍ୟ ଭଗତି ଅଚ୍ୟୁତ ଦେଖିଣ

 

ବୋଲନ୍ତି ଶୁଣରେ ବ୍ରଜନନ୍ଦନ।

।୫।

ଦେବେ ଅଗୋଚର ଯେବଣ କଥା

 

କେମନ୍ତେ ତୋ ଆଗେ କହିବି ପୁତା।

।୬।

ଶୂନ୍ୟ ସମାଧିରେ ବସିଲେ ପୁଣ

 

ଅଭୟ ପାଦରେ ଲଗାଇ ଧ୍ୟାନ।

।୭।

କହନ୍ତି ଅଚ୍ୟୁତ ଶୁଣରେ ପୋଏ

 

ମହାନିତ୍ୟ ରାସ ଯେମନ୍ତ ହୋଏ।

।୮।

 

 

ଭଲା କଥାରେ ତୋ ବଳିଲା ମନ

 

ଯାହା ଶୁଣିଲେ ପାତେକ ନାଶନ।

।୯।

ଗୋପାଳ ଗୋବଚ୍ଛା କୃଷ୍ଣ ଯେ ବନେ

 

ଦୂତିକା ରାଧିକା ନିଜ ସଦନେ।

।୧୦।

 

 

ଗୋପୀ କୃଷ୍ଣ ଦିବ୍ୟ ବିରହ କଥା

 

ବସି ନେତ୍ରେ ଦେଖେ ଦୀନ ଅଚ୍ୟୁତା।

।୧୧।

ଇତିଶ୍ରୀ ରାଧା ରାସ ଦ୍ୱିତୀୟ ଗୁଜ୍ଜରୀ।

 

ତୃତୀୟ ଗୁଜ୍ଜରୀ

ଦୂତୀ ମୁଖ ଚାହିଂ ରାଧା ବୋଲନ୍ତି ବଚନ

 

କି କରିବା କହ ସଖି ନଗଲା ଜୀବନ।

।୧।

ଗୋପପୂରେ ଗୁରୁଜନେ ଅପବାଦ ହେଲା

 

ଶାଶୁ ନଣନ୍ଦର ଯେତେ ଗଞ୍ଜଣା ହୋଇଲା।

।୨।

ବିରହ ବଇଂଶୀ ସଖି ଦହୁଛି ଜୀବନ

 

ନଟୁଚୋରି ନାବକେଳି ବସ୍ତ୍ର ଯେ ହରଣ।

।୩।

ଭୂତ ହେବା ଗୁଣୀ ହୋଇ କଳଙ୍କ ଛଡ଼ାଇ

 

କାଳୀଦର୍ପ ନାଶି ବିଷ ଅମୃତ କରାଇ।

।୪।

ଯାମଳା ଭାଞ୍ଜିଲା ସଖି ଲବଣୀ ଯେ ଚୋରି

 

ବକା ଅଘା ଷଣ୍ଡାସୁର ଧେନୁକାକୁ ମାରି।

।୫।

ତୃଣାବର୍ତ୍ତ ପୂତନାର ପ୍ରାଣକୁ ହରିଲେ

 

ଏତେ କଥା କୃଷ୍ଣ କାହାପାଇଁ କରୁଥିଲେ।

।୬।

ବିଷ ଖାଇ ହେବି ନାଶ ଏ ପାପ ଶ୍ୱରୀର

 

ସେ କୃଷ୍ଣ ଚନ୍ଦ୍ରମା ଏବେ ହୋଇଲା ଅନ୍ତର।

।୭।

ଦୂତିକା ବୋଲନ୍ତି ଏବେ ଶୁଣ ପ୍ରାଣସହୀ

 

କହିବା ଶ୍ରୀକୃଷ୍ଣ ପାଶେ ସଙ୍କେତକୁ ଦେଇ।

।୮।

 

 

ନ କର ଭାବନ ତୁମ୍ଭେ ବୃଷଭାନୁ ଝିଅ

 

ତୋହଠାରେ ତାହାଙ୍କର ଲାଗିଥାଏ ସ୍ନେହ।

।୯।

ଯିବି ଏହିଲାଗେ ମୁଁ ଯେ କହିବି ଛାମୁରେ

 

କହନ୍ତ ଅଚ୍ୟୁତ କ୍ରୋଧ ତେଜ ତୁ ମନରେ।

।୧୦।

ଇତିଶ୍ରୀ ରାଧା ରାସ ତୃତୀୟ ଗୁଜ୍ଜରୀ

 

ଚତୁର୍ଥ ଗୁଜ୍ଜରୀ

କି କରିବି ଦୂତୀ ବୁଦ୍ଧି ନ ଦିଶେ

 

ଜୀବନ କାଳ ହେଲା ନନ୍ଦ ଶିଷେ।

।୧।

କରେ ବଇଂଶୀ ତା ମଧୁର ଧ୍ୱନି

 

କନ୍ଦର୍ପ ମୂରୁତି ରସିକ ପୁଣି।

।୨।

କଳାପୁରୁଷକୁ ପରତେ ନାହିଂ

 

କୂଟ କପଟ ମାୟାଟି ଜାଣଇ।

।୩।

କେମନ୍ତେ ଦେଖିବି ମୋ ପ୍ରାଣଧନ

 

ପିଣ୍ଡ ରଖି କି ଘେନିଗଲା ପ୍ରାଣ।

।୪।

ସତେ କି ଆଣିବୁ ଦୂତୀ ଗୋ ତୁହି

 

ନୟନେ ଦେଖିବି କଳାକହ୍ନାଇ।

।୫।

ଲଳାଟ ଶୋଭା ତା ସୁନ୍ଦର ଦିଶେ

 

କର୍ଣ୍ଣେ କୁଣ୍ଡଳ ଶିଖୀପୁଚ୍ଛ କେଶେ।

।୬।

ଜାମୁଡ଼ାଳିଆ ସେ କାଇଂଚ ମାଳି

 

ଗଳେ ବନମାଳେ ନାଚନ୍ତି ଢଳି।

।୭।

ଜାନୁ ବୃଷାଳ ଅତିଅନ୍ତ ଶୋଭା

 

ରଙ୍ଗ ଅଧରକୁ ଚନ୍ଦ୍ରମା ଲୋଭା।

।୮।

 

 

ସିଂହକଟି କିଣି କଟି ତା ଶୋଭା

 

ମଦନ ଅଳସ କନ୍ଦର୍ପ ପ୍ରଭା।

।୯।

କରେ ତାଙ୍କର ମୋହନ ବଇଂଶୀ

 

ନାଭି ଗଭୀର ମୃଦୁ ମୃଦୁ ହସି।

।୧୦।

 

 

ତ୍ରିଭଙ୍ଗୀ ଛନ୍ଦରେ ଛନ୍ଦଣି ପାଦ

 

କେତେ ତପସ୍ୟା ସେ କରିଛି ନନ୍ଦ।

।୧୧।

ଅତି କ୍ରୋଧେ ରାଇ ସନ୍ତାପ ଶୁଣି

 

ଦୂତିକା ବାହାର ହୋଇଲେ ପୁଣି।

।୧୨।

 

 

ଧୀର ଧୀର ହୋଇ ଗମନ କଲା

 

ବୃନ୍ଦାବନରେ ଶ୍ରୀକୃଷ୍ଣ ଭେଟିଲା।

।୧୩।

ନିରୋଳେ ଚାହିଂଲା ପାଶେ କେ ନାହିଂ

 

ଶ୍ରୀକୃଷ୍ଣ ପାରୁଶେ ଉଭା ହୋଅଇ।

।୧୪।

 

 

ହସ ହସ ହୋଇ ନନ୍ଦର ବଛି

 

କି କରୁଥିଲେ ଶ୍ରୀମତି ଗୋ ଦୂତୀ।

।୧୫।

ଶୁଭେ ଅଛନ୍ତିଟି ତୁମ୍ଭର ସଖି

 

ତାଙ୍କ ଯୋଗେ ହୋଇଅଛି ମୁଂ ଦୁଖୀ।

।୧୬।

 

 

 

 

ଶୁଣି କରଯୋଡ଼ି ପଡ଼ିଲା ଦୂତୀ

 

ନେତ୍ରେ ଦେଖି କହେ ଦୀନ ଅଚ୍ୟୁତି।

।୧୭।

ଇତିଶ୍ରୀ ରାଧା ରାସ ଚତୁର୍ଥ ଗୁଜ୍ଜରୀ।

 

ପଞ୍ଚମ ଗୁଜ୍ଜରୀ

ଦୂତୀ କହେ ଶୁଣ ନାଗର ବର

 

ସର୍ବେ ଶୁଭେଛନ୍ତି ରାଧା ଆମ୍ଭର।

।୧।

ତୁମ୍ଭଙ୍କୁ ନ ଦେଖି ହୃଦ ବ୍ୟଥାରେ

 

ବସିଛନ୍ତି ସଖି ତୁମ୍ଭ ଚିନ୍ତାରେ।

।୨।

କର ଚରଣ ତା ଚଳଇ ନାହିଂ

 

ବକ ପ୍ରାୟେ ପଥ ଅଛଇ ଚାହିଂ।

।୩।

ବେନି ନେତ୍ରକୁ ଯେ ସମ ରଖିଛି

 

ଯେ ଯେତେ କହିଲେ ନ ଶୁଣେ କିଛି।

।୪।

ଦେଖିବା କଥା ପାଶୋରଇ ମନ

 

ତୁମ୍ଭ ପାଦକୁ ଅଛି ଅନାଇଂଣ।

।୫।

ଯନ୍ତ୍ର ନାସ୍ତି ମନ୍ତ୍ର ନାସ୍ତି ସକଳ

 

ଜଗି ବସିଛନ୍ତି ନେତ୍ର ପ୍ରାନ୍ତର।

।୬।

ନାରୀ ଅବଳା ସେ ଆମ୍ଭ ଜନମ

 

ନ ଜାଣୁ ତପସ୍ୟା ଯୋଗ କରମ।

।୭।

ଭାବ ବିନୋଦିଆ ସିନା ତୋ ନାମ

 

ଜଗତ ହିତରେ ଭାବ ଜନମ।

।୮।

 

 

ବ୍ରଜବେହାରୀ କିମ୍ପା ବୋଲାଇଛ

 

ବ୍ରଜ ତାରିବାକୁ ଜନମି ଅଛ।

।୯।

ନରହରି କିଂପା ତୁ ବେଶ ଧରୁ

 

ନାରୀ ନରକରୁ ଉଦ୍ଧାର କରୁଂ।

।୧୦।

 

 

ଗୋପୀନାଥ କିମ୍ପା ତୋ ନାମ ହେଲା

 

ଗୋପାଳ ଗୋପୀ ତାରିବାରୁ ଭଲା।

।୧୧।

ଗିରି ତୋଳିଥିଲୁ କାହାର ପାଇଁ

 

ସେ ଯେବେ ମରିବେ ବିଷକୁ ଖାଇ।

।୧୨।

 

 

ସତ୍ୟ କରି ମୋତେ କହିଛି ନାଥ

 

ମରିବା କଥା ଅଟଇ ନିୟତ।

।୧୩।

ଯେବେ ନ ଯିବ ହୋ ପ୍ରାଣ ମାଧୋଇ

 

ନାରୀହତ୍ୟା ଦୋଷ ନିଶ୍ଚୟେ ବହି।

।୧୪।

 

 

ସଂଶୟେ ଫେଡ଼ି କହ ନଟବର

 

କେତେବେଳେ ବିଜେ ହେବ ନାଗର।

।୧୫।

ଶ୍ରୀ ହରି ବୋଇଲେ ଶୁଣ ଲୋ ଦୂତୀ

 

ନିଶି ପାଞ୍ଚ ଘଡ଼ି କହ ଶ୍ରୀମତି।

।୧୬।

 

 

 

 

ଗୋପେ ପହଡ଼ଟି ପଡ଼ିଲେ ଯାଇ

 

ସଧୀରେ ଚଳିବି ସଙ୍କେତ ଦେଇ।

।୧୭।

ସାକ୍ଷୀ ମୋ ମୁରଲୀ ରହିଲା ଦୂତୀ

 

ବୁଝାଇ କହିବୁ ଯାଇଂ ଶ୍ରୀମତି।

।୧୮।

ନିଶି ପାଞ୍ଚଘଡ଼ି ସଙ୍କେତ ଏହି

 

ବାସ ମଣ୍ଡେଇବ ସୁବାସ ଦେଇ।

।୧୯।

ଶୁଣି ଦୂତୀ ତରବରେ ଚଳିଲା

 

ଶ୍ରୀମତୀ ଆଗେ ସମସ୍ତ କହିଲା।

।୨୦।

ପ୍ରଦୀପ ଗୋଟିକ ଲଗାଇଥିବୁ

 

ଶ୍ରୀକୃଷ୍ଣଙ୍କୁ ପଥ ଚାହିଂ ବସିବୁ।

।୨୧।

ଯେତେ କହି ଦୂତୀ ହେଲେ ଅନ୍ତର

 

ଜାଣନ୍ତେ ଶ୍ରୀମତୀ ହେଲେ ଅଧୀର।

।୨୨।

ଏମନ୍ତେ ଦିବସ ଶେଷ ହୋଇଲା

 

ରାତ୍ର ତିନି ଘଡ଼ି ଭୋଗ ସରିଲା।

।୨୩।

ଅତି ହରଷରେ ସେ ଛନ ଛନ

 

ଦୀନ ଅଚ୍ୟୁତି ଦେଖୁଛି ନୟନ।

।୨୪।

ଇତିଶ୍ରୀ ରାଧା ରାସ ପଞ୍ଚମ ଗୁଜ୍ଜରୀ।

 

ରାହାସ ଖଣ୍ଡ

ଷଷ୍ଠ ଗୁଜ୍ଜରୀ

ହରଷ ହୋଇଣ ଶ୍ରୀ ମତୀ ରାସ ମଣ୍ଡନ କଲେ।

 

ଏବେ ରାମ ଦାସ ଶୁଣ ହୋ ରାସ ଅଚ୍ୟୁତ ବୋଲେ।

।୧।

ନାନାଦି ପ୍ରକାରେ ମଣ୍ଡଣି ଶଯ୍ୟା ପରେ ସୁପାତି।

 

ରତନ ଦୀପ ଲଗାଇଣ ପଥ ଚାହିଂ ଶ୍ରୀମତୀ।

।୨।

ନିଶି ପାଞ୍ଚଘଡ଼ି ହୋଇଲା କୃଷ୍ଣ ନ ଆସେ ପୁର।

 

ଛନ ଛନ ମନ ହୃଦରେ ବିରହ ସତାଂପର।

।୩।

କିମ୍ପା ନାରୀ କରି ବିଧାତା ମଞ୍ଚେ କଲୁ ଜନମ

 

ପର ପୁରୁଷରେ ବାମାକୁ କିମ୍ପା ଖଞ୍ଜିଲୁ ପୁଣ।

।୪।

ଦୂତୀକି ଡକାଇ ପାଶକୁ ବୋଲୁଛନ୍ତି ଶ୍ରୀମତୀ।

 

କୂଟ କପଟ ଆଚରିଲା ଗର୍ବ ଭାଙ୍ଗି ଏ ମତି।

।୫।

ଏବେ କି ଉପାୟ ଥିଲେ ଗୋ ସଖି କହ ତୁ ମୋତେ।

 

ହା କୃଷ୍ଣ ବୋଲି ସେ ଢଳିଣ ପଡ଼ିଲେ ମୋହଗତେ।

।୬।

ଚେତା କରାଇଣ ଦୂତୀ ଯେ ବୋଲେ ଯାହାକୁ ମୁନି

 

ଅଷ୍ଟାଙ୍ଗରେ ବସି ଅଛନ୍ତି ଯୋଗ ପଦକୁ ଚିହ୍ନି।

।୭।

କି ଯୋଗ କରିବା ଆମ୍ଭେ ଗୋ ଅବଳାଇଂ ଜନମ।

 

ଯନ୍ତ୍ର ମନ୍ତ୍ର ତନ୍ତ୍ର ଗୀତାଇଂ ନୋହେ ଦେବେ ଅଗମ୍ୟ।

।୮।

 

 

ଭାବି ଭବରୁ ଯେ ତରିବା ଉପାୟେଟିଏ କର।

 

ବସ ତୁ ସହଜ ସୂତ୍ରରେ ହେତୁ ତତ୍ୱରେ ଧର।

।୯।

ୟେସନ ବଚନ ଦୂତୀଙ୍କ ଠାରୁ ଶୁଣିଣ ରାଧା।

 

ଭେଟ କି ପାଇବି ଶ୍ରୀକୃଷ୍ଣ ମନେ କଲେ ଶରଧା।

।୧୦।

 

 

ପଦ୍ମାସନରେ ସେ ବସିଲେ ମେରୁଦଣ୍ଡ ସଳଖି।

 

ବେନି ନୟନକୁ ସମତା ଦୃଷ୍ଟି ଭାବରେ ରଖି।

।୧୧।

ପଞ୍ଚୁ ମନକୁ ଏକଠାବେ ଥିର କଲେ ଯେ ନେଇ।

 

ଧୀର ସମୀର ଫେରାଇଲେ ଅଣଚାଶ ଯେ ବାଇ।

।୧୨।

 

 

ନାସା ଠିକ୍ ବଳ ପରାଏ ଚାହିଂ ବସି ତରୁଣୀ।

 

ଦେଖିଲା କଥା ନ ଦେଖିଲା କର୍ଣ୍ଣେ ଶୁଣେ ନ ଶୁଣି।

।୧୩।

ଶ୍ୱେତ ପୀତ ନୀଳ ଲୋହିତ କୁଙ୍କୁମଇଂ ଦିଶିଲା

 

ଯୁଗଳ ଚକ୍ର ଆଡ଼ ହୋଇ ଅଗ୍ନି ଜଳି ଉଠିଲା।

।୧୪।

 

 

ଝଟକି ଅଟକି ରହିଲା ନେତ୍ର ଆଗରେ ପୁଣ।

 

ସେ ରୂପକୁ ଚାହିଂ ରାଧିକା ରୂପ ଦିଶେ ମଳିନ।

।୧୫।

ଡାକି ରାଧା କହେ ପତିତ ଜନେ ତାର ଏଣିକି

 

ଧନ ଯଉବନ ଜୀବନ ସର୍ବ ଯାଉ କେଣିକି।

।୧୬।

 

 

 

 

ନର୍କକୁଣ୍ଡରୁ ତାରିବାକୁ ନାମ ତୋ ନରହରି।

 

କଳଙ୍କ ଭଞ୍ଜନ କୁଳଟା ଅପବାଦରୁ ତାରି।

।୧୭।

ହେ ନନ୍ଦନନ୍ଦନ ନୟନାନନ୍ଦ ଆସ କହ୍ନାଇ

 

ହେ ଜଗୁଜୀବନ ଆସ ତୁ ଗୁରୁ ଶୂନ୍ୟ ମୋଧୋଇ।

।୧୮।

 

 

ହେ ଆଦି ଅଚ୍ୟୁତ ଅନାଥ ଯୁବତୀକୁ ତାରିଲୁ

 

ଜୋତିରାନନ୍ଦ ନିରଞ୍ଜନ ଜୋତି ରୂପ ଧଇଲୁ।

।୧୯।

ଧରିବାକୁ ଫନ୍ଦା ପାତିଣ ଧରା ନ ଦେଇ ଗଲୁ

 

ତ୍ରିଗୁଣ ତ୍ରିତାପ ମୋହନୀ ଜାଲେ ଛନ୍ଦି ମାଇଲୁ।

।୨୦।

 

 

ହେ କାହ୍ନୁ କେଶବ ଶ୍ରୀକୃଷ୍ଣ ସୁଦରେଶନ ପୁଣି

 

ମୁକୁନ୍ଦ ମାଧବ ଗୋପାଳ ବାଳଲୀଳାରେ ଭଣି।

।୨୧।

ହେ ଜୀବଜୀବନ ମାଇଲୁ ଗୋପେ ଗୋପତରୁଣୀ

 

କନ୍ଦର୍ପ ମୂରତି ଧଇଲୁ କେଳିସଦନେ ପୁଣି।

।୨୨।

 

 

ଗୋପୀଙ୍କ ଜୀବନ ହେ କୃଷ୍ଣ ପ୍ରଭୁ ଉଧାର କର

 

ଶ୍ରୀ ମୁଖ ପଙ୍କଜେ ଦିଶୁଣ ଥାଉ ମୋ ଦୁଃଖଭାର।

।୨୩।

କହୁ କହୁ ସର୍ବେ ଥକିତ ଅଚେତନ ହୋଇଲେ

 

ଚିନ୍ତାମଣି ଚିଦାନନ୍ଦ ସେ ଅରୂପକୁ ଭେଟିଲେ।

।୨୪।

 

 

 

 

କଥାଏ ମାଗୁଚି ତୁମ୍ଭଙ୍କୁ ଆହେ ଦେବାଧିଦେବ

 

ଯେତେବେଳେ ଯାହା ଚିନ୍ତିବି ଏହି ଶ୍ୱରୀରେ ହେବ।

।୨୫।

ହେଉ ବୋଲିଣ ଯେ ଅନ୍ତର ହେଲେ ବିନ୍ଦୁ ମୂରତି

 

ନେତ୍ରେ ବସି ରାସ ଦେଖୁଛି ତହିଂ ଦୀନ ଅଚ୍ୟୁତି।

।୨୬।

ଇତିଶ୍ରୀ ରାଧା ରାସ ଷଷ୍ଠ ଗୁଜ୍ଜରୀ।

 

ସପ୍ତମ ଗୁଜ୍ଜରୀ

ଆଗ୍ୟାଂ ପାଇ ରାଧା ହରଷ ମନ

 

ଦୂତୀଙ୍କି ବୋଇଲେ ସଖିଙ୍କୁ ଆଣ।

।୧।

ବୃନ୍ଦାବନକୁ ଯେ ସମସ୍ତେ ଯିବା

 

ଆମ୍ଭେ କୁଞ୍ଜବନେ ରାଜା ହୋଇବା।

।୨।

ଆଗ୍ୟାଂ ପାଇ ଦୁତୀ ବହନ ଗଲା

 

ସଖିମାନ ନାମ ଧରି ଡାକିଲା।

।୩।

ଲଳିତା ବିଶାଖା ସେ ପ୍ରେମରୂପା

 

ବୃନ୍ଦାବତୀ ଦୂତୀ ସେ ଚିତ୍ରରେଖା।

।୪।

ଗୋପିକା ଆଦି ଯେ ସେ କଳାବତୀ

 

ଅଷ୍ଟସଖି ଘେନି ଚଳିଲା ଦୂତୀ।

।୫।

ସର୍ବ ଗୋପୀଙ୍କୁ ସେ ଡାକି ଆଣିଲା

 

ଶ୍ରୀମତୀ ପାଶେ ପରବେଶ ହେଲା।

।୬।

ତୁମ୍ଭେ ସର୍ବ ସଖି ମୋ ବାକ୍ୟ ଶୁଣ

 

ଯେତେ କଥା କଲା ନନ୍ଦନନ୍ଦନ।

।୭।

ସେ କଥା କହିଲେ କି ହେବ ସହୀ

 

ହୃଦ ବିଦାରୁଛି ତନୁ କିମ୍ପାଇଂ।

।୮।

 

 

ଆସ ବୃନ୍ଦାବନ ସବିହେଂ ଯିବା

 

ପୂର୍ଣ୍ଣିମା ନିତ୍ୟ ରାହାସ କରିବା।

।୯।

ଶ୍ରୀକୃଷ୍ଣ ସଙ୍ଗରେ ବ୍ରଜ ଗୋପାଳ

 

ନୃତ୍ୟ କରନ୍ତି ସେ ଯମୂନା କୂଳ।

।୧୦।

 

 

ସେ ଯେହ୍ନେ ରାହାସେ ହୋଇଲେ ବାଇ

 

ଦାମ ସୁଦାମ ଯେ ସୁବଳ ଥାଇ।

।୧୧।

ଶ୍ରୀବନ୍ଥ ଆଦି ଯେ ସେ ପାଞ୍ଚଜଣ

 

ଗୋପାଳ ଗୋବଚ୍ଛା ସଙ୍ଗେ ଘେନିଣ।

।୧୨।

 

 

ସକଳ ବାଳେକ ଘେନି ସଙ୍ଗତେ

 

ଢଳି ନାଚୁଛନ୍ତି କୃଷ୍ଣ ସହିତେ।

।୧୩।

ତୁମ୍ଭେ ସବୈହେଂ ସେହିମତି ହେବ

 

କରତାଳି ଦେଇ ତହିଂ ନାଚିବ।

।୧୪।

 

 

ଆମ୍ଭେ ବୃନ୍ଦାବନେ ହୋଇବୁ ରଜା

 

ସର୍ବ ସଖାଏ ହୋଇବ ପରଜା।

।୧୫।

ୟେସନ ବଚନ ଦୂତିକା ଶୁଣି

 

ପୁରୁଷ ନୁହଂ ଗୋ ତୁମ୍ଭେ ତରୁଣୀ।

।୧୬।

 

 

 

 

ଅଙ୍ଗେ ଭାରି ତୁମ୍ଭ ଜାନୁ ଯୈାବନ

 

ବଇଂଶୀ ତୋ ହାଥେ ନାହିଂଟି ପୁଣ।

।୧୭।

ପୀତବସ୍ତ୍ର ନାହିଂ ଶାଢୀ ଗେରୁଆ

 

ସ୍ତିରୀ ଅଙ୍ଗ ପୁଂସ ନୁହଂନ୍ତି ଯାହା।

।୧୮।

କେମନ୍ତେ ପାଲଟି ଯିବ ୟେ ଅଙ୍ଗ

 

ଏଥିକି ଉପାୟେ କିସ କରିବ।

।୧୯।

ରାଧିକା ବୋଇଲେ ଶୁଣ ଗୋ ଦୂତୀ

 

ଆଗ୍ୟାଂ ମୋହ ଗୁରୁ ଦେଇ ଅଛନ୍ତି।

।୨୦।

ସ୍ତିରୀ ଅଙ୍ଗ ଯାଇ ପୁରୁଷ ହେବ

 

କୃଷ୍ଣ ଲକ୍ଷଣଟି ସବୁ ଦୃଶିବ।

।୨୧।

ଏଥକୁ ଉପାୟେ ଶୁଣ ଗୋ ଦୂତୀ

 

ବେନି ନାସାରନ୍ଧ୍ର ବଇଂଶୀ ସେତି।

।୨୨।

ତୁମ୍ଭେ ସର୍ବ ସଖି ବେଢ଼ି ରହିବ

 

କରତାଳି ମାରି ନୃତ୍ୟ କରିବ।

।୨୩।

ରାମ ଦାସ ଶୁଣି ଆନନ୍ଦ ହୋଏ

 

ଅଚ୍ୟୁତ ଦାସ ବସି ଭାବୁଥାଏ।

।୨୪।

ଇତିଶ୍ରୀ ରାଧା ରାସ ସପ୍ତମ ଗୁଜରୀ।

 

ଅଷ୍ଟମ ଗୁଜ୍ଜରୀ

ଶ୍ରୀମତୀ ବୋଲନ୍ତି ଦୂତୀ ଗୋ ଶୁଣ ମୋର ବଚନ

 

ସିଂହାସନ ୟେଥେ ସଖି ଗୋ କରିବା ନିରିମାଣ।

।୧।

ମୃତିକା ଉପରେ ଥାପିଲେ ଉଂକାରକୁ ନେଇଣ

 

ଦିଜିହ୍ନା ଅର୍ଧମାତ୍ରା ପରେ ବିନ୍ଦୁକୁ ବସାଇଣ।

।୨।

ବାମରେ ଏକାର ମାତ୍ରା ଯେ ଅନନ୍ତଙ୍କୁ ଢାଙ୍କିଲେ

 

ଡାହାଣେ ରକାର ତା ପାଶେ ଓଂକାରକୁ ଥୋଇଲେ।

।୩।

ଅର୍ଧେକ କୁଣ୍ଡଳୀ ରଖିଣ ବୀଜମାନ ବସାଇ

 

ହ୍ଲୀଂ ଶ୍ଲୀଂ କ୍ଲୀଂ ଧ୍ଲୀଂ ଯେ ପ୍ଲୀଂ ଥାପିଲେ ନେଇ।

।୪।

ସପ୍ତ ପଞ୍ଚାତ୍ମିକ ଓଂକାର ମୂଳେ ଦେଲେକ ନେଇ

 

ବ୍ରହ୍ମ ଯନ୍ତ୍ରକୁ ସେ ଥାପିଲେ ଆଦୈା ଗୁରୁଙ୍କୁ ଧ୍ୟାଇ।

।୫।

ସିଂହାସନକୁ ବେଢ଼ାଇଣ ଦେଲେ ଯନ୍ତ୍ର କୁଣ୍ଡଳୀ

 

ଅରେହ ରେହକୁ ଥୋଇଲେ ଆଚମ୍ବିତକୁ ଭାଳି।

।୬।

ବାର ମାତ୍ରା ବେଢ଼ି ତାହାକୁ ପଦ୍ମ ପ୍ରକାଶ ହେଲା

 

ଶ୍ୱେତ ପୀତ ନୀଳ ଲୋହିତ କୁଙ୍କୁମ ଯେ ଦିଶିଲା।

।୭।

ଷୋଳ ନାମକୁ ଯେ ବତ୍ରିଶାକ୍ଷର ପାବଚ୍ଛ କଲା

 

ବ୍ରହ୍ମ ଗାୟତରୀ ଥାପିଣ ସିଂହାସନ ହୋଇଲା।

।୮।

 

 

ଦଶ ପ୍ରଣବକୁ ଥୋଇଣ ଚଉବନ ଅକ୍ଷର

 

ଆହୋ ସୁଗ୍ୟଂଜନେ ବିବେକ ହୃଦେ ବିଚାର କର।

।୯।

ଚଉରାଶି କ୍ରୋଶ ଦୀରିଘ ତା ପ୍ରତି ଯେ ଆୟତନ

 

ବୃନ୍ଦାବନକୁ ଯେ ଯମୁନା ବେଢ଼ି କାଳେନ୍ଦୀ ପୁଣ।

।୧୦।

 

 

ଅକାର ମାତ୍ରା ରାଧାକୁଣ୍ଡ ହୋଇଲା ନିରିମାଣ।

 

ଆକାରଟି ଶ୍ୟାମକୁଣ୍ଡ ସୁଗ୍ୟଂ ରାମ ଆରେ ଶୁଣ।

।୧୧।

ବାଆସ୍ତରୀ ନାଳ ଶୋଭା ଯେ କୁଣ୍ଡଳୀଟି ବୋଲାଇ

 

ଅଗମ୍ୟ ବଚନ ୟେ ରାମ ତୋତେ କହିଲି ଫେଇ।

।୧୨।

 

 

ଦେବକୁ ଅଗମ୍ୟ ଅଟଇ ରାହାସର ଯେ କଥା

 

ଯଉଂ ଠାବେ ବେଦବ୍ରହ୍ମାଟି ପାତି ରହିଛି ମଥା।

।୧୩।

ଗୋପାଳ ମନ୍ତ୍ର ଅଷ୍ଟାଦଶାକ୍ଷରେ ମଣ୍ଡଣ କଲେ

 

ଗୋପୀ ଷୋଡ଼ଶୀ ମନ୍ତ୍ରରେଣ ମାରଜନା ହୋଇଲେ।

।୧୪।

 

 

ବୃନ୍ଦାବନକଚ ଯେ ମଥୁରା ଛଡ଼ା ବାର ଯୁଣରେ।

 

କ୍ରୋଧେ କଂସ ରାଜା ମରୁଚି ରଙ୍ଗସଭା ମଧ୍ୟରେ।

।୧୫।

ଗୋପ ବାର ଯୁଣ ଅନ୍ତର ରାଜା ନନ୍ଦ ଅଟଇ

 

ଦୀର୍ଘ – ପ୍ରତି ଆୟେତନରେ ମନ୍ତ୍ରମାନ ବସାଇ।

।୧୬।

 

 

 

 

ଅଷ୍ଟ ସଖିଏ ଆଠକଳା ଥାପି ଅଷ୍ଟକୋଣରେ

 

ତ୍ରିୟ କୋଣ ମନ୍ତ୍ର ମଧ୍ୟରେ ରାଧା ବିଜୟେ କଲେ।

।୧୭।

ସିଂଘାସନେ ବସି ଚିନ୍ତିଲେ ସେ ଅଭୟ ଚରଣ

 

ସ୍ତିରୀ ଅଙ୍ଗ ଗୋଟି ପାଲଟି ହେଲେ ପୁରୁଷ ଜାଣ।

।୧୮।

 

 

କୃଷ୍ଣ ମୁର୍ତ୍ତି ଗୋଟି ଧଇଲେ ଦେଖୁ ଅଛନ୍ତି ସଖି

 

ହା କୃଷ୍ଣ ବୋଲି ଯେ ଲୋଟିଣ ଗଲେ ସେ ନିରିମାଖୀ।

।୧୯।

ଦୂତୀ ମୁଖ ଚାହିଂ ଶ୍ରୀମତୀ ବୋଲେ ଶୁଣ ଗୋ ସହୀ

 

ଗଡ଼ କରି ବେଢ଼ି ବସ ଗୋ ସର୍ବ ସଖିନ୍ତ ରାଇ।

।୨୦।

 

 

ତୁମ୍ଭେ ଦୂତୀ ବୃନ୍ଦାବତୀକି ଘେନି ଦ୍ୱାର ଜଗିବ

 

ନନ୍ଦନନ୍ଦନକୁ ମୋ ପୁରେ କେବେଂ ଛାଡ଼ି ନ ଦେବ।

।୨୧।

ସର୍ବନାଶୀ ଗର୍ବ ନାଶିବି ଗେଲ ଛାଡ଼ି ତାଙ୍କର

 

ଯେତେ କଥା କଲା ସଖି ଗୋ ମନେ ତା ହେତୁକର।

।୨୨।

 

 

ଦ୍ୱାର ଜଗି ବସି ରହିଲେ ଆଗ୍ୟାଂ ପାଇଣ ଦୂତୀ

 

ପ୍ରେମ ଆନନ୍ଦେ ତ୍ରିଭଙ୍ଗୀମା ଛନ୍ଦେ ଗୋପୀ ନାଚନ୍ତି।

।୨୩।

କେହୁ ବୋଲେ ହରେ ରାମ ଗୋ କୃଷ୍ଣ ରଖ ପରାଣ

 

କେହୁ ଶାମ ଦାମ ବୋଲନ୍ତି ରଖ ନନ୍ଦନନ୍ଦନ।

।୨୪।

 

 

 

 

ଦୀନ ଧର୍ମ ସାକ୍ଷୀ ହୁଅ ହେ କନ୍ଦର୍ପର ମୂରୁତି

 

ସାଧୁ ସୁନ୍ଦର ମଧୁବାଣୀ ଯେହ୍ନେ କୋକିଳ ପନ୍ତି।

।୨୫।

ନାଦବିନ୍ଦୁ ଆଶ୍ରେ କରିଣ ନାମବ୍ରହ୍ମ ଚିନ୍ତିଲେ

 

ରୋମାବଳୀ ଝଙ୍କୁରିଣ ଯେ ପ୍ରେମଭୋଳେ ଭାଷିଲେ।

।୨୬।

 

 

ତ୍ରିଭଙ୍ଗୀ ଛନ୍ଦରେ ଉଭାରି ନାଚି ବଜାନ୍ତି ତାଳି

 

ଆହା ପ୍ରାଣଧନ ମରିଲୁ ସର୍ବ ବରଜବାଳୀ।

।୨୭।

ଦୃଢ଼ ସମାଧିରେ ରାଧା ଯେ ହୃଦେ ଜାଗି କମଳେ

 

ନେତ୍ରେ ଥନ ଥନ ଲୁଅ ସେ ଅତିଅନ୍ତ ବିକଳେ।

।୨୮।

 

 

ଛାର ମୋହ ମାୟା କ୍ରୋଧଟି ସର୍ବ ଅନ୍ତର କଲା

 

ଶୂନ୍ୟ ସମାଧିରେ ଶୂନ୍ୟରୁ ମନ ନିଚଳ ହେଲା।

।୨୯।

ନାସାରନ୍ଧ୍ରେ ବଂଶୀ ବାଜଇ ଶୁଭୁଥାଇ ଯେ କାନ

 

ଚେତା ଚଇତନ ଜାଗିଲା ହୁଡ଼ି ପ୍ରକୃତିମାନ।

।୩୦।

 

 

ଥକିତ ଲହରୀ ହୋଇଣ ଶୂଭେ ବଂଶୀ ଶବଦ

 

ସୁସ୍ୱରେ ସେଠାବେ ବାଜିଲା ବାରଗୋଟି ବାଇଦ।

।୩୧।

ଅକର୍ମ ଅବିଦ୍ୟା ଅସୂତ୍ରେ ଅବିନାଶୀକୁ ଆଶ

 

କର୍ମବନ୍ଧନ ତୁଟିଗଲା ଗଳୁଂ ଫିଟିଲା ଫାଶ।

।୩୨।

 

 

 

 

କୁକୁଟ ଶବଦ ମୟର ପାଗ ଝିଙ୍କାରୀ ବଂଶୀ

 

ପଞ୍ଚୁ ସ୍ୱର ୟେକ ମିଶାଇ ନାମ ଶୁଣିଲେ ବସି।

।୩୩।

ଏକାବେଳେ ସର୍ବ ଗୋପୀଏ କୃଷ୍ଣ କୃଷ୍ଣ ବୋଲିଣ

 

ଆହା ପ୍ରାଣଧନ ନୟନାନନ୍ଦ ଆସ ଆପଣ।

।୩୪।

 

 

କାଳେନ୍ଦୀ କୂଳରେ କଦମ୍ବ ମୂଳେ ନୟନାନନ୍ଦ

 

ଆସନ କମ୍ପିଲା ତାଙ୍କର ଶୁଣି ବଂଶୀ ନିନାଦ।

।୩୫।

ବିଷାକ୍ତ ମନ କାରୁଣ୍ୟରେ କୃଷ୍ଣ ବୃକ୍ଷୁ ଓହ୍ଲାଇ

 

ଅତି ଶୋକଭରେ ଚଳିଲେ ଦୀନ ଅଚ୍ୟୁତ କହି।

।୩୬।

ଇତିଶ୍ରୀ ରାଧା ରାସ ଅଷ୍ଟମ ଗୁଜ୍ଜରୀ।

 

ନବମ ଗୁଜ୍ଜରୀ

ବଇଂଶୀ ଶବଦ ଶୁଣିଣ କୃଷ୍ଣ ବିଷାଦ ହେଲେ

 

ମୋ ପଦ କେ ବଳେ ହରିଲା ବୋଲି ମନେ ପାଞ୍ଚିଲେ।

।୧।

ଘନଘନ ନାଦ ଶୁଭୁଛି କମ୍ପେ ଶ୍ରୀବୃନ୍ଦାବନ

 

ନିଶି ଅର୍ଧମାନେ ଚଳିଲେ ସଙ୍ଗେ ସଖା ଘେନିଣ।

।୨।

କେତେକ ଦୂରରେ ଦେଖିଲେ ଗଡ଼ ବାନ୍ଧି ଯୁବତୀ

 

ଦ୍ୱାର ଜଗିଛନ୍ତି ବୃନ୍ଦା ଯେ ସଙ୍ଗେ ଘେନିଣ ଦୂତୀ।

।୩।

ଦ୍ୱାର ପାଶେ ଉଭା ହୋଇଣ ଲୋଡୁଛନ୍ତି କହ୍ନାଇ

 

ଶୁଣ ଆଗୋ ସହଚରଏ ରାଧା ଅଛନ୍ତି କାହିଂ।

।୪।

ଦୂତିକା ବୋଲନ୍ତି ନାଗର ତୁହି କିମ୍ପା ଅଇଲୁଂ

 

ନୟନାନନ୍ଦ ଶ୍ରୀକୃଷ୍ଣଙ୍କୁ ଘେନି ରାହାସ କଲୁଂ।

।୫।

ଫେରିଯାଅ ଆରେ କହ୍ନାଇ ଆମ୍ଭ ସଖିଟି ନାହିଂ

 

ଚୋର ବୋଲି ତୋତେ ବାନ୍ଧିବେ ଏଥୁ ଯା ଯା ପଳାଇ।

।୬।

ଚୋର ଆମ୍ଭେ ନିଶ୍ଚେ ଦୂତୀ ଗୋ କହ ତୋ ସଖି ପାଶ

 

ସେ ଯେବେ ତୁମ୍ଭଙ୍କୁ କହିବେ ଭେଟା ତାହାଙ୍କ ପାଶ।

।୭।

ଶୁଣି ଦୂତୀ ବେଗେ ଚଳିଲେ ଯହିଂ ଶ୍ରୀମତୀ ଛନ୍ତି

 

କରଯୋଡ଼ି ଦୂତୀ କହନ୍ତି ଦ୍ୱାରେ ଉଭା ଶ୍ରୀ ପତି।

।୮।

 

 

ତୁମ୍ଭର ବଚନେ ଆଣିମୁଂ ସେହି କଳା କହ୍ନାଇ

 

ଦୂତୀଠାରୁ ଶୁଣି ଶ୍ରୀମତୀ କହେ ଓଷ୍ଠ କମ୍ପାଇ।

।୯।

ଶୁଣ ଦୂତୀ ୟେବେ ତୋହୋରେ କହୁଅଛି ବଚନ

 

ନ ଚାହିଂବି ତାଙ୍କ ଶ୍ରୀମୁଖ ସଖି ତୁମ୍ଭେ ଗୋ ଶୁଣ।

।୧୦।

 

 

ଗରବଖିଆ ଗରବକୁ ଆଜି ବାନ୍ଧିବି ସହି

 

କେତେ କେତେ କୂଟ କପଟ କଲା ନନ୍ଦ କହ୍ନାଇ।

।୧୧।

ଦୂତୀ ବୋଇଲେ ଗୋ ଶ୍ରୀମତୀ ଶୁଣ ଆମ୍ଭ ବଚନ

 

ଭିତରେ ଅଇଲେ ବାନ୍ଧିବା ଧରି ନନ୍ଦନନ୍ଦନ।

।୧୨।

 

 

ଶ୍ରୀ ମତି ବୋଲିଲେ ପଣନ୍ତେ ବାନ୍ଧି ଆଣିମ ତାଙ୍କୁ

 

ଚୋର ଖଣ୍ଟ ପ୍ରାୟେ କରିଣ ଦଣ୍ଡଦେବା ତାହାଙ୍କୁ।

।୧୩।

ଆଗ୍ୟାଂ ପାଇ ଦୂତୀ ଶ୍ରୀକୃଷ୍ଣ ପାଶେ ଯାଇଂ ଭେଟିଲେ

 

ଚୋର ପ୍ରାୟେ ବାନ୍ଧିକରିଣ ଘେନ ରାଜା ବୋଇଲେ।

।୧୪।

 

 

ଶ୍ରୀ ହରି ବୋଇଲେ ଆମ୍ଭଙ୍କୁ ସଖି ବାନ୍ଧ ଗୋ ପୁଣି

 

ରାଜା ଆଗ୍ୟାଂ ତବ ଅବଗ୍ୟାଂ ନୋହିବରେ ତରୁଣୀ।

।୧୫।

କୃଷ୍ଣ ମନ ଜାଣି ପଣନ୍ତେ ଦୂତୀ ବାନ୍ଧିଣ ନେଲା

 

ସିଂହାସନ ପାରୁଶରେ ସେ ଯାଇଂ ଉଭା ହୋଇଲା।

।୧୬।

 

 

ତେବେ ସେ ହରଷ ଦିଶିଲା ରାଜା ଶ୍ରୀମୁଖ ପୁଣ

 

ତ୍ରାହି ଗୁରୁ ଅଙ୍ଗ ତୁମ୍ଭେ ଯେ ମୁହିଂ ଗଲି ଶରଣ।

।୧୭।

ଏତେ କହି କର ଯୋଡ଼ିଣ କୃଷ୍ଣ ଅବନୀପରେ

 

ସର୍ବ ଦୋଷ କ୍ଷମା କରିଣ ରଖ ଶରଣ ମୋରେ।

।୧୮।

 

 

ବ୍ରହ୍ମାଣ୍ଡକରତା ଯେ ପ୍ରଭୁ ପଡ଼େ ରାଧା ପୟରେ

 

କି କହିବି ତାଙ୍କ ଦୁଖ ଯା ନାରୀ ଦେଲେ କୃଷ୍ଣରେ।

।୧୯।

ଦାସ ଦୋଷ କ୍ଷମା ହେବ ଗୋ ଗୁରୁଦେବ ଆପଣ

 

ତୁମ୍ଭ ଅଙ୍ଗୁ ଆମ୍ଭେ ଛରିଲୁ ତୁମ୍ଭେ ଅରୂପ ଜାଣ।

।୨୦।

 

 

ମୋର ଦୋଷ କ୍ଷମା କରିଣ ସୁଧା ବରଷ ତୁହି

 

କୋଟି ତୀର୍ଥ ଶ୍ୱରୀର ଅଙ୍ଗ ପଖାଳେ ମୁହିଂ।

।୨୧।

ମହା ବ୍ୟାକୁଳରେ ଶ୍ରୀକୃଷ୍ଣ ରାଧା ପାଦ ବନ୍ଦିଲେ

 

ହାସ ପରିହାସ ଅମୃତ ସୁଧା ଭାବ ବର୍ଷିଲେ।

।୨୨।

 

 

କିଣି ରଖ ପ୍ରାଣ ବୋଲି ସେ ପଡ଼ି ଅବନୀ ପରେ

 

କାରୁଣ୍ୟ କରିଣ ଅଚ୍ୟୁତ ଗଡ଼ୁଅଛି ପୟରେ।

।୨୩।

ଇତିଶ୍ରୀ ରାଧା ରସ ନବମ ଗୁଜ୍ଜରୀ।

 

ଦଶମ ଗୁଜ୍ଜରୀ

ଶ୍ରୀକୃଷ୍ଣ ବିକଳ ଦେଖି ଶ୍ରୀମତୀ

 

କହେ କେଡ଼େ ମାୟା କଲ ଶ୍ରୀପତି।

।୧।

ଗୋପ ଗଉଡ଼ୁଣୀ ବୋଲି ମଣିଲ

 

ନିଶା ରାତ୍ରେ ଘେନି ବନେ ବୁଲିଲ।

।୨।

ନଟୁଚୋରୀ ନୁହେଁ ବସ୍ତ୍ରହରଣ

 

ନାବକେଳି ନୁହେଁ ଘାଟ ସାଧନ।

।୩।

ଏକଥା ନ ଜାଣି ସବୁ ତେଜିଲୁ

 

ଜାନୁଯୈାବନ ତୋତେ ଆମ୍ଭେ ଦେଲୁ।

।୪।

ପତିବ୍ରତ ପୁତ୍ର ବନ୍ଧୁ ଯେ ଗୁରୁ

 

ବଧିବ୍ରତ ଛାଡ଼ି କଳପତରୁ।

।୫।

ଜାଣିଥିଲୁଟିକି ଏହା କରିବ

 

ପିଣ୍ଡ ରଖି ଆମ୍ଭ ପରାଣ ନେବ।

।୬।

ହେ କୃଷ୍ଣ ତୋ ମୁଖ ନ ଚାହୁଂ ଆଉ

 

ଏଡେ ଅଲାଜୁକ କିମ୍ପା ବୋଲାଉ।

।୭।

ଯେସନ ବଚନ ଶୁଣି ଶ୍ରୀପତି

 

ପୁତ୍ର ଦୋଷ କି ସେ ମାତା ଘେନନ୍ତି।

।୮।

 

 

ଭୃତ୍ୟ ଦୋଷ କି ସାମନ୍ତ ଘେନଇ

 

ପ୍ରଜା ଦୋଷ କି ରାଜା ନ ଶୁଣଇ।

।୯।

ଅବଳା ନାରୀ ଯେ ଆମ୍ଭେ ଯୁବତୀ

 

କେଡେ ମାୟା କରି କହୁ ଶ୍ରୀପତି।

।୧୦।

 

 

ଦଦରା ନାବେ ବସାଇଲୁ ପୁଣ

 

ବାଲୁକା ପୂଜନ୍ତେ ବସ୍ତ୍ର ହରଣ।

।୧୧।

ନିୟମ କରିଲୁ ମୁରଲୀ ଛୁଇଁ

 

ତୁମ୍ଭ ଯୋଗେ କେତେ କଷଣ ସହି।

।୧୨।

 

 

ମୁଂ ରାଧା ନୁହଇ ଗୋପର ନାରୀ

 

ମୁରଲୀ ବାଇ ଡାକିବୁ ଶ୍ରୀହରି।

।୧୩।

ତୁମ୍ଭେ ଯେବେ ଆମ୍ଭ ଭଣଜା ହୋଇ

 

ଆମ୍ଭେ ଯେବେ ତୁମ୍ଭ ସୋଦର ମାଇଂ।

।୧୪।

 

 

ଏତେ ଦିନେ ଭେଟ ହେଲା ତୋହର

 

ସର୍ବ ସଙ୍କେତ କହିବୁ ଆଗର।

।୧୫।

ମୋହିଲୁ ମୋ ହସ୍ତେ ମୁରଲୀ ଦେଇ

 

ଅଲାଜୁକ ପଣେ ଯାଅ ପଳାଇ।

।୧୬।

 

 

ପଚାରୁଛି ଯାହା କହିବ ଫେଇ

 

ଦୀନ ଅଚ୍ୟୁତ ଯେ ପଛରେ ଥାଇ।

।୧୭।

ଇତିଶ୍ରୀ ରାଧା ରାସ ଦଶମ ଗୁଜ୍ଜରୀ।

 

ଏକାଦଶ ଗୁଜ୍ଜରୀ

ପଚାରିବି ଯେତେ ଶୁଣ କହ୍ନାଇ

 

ପଞ୍ଚମାତ୍ରା ବୋଲି କି ମାତ୍ରା କହି।

।୧।

ସପ୍ତ ପଞ୍ଚତ୍ମିକା ଆଦି ସହିତେ

 

ସପ୍ତ ବାର ସ୍ତିରୀ ପୁରୁଷ କେତେ।

।୨।

ସପ୍ତାଙ୍ଗ ଅଷ୍ଟାଙ୍ଗ ଆଦିଟି ପୁଣ

 

ପକ୍ଷକ କେମନ୍ତ ପନ୍ଦର ଦିନ।

।୩।

ପୃଥ୍ୱୀ ଆପ ତେଜ ବାୟୁ ଆକାଶ

 

କେ କଉଂ ଘରେ କରିଛନ୍ତି ବାସ।

।୪।

କାହାର କେବଣ ବର୍ଣ୍ଣ ହୋଅଇ

 

କେ କଉଂ ମାତ୍ରାରେ ପୁଣି ଚଳଇ।

।୫।

ପଞ୍ଚ ବୀଜର କେ ଅଟଇ ଗୁରୁ

 

କେବଣ ଅଙ୍ଗ ସେ କାହା ଅଙ୍ଗରୁ।

।୬।

ଚାରିଦ୍ୱାର ଚାରି ବେଦ ଅଟଇ

 

କଉଂ ଦ୍ୱାରେ କଉଂ ବେଦ ଅଛଇ।

।୭।

ସତ୍ୟ ତ୍ରିତୟା କେ ଦ୍ୱାପର କଳି

 

କଉଂ ବେଦ କଉଂ ଯୁଗଟି ବୋଲି।

।୮।

 

 

ଦିବସ ଗୋଟିକ ଚାରି ପ୍ରହର

 

କଉଂ ପ୍ରହରେ କଉଂ ବେଦ ସାର।

।୯।

ଚାରିଗୋଟି ମାତ୍ରା ପୁଣ କହିଲା

 

ବାରଗୋଟି ବାଦ୍ୟ ବାଜୁଛି ଭଲା।

।୧୦।

 

 

ଆବର କଥାଏ ଶୁଣ କହ୍ନାଇ

 

କେତେବେଳେ ପଞ୍ଚଭୂତଟି ନାହିଂ।

।୧୧।

ତେତେବେଳେ ଥିଲା କଉଂ ପୁରୁଷ

 

କେମନ୍ତେ ସେ କାହିଂ କରିଲା ବାସ।

।୧୨।

 

 

ତୁମ୍ଭ ଆମ୍ଭ ଦୁହେଂ କା ଦେହୁଂ ଜନ୍ମ

 

ମାତା ପିତାଙ୍କର କେବଣ ନାମ।

।୧୩।

ଆଗେ କି ପୁରୁଷ କି ଅବା ସ୍ତିରୀ

 

କାର କେତେ କଳା ଆସିଲା ଛରି।

।୧୪।

 

 

ଏ ଦେହ ମାତ୍ରାଟି କେତେକ ପୁଣ

 

ପଞ୍ଚାକ୍ଷରରେ ଛଡ଼ଚକ୍ର ପୁଣ।

।୧୫।

ଏ ଦେହ ମାତ୍ରାଟି କେତେକ ଦୂର

 

ମଞ୍ଚକୁ ପାତାଳ କେତେ ଅନ୍ତର।

।୧୬।

 

 

ଛଡ଼ଚକ୍ର କହ କାହିଂ ସେ ମେଳ

 

କେମନ୍ତେ ପାଦେ ଫୁଟିଛି କମଳ।

।୧୭।

ରଜବୀର୍ଯ୍ୟ ଯେବେ ୟେକତ୍ୱ ହେଲା

 

ୟତନେ କେ କେତେ ମିଶାଇଦେଲା।

।୧୮।

 

 

ଠିକ୍ ଠିକ୍ କରି ପଚାରେ ତୋତେ

 

ବାର ବାଦ୍ୟ କଥା କହିବା ମୋତେ।

।୧୯।

ଖଞ୍ଜଣି ମନ୍ଦିରା ସେ କରତାଳି

 

ମୃଦଙ୍ଗ ବୀଣା ଯେ ପୁଣି କଂସାଳି।

।୨୦।

 

 

ଢୋଲ ତୁମ୍ବା ପଖାଉଜ ନିନାଦ

 

ଘଣ୍ଟ ଘଣ୍ଟା ଏହି ବାର ବାଇଦ।

।୨୧।

ସେ କଉଂ ମାତ୍ରାରେ ବାଜୁଛି ପୁଣି

 

ଫେଡ଼ି କହିଦେବା ହୋ ଚକ୍ରପାଣି।

।୨୨।

 

 

ଆବର କଥାଏ ହୋ ନନ୍ଦସୁତ

 

ଘେନିଛ ବିରହ ବଇଂଶୀ ହାଥ।

।୨୩।

କାହିଂରୁ ଜନମ ସେ ବଂଶୀ ଗୋଟି

 

କେବଣ ମାତ୍ରା ଯେ ଯାଗ କୁଣ୍ଡଟି।

।୨୪।

 

 

 

 

ସପତ ରନ୍ଧ୍ରଟି କିମ୍ପା ହୋଇଲା

 

କଉଂ ରନ୍ଧ୍ରଗୋଟି ଗୋପୀ ମୋହିଲା।

।୨୫।

କଉଂ ରନ୍ଧ୍ର କଉଂ ନାମ ବହଇ

 

ଆଦି ଅନ୍ତ ସବୁ କହ ବୁଝାଇ।

।୨୬।

 

 

ସଦଗୁରୁ ରାଣ ଅଛି ତୁମ୍ଭଙ୍କୁ

 

ପଦପଦ କରି କହ ଆମ୍ଭଙ୍କୁ।

।୨୭।

ଆବର କଥାଏ ଶୁଣ ହୋ ଭଲା

 

ଆଠକୁଞ୍ଜ ଲୀଳା କେ ସବୁ ଦିଲା।

।୨୮।

 

 

ଲଳିତା ବିଶାଖା ଯେ ସଖି ଦୁଇ

 

କଉଂ ମାତ୍ରା କାହା ଅଙ୍ଗରେ ହୋଇ।

।୨୯।

ବୃନ୍ଦା ତ୍ରିପୁରାଟି ସେହି ଦୁତିକା

 

ପ୍ରେମରୂପା ଘେନି ସେ ଚିତ୍ରରେଖା।

।୩୦।

 

 

ରମା ଗୋପୀ ଘେନି ସେ ଆଠଜଣ

 

କହ କାହିଂରୁ ହୋଇଲେ ଜନମ।

।୩୧।

କେବଣ ମାତ୍ରା କି କି ବୀଜ କହି

 

ସେବାରେ କେ କିସ ଘେନି ଅଛଇ।

।୩୨।

 

 

 

 

କାର ଦାଣ୍ଡେ କିବା ବାଦ୍ୟ ବାଜୁଛି

 

କିଏ ବସି ତହିଂ ଯନ୍ତ୍ର ଚାଳୁଛି।

।୩୩।

ରତ୍ନ ସିଂଘାସନ କେମନ୍ତେ ହୋଇ

 

ପ୍ରଥମେ କି ଯନ୍ତ୍ର ଥାପନା ତହିଂ।

।୩୪।

ସେ ଯନ୍ତ୍ର କାହୁଂ ବା ଅଇଲା ପୂଣ

 

କେବା ବସି ତାକୁ କଲା ଥାପନ।

।୩୫।

ଚଉଷଠୀ ବନ୍ଧ ସ୍ତିରୀ ପୁରୁଷ

 

କହ କେତେ ସ୍ତିରୀ କେତେ ପୁରୁଷ।

।୩୬।

ତୁମ୍ଭ ଆମ୍ଭ ତେବେ ମିଳନ ହେବ

 

କୁଞ୍ଜବନରେ ରାହାସ ରହିବ।

।୩୭।

ନୋହିଲେ ତୁମ୍ଭର ଯନ୍ତ୍ରକୁ ଦିଅ

 

ଚୋର ପ୍ରାୟେ ହୋଇ ପଳାଇ ଯାଅ।

।୩୮।

ତେବେ ସିନା ଯନ୍ତ୍ର ବାଜିବ ପୁଣ

 

ନୋହିଲେ ଯନ୍ତ୍ରକୁ ଦିଅ ଆପଣ।

।୩୯।

ପଦ ପଦ କରି ଦିଅ ବୁଝାଇ

 

କହେ ଅଚ୍ୟୁତ ଶ୍ରୀମତୀ ପୁଚ୍ଛଇ।

।୪୦।

ଇତିଶ୍ରୀ ରାଧା ରାସ ଏକାଦଶ ଗୁଜ୍ଜରୀ।

 

ଦ୍ୱାଦଶ ଗୁଜ୍ଜରୀ

ଶ୍ରୀକୃଷ୍ଣ କହନ୍ତି ଶ୍ରୀମତୀ ଶୁଣ

 

ପ୍ରଶ୍ନ କଥା କହିଦେବା ଫେଡ଼ିଣ।

।୧।

ପ୍ରଥମ ଯନ୍ତ୍ରଟି ଅରେହ ପୁର

 

ଅରେହରୁ ରେହ ହେଲା ଜନମ।

।୨।

ୟେ ବେନିରୁ ବିନ୍ଦୁ ଧଇଲା ସହୀ

 

ବିନ୍ଦୁ ଅର୍ଧମାତ୍ରା ସେହୁ ବୋଲାଇ।

।୩।

ଅକାରଟି ସେହି ସଖି ଗୋ ଶୁଣ

 

ତହିଂରୁ ଜନ୍ମିଲା ଆକାର ପୁଣ।

।୪।

ଅକାରୁଂ ଆକାର ଇକାର ହେଲା

 

ଇକାରୁ ଉକାର ଏକାର ହେଲା।

।୫।

ୟେମନ୍ତେ ଏ ପଞ୍ଚୁ ମାତ୍ରାଟି ହୋଇ

 

ଅକାରହିଂ ପ୍ଲୀଂ ରାଧା ବୋଲାଇ।

।୬।

ଆକାରହିଂ ହ୍ଲୀଂ କରେ ପ୍ରମାଣ

 

ଇକାରଟି ଧ୍ଲୀଂ ଶ୍ୟାମ ବୋଲିଣ।

।୭।

ଏକାରହିଂ କ୍ଲୀଂ କୃଷ୍ଣଙ୍କୁ ଜାଣ

 

ଉକାର ଶ୍ଳୀଂ ଯୋଗମାୟା ରାମ।

।୮।

 

 

ପଞ୍ଚମାତ୍ରା ବୀଜ କହିଲି ସହୀ

 

ଅର୍ଧମାତ୍ରା ପିତୃ ବୀଜଇଂ କହି।

।୯।

ଆମ୍ଭେ ବେନି ଜନ୍ମୁ ଯା ଦେହୁ ସେହି

 

ତେଣୁ ଆମ୍ଭେ ଦୁଇ ଭଏଣୀ ଭାଇ।

।୧୦।

 

 

ବେଦମତେ ସ୍ତିରୀ ପୁରୁଷ ଦୁଇ

 

ତୋ ଅଙ୍ଗୁ ମୁଂ ଜନ୍ମ ତୁ ମାତା କହି।

।୧୧।

ସପ୍ତାଙ୍ଗ ଅଷ୍ଟାଙ୍ଗ ସେ ସାତ ବାର

 

ଶନି ରବି ଘେନି ମଙ୍ଗଳବାର।

।୧୨।

 

 

ୟେ ତିନି ବାରଟି ପୁରୁଷ କହି

 

ସୋମ ବୁଧ ଗୁରୁ ଶୁକ୍ର ବୋଲାଇ।

।୧୩।

ୟେ ଚାରି ବାରଟି ସ୍ତିରୀ ପ୍ରମାଣ

 

ସପ୍ତାଙ୍ଗ ଯୋଗଟିଏ ଏ ସାତ ଜଣ।

।୧୪।

 

 

ଆବର ପୁଚ୍ଛିଲ ଭୋ ସଖି ଶୁଣ

 

ଯବ ପ୍ରମାଣରେ ପୁରୁଷ ଜାଣ।

।୧୫।

ତାଙ୍କୁ ଲୁଚାଇ ଅନନ୍ତ ଧଇଲା

 

ସପତ ଫଣି ଯେ ଘୋଡ଼ାଇଥିଲା।

।୧୬।

 

 

ତାଙ୍କ ହାସ୍ୟରୁହିଂ ସୁଧା ଗଳିଲା

 

ସେ ସୁଧାହୁଂ ଆଦି ଓଂକାର ହେଲା।

।୧୭।

ଦୁଇ ସୁଧା ଏକ ଠାବ ହୋଇଣ

 

ମଝାଭାଗ ରୁହିଂ ତୁ ସଖି ଜନ୍ମ।

।୧୮।

 

 

ତୋ ପାଦପଦ୍ମରୁ ଶ୍ରୀକୃଷ୍ଣ ମୁହିଂ

 

ମୋ ପାଦରୁ ଗୋପୀ ଜନମ ହୋଇ।

।୧୯।

ସେ ସପ୍ତ ଅଙ୍ଗରୁ ସପ୍ତାଙ୍ଗ ଆଠ

 

ୟେମନ୍ତେ ପନ୍ଦର ଦିବସ ମୋଟ।

।୨୦।

 

 

ପୃଥ୍ୱୀ ଆପ ତେଜ ବାୟୁ ଆକାଶ

 

ବାୟୁର ଘରଟି ନାଭି ପ୍ରକାଶ।

।୨୧।

ଆକାଶର ଦ୍ୱାରେ ବ୍ରହ୍ମରନ୍ଧ୍ରରେ

 

ବଇଂଶୀର ଦ୍ୱାର ନାସାରନ୍ଧ୍ରରେ।

।୨୨।

 

 

ତେଜର ଦୁଆର ଚକ୍ଷୁରେ ପୁଣ

 

ଅପର ଦୁଆର ଇନ୍ଦ୍ରି ପ୍ରମାଣ।

।୨୩।

ପୃଥ୍ୱୀର ଦୁଆର ତୁଣ୍ଡକୁ କହି

 

କୃଷ୍ଣବର୍ଣ୍ଣ ଗୋଟି ଆକାଶ ହୋଇ।

।୨୪।

 

 

 

 

ବାୟୁର ନୀଳ ବର୍ଣ୍ଣହିଂ ଯେ ଶୁଣ

 

ତେଜର ଅଟଇ ଶୋଣିତ ବର୍ଣ୍ଣ।

।୨୫।

ଆବର ଅଗ୍ନି ବର୍ଣ୍ଣଇ ପ୍ରକାଶ

 

ପୃଥ୍ୱୀର ପିଙ୍ଗଳ ବର୍ଣ୍ଣହିଂ ଦୃଶ୍ୟ।

।୨୬।

 

 

ଆକାଶ ସମ୍ଭାଇ ଶବ୍ଦରେ ପୁଣ

 

ବାୟୁ ସମ୍ଭାଇ ନାସିକା ପ୍ରମାଣ।

।୨୭।

ଆପ ସମ୍ଭାଇଲା ଯାଇଂ ହୃଦରେ

 

ତେଜ ସମ୍ଭାଇ ଯେ ଥନ ମଧ୍ୟରେ।

।୨୮।

 

 

ସକଳ ସମ୍ଭାଇ ଶୂନ୍ୟ ଆକାଶେ

 

ସଦା ଧାମଇ ସେ ବାୟୁ ପୁରୁଷେ।

।୨୯।

ଦେଖଇ ତେଜ ଦର୍ପଇଟି ଆପ

 

ୟେହୁ ପାଞ୍ଚରୁ ଅନେକ ସୋରୂପ।

।୩୦।

 

 

ଯଜୁବେଦ ଗୋଟି ପୂର୍ବ ଦୁଆର

 

ସାମ ବେଦ ଗୋଟି ଦକ୍ଷିଣ ଦ୍ୱାର।

।୩୧।

ଅଥର୍ବ ବେଦ ଉତ୍ତରେ ରହିଛି

 

ଋକବେଦ ଗୋଟି ପଛିମେ ଅଛି।

।୩୨।

 

 

 

 

ଉର୍ମ ଧୂର୍ମ ଜୋତି ଜ୍ୱାଳା ଯେ କହି

 

ଉର୍ମ ମୁଖ ଧୁର୍ମ ନାସିକା କହି।

।୩୩।

ଜୋତି ତଛୁ ଜ୍ୱାଳା କର୍ଣ୍ଣଟି ଶୁଣ

 

ଚାରିବେଦ ଚାରି ପ୍ରହର ଜାଣ।

।୩୪।

 

 

ପ୍ରଥମ ପ୍ରହର ରୂକ ଯେ ବେଦ

 

ଦ୍ୱିତୀୟ ପ୍ରହର ଯଜୁ ଯେ ବେଦ।

।୩୫।

ତୃତୀୟ ପ୍ରହର ଯେ ସାମ ବେଦ

 

ଚତୁର୍ଥ ପ୍ରହର ଅଥର୍ବ ବେଦ।

।୩୬।

 

 

ଋକ ବେଦ ସତ୍ୟଯୁଗ ଯେ ମୁଖ

 

ଯଜୁବେଦ ନାସା ତ୍ରିତୟା ଦେଖ।

।୩୭।

ଦ୍ୱାପର ସାମବେଦ ଅଟେ ତଛୁ

 

କଳିଯୁଗ କର୍ଣ୍ଣ ଅଥର୍ବ ଲେଖୁଂ।

।୩୮।

 

 

ଘଣ୍ଟା ଘଣ୍ଟାରେ ବାଏ ତିନି ଜାଣ

 

କଳା ମାତ୍ରାଠାରୁ ଏ ହୋୟେ ଜନ୍ମ।

।୩୯।

ବୀଣା ପଖାଉଜ ମନ୍ଦିରା ଗିନି

 

କିକୀ କୁକୂ ବୋଲି ଏ ଧୂନି ଜନ୍ମି।

।୪୦।

 

 

 

 

ଢୋଲ ରାମତାଳି ଆଦି ଖଞ୍ଜଣି

 

କେ କୈ କୋ ମାତ୍ରାଠାରୁ ଜନ୍ମି।

।୪୧।

ମୃଦଙ୍ଗ କଂସାଳ ତୁମ୍ବାଇଂ ପୁଣ

 

କୈା କଂ କାଃ ଠାରୁ ୟେ ତିନି ଜନ୍ମ।

।୪୨।

 

 

ବାର ମାତ୍ରାରୁ ଯେ ବାରଟି ବାଦ୍ୟ

 

ଯେ ଯଉଂ ମାତ୍ରାରୁ ଜନ୍ମ ଶବଦ।

।୪୩।

କ ଠାରୁ ଘଣ୍ଟ କା ଠାରୁ ଘଣ୍ଟା

 

ରେବା ବୋଲିକରି ମାତ୍ରା ଯେ ଗୋଟା।

।୪୪।

 

 

କି ଠାରୁ ପଖଜ କୀ ଠାବୁଂ ବୀଣା

 

କୁରୁ ମନ୍ଦିରା କୂ ଗିନି ସିନା।

।୪୫।

କେ ବୋଲି ଢୋଲ କୈ ରାମତାଳ

 

କୋ ଠାବୁଂ ଖଞ୍ଜଣି ଶୁଣରେ ବାଳୀ।

।୪୬।

 

 

କୈା ଠାରୁ ମୃଦଙ୍ଗ କଂ କଂସାଳ

 

କଃ ଠାରୁ ଜନମ ତୁମ୍ବାର ତାଳ।

।୪୭।

ଶୂନ୍ୟ ଘର କଥା ଅଟଇ ଏହି

 

ବିନା ଯନ୍ତ୍ରେ ମାତ୍ରା ଶବ୍ଦ କରଇ।

।୪୮।

 

 

 

 

ୟେ କଥାମାନ ଯେ ଭେଦ କରଇ

 

ମୃଦଙ୍ଗ ମୃତ୍ତିକା କୁମ୍ଭାର ଭେଇ।

।୪୯।

ଢୋଲ ଖଞ୍ଜଣି ପଖଜ ତୁମ୍ବାରା

 

କାଷ୍ଠେ ଅନନ୍ତ ଗଢ଼ିଛନ୍ତି ପରା।

।୫୦।

 

 

ଘଣ୍ଟ ଘଣ୍ଟା ବୀଣା ଗିନି ମନ୍ଦିରା

 

ଈଶ୍ୱର ବିନ୍ଧାଣି ରୂପେ ଗଢ଼ିଲା।

।୫୧।

କହିଲି ସୁମୁଖୀ ଏ ବାଦ୍ୟ ଦିଅ

 

ବଜାନ୍ତୁ ଗୋପୀଏ ହୋଇ ସିନିହ।

।୫୨।

 

 

ଆବର ମୋ ବଂଶୀ ନେଇଛୁ ସହୀ

 

କହୁଅଛି ଶୁଣ ତୁ ମନଦେଇ।

।୫୩।

ବିନ୍ଦୁଟି ମୋ ଶୂନ୍ୟ ରହିଛି ଜାଣ

 

ଅର୍ଧମାତ୍ରା ତାକୁଂ ବେଢ଼ିଛି ପୁଣ।

।୫୪।

 

 

ଅର୍ଧମାତ୍ରା ଠାବୁଂ ହେଲା ଓଂକାର

 

ଓଂକାରୁ ଉତୁପତି ବଂଶୀ ସ୍ୱର।

।୫୫।

ମହାନିତ୍ୟରେହିଂ ଏ ମନ୍ତ୍ର ଥିଲା

 

ଓଂକାର ଥାପି ବ୍ରହ୍ମା ଯଗ୍ୟଂ କଲା।

।୫୬।

 

 

 

 

ଓଂକାରୁ ଜନ୍ମିଲା ବଇଂଶୀ ଯେଣୁ

 

ସପ୍ତବାର ମାତ୍ରା ଭ୍ୟାଇଲା ତେଣୁ।

।୫୭।

ଗାଣ୍ଡୀବ କୋଦଣ୍ଡ ପିନାକ କହି

 

ଶିବ ଶରାସନ ଗଢ଼ିଲା ବିହି।

।୫୮।

 

 

ନଳ ଆଦି ପୁଣ ବେଣୁ ହିଂ କଲା

 

ଅଗ ଖଣ୍ଡି ମୋହୋ ବଇଂଶୀ ହେଲା।

।୫୯।

ତାକୁ ସାଇତି ବ୍ରହ୍ମା ରଖିଥାଇ

 

ଦ୍ୱାପର ଯୁଗରେ ଜନ୍ମିଲି ମୁହିଂ।

।୬୦।

 

 

ବଛା ହରଣରେ ବଂଇଶୀ ଦିଲା

 

ଯଉଂ ରନ୍ଧ୍ରେ ଯଉଂ ଶବ୍ଦ ରହିଲା।

।୬୧।

ଅର୍ଧମାତ୍ରା ଆଦି ବଂଇଶୀ କହି

 

ରନ୍ଧ୍ରେ କେ ତିନିପୁରକୁ ମୋହର।

।୬୨।

 

 

ସପ୍ତ ରନ୍ଧ୍ରକେ ଏକୋଇଶ ପୁର

 

ସେ ସ୍ୱର ବଇଂଶୀ ଗର୍ଭୁ ବାହାର।

।୬୩।

ବଇଂଶୀ ରନ୍ଧ୍ରରେ ସ୍ୱର ପଶିଲା

 

ସପ୍ତ ପଞ୍ଚାତ୍ମକ ଧୁନି ଶୁଭିଲା।

।୬୪।

 

 

 

 

 

 

ମନ୍ତ୍ରଙ୍କ ମଧ୍ୟେ ଓଂକାରଟି ଥାଇ

 

ନାମ ଧରି ବେଣୁ ବାଇଲି ମୁହିଂ।

।୬୫।

ସେ ସ୍ୱର ଗୋପୀ ହୃଦରେ ପଶିଲା

 

ଧନ ଜନ ଜୀବ ତେଜ୍ୟା କରିଲା।

।୬୬।

 

 

ପ୍ରଥମ ରନ୍ଧ୍ରଟି ହକାର କହି

 

ଦୂତୀଅ ରନ୍ଧ୍ର ଆକାର ବୋଲାଇ।

।୬୭।

ତୃତୀଅ ମକାର ଶବଦ କରେ

 

ଚତୁର୍ଥରେ ଶାମ ଦାମ ଭଙ୍ଗରେ।

।୬୮।

 

 

ପଞ୍ଚମେ ନୟନାନନ୍ଦ ମୋହିଲା

 

ଛଡ଼ରେ ନାଦ ବିନ୍ଦୁକୁ ଧଇଲା।

।୬୯।

ସପ୍ତମେ ରହିଲା ସେ ନାମ ବ୍ରହ୍ମ

 

ତେଣୁ ଗୋପିକା ଶୁଣି ମୋହମାନ।

।୭୦।

 

 

ୟେବେ ମୋ ବଇଂଶୀ ଦିଅରେ ସହୀ

 

ମୋହ ପଦ କିମ୍ପା ଧରୁଛୁ ତୁହି।

।୭୧।

ଆଠକଳା ଅଟେ ଆଠ ସଖିଟି

 

ଅ ଠାରୁ ର ପରିଯନ୍ତେ ସେହିଟି।

।୭୨।

 

 

 

 

ମାହାନିତ୍ୟ ସଖି ସତ୍ୟ ପ୍ରକାଶ

 

ବୀଜ ଘେନି ଦେହ ହୋଇଲା ଦୃଶ୍ୟ।

।୭୩।

ହ୍ଲୀଂ ଶ୍ଲୀଂ କ୍ଲୀଂ ଧ୍ଲୀଂ ବୋଲାଇ

 

ୟେ ଚାରି ବୀଜରୁ ଆଠଟି ସହୀ।

।୭୪।

 

 

ସିଂହାସନ କରି ବସିଛି ପୁଣ

 

ଗୋପୀଜନ ଚାରି ବୀଜ ମଧ୍ୟେଣ।

।୭୫।

ଚାରିଗୋଟି ବାଦ୍ୟ ତୋହରି ଠାଇଂ

 

ଢୋଲ ବୀଣା ବଂଶୀ କଂସାଳ ସେହି।

।୭୬।

 

 

ଆଗେ ସ୍ତିରୀ ହେଲା ପଛେ ପୁରୁଷ

 

ରଜ ତିନି କଳା କଳାଏ ପୁଂସ।

।୭୭।

ଛଡ଼ଚକ୍ର ମେଳ ଓଂମତିଠାରେ

 

ବସି ଦେଖ ସଖି ତୋହ ନେତ୍ରରେ।

।୭୮।

 

 

ଓଂମତି ଠାବକୁ ଅନାଇ ଥାଅ

 

ପାଦ କମଳକୁ ଥୟେ କରାଅ।

।୭୯।

ଆଠ ସଖି ଆଠ ବାଦ୍ୟ ବଜାଇ

 

ବାଦ୍ୟ ନାମ ତୋତେ କହୁଛି ସହୀ।

।୮୦।

 

 

ମଞ୍ଚକୁ ଆକାଶ ଛଡ଼ା ଗୋ ସହୀ

 

ପଦ ପଦ କରି ଦେଲୁ ବୁଝାଇ।

।୮୧।

ହେବା ନ ହେବା ଯେ କହ ତୁରିତେ

 

ଆଉ କି ସଂଶୟ ତୁମ୍ଭରି ଚିତେ।

।୮୨।

 

 

ଶୁଣି ଶ୍ରୀମତି ଯେ ଆନନ୍ଦ ମନ

 

ବୋଇଲେ ଆସ ହୋ ମୋ ପ୍ରାଣଧନ।

।୮୩।

ଶ୍ରୀକୃଷ୍ଣ ଶୁଣିଣ ହରଷ ହେଲେ

 

ରାଧା ବାମଭାଗେ ଯାଇ ବସିଲେ।

।୮୪।

 

 

 

 

ତ୍ରିକୋଣ ଯନ୍ତ୍ର ସେ ଶୂନ୍ୟ ସମାଧି

 

ଶୂନ୍ୟ ମହାଶୂନ୍ୟ ଯାହାର ଗାଦି।

।୮୫।

ସକଳ ଗୋପୀ ଯେ ଆନନ୍ଦ ମନ

 

ଦେହ ଜୀବ ଅଙ୍ଗେ ନିବେଶି ପୁଣ।

।୮୬।

 

 

ଚନ୍ଦ୍ର ସୂର୍ଯ୍ୟ ମିଳି ତେଜ ପ୍ରକାଶ

 

ସର୍ବ ଗୋପୀ ମିଳି ହୋଇଲେ ତୋଷ।

।୮୭।

ରାମ ଦାସ ଶୁଣି ହରଷ ମନ

 

କହେ ଅଚ୍ୟୁତ ଯେ ମୂଢ଼ ଅଗ୍ୟାଂନ।

।୮୮।

ଇତିଶ୍ରୀ ରାଧା ରାସ ଦ୍ୱାଦଶ ଗୁଜ୍ଜରୀ।

 

ତ୍ରୟୋଦଶ ଗୁଜ୍ଜରୀ

କର ଯୋଡ଼ି କହେ ରାମ ଗୁରୁଦେବ ଶୁଣ

 

କହିବା ଦ୍ୱାଦଶ ଛାନ୍ଦ ଯେମନ୍ତେ ବିଧାନ।

।୧।

ପଚାରିଣ ଥିଲେ ରାଧା ବକ୍ତା ଭଗବାନ

 

ତଦଅନ୍ତେ କିସ ଲୀଳା କଲେ ବେନି ଜନ।

।୨।

କହନ୍ତି ଅଚ୍ୟୁତ ବାବୁ ଶୁଣ ବ୍ରଜମଣି

 

ଦ୍ୱାଦଶ ଛାନ୍ଦ ମିଳନ ଅପୂର୍ବ କାହାଣୀ।

।୩।

ବାର ମାସେ ଚବିଶ ଯେ ପକ୍ଷ ବାବୁ କହି

 

ଅଧେକ ଯେ ସ୍ତିରୀ ଅଧେ ଅଣ୍ଡିର ଅଟଇ।

।୪।

ଚବିଶ ଯେ ମନ୍ତ୍ର ସ୍ତିରୀ ପୁରୁଷ ୟେ ଜନ

 

ମାର୍ଗଶୀର ମାସରୁ କାର୍ତ୍ତିକ ମାସ ରାମ।

।୫।

ପ୍ରଥମେ ଥାପିଲେ ବ୍ରହ୍ମା ଓଂକାରକୁ ନେଇ

 

ଦ୍ୱି ଜିହ୍ୱା କରିଣ ବ୍ରହ୍ମ ବିନ୍ଦୁକୁ ବସାଇ।

।୬।

ବିନ୍ଦୁଟି ଯେ ନିରାକାର ଅର୍ଧ ଆଦିଶକ୍ତି

 

ଓଂକାର ଶରୀରେ ବ୍ରହ୍ମା ବିଷ୍ଣୁ ଶିବ ଛନ୍ତି।

।୭।

ଡାହାଣକୁ ବୁଲିଣ ଯେ ମଣ୍ଡୋଳା ହୋଇଲା

 

ପଞ୍ଚୁମାତ୍ରା ଘେନି ସଙ୍ଗେ ଶୂନ୍ୟକୁ ବ୍ୟାପିଲା।

।୮।

 

 

ଅକାର ଆକାର ଘେନି ଇକାର ଶବଦ

 

ଉକାର ଏକାର ଘେନି ୟେ ପାଞ୍ଚ ଶବଦ।

।୯।

ୟେ ପାଞ୍ଚକୁ ୟେକ କରି ଶବଦ ଉଚ୍ଚାରି

 

ରାଧାକୃଷ୍ଣ ବେନି ମୂର୍ତ୍ତି ୟେକ ଅଙ୍ଗ ଧରି।

।୧୦।

 

 

ୟେଥିମଧ୍ୟୁ ବେଦ ବିଦ୍ୟା ସର୍ବେ ଉତୁପତି

 

ଯନ୍ତ୍ର ମନ୍ତ୍ର ତନ୍ତ୍ର ଘେନି ଉଭା ହୋଇଛନ୍ତି।

।୧୧।

ଅଷ୍ଟାଦଶ ପୂରାଣ ଯେ ଘେନି ୟା ମଧ୍ୟରେ

 

କୁଣ୍ଡଳୀକୁ ଘେନି ବେଢ଼ିଅଛି ୟା ସଙ୍ଗରେ।

।୧୨।

 

 

ଏ ଶବ୍ଦ ପାଇଲେ ବ୍ରହ୍ମଦର୍ଶୀ ତୁ ହୋଇବୁ

 

ଅନାମରୁ ନାମ ରୂପ ତେବେ ଦୁ ପାଇବୁ।

।୧୩।

ଓଂ କାର ବ୍ୟାପିଛି ସିନା ଏହି ତିନି ପୁର

 

ବାର ବୃନ୍ଦାବନ ଘେନି ଗୋପିକା ହୃଦର।

।୧୪।

 

 

ତେଣୁ ସେବା ସେବି ନିତ୍ୟ ରାହାସ ଦେଖିଲେ

 

ତେଣୁ ଗୋପୀ ନାମ ଘେନି ଅନାମ ଭେଟିଲେ।

।୧୫।

ସେ କଥା କହିବା ୟେବେ ଶୁଣ ବ୍ରଜମଣି

 

ଆଦ୍ୟ ମାର୍ଗଶୀର ମାସ ହେମ ଯେ ବଖାଣି।

।୧୬।

 

 

ଶୁକଳ ଯେ ଅନ୍ଧାର ପକ୍ଷ ବେନି ବୋଲାଉଛି

 

ଯେ ପକ୍ଷେ ଯେ ଲୀଳା ସ୍ୱାମୀ ରାହାସ ହୋଉଛି।

।୧୭।

ହ୍ଲୀଂ ଶ୍ଲୀଂ କ୍ଲୀଂ ନମ ବୋଲିଣ ଯେ କହି

 

ପୁରୁଷ ମନ୍ତ୍ରଟି ବାବୁ ଏହୁ ଯେ ବୋଲାଇ।

।୧୮।

 

 

ସ୍ତିରୀ ମନ୍ତ୍ର ଏବେ ଶୁଣ ରାମଚନ୍ଦ୍ର ଦାସ

 

ଶ୍ଲୀଂ ହ୍ଲୀଂ ଧ୍ଲୀଂ ନମ ବୋଲିଣ ପ୍ରକାଶ।

।୧୯।

ପୈାଷ ମାସ ବେନି ପକ୍ଷ ମନ୍ତ୍ର ରାମ ଶୁଣ

 

ଓଂ ହ୍ଲୀଂ ଶ୍ଲୀଂ କ୍ଲୀଂ ଗୋପୀଜନ ବୋଲିଣ।

।୨୦।

 

 

ବଲ୍ଲଭାୟ ନମଃ ହ୍ଲୀଂ ଶ୍ଲୀଂ କ୍ଲୀଂ କହି

 

ସ୍ତିରୀ ମନ୍ତ୍ର ୟେବେ ରାମ ଶୁଣ ମନ ଦେଇ।

।୨୧।

ଗୋପୀଜନ ରାଧେଶ୍ୟାମ ବଲ୍ଲଭାୟ ନମଃ

 

ମାଘ ମାସ ମନ୍ତ୍ର ତୋତେ କହିଦେବା ପୁଣ।

।୨୨।

 

 

ଓଂ ଓଂ ଓଂ ଶୂନ୍ୟ ଗୋପୀ ଜନ ଯେ କହିଣ

 

ବଲ୍ଲଭାୟ ନମଃ ବୋଲି ଅଣ୍ଡିର ପ୍ରମାଣ।

।୨୩।

ଫଗୁଣ ମାସର ମନ୍ତ୍ର ଶୁଣ ରାମ ଦାସ

 

ସ୍ତିରୀ ଯେ ପୁରୁଷ ମନ୍ତ୍ର କରିବା ପ୍ରକାଶ।

।୨୪।

 

 

 

 

ରାମ କୃଷ୍ଣ ରାମ କୃଷ୍ଣ କୃଷ୍ଣ କୃଷ୍ଣ ରାମ

 

ରାଧେ କୃଷ୍ଣ ରାଧେ କୃଷ୍ଣ କୃଷ୍ଣ ରାଧେ ଶ୍ୟାମ।

।୨୫।

ଚଇତ ମାସର ମନ୍ତ୍ର ଶୁଣରେ କୁମରେ

 

ହରେ ରାମ ହରେ ରାମ ରାମ ରାମ ହରେ।

।୨୬।

 

 

ରାଧେ କୃଷ୍ଣ ରାଧେ କୃଷ୍ଣ କୃଷ୍ଣ କୃଷ୍ଣ ରାଧେ

 

ରାଧେ ଶାମ ରାଧେ ଶାମ ଶାମ ଶାମ ରାଧେ।

।୨୭।

ବୈଶାଖ ମାସର ମନ୍ତ୍ର ଶୁଣ ଆହେ ରାମ

 

ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ରାମ।

।୨୮।

 

 

ସ୍ତିରୀ ଯେ ପୁରୁଷ ଏହୁ ଭାବେ ଲୀଳା ଜାଣ

 

ଜ୍ୟେଷ୍ଠେ ରାଧେ କୃଷ୍ଣ ରାଧେ ଶ୍ୟାମ ଯେ ପ୍ରମାଣ।

।୨୯।

ଆଷାଢ଼ ମାସର ମନ୍ତ୍ର ଶୁଣି ତୁହି ରାମ

 

ଓଂ ଶ୍ଲୀଂ ଇତି ରାମ କ୍ଲୀଂ ହ୍ଲୀଂ ନମଃ।

।୩୦।

 

 

ଓଂ କ୍ଲୀଂ କୃଷ୍ଣ ଥିତି ନମୋ ବୋଲି କହି

 

ଶ୍ରାବଣ ମାସର ମନ୍ତ୍ର ଶୁଣ ଏବେ ତୁହି।

।୩୧।

ଶାମ ରାଧେ ଶାମ ରାଧେ ନମୋ ବୋଲି ପୁଣ

 

କ୍ଲୀଂ କୃଷ୍ଣ ରାମ ହରେ ହରେ ନମୋ ନମଃ।

।୩୨।

 

 

 

 

ଭାଦ୍ରବ ମାସରେ ବାବୁ ଷୋଳ ନାମ ଘୋଷ

 

ଷୋଳକ୍ଷର ପ୍ରମାଣରେ ମନ୍ତ୍ର ପରକାଷ।

।୩୩।

ଓଂ ହ୍ଲୀଂ ଶ୍ଲୀଂ କ୍ଲୀଂ ପ୍ଲୀଂ ହ୍ଲୀଂ ଶ୍ଳୀଂ କ୍ଲୀଂ କହି

 

ଓଂ ଶ୍ଲୀଂ ହ୍ଲୀଂ କ୍ଲୀଂ ଓଂ ପ୍ଲୀଂ ଧ୍ଲୀଂ କହି।

।୩୪।

 

 

ଓଂ ଶ୍ଲୀଂ ହ୍ଲୀଂ ଧ୍ଲୀଂ ପ୍ଲୀଂ ମ୍ଲୀଂ ହ୍ଲୀଂ କ୍ଲୀଂ ଶ୍ଲୀଂ ସ୍ୱାହା

 

ଶୁଣ ବାବୁ ରାମଚନ୍ଦ୍ର ଷୋଳକ୍ଷର ଯାହା।

।୩୫।

ଆଶିନ ମାସର ମନ୍ତ୍ର ତୋତେ ଦେବା କହି

 

ହ୍ଲୀଂ ଶ୍ଲୀଂ କ୍ଲୀଂ ଶୂନ୍ୟ ବୋଲିଣ ଯେ ସେହି।

।୩୬।

 

 

ଶ୍ଲୀଂ ରାଧେ ନମୋ ନମଃ ମୁଖେ ରଟୁଥିବୁ

 

କ୍ଲୀଂ କୃଷ୍ଣ ରାମ ହରେ ନମଃ ଯେ ବୋଲିବୁ।

।୩୭।

କାର୍ତିକ ମାସର ମନ୍ତ୍ର ବେବସ୍ଥା ଯେମନ୍ତ

 

କ୍ଲୀଂ କୃଷ୍ଣାୟ ଗୋବିନ୍ଦାୟ କର ପ୍ରଣିପାତ।

।୩୮।

 

 

ବାର ଗୋଟି ମାସରୁ ଚବିଶ ପକ୍ଷ ଜାତ

 

ଶ୍ଲୀଂ ଗୋପୀ ଜନ ବଲ୍ଲଭାୟ ନମସ୍ତୁତ।

।୩୯।

ଚବିଶ ପ୍ରହର ବାବୁ ଅନ୍ଧାର ଘୋଟିବ

 

ୟେହୁ ସନ୍ଧି ତତ୍ତ୍ୱମାନ ଯେବା ଜାଣିଥିବ।

।୪୦।

 

 

 

 

ଉଦୟେ କରିବ ରାମ ଉଦେ ବଟଠାବେ

 

ପ୍ରକାଶିବ ଲୀଳା ରାମ ସତ୍ୟ ହେବା ତେବେ।

।୪୧।

ପଦ୍ମବନେ ମେଳି ହୋଇ କରିବେ ରାହାସ

 

ବୋଲି ଆଣ୍ଟେ ବ୍ରହ୍ମକ୍ଷର ୟେକାକ୍ଷର ଘୋଷ।

।୪୨।

 

 

ଚବିଶ ପ୍ରହର ଯେ ଦେଖିବୁ ୟେହା ଚାହିଂ

 

ରାଧା କୃଷ୍ଣ ବେନି ସିଂଘାସନେ ଛନ୍ତି ରହି।

।୪୩।

ଗୋପୀମାନେ ବେଢ଼ିଛନ୍ତି ଚାରି ପାରୁଶରେ

 

ନାନା ବାଦ୍ୟେ ବୃନ୍ଦାବନ ଯମୂନା ଉଛୁଳେ।

।୪୪।

 

 

ବେନି ମୁର୍ତ୍ତି ୟେକ ଅଙ୍ଗ ପ୍ରାୟେକ ଦିଶଇ

 

ଅଧରୁ ଅଧରୁ ସୁଧା ଯାଉଥାଇ ବହି।

।୪୫।

ଜୟ ଜୟ ଧୁନି ଶୁଭେ ପ୍ରେମ ଉଲ୍ଲାସରେ

 

ନାଚି ଗୋପାଙ୍ଗନା ବୋଲୁଥାନ୍ତି ହରେ ହରେ।

।୪୬।

 

 

କେ ଅବା ବୋଲେ ଭୁବନମୋହନ ଶ୍ରୀଧର

 

ଭୃଙ୍ଗ ଚାହାଣି ଚାହାନ୍ତି ବ୍ରହାଣ୍ଡ ଠାକୁର।

।୪୭।

ଭୂବନ ମୋହନ ଲିହି ପଦ କାୟା କରେ

 

ମହ ଜନ ଗୋପୀ ଘେନି ଲୀଳା ଉଛବରେ।

।୪୮।

 

 

 

 

ତତ୍ସବିତୃ ବରେଣ୍ୟ ଭର୍ଗୋଦେବସ୍ୟଧିମହୀ

 

ଧିୟୋୟୋନ ପ୍ରଚୋଦୟାତ୍ ପରଂବ୍ରହ୍ମ କହି।

।୪୯।

ଦଶ ପ୍ରଣବକୁ ରଖି ଯନ୍ତ୍ର ବସାଇଲେ

 

ପ୍ରେମ ଉଲ୍ଲାସରେ ଗୋପୀ ନାମ ଉଚ୍ଚାରିଲେ।

।୫୦।

 

 

ସିଂଘାସନେ ବିଜେ କଲେ ଶ୍ରୀମତୀ ଶ୍ରୀପତି

 

ନେତ୍ରେ ବସି ଦେଖୁଥାଏ ଦୀନ ଯେ ଅଚ୍ୟୁତି।

।୫୧।

ଇତିଶ୍ରୀ ରାଧା ରାସ ତ୍ରୟୋଦଶ ଗୁଜ୍ଜରୀ।

 

ରାହାସ ଖଣ୍ଡ

ଚତୁର୍ଦ୍ଦଶ ଗୁଜ୍ଜରୀ

ଗୋପୀମାନେ ବେଢ଼ିଛନ୍ତି ଚଉ ପାରୁଶରେ

 

ଜୟ ଜୟ ଶବଦରେ ମହୀ ଯେ ଉଛୁକେ।

।୧।

ଶୁଣି ତରୁ ଲତାମାନେ ପଲ୍ଲବିଲେ ପୁଣ

 

ପୁଷ୍ୟ ବୃଷ୍ଟି କରିୁଛନ୍ତି ସୋର୍ଗୁ ଦେବଗଣ।

।୨।

କେ ବାଦ୍ୟ ବଜାଇ କେହୁ କରତାଳି ଦେଇ

 

କେ ବୀଣା କଂସାଳ ଘେନି ମୃଦଙ୍ଗ ବଜାଇ।

।୩।

ମୃଦଙ୍ଗ ସଙ୍ଗତେ କେବା କଂସାଳ ଘେନିଣ

 

କେବା ନାମ ଧୁନି କରେ ମନ୍ତ୍ର ଉଚ୍ଚାରିଣ।

।୪।

ଚନ୍ଦ୍ର ସୂର୍ଯ୍ୟ ଉଦେ ହେଲା ଦେଖିଲେକ ଗୋଈ

 

ତ୍ରିଭୁବନ ତୁଚ୍ଛ ପ୍ରାୟେ ମଣିଲେକ ସେହି।

।୫।

ବେନି ମୂର୍ତ୍ତି ଚାହିଂ ଜରା ମରଣ ଜିଣିଲେ

 

ଦେହକୁ ବିଶୋରି ଗୋପୀ ଅଦେହ ଭେଟିଲେ।

।୬।

ମହାନିତ୍ୟେ ପଶି ନିତ୍ୟ ରାହାସ ରଚନ

 

ଦେହ ପ୍ରାଣ ଜୀବନକୁ କଲେ ସମର୍ପଣ।

।୭।

ଯେତେ ଦୁଖ ଲଭିଥିଲେ ସର୍ବ ପାଶୋରିଲେ

 

ଚିନ୍ତା ମାୟା ମୋହ ଶୋକ ସକଳ ତେଜିଲେ।

।୮।

 

 

ମନ୍ତ୍ରମାନ ଉଚ୍ଚାରଣ ମୁଖେ ଦିଲେ ଧୁନି

 

ସର୍ବେ ୟେକମୁଖ ହୋଇ କରନ୍ତି ମଣ୍ଡଣି।

।୯।

କେ ବୋଲଇ ଗୋପୀଜନ ବଲ୍ଲଭାୟ ହରେ

 

କେବା ବୋଲେ ନନ୍ଦକନ୍ଦ ଶାମ ଦାମ ବାରେ।

।୧୦।

 

 

କେବା ହ୍ଲୀଂ ଶ୍ଲୀଂ କ୍ଲୀଂ ତ୍ରିବୀଜ ଉଚ୍ଚାରେ

 

ସାଧୁ ମଧୁ ଦୀନ ଧର୍ମ ବ୍ରହ୍ମ ନାମ ସ୍ମରେ।

।୧୧।

ହରେ ରାମ କୃଷ୍ଣ ନାଦ ବିନ୍ଦୁ ଉଚ୍ଚାରନ୍ତି

 

ରାଧା ହରି ଗୁରୁସ୍ୱାମୀ କେ ଅବା ଡାକନ୍ତି।

।୧୨।

 

 

ହରେ ରାମ ହରେ ରାମ ରାମ ହରେ

 

ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ।

।୧୩।

ରାଧେ କୃଷ୍ଣ ରାଧେ କୃଷ୍ଣ କୁଷ୍ଣ ରାଧେ ରାଧେ

 

ରାଧେ ଶ୍ୟାମ ରାଧେ ଶ୍ୟାମ ଶ୍ୟାମ ରାଧେ ରାଧେ।

।୧୪।

 

 

ରାଧେ କୃଷ୍ଣ ରାଧେ ସ୍ୱାହା ମନ୍ତ୍ର ଉଚ୍ଚାରିଣ

 

ମଣୋହିଂ ପଦାର୍ଥ ମାନ କଲେ ସମର୍ପଣ।

।୧୫।

ନିଜ ଦେହ ପାଶୋରିଣ ସେ ବାଇ ହୋଇଲେ

 

ଭୋଗ ମଣ୍ଡୋପରେ ଭୋଗ ନଇବିଦ୍ୟ କଲେ।

।୧୬।

 

 

ଗୋପୀ ଦଶାକ୍ଷର ମନ୍ତ୍ର ମାଜଣା ହୋଇଣ

 

ଗୋପାଳ ଯେ ଅଷ୍ଟାଦଶ ଅକ୍ଷର ମନ୍ତ୍ରେଣ।

।୧୭।

ତାମ୍ବୁଳ ଭୁଞ୍ଜାଇ କେହୁ ବିଡ଼ିଆ ଦିଅନ୍ତି

 

ଚୁଆ ଯେ ଚନ୍ଦନ ଅଙ୍ଗେ ଲେପନ କରନ୍ତି।

।୧୮।

 

 

କେହୁ ଆଲଟ ଚାମର ଆନନ୍ଦେ ଢାଳଇ

 

କେ ପାଦ ମଞ୍ଚାଳେ କେହୁ ବାସକୁ ପିନ୍ଧାଇ।

।୧୯।

ହାସ ପରିହାସେ କେହୁ ଚାଟୁବାଣୀ କହି

 

କେହୁ ସୁଧାରସେ ଭାଷି କୋଳାଗ୍ରତ ହୋଇ।

।୨୦।

 

 

ମେଳ ହୋଇ ଗୋପୀମାନେ ଆନନ୍ଦ ହୋଇଲେ

 

ସର୍ବେ ୟେକମୁଖ ହୋଇ ରାହାସ ରଚିଲେ।

।୨୧।

ଜୟ ରାଧାକୃଷ୍ଣ ବୋଲି ଜୟ ଜୟ ବାଣୀ

 

ହରି ଧୁନି ଉଚାରିଣ ବାଏ ଶଙ୍ଖ ଧୁନି।

।୨୨।

 

 

ନୃତ୍ୟ ଲୀଳା କଉତୁକ ପ୍ରେମେ ଭୋଳ ହୋଇ

 

ସର୍ବ ଦୁଖ ତେଜ୍ୟା କଲେ ବ୍ରହ୍ମ ଅଙ୍ଗ ପାଇ।

।୨୩।

ରାଧା କୃଷ୍ଣ ଅଙ୍ଗ ଲାଗି ମୁକତି ହୋଇଲେ

 

ବ୍ରହ୍ମ ଅଙ୍ଗ ପାଇ ଗୋପୀ ବ୍ରହ୍ମଦର୍ଶୀ ହେଲେ।

।୨୪।

 

 

 

 

ରାହାସ ବଢ଼ାଇ ଗୋପୀ ପ୍ରେମ ଆନନ୍ଦରେ

 

ଚଳିଗଲେ ସର୍ବ ଗୋପୀ ଯେ ଯାହା ମନ୍ଦିରେ।

।୨୫।

କୃଷ୍ଣ ବିଜେ କଲେ ଯାଇଂ ନନ୍ଦର ମନ୍ଦିରେ

 

ରାଧା ବିଜେ କଲେ ଯାଇଂ ଚନ୍ଦ୍ରସେଣା ପୁରେ।

।୨୬।

 

 

ୟେ ଲୀଳା ହୋଇବ ରାମ ରତ୍ନବଟ ଠାଇଂ

 

ସେହି ଗୋପୀ ଗୋପାଳ ଯେ ନାନା ଜାତି ହୋଇ।

।୨୭।

ଆମ୍ଭେ ବସିଥିବୁ ବାବୁ ୟେ ବଟ ମୂଳରେ

 

ତୁହି ରହିଥିବୁ ବାବୁ ମୋହୋର ସେବାରେ।

।୨୮।

 

 

ତେବେ ବେଳେ କଳିଯୁଗ ଯିବ ଶେଷ ହୋଇ

 

ସେବେଳେ ରାହାସ ହେବ ଉଦେବଟ ଠାଇଂ।

।୨୯।

ଚବିଶ ପ୍ରହର ବାବୁ ଅନ୍ଧାର ଘୋଟିବ

 

ଚବିଶ ପ୍ରହର ତେଣୁ ରାହାସ ହୋଇବ।

।୩୦।

 

 

ନାମ ଧୁନି ଦେଖି କଳି ହେବ ଥରହର

 

ମନ୍ତ୍ରମାନ ଉଚ୍ଚାରିଣ କଳିକାଳ ହର।

।୩୧।

ସର୍ବ ପୋୟେ ମିଳି ଭାବେ ରାହାସ କରିବେ

 

ବଳମାନ ପାପ ଭାର ନିଶ୍ଚେ ଧୂଆଇବେ।

।୩୨।

 

 

 

 

ୟେହି କଥା ମନେ ରଖିଥିବୁ ହୋ କୁମର

 

ସଂପୁର୍ଣ୍ଣ ରାହାସ ହେବ କଳାଗିରିଠାର।

।୩୩।

ଶୁଣିଲୁ ରାଧା ରାହାସ କର ହୋ ଗୁପତ

 

ଚତୁର୍ଦ୍ଦଶ ଛାନ୍ଦେ ପୂର୍ଣ୍ଣ ପାଦେକ ଅମୃତ।

।୩୪।

 

 

କାହିଂ ନ କହିଣ ଗୁପ୍ତେ ରଖିଥିବୁ ରାମ

 

ରାଧା ରାସ ଭାବି ଭଣେ ଅଚ୍ୟୁତ ଅଧମ।

।୩୫।

ଇତିଶ୍ରୀ ରାଧା ରାସ ଚଦୁର୍ଦ୍ଦଶ ଗୁଜ୍ଜରୀ ସଂପୂର୍ଣ୍ଣ।

 

ବୃନ୍ଦା ରାସ

ପ୍ରଥମ ଛାନ୍ଦ

ଶୁଣ ହୋ ସୁଜନେ ଅପୂର୍ବ ରସ

 

ଲଳିତା ମିଳିଲେ ରାଧାଙ୍କ ପାଶ।

 

ଦେଖିଣ ରାଧା ଆନନ୍ଦିତ ହୋଇ

 

କୋଳାଗ୍ରତ କରି ପାଶେ ବସାଇ।

 

କହନ୍ତି

ଧୀରେ କୋମଳ ବାଣୀ

 

କି କାର୍ଯ୍ୟେ ଆସିଲ ପ୍ରାଣ ମିତଣୀ।

।୧।

 

 

ତୁମ୍ଭଙ୍କୁ ଦେଖି ମୋ ଦେହ ଶୀତଳ

 

କୋକିଳ ପାଏ କି ବସନ୍ତ କାଳ।

 

ଭାନୁକୁ ଦେଖିଣ ଯେହ୍ନେ କମଳ

 

ତୃଷାର୍ତୀ ଯେହ୍ନେ କି ପ୍ରାପତ ଜଳ।

 

ଲଳିତେ

ଘୋର କାମ ଜଞ୍ଜାଳ

 

ନାରୀ ଜନ୍ମ ହୋଇବଟି ବିଫଳ।

।୨।

 

 

 

 

 

 

ଶୁଣି ଲଳିତା କହନ୍ତି ବଚନ

 

ଶୁଣ ଶୁଣ ସହୀ ନାରୀରତନ।

 

ଯଉଂ କାର୍ଯ୍ୟେ ମୁହିଂ ତୁମ୍ଭ ପାଶକୁ

 

ଆସିଛି ସହି ଗୋ ମନ ତୋଷକୁ।

 

ସଖି ଗୋ

ଯିବା ବୁନ୍ଦା କାନନ

 

ସର୍ବ ସଖି ସଜ ହୁଅ ବହନ।

।୩।

 

 

ସର୍ବ ସଜନୀ ସଜ ହୋଇ ଯିବା

 

ପ୍ରୀତି ରସରେ ଖେଳହିଂ ଖେଳିବା

 

ତ୍ରିପୁରା ସଖିକୁ ଆଗେ ବସାଇ

 

ଉପଦେଶମାନ ବୁଝିବା ତହିଂ।

 

ରାଧେ ଗୋ

ଆସିଥିଲି ଯେ ମୁହିଂ

 

ସନମତ କଲେ ଯିବି ମୁଂ ସହି।

।୪।

 

 

ଶୁଣି ଶ୍ରୀମତୀ କହନ୍ତି ବଚନ

 

ସଖିଙ୍କ ମଧ୍ୟେ ଅଟ ତୁମ୍ଭେ ଧନ୍ୟ।

 

ତୁମ୍ଭ ସ୍ନେହହିଂ ଅଟେ ଗଙ୍ଗାଜଳ

 

ଅମୃତୁଂସ୍ୱାଦୁ ପଦ୍ମରୁ ନିର୍ମଳ।

 

ସଖି ଗୋ

ଯାହା ମୁଂ ଭାବୁଥିଲି

 

ତୁମ୍ଭ ମୁଖରୁ ମୁଂ ତାହା ଶୁଣିଲି।

।୫।

 

 

ହେଳା ନ କରି ବେଗେ ତୁମ୍ଭେ ଚଳ

 

ସର୍ବ ସଖିଙ୍କି ଆଣି କର ଠୁଳ।

 

ଶୁଣି ଲଳିତା ବହନ ଚଳିଲେ

 

ସର୍ବ ସଖିଙ୍କି ନିମନ୍ତି କହିଲେ।

 

ସଜନୀ

ଶ୍ରୀମତୀଙ୍କ ବଚନ

 

ଚାଲ ବହନ ଯିବା ବୃନ୍ଦାବନ।

।୬।

 

 

ଶୁଣି ସର୍ବ ସଖି ଆନନ୍ଦ ହେଲେ

 

ଯେ ଯାହା ସଜ ହୋଇ ବାହାରିଲେ।

 

ଆଗଭର ହୋଇ ତ୍ରିପୁରା ମାତ

 

ବୋଲନ୍ତି ଚାଲରେ ଯିବା ସଂଗତ।

 

ସହି ଗୋ

ଚାଲ ଶ୍ରୀ ବୃନ୍ଦାବନ

 

ଧ୍ୟାନ ଦେଇଥିବା ସେ ବଂଶୀସ୍ୱନ।

।୭।

 

 

ପିନ୍ଧି ଦିବ୍ୟ ଅମଳାନ ବସନ

 

କାଞ୍ଚିଲା ଅଙ୍ଗକୁ ଦିଶୋ ଶୋଭନ।

 

କୁଚ ସମ୍ପୁଟକ ଶୋଭା ଦିଶଇ

 

କଣ୍ଠରେ ମୁକୁତା ମାଳ ଲମ୍ବାଇ।

 

ଲଲାଟେ

ଶୋଭାପାଏ ସିନ୍ଦୁର

 

ପାଦଦେଶକୁ ମଣ୍ଡିଛି ନେପୁର।

।୮।

 

 

ବାହାରେ ବାହୁଟି ହାଥେ କଙ୍କଣ

 

କଟିରେ ମେଖଳା କି ଶୋଭାବନ।

 

କେଶଗୁଚ୍ଛ କଳା ଡୋଳାକୁ ଜିଣି

 

ତହିଂରେ ଶୋଭାପାଏ ପୁଷ୍ୟଶ୍ରେଣୀ।

 

କନକ

ମଥାମଣିର ଶୋଭା

 

କଳାମେଘେ ଯେହ୍ନେ ବିଦ୍ୟୁତ ପ୍ରଭା।

।୯।

 

 

ତରଳ କାଞ୍ଚନ ଜିଣିଣ ଅଙ୍ଗ

 

କାମୁକମାନଙ୍କ ଧଉର୍ଯ୍ୟ ଭଙ୍ଗ।

 

ଚନ୍ଦ୍ରକୁ ଜିଣି ଶ୍ରୀମୁଖ ବିକାଶ

 

ଉପାମାମାନଙ୍କ ଉଡ଼େ ସାହସ

 

ଚାଲନ୍ତି

ଜିଣି ହଂସ ଗମନ

 

ଲାଖାରେ ସେ ପଦ ଦିଶେ ଶୋଭନ।

।୧୦।

 

 

ସର୍ବ ସଖି ୟେକ ମେଳ ହୋଇଲେ

 

ଶ୍ରୀମତୀଙ୍କ ପାଶେ ଯାଇଂ ମିଳିଲେ।

 

ଦେଖି ଚନ୍ଦ୍ରାବଳୀ ଆନନ୍ଦ ହୋଇ

 

ବାହାର ହେଲେ ଆପେ ସଜ ହୋଇ

 

ନକ୍ଷେତ୍ର

ମଧ୍ୟେ ଯେହ୍ନେ ଚନ୍ଦ୍ରମା

 

ଉପାମା ତୁଲନ୍ତି ସାବିତ୍ରୀ ଉମା।

।୧୧।

 

 

କରମ୍ବିତ ହୋଇ ଚାଲନ୍ତି ଧୀରେ

 

ପଦ ଚିହ୍ନକୁ ଚୁମ୍ବନ୍ତି ଭ୍ରମରେ।

 

ବୃନ୍ଦାବନେ ଯାଇଂ ହେଲେ ପ୍ରବେଶ

 

ସର୍ବ ନାଗରୀଙ୍କ ମନ ହରଷ।

 

ଲଳିତା

ତହୁଂ କହନ୍ତି ବାଣୀ

 

ମୋ ବଚନ ଶୁଣ ସର୍ବ ମିତଣୀ।

।୧୨।

 

 

ଆସ ଗୋ କୁସୁମ ଆଣିବା ତୋଳି

 

ବାହାର ହୋଇଲେ ସକଳ ବାଳୀ।

 

କାନନେ ପଶି ତୋଳିଲେ କୁସୁମ

 

ଚମ୍ପା ଟଗର ବକୁଳ କାଞ୍ଚନ।

 

ରଙ୍ଗଣୀ

ଯାଈ ଯୁଇ ସହିତେ

 

ତରାଟ ମଲ୍ଲୀ ଯେ ତୋଳିଲେ କେତେ।

।୧୩।

 

 

ପୂଷ୍ଠରେ କୁଞ୍ଜ ଗୋଟିଏ ରଞ୍ଚିଲେ

 

ଅଷ୍ଟଗୋଟି ଦ୍ୱାର ସେ କୁ୍ଞ୍ଜେ କଲେ।

 

ଦ୍ୱାରେ ଦେବଦାରୁ ଶାଖା ବନ୍ଧାଇ

 

ପୁଷ୍ପହାରମାନ ଦେଲେ ଲମ୍ବାଇ।

 

ମଧ୍ୟରେ

କଲେ କନକ ବେଦୀ

 

ଆହୁଟ ହାଥରେ ଦେଲେ ସମ୍ପାଦି।

।୧୪।

 

 

ମଣ୍ଡଣି କଲେ ସେ ନାନା କୁସୁମ

 

ରାଧାଙ୍କୁ ବେଦୀରେ ଦେଲେ ଆସନ।

 

ଚୁଆ ଚନ୍ଦନ କସ୍ତୁରୀ ମିଶାଇ

 

ବୋଳିଲେକ ରାଧା ଅଙ୍ଗରେ ନେଇ।

 

ସଖିୟେ

ହର୍ଷେ ବୋଳି ହୋଇଲେ

 

ରାଧାଙ୍କୁ ବେଢ଼ି ସରବେ ବସିଲେ।

।୧୫।

ସେ କାଳ ଶୋଭା କେ ବର୍ଣ୍ଣି ପାରିବ

 

ଆକାଶ ନକ୍ଷେତ୍ର କେହୁ ଗଣିବ।

 

ଦୟା କରିଥିବେ ସେ ଦାମୋଦର

 

ଦ୍ୱାପରେ ସୁଦାମ ନାମ ମୋହୋର।

 

ସଜନୀ

ତୁମ୍ଭ ପଦେ ଭରସା

 

ଦୀନ ଅଚ୍ୟୁତିର ପୂରିବ ଆଶା।

।୧୬।

ଇତିଶ୍ରୀ ବୃନ୍ଦାରାସ ବର୍ଣ୍ଣନେ ଉପଦେଶାମୃତ ପ୍ରଥମ ଛାନ୍ଦ।

‘ଖ’ ପୋଥିରେ ଅଧିକ ଅଛି :--

 

ନାନାଦି କୁସୁମେ ହାର ଗୁନ୍ଥିଲେ

 

ରାଧାଙ୍କ କଣ୍ଠଦେଶେ ଲମ୍ବାଇଲେ।

 

ଅତି ଯତନେ କଲେ ପୁଷ୍ପଗଭା

 

କେ ଅବା ବର୍ଣ୍ଣିବ ସେ ଦିବ୍ୟ ଶୋଭା।

 

 

 

ସକଳେ ପୁଷ୍ପେ ହେଲେ ମଣ୍ଡନ

 

ୟେକୁ ଆରେକ ଦିଶନ୍ତି ଶୋଭନ।

।୧୩। (ଖ)

 

ଦ୍ୱିତୀୟ ଛାନ୍ଦ

ଶ୍ରୀମତୀ ବୋଲନ୍ତି ଶୁଣ ଲଳିତା

 

ପଚାରିବି ମୁହିଂ ପୂର୍ବ ବାରତା।

 

କହିବ ଗୋ ସହୀ ୟେଥିର ମର୍ମ

 

ଶୁଣିଣ ସନ୍ତୋଷ ହେବ ମୋ ମନ।

 

ଲଳିତେ

ଦୂର ହେବ ସଂଶୟ

 

ବୃନ୍ଦା କାନନର ମହିମା କହ।

।୧।

 

 

ଦ୍ୱାଦଶ ବନ କାହୁଂ ହେଲା ଜାତ

 

ଜାଣିଥିଲେ କହ ଏହା ସଙ୍କେତ।

 

ଶୁଣିଣ ଲଳିତା ବୋଲନ୍ତି ବାଣୀ

 

କହିବେ ବୃନ୍ଦା ଏଥିର କାହାଣୀ।

 

ରାଧେ ଗୋ

ଆମ୍ଭଠାରୁ ୟେ ଶ୍ରେଷ୍ଠ

 

ଜାଣିଥିବେ ସେହୁ ୟେହା ବୃତାନ୍ତ।

।୨।

 

 

ଶୁଣି ସର୍ବ ସଖି ଆନନ୍ଦ ହେଲେ

 

ବୃନ୍ଦା ମୁଖକୁ ଚାହିଂଣ ରହିଲେ।

 

କହନ୍ତି ବୃନ୍ଦା ପୂର୍ବର ବୃତାନ୍ତ

 

ଶୁଣିଲେ ସେବିବୁଂ ତୁମ୍ଭ ପାଦନ୍ତ।

 

ବୃନ୍ଦେ ଗୋ

କୁହ ହେଳା ନ କରି

 

ଶୁଣି ମୁଂ ସର୍ବେ ଅଛୁଂ କର୍ଣ୍ଣ ଡେରି।

।୩।

 

 

ବୃନ୍ଦାଙ୍କ ସ୍ତବ ମନ୍ତ୍ର

 

ଜୟ ତ୍ରିପୁରା ସୁନ୍ଦରୀ ଭଗବତ୍

 

ଦାୟିନୀ ପ୍ରେମଶଯ୍ୟା ନମସ୍ତୁତଂ।

 

ରମାବୀଜ କ୍ଷରିତଂ କାମାଞ୍ଚନିକା

 

କୁଞ୍ଜେ ଯୋଗ ସ୍ୱରୂପା ମା ତତ୍ୱଂ।

 

ବାଞ୍ଛାସିଦ୍ଧି କୁରୁତେ କୃପା ହେ ମାତଃ ତ୍ରିପୁରା।

।୪।

 

 

ଶୁଣିଣ ବୃନ୍ଦା ବୋଲନ୍ତି ବଚନ

 

ଶୁଣ ସର୍ବେ ତୁମ୍ଭେ ନାରୀ ରତନ।

 

ନାରଦ ଠାବରୁ ଶୁଣିଛି ମୁହିଂ

 

ତୁମ୍ଭନ୍ତ ଆଗେ ତାହା କହିବଇଂ।

 

ସଖି ଗୋ

ଧୀରେ ଶୁଣ ମୋ ବାଣୀ

 

କହିବି ଯାହା କର୍ଣ୍ଣେ ଅଛି ଶୁଣି।

।୫।

 

 

ପୂର୍ବେ ଦଧିଚି ନାମେ ମହାଋଷି

 

ତପ ସ୍ୟାଧିଲେ ୟେହିଠାବେ ବସି।

 

ଅଠର ଲକ୍ଷ ବରଷରେ ପୁଣ

 

ଦୟାକଲେ ପ୍ରଭୁ ଶ୍ରୀ ନାରାୟେଣ

 

ସଖି ଗୋ

ଆସି ମିଳିଲେ ହରି

 

ଦେଖି ମହର୍ଷି ନମସ୍କାର କରି।

।୬।

 

 

ହରଷେ ବୋଇଲେ ଶ୍ରୀଦାମୋଦର

 

ମାଗ ଦଧିରଚି ଯେ ଇଚ୍ଛା ବର।

 

ନିଚୟେ ତୋ ବାଞ୍ଛା କରିବି ପୂର୍ଣ୍ଣ

 

ତୁମ୍ଭ ତପସ୍ୟାରେ ହେଲି ପ୍ରସନ୍ନ।

 

ଶୁଣିଣ

ଋଷି ବୋଇଲେ ବଚନ

 

କି ମାଗିବି ପ୍ରଭୁ ଜଗୁ ଜୀବନ।

।୭।

 

 

ଏତିକି ମାଗୁଛି ହୋ ନାରାୟେଣ

 

ମୋହୋ ଅଙ୍ଗେ ଲାଗୁ ତୋହୋ ଚରଣ।

 

ରଙ୍ଗା ଚରଣରେ ନୃତ୍ୟ ରଚିବ

 

ତେବେ ଦଧିରଚି ଗତି ଲମ୍ବିବ।

 

ସଖି ଗୋ

ଶୁଣି କହନ୍ତି ହରି

 

ମନ ବାସନା ପୂରିବ ତୁମ୍ଭରି।

।୮।

 

 

ସୁବାହୁ ଦ୍ୱାପରେ ହେବି ମୁଂ ଜାତ

 

ତୋର ଅଙ୍ଗେ ଋଷି କରିବା ନାଚ।

 

ଏତେ କହିଣ ହେଲେ ଅନ୍ତର୍ଧାନ

 

କିଛୁ ଦିନେ ଋଷି ତେଜିଲେ ପ୍ରାଣ।

 

ସଖି ଗୋ

ବ୍ରହ୍ମା ଜାଣିଣ ଥିଲେ

 

ଅସ୍ଥିରେ ଦ୍ୱାଦଶ ବନ ରଞ୍ଚିଲେ।

।୯।

ଆହୁରି କହୁଛି ଶୁଣ ଗୋ ସହୀ

 

ବୃନ୍ଦାବନ ନିତ୍ୟଧାମ ଅଟଇ

 

ଗୋକୁଳାଖ୍ୟ ଶେତ ଦୀପଟି ପୁଣ

 

ସଖି ଗୋ

ଯେତେ ବୃଛ ଅଛନ୍ତି

 

ସନାତନ ସମ ସେହୁ ଅଟନ୍ତି।

।୧୦।

ଆହୁରି କହୁଛି ଶୁଣ ମିତଣି

 

ଗୋପରେ ଛନ୍ତି ଯେତେ ଧେନୁ ପ୍ରାଣୀ।

 

କାମଧେନୁ ସେହୁ ଅଟନ୍ତି ଜାଣ

 

ଗୋପାଳ ଅଖିଳ ନିଧାନ ସମ।

 

ସଖି ଗୋ

ଯଉଂ ଧୂଳି ଲଭନେ

 

ଗୁଳ୍ମ ହେବାକୁ ଧାତା ଚିନ୍ତେ ମନେ।

।୧୧।

ଗୋପରେ ଯେତେକ ଗୋପୀ ଅଛନ୍ତି

 

ରତି ରମ୍ଭା ଉମା ସମ ନୋହନ୍ତି।

 

ବ୍ରଜମଣ୍ଡଳ ଯାହାକୁଇ କହି

 

ଚଉରାଶି କ୍ରୋଶ ଭୂମି ଅଟଇଂ।

 

ସଖିଗୋ

ବ୍ରହ୍ମା ନ ପାଏ ଅନ୍ତ

 

ବ୍ରଜଭୂମି ଅଟେ ଅତି ଗୁପତ।

।୧୨।

 

 

ଅବ୍ୟକ୍ତ ଭାବେ ଗୋପ୍ୟାନ ରହିଲା

 

ନିତ୍ୟ ବୃନ୍ଦାବନେ ପ୍ରକାଶ ହେଲା।

 

ତ୍ରିଧାମ ନାମ ହୋଇଲା ବାହାର

 

କେବଳ ପ୍ରେମ ଖେଡ଼ଟି ସୁନ୍ଦର।

 

ସଖିଗୋ

ସେବ ଠୁଳ ଶୂନ୍ୟକୁ

 

କିମ୍ପା ପକାଇଛ ଫୁଲମାଳକୁ।

।୧୩।

 

 

ଶୁଣି ଲିଳତା ବୋଲନ୍ତି ବଚନ

 

ଭୁଲାଇ କହୁଛ ନାରୀ ରତନ।

 

ଶୂନ୍ୟକୁ କେହି କି ଧରି ପାରିବ

 

ଶୁଣିଲା ମାତ୍ରେ ଲାଗେ ଅସମ୍ଭବ।

 

ବୃନ୍ଦେ ଗୋ

କିମ୍ପା ଏହା କହିଲ

 

ଖେଦେ ହୃଦୟ ହେଲା କଲବଲ।

।୧୪।

 

 

ଶୁଣିଣ ବୃନ୍ଦା ବୋଲେ ରାମାବର

 

ଚତୁରୀ ପଣେ ତୁ ଗୋପରେ ସାର।

 

ଶୂନ୍ୟକୁ ଧରିବା ଉପାୟ ଇଛି

 

ନବୁଝି କିମ୍ପାଇଂ କହୁ ମୃଗାଛି।

 

ସଖି ଗୋ

ଶୁଣ କହୁଛି ମୁହିଁ

 

ନିତ୍ୟ ବୃନ୍ଦାବନ ଗୋଲେକ ଭୂଇଂ।

।୧୫।

 

 

ଷୋଳ କ୍ରୋଶ ଭୂମି ୟେ ଆୟତନ

 

ସେଥିରେ ବସିଛି ଯେ ଷୋଳ ନାମ।

 

ସେ ନାମ ଭଜିଲେ ଶୂନ୍ୟକୁ ପାଇଂ

 

ଆଦ୍ୟ ମଧ୍ୟ ଅନ୍ତ ଦେମା ବୁଝାଇ।

 

ସଖି ଗୋ

ତହିଂ ଶରଣ ପଶ

 

ଶୂନ୍ୟକୁ ଶରଣ ଅଚ୍ୟୁତ ଦାସ।

।୧୬।

(୨ୟ ଛାନ୍ଦ ସମାପ୍ତ)

 

ତୃତୀୟ ଛାନ୍ଦ

ଶୁଣିଣ ରାଧିକା କହନ୍ତି ବାଣୀ

 

ଶୁଣସି ଗୋ ବୃନ୍ଦେ ପ୍ରାଣ ମିତଣୀ।

 

ଭକ୍ତି ରଙ୍ଗରେ ବୁଝାଇଣ ଦିଅ

 

ତେବେହିଂ ମନରୁ ତୁଟିବ ମୋହ।

 

ବୃନ୍ଦେ ଗୋ ତିଳେ ମାୟା ନ କର

 

ସୋରୂପ ବଚନ କହ ନିକର।

।୧।

 

 

ଏହା ଶୁଣି ବୃନ୍ଦା କହନ୍ତି ଧୀରେ

 

କହୁଛି ସାର ତୁମ୍ଭରି ଆଗରେ।

 

ପ୍ରଣବ ବୁଝିଲେ ଭ୍ରମ ତୁଟିବ

 

ସୋରୂପ ଅରୂପ ଦ୍ରଶନ ହେବ।

 

ସଖି ଗୋ ସେହି ଭକ୍ତିର ତତ୍ୱ

 

ନ ବୁଝିଲ ସବୁ ହେବ ବିଅର୍ଥ।

।୨।

 

 

ତାରକ ଦଣ୍ଡକ କୁଣ୍ଡଳୀ ଜାଣ

 

ଅର୍ଧମାତ୍ରା ବିନ୍ଦୁ ସଂଗତେ ପୁଣ।

 

ପଞ୍ଚ ଅଙ୍ଗ ଘେନି ହେଲା ଓଂକାର

 

ତହିଂରୁ ପଞ୍ଚ ଜୋତି ଯେ ପ୍ରଚାର।

 

ସଖି ଗୋ ଧ୍ୟାନ ସୂତ୍ରରେ ଦେଖ

 

ଶୂନ୍ୟକୁ ପଥ ପଡ଼ିଛି ସଳଖ।

।୩।

 

 

ଶୁଣି ଲଳିତା କହନ୍ତି ବଚନ

 

ପାଞ୍ଚ ଥାନକୁ ଦିଅ ଚିହ୍ନାଇଣ।

 

କହନ୍ତି ବୃନ୍ଦା ଶୁଣ ଗୋ ନାଗରୀ

 

କହି ଦେଉଛି ମୁହିଂ ହସ୍ତମାରି।

 

ସଖିଗୋ ତୋର ସିନ୍ଦୂର ଚିତା

 

ସେହୁ ଅଟଇ ପରା ଶୂନ୍ୟମାତ୍ରା।

।୪।

 

 

କୁଣ୍ଡଳୀ ଯହିଂ କରିଛୁ ଧାରଣ

 

ସେହି ଅର୍ଧମାତ୍ରା ଅଟନ୍ତି ପୁଣ।

 

କାଟିଛୁ ଯେ ଠାବେ କଜଳଗାର

 

ଦଣ୍ଡକ ସେହିରେ ତରୁଣୀ ସାର।

 

ବସିଣ ଯେ ଠାବେ ଅଛୁ ଘେନାଇ

 

ତାରକ ଅଟନ୍ତି ସେ ଥାନେ ସହୀ

 

ସଖି ଗୋ ଯେହି ତାମ୍ବୋଳ ରଙ୍ଗ

 

ସେହି ଅଟନ୍ତିଟି କୁଣ୍ଡଳୀ ଅଙ୍ଗ।

।୫।

 

 

ଦଣ୍ଡକକୁ ନେଇ ତାରକେ ରଖ

 

କୁଣ୍ଡଳୀକି ନେଇ ଦୃଢେ ତୁ ଚାପ।

 

ଅର୍ଧମାତ୍ରା ଦ୍ୱାରକୁ ହେତୁ କର

 

ଶବଦ ଦ୍ୱାଦଶ ଶୁଭଇ ଧୀର।

 

ସଖି ଗୋ ଶୂନ୍ୟେ ଲାଗିଛି ରାସ

 

ବୋହି ପଡ଼ୁଅଛି ଅମୃତ ରସ।

।୬।

 

 

ଉପର ଛାମୁ ଦନ୍ତର ମଧ୍ୟରେ

 

ମକରନ୍ଦ ଛାମୁ ଦନ୍ତର ମଧ୍ୟରେ

 

ମକରନ୍ଦ ବହିପଡ଼େ ତହିଂରେ।

 

ତାହାକୁ କହି ଅବବାହି ଖୀର

 

ପାନ କରି ଯୋଗୀ ହୋନ୍ତି ଅମର।

 

ସଖି ଗୋ ଦନ୍ତେ ପାନ କରିବ

 

ଏ ଭବ ସାଗରୁଂ ପ୍ରେମେ ତରିବ।

।୭।

--- ମନ୍ତ୍ର ---

ଓଂ ତାରକୋ ପୃଥିବୀ ବ୍ରହ୍ମ ଦଣ୍ଡକୋ ଆପ ବିଷ୍ଣବେ।

କୁଣ୍ଡଳୀ ତେଜ ରୂଦ୍ରଂ ଚ ଅର୍ଦ୍ଧାଙ୍କ ଯୋଗରୂପିଣୀ।

ବିନ୍ଦୁ ପରଂ ସିଂହାସନଂ ପରମାତ୍ମାଂ ପରାତ୍ମକ

.

କୁଣ୍ଡଳୀରେ ରୋଦ୍ର ବାସ କରନ୍ତି

 

ବ୍ରହ୍ମସ୍ଥାନ ଅଟେ ତାରକ ଜୋତି।

 

ଦଣ୍ଡକରେ ବିଜୟେ ଜଗନ୍ନାଥ

 

ଅର୍ଧମାତ୍ରା ଯୋଗମାୟାଙ୍କ ଥିତ।

 

ସଖି ଗୋ

ବିନ୍ଦୁ ସିଙ୍ଘାସନଟି

 

ତହିଂପରେ ବିଜେ ପରଂବ୍ରହ୍ମଟି।

।୮।

 

 

ନିତ୍ୟସ୍ଥାନ ଗୋଟି ଅଟଇ ସେହି

 

ସେହି ଠାବରୁ ଛରିଣ ଆସଇ।

 

ଏକଇଂ ବିନ୍ଦୁ ହେଲା ବେନି ଫାଳ

 

ଦେଖ ନାସାରେ ତୁଟିବ ଜଞ୍ଜାଳ।

 

ରାଧେ ଗୋ

ସେହି ଜୀବ ପରମ

 

ହଂ କ୍ଷଂ ବେନି ଅକ୍ଷର ଜାଣ।

।୯।

 

 

ହ ଅକ୍ଷରେ ଯାଇଣ ହେଜିବ

 

କ୍ଷ ରେ କ୍ଷମାନିଧିଙ୍କି ଲଭିବ।

 

ଅକ୍ଷୟ ଅବ୍ୟୟ ଅଟନ୍ତି ସେହି

 

ବଂଶୀରେ ତିନି ଭୂବନକୁ ମୋହି।

 

ସଖି ଗୋ

ସେ ହଟିଆ ନାଗର।

 

ଗୋପ ତରୁଣୀଙ୍କି କରେ ଅଥିର।

।୧୦।

 

 

ଅଷ୍ଟସଖି ତୁମ୍ଭେ ସେବାରେ ମଗ୍ନ

 

ଗୋପାଳ ଘରେ ଜନ୍ମିହେଲା ଭ୍ରମ।

 

ମାୟାରେ ପଡ଼ିଛି କଳା କହ୍ନାଇ

 

ଉଭୟ ମାୟାର କଳନା ନାହିଂ।

 

ସଖି ଗୋ

ମାୟା ମାୟା ଘର୍ଷଣ

 

ଜଳି ଉଠିବ ଅଗ୍ନି ତତକ୍ଷଣ।

।୧୧।

 

 

ସେ ଅଗ୍ନିରେ ଛାର ହେବ ଶ୍ୱରୀର

 

ମକରନ୍ଦ ପାନେ ମାୟାକୁ ମାର।

 

ମରମ କଥା ୟେ କହିଲି ସହୀ

 

ମରି ଜୀଇଂଲେ ପାଇବ ସେ ଭୂଇଂ।

 

ସଖି ଗୋ

ମାୟାଧର ମୂରତି

 

ନୟନ ଅଗ୍ରତେ ଖେଳୁ ଅଛନ୍ତି।

।୧୨।

 

 

ଶୁଣିଣ ରାଧା ହୋଅନ୍ତି ବାତୁଳ

 

ବେନି ନୟନୁଂ ବହେ ଅଶ୍ରୁଜଳ।

 

ଦେଖୁ ଦେଖୁ ପଡ଼ିଲା ମହିଆଳି

 

ଧରି ବସାଇଲେ ସକଳ ବାଳୀ।

 

ଶ୍ରୀମୁଖେ

ନେଇ ଜଳ ଛିଞ୍ଚିଲେ।

 

କିଛୁ କ୍ଷଣ ପରେ ଚେତନା ହେଲେ।

।୧୩।

 

 

କେଣେ ଯାଇଛନ୍ତି ସେ ନନ୍ଦସୁତ

 

ମୋହୋ ଆଗରେ କରୁଥିଲେ ନୃତ୍ୟ।

 

ବୃନ୍ଦା କହୁଛନ୍ତି ଶୁଣ ଶ୍ରୀମତୀ

 

ମୋ ଆଗରେ କୃଷ୍ଣ ବସିଅଛନ୍ତି।

 

ଲଳିତା

କହେ ଧୀର ବଚନ

 

ମୋ ଆଗେ ନାଚନ୍ତି ନନ୍ଦନନ୍ଦନ।

।୧୪।

 

 

ସର୍ବେ ବୋଲନ୍ତି ଆମ୍ଭ ଆଗେ ହରି

 

ଚନ୍ଦ୍ରବଳୀ ଯେ ନ ପାରିଲେ ଧରି।

 

ଏମନ୍ତେ କହନ୍ତେ ଗର୍ବ ଆସିଲା

 

ସଭିଙ୍କ ଦୃଷ୍ଟିରେ ଅନ୍ତର ହେଲା।

 

ସଖିଏ

ସର୍ବେ ହେଲେ କାକୁସ୍ତ

 

ସେ ପାଦେ ଶରଣ ଦୀନ ଅଚ୍ୟୁତ।

।୧୫।

ତୃତୀୟ ଛାନ୍ଦ ସମାପ୍ତ

 

ଚତୁର୍ଥ ଛାନ୍ଦ

ରାଧାଙ୍କ ବିକଳ ବୃନ୍ଦା ଦେଖିଣ

 

କହନ୍ତି ଶୁଣରେ ନାରୀ ରତନ।

 

ବୃଥାରେ କିମ୍ପା ତୁ ହୋଉଛୁ ଭ୍ରମ

 

ଧରି ନ ପାରିଣ ନନ୍ଦନନ୍ଦନ।

 

ସଖି ଗୋ ତୋର ଦେହରେ ଦେଖ

 

ବସିଛନ୍ତି ସେହି ସେ ପଦ୍ମମୁଖ।

।୧।

 

 

ସୋରୂପ କଥା କହୁଅଛି ମୁହିଂ

 

ଦୁଇତଛୁ ଭ୍ରୁଲତା ମଧ୍ୟେ ନେଇ।

 

ତ୍ରିୟଦଳ କମଳ ସେ ଅଟନ୍ତି

 

ନିରଞ୍ଜନ ନୀଳ ବର୍ଣର କାନ୍ତି।

 

ସଖି ଗୋ

ତହିଂ ପବନ ନାହିଂ

 

ଜୋତିରାନନ୍ଦ ଯୋଗୀଜନେ କହି।

।୨।

 

 

ତିନି ଗୋପୀ ତହିଂ ଅଛଇଂ ରହି

 

କହୁଛି ମୁଂ ତାଙ୍କ ନାମ ଶୁଣାଇ।

 

ଶାମା ସୋରୂପା ଭଦ୍ରା ତିନିଜଣ

 

ସେବାରେ ପୂଣ ହୋଇଛନ୍ତି ମଗ୍ନ।

 

ସଖି ଗୋ

ତାହାଙ୍କର ମହିମା

 

ନାହିଂ ନ ଥିବା ତ୍ରିପୁରେ ଉପାମା।

।୩।

 

 

ଦୁଇ ତଛୁ ଦୁଇ କର୍ଣ୍ଣଟି ଜାଣ

 

ନାସା ଦୁଇ ପୁଡ଼ାୟେ ଯେ ଘେନିଣ।

 

ଶତ ଦଳ କମଳ ଥିତି ୟେହି

 

ଶତ ଗୋଟି ସଖି ସେବାରେ ରହି।

 

ସଖି ଗୋ

ଲାଗିଅଛି ଯେ ଲୀଳା

 

ମୃଣାଳ ସୂତ୍ରରେ ମନକୁ ମିଳା।

।୪।

 

 

ଦୁଇ ତଛୁ ଦୁଇ କର୍ଣ୍ଣ ମଳାଇ

 

ନାସା ପୁଡ଼ା ତିନି ସପ୍ତମ କହି।

 

ୟେକଇ ମୁଖ ତା ସଙ୍ଗେ ମିଶିଲା

 

ଚାରିରୁ ଆଠ ସେହି ବୋଲାଇଲା।

 

ସଖି ଗୋ

ଆଠ ସଖି ଅଛନ୍ତି

 

ମଧ୍ୟରେ ବିଜୟେ ଜଗତଜୋତି।

।୫।

 

 

ତଳପାଟି ଷୋଳ ଦାନ୍ତ ଯେ ଜାଣ

 

ଓପର ଷୋଳ ତହିଂରେ ମିଶିଣ

 

ଏମନ୍ତେ ହୋଇଲା ବତ୍ରିଶ ଦଳ

 

ଚିହ୍ନିଲେ ତୁଟିବ ସର୍ବ ଜଞ୍ଜାଳ।

 

ସଖି ଗୋ

ତହିଂ ବତ୍ରିଶ ଗୋପୀ

 

ସେବାରେ ସକଳେ ଛନ୍ତି ନିରୋପି।

।୬।

 

 

ଦେହ ଗୋଟିକ ଚଉଷଠୀ ଦଳ

 

ଚଉଷଠୀ ସଖି ତହିଂରେ ମେଳ।

 

ତହିଂ ଚତୁଷ୍ପଦା ଗାୟତ୍ରୀ ହେଲା

 

ହୃଦୟ ମଧ୍ୟେ ଥିର କର ଭଲା।

 

ସଖି ଗୋ

କାଟି ମାୟା ଜଞ୍ଜାଳ

 

ଦ୍ରଶନ ପାଇବ ନନ୍ଦ ଦୁଲାଳ।

।୭।

 

 

ଆହୁରି କହୁଛି ଶୁଣ ଶ୍ରୀମତୀ

 

ତୋହେ ସକଳ ବୁଝାଇ କହୁଛି।

 

ତ୍ରିୟ ଦଳଟି ଅଟେ ସିଂଘାସନ

 

ମଣୋହି ସ୍ଥାନଟି ଚତୁର୍ଦଳେନ।

 

ସଖି ଗୋ

ଅଷ୍ଟ ଦଳଟି ଜାଣ

 

ଚନ୍ଦନ ଅର୍ଗଳି ଅଟଇ ପୁଣ।

।୮।

 

 

ଷୋଳ ଦଳ ଜଗମୋହନ ଘର

 

ଭିତର କଥା ଶୁଣ ନାରୀବର।

 

ଦେବତା ଘେନିଣ ବତିଶ ଦଳ

 

ଚଉଷଠୀ ଦଳେ ବେଢ଼ା ଦେଉଳ।

 

ସଖି ଗୋ

ବିଜେ ଶ୍ରୀ ଦାରୁବ୍ରହ୍ମ

 

ହୃଦୟ ମଧ୍ୟରେ ଏହାଙ୍କୁ ଚିହ୍ନ।

।୯।

 

 

କଣ୍ଠଟି ଅଠର ନଳା ତୋହୋର

 

ମୁଖଟି ଅଟଇ ସିଂଘଦୁଆର।

 

ନାସାପୁଡ଼ା ଜୟ ବିଜୟ ଦୁଇ

 

ଦନ୍ତ ବାଇଶି ପାବଛ ବୋଲାଇ।

 

ସଖି ଗୋ

ଗଣ୍ଡ ସ୍ଥାନ ମୁଦ୍ରାଟି

 

ବଡ଼ଦାଣ୍ଡ ଗୋଟି ଅଟଇଂ ସେଟି।

।୧୦।

 

 

ଜିଭାକୁ ଜଗମୋହନଟି କହି

 

ମନ ପବନ ଗରୁଡ଼ ଖମ୍ବହିଂ।

 

ନାସାର ଡାହାଣ ପୁଡ଼ାଟି ଜାଣ

 

ଗରୁଡ଼ ଡାହାଣ ଡେଣା ପ୍ରମାଣ

 

ସଖି ଗୋ

ବାମ ପୁଡ଼ାଟି ଯେହି

 

ବାମ ଡେଣା ବୋଲି ପ୍ରମାଣ ତହିଂ।

।୧୧।

 

 

ନାସାଟି ଅଟଇ କଳପବଟ

 

ବାଞ୍ଛାବଟ ମୁଖ ମଣ୍ଡକେ ଭେଟ।

 

ଦେବନାଶନ ବଟ ଅଟେ କାନ

 

ନିକୁମ୍ଭିଲା ବଟ ଅଟେ ନୟେନ।

 

ରାଧେ ଗୋ

ଶୂନ୍ୟେ ବଂଶୀବଟଟି

 

ସ୍ୱନ କରୁଛନ୍ତି ନନ୍ଦଚାଟଟି।

।୧୨।

 

 

ଦ୍ୱାଦଶ ଶବଦ ଶୂନ୍ୟୁ ଶୁଭୁଛି

 

ବାରିଲେ ଭବୁଂ ତରିବୁ ମୃଗାଛି।

 

ଅକ୍ଷୟେ ଅଙ୍ଗ ହୋଇବଟି ଜାଣ

 

ତୋର ଦେହେ ଅଛି ଅମୂଲ୍ୟ ଧନ।

 

ସଖି ଗୋ

ତାଙ୍କୁ ତିଳେ ନ ହଜା

 

ଅଚ୍ୟୁତି ଦାସର ଲାଗଛି ଖୋଜା।

।୧୩।

(୪ର୍ଥ ଛାନ୍ଦ ସମ୍ପୁର୍ଣ୍ଣ)

 

ପଞ୍ଚମ ଛାନ୍ଦ

ଶୁଣି ଚନ୍ଦ୍ରାବଳୀ ଥକିତ ହୋଇ

 

ବୃନ୍ଦା ସଖିକୁ ପୁଣ ପଚାରଇ।

 

କାହାକୁ ଗୁରୁ ତୁ କଲୁ ନାଗରୀ

 

ଜାଣିଲୁ ତୁ ୟେତେ କଥା କିପରି।

 

ବୃନ୍ଦେ ଗୋ

ତାହା ସୋରୂପ କହ

 

ମଠ ଗୁରୁଙ୍କୁ ଯେ ଚିହ୍ନାଇ ଦିଅ।

।୧।

 

 

ବୃନ୍ଦା କହନ୍ତି ଶୁଣ ଗୋ ମିତଣୀ

 

କହିବା ତୋ ଆଗେ ମଠ କାହାଣୀ।

 

ଦିନେ ନନ୍ଦ ମଠେ ମିଳିଲି ଯାଇ

 

ଶ୍ରୀକଣ୍ଠ ମଣ୍ଡଳ ସେହି ମଠଇଂ।

 

ସଖି ଗୋ

ଯାହା ଦେଖିଲି ତହିଂ

 

ପାର୍ବତୀ ଶଙ୍କର ଅଛନ୍ତି ରହି।

।୨।

 

 

ତାଙ୍କଠାରୁ କଲି ଦୀକ୍ଷା ଗ୍ରହଣ

 

ସୋରୂପ ମଠରେ ମିଲିଲି ପୁଣ।

 

ସୋରୂପ ମଠଟି ନାସାକୁ କହି

 

ରାଧାକୃଷ୍ଣ ଲୀଳା କରନ୍ତି ରହି।

 

ସଖି ଗୋ

ଦେଖି ସୁଦୟା କଲେ

 

ଗୋପୀ ଦଶାକ୍ଷର ସେହୁଟି ଦେଲେ।

।୩।

 

 

ତହୁଁ ସେ ଠାବରୁ ଚଳିଲି ସହୀ

 

ଚୈତନ୍ୟ ମଠରେ ମିଳିଲି ଯାଇ

 

ଯାହା ଶୁଣିଲି କହି ଯେ ନୁହଂଇ

 

କର୍ଣ୍ଣ ସଂପୁଟରେ ଭଜନ ତହିଂ।

 

ସଖି ଗୋ

ଆଦିଶକ୍ତିଙ୍କ ଥାନ

 

ସର୍ବଦା ହୋୟେ ଉଦଧି ଗର୍ଜନ।

।୪।

 

 

ତହୁଂ ସେଠାବୁ ଚଳିଲି ବହନ

 

ପ୍ରକାଶ ମଠରେ ମିଳିଲି ପୁଣ।

 

ପ୍ରକାଶ ମଠ ନୟେନ ଅଟନ୍ତି

 

କାମବୀଜେ ପ୍ରଭୁ ଜଗତଜୋତି।

 

ସଖି ଗୋ

ମୋତେ କୃପା ସେ କଲେ

 

ପଦାମୃତ ନିଜ ପାଦରୁ ଦେଲେ

।୫।

 

 

ଚାରି ଗୁମ୍ପା ସଖି ଅଟଇ ଏହି

 

ଶୁଣ ତୋ ଆଗେ ଦେଉଅଛି କହି।

 

ନୀଳୋତ୍ପଳ ଗୁମ୍ଫା ଅଟଇ ମୁଖ

 

ଭ୍ରମର ଗୁମ୍ଫା ନାସିକା ପ୍ରତ୍ୟକ୍ଷ।

 

ପରମ ଶୂନ୍ୟ ଗୁମ୍ଫା ଚଛୁ ଦେଶ

 

ଅନାହତ ଗୁମ୍ଫା କର୍ଣ୍ଣେ ପ୍ରକାଶ।

 

ସଖି ଗୋ

ଶୂନ୍ୟ ଗୁମ୍ଫା ଅଛଇ

 

ସେ ଥାନେ ପଶ ପବନ ହଜାଇ।

।୬।

 

 

ସନ୍ତାନ ବୃଛ ଅଛଇ ମୁଖରେ

 

ହରିଚନ୍ଦନ ବୃକ୍ଷଟି ନାସାରେ।

 

ମନ୍ଦାର ଗଛଟି ତଛୁ ଅଟଇ

 

ପାରିଜାତକ କର୍ଣ୍ଣରେ ଦିଶଇ।

 

ସଖି ଗୋ

ଶୂନ୍ୟେ କେଳି କଦମ୍ବ

 

ରାଧାକୃଷ୍ଣଙ୍କର ସେଠାରେ ଭାବ।

।୭।

 

 

ଗୋପୀ ଦଶାକ୍ଷର ତୋତେ କହିବା

 

ପ୍ରଛିନ୍ନ କରି ବୁଝାଇଣ ଦେବା।

 

ଗୋପୀ ବେନି ଯେ ନାସାରେ ପ୍ରମାଣ

 

ଜନ ଦୁଇ ଅଟେ ମୁଖରେ ପୂଣ।

 

ବଲ୍ଲଭାୟ ଚାରି ଚକ୍ଷୁଦେଶରେ

 

ସ୍ୱାହା ରହିଥାଇ କର୍ଣ୍ଣ ବେନିରେ।

 

ସଖି ଗୋ

ସାହା ଶୂନ୍ୟେ ରହିଛି

 

ଦଶାକ୍ଷର ସଖି କହିଲି ବାଛି।

।୮।

 

 

ପଞ୍ଚକୁଣ୍ଡ ତୋତେ ଦେବା ବୁଝାଇ

 

ବିଷ୍ଣୁ କୁଣ୍ଡ ଗୋଟି ମୁଖକୁ କହି।

 

କୃଷ୍ଣକୁଣ୍ଡ ନାସା ଅଟେ ପ୍ରମାଣ

 

ରୁଦ୍ରକୁଣ୍ଡ ଅଟେ ତୋର ନୟନ।

 

ସଖି ଗୋ

ରାଧାକୁଣ୍ଡ କର୍ଣ୍ଣରେ

 

ଶୂନ୍ୟକୁଣ୍ଡ ଅଛି ସିଷୁମୁନାରେ।

।୯।

 

 

ସତ୍ୟ ଯୁଗ ତୋର ତଛୁ ଅଟଇ

 

ସ୍ୱୟଂ ଜଗନ୍ନାଥ ବିଜୟେ ତହିଂ

 

ତ୍ରିତୟା ଯୁଗ ଅଟେ ତୋର ମୁଖ

 

ବଳଭଦ୍ର ରହିଛନ୍ତି ପ୍ରତଖ୍ୟ।

 

ଦ୍ୱାପର

ଯୁଗ ସେ ନାସା ଅଟଇ

 

ସୋଭଦ୍ରା ସେ ଥାନେ ଅଛନ୍ତି ରହି।

।୧୦।

 

 

କର୍ଣ୍ଣ କଳି ଯୁଗ ଅଟଇ ପୁଣ

 

ସେଠାବେ ବିଜୟେ ସେ ସୁଦ୍ରଶେନ।

 

ଚାରି ଯୁଗରୁଇଂ ଅଟେ ବାହାର

 

ରହିଛି ଦେଖ ଭ୍ରୁଲତା ଉପର।

 

ସଖି ଗୋ

ଅବିନାଶୀହିଂ ସେହି

 

ଜନ୍ମ ମୃତ୍ୟୁ ଭୟ ସେଠାବେ ନାହିଂ।

।୧୧।

 

 

ଆହୁରି କହୁଛିରେ ପ୍ରାଣ ମିତ

 

ସତ୍ୟ ଶାନ୍ତି ଦୟା କ୍ଷମା ଚାରି ତ।

 

ନିତ୍ୟର ପ୍ରିୟସଖି ଏ ଅଟନ୍ତି

 

ଚାରିଦ୍ୱାରେ ଜାଗି ରହି ଅଛନ୍ତି।

 

ରାଧେ ଗୋ

ତାଙ୍କ ସଙ୍ଗତେ ଗଲେ

 

ଯୁଗଳ ରୂପକୁ ଦେଖିବା ଭଲେ।

।୧୨।

 

 

ବୃନ୍ଦାଙ୍କ ଯୋଗ ଉପଦେଶ ବାଣୀ

 

ପୁଷ୍ୟ ଧରିଲେ ସକଳ ତରୁଣୀ।

 

ବୃନ୍ଦାଙ୍କ ଅଙ୍ଗେ ନେଇଣ ବିଞ୍ଚିଲେ

 

କେବଣ ସଖି ବ୍ୟଜନ ଚାଲିଲେ।

 

କେ ଗୋପୀ ପକାଉଛି ଚାମର

 

ଅଚ୍ୟୁତ ଦାସ ସେବଇଂ ପୟର।

।୧୩।

(୫ମ ଛାନ୍ଦ ସମାପ୍ତ)

 

ଷଷ୍ଠ ଛାନ୍ଦ

ଶୁଣି ସର୍ବ ସଖି ଆନନ୍ଦ ହେଲେ

 

ବୃନ୍ଦାବତୀଙ୍କି ପୁଣ ପୁଚ୍ଛା କଲେ।

 

ୟେଡ଼େ ମାୟାବୀ ଅଟୁ ଆଗୋ ତୁହି

 

ୟେତେ ଉପଦେଶ ଅଛୁ ଲୁଚାଇ।

 

ବୃନ୍ଦେ ଗୋ

ଆଜ ପଡ଼ିଛୁ ଧରା

 

ଦିଶୁଅଛି ମୁଖ ଦର୍ପଣ ତୋରା।

।୧।

 

 

କଥା ଗୋଟିୟେକ ଆସେ ମନର

 

କହ ଆମ୍ଭ ଆଗେ ସହୀ ନିକର

 

ବୃନ୍ଦାବନେ କଉଂ ମନ୍ତ୍ରଟି ସାର

 

ଶୁଣିଲେ କଳୁଷ ଯିବ ଆମ୍ଭର।

 

ବୃନ୍ଦେ ଗୋ

ତିଳେ ମାୟା ନ କରି

 

ପ୍ରକାଶ୍ୟ ଭାବେ କହ ଚମ୍ପାଗୋରୀ।

।୨।

 

 

ଚମ୍ପକଲତା ଆବର ଲଳିତା

 

ଇନ୍ଦୁରେଖା ରଙ୍ଗଦେବୀ ଯେ ଚିତ୍ରା।

 

ସୁରେଖା ଦୂତୀ କାମେନୀ ସମସ୍ତ

 

ଧଇଲେ ଯାଇଂ ବୁନ୍ଦାବତୀ ହାଥ।

 

ସଖି ଗୋ

ଆମ୍ଭ ଗୁରୁହିଂ ତୁହି

 

ତୋତେ ସେବି ଲଭୁଂ କଳା କହ୍ନାଇ।

।୩।

 

 

ଶୁଣିଣ ବୃନ୍ଦା ସନ୍ତୋଷ ହୋଇଲେ

 

ସଖିଙ୍କ ହାଥ ଧରି ବସାଇଲେ।

 

କହୁଛି ଧୀରେ କର୍ଣ୍ଣ ଦେଇ ଶୁଣ

 

ଋଷିଙ୍କ ତହୁଂ ୟେ ଅଛି ଶୁଣିଣ।

 

ସଖି ଗୋ

ତାହା କହିବି ଫେଇ

 

ଅନେକ ମତେ ଯୋଗୀଜନ କହି।

।୪।

 

 

କେହୁ ବୋଲନ୍ତି ତ୍ରିବୀଜ ଭଜନ

 

କେ ବୋଲେ ପଞ୍ଚ ବୀଜଟି ପ୍ରମାଣ।

 

କେହୁ ବଦନ୍ତି ଅଷ୍ଟ ଦଶାକ୍ଷର

 

କେ ବୋଲେ ମନ୍ତ୍ର ସାର ନିରାକାର।

 

ସଖି ଗୋ

କେ ବୋଲେ ଅଣାକ୍ଷର

 

କେ ବୋଲେ ତାରକ ବ୍ରହ୍ମଟି ସାର।

।୫।

 

 

ତଥିରେ ମୋର ମନ ଗମେ ନାହିଂ

 

ଅନାଦି କୃପାରୁ ପାଇଛି ମୁହିଂ

 

ମହାମନ୍ତ୍ର ଯେହୁ ବତ୍ରିଶାକ୍ଷର

 

ବୃନ୍ଦାବନେ ସେହୁ ମନ୍ତ୍ରଟି ସାର।

 

ସଖି ଗୋ

ମୋଖ୍ୟ କରତା ସେହି

 

ତତ୍ୱ ଚିହ୍ନି ଭଜିଲେ ଫଳ ପାଇ।

।୬।

 

 

ହରେ ରାମ ନାମେ ପେଲାଇ ପଶ

 

କୃଷ୍ଣ ଶାମ ପଦେ ଲଗାଅ ଆଶ।

 

ହ୍ରୀୟଂ ଶ୍ରୀୟଂ କ୍ଲୀୟଂ ନାମକୁ ଧ୍ୟାନ

 

ନନ୍ଦ କନ୍ଦ ମୁଖେ କର ସ୍ମରଣ।

 

ସଖି ଗୋ

ଦୀନ ଧର୍ମ ଭରସା

 

ସାଧୁ ମଧୁ କାମ ବ୍ରହ୍ମକୁ ମଶା।

।୭।

 

 

ନିଶ୍ଚଳ ଆସନ କର ଗୋ ସହୀ

 

ଗରୁଡ଼ ଥମ୍ଭପରେ ଦୃଷ୍ଟି ଦେଇ।

 

ତ୍ରିକୋଣ ମଣ୍ଡୋଳେ ମନକୁ ଗଳା

 

ଟଳି ପଡ଼ିଲେହିଂ ବୁଡ଼ିବ ଭେଳା।

 

ସହି ଗୋ

ସିଷମୂନା ରନ୍ଧ୍ରରେ

 

ତିନି ନାମ ଗୁପ୍ତ ଅଛି ତହିଂରେ।

।୮।

 

 

ସେହି ନାମକୁ ଯେ ଶରଣ ପଶ

 

ଘଟଣ ବ୍ରହ୍ମକୁ ଲଗାଅ ଆଶ।

 

ଘଟେ ଘଟେ ଘୋଟି ଅଛଇଂ ସେହି

 

ଘଟ ଗଲେ ଆଉ ପାଇବ ନାହିଂ।

 

ସଖି ଗୋ

ସେ ତ ଘୋର ଦୁର୍ଗମ

 

ସହଜେ ମିଳେ କି ପରମ ଶୂନ୍ୟ।

।୯।

 

 

ନିତ୍ୟ ନିତ୍ୟ ମାହାନିତ୍ୟ ଅଛଇ

 

ସୁଦସେନ ଚକ୍ର ତହିଂ ଭ୍ରମଇ।

 

ଅଗ୍ନିର ଶିଖା ସହସ୍ରେ ଯୋଜନ

 

ଟଳି ପଡ଼ିଲେ ହୋଇଯିବ ଚୁର୍ଣ୍ଣ।

 

ସହି ଗୋ ତିଳେ ଦମ୍ଭ ନ କର

 

ଦମ୍ଭ ତେଜିଛି ଅଚ୍ୟୁତି ପାମର।

।୧୦।

(ଷଷ୍ଠ ଛାନ୍ଦ ସମାପ୍ତ)

 

ସପ୍ତମ ଛାନ୍ଦ

ପୁଣ ପଚାରଇଂ ଶ୍ରୀ ଚନ୍ଦ୍ରାବଳୀ

 

ଶୁଣ ଗୋ ବୃନ୍ଦେ ମୋ ପ୍ରାଣ ସଙ୍ଖାଳି।

 

ବଡ଼ ହଟିଆ ସେ ନନ୍ଦ କହ୍ନାଇ

 

ବଂଶୀ ସ୍ୱନରେ ମନକୁ ମୋହୋଇ।

 

ସଖି ଗୋ କାହୁଂ ତାକ ଆଣିଲା

 

କୂଳବଧୂଙ୍କର ଭଗାରି ହେଲା।

।୧।

 

 

କଉଂ ମନ୍ତ୍ର ଦେଉଅଛି ବଜାଇ

 

ଶ୍ରବଣ ମାତ୍ରେ ହୃଦ ବିତାରଇ।

 

ଥିର ହୋଇଯାଏ ଯମୂନା ଜଳ

 

ଯୋଗୀଙ୍କ ଯୋଗକୁ କରେ ବିଫଳ।

 

ସଖି ଗୋ ଚନ୍ଦ୍ରକାନ୍ତ ପଥର

 

ତରଳ ହୋଇଣ ବହଇ ଧାର।

।୨।

 

 

ଏ କୁହୁକ ପଦ କାହୁଂ ଶିଖିଛି

 

ଆମ୍ଭ ଆଗରେ କହ ଗୋ ମୁଗାଛି।

 

ଶୁଣିଣ ବୃନ୍ଦା କହନ୍ତି ବଚନ

 

ଯାହା ପଚାରିଲୁ ନାରୀ ରତନ।

 

ରାଧେ ଗୋ ତୁହି ସକଳ ଜାଣୁ

 

ଶ୍ରୀକୃଷ୍ଣଙ୍କ ପ୍ରିୟ ଅଟୁଂ ତୁ ଯେଣୁ।

।୩।

 

 

ଜାଣି କିମ୍ପା ମୋତେ ପଚାରୁ ତୁହି

 

ଶୁଣିଣ ରାଧା କରେ ନାହିଂ ନାହିଂ।

 

କାମ ରସରେ ମୁଂ ସଦା ଆତୁର

 

ଗୁପ୍ତ ସନ୍ଦେଶ କାହୁଂ ଶୁଣିବାର।

 

ବୃନ୍ଦେ ଗୋ ଶୀଘ୍ର ମୋ ଆଗେ କହ

 

ତୋ ପ୍ରତି ଶ୍ରୀକୃଷ୍ଣ କରନ୍ତି ସ୍ନେହ।

।୪।

 

 

ଯାହା ପଚାରିଲୁଂ ଶୁଣ ଗୋ ରାଧା

 

ତୁମ୍ଭଠାରେ ଆମ୍ଭ ଅତିହିଂ ଶ୍ରଧା।

 

ପୁରାକାଳେ ବ୍ରହ୍ମା ୟେ ମନ୍ତ୍ର କଲେ

 

ଓଂକାର ଥାପି ବ୍ରହ୍ମ ଯଗ୍ୟଂ କଲେ।

 

ସଖି ଗୋ ସେହି ଯାଗୁଂ ବାୟଂଶ

 

ସପ୍ତ ପବ ମାତ୍ର ହୋୟେ ପ୍ରକାଶ।

।୫।

 

 

ଗାଣ୍ଡୀବ କୋଦଣ୍ଡ ପିନାକ ଧନୁ

 

ଅଗ ଖଣ୍ଡକ ବ୍ରହ୍ମା କଲେ ବେଣୁ।

 

ସପ୍ତରନ୍ଧ୍ର ପୁଣ କରିଲେ ତାର

 

ସପ୍ତ ପଞ୍ଚାତ୍ମିକ ହେଲା ପ୍ରଚାର।

 

ସଖି ଗୋ ଗୁପ୍ତେ ସେ ବଞ୍ଚିଥିଲେ

 

ବଛା ହରଣେ ଶ୍ରୀକୃଷ୍ଣଙ୍କୁ ଦିଲେ।

।୬।

 

 

ଯେତେବେଳେ କୃଷ୍ଣ ବେଣୁ ବାଜଇ

 

ମୋହିତ କିମ୍ପାଇଂ ହୋଇଛୁ ସହୀ।

 

କହୁଛି ତାହା କର୍ଣ୍ଣ ଦେଇ ଶୁଣ

 

ପ୍ରଥମ ରନ୍ଧ୍ରେ ହ-କାରହିଂ ପୁଣ।

 

ସଖି ଗୋ ତହୁଂ ଦୁତୀୟେ ଜାଣ

 

ଆକାର ଅକ୍ଷର ହୋୟେ ପ୍ରମାଣ।

।୭।

 

 

ତୃତୀୟ ରନ୍ଧ୍ରେ କୁଆଂ ଶବ୍ଦ କରେ

 

ଶାମ ଦାମ ଚତୁର୍ଥରେ ଉଚ୍ଚାରେ।

 

ନୟନାନନ୍ଦ ପଞ୍ଚମ ରନ୍ଧ୍ରରେ

 

ଛଡ଼ରେ ନାଦ ବିନ୍ଦୁକୁ ଯେ ଧରେ।

 

ସଖି ଗୋ ସପ୍ତମରେହିଂ ଜାଣ

 

କାମ ବ୍ରହ୍ମକୁ କରେ ଉଚ୍ଚାରଣ।

।୮।

 

 

ତେଣୁ ସର୍ବ ସଖି ମୋହ ହୋଇଛ

 

ୟେ କଥା ଗୋଟି ଜାଣି ନ ପାରୁଛ।

 

ନିଜ ନାମ ପାଦେ ଶରଣ ପଶ

 

ବଂଶୀଧୁନିରେ ନ ବଳାଅ ଆଶ।

 

ସଖି ଗୋ ଭ୍ରମେ ବୁଡ଼ି ନ ମର

 

ନାସାରେ ପରମ ହଂସକୁ ଧର।

।୯।

 

 

ଶୁଣି ସର୍ବ ସଖି ଆନନ୍ଦ ହେଲେ

 

ହରଷ ଭରେ ହୁଳ ହୁଳି ଦେଲେ।

 

ହରି ହରି କେହୁ ମୁଖେ ଉଚ୍ଚାରେ

 

ପୁଷ୍ୟ ବିଞ୍ଚନ୍ତି ସେ ବୃନ୍ଦା ଉପରେ।

 

ସଜନୀ ସେ ବୃନ୍ଦାବନ ଧୁଳି

 

ପାମର ଅଚ୍ୟୁତି ହୁଅଇ ବୋଳି।

।୧୦।

(ସପ୍ତମ ଛାନ୍ଦ ସମାପ୍ତ)

 

ଅଷ୍ଟମ ଛାନ୍ଦ

ୟେମନ୍ତ ସମୟେ ସକଳ ନାରୀ

 

ହୋଇଲେ ପୁଣ ହାଥ ଧରାଧରି।

 

ବୃନ୍ଦାଚାରି ପାଶେ କରନ୍ତି ନୃତ୍ୟ

 

ବତିଶ ସଖି ଗାବନ୍ତି ସଙ୍ଗୀତ।

 

ସଜନୀ ସର୍ବେ ନବଯୈାବନ

 

କୁଚରୁ ଉଡ଼ି ପଡ଼ଇ ବସନ।

।୧।

 

 

ଶ୍ରୀମତୀ କହନ୍ତି ଶୁଣ ନାଗରୀ

 

ୟେଥକୁ ହିଂ ମୋର ସନ୍ଦେହ ପୁରି।

 

ସବିହେଂ କିଛୁ କ୍ଷଣ ଥିରେ ବସ

 

ପଚାରେ ବୃନ୍ଦାଙ୍କୁ ୟେକି ରହସ୍ୟ।

 

ସଖିଏ ଥିର ହୋଇ ବସିଲେ

 

ସମ ଆସନେ ଚିତ୍ତ ଥିର କଲେ।

।୨।

 

 

ଶୁଣ ଗୋ ବୃନ୍ଦେ ମୋହୋର ବଚନ

 

ବଇଂଶୀରେ ସାତ ରନ୍ଧ୍ରଟି ଜାଣ।

 

ତହୁଂ ସପ୍ତ ପଞ୍ଚାତ୍ମିକ ହୋଇଲା

 

ତୁମ୍ଭ ଠାରୁ ଆମ୍ଭେ ବୁଝିବୁ ଭଲା।

 

ସଖି ଗୋ ଶୁଣି ହୋଇବୁ ତୋଷ

 

ବାହୁଡ଼ି ଯିବୁଂ ପୁଣ ନିଜ ବାସ।

।୩।

 

 

ଶୁଣ ଶୁଣ ତୁମ୍ଭେ ସର୍ବ ତରୁଣୀ

 

ଭୂତ ସମୀର ମନ ଆତ୍ମା ପୁଣି।

 

ତତ୍ତ୍ୱ ବୀଜସାର ମିଶିଣ ସାତ

 

ପାଞ୍ଚ ପାଞ୍ଚରେ ସେ ହୋୟେ ବିଭକ୍ତ।

 

ସଖି ଗୋ ତୁମ୍ଭ ଆଗେ କହିବା

 

ମନରୁ ସଂଶୟ ମାନ ଦହିବା।

।୪।

 

 

ପୃଥ୍ୱୀ ଆପ ତେଜ ବାୟୁ ଆକାଶ

 

ପଞ୍ଚଭୂତ ଏହୁ ହେଲା ପ୍ରକାଶ।

 

ପ୍ରାଣ ଅପାନ ସମାନ ଉଦାନ

 

ବ୍ୟାନକୁ ଘେନି ସେ ପଞ୍ଚ ପବନ।

 

ସଖି ଗୋ ସୂତ୍ର ଅଟଇ ୟେହି

 

ଯୋଗୀଜନ ଯୋଗ ଭକ୍ତି ବୋଲାଇଂ।

।୫।

 

 

ଗ୍ୟାଂନ ଧ୍ୟାନ ତତ୍ୱ ଜୀବ ପରମ

 

ପଞ୍ଚୁଆତ୍ମା ୟେହୁ ୟେହାକୁ ଚିହ୍ନ।

 

ମନ କୁମନ ସୁମନ ବିମନ

 

ଅମନ ମିଣିଣ ୟେ ପଞ୍ଚମନ।

 

ସଖି ଗୋ ଯେବେ ବାନ୍ଧି ପାରିବ

 

ଅରୂପାନନ୍ଦ ଦ୍ରଶନ ଲଭିବ।

।୬।

 

 

ରୂପ ନାମ ବୁଦ୍ଧି ବିବେକ ଜାଣ

 

ଆଶ୍ରୟ ଘେନି ତତ୍ୱ ପାଞ୍ଚ ଶୁଣ।

 

ପରା ରମା କାମ ଧାମ ପରମ

 

ପାଞ୍ଚବୀଜ ବୋଲି ୟେହାଙ୍କ ନାମ।

 

ସଖି ଗୋ ବୀଜ ବିନା ଭଜିଲେ

 

ଫଳ କାହୁଂ ଅବା ପାଇବ ଭଲେ।

।୭।

 

 

ପଞ୍ଚସ୍ୱରକୁ ତହିଂ ଏକ କର

 

ଓଂକାର ସ୍ୱରେ ପାଇ ଦାମୋଦର।

 

ୟେହୁ ସପ୍ତ ପଞ୍ଚାତ୍ମିକ ଚରିତ

 

ସାଧିଲେ ପାଇବୁ ସେ ନାମାମୃତ।

 

ସଖି ଗୋ ତହିଂ ମନକୁ ମଜ୍ଜା

 

କିସ ପଦାର୍ଥ ସେ ତୁମ୍ଭରି ଖୋଜା।

।୮।

 

 

ଶୁଣି ସର୍ବ ସଖି ଆନନ୍ଦ ହେଲେ

 

କୃଷ୍ଣ ନାମେ ହୁଳହୁଳି ସେ ଦେଲେ।।

 

ଭୁଜ ଛନ୍ଦି କୁଚେ କୁଚ ଲଗାଇ

 

ନାଚନ୍ତି ନାମ ପ୍ରେମେ ମଗ୍ନ ହୋଇ।

 

ସଜନୀ ସେହି କାଳର ଶୋଭା

 

କେ ଅବା ବର୍ଣ୍ଣିବ ମନିଷ୍ୟ ଅବା।

।୯।

 

 

ଉଡ଼ି ଯାଉଅଛି ଅଙ୍ଗୁବସନ

 

କୁକ୍ଷିଲୋମଶ୍ରେଣୀ ଦିଶେ ଯତନ।

 

ଶ୍ରମଜଳରେ କାଞ୍ଚିଲା ତିନ୍ତିଲା

 

କନକ ଅଙ୍ଗରେ ଜଡ଼ିତ ହେଲା।

 

ସଜନୀ ମୁକ୍ତାମାଳର ଶୋଭା

 

ନୀଳ ଆକାଶେ କିବା ବିଦୁପ୍ରଭା।

।୧୦।

 

 

ୟେ ସମୟେ ସନ୍ଧ୍ୟା ହେଲା ପ୍ରବେଶ

 

ବାହୁଡ଼ିଲେ ସଖି ଯେ ଯାହା ବାସ।

 

କରମ୍ବିତ ହୋଇ ସମସ୍ତ ନାରୀ

 

ଗୋପ ନଗରକୁ ଗଲେ ସେ ଫେରି।

 

ସଜନୀ ଧନ୍ୟ ଗୋପିକା ସେହି

 

ପଛରେ ଅଚ୍ୟୁତି ଅଛି ଗୋଡ଼ାଇ।

।୧୧।

ଇତିଶ୍ରୀ ବୃନ୍ଦାରାସେ ଅଷ୍ଟମ ଛାନ୍ଦେ ରାସଲୀଳା ସଂପୁର୍ଣ୍ଣ।

 

ଦୂତୀ ରାସ ବା ଗଜ୍ଜରୀ ରାହାସ

ଅନାଦି ଅବ୍ୟୟ ରାହାସ ଲୀଳା

 

ରାଧା ରାଆ ହଂସ ଅରେ ମିଳା।

 

ହରି ଗୁଣି ତହୁଂ ପ୍ରକାଶ ହେଲା

 

ହରି ଗୁଣିଲେହିଂ ଗୋପ ଅବଳା।

 

ସଖି ଗୋ

 

ହରଙ୍କୁ ଯେ ସେବିବା

 

ହରିହର ୟେକ ଈଶ୍ୱର ଦେବା।

।୧।

 

 

ହରେ ନାମ ତହିଂ କରିବା ମେଳ

 

କୃଷ୍ଣ ଦୂତୀ ସଙ୍ଗେ କରନ୍ତି ଖେଳ।

 

ହର ହରି ଗୁଣ ତହିଂ ଲାଗିଛି

 

ହରେ ହରୁଂ ହର ଶାପ ପାଇଛି।

 

ସଖି ଗୋ

 

ନେଇ ରଖିଛି ନାଥେ

 

ମଣି ରଖି ଈଶ ଉମାର କାନ୍ତେ।

।୨।

 

 

ଅଷ୍ଟ ଶମ୍ଭୁ ଆଠ କୋଣରେ ଧରି

 

ଭୂଶକ୍ତି ସୋରୂପେ ସଖି ଆବୋରି।

 

ହରି ଅଙ୍ଗ ରାସ ହରଙ୍କୁ ଦେବା

 

ହର ଅଙ୍ଗେ ଚୁମ୍ବନ୍ତି ସର୍ବ ଦେବା।

 

ସଖି ଗୋ

 

ଅଷ୍ଟ ସଖିଙ୍କ ରାସ

 

ପ୍ରେମେ କୃଷ୍ଣ ଦେଖି ଏ ଚତୁର୍ଦଶ।

।୩।

ଷୋଳ ଡ଼ମ୍ବରକୁ ଧଇଲେ ହର

 

କଣ୍ଠରେ ବାଆନ୍ତି ଡାକି ନିଜର।

 

ଦୁଇ ଗୁଣ ଷୋଳ ସଖି ଉଠିଲେ

 

ଖୋଳ ତାଳ ନୀଳା ବାଦ୍ୟ ବାଇଲେ।

 

ସଖି ଗୋ ଚଉପାଶେ ବେଢ଼ିଲେ

 

ଚତୁର ଗୁଣରେ ପ୍ରେମେ ମଂଜ୍ଜିଲେ।

 

ଦ୍ୱାଦଶ ବାଦ୍ୟକୁ ଧଇଲେ କୃଷ୍ଣ

।୪।

ଦ୍ୱାଦଶ କୁଂଜରେ ମୁରଲୀ ଓଷ୍ଟ।

 

ସଖା ସଖି ସଙ୍ଗେ କଲେ ବେହାର

 

ଦେଖି ଦିଗପାଳ ଯେ ସୁର ନର।

 

ସଖି ଗୋ

 

ବ୍ରହ୍ମା ତୁପ୍ତି କରନ୍ତି

 

ଇନ୍ଦ୍ର ଦେବଗଣ ଯେ ଗଣପତି।

 

ପବନ ମଳୟ ବସନ୍ତ ନେଇ

।୫।

 

 

ଆନନ୍ଦେ ଦେବେ ଦୁନ୍ଦୁଭି ବଜାଇ।

 

ପଷ୍ୟ ବୃଷ୍ଟି କଲେ କୃଷ୍ଣ ଅଙ୍ଗରେ

 

ରସି ପ୍ରେମେ ଚଉଷଠୀ ବନ୍ଧରେ।

 

ସଖି ଗୋ

 

କିସ ବର୍ଣ୍ଣିବା ତହିଂ

 

ଯୁଗଳ ମେଳେ ଏକାଙ୍ଗର ଠାଇଂ।

।୬।

 

 

ସାତ ବାର ଧରି ଯିବା କୁଂଜକୁ

 

ଚଉରାଶି କ୍ରୋଶ ବୃନ୍ଦାବନକୁ।

 

ଫେରି ଫେରି ଆଠଦିନେ ସାରିବା

 

ତହିଂ ବାରେ ଭାନୁ ଜେମା ଦେଖିବା।

 

ସଖି ଗୋ

 

କୃଷ୍ଣ ତାଙ୍କ ସଙ୍ଗତ

 

ଧରିଛି ଅଙ୍ଗୁଷ୍ଠ ସଖା ଅଚ୍ୟୁତ।

।୭।

 

 

ହରେ ରାମ କୃଷ୍ଣ ଫେରାଇ ହରେ

 

ତିନି ବେଦ ଶାମ ଅଛନ୍ତି କରେ।

 

ଦାମକୁ ନନ୍ଦ କନ୍ଦ ଡାକୁଛନ୍ତି

 

ଦିନ ଗଲା ଧର୍ମ କରିବା ଚେତି।

 

ସଖି ଗୋ

 

ସାଧୁ ମଧୁ ପିଇଲେ

 

କାମକୁ ନେଇ ବ୍ରହ୍ମେ ଲଗାଇଲେ।

।୮।

 

 

ବ୍ରହ୍ମ ନେଇ ଦଶ ଦିଗପାଳଙ୍କୁ

 

ଭୋଗ ଲଗାଉଛି ଗାଭୀ ଖୀରକୁ।

 

ତ୍ରିଦେବ ଉଲଟେ ସେ ଦେବରାଜା

 

ମନ୍ତ୍ରରାଜ ମଧ୍ୟେ କରିଛି ପୂଜା।

 

ସଖି ଗୋ

 

ବିଦ୍ୟା ଚତୁର ବୁଧି।

 

ଗଣେଷ ପଢ଼ନ୍ତି କରିଣ ସିଧି।

।୯।

 

 

ଦୁଗୁଣ ତିଗୁଣ ଚତୁର ଗୁଣ

 

ଷୋଳ ବତିଶ ଚୈାଷଠି ପ୍ରମାଣ।

 

ଛନ୍ଦ ବନ୍ଧ ରାସେ ୟେ ରାସକେଳି

 

ସର୍ବ ଗୋପୀଜନେ ହୋଅନ୍ତି ମେଳି।

 

ସଖି ଗୋ

 

କେଳି କଦମ୍ବ ତରୁ

 

ଅନନ୍ତ ଜିଭା ଅଣାକାର ଠାରୁ।

୧୦।

 

 

 

 

 

 

ୟେହ୍ନେ ରାସ ହୋୟେ ଚାରି ଯୁଗରେ

 

ଚୈାଷଠି ବତ୍ରିଶ ଷୋଳ ଅଙ୍ଗରେ।

 

ଆଠରେ ଆଠରେ ଗୁଣ ବସାଣ

 

ଆଠରେ ହରି ଆଠରେ ମିଶାଣ।

 

ସଖି ଗୋ

 

ସବୁ ସାରିଆ ପାଠ

 

ହରି ଗୁଣି ଫେଡ଼ି ମିଶାଇ ଆଠ।

।୧୧।

 

 

ରାସେ ରସାଇ ବସିଲେ ନୀରବେ

 

ମନ ବୁଦ୍ଧି ଚେତା ନାହିଂ ନା ଦମ୍ଭେ।

 

ହଂସ ହଂସୀ ସବୁ ଗଲେ ଯେ ଉଡ଼ି

 

କଦମ୍ବେ ବସିଲା ପିଞ୍ଜରା ମାଡ଼ି।

 

ସଖି ଗୋ

 

ଏକା କଳା କହ୍ନାଇ

 

ଦେଖିଲା ଅଚ୍ୟୁତ ରାସେ ଅନାଇ।

।୧୨।

 

 

ଗୁଜ୍ଜରୀ ସରିଲା ରାତ୍ର ଦିବସ

 

ଗୁଜ୍ଜରୀ ରାସ କଲେ ପୀତବାସ।

 

କଳିଯୁଗକୁ ଉଭୁରିଲା ବାକି

 

ଅଚ୍ୟୁତ ସାଖୀ ହୋଇଅଛି ଦେଖି।

 

ସଖି ଗୋ କରିବେଟି ରାହାସ

 

ଆସ ଗୋପ ଗୋପୀ ପୂରାଅ ଆଶ।

।୧୩।

 

 

ଉଛୁର ହୋଉଛି ଆସିବା କାଳ

 

ରାସ ବଢାଇଲେ ମାରିବେ ମଇ।

 

କାଳୀକି ଦଳିଣ କାଳିନ୍ଦୀ ହ୍ରଦ

 

ବିଷ ଘାଉଡ଼ାଇ ତୋଳିବେ ପଦ୍ମ।

 

ସଖି ଗୋ

 

କଂସ ପାଇ ବାରତା

 

ପଦ୍ମଫୁଲ ପାଇଂ ଅକ୍ରୁର ଚେତା।

।୧୪।

 

 

ପଠାଇବ ରଥ ଗୋପପୁରକୁ

 

ରଙ୍ଗସଭା ୟେକ ସୃଜି ୟେଥକୁ।

 

ଯାତ୍ରା ଦେଖି ଆଣ ରାମକଷ୍ଣଙ୍କୁ

 

ଆସିଣ ଅକ୍ରୁର ନେବ ଆମ୍ଭଙ୍କୁ।

 

ସଖି ଗୋ

 

ମଥୁରାକୁ ଯିବଇଂ

 

ଅଷ୍ଟମଇ ଯେ କଂସ ବଧିବଇଂ।

।୧୫।

 

 

 

 

 

 

ଭବ ଭାଗ କଳି ହୋଇବ ନାଶ

 

ଦିନ ଗଲା ବେଗେ ରଞ୍ଚ ରାହାସ।

 

ଉଛୁରେ ଆଉ ନ ପାଇବା କାର୍ଯ୍ୟ

 

ଆଉ ନ ପାଇବା ଦେବାଧିରାଜ।

 

ସଖି ଗୋ

 

ଗୋପେ ହେଲା ପ୍ରକଟ

 

ଅସୁର ଧଂସିବେ ନନ୍ଦର ଚାଟ।

।୧୬।

 

 

ରାସ ସାରି କୃଷ୍ଣ ଯିବେ ମଥରା

 

ଅଚ୍ୟୁତ ସଙ୍ଗତେ ଅଛଇଂ ପରା।

 

ଜଗନ୍ନାଥ ଯଶୋବନ୍ତ ଚଳିବେ

 

ବଳରାମ ଦାସ ସଙ୍ଗେ ହୋଇବେ।

 

ସଖି ଗୋ

 

ବଢ଼ାଇବା କାର୍ଯ୍ୟ

 

ମଥୁରା ଯିବାକୁ ହୋଇବେ ସଜ।

।୧୭।

 

 

ଗୁଜ୍ଜରୀ ଯାଉଛି କର ଗୁଜ୍ଜରୀ

 

ଗୋବର୍ଧନ ପରେ ହୋୟେ ଚାଚେରି।

 

ବୃନ୍ଦାବନେ ନିକି ଧର ଚୋରକୁ

 

ରାଧା ଉଆସରେ ବାନ୍ଧି ତାହାକୁ।

 

ସଖି ଗୋ

 

ଦୂତୀ ଖଟାଇ ରଖ

 

ବିଚାରି ତପ୍ତରେ ଦୋଷ ପରଖ।

।୧୮।

 

 

ଗହନ ମଧ୍ୟରେ ରହିଛି ଲୁଚି

 

ଗୋପ କଥାକୁ ଅଚ୍ୟୁତ ହେଜୁଛି।

 

ମୁହିଂ ସଙ୍ଗେ ଅଛି ଯୁଗ ଯୁଗର

 

ଯେଣେ ଗଲେ ଧରି ଦେବାଟି ଚୋର।

 

ସଖି ଗୋ

 

ମୋତେ ଦିଅ କଉଡ଼ି

 

ନନ୍ଦବଛାକୁ ଆଣିଦେବି ଲୋଡ଼ି।

।୧୯।

 

 

ବୃଥା ହେବ ତୁମ୍ଭ ଖୋଜିଲା ଶ୍ରମ

 

ଆଗକରି ଦେବ ନୋହ ଗୋ ଭ୍ରମ।

 

ନୋହିଲେ ଗୋପରେ ଥାଅ ଗୋ ସଖି

 

କଖାରୁ ପାଚିଲେ କି ହେବ ଚୋପି

 

ସଖି ଗୋ

 

ମିଥ୍ୟା ଲୋଭକୁ ଛାଡ଼

 

କହଇ ଅଚ୍ୟୁତ ଏ ସତ୍ୟ ଦୃଢ଼।

।୨୦।

ଇତିଶ୍ରୀ ଦୂତୀ ରାସ ସଂପୁର୍ଣ୍ଣ।।

 

ପରମ ରାହାସ

॥ ଏକ ॥

ଶୁଣ ସୁଜନେ ପରମ ରାହାସ

 

ଶ୍ରବଣେ ଶୁଣିଲେ ମିଳିବ ତୋଷ।

।୧।

ସକଳ ବନ୍ଧନମାନ ଛିନିବ

 

ହେତୁ ଉଦୟେ ବ୍ରହ୍ମକୁ ଭେଦିବ।

।୨।

 

 

(ନାଗଯନ୍ତ୍ର)

(କଥା) – ଏ ଦ୍ୱାର ଶଙ୍ଖନୀ। ଗଣ ନାଗ।

(ପଦ) – ପ୍ରଥମ ଦଳ ବିଚାରି କହିବା

 

ଅଚ୍ୟୁତ କହଇ କୃଷ୍ଣ ସେବିକା।

।୩।

ସୃଜନ ଜନ ଶୁଣ ଏ ରହସ

 

ଜାଣି କହିବା ପରମ ରାହାସ।

।୪।

 

 

ମନ୍ତ୍ର ଯନ୍ତ୍ର ତନ୍ତ୍ର ବିଧି ବିଚାର

 

ଏଥି ଉପରକୁ ତଲଏ କର।

।୫।

ସଖା ଗଣପତି ଏଥିରୁ ପାରି

 

ଏହାଙ୍କ ସୋରୂପ ହରିତ ସରି।

।୬।

 

 

ବିଳମ୍ବ ନ କରି ଉରେ ଉହାଡ଼

 

ଶିରୀ ଜଗନ୍ନାଥ ବୋଲିଣ ପଢ଼।

।୭।

ପରଚେ ହୋଇଲେ ବ୍ରହ୍ମକୁ ଗଛି

 

ପାମର ଅଚ୍ୟୁତି କହଇ ବାଛି।

।୮।

 

॥ ଦୁଇ ॥

(କଥା) ଲିଙ୍ଗଯନ୍ତ୍ର ଏହୁ। ପଞ୍ଚୁ ପ୍ରାଣ ତାହାକୁ

ଘୋଟିଅଛି ଜାଣ।............ଏଥିର ଦୁଆରି

କାମଦେବ ନାମ।

 

(ପଦ) – ଏପଦ୍ମ ଗୋଟିକି ଯେହୁ ବଳିବ

 

କାମ ସାଗରରୁ ସେହୁ ତରିବ।

।୧।

ୟେ ମନ୍ତ୍ରକୁ ବାବୁ ଲିଙ୍ଗ ଧିଆନ

 

ପାମର ଅଚ୍ୟୁତ କହଇ ଗ୍ୟାନ।

।୨।

 

 

କାମ ଦେବତାଟି ବିଜେ କରିଛି

 

ବ୍ରହ୍ମର ଅଂଶ ନିଚଳେ ରହିଛି।

।୩।

ପଦୁଅଂ ବନଟି ଏଥି ବସିଲା

 

ବ୍ରହ୍ମ ଭୂବନକୁ ନିକଟ ହେଲା।

।୪।

 

 

ଏହାଙ୍କଠାବେ ମନ ଚିତ୍ତ ଦେଲେ

 

ବ୍ରହ୍ମ ଭୂବନକୁ ପଶିବ ଭଲେ।

।୫।

ୟେଥିରେ ମନ ବାଧ୍ୟ ନ କରିବ

 

ଚତୁର୍ମୁଖ ରୂପ ତେବେ ଦେଖିବ।

।୬।

 

 

ସୃଷ୍ଟି ଉତୁପତି ସବୁ ଲଭଇ

 

ମାହାଦେବଙ୍କୁ ଜଗି ବସିଥାଇ।

।୭।

ୟେଥି ଉପରକୁ ବ୍ରହ୍ମ ମନ୍ଦିର

 

କାମଦେବର ଶ୍ରୀଅ ୟେ ମଠର।

।୮।

 

 

ଜଗନ୍ନାଥ ଦାସ ମୁଇଂ ଦେଖିଛୁଂ

 

ତେଣୁକରି ସିନା ସବୁ କହୁଛୁଂ।

।୯।

ସୁହାଙ୍ଗ ବିଶିରେ ନେମାଳ ଗ୍ରାମ

 

ଅଚ୍ୟୁତ ଦାସର ତହିଂ ଆଶ୍ରମ।

।୧୦।

 

 

ପୂର୍ବେ ମୋହୋର କିଛୁ ଭାଗ୍ୟ ଥିଲା

 

ତେଣୁକରି ମୋର ଗ୍ୟାନ ଫୁରିଲା।

।୧୧।

ନେମ୍ବାଳ ବଟର ବଡ଼ ମହିଂମା

 

କିଛି ଅଚ୍ୟୁତହିଂ କରୁଛି ସୀମା।

।୧୨।

 

॥ ତିନି ॥

(ନାଭିପଦ୍ମ ଯନ୍ତ୍ର)

ମନ୍ତ୍ର :- ଓଂ ନୀଂ କ୍ରୀଂ ନୀଂ।

(କଥା) – ୟେଥିର ଦୁଆରି ବ୍ରହ୍ମ ସାବିତ୍ରୀ ୟେସନେ

ପବନ ବିଚାର ହୋଅଇ। ଇଂୟଳା ବାଇ

ଡ଼ାହାଣକୁ ବହଇ। ନାଡ଼ି ପବନ ବାମ କଡ଼କୁ

 

ବହଇ। ଉଲଟ ବାଇ ତଳକୁ ବହଇ। ଧନ

ପବନ ଉପରକୁ ବହଇ। ସିଷୁମୁନା ପବନ

ବହଇ ମଧ୍ୟକୁ। ଜଗନ୍ନାଥ ଦାସଙ୍କ ହୃଦରୁଂ

ପାଇଅଛି ଏହା।

 

(ପଦ) :- ଶୁଣ ସୁଜନେ ୟେଥିର ବିଚାର

 

ପ୍ରଚେ ହୋୟେ ପରଂବ୍ରହ୍ମ ମନ୍ଦିର।

।୧।

ୟେମନ୍ତେ ଆଶ୍ରେ କଲାକୁ ହୋଇଲା

 

ତଦଗତ କରି ଗ୍ୟାନ ଫୁରିଲା।

।୨।

 

 

ୟେସନ ଭଜନ ଯେହୁ କରିବ

 

ସଂସାର ମାୟାରୁ ସେହୁ ତରିବ।

।୩।

ସାବିତ୍ରୀ ଘେନିଣ ବ୍ରହ୍ମା ବସିଛି

 

ଜୀବ ପରମକୁ ଏଠାବେ ଗଛି।

।୪।

 

 

ଜଠରାନଳ ନିରତେ ତହିଂରେ

 

ଜଳୁଅଛନ୍ତି ଚାରି ପାରୁଶରେ।

।୫।

ଇନ୍ଦ୍ର କୁବେର ପବନ ବରୁଣ

 

ଭିତରେ କି ସବୁ କରଇ ପୁଣ।

।୬।

 

 

ୟେଥିର ମହିଂମା ସବୁ କେ କହୁଂ

 

କୋଟି ବ୍ରହ୍ମାଣ୍ଡ ଏକାରୂପେ ରହୁ।

।୭।

ଅପାତ୍ର ଦ୍ରବ୍ୟମାନ ଯେତେ ଥାଇ

 

ବ୍ରହ୍ମ ଭୂବନେ ସବୁ ନାଶ ଯାଇ।

।୮।

 

 

ୟେଥି ଉପରେ ଚିନ୍ତା ନରେ କର

 

ପାମର ଅଚ୍ୟୁତ କହେ ନିଜର।

।୯।

ଏହି ନିଷ୍ଠା ଯେବେ ଧରିଣ ଥିବୁ

 

ଅଚ୍ୟୁତ କହଇ ନିଶ୍ଚେ ତରିବୁ।

।୧୦।

 

ରାହାସ ଖଣ୍ଡ

॥ ଚାରି ॥

(ହୃଦପଦ୍ମ ଯନ୍ତ୍ର)

 

(ମନ୍ତ୍ର) – ଓଂ ଅଂ କ୍ରୀଂ ଅଂ

 

(କଥା) – ଏଥିର ଘର ଲକ୍ଷ୍ମୀ ନାରାୟେଣ।

 

(ଶ୍ଲୋକ) – ହୃଦପଦ୍ମ ଦଶ ବେନି

 

 

 

ଲକ୍ଷ୍ମୀ ନରାୟଣ ବିରାଜିତେ

 

ଭକ୍ତି ଦୁର୍ଲ୍ଲଭ ପ୍ରେମଦା

 

ମତି ଶରଣ ଦୀନ ଅଚ୍ୟୁତି।

 

(କଥା) – ୟେଠାବେ ଅଷ୍ଟଭୁଜ ବିଷ୍ଣୁ ଅଛଇଂ।

 

ଚାରି ପାରୁଶରେ ଅଗ୍ନିଜ୍ୟୋତି ମଧ୍ୟେ ବିଷ୍ଣୁ ବିରାଜିତ।

 

ୟେଠାବେ ପବନ ବିଚାର ହୋଅଇ।

 

 

 

କ ଖ ପବନ ବହଇ ଡାହାଣ ଭୁଜକୁ।

 

ଗ ଘ ପବନ ବହଇ ବାମ ଭୁଜକୁ।

 

ଙ ଚ ପବନ ବହଇ ତାହାଣ ଥାନକୁ।

 

ଚ ଛ ପବନ ବହଇ ବାମ ଥାନକୁ।

 

ଜ ଞ୍ଜ ପବନ ବହଇ ଊର୍ଧ ଗତିହୋଇ।

 

ଟ ଠ ପବନ ବହଇ ପାତାଳ ଗତିହୋଇ।

 

 

 

(ପଦ) – ଦୁଆତ୍ରିଶ ପଦ୍ମ ଦଳ ମହିମା

 

ବ୍ରହ୍ମ ଶଙ୍କର ନ ଜାଣନ୍ତି ସୀମା।

।୧।

ଚଉପାଶେ ବାଜେ ସିନ୍ଧୁ ଲହଡ଼ା

 

ଅଗ୍ନି ପାଚେରି ଚଉପାଶେ ବେଢ଼ା।

।୨।

 

 

ତହିଂ ମଧ୍ୟରେ କୃଷ୍ଣରୂପ ଦେଖ

 

ଆଶା ପୁରୁଷ ହୃଦରେ ନିରେଖ।

।୩।

ତୁହି ତୋହୋରେ ଚିହ୍ନି ପାରୁ ଯେବେ

 

ଅଚ୍ୟୁତ କହଇ ତରିବୁ ତେବେ।

।୪।

 

 

ମନ ଚିତ୍ତରେ ୟେଥକୁ ଧିଆନ

 

ୟେହି ଯନ୍ତ୍ରକୁ ଦେଇଥାଇ ମନ।

।୫।

ନବୀନ ସୁନ୍ଦର ରସ ସାଗର

 

କାଳିନ୍ଦୀ ଯମୂନା ତହିଂ ପାଶର।

।୬।

 

 

ଅଚ୍ୟୁତ ଦାସ ନୟନେ ଦେଖିଛି

 

ତେଣୁକରି ସିନା ରସେ ଜଡ଼ିଛି।

।୭।

 

॥ ପାଞ୍ଚ ॥

(କଣ୍ଠ ଯନ୍ତ୍ର)

 

( ମନ୍ତ୍ର – ଓଂ ହ୍ରୀଂ କ୍ରୀଂ ହ୍ରୀଂ)

 

କଥା – ୟେଥିର ଦ୍ୱାରି ଈଶ୍ୱର ପାର୍ବତୀ। ଏଥି ବଳଭଦ୍ର

 

ଯୋଗମାୟା। ଏଠାବେ ଅବଶ୍ୟ ଆଠ ଅକ୍ଷର।

 

ଓପର ର ଯ ଶ ଷ ବ ଦ ଓଂ। ପଞ୍ଚମୁଖେ

 

ହରଧ୍ୟାନ କରୁଅଛନ୍ତି। ତ୍ରିବେଣୀ ଧାର ତାଙ୍କ

 

ଉପରେ ପଡ଼ୁଅଛି। ତ୍ରିପୁରା ଦେବୀ ଶକ୍ତି।

 

ତହୁଂ ପବନ ବିଚାର ହୋଅଇ ୟେସନେ।

 

 

 

ଅ ଆ ପବନ ଦଖିଣ ଗୋଖୀନେ।

 

ଇ ଈ ପବନ ବାମ ଗୋଖୀନେ

 

ଉ ଊ ପବନ ବାମ ଥାନେ ହୋଏ।

 

ଋ ୠ ପବନ ଦକ୍ଷିଣ ଥାନେ ହୋଏ।

 

ଏ ଐ ପବନ ପାତାଳ ଗତି ହୋଇ।

 

ଓ ଔ ପବନ ବାମ କର୍ଣ୍ଣେ।

 

ଅଂ ଆଂ ପବନ ଦଖିଣ କର୍ଣ୍ଣେ।

 

 

 

 

 

(ପଦ) – କଣ୍ଠ କମଳରେ ଯେ ଷୋଳ ଦଳ

 

ଈଶ୍ୱର ପାର୍ବତୀ ତହିଂରେ ଆଳ।

।୧।

ତ୍ରିବେଣୀ ଧାର ଉପରେ ପଡ଼ୁଛି

 

ପଞ୍ଚମୁଖେ ଶିବ ଧ୍ୟାନ କରୁଛି।

।୨।

ଚଉପାଶେ ଶିବରାଣ ବେଢ଼ିଣ

 

ଧ୍ୟାନ କରନ୍ତି ଅଗମ୍ୟ ଭୁବନ।

।୩।

ପାର୍ବତୀ ଜାନୁ ଉପରେଂ ବସାଇ

 

କପାଳି ଆସନେ ସେ ଯୋଗୀ ରହି।

।୪।

ଯୋଗ ଆସନ କଳ୍ପାନ୍ତରେ ତାର

 

ଜଗି ରହିଛି ସିଷୁମୁନା ଦ୍ୱାର।

।୫।

ପିମ୍ପୁଡ଼ି ଯିବାକୁ ବାଟ ନ ଥାଇ

 

ନରବଧି ଗଜ ଆଠ ଚଳଇ।

।୬।

ଭାବ ଭୋଳେ ହାଥେ ଡ଼ମ୍ବରୁ ବାଜେ

 

ଚଉପାଶେଣ ନାଗଗଣ ସାଜେ।

।୭।

ୟେ ଷୋଳ ଦଳ ଧିଆନ କରିବ

 

ଭରାତି ନିଶ୍ଚୟେଂ ଭେଦ ହୋଇବ।

।୮।

ଈଶ୍ୱର ପାର୍ବତୀ ଗୁପତ ଥାନ

 

ଅଚ୍ୟୁତ କହଇ ଭେଦ ଅଗମ୍ୟ।

।୯।

ରାଧା କୃଷ୍ଣଂ ପାଦେ ଶରଣ ପଶ

 

ପ୍ରେମ ରସରେ ନିରବଧି ରସ।

।୧୦।

 

 

ସତ୍ୟ ଶାନ୍ତି ଦୟା କ୍ଷମା ୟେ ଚାରି

 

ନିତ୍ୟ ଥଳରେ ୟେମାନେ ଦୁଆରି।

।୧୧।

ବଟବାସୀ ମୁହିଂ ଅଚ୍ୟୁତ ଦାସ

 

ନେମ୍ବାଳ ଥାନରେ ତୋଳାଇ ବାସ।

।୧୨।

 

॥ ଛଅ ॥

(ନୟନ ଯନ୍ତ୍ର)

 

( ମନ୍ତ୍ର – ହ୍ରୀଂ ଅଂ ଶ୍ରୀଂ କ୍ରୀଂ )

 

(କଥା)- ନୟେନ ଦୁଇ ଅଟଇ। ଯନ୍ତ୍ର ଦ୍ୱିୟ ହୋଅଇ।

 

(ଶ୍ଲୋକ) – ନୟନେ ରାଧାକୃଷ୍ଣଂ ସ୍ଥିତି

 

ଯୁଗଳ ରୂପ ବିରାଜିତଂ।

 

ରାଧାକୃଷ୍ଣଂ ମନ୍ତ୍ରଂ ସମୂହଂ

 

ନିତ୍ୟ ପରେ ସ୍ଥିତି।।

 

 

 

ମନ୍ତ୍ର – ଓଂ ରାଧାକୃଷ୍ଣଂ ଶୂନ୍ୟ। ଦିବ୍ୟ ଦଳଂ ଶ୍ୟାମ।।

 

(କଥା) – ୟେ କାଳ କମଳ ନିରଞ୍ଜନ ଏକଠାବେଂ ଭେଟ

 

ନୁହଇ। ଭେଟ ହେଲେ ନିଶ୍ଚେ ଘଟ ଛାଡ଼ଇ।

 

ତହୁଂ ପବନ ବିଚାର ହୋଅଇ। ପବନ ବାଆଂ

 

ନୟନେ। କ୍ଷଂ। ପବନ ଡାହାଣ ନୟନେ।

 

 

 

(ପଦ) – ଲଳାଟ ଉପରେ ଏ ବେନି ଦଳ

 

ସବୁ ଦେଖୁଥାଇ ଶୂନ୍ୟ ମଣ୍ଡୋଳ।

।୧।

ଅବ୍ୟଗତ ପ୍ରଭୁଙ୍କ ଅଂଶ ସେହୁ

 

ସାଧୁଜନେ ଭଜ ଭଗତି ହୋଇ।

।୨।

 

 

ୟେ ବେନି କମଳ ଯେହୁ ଭଜିବ

 

ସଚ୍ଚିଦାନନ୍ଦକୁ ସେହୁ ଦେଖିବ।

।୩।

ଶୂନ୍ୟ ସମାଦ ଅପୂର୍ବ ଘଟଣ

 

ସବୁ ଦେଖୁଥାଇଂ ଶୂନ୍ୟ ଆସନ।

।୪।

 

 

ସୁଜନେ ୟେହି ଯନ୍ତ୍ର ଧ୍ୟାନ କର

 

ପାମର ଅଚ୍ୟୁତ କହେ ନିଜର।

।୫।

ନୟନ ପରେ ସିଂଘାସନ ଥିତି

 

ଜୀବ ପରମହିଂ ନୀଳା କରନ୍ତି।

।୬।

 

 

ପାମର ଅଚ୍ୟୁତ ଯେଣୁ ଦେଖିଲା

 

ତେଣୁକରି ସିନା ଏହା କହିଲା।

।୭।

 

॥ ସାତ ॥

(ଚଉଷଠୀ ପଦ୍ମ ଯନ୍ତ୍ର)

(ମନ୍ତ୍ର) – ଓଂ ରାଧା କୃଷ୍ଣାୟ ନମଃ।

ଓଂ ରାଧା କୃଷ୍ଣଂ ଶ୍ୟାମାୟ ନମଃ।।

କଥା- ଚଉଷଠୀ ଦଳ ପଢ଼ୁଅଂ କଥା ବଚନେ ପ୍ରକାଶି ନୋହଇ। ତାହା ୟେପରି –

(ପଦ) – ଚଉଷଠୀ ଦଳ ଯଉଂ ମହିଂମା

 

ସବୁ ଥଳଙ୍କର ଯହିଂରେ ସୀମା।

।୧।

ସବୁ ଭୁବନଙ୍କ ବିଶ୍ରାମ ତହିଂ

 

ବିରଞ୍ଚି ଶଙ୍କର ପ୍ରଳଏ ରହି।

।୨।

ମଥୁରା ଦ୍ୱାରିକା ଶ୍ରୀ ବୃନ୍ଦାବନ

 

ବ୍ରହ୍ମ ପ୍ରଳୟେଣ ଯହିଂ ବିଶ୍ରାମ।

।୩।

ଷୋଳସସ୍ର ଗୋପୀ ଗୋପାଳ ଯହିଂ

 

ଅନୁକ୍ଷଣେ ନିତ୍ୟ ରାହାସେ ରହି।

।୪।

ଗୋପୀ ଗୋଟାକେ ଗୋପଳ ଗୋଟାୟେ

 

ପାଖୁଡ଼ା ଗୋଟିକେ ସହସ୍ରେ ରହେ।

।୫।

ମଧ୍ୟରେ ଓଂକାର ଶିର ଉପରେ

 

କାମ କଳାକୃଷ୍ଣ ନିତ୍ୟ ରାସରେ।

।୬।

 

 

ଚଉଷଠୀ ଦଳ ଅଶେଷ ମହିଂମା

 

ବିରଞ୍ଚି ଶଙ୍କର ଅଜାଣ ସୀମା।

।୭।

ମାୟା ବିଷ୍ଣୁ ସିନା ମଞ୍ଚରେ ଜାତ

 

ଭଲକରି ବୁଝ ତହିଂ ଉଦନ୍ତ।

।୮।

 

 

ୟେହି ଥଳରେଂ ନାନା ସୁଖ ଅଛି

 

ପାମର ଅଚ୍ୟୁତ କହଇ ବାଛି।

।୯।

ଗିଆନ ନକହି କହଇଂ ସତ

 

ଶରଣ ତା ତହିଂ ଦୀନ ଅଚ୍ୟୁତ।

।୧୦।

 

 

ସତ୍ୟ ଶାନ୍ତି ଦୟା କ୍ଷମା ୟେ ଚାରି

 

ଚଉଷଠୀ ଦଳେ ନିତ୍ୟ ବେହାରି।

।୧୧।

ୟେହାକୁ ସେବିଲେ ଗ୍ୟଂନ ପାଇବ

 

ଅଚ୍ୟୁତ କହେ ଗୋଲୋକେ ପଶିଚ।

।୧୨।

 

 

ରାଧା କୃଷ୍ଣ ଭାବ ଯେହୁ ଜାଣଇଂ

 

ଅନ୍ୟ ଦେବଙ୍କୁ ମନେ ନ ଗଣଇଂ।

।୧୩।

ରାଧାକୃଷ୍ଣଙ୍କର ଲଖର କୋଣୁଂ

 

କେତେ ବ୍ରହ୍ମ ଜାତ ହୁଅନ୍ତି ରେଣୁ।

।୧୪।

 

 

 

 

କୋଟି କୋଟି ଗ୍ୟାଂନ ଧ୍ୟାନ ସମାଦି

 

କୋଟି କୋଟି ସିଧ୍ୟଯୋଗ ସମାଧି।

।୧୫।

କୋଟି ମରୁତ କୋଟିୟେ ଶଙ୍କର

 

କୋଟି ଅନନ୍ତ କୋଟି ଦିବାକର।

।୧୬।

 

 

ୟେମାନ କୃଷ୍ଣ ଧିଆନରୁ ଜାତ

 

କିଞ୍ଚିତ ଧିଆନେ କୋଟି ବିଦିତ।

।୧୭।

ଭଲକରି ବୁଝ ଗୁରୁ ପୟରେ

 

ଅଚ୍ୟୁତ କହଇ ସେବ କୃଷ୍ଣରେ।

।୧୮।

 

॥ ଆଠ ॥

(ବତିଶ ପଦ୍ମ ଯନ୍ତ୍ରଃ)

(ଶ୍ଳୋକ) – ସର୍ବ ସ୍ଥଳ ପରେ ରାଜା ସର୍ବ ମନ୍ତ୍ରପରେ ମାତା।

ଅଭିନ୍ନମୁର୍ଧୁ ନିପରେ ସହସ୍ର ବତ୍ରିଶାକ୍ଷର ସ୍ଥଳ ନିତ୍ୟଂ।

(ମନ୍ତ୍ର) – ଓଂ ଅଂ ହ୍ରୀଂ ଶ୍ରୀଂ ହ୍ରୀଂ।

(କଥା) – ବତିଶ ପଦ୍ମ ଯନ୍ତ୍ର ଶ୍ରୀ ଜଗନ୍ନାଥ ଚରଣେ ଶରଣେ।

 

(ପଦ) - ବତିଶ କମଳ ଅଗମ୍ୟ ବିଚାର

 

ଚଉଦ ବ୍ରହ୍ମାଣ୍ଡ ୟେଥି ଭିତର।

।୧।

ଗୀତାହୁଂ ଆଦି ଯେତେକ ପୂରଣ

 

ଦେବତା ଆଦି ଋଷି ବ୍ରହ୍ମଗଣ।

।୨।

 

 

ଗୋଲୋକ ଥାନ ଯାହାକୁ ବୋଲାନ୍ତି

 

କେତେ ବ୍ରହ୍ମା ତହୁଂ ଜାତ ହୁଅନ୍ତି।

।୩।

ଗୋପାଳ ଆଦି ଯେତେ ଗୋପୀଗଣ

 

ସବିହେଂ ଅଛନ୍ତି ଗୋଲୋକ ଥାନ।

।୪।

 

 

ବତିଶ ଦଳରେ ଯେହୁ ଗମିବ

 

କୃଷ୍ଣ ଲୀଳାମାନ ସେହୁ ଦେଖିବ।

।୫।

ଗୋଲକରେ ଯେ ନାରଦ ପଶିଲେ

 

ଗୋପୀଙ୍କ ଲୀଳା ନୟନେ ଦେଖିଲେ।

।୬।

 

 

ବତିଶ ଉପରେ ଏ ଷୋଳ ଦଳ

 

ବତିଶ ଗୋଲୋକ ନିଜ ମଣ୍ଡୋଳ।

।୭।

ଗୋପୀ ଗୋପାଳଙ୍କ ସେ ଲୀଳାଭୂମି

 

ସମୁଙ୍କରି ପରେ ଶ୍ରୀକୃଷ୍ଣ ସ୍ୱାମୀ।

।୮।

 

 

ପାମର ଅଚ୍ୟୁତ ଗୋଲୋକେ ଦାସ

 

ଶ୍ରୀ ପୁଷୋତ୍ତମ ଦେହେଂ ପ୍ରକାଶ।

।୯।

ଗୋଲୋକ ରସ ଯା ମନେ ପଶିବ

 

ଅଚ୍ୟୁତ କହଇ ନିଶ୍ଚେ ତରିବ।

।୧୦।

 

॥ ନଅ ॥

(ଷୋଳପଦ୍ମ ଯନ୍ତ୍ର)

(କଥା) – ସୁଦ୍ରସେନ ଦରଶନ। ସକଳ ପାପ ନାଶନ ଚକ୍ର ୟେ।

(ମନ୍ତ୍ର) – ଓଂ କ୍ଲୀଂ କୃଷ୍ଣାୟ ମାଧବାୟ ନମଃ।।

(ଶ୍ଳୋକ) – ଷୋଳଦଳ ମହାତତ୍ତ୍ୱ ଷୋଳପଦ୍ମାବତୀ ସ୍ଥିତି।।

ନାମ ଷୋଳ ଷୋଳ ସଖି। ଷୋଳ ସହସ୍ର ଗୋପିନୀ।।

(କଥା) – ୟେଥିପରେ ନିତ୍ୟ ମାଧବ ଅଛନ୍ତି।

 

(ପଦ) – ଷୋଳ ପଦ୍ମ ଦଳ ମହିଂମା ଶୁଣ

 

ଷୋଳ ବଇକୁଣ୍ଠ ଏହାକୁ ଗଣ।

।୧।

କାଳେନ୍ଦୀ ମୂଳରେ ଯମୂନା ବହି

 

ସୋରସତୀ ନଦୀ ମଧ୍ୟରେଂ ରହି।

।୨।

 

 

ମଥୁରା ଦ୍ୱାରକା ଶ୍ରୀ ବୃନ୍ଦାବନ

 

ୟେହୁ ଠାବେଣ ବନଭୋଜି ମାନ।

।୩।

ରାଧାକୃଷ୍ଣ ଶାମକୁଣ୍ଡ ବୋଲାଇ

 

ରାଜହଂସ ପନ୍ତି ଖେଡ଼ା କରଇ।

।୪।

 

 

 

 

ଚଉପାଶେ ଅଛି ୟେ ସିନ୍ଧୁମୟେ

 

ମାହାଯନ୍ତ୍ର ବୀଣା ସେଠାବେ ଥାୟେ।

।୫।

ୟେହୁ ଯନ୍ତ୍ର ଯେହୁ ପେଲାଇ ଯିବ

 

ଅଷ୍ଟଦଳ ସେହୁ ସୁଖେ ଦେଖିବ।

।୬।

 

 

ଷୋଳ ଦଳରେଂ ଷୋଳ ନାମ ଅଛି

 

ବତିଶ ଅକ୍ଷରେ ବେଢ଼ି ରହିଛି।

।୭।

ଷୋଳ ଦଳରେ ଷୋଳସସ୍ର ଗୋପୀ

 

ପାମର ଅଚ୍ୟୁତ କହେ ନିରୋପି।

।୮।

 

 

ପାମର ଅଚ୍ୟୁତ ମାଗଇ ଗତି

 

ଏହି ଯନ୍ତ୍ର ଭେଦି କରଇ ଗତି।

।୯।

ସାଧୁଜନମାନେ ଦୋଷ ନ ଧର

 

ପରମ ଗୁପତ ରାହାସ ସାର।

।୧୦।

 

 

ଯେତେକ ଭକ୍ଷୁଛ ସେ ସବୁ ମିଛ

 

ଅନାର୍ଯ୍ୟ ପଦାର୍ଥ କିପାଇଂ ଇଛ।

।୧୧।

ଷୋଳ ନାମ ଗୋଟି ଏଠାରେ ଭଜି

 

ପାମର ଅଚ୍ୟୁତ କହଇ ହେଜି।

।୧୨।

 

 

 

 

ହେଜି ଥିଲାକୁ ମୁଂ ଏହା ଲେଖୁଛି

 

ତେଣୁ ଅଚ୍ୟୁତହିଂ ବାଛି କହୁଛି।

।୧୩।

ବାଇ ଶୂନ୍ୟ ଆପ ତେଜ କ୍ଷିତିରେ

 

କୋଟି ବ୍ରହ୍ମା ଜାତ ହୋନ୍ତି ସେଠାରେ।

।୧୪।

 

॥ ଦଶ ॥

(ଅଷ୍ଟ ପଦ୍ମ ଯନ୍ତ୍ର)

(ମନ୍ତ୍ର) – ଓଂ କ୍ଲୀଂ କୃଷ୍ଣାୟ। ଓଂ କ୍ଲୀଂ କଂ ରାଧା ନମଃ।

(ଶ୍ଲୋକ) – ଅଷ୍ଟ ପଦ୍ମ ଦଳଂ ସ୍ଥିତ ରାଧାକୃଷ୍ଣ ବିଚାରିତ୍ୱା।

ଅଷ୍ଟ ପାଟବଂଶୀ ଯଥା ସେବାତତ୍ତ୍ୱ କୃଷ୍ଣାୟତେ।।

(କଥ) – ଏ ମନ୍ତ୍ରକୁ ଭଳି ଭଂମରକୁ ଉଠାଇବାକ।

ଏ ଅଷ୍ଟ ନାୟେକାର ନାମ। ସମୁଖେ ଲଳିତା।

ତା ପାଶେଂ ରାଧିକା। ତା ପାଶେଂ ଚିତ୍ରରେଖା।

ତା ପାଶେଂ ମଦନ ସୁନ୍ଦେରୀ। ତା ପାଶେଂ

ଶ୍ରୀ ମତୀ। ତା ପାଶେଂ ହରିପ୍ରିୟା। ତା ପାଶେଂ

ଚିତ୍ରା। ତା ପାଶେଂ ଇନ୍ଦୁରେଖା। ୟେହାଙ୍କୁ

ପଞ୍ଚାକ୍ଷର ମନ୍ତ୍ରରେ ଭଜିବ ସୁଜନେ।

(ମନ୍ତ୍ର) ଓଂ ହ୍ରୀଂ ଶ୍ରୀଂ କ୍ଲୀଂ ପ୍ରୀଂ।

 

(ପଦ) – ଅଷ୍ଟ ପଦ୍ମଦଳ ମହିମା ଶୁଣ

 

ବିରଞ୍ଚି ଶଙ୍କର ନ ଜାଣେ ଗୁଣ।

।୧।

ୟେ ପଦ୍ମଦଳ କିଶୋରୀ ମହିଂମା

 

ସହସ୍ରେ ମୁଖ ନ ଜାଣଇ ବ୍ରହ୍ମା।

।୨।

 

 

କୃଷ୍ଣ ସେବାକରେ ଏ ଅଷ୍ଟ ନାରୀ

 

ରାଧା ଚନ୍ଦ୍ରାବଳୀ କୃଷ୍ଣ ବେହାରି।

।୩।

ଗୋଲୋକ ଗୋପୀଙ୍କର ୟେ ହୁ ଥାନ

 

ସବୁ ଗୋପୀଙ୍କର ସେବା ଭଜନ।

।୪।

 

 

ୟେ ଥଳେ ପଶି ଗୋପୀଙ୍କି ସେବିବ

 

ଶ୍ରୀକୃଷ୍ଣ ରାଧାଙ୍କୁ ତେବେ ପାଇବ।

।୫।

ଷୋଳ ସସ୍ର ଗୋପୀ ମଧ୍ୟରେ ସାର

 

ଅଷ୍ଟ ପାଟବଂଶୀ ନିତ୍ୟ ବେହାର।

।୬।

 

 

ଅଷ୍ଟ ଦଳକୁହିଂ ଗୋଲୋକ କହି

 

ଗୋଲୋକ ଉପରେଂ ନିତ୍ୟ ଅଛଇ।

।୭।

ଗୋପୀ ଗୋପାଳଙ୍କ ଏ ନିଜ ଧାମ

 

ସବୁ ସ୍ଥଳଙ୍କର ମଧ୍ୟେଂ ଉତ୍ତମ।

।୮।

 

 

ଏ ସ୍ଥଳ ମହିଂମା ନାରଦ କିଛି

 

ଜାଣିଣ ଭଜିଲେ ସେ ନନ୍ଦ ବଛି।

।୯।

ଅଚ୍ୟୁତ ଦାସର ୟେମନ୍ତ ଗ୍ୟାଂନ

 

ଭଜ ସୁଜନେ ୟେଥୁ ନାହିଂ ଆନ।

।୧୦।

 

 

 

 

ଅଚ୍ୟୁତ ଦାସର ମନ ରସିଲା

 

ରାଧାକୃଷ୍ଣ ପାଦେ ଶ୍ରଣ ପଶିଲା।

।୧୧।

ପଞ୍ଚମ ରସ ଯା ମନେ ପଶଇ

 

ପ୍ରେମ ରସରେଂ ତା ମନ ବୁଡ଼ଇ।

।୧୨।

 

 

ସୁହାଙ୍ଗ ବାଶେ ଚିତ୍ରତୋଳା ଥାନ

 

ଅଚ୍ୟୁତ ଦାସର ବଟ ଆସ୍ଥାନ।

।୧୩।

ପୂର୍ବରେକ ପାଠ ଅନେକ ଅଛି

 

ବଟ ସଂଙ୍ଗୀତାରେ କହିବା ବାଛି।

।୧୪।

 

 

ଏ ବଟ ମହିଂମା ଅପାର ଅଛି

 

ଚାରି ଆଡ଼କୁ ଚାରି ଡାଳ ଗଛି।

।୧୫।

ମୋହୋର ଅଂଶ ଯେ ବଟରେ ଥିବ

 

ପ୍ରଳେ କାଳେଣ ଗୋଲୋକେ ପଶିବ।

।୧୬।

 

॥ଏଗାର ॥

(ଛଡ଼ଦଳ ଯନ୍ତ୍ର)

(ଶ୍ଲୋକ) – ଷଷ୍ଠ ପଦ୍ମଂ ମହାନିତ୍ୟଂ ପ୍ରକତି ପୁରୁଷଂ ଯଥା।

ଷଷ୍ଠସଖି ସେବାତତ୍ତ୍ୱଂ ଯେ ପଶ୍ୟନ୍ତି ସୋ ପଣ୍ଡିତାଃ।୧।

(ମନ୍ତ୍ର) – ଓଂ ହ୍ରୀଂ ଶ୍ରୀଂ କ୍ଲୀଂ।

(କଥା) – ଏଠାବେ ଅଛନ୍ତି ହରପ୍ରିୟା ପ୍ରେମରୂପା ଦୂତିକା ରେବତୀ କମଳା ରାଧିକା।

 

(ପଦ) – ଛଡ଼ ପଦ୍ମଦଳ ଯାହା ବୋଲନ୍ତି

 

ହର ବ୍ରହ୍ମା ବି ସେକୁ ନ ଜାଣନ୍ତି।

।୧।

ପରମ ରାହାସ ୟେ ଠାବେଂ ଦେଖ

 

ସପ୍ତଫେଣୀ ପରେ ପରମ ସୁଖ।

।୨।

 

 

ୟେହୁ ଥଳରେ ଦଣ୍ଡେକ ରହିବୁ

 

ଗୋପାଳ ମୂରୁତି ୟେଥେଂ ଦେଖିବୁ।

।୩।

ଯେତେକ ପଢ଼ିଛୁଂ ଏଠାବେ ଦେଖ

 

ମନ୍ତ୍ରଂ ଯନ୍ତ୍ରଂ ଆଦି ସବୁହିଂ ପେଖ।

।୪।

 

 

ମାହାନିତ୍ୟ ବୋଲି ଯାହାକୁ ବୋଲ

 

ସବୁ ଗୋପୀ ୟେ ଥଳରେ ଅଲ୍ୟଜ।

।୫।

ପୁରୁଷ ସ୍ତିରୀ ଯେ ବାରି ନୁହଇ

 

ଷଡ଼ ଦଳ ରସ କେବା ବୁଝଇ।

।୬।

 

 

ବିନ୍ଦୁ ମଧ୍ୟରେ ୟେତେ ସୁଖ ଅଛି

 

ଅର୍ଧମାତ୍ରାକୁ ସେ ନିକଟେ ଖଟି।

।୭।

ବନ୍ଦୁ ଉପରେଂ ଛଡ଼ ଦଳ ଜାଣ

 

ଯୋଡ଼ି ମଧ୍ୟରେଂ ତ୍ରିଅକୁ ବଖାଣ।

।୮।

 

 

ଏ ଛଡ଼ ଦଳରେଂ ଛଡ଼ ନାଏକା

 

ସେବା କରନ୍ତି ନିରତେ ରାଧିକା।

।୯।

ୟେ ଛଡ଼ ଦଳ ଯେ ଭେଦି ପଶିବ

 

ଅଚ୍ୟୁତ କହଇ ସେହୁ ତରିବ।

।୧୦।

 

 

ଅଚ୍ୟୁତ ଦାସର ମନ ପଶିଲା

 

ତତ୍ୱଂ ଉପଦେଶ ମନେ ଧଇଲା।

।୧୧।

ଅବନା ଆଠ ଅକ୍ଷରରେଂ ଗ୍ରନ୍ଥ

 

ସିଷୁମୁନା ଦେଇ ପଡ଼ିଛି ବାଟ।

।୧୨।

 

॥ ବାର ॥

(ତ୍ରିୟ ପଦ୍ମଯନ୍ତ୍ର)

କଥା – ଏଥି ଅଛନ୍ତି ଶ୍ରୀକୃଷ୍ଣ ରାଧିକା ଚନ୍ଦ୍ରାବଳୀ।

(ଶ୍ଳୋକ) – କ୍ଳୀଂ କଂ ଆଦି ମହାବୀଜ

ରାଧାକୃଷ୍ଣଂ ଏକାନ୍ତ ତତ୍ତ୍ୱଃ।

ସୋ ଜ୍ୟୋତି ଜାଣନ୍ତି ନିଶ୍ଚେଂ ବୃନ୍ଦାବନ ପରଂପାର।।

ତ୍ରିୟ ଦଳେ ତ୍ରିୟତତ୍ତ୍ୱ ତ୍ରିୟ ପ୍ରେମର ସଂଜ୍ଞାର୍ଥ।

ରାଧା ଚନ୍ଦାବଳୀ ଯଥା ମଧ୍ୟଂ କୃଷ୍ଣ ହିଂ ଯାତ।।

(ମନ୍ତ୍ର) – ଓଂ ଶ୍ରୀକୃଷ୍ଣାୟ ନମଃ।

(ପଦ) – ତ୍ରିଅଦଳ ତତ୍ତ୍ୱ ଶୁଣ ସୁଜନ

 

ୟେ ଥଳ ମହିମା ଅତି ଉପାମ।

।୧।

କୋଟି କୋଟି ବ୍ରହ୍ମା ତହୁଂ ହୋଅନ୍ତି

 

କୋଟି ଅନନ୍ତଟି ପ୍ରକୃତ ମତି।

।୨।

କୋଟି କୋଟି ହର ତହିଂରୁ ଜାତ।

 

କୋଟି ବ୍ରହ୍ମାଣ୍ଡ ଯେ ପ୍ରକୃତି ଥିତ।

।୩।

ଭୋଗ ରାଗ ବିଧି ଯେତେକ ଦେଖ

 

ଗୋଲୋକ ଥଳରୁଂ ବିଧିହିଂ ଲେଖ।

।୪।

 

 

ସବୁ ଗୋପୀଗଣ ସେଠାବେଂ ଯାଇଂ

 

ସବୁ ଗୋପାଳଙ୍କ ଭଜନ ଧ୍ୟାଇ।

।୫।

ତ୍ରୀଅଦଳେ କୃଷ୍ଣଂ ୟେକାନ୍ତ ହୋଇ

 

ନୀଳା କରିଥାନ୍ତି ୟେ ନିତ୍ୟଭୁଇଂ।

।୬।

 

 

ରାଧାକୃଷ୍ଣ ଦୁୟ ପ୍ରେମ ରସରେ

 

ଜଡ଼ି ରହିଛନ୍ତି ଦିବା ନିଶିରେ।

।୭।

ସିଷୁ ବେଦପରେଂ ୟେ ତ୍ରିଅଦଳ

 

ଚନ୍ଦ୍ରାବଳୀ ସେବ ନିତି ଅଲ୍ୟକ।

।୮।

 

 

ତ୍ରିଅଦଳ ତତ୍ତ୍ୱ ଯେହୁଂ ଭେଦିବ

 

ଅଚ୍ୟୁତ କହଇ ଭକ୍ତି ପାଇବ।

।୯।

ପ୍ରେମ ଭକ୍ତି ବୀଜୁଂ ଯେତେକ ଭକ୍ତି

 

ନିଚଳ ନୋହଇ ଆଉ ମାନଟି।

।୧୦।

 

॥ ତେର ॥

(ଦୁୟ ପଦ୍ମ ଯନ୍ତ୍ର)

(ଶ୍ଳୋକ) – ବେନି ପଦ୍ମ ଦଳ ସ୍ଥିତି ରାଧାକୃଷ୍ଣ ଏକାନ୍ତୟଃ।

ନିତ୍ୟ ପରେମତ୍ୱା ନିତ୍ୟଂ ଦିବାନିଶି ବିବର୍ଜ୍ଜିତଃ।

(ମନ୍ତ୍ର) – ଓଂ ରାଧା କୃଷ୍ଣଂ ନମଃ

କଥା – ୟେଥି ବିରାଜିତ ରାଧା କୃଷ୍ଣ।

 

(ପଦ) – ବେନି ପଦ୍ମ ବୋଲି ଯାହା ବୋଲନ୍ତି

 

ବ୍ରହ୍ମା ଶଙ୍କର ସେହୁ ନ ଜାଣନ୍ତି।

।୧।

ମନ୍ତ୍ର ଯନ୍ତ୍ର ଗ୍ୟାଂନ ଧ୍ୟାନହିଂ ନାହିଂ

 

ଦିବା ନିଶି ସୁଖ ସେଠାବେ କାହିଂ।

।୨।

 

 

ନତ୍ୟ ଥଳରେଂ ଯେତେ ଗୋପୀଗଣ

 

ସେହୁ ନ ଜାଣେ ବେନି ଦଳ ଗୁଣ।

।୩।

ଯେଝା ସେବାରେ ସଭିୟେଂ ଅଛନ୍ତି

 

ବେନି ତଳ ଗୁଣ କେହୁ ନ ଜାଣନ୍ତି।

।୪।

 

 

ଶୁଣ ହୋ ସୁଜନେ ଏ ଠୁଳ ବନ୍ଧ

 

ଜନ୍ମ ମ୍ରଣ ତେଜି ମନେ ଆନନ୍ଦ।

।୫।

ୟେହୁ ବେନି ପଦ୍ମ ମନ୍ତ୍ର ଭଜିବ

 

ୟେଥି ଉପରକୁ ତଲେ କରିବ।

।୬।

 

 

ରାଧା କୃଷ୍ଣ ଦୁୟ ୟେକାନ୍ତ ହୋଇଂ

 

ବେନି ଦଳରେଂ ନିଶ୍ଚିନ୍ତେଣ ରହି।।

।୭।

ବେନି ଦଳରେ ଯୁଗଳ ମୂରୁତି

 

ୟେକୁଂ ଆରକେ ଅଧର ଚୁମ୍ବନ୍ତି।

।୮।

 

 

ୟେମନ୍ତ ସୁଖ କେ ଚିତେ ଧରିବ

 

ଅଚ୍ୟୁତ କହଇ ଭକ୍ତି ପାଇବ।

।୯।

ଅଚ୍ୟୁତ ଦାସର ମତି ୟେମନ୍ତ

 

ଅମୃତ ରସରେଂ ହୋଇଛି ରତ।

।୧୦।

 

॥ ଚଉଦ ॥

(ୟେକ ପଦ୍ମ ଯନ୍ତ୍ର)

(ମନ୍ତ୍ର) – ଓଂ ଶୂନ୍ୟ କୃଷ୍ଣ। କ୍ଲୀଂ କୃଷ୍ଣାୟ ନମଃ।

(କଥା) – କୃଷ୍ଣ କୃଷ୍ଣଇଂ କେବଳ।

(ଶ୍ଲୋକ) – ନିତ୍ୟ ପରେ ମହାନିତ୍ୟଂ

ପ୍ରମନିତ୍ୟ ମହାଶୂନ୍ୟଂ।

ଅବ୍ୟଗତ ବ୍ରହ୍ମବୀଜ

ଅନାମୟ ଅଶ୍ରୁତୀୟମାର୍ଦ୍ଧ।

 

ପଦ – ସହସ୍ର ତଳ ମଝାରେ କମଳ

 

ସଚ୍ଚିଦାନନ୍ଦର ୟେହୁ ମନ୍ଦିର।

।୧।

ଅଯୋନି ଅଜୀବ ଅଦେହ ୟେହି

 

ଆତ୍ମାର୍ଧ ବିଦ୍ୟା ଯେ ଏହାକୁ କହି।

।୨।

 

 

ନାମ ବାହାରେ ଯେତେକ ଦେଖିବା

 

ୟେଥି ଉପରକୁ ତଲେ କରିବା।

।୩।

ମନ୍ତ୍ରଂ ଯନ୍ତ୍ରଂ ବୀଜ ୟେଠାବେ ଦେଖ

 

ଦିବା ନିଶି କାଳ ହୋୟେ ବର୍ଜିତ।

।୪।

 

 

ବେଦ ରହିଅଛି କୋଟିୟେ ଗୁଣ

 

ବ୍ରହ୍ମ ଗାୟିତିରୀ ପାବଛ ଜାଣ।

।୫।

ବାଇଶି ପାବଛ ତେଣୁ ହୋଇଛି

 

ବେଦର ବୀଜକୁ ଗାୟିତ୍ରୀ ଗଛି।

।୬।

 

 

ୟେଥିର ମହିଂମା କେ କହିପାରୁଂ

 

ଅଚ୍ୟୁତ ଦାସ ଯେ ଶରଣ ମେରୁ।

।୭।

ଅକ୍ଷର ଭିତରେ ଯେତେ ଭଜନ

 

ଅଗାଡ଼ି ପାଛୋଡ଼ା ୟେମାନେ ଜାଣ।

।୮।

 

 

ଅକ୍ଷର ବାହାରେ ଯେଉଂଣ ସୁଖ

 

ଏକଥା ବିସରି ସବୁ ହିଂ ପେଖ।

।୯।

 

॥ ପନ୍ଦର ॥

(ଅଂକାର ଯନ୍ତ୍ର)

(କଥା) – ସବୁନ୍ତ କରି କଥା ଏଥିରୁ ବୁଝିବା ସୁଗ୍ୟଂ ନରେ।

(ଶ୍ଳୋକ) – ପ୍ରଥମେ ସ୍ଥାପିତଂ ତନ୍ତ୍ର ହଂ କ୍ଷଂ ନିତ୍ୟେଂ ବେନିକ୍ଷର।

ଦ୍ୱିତୀୟେ ସ୍ଥାପିତଂ ଯନ୍ତ୍ରଂ ପ୍ରମାଣ ସୁଖ ଦାୟେକଃ।।

(ମନ୍ତ୍ର) – ଓଂ ଓଂ ବୈ କ୍ଲୀଂ। ଓଂ ଅଂ ଆଂ ...

 

(ପଦ) – ସବୁ ଅକ୍ଷରଙ୍କ ବୀଜ ଅକାର

 

ଅକାର ବୀଜଟି ଦେଖ ଉଂକାର।

।୧।

ସବୁ ମନ୍ତ୍ର ବୀଜ ଓଂକାର ହୋଇ

 

ବେଦ ସାହାସ୍ର ଯେ ୟେହାଙ୍କୁ ଧ୍ୟାଇ।

।୨।

 

 

ଅଷ୍ଟାଙ୍ଗ ଯୋଗରେ ୟେ ଗୋପୀଜନ

 

ଧ୍ୟାନ କରୁଛନ୍ତି ୟେହି ସାଧନ।

।୩।

ଅମନ ସଂଗତେ ୟେ ଥାନ ଯାଇ

 

ଅରୂପ ଅଦେହୀ ଏହାକୁ କହି।

।୪।

 

 

ଯଉଂ ଠାବେ ଯେ ଅଜୀବନେ ନାହିଂ

 

ସେଠାକୁ କେବଣ ଇଛନା ଦେଇ।

।୫।

କଉଂ ଭାଗ୍ୟଂରେ ମୁଂ ୟେହା ଦେଖିଲିଂ

 

ଅକାର ମନ୍ତ୍ରକୁ ମନେ ବନ୍ଦିଲି।

।୬।

 

 

ୟେ ସୁଖ ବିନୁଂ ଯେତେ ସୁଖ ଆଉ

 

ଜନ୍ମ ଜନ୍ମାନ୍ତରେଂ ମନେ ମୋ ନୋହୁ।

।୭।

ୟେହୁ ରସରେ ମୋ ମନ ଜଡ଼ିଲା

 

ଅଚ୍ୟୁତ ଦାସର ହେତୁ ଉଇଂଲା।

।୮।

 

 

ସୁଜନେ ପ୍ରାଣୀ ତତ୍ୱ ବୁଝି ଭଜ

 

ରାଧା କୃଷ୍ଣ ନାମ ମନରେ ହେଜ।

।୯।

ଅଚ୍ୟୁତ ଦାସ ମୁଂ ବରଜ ବାସୀ

 

ଗୋପୀ ଲୀଳା ତତ୍ୱେ ମୋ ମନ ରସି।

।୧୦।

 

॥ଷୋଳ॥

(ଓଂକାର ଯନ୍ତ୍ର)

(ଶ୍ଳୋକ) – ଅବ୍ୟକତ ବ୍ରହ୍ମରାଶି ଅଭିନ୍ନମୁର୍ଧୁନି ପରେଂ।।

ପରମବ୍ରହ୍ମ ନିରାକାର ଅଶୁତାଂ କୈବଲ୍ୟ ଦାନୀଃ।

(ମନ୍ତ୍ର) – ଓଂ ଶୂନ୍ୟଂ ଶୂନ୍ୟ ମହାଶୂନ୍ୟ।

(ପଦ) ଉଂକାର ଅନନ୍ତ ରୂପ ପ୍ରମାଣ

 

ଉଂକାର ଭିତରେ ୟେ ତିନି ଗୁଣ।

।୧।

ସତ ରଜ ତମ ୟେହାକୁ କହି

 

ତ୍ରିଅଗୁଣ ବାହ୍ୟେ ଅରୂପ ରହି।

।୨।

ଅର୍ଧମାତ୍ରା ବୋଲି ଯାହାକୁ ବୋଲ

 

ଆଦିମାତାଙ୍କର ସେଠାବେ ଥଳ।

।୩।

ପ୍ରାଣୀମାନେ ସବୁ ସେଠାକୁ ଜନ୍ମ

 

ବିନ୍ଦୁହିଂ ନିରାକାର ସୁଖ ଜାଣ।

।୪।

ଶ୍ରୀ ଗୁରୁ ଚରଣେ ଶରଣ ପଶ

 

ସବୁ ବିଦ୍ୟା ତେଜି ୟେଥିକି ରସ।

।୫।

ୟେହୁ ରସ ଯେବେ ବୁଝିଣ ଥିବୁ

 

ବିନ୍ଦୁ ପରେଂ ଜୋତି ଲୟେ କରିବୁ।

।୬।

 

 

ଜୋତି ପରେ ଦେଖ ଅଜୋତି ଠଣା

 

ହର ବ୍ରହ୍ମା ଯହିଂ ହୋଅନ୍ତି ବଣା।

।୭।

ସବୁ ବିଦ୍ୟାରସ ତେଜ୍ୟା କରିଣ

 

ଶରଣ ପଶ ଜୋତି ଉପରେଣ।

।୮।

 

 

ଅଚ୍ୟୁତ ଦାସ ମୁଂ ମନ ବଳିଲା

 

ଅଜୋତି ରସରେ ମନ ରସିଲା।

।୯।

ଏହି ରସରୁ ଆନନ୍ଦ ଜାଣଇଂ

 

ପାମର ଅଚ୍ୟୁତ ଶରଣ ଯାଇ।

।୧୦।

 

॥ସତର॥

(ଶୂନ୍ୟ ଯନ୍ତ୍ର)

(ଶ୍ଲୋକ) – ସର୍ବତତ୍ତ୍ୱ ପରେ ତତ୍ତ୍ୱଂ ସର୍ବ ଧର୍ମପରେ ଦୀକ୍ଷା।।

ସର୍ବ ସ୍ଥଳପରେ ରାଜା ସର୍ବ ଶୃଙ୍ଗାର ଦାୟେକଃ।।

(କଥା) – ମନ୍ତ୍ରତତ୍ୱ ଶେଷ ଯାଇ ଯନ୍ତ୍ରତତ୍ୱ ବର୍ଣ୍ଣା ଗଲା।

ଏବେ ତନ୍ତ୍ରତତ୍ୱ ପଢ଼ିବା ବାର ମାତ୍ରା।

(ମନ୍ତ୍ର) ଓଂ ଟଂ ତଂ ନଂ। ଓଂ ହ୍ଲୀଂ କ୍ଳୀଂ

ଶ୍ଳୀଂ ଶ୍ରୀଂ କ୍ରୀଂ

 

(ପଦ) – ପରମ ଶୂନ୍ୟ ମଝିଲା ଗୋଟିୟେ

 

ଆଦିମାତା ଶକ୍ତି ସେଠାବୁଂ ହୋୟେ।

।୧।

ତାହାଠାରୁ ସିନା ସବୁ ଛରିଲା

 

ତାହା ଉପରକୁ କେହି ନ ଗଲା।

।୨।

 

 

ପରମ ଗୁରୁସେବା ୟେହୁ କରେ

 

ବିନ୍ଦ ଉପରକୁ ସେ ଧ୍ୟାନ କରେ।

।୩।

ଉମତି ଅକ୍ଷର ୟେଥୁ ବାହାର

 

ବାର ମାତ୍ରାଙ୍କର ୟେଠାବେ ଘର।

।୪।

 

 

ଉମତି ଅକ୍ଷର ଅକାର ହେଲା

 

ଅକାରୁଂ ସପତ ସ୍ୱର ବିହିଲା।

।୫।

ପରମ ହଂସଟି ଉକାର କହି

 

ଉର୍ମ ଧୂର୍ମ ଜୋତି ଜାଳାୟେ ବହି।

।୬।

 

 

ବତିଶ ଅକ୍ଷରଙ୍କର ସଙ୍ଗତି

 

ୟେଠାବୁଂ ଜନ୍ମିଲା ଚଉବିଂଶତି।

।୭।

ଚଉବିଂଶ ହୋଇଲା ବେଦର ମାତା

 

ଉତ୍ପତି ପ୍ରଳେ ଆଦି ସଙ୍ଗତା।

।୮।

 

 

ଶ୍ରୀ ଗୁରୁ ସେବିଣ ୟେ ତତ୍ୱ ବୁଝ

 

ଏ ତତ୍ୱ ବୁଝି ସବୁ କର୍ମ ତେଜ।

।୯।

ପରମ ଗୁପତ ରାହାସ ୟେହି

 

ଗୁରୁ କୃପା କଲେଂ ୟେ ତତ୍ୱଂ ପାଇ।

।୧୦।

 

 

ଶ୍ରୀଗୁରୁ ସେବିଣ ରହସ୍ୟ ବୁଝ

 

ପାମର ଅଚ୍ୟୁତି ବୋଲଇ ହେଜ।

।୧୧।

ଏଥୁଂ ଆନ ଥିଲେ ଆଉ କେ କହୁ

 

ପାମର ଅଚ୍ୟୁତ ତା ପାଦେଂ ରହୁ।

।୧୨।

 

 

 

 

ଅନାମ କହିଲେ ପାଦେ ପଡ଼ିବିଂ

 

ତତ୍ୱ ନ କହିଲେଂ ଭ୍ରମ କହିବି।

।୧୩।

ଅମୋଘରେ ସେ ଯେତେ ଜନ ଥିବେ

 

ତତ୍ୱଂ ବୁଝିକରି ସବୁ ଛାଡ଼ିବେ।

।୧୪।

 

 

ତତ୍ୱଂ ନ କହି ଯେତେକ କହିବା

 

ବିଅର୍ଥ ଲୋଚାୟେ ଫୁଟି ମରିବା।

।୧୫।

ଅଚ୍ୟୁତି ଦାସର ଯେତେକ ଅଂଶ

 

ୟେହୁ କଥାକୁ ସେମାନଙ୍କ ଆଶ।

।୧୬।

 

॥ ଅଠର ॥

(ଭେଦ ଭୁବନ ତନ୍ତ୍ର ତତ୍ତ୍ୱ)

(କଥା) – ଭେଦ ଭୂବନ ୟେ।। ି ୀ ୁୂ େ େ। ୈ ୈାଂ କୁ ଭେଦିବା ଗୋସାଇଂ। ଜ ଗ୍ୟଂ ତଂ ଥଂ ଚାରି ବୀଜ।

(ସପ୍ତ ସାଗର ତନ୍ତ୍ର ତତ୍ତ୍ୱ)

(ମନ୍ତ୍ର) – ଓଂ ହ୍ରୀଂ ଶ୍ରୀଂ କ୍ଲୁୀଂ

(କଥା) – ସପ୍ତ ସାଗର ୟେ। ଏହାକୁ ତରିବା ହୋ ଅବଶ୍ୟ।

 

(ପଦ) – ସପତ ସାଗର ମଧ୍ୟରେ ଦେଖ

 

ବେଢ଼ି ରହିଛି ନୀଳଗିରି ସୁଖ।

।୧।

ତିନି ରୂପ ଦାରୁ ତହିଂ ଅଛଇ

 

ଅନନ୍ତ ଶିରେ ମହାସୁଖେ ରହି।

।୨।

 

 

ୟେଥି ମଧ୍ୟରେହିଂ ସପତ ମହୀ

 

ଅନେକ ସୁଖଟି ତହିଂ ଅଛଇ।

।୩।

ପ୍ରତଛେ ଗୋଲୋକ ରାହାସ ହୋଇ

 

ଅଚ୍ୟୁତି ଭଣେ ୟେଥି ସବୁ ଅଛଇ।

।୪।

 

॥ ଉଣେଇଶି ॥

(ସପତ ଫେଣୀ ଯନ୍ତ୍ର)

(କଥା) – ୟେ ସପତ ଫେଣୀ ଶାୟିତ ହୋଇଅଛି। ଏହାକୁ ଚିହ୍ନିମା ସୁଜନେ।

 

(ପଦ) – ଶ୍ରୀ ପୁରୁଷୋତ୍ତମ ଦେହରେ ଦେଖ

 

ଶଙ୍ଖ ନାଭି ମଧ୍ୟେ ଅନେକ ରୂପ।

।୧।

ଅନନ୍ତ ଉପରେ ବଇଠା ଦେଖ

 

ବଇଠା ଉପରେଂ ରୂପ ନିରେଖ।

।୨।

ରାଧାକୃଷ୍ଣ ଭାବ ୟେହୁ ଥଳରେ

 

ଅଚ୍ୟୁତି କହଇ ରଖ ମନରେ।

।୩।

 

ରାହାସ ଖଣ୍ଡ

॥ କୋଡ଼ିଏ ॥

(ବଳଭଦ୍ର ମନ୍ତ୍ର)

(ମନ୍ତ୍ର) – ଓଂ ପରରଯ ସ୍ୱାହା ସସବଦ।

ଓଂ ପରରଯ ଓଂ ଶ୍ରୀଂ ସସବଦ।

ଗାୟିତ୍ରୀ – ହ୍ରୀଂ ଶ୍ରୀଂ କ୍ଲୀଂ – ସାବିତ୍ରୀ

ଓଂ

 

(ଶଙ୍ଖନାଭି ଯନ୍ତ୍ର)

(କଥା) – ୧ – ଚନ୍ଦ୍ରବଳୀ। ୨ – କୃଷ୍ଣା। ୩ – ହରିପ୍ରିୟା।

୪ – ଦୂତିକା ୫- ଚିତ୍ରରେଖା।

ହ୍ରୀଂ ଶ୍ରୀଂ କ୍ଲୀଂ

୧- ରାଧିକା। ୨ – ଓସୋକା। ୩ – କାଳିକା।

୪- ଚିତ୍ରା। ୫ – ଈଶ୍ୱରୀ। ୬ – ଲଳିତା।

୭ – ସୋରସ୍ୱତୀ। ୮ – ଲକ୍ଷ୍ମୀ

 

(ପଦ) – ଶ୍ରୀ ପୁରୁଷୋତ୍ତମ ସୋରୂପ ଦେଖ

 

ଶଙ୍ଖନାଭି ଯନ୍ତ୍ରେ ଅନନ୍ତ ରୂପ।

।୧।

ଅନନ୍ତ ଉପରେ ଶାୟିତ ସେହି

 

ତାହାରି ରୂପ ନିରେଖି ନୋହି।

।୨।

ରାଧାକୃଷ୍ଣ ଭାବ ସେହୁ ଥାନରେ

 

ଅଚ୍ୟୁତ କହଇ ରଖ ମନରେ।

।୩।

 

॥ ଏକୋଇଶ ॥

ଶ୍ରୀ ଜଗନ୍ନାଥ ଶରଣ ମମ ନିତ୍ୟଧାମେ

(ମନ୍ତ୍ର) – ପରରଜ ସସବଦ ଓଂ ସ୍ୱାହାୟଂ – ବଳଭଦ୍ର।

ପରରଜ ସସବଦ ଓଂ ମହୟଂ କ୍ଲୀଂ – ଜଗନ୍ନାଥ।

ପରରଜ ସସବଦ ଓଂ ଶ୍ରୀଂ ପ୍ରୀଂ – ସୋଭଦ୍ରା।

ଓଂ ଆଂ ଶ୍ଳୀଂ ଆଇଂ – ସୁଦ୍ରସେନ।

 

(ଶ୍ଳୋକ)- ଲକାରଂ ଚକାରଂ ଶୈବ ଇକାରୁ ବ୍ରହ୍ମଜାତକଂ।।

ଇୟକାର ସୁଧାବର୍ଣ୍ଣ ଜଗନ୍ନାଥ ସ୍ୱରୂପକଂ।।

(କଥା) – ବଳଭଦ୍ର ସୋଭଦ୍ରା ଜଗନ୍ନାଥ ସୁଦ୍ରସେନା

ୟେ ଠାକୁର ଚଉବିଂଶ ଅକ୍ଷର କଳି ଓଂ

ପରରଜ ସସବଦ। ରୁକରୁ ସସବଦ ସଂ।

ଯପତ ପତ ରହେ। ଅବନା ଆଠ ଅକ୍ଷର।

ଓଂ ଅଂ ଆଂ ଇଂ ଉଂ ଋଂ ୠଂ ଐଂ ଔଂ।

ଶ୍ରୀ ଜଗନ୍ନାଥ ଶରଣ ମମ।।

 

(ସାବିତ୍ରୀ ଛନ୍ଦ)

(କଥା) – ସାବିତ୍ରୀ ସଳଖି ପଢ଼ିବ।

(ମନ୍ତ୍ର) – ଓଂ ସଙ୍କରୋ ଜୀବ ଶିବ କୃମ ପୁନ୍ୟ।

ପ୍ରସଦଦ ଦବତଯ ତ୍ୟଦନୋପୁ

ତହୀ ରୋଦ୍ର ତତୁ ସ୍ୟାସୁ।

 

(ଗାୟତ୍ରୀ ଛନ୍ଦ)

(କଥା) – ଗାୟିତ୍ରୀ ସଳଖି ପଢ଼ିବ।

(ମନ୍ତ୍ର) ଓଂ ରବ୍ରଶୀୟେ ସଧିମହୀ ପ୍ରଚୋଦୟା।

ସସବଦ ଯରରପ ଲଗ୍ନି ଔଧି।

ବିଦେଗୋଡ଼ୁ ଦୁବୀକ୍ଷତୁ। ସିଧୁରସ୍ତ।

(କଥା) – ଅବନା ଆଠ ଅକ୍ଷର।

 

(ମନ୍ତ୍ର) – ଓଂ ଅଂ ଆଂ ଇଂ ଉଂ ଋଂ ୠଂ ଐଂ ଔଂ

(ଗାୟତ୍ରୀ ମନ୍ତ୍ର) – ଓଂ ତତ୍ସବିତୃ ବରେଣ୍ୟମ୍

ଭର୍ଗୋ ଦେବ ସ୍ୟଧୀମହୀ

ଧ୍ୟେୟୟୋନ ପ୍ରଚୋଦୟାତ୍      

(ସାବିତ୍ରୀ ମନ୍ତ୍ର) – ଓଂ ଓଂ ତହୀଣୀ।

ଓଂ ପଦ ମେ ଓଂ କ୍ଷବଧିର ବୃଧରବପୁର ସୀଚୈବ।

(ଚାରି ବେଦର ବୀଜମନ୍ତ୍ର କଥା- ଶ୍ୟାମ। ୟବ ଧ୍ୟାନ ଗ୍ୟାଂନ ସମ। ଧ୍ୟାନ ଗ୍ୟାଂନ। ଶୁଦ୍ଧ ବେଦ ବାଣ୍ଟ ଏଥର। ବେଦ ପଞ୍ଚମ ସିଷୁବେଦ ଗୋପ୍ୟାନ। ରୁକ ସାମ ଯଜୁ ଅଥର୍ବ। ଚାରି ବେଦ ଚାରିଖାନି।

 

ସ୍ଥାବର ଜଙ୍ଗମ। କୀଟ ପତଙ୍ଗ। ରୁକବେଦ ଯେ ଦାର ସେ। ଯଜୁବେଦ ଯେ ରୂପ ସେ। ସାମବେଦ ଯେ ପ୍ରଘଟ ସେ। ଚାରିବେଦ ଛପ୍ନା କୋଟି ବାଣ୍ଟ। ସାମ ବେଦଂରୁ ଥାବର ଚଉଦ କୋଟି। ଯଦୁ ବେଦରୁ ଜନ୍ତୁ ଚଉଦ କୋଟି। ରୁକ ବେଦରୁଂ ନର ଜୀବ ଚଉଦ କୋଟି। ଅଥର୍ବ ବେଦରୁଂ ପତଙ୍ଗ ଚଉଦ କୋଟି। ଗାଏ ଛପ୍ନା କୋଟି ବାଣ୍ଟ। ତ୍ରିଗୁଣରେ ବାଣ୍ଟ। ହରେ ରାମକୃଷ୍ଣ, ଛପନା କୋଟିବାଣ୍ଟ। କୃଷ୍ଣାଂଦି କି କହି ଯଜୁ ବେଦ। ୟେଥୁଂ କୀଟ ଜନ୍ତୁ ଚଉଦ କୋଟି। ମୁଖ ହରାଦି କି କହି ରୁକବେଦ। ଏଥି ଶିବଗଣ ଚଉଦ କୋଟି। ନୟନାରାମାଦି କି କହି ସାମ ବେଦ। ଏଥୁଂ ପତଙ୍ଗ ଚଉଦ କୋଟି। ତିନି ବେଦରେ ହରେ ରାମ କୃଷ୍ଣ ରେ ଛପ୍ନା କୋଟି ବାଣ୍ଟ। ବେଦରେ ଯନ୍ତ୍ର ବାଣ୍ଟ। ଆବର କୋଟିୟେ ଲକ୍ଷ। କୀଟ ଜନ୍ତୁ ନବ ଲକ୍ଷ। କୃମି ଜନ୍ତୁ ୟେଗାର ଲକ୍ଷ। ମାନେବା ଜନ୍ତୁ ଚାରି ଲକ୍ଷ। ଛପନା କୋଟିରେଂ ଯୋନି ବାଣ୍ଟ। ଚଉରାଶି କୋଟି। ତ୍ରିଗୁଣରେଂ ତିନି ବେଦ।

(ଶ୍ଳୋକ) – ସାମ ଶଙ୍କର ଯଥା ରୁକ ବ୍ରହ୍ମା ଯଥା।

ଯଜୁ ବିଷ୍ଣୁ ଯଥା ଅଥର୍ବ ଶୂନ୍ୟ ଯଥା।

(କଥା) – ସାମ ବେଦ ଶୁକ୍ଳବର୍ଣ୍ଣ ନାସାୟେ। ଯଜୁ ବେଦ ତଚ୍ଛୁ ନୀଳ ବର୍ଣ୍ଣ ୟେ। ଅଥର୍ବ ବେଦ ଶ୍ୱେତ ବର୍ଣ୍ଣ କର୍ଣ୍ଣ ୟେ। ବେଦ ଚାରି ମଠ ଚାରି। ନନ୍ଦ ଚଇତନ୍ୟ ସୋରୂପ ପ୍ରକାଶ। ରୁକବେଦ ଚଇତନ ମଠ ମୁଖ ୟେ। ଯଜୁବେଦ ନନ୍ଦମଠ ନାସା ୟେ। ସାମବେଦ ସୋରୁପ ମଠ ତଚ୍ଛୁ ୟେ। ଅଥର୍ବ ବେଦ ପ୍ରକାଶ ମଠ କର୍ଣ୍ଣ ୟେ।

(ପଦ) – ଶୁଣ ସୁଜନେ ପରମ ଗୁପତ

 

ଅଚ୍ୟୁତ ଦାସର ୟେମନ୍ତ ମତ।

।୧।

ଯେଣୁକରି ମୁହିଂ ଦେବ ଧରିଛିଂ

 

ବେଦ ବିଚାର ମୁଂ ତେଣୁ କହୁଛି।

।୨।

 

 

ଚାରି ଭିତରେ ସଂସାର ଧରିଛି

 

ଚର୍ତୃଧା ରୂପଟି ତେଣୁ ହୋଇଛି।

।୩।

ନନ୍ଦ ଚଇତନ ସୋରୁପ ଜାଣ

 

ପ୍ରକାଶକୁ ଘେନି ଚାରି ଆସନ।

।୪।

 

 

କଉଂ ବେଦରେ କଉଂ ମଠ ଅଛି

 

ଚାରି ପଥ ନିଷ୍କା କହଇଂ ବାଛି।

।୫।

ପ୍ରଥମେ କହଇ ଆମ୍ବର ମଠ

 

ଯଜୁବେଦ ନିଷ୍କା ଜଗିଛି ତୁଠ।

।୬।

 

 

ଯଜୁ ବେଦରେ ନନ୍ଦ ମଠ ଜାଣ

 

ଅଚ୍ୟୁତ କହଇ ଭେଦ ଅଗମ୍ୟ।

।୭।

ଅଚ୍ୟୁତ ଦାସ ୟେ ବେଦେଂ ଅଛି

 

ନନ୍ଦ ମଠରେ ନିରତେ ଖେଡ଼ୁଛି।

।୮।

 

 

ଗୋପପୁରୀ ଆମ୍ଭ ସର୍ବଦା ଦିନ

 

ଦିବା ନିଶି ବଞ୍ଚଇ କୁଞ୍ଜବନ।

।୯।

ନନ୍ଦ ମଠ ବୋଲି ଯାହା କହିଲିଂ

 

ନାସିକା ପଥ ଦୁଆର ଅର୍ଗିଳି।

।୧୦।

 

 

 

 

ତେଣୁକରି ମୋର ପଛିମ ଧ୍ୟାନ

 

କଳାମୁଖ ମୁଂ ଦେଖେ ଅନୁକ୍ଷଣ।

।୧୧।

ଗୋପପୁର ଲୀଳା ଯେତେକ କଲେ

 

ଦାମ ସୁଦାମ ସୁବଳ ଦେଖିଲେ।

।୧୨।

 

 

ବ୍ରଜପୁର ରାଜ ସେ ନନ୍ଦରାୟେ

 

ଗୋପୀ ଗୋପାଳ ତାଙ୍କ ପଥେ ପାୟେ।

।୧୩।

ୟେଥି ଭିତରେ ଅନେକ ଗୁପତ

 

ଚତୃଭୁଜରେଂ କରିବେ ବ୍ୟକତ।

।୧୪।

 

 

ରୁକ ବେଦରୁଂ ସେ ଯଉଂ ଶବଦ

 

ଚଇତନ ପଥ ୟେ ଠାବେ ଭେଦ।

।୧୫।

ପୂର୍ବ ଦୁଆର ୟେ ଜଗି ବସିଛି

 

ଅଚ୍ୟୁତ ଦାସ ପୁର୍ବୁଂ ଏଥ ଅଛି।

।୧୬।

 

 

ସାମବେଦ ବୋଲି ଯଉଂ ବଚନ

 

ସୋରୁପ ମଠ ୟେ ନିଶ୍ଚେ ବଖାଣ।

।୧୭।

ଦକ୍ଷିଣ ଦୁଆରେ ଯେ ବେଦ ଅଛି

 

ଅଥର୍ବ ବେଦ ଭିତରେ ଜଗିଛି।

।୧୮।

 

 

 

 

ପ୍ରକାଶ ମଠ ଅଥର୍ବ ବେଦଇଂ

 

ଶ୍ରମ ଦିଗ ଯମ ଆସନ ଥାଇ।

।୧୯।

ୟେ କଥାମାନଟି ଅଳପ ଜାଣ

 

ୟେଥିପରେ ଭାବ ମନରେ ଗୁଣ।

।୨୦।

 

 

ୟେ କଥା ହୋଇଲେଂ କିସ ହୋଇବ

 

ବିଅର୍ଥେ ଲୋଚାୟେ ଫୁଟି ମରିବ।

।୨୧।

ଅଚ୍ୟୁତ ଦାସ ମୁଂ ବରଜବାସୀ

 

ୟେକା ରାଧାକୃଷ୍ଣ ରସରେ ରସି।

।୨୨।

 

 

ତତ୍ୱଂ ବୁଝିକରି କୃଷ୍ଣରେ ଭଜ

 

ଅଚ୍ୟୁତ ଦାସ ତୁ ନିରତେ ମଜ୍ଜ।

।୨୩।

 

॥ବାଇଶି ॥

(କଥା) – ଚାରିବେଦର ବାଣ୍ଟ ୟେହିପରି। ଋକବେଦ ପୂର୍ବେ। ସାମବେଦ ଦଖିଣେ। ଯଜୁବେଦ ପଛିମେ। ଅଥର୍ବ ବେଦ ଉତ୍ତରେ। ଉର୍ମ ଧୁର୍ମ ଜୋତି କାଳା ୟେହି। ଉର୍ମ ମୁଖ। ଧୁର୍ମ ନାସା। ଜ୍ୟୋତି ତଚ୍ଛୁ। ଜାଳା କର୍ଣ୍ଣ।

 

ପୁଣ ବେଦ ଯୁଗ ବାଣ୍ଟ ହୋଅଇ ୟେହିପରି। ପ୍ରଥମ ପ୍ରହରେ ଋକବେଦ। ଦୁତୀଅ ପ୍ରହରେ ଯଜୁବେଦ। ତୃତୀୟ ପ୍ରହରେ ସାମବେଦ। ଚତୁର୍ଥ ପ୍ରହରେ ଅଥର୍ବ ବେଦ ଜାଣିମା। ଆବର ଋକବେଦ ସତ୍ୟ ଯୁଗ ମୁଖରେ। ଯଜୁବେଦ ତ୍ରିତଆ ଯୁଗ ନାସାରେଂ। ସାମ ବେଦ ଦୁଆପର ଯୁଗ ତଚ୍ଛୁୟେ। ଅଥର୍ବ ବେଦ କଳି ଯୁଗ କର୍ଣ୍ଣ ଜାଣିମ।

 

ମନ ପାଞ୍ଚ। ପୁଷ୍ୟ ପାଞ୍ଚ। ଅଇରି ଛଡ଼। ଚିତ୍ତରେ ଛ ବାଣ ବାଣ୍ଟିବ। ତଚ୍ଛୁ କର୍ଣ୍ଣ ନାସା ଓ ମୁଖ। ଷଡ଼ ଅଇରି ୟେ। ଆପ ଉର୍ମ। ଜୋତି ଚକ୍ଷୁ। ଧୁର୍ମ ଲଳାଟ। ବାୟୁ ନାସା। ଆକାଶ ଶୂନ୍ୟ। ମୁଖ ପୁନ୍ୟ।

 

ପୁଣ ପାଞ୍ଚ ମନ ବିଚାର ହୋଅଇ ୟେହିପରି। ମନ ବିମନ କୁମନ ଅମନ ସୁମନ। ମନ ସିଂହାସନ। ବିମନ ସୁଖ କୁମନ କର୍ଣ୍ଣ। ସୁମନ ନାସା। ଅମନ ଚକ୍ଷୁ। ମନ ମଧ୍ୟେ ପାଞ୍ଚ ଏ। ଚକ୍ର ଛଡ଼। ପ୍ରକୃତି ପଚିଶ। ସମସ୍ତଙ୍କୁ ୟେକ କରି ପାରିଲେଂ ସିଷୁମୂନା ଦ୍ୱାରେଂ ନାସା ରାନ୍ଧ୍ରେଟି। ତ୍ରିବେଣୀଧାର ଥାନକୁ ଟେକିବୁ। ଭକ୍ତି ଯୋଗ ଦ୍ୱାରକୁ ବୋଲି। ତେବେଂ ସେ ପରମ ବ୍ରହ୍ମକୁ ଦେଖିବାକ। ଶ୍ରୀଗୁରୁ ଶରରଂ ମମ। ଶ୍ରୀ ଗୋପାଳ ମହାମନ୍ତ୍ର। ବ୍ରହ୍ମାଣ୍ଡ ପଞ୍ଚାତ୍ମା ବୁଝିବ।

 

(ମନ୍ତ୍ରତତ୍ତ୍ୱ ବିଧି) – ଓଂ କ୍ଳୀଂ କୃଷ୍ଣାୟ ଶିରେଂ। ଗୋବିନ୍ଦାୟ ନାସାରେଂ। ଗୋପୀଜନ ତଛୁରେ। ବଲ୍ଲଭାୟ ମୁଖରେ। ସ୍ୱାହାଟି ଅଧରେଂ। ଏଥି ସିଂହାସନ ଚାରି ବୀଜ।

 

ଗୋଂ ପୀଂ ଜଂନଂ। ଓଂ କ୍ଲୀଂ କୃଷ୍ଣାୟ ଆକାଶ। ଗୋବିନ୍ଦାୟ ପବନ। ଗୋପୀଜନ ତଚ୍ଛୁ। ବଲ୍ଲଭାୟ ଜଳ। ସ୍ୱାହାଟି ପୂନ୍ୟ। ଚନ୍ଦ୍ରସୂର୍ଯ୍ୟ ପାଦୟେ। ସ୍ୱାଟି ଅଧର। ରତି ହୋଇଡ଼। ଠାକୁରାଣୀଙ୍କ କୁଚ। ସ୍ୱାହାଟି ଅଣ୍ଟାୟେ। ମରଣ ସମୟେଂ ଆତ୍ମା ୟେଠାକୁ ନିବେଦନ କରିବ। ୟେଠାକୁ ମନ୍ତ୍ରଂ। ଓଂ ହ୍ରୀଂ ଶ୍ରୀଂ କ୍ଲୀଂ ଦ୍ୱାରାର୍ଦ୍ଧକଂ। କ୍ଳୀଂ କୁ ତ୍ରିପୁରା ସୁନ୍ଦେରୀ ‘ସ୍ୱା’ ନାୟେକା ବଳ ହରେ। ଶ୍ରୀକୃଷ୍ଣ ହରେ। ‘ହ’କ୍ଷର ବର୍ଣ୍ଣ ରୂପରେ ‘.ଃ’କ୍ଷର ଅଧର। ‘କୁ’ କ୍ଷରଟି ମୃର୍ଧୁନିପରେ। ‘ଷ୍ଣଂ’ ସ୍ମରଣାମୃତା ବର୍ଣ୍ଣ। ‘ରା’ଅକ୍ଷର ଭୁଜବଳ। ‘ମ’ ଅକ୍ଷର ବାହୁରେଖା। ଇ ଆଦି ଷଡ଼ାକ୍ଷର ବସନ୍ତି ନିତ୍ୟ ସ୍ଥଳରେଂ। ଷୋଡ଼ଶରେ ବାରଟି ଅକ୍ଷର। ଅପୋଜା। ବାରଟି ଅଣ୍ଡିର। ଓଂ ଋଂ ରଂ ରଂ ରଂ ରଂ ରଂ ରଂ ରଂ ରଂ ରଂ ରଂ ରଂ।

 

(ଶ୍ଳୋକ) – ଅଷ୍ଟବଂଶୀ ପରାନନେ ରେଟିକ୍ଷର ଦ୍ୱାଦଶ ରେଖା। ରମଣୀ କୃଷ୍ଣଂ କାମାଦୈ ଚତୃବାଧି ଅଷ୍ଟୟତେ।

(ଚତୁର୍ଧା ରୂପ ଶ୍ଳୋକ) –

ଇକାରଂ ତକାରଂ ଶ୍ଚୈବ ଇକାରେ ବ୍ରହ୍ମାଜାତକା।

ଇତ୍ୟାନି ଚତୁର୍ଦ୍ଧା ବର୍ଣ୍ଣ ଜଗନ୍ନାଥ ସ୍ୱରୁପକଂ।।

 

(କଥା) – ବଳଭଦ୍ର ଜଗନ୍ନାଥ ସୁଭଦ୍ରା ସୁଦ୍ରସେନ। ତତୃଧା ମୂର୍ତ୍ତି। ଓଂ ହ୍ରୀଂ କ୍ଲୀଂ ଶ୍ଳୀଂ। ୟେମନ୍ତେ ଗଲା ଚତୁର୍ଧା ସୋରୂପ। ୟେବେ ଦ୍ୱାଦଶ ତିଳକ ବାଣ୍ଟ ହୋଅଇ।

 

ଓଂ ସିଧି ଓଷ୍ଠରେ। ଅ ଆ ନାସାରେଂ। ଇ ଈ ଦନ୍ତରେଂ। ଋ ଋ ତଚ୍ଛୁରେଂ। ୡ ୡ ଶ୍ରବଣରେଂ। ଏ ଐ କଣ୍ଠରେଂ। ଓ ଔ ଲଲାଟରେଂ। ଅ ଆଂ ବ୍ରହ୍ମରନ୍ଧ୍ରେ। କ ଖ ଗ ଘ ଡ଼ାହାଣ ସ୍ଥାନେ। ଚ ଛ ଜ ଝ ବାମ ସ୍ଥାନେ। ଟ ଠ ଡ଼ ଢ ଦକ୍ଷିଣ ପାଦରେଂ। ତ ଥ ଦ ଧ ବାମ ପାଦରେଂ। ପ ଫ ବ ଭ ନାଭିରେଂ। ଦ୍ୱାଦଶ ତିଳେକ ୟେ।

 

(ଶ୍ଳୋକ) – ଅପମୀଯୁକ୍ତ ନିଷ୍ଠା ତିଳପତ୍ରି ତିଲ୍ୟକାୟାଂ। ନୟନ ମଧ୍ୟ ସମାଯୁକ୍ତଂ ନାସା ଅର୍ଦ୍ଧ ଅସ୍ତିନୟଂ। ଅର୍ଦ୍ଧ ମାତ୍ରାଞ୍ଚ କଣ୍ଠେ ଚନ୍ଦ୍ରତ୍ୱେ ସଙ୍କରାଜିତଂ। ହୃଦପଦ୍ମ ଲକ୍ଷ୍ମୀପତି ବଇକୁଣ୍ଠ ପ୍ରପୟଞ୍ଚଂ। ହୃଦ ମଧ୍ୟେ ସ୍ତକଂ ନିଷ୍ଠା ମଧ୍ୟେଞ୍ଚ ଶୋଭିତଂ ପରଂ ଚତୃବିଧି ବାହୁ ହୃଦୟଂ ଲଲାଟେ ହରିଂ ମନ୍ଦିରଂ।

 

(ପଦ) – ଦ୍ୱାଦଶ ତିଳେକ ବାଣ୍ଟ ଏମାନ

 

ଅଚ୍ୟୁତ ଦାସର ନିର୍ମଳ ମନ।

।୧।

ତିଳେକ ଶ୍ଳୋକର ଅର୍ଥ କହିବା

 

ପ୍ରତି ପ୍ରତି କରି ବୁଝାଇ ଦେବା।

।୨।

 

 

ଲଲାଟରେ ହରି ମନ୍ଦିର ଶୋଭା

 

ତିଳେକର ତିଳ ପ୍ରାୟେକ ଆଭା।

।୩।

ଅନାମିକା ବରାବର ବସାଇ

 

ନୟନ ମଧ୍ୟେ କନିକାକୁ ଥୋଇ।

।୪।

 

 

ତଳ ଉପରଟି କ୍ଷିଦ୍ର ନୋହିବ

 

ନାସିକା ଅସ୍ତି ଯୁକ୍ତରେ ଥୋଇବ।

।୫।

ୟେମନ୍ତ ଭାବେଟି ହରି ମନ୍ଦିର

 

ରାଧାକୃଷ୍ଣ ତହିଂ ନିତ୍ୟ ବେହାର।

।୬।

 

 

ଆବର ଚାରି ତିଳେକ ବିଚାର

 

କହିବା ସୃଜନେ ହୃଦ ମଧ୍ୟର।

।୭।

ଅର୍ଧମାତ୍ରା ପ୍ରାୟେ କଣ୍ଠ ବସାଇ

 

ଚନ୍ଦ୍ରମା ପ୍ରାୟେ ଶୋଭା ପାଉଥାଇ।

।୮।

 

 

ସହସ୍ର ଦଳ ପଦ୍ମ ଯେହ୍ନେ ଶୋଭା

 

ହୃଦରେ ତିଳେକ ଯେମନ୍ତ ଆଭା।

।୯।

ବଇକୁଣ୍ଠ ବିଷ୍ଣୁ ଶ୍ରୀବଛ ଲାଞ୍ଚ

 

ସଙ୍କେତ କର ହୃଦରେଂ ପ୍ରତେଚ୍ଛ।

।୧୦।

 

 

ବେଣୁ ପତ୍ର ପ୍ରାୟେ ବେନି ଭୁଜର

 

କୁଞ୍ଚ ନିକଟେ କର ମନ ଥିର।

।୧୧।

ଚତୁର୍ଥ ଦଳେ ୟେ ଭାବେ କରି

 

କହଇ ଅଚ୍ୟୁତ ତତ୍ୱ ସୁମରି।

।୧୨।

 

॥ ତେଇଶି ॥

(କଥା) – ୟେବେ ଅଷ୍ଟାଦଶ ଚିହ୍ନ ବିଚାର ହୋଅଇ।

ଓଂ ମନ୍ତ୍ର। ଜୀବଚତ୍ରୀ। ଧୋଜାମୀନାରେ .......ଚିତ୍ରଧୋଜ। ଶର୍ଷାବିନ୍ଦୁ। କୁମ୍ଭୀ। ଅଷ୍ଟାରେ ବିନ୍ଦୁ। ତେତେରେ ସମୋଦ୍ର। କୁମଦ। ଇନ୍ଦ୍ରଚାପ। ଅଷ୍ଟାଦଶ ଚିହ୍ନ ୟେ।

(କଥା) – ଏବେ ବ୍ରହ୍ମଙ୍କର ଦଶଅକ୍ଷର ମନ୍ତ୍ରଂ ଅର୍ଥ ହୋଅଇ।

(ଶ୍ଳୋକ) – ଓଂ ହ୍ରୀଂ ଶ୍ରୀଂ ଗୋପୀଜନ ବଲ୍ଲଭାୟେ ନମଃ।।

 

(ଶ୍ରୀ ଗୋପାଳ ମହାମନ୍ତ୍ର) –

ଓଂ କ୍ଳୀ କୃଷ୍ଣାୟ ଗୋବିନ୍ଦାୟ

ଗୋପୀଜନ ବଲ୍ଲଭାୟ ସ୍ୱାହା।

ଓଂ କ୍ଲୀଂ ଗୋପୀଜନ ବଲ୍ଲଭାୟ ସ୍ୱାହା।

 

(ବ୍ରହ୍ମାଙ୍କର ଭୁଜନୀ ମନ୍ତ୍ର)

ଓଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ନମଃ।

(ପୂଜାର ବୀଜମନ୍ତ୍ର)-

ଓଂ ଶ୍ରୀଂ କ୍ଲୀଂ ହ୍ରୀଂ ଓଂ ସୈା ସ୍ୱାହା।

(କଥା) – ଏବେ ପଞ୍ଚଭୂତ ବିଚାର ପଡ଼ିବ।

 

ପୃଥି। ଆପ। ତେଜ। ବାଇ। ଆକାଶ। ଆକାଶର ଘର କାହିଂରେ ପୃଥିର କାହିଂଘର? ଆକାଶର ଘର ଶୀର୍ଷରେ। ବାଇର ଘର ଗୋଖିନେ। ତେଜର ଘର ତଛୁ ସ୍ଥାନେ। ଆପର ଘର ହୃଦୟରେ। ଆକାଶର ଘର କାହିଂ? ପୃଥିର କାହିଂ ଘର? ପୃଥିର ଘର ନାଭିରେଂ। ଆକାଶର କେଉଂଣ ଦ୍ୱାର? ତେଜର କାହିଂ ଘର? ଆବର କେଉଂଣ ଦୁଆର କାହାର? ବାଇର କେବଣ ଦ୍ୱାର-? ତେଜର କେବଣ ଦ୍ୱାର? ପୃଥିର କେଉଣ ଦ୍ୱାର?

ଆକାଶ ଦ୍ୱାର ବ୍ରହ୍ମ ରନ୍ଧ୍ରେ। ବାଇର ଦ୍ୱାର ନାସିକାରେ। ତେଜର ଦ୍ୱାର ଦୃଷ୍ଟି। ଆପର ଦ୍ୱାର ଇନ୍ଦ୍ରିରେ। ପୃଥିର ଦ୍ୱାର ତୁଣ୍ଡରେଂ।

ଆକାଶର କେବଣ ବର୍ଣ୍ଣ? ତେଜର କେବଣ ବର୍ଣ୍ଣ? ବାଇର କେଉଂଣ ବର୍ଣ୍ଣ? ପୃଥିର କେଉଂଣ ବର୍ଣ୍ଣ? ଆପର କେଉଂଣ ବର୍ଣ୍ଣ? ଆକାଶର କୃଷ୍ଣ ବର୍ଣ୍ଣ। ତେଜର ଶ୍ରୋଣିତ ବର୍ଣ୍ଣ। ଆପର ତେଜ ବର୍ଣ୍ଣ।

ପୃଥିର ପିଙ୍ଗଳ ବର୍ଣ୍ଣ। ଆକାଶର କି ଗୁଣ? ବାଇ କାହିଂ ସମ୍ଭାଇ? ଆପର କି ଗୁଣ? ତେଜର କି ଗୁଣ? ପୃଥିର କି ଗୁଣ?

ଆକାଶର ଗୁଣ ଶବଦ। ବାଇର ଗୁଣ ବଳବନ୍ତ। ତେଜର ଗୁଣ ଦୃଷ୍ଟି। ଆପର ଗୁଣ ରସ। ପୃଥିର ଗୁଣ ମଳ।

ଆକାଶ କାହିଂ ସମ୍ଭାଇ? ବାଇ କାହିଂ ସମ୍ଭାଇ ? ତେଜ କାହିଂ ସମ୍ଭାଇ? ପୃଥି କାହିଂ ସମ୍ଭାଇ?ଆକାଶ ସମ୍ଭାଇ ଶଙ୍ଖରେ। ବାଇ ସମ୍ଭାଇ ନାସିକାରେ। ତେଜ ସମ୍ଭାଇ ତଛୁରେ। ଆପ ସମ୍ଭାଇ ହୃଦରେ। ପୃଥି ସମ୍ଭାଇ ନାଭିରେ।

 

ଶୁଣଇ କେ? ଦର୍ପଇ କେ ? ଦେଖଇ କେ? ନିଶ୍ଚଳ କେ? ଗମଇ କେ? ଶୁଣଇଂ ଆକାଶ। ଧାଇଂ ଯେ ବାଇ। ଦେଖଇ ତେଜ। ଦର୍ପଇ ଆପ। ନିଶ୍ଚଳ ପୃଥି। ଏସନେ ପଞ୍ଚଭୁତ ତତ୍ତ୍ୱ ଗଲା।

 

(ପଦ) ଶୁଣ ସୁଜନେ ପରମ ରାହାସ

ପାମର ଅଚ୍ୟୁତ ୟେମନ୍ତେ ଦାସ। ୧।

ଅଚ୍ୟୁତ ଦାସର ଦୋଷ ନ ଧର

ଏହି ଗ୍ରନ୍ଥ ଭେଦି ଭଗତି କର।୨।

 

॥ ଚବିଶି ॥

(କଥା) – ଏବେ ଡମ୍ବରୁ ବିଚାର ହୋଅଇ। ପାଞ୍ଚ ଡମ୍ବରୁ। ହୃଦୟ ଚାରି ଡମ୍ବରୁ। କାମଦେବ ହୋଇ ଏକ ଡମ୍ବରୁ। ଏବେ ବାରମାତ୍ରା ବିଚାର ହୋଅଇ। ନୟନ ଦୁଇ ମାତ୍ରା। କର୍ଣ୍ଣ ଦୁଇ ମାତ୍ରା। ମୁଖ ୟେକ ମାତ୍ରୟେକ। କଣ୍ଠ ୟେକ ମାତ୍ରାୟେକ। ଦୟ ମାତ୍ରା ଏକ। ନାଭି ୟେକ ମାତ୍ରା। କୈାଲିଙ୍ଗ ୟେକ ମାତ୍ରା। ଗୁହ୍ୟ ୟେକ ମାତ୍ରା। ୟେବେ ଷୋଳ କଳା ବିଚାର ହୋଅଇ। ଉର୍ମ ଧୂର୍ମ ଜୋତି ଜାଳା ହୋଅଇ। ମିଶିଲେ ହୋଅଇ ଷୋଳକଳା। ପଞ୍ଚଭୁତ ଆତ୍ମା ବିଚାର ହୋଅଇ। ଗୁହ୍ୟ ଅନ୍ତ ଆତ୍ମା। ଲିଙ୍ଗ ଚେତା ଆତ୍ମା। ନାଭି ଅନନ୍ତ ଆତ୍ମା। ହୃଦରେ ପରମ ଆତ୍ମା। କଣ୍ଠ ପରେ ଶୂନ୍ୟ ଆତ୍ମା।

(ମନ୍ତ୍ର) – (ୟେବେ ଶ୍ରୀଗୋପାଳ ଧ୍ୟାୟେ –

ଓଂ କ୍ଳୀଂ କୃଷ୍ଣାୟ ଗୋବିନ୍ଦାୟ

ଗୋପୀଜନ ବଲ୍ଲଭାୟ ସ୍ୱାହା।

 

(ଆଚମନ ମନ୍ତ୍ରଂ) – ଅଂ କ୍ଲୀଂ କଂ ଗୋବିନ୍ଦାୟ। ଗୋପାଳ ଅଯନ୍ତ୍ର ଧାପନେ। ସଉଚ ବିଷ୍ଣୁ ନମଃ।

 

(କଥା) –ଆଚୁମନ କାଳେ ତୁଳୁସା ଓଦକ ହୋଅଇ। ଯେମନ୍ତେ ତୁଳୁସାଙ୍କ ଚାରି ନାମ। ସତ୍ୟ ଯୁଗେ ସତ୍ୟବତୀ। ତ୍ରେତାରେ ମାଳାବତୀ। ଦୁଆପରେ ବୃନ୍ଦାବତୀ। କଳିଯୁଗେ ତୁଳୁସୀ।

 

 

(ପଦ) – ଷୋଳ ନାମ ଯେ ବତିଶ ଅକ୍ଷର

 

ଏଥି ଭିତରେ ଛଡ଼ାକ୍ଷର ସାର।

।୧।

ପ୍ରତି ପ୍ରତି କରି ବୁଝାଇ ଦେବା

 

ଛଡ଼ାକ୍ଷରରେ ଫେଡ଼ି କହିବା।

।୨।

 

 

ହରେ ବୋଲି କରି ଦୁଇ ଅକ୍ଷର

 

ହୃଦେ ସମାହୋଇ ହୃଦେ ବେହାର।

।୩।

ରାମ ବୋଲି କରି ବେନି ଅକ୍ଷର

 

କଣ୍ଠରେ ଶୋଭା ବେଦ ଧିଆନର।

।୪।

କୃଷ୍ଣ ବୋଲି କରି ଦୁଇ ଅକ୍ଷର

 

ହରି ମନ୍ଦିର ଶୋଭା ଲଲାଟର।

।୫।

ଯେମନ୍ତ ପ୍ରକାରେ ତ୍ରିବିଧ ଜାଣ

 

ମୁଖକମଳେ କୃଷ୍ଣ ନାମ ଶୁଣ।

।୬।

ରାଧାକୃଷ୍ଣ ଭାବ ହୃଦରେ ଧର

 

ଶ୍ରୀ ଗୁରୁ ବୈଷ୍ଣବ ସେବ ପୟର।

।୭।

ଏହି ନାମ ସବୁ ଦିନେ ଧରିବ

 

ଅଚ୍ୟୁତ କହଇ ଭକ୍ତି ପାଇବ।

।୮।

ଅଚ୍ୟୁତ ଦାସର ଆଗ୍ୟାଂ ଯେମନ୍ତ

 

ୟେକ ଅନାମ ଭଜୁ ଥାଇ ତତ୍ତ୍ୱଂ।

।୯।

 

॥ପଚିଶି॥

(ତିଳକ ବିନ୍ଦୁ ମନ୍ତ୍ର) – ଓଂ ଗୁଣ୍ଡରି ସଦାକାଳଂ। ସକଳ

ପାପ କ୍ଷୟେ ଯାନ୍ତି। କୃଷ୍ଣ ପାଦ ମସ୍ତକ। ଓଂକାର

ବିନ୍ଦୁ ସମାଯୁକ୍ତଂ। ନିତ୍ୟେଂ ଧ୍ୟାୟନ୍ତି ଯୋ ନରଃ।

କାମଦେବ ମୋକ୍ଷ ଦେବଂ। ଓଂ କାର ନିତ୍ୟେଂ

ନମଃ। ଯାବଦ ଚନ୍ଦ୍ରଂ କର୍ମ ବିଧି ରାଜା ଗୋବିନ୍ଦଂ।

 

(ପ୍ରଥମେ ମୃତ୍ୟୁଂଜୟ ମନ୍ତ୍ର) –

ଓଂ ଶ୍ରୀଂ ଓଂ ବୈଂ କ୍ଲୀଂ ଓଂ ବୈ ପ୍ଲୀଂ।

(କଥା) – ୟେମନ୍ତେ ଲକ୍ଷେ ଜପିଲେ ସମସ୍ତ ବିଦ୍ୟା ଯଶ ହୋଅଇ।

ଓଂ ଇଂ କ୍ଲୀଂ ଈଂ ॥ ୟେମନ୍ତେ ଶହେ ଜପିଲେ ସବୁ ରକ୍ଷୀ ହେଅଇ।

ଓଂ ଉଂ ଏଂ କ୍ଲୀଂ ଓଂ ॥ ୟେମନ୍ତ ଦଶ ସହସ୍ର ଜପିଲେ ଶତ୍ରୁ ଠା ଛାଡ଼ଇ।

ଓଂ ୡଂ କ୍ଲୀଂ ୡଂ ॥ ୟେମନ୍ତେ ଲକ୍ଷେ ଜପିଲେ ଶତ୍ରୁ ଖଣ୍ଡଇ।

ଓଂ କଂ କ୍ଲୀଂ କଂ ॥ ୟେମନ୍ତେ ଲକ୍ଷେ ଜପିଲେ ପୀଡ଼ାମାନ ହରଇ।

ଓଂ ଝଂ କ୍ଲୀଂ ଝଂ ॥ ୟେ ମନ୍ତ୍ର ଲକ୍ଷେ ଜପିଲେ ରାଜ ପ୍ରସାଦ ମାନ ହୋଅଇ।

ଓଂ ଓଂ ବୈ କ୍ରୀଂ ବୈ ॥ ୟେ ମନ୍ତେ ଲକ୍ଷେ ଜପିଲେ ରାଜା ସମାନ ପୂଜା ପାଅଇ।

ଓଂ ସିଂ କ୍ଲୀଂ ସୀଂ ॥ ୟେ ମନ୍ତ୍ର ଲକ୍ଷେ ଜପିଲେ ସୋରସ୍ୱତୀ ବାକ୍ୟ ଉଚାରଇ।

ଓଂ ଐ କ୍ରୀଂ ଏଂ ବୈ ॥ ୟେମନ୍ତେ ଲକ୍ଷେ ଜପିଲେ ସ୍ତିରୀ ବଶ୍ୟ ହୋଅଇ।

ଓଂ ରଂ କ୍ରୀଂ ରଂ ॥ ୟେମନ୍ତେ ଲକ୍ଷେ ଜପିଲେ ବଂଶ ବର୍ଦ୍ଧିତ ହୋଅଇ।

ଓଂ ଳଂ କ୍ରୀଂ ଳଂ ॥ ୟେମନ୍ତ୍ର ଲକ୍ଷେ ଜପିଲେ ଜଳ ଶାନ୍ତି ହୋଅଇ।

ଓଂ ଜଂ କ୍ରୀଂ ଜଂ ॥ ୟେମନ୍ତେ ଶତେ ଜପିଲେ ଆଉଷ ବଢ଼ଇ।

ଓଂ ଯଂ କ୍ରୀଂ ଯଂ ୟେମନ୍ତ ଲକ୍ଷେ ଜପିଲେ ବଚନ ସିଧ୍ୟ ହୁଅଇ।

ଓଂ ଖିଂ କ୍ରୀଂ ଖୀଂ ॥ ୟେମନ୍ତ ଲକ୍ଷେ ଜପିଲେ ଜଗତ ଲୋକ ମାନନ୍ତି।

ଓଂ ଘଂ କ୍ରୀଂ ଘୀଂ ॥ ୟେମନ୍ତ ଲକ୍ଷେ ଜପିଲେ ସବୁଠାଇଂ ବଚନ ରହଇ।

ଓଂ ପୀ କ୍ରୀଂ ପୀଂ ॥ ୟେମନ୍ତେ ଲକ୍ଷେ ଜପିଲେ ଶତ୍ରୁ ପାଦତଳେ ପଡ଼ଇ।

ଓଂ ଭଂ କ୍ରୀଂ ଭଂ ॥ ୟେମନ୍ତ ଲକ୍ଷେ ଜପିଲେ ଧନ ବହୁତ ମିଳଇ।

ଓଂ ଚଂ କ୍ରୀଂ ଚଂ ॥ ୟେମନ୍ତ ଲକ୍ଷେ ଜପିଲେ ଚତୁରପଣ ହୋଅଇ।

ଓଂ ଛଂ କ୍ରୀଂ ଛଂ ॥ ୟେମନ୍ତ ଶତେ ଜପିଲେ ଗ୍ୟାଂନରେ ପ୍ରବଳ ହୋଅଇ।

ଓଂ ଠଂ କ୍ରୀଂ ଠୀଂ ॥ ୟେମନ୍ତ ଶତେ ଜପିଲେ ଆଉଷ ହୋଇଣ ମରଇ।

ଓଂ ଜିଂ କ୍ରୀଂ ଜୀଂ ॥ ୟେମନ୍ତ ଶତେ ଜପିଲେ ବଚନ କାଟଇ।

ଓଂ ଉଂ କୀଂ ଉଂ ॥ ୟେମନ୍ତ ଶତେ ଜପିଲେ ଅବ୍ୟଗତ ଫୁରଇ।

ଓଂ ହିଂ କ୍ରୀଂ ହୀଂ ॥ ୟେମନ୍ତ ଲକ୍ଷେ ଜପିଲେ କହିବାକୁ ପାରଇ।

ଓଂ ଉଂ କ୍ରୀଂ ଉଂ ॥ ୟେମନ୍ତ ଶତେ ଜପିଲେ ଗ୍ୟାଂନବନ୍ତ ହୋଅଇ। କୃଷ୍ଣଂ ଭଜଇ।

ଓଂ ମୀଂ କ୍ରୀଂ ମାଂ ॥ ୟେମନ୍ତ ଶତେ ଜପିଲେ ସର୍ବଦା ସୁଖୀ ହେଅଇ।

ଓଂ ଲିଂ କ୍ରୀଂ ଲୀଂ ॥ ୟେମନ୍ତ ଶତେ ଜପିଲେ ସନ୍ତତି ବଢ଼ଇ।

ଓଂ ଶ୍ରୀଂ କ୍ଲୀଂ ଶ୍ରୀଂ ॥ ୟେମନ୍ତ ଶତେ ଜପିଲେ ଜୀବ ବଶ୍ୟ ହୁଅଇ।

ଓଂ ୡଂ କ୍ରୀଂ ୡଂ ॥ ୟେମନ୍ତ ଶତେ ଜପିଲେ ପଣ୍ଡିତ ପଣକୁ ବ୍ରତମାନ ହେଅଇ।

ଓଂ ଅଂ କ୍ରୀଂ ଅଂ ॥ ୟେମନ୍ତ ଶତେ ଜପିଲେ ବହୁତ ବିଦ୍ୟା ବଢ଼ଇ।

ଓଂ ଆଂ କ୍ରୀଂ ଆଂ ॥ ୟେମନ୍ତ ଶତେ ଜପିଲେଂ ଜଗତ ଜାଣଇଂ।

ଓଂ ଇଂ କ୍ରୀଂ ଇଂ ॥ ୟେ ମନ୍ତ୍ର ଶତେ ଜପିଲେ ଅନେକ ସୁଖ ପାଇ।

ଓଂ ରଂ କ୍ରୀଂ ରଂ ॥ ୟେମନ୍ତ ଶତେ ଜପିଲେ ନିଶ୍ଚିନ୍ତ ହୋଇଥାଇ।

ଓଂ କଂ କ୍ରୀଂ କଂ ॥ ୟେମନ୍ତ ଶତେ ଜପିଲେ ଅନେକ ସ୍ତିରୀ ଭୋଗ୍ୟ କରଇ।

ଓଂ ଭୀଂ କ୍ରୀଂ ଭୀଂ ॥ ୟେମନ୍ତ ଶତେ ଜପିଲେ ଅପଘାତମାନ ନ ପଡ଼ଇ।

ଓଂ ଫଂ କ୍ରୀଂ ଫଂ ॥ ୟେମନ୍ତ ଶତେ ଜପିଲେ ରାଜା ପ୍ରଜା ସୁଖ ପାନ୍ତି।

ଓଂ ଷଂ କ୍ରୀଂ ଷଂ ॥ ୟେମନ୍ତ ଶତେ ଜପିଲେ ରାଜା ମୋହନ ହୋଅଇ।

ଓଂ ସୀଂ କ୍ରୀଂ ସୀଂ ॥ ୟେମନ୍ତ ଶତେ ଜପିଲେ କାଳବଞ୍ଚି ସର୍ବଦା ଥାଇ।

ଓଂ ହ୍ରୀଂ କ୍ଳୀଂ ହ୍ରୀଂ ॥ ୟେମନ୍ତ ଶତେ ଜପିଲେ ଦେବତାମାନଙ୍କୁ ଦେଖଇ।

ଓଂ ଓଂ ଓଂ ସ୍ଲୀଂ ॥ ୟେମନ୍ତ ଶତେ ଜପିଲେ ରାଧାକୃଷ୍ଣଙ୍କ ଚରଣେ ଯାଇ। ଓଂ ରାଧାକୃଷ୍ଣ ନମଃ ॥

 

॥ ଛବିଶି ॥

(ଶ୍ଳୋକ) – କୃଷ୍ଣାଞ୍ଜନ ମନସିଦ୍ଧଂ ମୋକ୍ଷୟଂ ବ୍ୟାଘ୍ରଚର୍ମାୟଃ।

କୁଶାୟେଂ ଜ୍ଞାନ ସିଦ୍ଧଞ୍ଚ କମଳେମର୍କ ସିଦ୍ଧିକଂ ॥

 

(ପଦ୍ୟ) – ଶୁଣ ସୁଜନେ ୟେ ପରମ ସିଧ୍ୟ

 

ଯାହା ବାଞ୍ଛାକରି ସେମାନ ସାଧ୍ୟ।

।୧।

ସାହାସ୍ର ପଢ଼ିଣ ଭୁଲି ନ ମର

 

ୟେହୁ ଶାସ୍ତ୍ର ବାକ୍ୟ ତଲୟେ କର।

।୨।

 

 

ଆଉ ଯେତେ କଥା ଖୋଜି ଲୋଡ଼ିବା

 

ଯାହା ଇଚ୍ଛା ହୋୟେ ୟେଥି ପାଇବା।

।୩।

ପାମର ଅଚ୍ୟୁତର ୟେହି ମତି

 

ୟେ ରସ ନ ମାଗି ମାଗଇ ଗତି।

।୪।

 

 

ଅନେକ ସାହାସ୍ର ପଢି ଲୋଡ଼ିଲି

 

ୟେ ରସ ପାଇ ମୁଂ ସବୁ ଛାଡ଼ିଲି।

।୫।

ସୁଜନ ଜନେ ୟେହି ଦୀକ୍ଷା ଧର

 

ଶ୍ରୀଗୁରୁ ଚରଣେ ଭଲେ ପଚାର।

।୬।

 

 

କଉଂ ଗୁରୁଠାରେ ପରମ ଦୀଛା

 

ସେ ଗୁରୁ ଚରଣେ କରିବ ଇଚ୍ଛା।

।୭।

କହିଲା ଲେଖିଲା ଦୋଷ ନ ଧର

 

ଅଚ୍ୟୁତ ସେବଇ କୃଷ୍ଣ ପୟର।

।୮।

 

ସତେଇଶି

(କଥା) – ଏବେ ଦୁର୍ଗା ଗାୟତ୍ରୀ ସୁମରିବା।

(ମନ୍ତ୍ର) ଓଂ ସିଦ୍ଧ ଧ୍ରୁବଂ ଭୁଜ ମହେଧନାନୀ

ମହୀତନୋ ପ୍ରଚୋଦୟାତ୍ ॥

 

(ଈଶ୍ୱର ଗାୟିତ୍ରୀ) – ଓଂ ଶୂଳ ହସ୍ତାୟେଧିମଦେ ଖଟ୍ୱାଙ୍ଗଧର

ମହୀତନୋ ପ୍ରଚୋଦୟାତଃ ॥ ଭୁବନେଶ୍ୱରେ ୟେକାଦଶରୁଦ୍ର

ମନ୍ତ୍ର ॥ ଓଂ କ୍ଳୀଂ ॥ ଏଠାକୁ ପଞ୍ଚାକ୍ଷର ମନ୍ତ୍ର ॥ ଓଂ କ୍ରୀଂ

ମାଂ କ୍ଲୀଂ ଶ୍ଳୀଂ।

 

(ତୁଳୁସାଙ୍କ ଜନମ କଥା) – ଓଂ ସତରୁଂ କଲେକ ସତୀ।

ତହୁଂ ଜନମିଲେ ତୁଳୁସା ଗଛି। ଲକ୍ଷ୍ମୀ କାଟନ୍ତି ବସି।

ଶ୍ରୀକୃଷ୍ଣ ପୁଛନ୍ତି ବସି। ସେ ହୃଦୟର ମାଳ। ପାଞ୍ଚନ୍ତି

ଅନନ୍ତ ଗୋପାଳ। ପାମର ଅଚ୍ୟୁତ ବୋଲଇ ହରି

ହରି। ହରି ଶବଦ ଶୁଣ ହୋଇଲା। କୃଷ୍ଣ ଶବଦ

ନାମେ ରହିଲା। ରାମ ଶବଦ ମାଳା ବହିଲା।

 

(ପଦ) – ଦ୍ୱାଦଶ ଗୋପାଳ ତୁଳୁସାମାଳ

ଭକ୍ତି ଆମ୍ଭମାନଙ୍କ ୟେହୁ ଆଳ।୧।

ୟେହି ରସେ ପଡ଼ି ଯେତେ ଗୋପାଳ

ଚାରି ମଠଙ୍କର ସେ ରସେ ଆଳା।୨।

ଶୁଣ ସୁଜନେ ନ ଘେନିମା ଦୋଷ

ପାମର ଅଚ୍ୟୁତ ତୁମ୍ଭରି ଦାସ।୩।

 

ରାହାସ ଖଣ୍ଡ

॥ ଅଠେଇଶି ॥

(କଥା) – ଛଡ଼ ଋତୁ କେ କେ? ହେମ ଶିଶିର ବସନ୍ତ ଗ୍ରୀଷମ

ବରଷା ଶରତ। ଶ୍ରୀ ମହାମନ୍ତ୍ର ଷୋଳ ନାମ ବିଚାର

ୟେ। ହରେ ରାମ ହରେ ରାମ ରାମ ରାମ ହରେ

ହରେ। ଶ୍ରୀ କୃଷ୍ଣ। ତୋଳ କୃଷ୍ଣ। ବାଳକୃଷ୍ଣ।

ଲଳିତା। ତ୍ରିପୁରା। ଲଳିତା। ଚନ୍ଦ୍ରାବଳୀ। ଅନନ୍ତ

ଶେଷ ଦେବତା। ରାମାମଣି। ବିରାଟ ହରେ।

ହରେ ରାମ ହରେ ରାମ ରାମ ରାମ ହରେ ହରେ।

ଦୂତିକା। ଶ୍ରୀ ରାମ। ରାମାରତ୍ନ। ରାମଚନ୍ଦ୍ର। ବଳଭଦ୍ର।

ଶ୍ରୀ ମହାମନ୍ତ୍ର ପ୍ରଛିନ। ହରେ କୃଷ୍ଣାଦି ଆଠ ନାମ।

ଲଳିତା। ଶ୍ରୀକୃଷ୍ଣ। ତ୍ରିପୁରା। ତୋକ କୃଷ୍ଣ। ବାଳ କୃଷ୍ଣ॥

ଚନ୍ଦ୍ରାବଳୀ। ଦୂତିକା। କଳା କୃଷ୍ଣ। ହରେ ରାମହିଂ ଆଠ

ନାମ। ଅନନ୍ତ। ଶ୍ରୀରାମ। ଶେଷ ଦେବତା। ରାମରତ୍ନ

ରାମାମଣି। ରାମଚନ୍ଦ୍ର। ବିରାଟ ଭଳବଦ୍ର। ଷୋଳନାମ

ୟେ। ଜପ ପ୍ରଛିନ। ଡାହାଣ ହାତେ ଜପ କୋଡ଼ିୟେ।

ରୁଆ କଲେ ତିନିଶ କୋଡ଼ିୟେ ରୁଆ ହୋଇ। କାମ

ହରାଦି ପ୍ରବେଶ ହୁଅଇ। ବାମ ହସ୍ତେ ତିନିଶ କୋଡ଼ିୟେ

ରୁଆ। ଗାଏ ୬୪୦॥ଡାହାଣ ହସ୍ତେ ଜପ କୋଡ଼ିୟେ

ରୁଆ। ଲକ୍ଷ ନାମ ହୁଅଇ। କପର ପ୍ରଛିନ୍ନ ଷୋଳ ନାମ।

ଓଂ ହ୍ରୀଂ ଶ୍ଳୀଂ କ୍ଳୀଂ। ମନ୍ତ୍ର ପ୍ରଛିନ ଏ। ଓଂ ଆଦି

ଶୂନ୍ୟ। ୟେଥୁ ଉତ୍ପତି। ଅର୍ଧମାତ୍ରା ୟେଥୁଂ ଉତ୍ପତି।

ଏଥୁଂ ଆ ॥ ଏଥୁଂ ଇ ॥ ୟେଥୁଂ ଉ ॥ ଏଥୁଂ ଐ ॥ ଏଥୁଂ

ଔ ॥ ଏଥୁଂ ଋ ॥ ଏଥୁଂ ଆ ॥ ଏଥୁଂ ଉ ॥ ଏଥୁଂ

ଘା ॥ ଏଥୁଂ ର ॥ ଏଥୁଂ ପା ॥ ଏଥୁଂ ମ ॥ ଏଥୁଂ

ସ୍ତ ॥ ଏଥୁଂ ବି ॥ ଏଥୁଂ ହୀ ॥ ଏଥୁଂ ସ ॥ଏଥୁଂ ଘ ॥

ଏଥୁଂ ପ। ଏଥୁଂ ପାତି ॥ ଏଥୁ ପା ॥ ଏଥୁଂ ସକାର ॥

ଏଥୁଂ ଈକାର ॥ ଏଥୁଂ ହକାର। ଏଥୁଂ ହୀଂ ॥

ଏଥୁଂ ଶ୍ଳୀଂ। ଏଥୁଂ କ୍ଳୀଂ ॥ ଏଥୁଂ ରାମ ॥ ଏଥି ହରେ

ରାମ କୃଷ୍ଣ ॥ ଏଥୁଂ କ୍ଳୀଂ କୃଷ୍ଣ ରାଧେଶ୍ୟାମ। ଏଥୁଂ

ହରେ କୃଷ୍ଣ ହରେ ରାମ।ଏଥୁଂ ଦଶାକ୍ଷର। ଏଥୁଂ

କ୍ଲୀ କୃଷ୍ଣ ହରେ ରାମ ରାମ। ଏଥୁଂ ଦ୍ୱାଦଶାକ୍ଷର। ଏଥୁଂ

ଷୋଳକ୍ଷର। ଏଥୁଂ ପ୍ରେମ ଷୋଡ଼ଶୀ ॥ ଓଂ ହ୍ରୀଂ

ଶ୍ରୀଂ କ୍ଳୀଂ ଐଂ ଔଂ ଶ୍ଳୀଂ ଔଂ ଧ୍ଳୀଂ ହ୍ରୀଂ ଶ୍ରୀଂ କ୍ଳୀଂ

ଔଂ ଧାଂ।

ଏଥୁଂ ଓଂ ହରେ ରାମ ହରେ ରାମ ରାମ ରାମ

ହରେ ହରେ। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ

ହରେ ହରେ। ଏଥୁଂ ଠାକୁରାଣୀଙ୍କ ସିଂଘାସନ।

ଓଂ ରାଧେ କୃଷ୍ଣ ରାଧେ କୃଷ୍ଣ କୃଷ୍ଣ କୃଷ୍ଣ ରାଧେ ରାଧେ।

ରାଧେ ଶ୍ୟାମ ରାଧେ ଶ୍ୟାମ ଶ୍ୟାମ ଶ୍ୟାମ ରାଧେ ରାଧେ।

(ଏଥୁଂ ବଳଭଦ୍ରଙ୍କ ମହାମନ୍ତ୍ର)-

ଓଂ ଶିବେ ଶଙ୍କର ଶିବେ ଶଙ୍କର ଶଙ୍କର ଶଙ୍କର

ଶିବେ ଶିବେ। ଶିବ ଗଉରା ଶିବ ଗଉରା ଗଉରା ଗଉରା

ଶିବେ ଶିବେ।

ଏଥୁଂ ସିଧି। ଏଥୁଂ ଆଧି। ଏଥୁଂ ରସ୍ତୁ। ଏଥୁଂ

ଘ ଙ ଞ୍ଜ। ଏଥୁଂ ଜେ। ଏଥୁଂ ଝଟ। ଏଥୁଂ ଈ ଉ।

ଏଥୁଂ ୡ ଈ। ଏଥୁଂ ପ ଅ। ଏଥୁଂ ଜ ଡ଼। ଏଥୁଂ

ଭ ବ। ଏଥୁଂ ଆ ଫ। ଏଥୁଂ ଋ ୡ। ଏଥୁଂ ଔ।

ଏଥୁଂ ତ ନ। ଏଥୁଂ ଲ ତ। ଏଥୁଂ ସ କ। ଏଥୁଂ

ଆ ଜ। ଏଥୁଂ ଉ ପ। ଏଥୁଂ ବ ଏ। ଏଥୁଂ ସିଧି

ଅକ୍ଷର। ଏଥୁଂ ଧରଂ। ଏଥୁଂ ପ ଫ। ଏଥୁଂ ଐ ଥ।

ଏଥୁଂ ମ କ୍ଷ।ଏଥୁଂ ବ ସ। ଏଥୁ ବ ଶ ଷ ସ।

ଏଥୁଂ ମ ଯ ର ଳ ବ। ଏଥୁଂ ଡ଼ ଢ ଣ ତ ଥ ଦ ଧ

ନ ପ ଫ ॥ ଏଥୁଂ କ ଖ ଗ ଘ ଙ ଚ ଛ ଜ ଝ ଞ ଟ

ଠ। ଏଥୁଂ ଅ ଆ ଇ ଈ ଉ ଊ ଋ ୠ ଏ ଐ ଓ ଔ।

ଅଃ ଅଂ। ଏଥୁଂ ହ କ୍ଷ। ଏଥୁଂ ସି। ଏଥୁଂ ଧି। ଏଥୁଂ

ଭ। ଏଥୁଂ ସ୍ତୁ। ଏଥୁଂ ଅ ଏଥୁଂ ଆ। ଏଥୁଂ ଈ। ଏଥୁଂ

ଉ। ଏଥୁଂ ଋ। ଏଥୁଂ ୡ। ଏଥୁଂ ଐ। ଏଥୁଂ ଔ।

ଏଥୁଂ ୡଂ। ଏଥୁଂ ଅଂ। ଏଥୁଂ କ। ଏଥୁଂ ଖ।

ଏଥୁଂ ଗ। ଏଥୁଂ ପ। ଏଥୁଂ ଙ। ଏଥୁଂ ଚ।

ଏଥୁଂ ଛ। ଏଥୁଂ ଜ। ଏଥୁଂ ଝ। ଏଥୁଂ ଞ।

ଏଥୁଂ ଟ। ଏଥୁଂ ଠ।ଏଥୁଂ ଡ଼।ଏଥୁଂ ଢ।ଏଥୁଂ ଣ।

ଏଥୁଂ ତ।ଏଥୁଂ ଥ। ଏଥୁଂ ଦ। ଏଥୁଂ ଧ। ଏଥୁଂ ନ।

ଏଥୁଂ ପ।ଏଥୁଂ ଫ। ଏଥୁଂ ବ। ଏଥୁଂ ଭ। ଏଥୁଂ ମ। ଏଥୁଂ ଯ।

ଏଥୁଂ ର। ଏଥୁଂ ଳ। ଏଥୁଂ ବ। ଏଥୁଂ ଶ। ଏଥୁଂ ସ।

ଏଥୁଂ ଷ। ଏଥୁଂ ହ। ଏଥୁଂ କ୍ଷ।

(ପଦ) – ସାଧୁଜନମାନେ ଦୋଷ ନ ଧର

ଯେତେ କହିଲି ୟେଥି ଭିତର।୧।

ସର୍ବ ବିଦ୍ୟାମାନ ଉପରେ ସାର

ଧର୍ମ ଅର୍ଥ କାମ ମୋଖ୍ୟ ୟେଥିର।୨।

ସୁଜନ ଜନେ ଥାପ ମତି ଏଥି

ସୋରିଣ କହଇ ଦୀନ ଅଚ୍ୟୁତି।୩।

ସକଳ ସର୍ଜନା ସକଳ ରସ

ଠାବକରେ ୟେହୁ ପରମ ରାସ।୪।

ଶୁଧ୍ୟ ଅଶୁଧ୍ୟ ହେତୁ ନାହିଂ ମୋର

ଗୀତେ ଭଣଇ ଅଚ୍ୟୁତି ପାମର।୫।

 

ରାହାସ ପ୍ରେମ ପଞ୍ଚାମୃତ

॥ ପ୍ରଥମ ଅଧ୍ୟାୟ॥

ଶୁଣ ହୋ ସୁମିତ୍ରାର ସୁତ

ରାହାସ ପ୍ରେମ ପଞ୍ଚାମୃତ

ଯାହା କହିଲେ ଶୁକଦେବ

ପରୀକ୍ଷ ମହାରାଜା ଆଗ

ସଂସାର ଜଳଧିରୁ ପାର

ହୋଇଲା ଯେଣୁ ନୃପବର

ଯାହା ଶୁଣିଣ ପରୀକ୍ଷିତ

ସଂସାର ମାୟାରୁ ବଂଚିତ

 

 

 

 

ତାହା କହିବା ୟେବେ ତୋତେ

ଶୂଣ ହୋ ରାମ ଶୁଧ୍ୟ ଚିତ୍ତେ

ମହା ପ୍ରେମ ଯେ ଉଛୁଳିବ

ଶ୍ରୀକୃଷ୍ଣ ଚରଣ ମିଳିବ

ଦୀନ ଅଚ୍ୟୁତି ତାହା କହି

ଶୁଣିଣ ଗୋପାଳ ତନଇ

ଚରଣେ ପଡ଼ି ପଚାରଇ

ଆନନ୍ଦ କଲ୍ଲୋଳ ବଢ଼ଇ

 

 

 

 

ବୋଲଇ ରାମଚନ୍ଦ୍ର ଦାସ

ଶୁଣିମି କିଛୁ ପ୍ରେମରସ

ମୋ ଛାଇ ନୋହେ ଯେ ସମାନ

କରୁଣା ସିନ୍ଧୁ ତୁମ୍ଭ ନାମ

କରୁଣା କର ମୋହୋ ଠାରେ

କହିବ ପ୍ରେମ ରାସ ମୋରେ

ଦୀନ ଅଚ୍ୟୁତି ଶୁଣି ତୋଷ

ବୋଲଇ ଶୁଣ ରାମ ଦାସ

 

 

 

 

 

 

 

 

ଶୁକ କହନ୍ତି ପରୀକ୍ଷିତେ

ଶୁଣ ତୁ ରାମ ଦାସ ଚିତ୍ତେ

ଶ୍ରୀକୃଷ୍ଣ ଗୋପୀଗଣ ସଙ୍ଗେ

ରାହାସ ଲୀଳା କଲେ ରଂଙ୍ଗେ

ବୃନ୍ଦାବନରେ କଲେ ରାସ

ବଢ଼ିଲା ସୁଧା ସିନ୍ଧୁ ରସ

ଦିନେକ ପ୍ରଭୁ ନନ୍ଦ ସୁତ

ବିଚାର କଲେ ଆତ୍ମ ହିତ

 

 

 

 

ଆମ୍ଭଙ୍କୁ ବରିଛନ୍ତି ନାରୀ

ଶିବ ଗଉରୀ ପୂଜା କରି

ହର ଯେ ଦେଇଛନ୍ତି ବର

ହରିବା ଦୁଃଖ ତାହାଙ୍କର

ୟେମନ୍ତ ମନେ ବିଚାରିଲେ

ହରଷେ ନିଜ ପୂରେ ଗଲେ

ବିରହ ବଂଶୀ କହେ ଧରି

ବିଜୟେ ହେଲେ ଆପେ ହରି

 

 

 

 

କଦମ୍ବ ତଳେ ହେଲେ ଉଭା

ହାଥେ ମୁରଲୀ ଗୋଟି ଶୋଭା

ହରଷ ହୋଇ ଗୋପୀନାଥ

ରଚିଲେ ନିଜ ମାୟା ପଥ

ମୋହନ ବଂଶୀ ଧରି କରେ

ଚାପିଲେ ଶ୍ରୀ ବିମ୍ବା ଅଧରେ

ଚାରି ଛନ୍ଦରେ ବଂଶୀ ପୂରି

ଥକିତ ହେଲେ ନଦୀ ବାରି

 

 

 

 

ପାଷାଣ ତରଳି ବହିଲେ

ଶୁଷ୍କ ତରୁୟେ ପଲ୍ଲବିଲେ

କୋକିଳ ମିଳି କଳେ ଧ୍ୱନି

ଉଲ୍ଲସି ଉଠେ ପୁର ତିନି

ଅବଳା ଗଣେ ହେଲେ ମତ୍ତା

ଲାଗିଲା କାମ ଭୟ ଚିନ୍ତା

ଯୁବତୀ ରହି ନ ପାରିଲେ

ବୃଦ୍ଧାୟେ ଭୋଳେ ନିଦ୍ରା ଗଲେ

 

 

 

 

 

 

 

 

ବହିଲା ବସନ୍ତ ପବନ

ବିଜୟେ କନ୍ଦର୍ପ ରାଜନ

ପଶୁ ମଇଂଷି ଥମ୍ଭୀଭୁତ

ମୟୁରମାନେ କଲେ ନୃତ୍ୟ

ନଦୀୟେ ଓଲଟି ବହିଲେ

ଭୃଙ୍ଗ ଝିଙ୍କାରୀ ଧୁନି କଲେ

ସର୍ବେ ହୋଇଲେ ହତଗ୍ୟାଂନ

ବ୍ରହ୍ମ ଯାମେନୀ ହେଲା ସମ

 

 

 

 

ତ୍ରିଭଙ୍ଗୀ ଛନ୍ଦେ ଉଭା ହୋଇ

ବିରହ ବଂଶୀ କରେ ଲଇଂ

ଉଭାରି ଯମୂନାର ତୀରେ

ବାଜିଲା ବଂଶୀ ଉଚ୍ଚସ୍ୱରେ

ଥମ୍ବନ ମୋହନ ଯେ ବଶ୍ୟ

ଫୁରିଲା ବଂଶୀ ଚଉଦଶ

ରାଧିକା ମୂଳେ ଯେତେ ଥିଲେ

ମୋହେ ସେ କ୍ଷିତିରେ ଲୋଟିଲେ

 

 

 

 

ବୃନ୍ଦା ଶ୍ୱରୀରେ କାମ ବାଧା

ଶୁଣି ବିରହୀ ହେଲେ ରାଧା

ବସ୍ର ସମ୍ଭାଳି ନ ପାରିଲେ

ବିଭଳ ମତିରେ ଉଠିଲେ

ନାନା କ୍ରୀଡ଼ାରେ ଥିଲେ ମାତି

ଯୁବା ବୟେସୀ ଯେତେ ଗୋପୀ

କେ ବସିଥିଲା ନିଜ ଘରେ

କୁଙ୍କୁମ ଘେନି ନିଜ କରେ

 

 

 

 

ଶୁଣି ଧାଇଂଲା କୁଂଜବନ

ଦେଖିଲା ନନ୍ଦର ନନ୍ଦନ

ତାମ୍ବୋଳ ଭୁଂଜୁଥିଲା କେହୁ

ଶୁଣିଲା ବଂଶୀ ଧୁନି ଯହୁଂ

ସଂସାର ଲଜ୍ଜା କଲା ଦୂର

ପ୍ରବେଶ ଯମୂନାର ତୀର

କେ ବସି ସୁବେଶ ହୋଅଇ

ସରୁ କଜ୍ଜଳ କେ ଘେନଇ

 

 

 

 

 

 

 

 

ଡାକଇ ବଂଶୀ ଦାଉଂ ଦାଉଂ

ଧାଇଂଲେ ଗୋପୀଗଣେ ତହୁଂ

କେ ବସି ମଥୁଂଥିଲା ଦଧି

ମୁରଲୀ ଶୁଣି ଖୀନ ବୁଦ୍ଧି

ଛାଡ଼ି ଧାଇଂଲା ବନ ଲାଗେ

ଶୁଣିଲା କୃଷ୍ଣ ବଂଶୀ ଭାଗେ

କେ ପୁରେ ଶେଯା ରଂଜୁଥିଲା

କର୍ଣ୍ଣରେ ସୁସ୍ୱର ଶୁଣିଲା

 

 

 

 

ନିଜ ପତିର ସ୍ନେହ ଛାଡ଼ି

କାମ ବଶ୍ୟରେ ପଥ ହୁଡ଼ି

ପ୍ରବେଶ ହେଲା କୁଂଜବନ

ଦେଖିଲେ ବିଜେ ବଂଶୀଧନ

କେ ଗୋପୀ ବସ୍ର ପିନ୍ଧୁଥିଲା

ଶୁଣିଣ ବେଗେ ସେ ଧାଇଂଲା

ଧାମନ୍ତେ ବସ୍ର ପଡ଼େ ଲୋଟି

କବେରୀ ଭାର ଗଲା ଫିଟି

 

 

 

 

ବାନ୍ଧି ନ ପାରି ଗୋପ ନାରୀ

ଧାମଇଂ ଉଦବେଗ କରି

ପ୍ରବେଶ ହେଲା ବୃନ୍ଦାବନ

ଯହିଂ ଶୁଭଇଂ ବଂଶୀ ସ୍ୱନ

କେ ଗୋପୀ ଲିପୁଥିଲା ଘର

ଛାଡ଼ି ଧାମଇଂ ନଦୀ ତୀର

କେ ବସି ଚନ୍ଦନ ଘସଇ

ବଂଶୀ ତା ନାମରେ ଡାକଇ

 

 

 

 

ଆସ ବହନ ଗୋପୀ ନାରୀ

ବନେ ବିଜୟେ କଲେ ହରି

ଛାଡ଼ି ଧାଇଂଲା ଗୋପୀ ବେଗେ

ଦେଖିଲା କଦମ୍ବର ଲାଗେ

କେ ବସି କାଟୁଥିଲା ସର

ଶୁଣିଲା ବେନୁ ଯେ ସୁସ୍ୱର

ଧାମଇଂ ଅତି ବେଗ ହୋଇ

ସର ଆଟିକା କରେ ଲଇଂ

 

 

 

 

 

 

 

 

ଦେଖିଲା ବିଜେ ବ୍ରହ୍ମରାଶି

ମନ୍ଦ ମଧୁରେ କୃଷ୍ଣ ହସି

କେ ଗୋପୀ ଥିଲା ନିଜ ଘରେ

ଶୟନ ପତିର କୋଳରେ

ଶୁଭିଲା କୃଷ୍ଣ ବଂଶୀ ସ୍ୱନ

ଛାଡ଼ି ଉଠିଲା ସେ ବହନ

ଧାଇଂଲା ଉଦବେଗ ହୋଇ

ବସ୍ର ଅଙ୍ଗରେ ତାର ନାହିଂ

 

 

 

 

ପ୍ରବେଶ ଯମୂନା କୂଳରେ

ଦେଖିଲା କଦମ୍ବ ମୂଳରେ

ମନ୍ଦ ମଧୁରେ କୃଷ୍ଣ ହସି

ଗୋପୀ ଚାହିଂଣ ଯେ ପ୍ରଶଂସି

କେ ଗୋପୀ ବସିଥିଲା ଘରେ

ବାଳେକ ଘେନିଣ କୋଳରେ

ବଂଶୀ ଶୁଣିଲା କର୍ଣ୍ଣ ମୂଳେ

ବାଳେକ ପକାଇଲା ତଳେ

 

 

 

 

ବେଗେ ଧାଇଂଲା ବୃନ୍ଦାବନ

ଦେଖିଲା ବିଜେ ଭଗବାନ

କେ ଗୋପୀ ନିଦ୍ରା ଯାଇ ପୁଣ

ସ୍ୱପନେ ଶୁଣି ବଂଶୀ ସ୍ୱନ

ଉଠି ଧାଇଂଲା ବନ ଲାଗେ

ଭେଟିଲା କୃଷ୍ଣ ସେ ସୁଭାଗେ

କେ ଗୋପୀ ଗୁନ୍ଥୁଥିଲା ଫୁଲ

ଶୁଣିଲା ମୁରଲୀ ଅମୂଲ୍ୟ

 

 

 

 

ମୁରଲୀ ଡାକେ ଆସ ଆସ

ଶୁଣିଣ ଉଡ଼ିଲା ସାହସ

ଧଣ୍ଡା ପକାଇ ଫୁଲ ନେଲା

କଦମ୍ବ ମୂଳେ ସେ ଦେଖିଲା

ସ୍ୱୟେଂ ବିଜୟେ ବ୍ରହ୍ମରାଶି

ମୁରଲୀ ଗୋପୀ ନାମ ଭାଷି

ଆସ ବହନ ଗୋପୀଗଣ

ବିଜୟେ କଲେ ନାରାୟଣ

 

 

 

 

 

 

 

 

ଶୁଣି ଗୋପୀୟେ ହେଲେ ବଣା

ଧାଇଂଲେ ହୋଇ ଅକଳଣା

କେ ଗୋପୀ ଗାଉଥିଲା ଗୀତ

ଶୁଣିଲା ବଂଶୀ ନାଦ ସ୍ରୋତ

ଉଠି ଧାଇଂଲା ବେଗ ହୋଇ

ଦେଖିଲା ନନ୍ଦର କହ୍ନାଇ

କେ ଗୋପୀ ବାଉଥିଲା ବୀଣା

ବଂଶୀର ଧୁନି ଉଚ୍ଚାଟନା

 

 

 

 

ଶୁଣି ଧାଇଂଲା ଗୋପୀ ବେଗେ

ବୀଣା ପକାଇ ଭୂମି ଭାଗେ

କେ ଗୋପୀ ଲିହୁଥିଲା ଚିତ୍ର

ଶୁଣିଣ ହୋଇଲା ପବିତ୍ର

ବେଗେ ଧାଇଂଲା ବୃନ୍ଦାବନ

ଭେଟିଲା ଶ୍ରୀ ମଧୁସୂଦନ

ବଂଶୀ ଡାକଇ ମନ୍ଦ ମନ୍ଦ

ସ୍ତମ୍ଭନ ଘେନି ଚାରି ଛନ୍ଦ

 

 

 

 

ବୃଦ୍ଧାୟେ ହୋଇଲେ ତାଟକା

ଯୁବାଙ୍କୁ ଲାଗିଲା ଯେ ଦକା

ନିଜ ସ୍ୱାମୀର ପ୍ରୀତି ଛାଡ଼ି

ଗୋପୀୟେ ପ୍ରେମେ ରସେ ବୁଡ଼ି

ୟେକ ଆରେକ ଆଗେ ଗଲେ

ଶ୍ରୀକୃଷ୍ଣ କୁଞ୍ଜରେ ଦେଖିଲେ

ମୁଇଂ ଯିବଇଂ ଆଗ ହୋଇ

ୟେମନ୍ତ ବୋଲି ଗଲେ ଧାଇଂ

 

 

 

 

ମୋହୋର ନାମେ ଡାକେ ବଂଶୀ

ବେଗେ ଯାଇଣ କୁଞ୍ଜେ ପଶି

ବଂଶୀ ଡାକଇ ରାଧା ରାଧା

ଶୁଣି ରାଧାକୁ କଲା ବାଧ।

ହେମ ପୁରରେ ଥିଲେ ବସି

କୁଟିଳ କବେରୀ ସେ ଖୋଷି

ୟେହି ସମୟେ ବଂଶୀ ଧୁନି

ସୁସ୍ୱରେ ଶୁଭେ କର୍ଣ୍ଣ ବେନି

 

 

 

 

 

 

 

 

ଶୁଣିଣ ରାଧା ଯେ ତାଟକା

ନିଶ୍ଚୟ ପଡ଼ିଗଲା ଡ଼କା

ଆସ ଗୋ ରାଧା ରାଧା ରାଧା

ଶୁଣି ଲାଗିଲା କାମ ବାଧା

ପଲଙ୍କୁ ଉଠି ନ ପାରଇ

ମଦନ ଘାଉଡ଼ କରଇ

ୟେମନ୍ତ ପୁଣ ଡାକେ ବଂଶୀ

ଶୁଣି ଧାଇଂଲା ଚାରୁକେଶୀ

 

 

 

 

ପ୍ରବେଶ ହେଲା କୁଞ୍ଜବନ

ଦେଖିଲା ବିଜେ ଭଗବାନ

ପଞ୍ଚମ ସ୍ୱରେ ଧୂନି ସ୍ଫୁରେ

ଗୋପୀୟେ ହୋଇଲେ କାତରେ

ୟେକ ଗୋପୀୟେ ଖୀନ ହୋଇ

ବେଗେ ସେ ନ ପାରିଲା ଯାଇ

ଡାକଇ ତାର ନାମେ ବଂଶୀ

ଗୋପୀ ଧାଇଂଲା ଉଠି ବସି

 

 

 

 

ଦେଖି ତାହାର ନିଜ ପତି

ବୋଲଇ ଅତି ଯେ ଅନୀତି

ବନ୍ଧନ କଲା ନେଇ ଘରେ

ମାଇଲା ଅନେକ ପ୍ରକାରେ

ବଂଶୀ ଡାକଇ ଆସ ଆସ

ଶୁଣିଣ ଉଡ଼ିଲା ସାହସ

ବଂଶୀ ଡାକଇ ଗୋପାଳୁଣୀ

ଅଇଲେ ସକଳ ତରୁଣୀ

 

 

 

 

ବହନ ହୋଇ ଆସ ତୁହି

ଶୁଣିଣ ସାହସ ଉଠଇ

ଶୂନ୍ୟକୁ କଲା ଆଲିଙ୍ଗନ

ଶୂନ୍ୟରେ ଦେଲା ସେ ଚୁମ୍ବନ

ଶ୍ରୀ କୃଷ୍ଣ ଦେହେ ଗଲା ମିଶି

ଦେଖିଲା ଆଗେ ବ୍ରହ୍ମରାଶି

ଛାଡ଼ିଣ ଗଲା ନିଜ ଦେହି

କୁଞ୍ଜେ ଦେଖିଲା ସେ ମାଧୋଇ

 

 

 

 

 

 

 

 

ୟେମନ୍ତେ ଗୋପୀ ଥିଲେ ଯେତେ

ଆସିଲେ ମିଳିଲେ ତୁରିତେ

କଦମ୍ବ ମୂଳେ ହେଲେ ଯାଇଂ

ଦେଖିଲେ ନନ୍ଦର କହ୍ନାଇ

ବିମ୍ବ ଅଧରେ ଶୋହେ ବଂଶୀ

ସଂପୁର୍ଣ୍ଣ ଚନ୍ଦ୍ର ଉଦେ ନିଶି

କୁମାର ପୂର୍ଣ୍ଣମୀର ଦିନ

ପୂର୍ଣ୍ଣ ରାହାସ ଭଗବାନ

 

 

 

 

ମିଳିଲେ ସର୍ବ ଗୋପୀ ଆସି

ଦେଖି ଅଧରୁ ଥୋଇ ବଂଶୀ

ବଂଶୀ ରଖିଣ ଦାମୋଦର

ବୋଲନ୍ତି ବଚନ ମଧୁର

କିମ୍ପା ଅଇଲ ବନେ ଧାଇଂ

ବନ୍ଧୁ ସ୍ୱଜନ ଲଜ୍ଜା ନାହିଂ

ସ୍ୱଭାବେ ଷୋଡ଼ଶ ବୟେସ୍ୟ

ମଦନ ରାଜାର ଭବିଷ୍ୟ

 

 

 

 

ୟେକେ ୟେ ନିଶି ଘୋର ବନ

କିମ୍ପା ଅଇଲ ଗୋପୀଗଣ

କିଛୁ ତୁମର ନାହିଂ ଭୟେ

ଲଜ୍ଜା ଛାଡ଼ିଲ କି ଗୋପୀୟେ

ନିଶ୍ଚେ ହୋଇବ ତୁମ୍ଭେ ନାଶ

ଲଜ୍ଜା ପାଇବେ ଗୋପୀ ବଂଶ

ନ କର ବିଲମ୍ବ ତରୁଣୀ

ବାହୁଡ଼ି ଯାଅ ବେଳ ଜାଣି

 

 

 

 

ବନ ଜନ୍ତୁ ୟେ ବନେ ଥିବେ

ଦେଖିଲେ ତୁମ୍ଭଙ୍କୁ ଖାଇବେ

ତୁମ୍ଭର ନାହିଂ କିଛୁ ଡ଼ର

ବହନ ଯାଅ ନିଜ ଘର

ତୁମ୍ଭଙ୍କୁ ଖୋଜୁଥିବେ ଘରେ

ଲଜ୍ଜା ପାଇବ ଗୋ ତୁମ୍ଭରେ

କଂସ ଅଟଇ ଦୁଷ୍ଟମତି

ଶୁଣିଲେ ନେବ ଗୋ ସମ୍ପତ୍ତି

 

 

 

 

 

 

 

 

ନିଜ ପତିକି ସେବା କର

ନିୟତ ଧର୍ମ ଗୋ ତୁମ୍ଭର

ସକଳ ସୁଖ ଅଛି ତହିଂ

ବେଗେଣ ଯାଅ ଗୋପ ଗୋଈ

ବାଳେକ ଅଇଲ ଯେ ଛାଡ଼ି

କାନ୍ଦନ୍ତି ହେ ମା ରବ ଛାଡ଼ି

ବହନ ହୋଇ ଯାଅ ଘର

ଖୋଜନ୍ତି ଜନନୀ ପିଅର

 

 

 

 

କେହି ନ ଜାଣୁ ତୁମ୍ଭେ ଯାଅ

ନିଜ ପତିର ସୁଖ ପାଅ

କହନ୍ତି ଶ୍ରୀ ମଧୁସୁଦନ

ଶୁଣ ସକଳ ଗୋପୀଗଣ

ବଜ୍ର ପଡ଼ିଲା ପ୍ରାୟେ ମଣି

ବୋଲନ୍ତି ଗୋପାଳ ତରୁଣୀ

ଦଣ୍ଡେ ହୋଇଲେ ସର୍ବେ ତୁନି

ପୁଣି ବୋଲନ୍ତି ଗୋପାଲୁଣୀ

 

 

 

 

ଶୁଣ ହୋ ନନ୍ଦର ନନ୍ଦନ

ବୋଇଲ ନିଷ୍ଠୁର ବଚନ

ଅଇଲୁ ତୋର ବେଣୁ ସ୍ୱନେ

ନିରାଶ କରୁଛୁ କେସନେ

ଦେଖ ୟେ ନିଶି ପରିମଳ

ପବନ ବହେ ସୁଶୀତଳ

ବଂଶୀ ହୋଇଲା ବ୍ୟାଧି ମୂଳ

ଓଷଧ ତୁମ୍ଭେ ନନ୍ଦ ବାଳ

 

 

 

 

ବଂଇଶୀ ନାଦେ ଅଣାଇଲୁ

ଏବେ ନିଷ୍ଠୁର ତୁ ବୋଇଲୁ

ୟେ ନୋହେ ଭଲ ପଣ ତୋର

ଭଣ୍ଡି ଆଣିଲୁ ହେ ନାଗର

ଛାଡ଼ିଲୁ ନିଜ ଗୃହ କାନ୍ତ

ଅଇଲୁ ଶୁଣି ବେଣୁ ଗୀତ

ତେଣେ ଆମ୍ଭର ନାହିଂ ଆଶ

ତୁ ଆମ୍ଭ ସର୍ବ ପୀତବାସ

 

 

 

 

 

 

 

 

ନିଶ୍ଚେ ହୋଇଲୁ ଆମ୍ଭେ ନାଶ

ଯମୂନା ଜଳେ ଦେବୁଂ ଝାସ

ନିଷ୍ଠୁର ଯହୁଂ ସେ ଶୁଣିଲେ

ନିଶ୍ଚେ ମରିବା ଆଚରିଲେ

କିସ କରିବା ଯାଇଂ ଘରେ

ଲଜ୍ଜା ହୋଇବ ଗୋ ଆମ୍ଭରେ

ଏ ସ୍ତିରୀ ହତ୍ୟା କୃଷ୍ଣ ପାଉ

କୀରତି ଯୁଗେ ଯୁଗେ ଥାଉ

 

 

 

 

ସର୍ବେ ହୋଇଲେ ଏକ ମନ

ବୋଇଲେ ରଖ ନନ୍ଦନାନ

ମରଣ ପଥ ବିଚାରିଲେ

ନିରାଶେ ସର୍ବେ ବାହୁଡ଼ିଲେ

ଗୋପୀଙ୍କ ତେଜ ଦେଖି ହରି

ବୋଲନ୍ତି ଆସ ଗୋପୀନାରୀ

କର ପ୍ରସାରି ନରହରି

ଡାକନ୍ତି ଆସ ବ୍ରଜନାରୀ

 

 

 

 

ଶୁଣିଲେ ଯହୁଂ ଗୋପୀଗଣ

ଡାକିଲେ ଆପେ ନାରାୟଣ

ଆନନ୍ଦ ସର୍ବ ମନେ ହେଲା

ଗୋପୀଙ୍କ ମନଦୁଃଖ ଗଲା

ସର୍ବେ ଧାଇଂଲେ ୟେକାବେଳେ

ପଡ଼ିଲେ କୃଷ୍ଣ ପାଦତଳେ

ୟେକୁ ଆରକେ ଆଗ ହୋଇ

ଆନନ୍ଦେ ଆଲିଙ୍ଗନ ଦେଇ

 

 

 

 

ମୋତେ ଡାକିଲେ ନନ୍ଦସୁତ

ଧାମନ୍ତି ଗୋପୀ ଯୂଥ ଯୂଥ

ଶ୍ରୀକୃଷ୍ଣ ହୋଇଣ ହରଷ

ମହିଂମା କଲେ ପରକାଶ

ଷୋଳ ସହସ୍ର ରୂପ ଧରି

ମଧ୍ୟେ ବିଜୟ ନରହରି

ଅନନ୍ତ କଳା ମନେ କରି

ରୂପକୁ ରୂପରେ ସଂହରି

 

 

 

 

 

 

 

 

ମାୟା ପଟକ ପ୍ରକାଶିଲେ

ଗୋପୀଙ୍କ ମନ ସେ ମୋହିଲେ

ୟେକ ୟେକକେ କଲେ ରାସ

ଗୋପୀ ହୋଇଲେ ସର୍ବେ ତୋଷ

ଗୋପୀଙ୍କ ହେଲା ଆତ୍ମାସୁଖ

ରାଧା ରମିଲେ ପଦ୍ମମୁଖ

ଗୋପୀଙ୍କି ଘେନି ଭଗବାନ

ପ୍ରବେଶ ହେଲେ କୁଂଜବନ

 

 

 

 

ପୂଷ୍ୟ ତୋଳିଲେ ସର୍ବ ବାଳୀ

ଗୁନ୍ଥିଲେ ଆପେ ବନମାଳୀ

କୃଷ୍ଣ ବରିଲେ ଗୋପୀଗଣ

ମଧ୍ୟେ ବିଜୟେ ଭଗବାନ

ଗୋପୀୟେ ଦେଲେ ହୁଳହୁଳି

ପୁଷ୍ୟ ଆଞ୍ଜୁଳି ଦେଲେ ତୋଳି

ଶ୍ରୀକୃଷ୍ଣ ହୋଇଲେ ହରଷ

ବେଢ଼ି କରନ୍ତି ନିତ୍ୟରସ

 

 

 

 

ଯମୂନା ବାଲିକୁଦେ ମିଳି

ଗୋପୀଙ୍କ ମଧ୍ୟେ ବନମାଳୀ

ଗୋପୀଙ୍କ ମନ ଜାଣିମାରେ

ବିଚାର କଲେ ସେ ମନରେ

ଗୋପୀୟେ ବୃନ୍ଦବତୀ ନାମେ

ଥିଲା ସେ କୃଷ୍ଣ ସନିଧ୍ୟାନେ

ତାହାର କର କୃଷ୍ଣ ଧରି

ଅନ୍ତର ହୋଇଲେ ମୁରାରି

 

 

 

 

କୃଷ୍ଣ ହୋଇଲେ ଅନ୍ତର୍ଧାନ

ବୃନ୍ଦା ଅଛଇ ସଙ୍ଗତେଣ

ଗୋପୀ ବୋଲନ୍ତି ଗୋପୀନାଥ

କେଣେ ହୋଇଲ ଯେ ଗୁପତ

କୃଷ୍ଣଙ୍କୁ ଯହୁଂ ନ ଦେଖିଲେ

ଗୋପୀୟେ ଚିନ୍ତା ଦୁଃଖୀ ହେଲେ

ଅନ୍ତର ହୋଇଲେ ମୁରାରି

କାନ୍ଦନ୍ତି ସର୍ବ ଗୋପନାରୀ

 

 

 

 

 

 

 

 

ଶୁଣ ପରୀକ୍ଷ ନୃପମଣି

ସକଳ ପାପ ନାଶ ଶୁଣି

ଶୁଣ ହୋ ରାମଚନ୍ଦ୍ର ଦାସ

ଶ୍ରୀ କୃଷ୍ଣ ଅନ୍ତର୍ଧାନ ରସ

ଦୀନ ଅଚ୍ୟୁତି ପଛେ ଥିଲା

କୃଷ୍ଣଙ୍କୁ ଖୋଜି ନପାଇଲା

ସୃଜନ ଜନେ ୟେଣେ ରସ

କହଇ ଅଚ୍ୟୁତ ଯେ ଦାସ

 

 

 

 

ଇତିଶ୍ରୀ ରାହାସ ପ୍ରେମପଞ୍ଚାମୃତେ ଶୁକ ପରିକ୍ଷିତ ସଂବାନ୍ଦେ

ଅଚ୍ୟୁତ ରାମଚନ୍ଦ୍ର କଥନେ ଶ୍ରୀକୃଷ୍ଣ ଅନ୍ତର୍ଦ୍ଧାନେ

ନାମ ପ୍ରଧମୋଽଧ୍ୟାୟଃ।

 

॥ ଦ୍ୱିତୀୟ ଅଧ୍ୟାୟ॥

ଶୁଣ ହୋ ଗୋପାଳର ସୁତ

କହନ୍ତି ଶୁକ ତପୋବନ୍ତ

ଶୁକ କହନ୍ତି ରାଜା ଆଗେ

ଶୂଣଇ ରାଜନ ସରାଗେ

ପରୀକ୍ଷ ରାଜା ହୋୟେ ତୋଷ

କହନ୍ତି ବସି ବ୍ୟାସ ଶିଷ୍ୟ

କୃଷ୍ଣ ଯେ ଗଲେ ଅନ୍ତର୍ଧାନେ

ଗୋପୀ ଖୋଜନ୍ତି ନାନାରଙ୍ଗେ

ରାଧିକା ସଖିଗଣ ସଙ୍ଗେ

ବେନ ଖୋଜନ୍ତି ନାନାରଙ୍ଗେ

ଲଳିତା କରେ ଦେଇ କର

ପୁଷ୍ୟ ନନ୍ଦନୀ ଚଳେ ଧୀର

ବେଢ଼ି ଅଛନ୍ତି ଗୋପନାରୀ

ମଧ୍ୟରେ ରାଧିକା ସୁନ୍ଦରୀ

ଖୋଜନ୍ତି ପଶି ବନେ ବନ

ଭାରି ଗୋପିନୀ ଯଉବନ

ଶ୍ୱରୀରେ କନ୍ଦର୍ପ ପ୍ରଭାବ

ଚଳନ୍ତି ମନ୍ଦ ମନ୍ଦ ଭାବ

ସଙ୍ଗତେ ଘେନି ଗୋପୀଗଣ

ବିକଳେ ଖୋଜି ବନ ବନ

ଚନ୍ଦ୍ର ଯାମେନୀ ଅଛି ଝଳି

ପଥେ ନେପୁର ବୁଡ଼ା ବାଲି

କୁଚ ଉଭାରି ତନୁ ଭାରି

କୃଷ୍ଣେ ଲୋଡ଼ନ୍ତି ଅନୁସରି

ବୋଲନ୍ତି ଆସ ଭାବଗ୍ରାହୀ

ଆମ୍ଭଙ୍କୁ ନାଶ କାହିଂପାଇଂ

କେଣେ ଲୁଚିଣ ଅଛ ହରି

କଠୋର ହୃଦୟ ତୋହରି

ସୁଧା ମଧୁର ପାନ ଆସେ

ଭୃଙ୍ଗ ମିଳନ୍ତି ଯେହ୍ନେ ପୂଷ୍ୟେ

କଣ୍ଟୁ କି ପୁଷ୍ୟେ ଭୃଙ୍ଗ ପଡ଼ି

ଶ୍ୱରୀ ଫୁଟଇ ପ୍ରାଣ ଛାଡ଼ି

 

 

 

 

ରସ ଲୋଭରେ ପ୍ରାଣ ଦେଇ

ତେମନ୍ତ ହେଲୁ ସର୍ବ ଗୋଈ

କେତକୀ ପୁଷ୍ୟ ହେଇ ତୁମ୍ଭେ

ଭ୍ରମର ହେଲୁଂ ଗୋପୀ ଆମ୍ଭେ

ଲୋଭେଣ ଚୁମ୍ବିତ ହୋଇଲୁ

କଣ୍ଟୁକି ଘାତେ ଆମ୍ଭେ ମଲୁ

ଆସ ବହନ ନନ୍ଦ ନାନ

ନିଶ୍ଚୟ ଗଲାଟି ଜୀବନ

 

 

 

 

ହତ୍ୟା ହୋଇବ ତୁମ୍ଭ ପରେ

ହସନ୍ତି ଶୁଣି ଦାମୋଦରେ

ଏମନ୍ତେ ଗୋପୀଗଣେ ମିଳି

ଡାକନ୍ତି ଆସ ବନମାଳୀ

ମୃଗ ଯୂଥକୁ ଗୋପୀ ଚାହିଂ

ବୋଲନ୍ତି ଦେଖିଲେ କି ୟେହି

ତେରଛ କରି ଚାହୁଂଥାନ୍ତି

ସକଳେ ମିଶି ପଚାରନ୍ତି

 

 

 

 

ମଇଂଶି ଦେଖି ଯୂଥ ଯୂଥ

ୟେକି ଦେଖିଲେ ଗୋପୀନାଥ

ବୋଲନ୍ତି ଚାହିଂ ତରୁଗଣ

ରାଧା ବୋଲନ୍ତି ଗୋପୀ ଶୁଣ

ଦେଖ ୟେ ତରୁମାନେ ଶୋଭା

ସୁନ୍ଦର ଦିଶେ ମନଲୋଭା

ପଲ୍ଲବ ହୋଇଛନ୍ତି ଦେଖ

ୟେ ୟେ ଦେଖିଲେ ପଦ୍ମମୁଖ

 

 

 

 

ପୁଣି ବୋଲନ୍ତି ବୃକ୍ଷ ଚାହିଂ

ଅବଶ୍ୟ ଦେଖିଛନ୍ତି ୟେହି

ଶୁଣ ହୋ ବୃକ୍ଷମାନେ ତୁମ୍ଭେ

ମାୟା ନ କରି କହ ଆମ୍ଭେ

ଶ୍ରୀକୃଷ୍ଣ ଗଲେ କଉଂ ଭାଗେ

ରହି ଅଛନ୍ତି କଉଂ ଲାଗେ

ଆମ୍ଭେ ନିର୍ମାଖୀ ଗୋପ ନାରୀ

କାହାକୁ ଘେନି ଗଲେ ହରି

 

 

 

 

ତୁମ୍ଭେ କି ସତ ଦେଖିଅଛ

ଯେ ପଥେ ଗଲେ ନନ୍ଦ ବଛ

ଆମ୍ବ ଯମ୍ବିଳ ଲେମ୍ବୁ ଶୁଣ

ୟେ ପଥେ ଗଲେ ନାରାୟଣ

ଦେଖି କି ଅଛ ତୁମ୍ଭମାନେ

ନ କହି ରହ ତୋ ମଉନେ

ପୁଣ ବୋଲନ୍ତି ହେ ପନସ

ତୁମ୍ଭ ଦେଖିଲା ପୀତବାସ

 

 

 

 

ୟେ ପଥେ ଗଲେ ନରହରି

କଉଂ ଗୋପିକା କର ଧରି

ବେଲ ବକୁଳ ତୁମ୍ଭେ ଶୁଣ

ୟେ ପଥେ ଗଲେ ନାରାୟଣ

ଜମ୍ବୁ କଇଂଥ ଲିମ୍ବ ଗଛ

କେ ଦେଖିଅଛ ନନ୍ଦ ବଛ

କଉଂ ଗୋପିକା କର ଧରି

ବିଜୟେ କଲେ ବେନୁଧାରୀ

 

 

 

 

ରାଧିକା ବୋଲନ୍ତି ଗୋ ସହି

ଶୁଣ ଲଳିତା ମିତ୍ରା ତୁହି

ୟେ ପୂଷ୍ୟ ଗଛ ଦେଖିଛନ୍ତି

ଯେଣୁ ଏ ପୁଲକ ଦିଶନ୍ତି

ୟେମନ୍ତ କହିଣ ଯେ ଗଲେ

ସନିଧ୍ୟେ ପ୍ରବେଶ ହୋଇଲେ

ମନେ ହୋଇଣ ଉନୁମତ୍ତା

ଆନନ୍ଦ ମନେ କରି ଚିନ୍ତା

 

 

 

 

ରାଧା ବୋଲନ୍ତି ପୁଷ୍ୟ ଶୁଣ

ତୁମ୍ଭ ଦେଖିଲା ଭଗବାନ

କୁନ୍ଦ ମନ୍ଦାର ଚମ୍ପା ଗଛ

ଦେଖିଣ ଅଛ ନନ୍ଦ ବଛ

ଶୁଣ ରଙ୍ଗଣୀ ଆମ୍ଭ ବାଣୀ

ନିଶ୍ଚେ ଦେଖିଲି ବେନୁପାଣି

ତରଙ୍ଗ ପ୍ରାୟେ ଦିଶେ କେହି

ନିଶ୍ଚେଂ ଗୋ ଦେଖିଲ ମାଧୋଇ

 

 

 

 

 

 

 

 

ନ କରି ମାୟା କହ ସତ

କେଣେ ସେ ଗଲେ ନନ୍ଦ ସୂତ

ଆମ୍ଭର ମନ ହେଲେ ହରି

ନିଶ୍ଚେ ମରିବୁ ଗୋପ ନାରୀ

କହ ରଙ୍ଗଣୀ ସତ୍ୟ ବାଣୀ

କେଣେ ଅଛନ୍ତି ବେନୁପାଣି

ପୁଣି ବୋଲନ୍ତି ଚାହିଂ ଯୂଈ

ତୁମ୍ଭେ କି ଦେଖିଲ ମାଧୋଇ

 

 

 

 

ଶୁଣ ଗୋ ମରୁଆ ମାଳତୀ

ଦେଖିବା ହେଲ ଗୋପୀ ପତି

କରୁଣା ଦୟଣା ହୋ ଶୁଣ

ୟେ ପଥେ ଗଲେ ନାରାୟେଣ

ଶୁଣ କଦମ୍ବ ଆମ୍ବ ବାଣୀ

ୟେ ପଥେ ଗଲେ ବେନୁପାଣି

ସୁରଭି ହୋଉଛି ପ୍ରକାଶ

ତୁମ୍ଭ ଦେଖିଲା ପୀତବାସ

 

 

 

 

ୟେମନ୍ତେ ରାଧା ଗୋପୀ ମେଳେ

ବନେ ହେରନ୍ତି ରାତ୍ରକାଳେ

ନ ପାଇ ଶ୍ରୀକୃଷ୍ଣ ସନ୍ଦେଶ

ମିଳିଲେ କଦମ୍ବର ପାଶ

ବସିଣ କରନ୍ତି ବିଚାର

ରାଧା ବାଉଳି ବାରଂବାର

ଶୁଣ ବିଶାଖା ମୋର ବାଣୀ

ଯାହାକୁ ନେଲେ ବେଣୁପାଣି

 

 

 

 

ପୁଣ୍ୟ ତାହାର ୟେଡ଼େ ଦେଖ

ଆମ୍ଭେ ଗୋ ହୋଇଲୁ ନିରେଖ

ୟେକାନ୍ତେ ରମିଲା ମାଧବ

ଭଲା ଗୋ କରିଥିଲା ଠାବ

କପଟ ଭାବ ତାର ଥିଲା

ଭରସା ୟେମନ୍ତ ହୋଇଲା

ରାଧିକା ୟେସନେକ କହି

ଲଳିତା ଆଗଭର ହୋଇ

 

 

 

 

 

 

 

 

ବୋଲନ୍ତି ଗୋପୀଗଣେ ଶୁଣ

ଚାଲ ଖୋଜିବା ବନେ ପୁଣ

ୟେମନ୍ତ ବିଚାର ସେ କଲେ

ଚାରି ଦିଗକୁ ଖୋଜି ଗଲେ

ବିଶାଖା ମୂଳେ ଯେତେ ଥିଲେ

ଉତ୍ତର ଭାଗେ ସେ ଖୋଜିଲେ

ଭଦ୍ରା ମୂଳରେ ଯେତେ ଗୋପୀ

ଦକ୍ଷିଣ ଦିଗକୁ ନିରୋପି

 

 

 

 

ପୂର୍ବେଣ ଚିତ୍ରା ସଖି ମେଳେ

ଗହନେ ଶ୍ରୀକୃଷ୍ଣ ଖୋଜିଲେ

ରାଧିକା ଲଳିତାକୁ ଘେନି

ଯେତେକ ଥିଲେ ସେ ଗୋପିନୀ

ଖୋଜିଲେ ବନେ ଭଗବାନ

କହନ୍ତି ଶୂକ ମାହାଜନ

ଶୁଣଇଂ ରାଜା ପରୀକ୍ଷିତ

କୃଷ୍ଣ ଚରଣେ ଦେଇ ଚିତ୍ତ

 

 

 

 

ଦୀନ ଅଚ୍ୟୁତି ହୋଇ ତୋଷ

ବୋଲଇ ଶୁଣ ରାମ ଦାସ

କୃଷ୍ଣ ନ ପାଇ ଗୋପୀଗଣ

ହେରନ୍ତି ଦିଗେ ଦିଗେ ପୁଣ

ମେ ହୋର ମନ ଗୋଡ଼ାଇଲା

ସର୍ବ ସଖିଙ୍କ ପଛେ ଥିଲେ

ବାହୁଡ଼ି ହୋଇଲା ବିରସ

ନ ପାଇ ଶ୍ରୀକୃଷ୍ଣ ସନ୍ଦେଶ

 

 

 

 

ଶୁଣ ହୋ ଗୋପାଳ ନନ୍ଦନ

ଗୋପୀ ଖୋଜନ୍ତି ନନ୍ଦନାନ

ଗୋବିନ୍ଦ ପାଦେ ଦେଇ ଚିତ୍ତ

କହିଲା ଦୀନ ଯେ ଅଚ୍ୟୁତ

ଇତିଶ୍ରୀ ରାହାସ ପ୍ରେମ ପଞ୍ଚାମୃତେ ଶ୍ରୀକୃଷ୍ଣ ଅନ୍ତର୍ଧାନେ

ସଖିଗଣ ଦିଗନିରୂପେଣ ନାମ

ଦ୍ୱିତୀୟୋଽଧ୍ୟାୟ।

 

॥ ତୃତୀୟ ଅଧ୍ୟାୟ॥

କହନ୍ତି ଶୁକ ମାହାଯତି

ଶୁଣ ହୋ ପରୀକ୍ଷ ନୃପତି

ଦୀନ ଅଚ୍ୟୁତି ବୋଲେ ରାମ

ଶୁଣ ତୁ ହୋଇ ସାବଧାନ

ଗୋପୀୟେ ବନେ ବନେ ପଶି

ଖୋଜନ୍ତି ପ୍ରଭୁ ବ୍ରହ୍ମରାଶି

ଦକ୍ଷିଣ ଭାଗ ବନେ ଗଲେ

ଅନେକ ଗହନେ ଖୋଜିଲେ

କୃଷ୍ଣ ନ ପାଇ ବାହୁଡ଼ିଲେ

ପୂରୁବେ କୃଷ୍ଣ ନ ପାଇଲେ

ନ ଲଭି ଶ୍ରୀକୃଷ୍ଣ ସନ୍ଦେଶ

ବାହୁଡ଼ି ହୋଇଲେ ନିରାଶ

ଉତ୍ତରେ ଯେତେ ଗୋପୀ ଗଲେ

ଘୋର ଗହନେ ଖୋଜି ହେଲେ

ନ ପାଇ ହୋଇଲେ ନିରାଶ

ମିଳିଲେ କଦମ୍ବର ପାଶ

ପଛିମେ ରାଧା ଖୋଜି ହେଲେ

କୃଷ୍ଣ ନ ପାଇ ବାହୁଡ଼ିଲେ

ସର୍ବେ ମିଳିଲେ ପୁଣି ଆସି

ଗୋପିକା ଯେତେ ବ୍ରହ୍ମ ଅଂଶୀ

ସକଳ ହୋଇଣ ଭାଜିଲେ

ପୁଣି ଉଠିଲେ ୟେକାବେଳେ

କିଛି ହିଂ ଦୂର ଗଲେ ପୁଣି

ଖୋଜନ୍ତି ତହିଂ ଗୋପାଲୁଣୀ

ୟେକ ଗୋପୀୟେ ଖୋଜୁଥିଲା

ଚନ୍ଦ୍ରରେଖାକୁ ସେ ବୋଇଲା

ବିଶାଖା କର ଧରି କହି

ଦେଖ ଗୋ ପାଦ ଚିହ୍ନ ୟେହି

ଚରଣ ଉପରେ ଚରଣ

ପଡ଼ିଛି ଅଷ୍ଟାଦଶ ଚିହ୍ନ

ଶୁଣିଣ ରାଧିକା ଧାଇଂଲେ

ଚରଣ ଚିହ୍ନ ନିରେଖିଲେ

 

 

 

 

ଚିହ୍ନିଲେ କୃଷ୍ଣ ଚିହ୍ନ ୟେହି

ମୋହେ ପଡ଼ିଲେ ସର୍ବ ଗୋଈ

ୟେବେ ପାଇବା ନରହରି

ଲଳିତା କର କରେ ଧରି

ପାଦକୁ ଚାହିଂଣ ରାଧିକା

ପ୍ରଣମ୍ୟ କଲେ ସେ ନାୟେକା

ବହନେ ପାଦ ଚିହ୍ନ ଖୋଜି

ରାଧା ବୋଲନ୍ତି ମନେ ହେଜି

 

 

 

 

ୟେବ ପାଇବା ଦାମୋଦର

ସକଳେ ଚାଲନ୍ତି ସଧୀର

ୟେମନ୍ତେ କିଛୁ ଦୂର ଗଲେ

ମାଳ ଗୋଟାଏ ଯେ ଦେଖିଲେ

ରାଧିକା ବୋଲନ୍ତି ଗୋ ସହୀ

ଯାହାକୁ ନେଲେ ଭାବଗ୍ରାହୀ

ୟେ ମାଳ ଥିଲା ତାର ଶିରେ

ଖସି ପଡ଼ିଲା ଅବନୀରେ

 

 

 

 

ଗୋପ୍ୟାନେ ଭୟେ ପଳାଇଲେ

ଗୋଡ଼ାଇ ଧରିବା ଗୋ ଭଲେ

ୟେମନ୍ତେ କିଛୁ ଦୂର ଗଲେ

ମାଳ ଗୋଟାଏ ଯେ ଦେଖିଲେ

ରାଧିକା ବୋଲନ୍ତି ଗୋ ସହୀ

ଯାହାକୁ ନେଲେ ଭାବଗ୍ରାହୀ

ୟେ ମାଳ ଥିଲା ତାର ଶିରେ

ଖସି ପଡ଼ିଲା ଅବନୀରେ

 

 

 

 

ଗୋପ୍ୟାନେ ଭୟେ ପଳାଇଲେ

ଗୋଡ଼ାଇ ଧରିବା ଗୋ ଭଲେ

ୟେମନ୍ତ କହୁ କହୁ ଗଲେ

କିଛୁ ବେଳକେ ସେ ଦେଖିଲେ

ବନ ମଧ୍ୟରେ ଶୋକ ପୂରି

ରୋଦନ କରେ ୟେକ ନାରୀ

ଶୁଣି ଧାଇଂଲେ ଗୋପନାରୀ

ଡାକନ୍ତି ରାଧା ନାମ ଧରି

 

 

 

 

ଆସ ବହନ ଗୋ ରାଧିକା

ନିଶ୍ଚେଂ ଦଇବେ ହେଲା ଦେଖା

ଶୁଣିଣ ରାଧା ଚଳେ ବେଗେ

ପ୍ରବେଶ ହେଲା ସେହିଲାଗେ

ଚିହ୍ନିଲେ ବୃନ୍ଦା ବସିଅଛି

କାରୁଣ୍ୟ ଜଳରେ ପୂରୁଛି

ରାଧା ହୋଇଲେ ମନେ ତୋଷ

ବସିଲେ ବୃନ୍ଦାର ପାରୁଶ

 

 

 

 

ବିଶାଖା ଚିତ୍ରା ଭଦ୍ରା ଶଶୀ

ଲଳିତା ରାଧା ବାମେ ବସି

ବେଢ଼ି ବସିଲେ ଗୋପବାଳୀ

ତୋଳି ଧଇଲେ ରାଧା ଗୋରୀ

ମୁଖ ପୋଛିଣ ଝିନ ବାସେ

ବସାଇ କହନ୍ତି ଆଶ୍ୱାସେ

ବୋଲନ୍ତି ଶୁଣ ପ୍ରାଣସହୀ

କେଣେ ସେ ଗଲେ ଗୋ ମାଧୋଇ

 

 

 

 

ଶୁଣିଣ ବୃନ୍ଦା କୋଧ କରେ

କ୍ରୋଧେଣ ଉତ୍ତର ନ ଫୁରେ

ୟେମନ୍ତେ ଶୁଣ ହୋ ରାଜନ

ବୃନ୍ଦାକୁ ନେଲେ ଭଗବାନ

ଗୋପୀଙ୍କ ସଙ୍ଗ ଛାଡ଼ିଗଲେ

ୟେକାନ୍ତେ ଗହନେ ପଶିଲେ

କିଛି ଦୂରରେ ଚାରକେଶୀ

ବୃନ୍ଦା ବିଚାରେ ମନେ ହସି

 

 

 

 

ମୋହୋରେ ବଶ୍ୟ ଭଗବାନ

ମୁହିଂ ହରିଲି କୃଷ୍ଣ ମନ

ମୋ ତହୁଂ ନାହିଂ ଭାଗ୍ୟବନ୍ତ

ୟେକାନ୍ତେ ରମିବି ଅଚ୍ୟୁତ

ମୋହୋରେ କୃଷ୍ଣ ବଶ୍ୟ ହେଲେ

ତେଣୁ ସେ ମୋତେଇଂ ଆଣିଲେ

ୟେମନ୍ତ ବୃନ୍ଦା ବିଚାରଇଂ

ଜାଣିଲେ ଆପେ ଭାବଗ୍ରାହୀ

 

 

 

 

 

 

 

 

ଗର୍ବ ବହିଲା ୟେହି ପୁଣ

ବୁଝିବା ୟେହାର ସେ ମନ

ୟେମନ୍ତ ମନେ ବିଚାରିଲେ

ମାୟା ସେ ରଚନା କରିଲେ

ବୃନ୍ଦା ବୋଲଇ ୟେ ବଚନ

ଶୁଣ ହୋ ଶ୍ରୀମଧୁସୂଦନ

ୟେ ଯେ ପୟର ବୁଡ଼ା ବାଲି

ୟେଥି ମୁଂ ନ ପାରଇଂ ଚାଲି

 

 

 

 

ୟେବେ ଅଛଇଂ ମୋରେ ମନ

କନ୍ଧରେ ନିଅ ଭଗବାନ

ଏମନ୍ତ ବୃନ୍ଦା ଯହୁଂ କହି

ବସିଲେ ପ୍ରଭୁ ଭାବଗ୍ରାହୀ

ବୃନ୍ଦା ବସିଲା ହସି କନ୍ଧେ

ହସି ଉଠିଲେ ଆଦିକନ୍ଦେ

କେତେହେଂ ଦୂର କୃଷ୍ଣ ଯାଇ

ବୃନ୍ଦା ଯେ ଶିର ଧରିଛଇ

 

 

 

 

ବିଚାର କଲେ ମନେ ମନ

ଅନ୍ତର ହେଲେ ଭଗବାନ

ଶୂନ୍ୟରେ ମିଶିଗଲେ ହରି

ଶୂନ୍ୟ ପଡ଼ିଲା ଗୋପ ନାରୀ

ଉଠି ଲୋଡ଼ଇ ନନ୍ଦନାନ

ମୋହେ ହୋଇଲା ହତଗ୍ୟାନ

ଚେତା ପାଇଣ ଉଠି ବସି

ଡାକଇ ଆସ ବ୍ରହ୍ମରାଶି

 

 

 

 

ନକଲି ମୁହିଂ କିଛି ଦୋଷ

ନ କର ମୋହୋରେ ନିରାଶ

ନିରେଖ କରି ମୋତେ ଗଲୁ

ଗୋପୀଙ୍କ ସଙ୍ଗ ଛଡ଼ାଇଲୁ

ନିଶ୍ଚେ ହୋଇଲି ୟେବେ ନାଶ

ବାରେକ ରଖ ପୀତବାସ

ଗୋପୀୟେ କି ବୋଲିବେ ମୋତେ

ଧିକ ତୋହରେ ଜଗନ୍ନାଥେ

 

 

 

 

 

 

 

 

ରାଧିକା ମୁଖ ମୁଂ ଚାହିଂବି

କେମନ୍ତେ ଜୀବନ ରଖିବି

ଗୋପୀଏ ମୋତେ ଯେ ହସିବେ

କେମନ୍ତେ ପାଖେ ମୋ ବସିବେ

କେମନ୍ତେ ଚାହିଂବି ସେ ମୁଖ

କି ଦୁଃଖ ଦେଲେ ପଦ୍ମମୁଖ

କେଣେ ଗୋପ୍ୟାନ ହେଲ ହରି

ଆସ ହୋ ବହନ ମୁରାରି

 

 

 

 

ୟେମନ୍ତ ବୃନ୍ଦାର ବିଳାପ

ଶ୍ରୀକୃଷ୍ଣ ଛନ୍ତି ତା ସମୀପ

ନିକଟେ ଛନ୍ତି କୃଷ୍ଣ ବସି

ଶୁଣ ହୋ ରାଜା କୁରୁବଂଶୀ

ୟେମନ୍ତେ କରନ୍ତେ କାରୁଣ୍ୟ

ପାଶେ ମିଳିଲେ ଗୋପୀଜନ

ସଷ୍ଟାମ କରି ପୂଚ୍ଛା କଲେ

ରାଧିକା ସଖିଗଣ ତୁଲେ

 

 

 

 

ବୃନ୍ଦା ହୋଅନ୍ତେ ଅତି କୋଧ

ରାଧା କରନ୍ତି ତହିଂ ବୋଧ

ଥୋକାଏ ଥାଇ ଗୋପନାରୀ

ରହସେ ହସନ୍ତ ଉଭାରି

ବୋଲନ୍ତି ବୃନ୍ଦା ଲୋଭ କରୁ

ତହିଂର ଫଳ ତୁ ପାଇଲୁ

ଦଇବ ଦଣ୍ଡରେ ପଡ଼ିଲୁ

ଆମ୍ଭଙ୍କୁ ଶୋକ ଯେତେ ଦେଲୁ

 

 

 

 

ଆମ୍ଭଙ୍କୁ କଲୁ ଯେ ଅନ୍ତର

ଚୋରାଇ ନେଲୁ ବେଣୁଧର

ଆମ୍ଭ ବିଶ୍ୱାସ ଧର୍ମ ରାଶି

ତୋତେ ଦଣ୍ଡିଲା ଚାରୁକେଶୀ

ଯେଣୁ ତୁ କଲୁ ଅବିଶ୍ୱାସ

ସେ ଫଳ ପଳିଲା ଅବଶ୍ୟ

ଶ୍ରୀକୃଷ୍ଣ ସଂଗେ କ୍ରିଡ଼ା କଲୁ

ରତିର ସୁଖ ତୁ ଲଭିଲୁ

 

 

 

 

 

 

 

 

କୃଷ୍ଣ ମୋହିଲା ତୋର ମନ

ଦେଖ ଗୋ ଲାଗିଛି ଚନ୍ଦନ

ଅଳକା ବଳି ଫିଟି ଅଛି

ଅଧରେ ତାମ୍ବୋଳ ଲାଗିଛି

ଉରଜ ପରେ ଦେଖ ଚିହ୍ନ

ଫିଟିଛି ନିବି ବନ୍ଧମାନ

ଧନ୍ୟ ତୁମର ଆଜ ପୁନ୍ୟ

ରସିଲୁ ସୁଖେ ନନ୍ଦ ନାନ

 

 

 

 

ୟେମନ୍ତେ ଗୋପୀ ଗଣେ ଚାଲି

କହନ୍ତି ଦେଇ କରତାଳି

ବୃନ୍ଦା ପାଇଲା ମନେ ରଙ୍ଗ

ବିକଳେ ହୋଇଲା ଆତଙ୍ଗ

ଏକେ ବିଷାଦେ ଥିଲା ବସି

ଗୋପୀ ଚାହିଂଲେ ତାରେ ହସି

ଲଜ୍ୟା ସିନ୍ଧୁରେ ପଡ଼ି କାନ୍ଦି

ଆତ୍ମାର ଗୁଣ ଆପେ ନିନ୍ଦି

 

 

 

 

ବିକଳେ ବୃନ୍ଦା ଯେ ରୋଦିଲା

କଂକଣ ଶିରେଣ ତାଡ଼ିଲା

ରାଧିକା ଧାଇଂ ବେଗେ ତୋଳି

ବୋଲନ୍ତି ଶୁଣ ଗୋପବାଳି

ତୁମ୍ଭେ ନ କର ମନେ ରୋଷ

ସେ କୃଷ୍ଣ ବଡ଼ଇ ନିରାଶ

ବୃନ୍ଦା ଗୋ ନଜର ତୁ ଛଳ

ଗୋପୀ ହୋଇଣ ଛନ୍ତି ମେଳ

 

 

 

 

ୟେ ଗୋପୀ ଯୁବା ଯେ ବୟେସୀ

ଦୁଜେ ଅଟନ୍ତି ୟେ ଷୋଡ଼ଶୀ

ତେଣୁ କହନ୍ତି କଥା ହସି

ଛଳ ନ କର ଶୁଭ୍ରକେଶୀ

ୟେମନ୍ତ ରାଧିକା ଯେ କହି

ବୃନ୍ଦାକୁ ସଚେତ କରାଇ

ବଚନେ ବୋଧିଲା ତା ମନ

ବୃନ୍ଦା ହୋଇଲା ତୋଷମନ

 

 

 

 

 

 

 

 

କହିଲା ସକଳ ବୃତ୍ତାନ୍ତ

ପକାଇ ଗଲେ ଯେ ଅନନ୍ତ

ଶୁଣିଣ ରାଧିକା କହଇ

ଶୁଣିମା ହୁଅ ପ୍ରାଣସହୀ

କୃଷ୍ଣଙ୍କୁ ନ କର ଗୋ ରୋଷ

କୃଷ୍ଣର କିଛି ନାହିଂ ଦୋଷ

ଗୋପ ରାଜାର ସେ କୁମର

ସେ କି ଜାଣନ୍ତି ବହିବାର

 

 

 

 

ଦେଖ ଗୋ ଲଳିତା ବିଶାଖା

ଶୁଣ ଗୋ ସଖି ଚିତ୍ରରେଖା

ୟେକେ ୟେ ଅଟଇ ଷୋଡ଼ଶୀ

କୁଟିଳ କେଶ ଅଛି ଖୋସି

ନାନାଦି ଅଳଙ୍କାରେ ଦେହି

ସୁଷମେ ମଣ୍ଡିଣ ଅଛଇ

ଚଉଦ ହାଥ ନୀଳାମ୍ବର

ସର୍ବ ହୋଇଛି ପରିହାର

 

 

 

 

ବାଳେକ ପୁଅ ସିନା ସେହି

ସେ କି ଜାଣନ୍ତା ଭାର ବହି

ରାଜା କୁମର ସୁକୁମାର

ସେ କି ଜାଣନ୍ତା ବହିବାର

ଡରେ ଗୋ ପଳାଉଂଣ ଥିଲା

ପୁଣି ହିଂ ଭାରେକ ବହିଲା

ଲାଗିଣ ଥିବ ଯେଣୁ ଭାର

ଓହ୍ଳାଇ ପାତିଲା ଭୂମିର

 

 

 

 

ତୁମ୍ଭର ଯେଣୁ ହେଲା ରୋଷ

ତେଣୁ ଲୁଚିଲା ପୀତବାସ

କିଛୁ ତୁ ନ କର ଝିଙ୍ଗାସ

ୟେଥିରେ ନାହିଂ କିଛି ଦୋଷ

ଶୁଣ ସକଳ ଗୋପବାଳୀ

ବାନ୍ଧି ଆଣିମି ବନମାଳୀ

ଚରଣେ ତୋର ପକାଇବି

ତୋର କହିଲେ ଛାଡ଼ିଦେବି

 

 

 

 

 

 

 

 

ୟେ ୟେକ ଅଟଇ ପ୍ରମାଣ

ଶୁଣ ସକଳ ସଖିଗଣ

ମୁହିଂ ଯେ ବୃଷଭାନୁ ଜେମା

ଦେଖ ଗୋ ମୋହୋର ମହିମା

ରାଧିକା ୟେମନ୍ତ ଯେ କହି

ବୃନ୍ଦାକୁ ସନ୍ତୋଷ କରାଇ

ବୃନ୍ଦାର କର ଧରି ଧୀରେ

ପ୍ରବେଶ ହେଲେ ନଦୀ ତୀରେ

 

 

 

 

ମୁଖ ପଖାଳି ଗୋପବାଳୀ

ଗହନ ବାଲିକୁଦେ ମିଳି

ବସିଣ କରନ୍ତି ବିଚାର

ରାଧିକା ବୋଲନ୍ତି ଉତ୍ତର

ଶୁଣ ସକଳ ମୋର ବାଣୀ

କେତେ ଖୋଜିଲେ ବେନୁପାଣି

ଯାହାର ନାହିଂ ଆଦି ଅନ୍ତ

କାହିଂ ପାଇବା ତା ଉଦନ୍ତ

 

 

 

 

ସହସ୍ର ଯୁଗେ ଯାହା ଖୋଜି

ଯାର ନ ପାନ୍ତି ଠାବ ହେଜି

ଆମ୍ଭେ ପାଇବା ତାହା କାହିଁ

ଶୁଣ ସକଳ ଗୋପ ଗୋଇ

ମୋହୋର ବୋଲ ତୁମ୍ଭେ କର

ବସିବା ୟେହି ଯେ ଠାବର

ଆମ୍ଭର ମନ ଯେ ଖୋଜିବ

ଶ୍ରୀକୃଷ୍ଣ ଠାବ ସେ ପାଇବ

 

 

 

 

ନିଶ୍ଚୟେ ଆସିବେ ସେ ହରି

ୟେକଥା ଥାଅ ତତ୍ୱ କରି

ୟେମନ୍ତ କହିଂ ଠାକୁରାଣୀ

ଅଞ୍ଚଳେ ଗଣ୍ଠି ଦେଲେ ଟାଣି

ସର୍ବେ ବସିଲେ ବାଲିକୁଦ

ଧ୍ୟାନ ଲଗାଇ ପଦ୍ମପାଦ

ଶୁଣ ହୋ ରାଜା ପରୀକ୍ଷିତ

ଉଚ୍ଛନ ହୋଇଲେ ଅନନ୍ତ

 

 

 

 

 

 

 

 

ଦୀନ ଅଚ୍ୟୁତି ଦେଖେ ରହି

ରାମଚନ୍ଦ୍ରର ଆଗେ କହି

ଶୁଣଇଂ ଗୋପାଳର ସୁତ

କହଇ ଯେ ଦୀନ ଅଚ୍ୟୁତ

ଇତିଶ୍ରୀ ରାହାସ ପ୍ରେମପଞ୍ଚାମୃତେ ରାଧିକା ବୃନ୍ଦା ଭେଟ କଥନେ ନାମ

ତୃତୀୟୋଽଧ୍ୟାୟ।

 

॥ ଚତୁର୍ଥ ଅଧ୍ୟାୟ॥

ଶୁଣ ପରୀକ୍ଷ ନରମଣି

କୃଷ୍ଣେ ନ ପାଇ ଗୋପାଳୁଣୀ

ଯମୂନା ବାଲିକୁଦେ ବସି

ବୃନ୍ଦାକୁ ଘେନି ଚାରୁକେଶି

ରାଧିକା ବୋଲନ୍ତି ବୁଝାଇଂ

ଶୁଣିମା ହୁଅ ସର୍ବ ଗୋଈ

ଯାହାର ନାହିଂ ଆଦି ଅନ୍ତ

କେ ବୋଲି ପାରେ ତାକୁ ଅନ୍ତ

ବୋଲୁଣ ଥାନ୍ତି ମୁନିଜନ

ସକଳ ଘଟେ ଭଗବାନ

ବସଇ ଆତ୍ମା ରୂପ ଧରି

କେହୁ ନ ପାରେ ଠାବ କରି

ହେଲେ ବସଇଂ ସର୍ବ ଦେହେ

ସକଳ ଶାସ୍ତ୍ର ୟେହା କହେ

ଶୂନ୍ୟ ପୁରୁଷ ଭଗବାନ

ସାଖ୍ୟାନ୍ତେ ହୋଇଛି ପ୍ରଛିନ

ସେ ଯେବେ ସ୍ୱୟେଂ ଲୁଚାଇବ

ତାହାର ଭେଟ କେ ପାଇବ

ଭାବକୁ ନିକଟ ମୁରାରି

ଭ୍ରମ ନ ଆଣ ଗୋପନାରୀ

ମନକୁ ଚରଣେ ନିବେଶ

ପାଇବା ନିଶ୍ଚେ ପୀତବାସ

ୟେମନ୍ତ ରାଧିକା କହଇ

ବୃନ୍ଦାକୁ ପାରୁଶେ ବସାଇ

ସର୍ବେ କରିଣ ୟେକ ମନ

କୃଷ୍ଣ ପାଦରେ କରି ଧ୍ୟାନ

ଯମୂନା ବାଲିକୁଦେ ବସି

ମନକୁ ଆତ୍ମାରେ ନିବେଶି

ଶରତ ପୂର୍ଣ୍ଣ ଶଶି ଆଭା

ଯମୂନା ବାଲିକୁଦେ ଶୋଭା

କି ଅବା ଦେବା ପଟାନ୍ତର

ସର୍ଗେ ଦେଖନ୍ତି ସୁରେଶ୍ୱର

 

 

 

 

କିନ୍ନର ବିଦ୍ୟାଧର ଦେଖି

ଆନନ୍ଦେ ହ୍ୱନ୍ତି ମାହାସୁଖୀ

ୟେମନ୍ତେ ରାଧା ସଖି ଘେନି

ମନେ ବିଚାରନ୍ତି ବେନୁପାଣି

ରୟଣୀ ଦିଶେ ପରିମଳ

ବିମଳ ଯମୂନାର ଜଳ

ୟେକେ ଶରଦ କାଳ ନିଶି

ସଂପୁର୍ଣ୍ଣ ପ୍ରକାଶିଛି ଶଶି

 

 

 

 

ଦେଖିଣ ଗୋପୀଙ୍କ ଆତୁର

ଦୟା ବହିଲେ ବେନୁଧର

ଫୁଟି ବସିଲେ ଗୋପନାରୀ

ଫାନ୍ଦେ ପଡ଼ିଲେ ନରହରି

ଜାଣି ଗୋପୀଙ୍କ ତତ୍ୱମନ

ଶ୍ରୀକୃଷ୍ଣ ହୋଇଲେ ଉଚ୍ଛନ୍ନ

ପ୍ରେମ ରଜୁରେ ବନ୍ଦୀ ହେଲେ

ନିଜ ଶ୍ୱରୀର ଦେଖାଇଲେ

 

 

 

 

ପ୍ରେମ ଆନନ୍ଦେ ନନ୍ଦସୁତ

ଟେକି ପ୍ରସାରି ବେନି ହାଥ

ମୋହନ ବଂଶୀ କରେ ଧରି

ବୋଲନ୍ତି ଆସ ଗୋପନାରୀ

ଶୁଣିଲେ ଯହୁଂ କୃଷ୍ଣ ବାଣୀ

ଉଠି ଧାଇଂଲେ ଗୋପାଳୁଣୀ

ବେଢ଼ିଲେ ଶତେପୁର ହୋଇ

ଆତି ଆନନ୍ଦ ସର୍ବ ଗୋଈ

 

 

 

 

ବୋଇଲେ ଚାହିଂ ଭଗବାନ

ଉଧରି ଧର ୟେହୁ ପ୍ରାଣ

ଆତୁରେ କେହୁ ଭୁଜ ଧରି

ଚାହାଇଂ ଅଧର କାମୋଡ଼ି

କାହିଂ ବା ଯିବୁ ଆଜ ତୁହି

କି ଛନ୍ଦୁଆଳ ତୁ ମାଧୋଇ

କେହୁ ଆଙ୍ଗୁଳି ଧରି ଖରେ

କେହୁ ଅଞ୍ଚଳ ଦୃଢ଼େ କରେ

 

 

 

 

ୟେମନ୍ତେ ସକଳ ତରୁଣୀ

ବେଢ଼ି ଧରିଲେ ବେନୁପାଣି

ବୋଲନ୍ତି ଶ୍ରୀମୁଖକୁ ଚାହିଂ

ନିର୍ଦୟା ପାଷାଣର ଦେହି

ମୁରଲୀ ବାଇ ଅଣାଇଲୁ

ବନେ ଅନେକ ଦୁଖ ଦେଲୁ

ତୋହୋର ପାଇଂ ଆମ୍ଭ ପ୍ରାଣ

ଆଶା ତେଜିଲୁ ନାରାୟେଣ

 

 

 

 

ତୁ ଭଲା କଲୁଂ ଉପଗାର

ବୃନ୍ଦାକୁ କଲୁ ନାରଖାର

ରାଧା କହନ୍ତି ହୋଇ ଟାଣ

ଧନ୍ୟ ହୋ ଜଗତ ଜୀବନ

ୟେଡ଼େ ନିର୍ଦୟା ତୋର ଦେହୀ

ଆମ୍ଭନ୍ତ ନାଶିଲୁ ମାଧୋଇ

ଶୁଣି ହସନ୍ତି ପୀତବାସ

ବୋଇଲେ ଗୋପୀଜନ ବସ

 

 

 

 

କହିବା ତୁମ୍ଭରି ଆଗେଣ

ଦୋଷ ମୋହୋର ବାଛ ପୁଣ

ବସିଲେ ଶୁଣି ସର୍ବ ବାଳୀ

ମଧ୍ୟେଂ ବିଜୟେ ବନମାଳୀ

ହସି କହନ୍ତି ବେନୁଧର

ଶୁଣ ସବିହେଂ ମୋ ଉତ୍ତର

ୟେ ବୃନ୍ଦାବନେ ସର୍ବେ ପଶି

ଫୁଲ ତୋଳିଲ ଚାରୁକେଶୀ

 

 

 

 

ମାଳା ଗୁନ୍ଥଇ କରି ଯତ୍ନେ

ମୋତେ ଗୋ ଅର୍ପିଲ ଏକାନ୍ତେ

ତୁମ୍ଭଙ୍କୁ ନୋହିଲା ୟା ଜଣା

ମନରେ କଲି ମୁଂ ଚର୍କଣା

ମୋହୋ ଦେଖିଲା ଥିଲା ଫୁଲ

ଦେବାକୁ ନାହିଂ ତହିଂ ମୂଳ

ଅନେକ ଫୁଲ ଫୁଟିଅଛି

ଦେବଙ୍କୁ ଦେବା ଥିଲି ଇଚ୍ଛି

 

 

 

 

 

 

 

 

ମନେ ପଡ଼ିଲା ତୁମ୍ଭ ଲାଗି

ଶୁଣି ସକଳ ଅନୁରାଗୀ

ୟେମନ୍ତ ବିଚାରିଲି ମୁହିଂ

ଜାଣିଲେ ଯିବେ ସର୍ବ ଗୋଈ

ଅତି ନିବିଡ଼ କଣ୍ଟା ବନ

ଲାଗିଣ ଛିଡ଼ିବ ବସନ

ୟେମନ୍ତ କଦର୍ଥନା ଭାଳି

ୟେକାନ୍ତ ହୋଇ ମୁହିଂ ଚଳି

 

 

 

 

ଜାଣିଲେ ତୁମ୍ଭେ ୟେକ ମେଳେ

ରାମିବ ସବିହେଂ ଗହଳେ

ଛିଡ଼ନ୍ତା ଲାଗିଣ ବସନ

ତେଣୁ ମୁଂ ଗଲି ୟେକାନ୍ତଣେ

ଯାଆନ୍ତେ ବୃନ୍ଦାକୁ ଭେଟିଲି

ଡରଇଂ ବୋଲି ସଙ୍ଗେ ନେଲି

ମୋହୋର ପଛେ ଯାଉଥିଲା

ସେ ପୁଣ ଚାଲି ନ ପାରିଲା

 

 

 

 

ନିଶି ହୋଇବ ବୋଲି ଶେଷ

ତାକୁ ବହିଲି କନ୍ଧ ଦେଶ

ଥୋକାୟେ ଦୁର ନେଲି ବହି

ସେ ପୁଣ ବସି ବିଚାରଇଂ

ମନେ ସେ କିଛି ବିଚାରିଲା

ଅତୀଅ ଗରୁଆ ହୋଇଲା

ତାକୁ ମୁଂ ନ ପାରିଲି ବହି

ତଳକୁ ଆସିବା ଇଚ୍ଛଇ

 

 

 

 

ଓହ୍ଳାଉ ଓହ୍ଳାଉଂ ପଡ଼ିଲା

ଭୂମିରେ ଓଷ୍ଠ ତା ଛିଡ଼ିଲା

ପଡ଼ିଣ କଲା ମହାରୋଷ

ତେଣୁ ତେଜିଲି ତାହା ପାଶ

ମାରଇଂ ବୋଲି ମୁଂ ଲୁଚିଲି

ଫୁଲ ବନରେ ଯାଇଥିଲି

ଦେଖ ଆଣିଛି ନାନା ସଜ

ହସି ବୋଲନ୍ତି ଦେବରାଜ

 

 

 

 

 

 

 

 

ଫୁଲର ସଜ ଦେଖାଇଲେ

ଦେଖି ସବୈହେଂ ତୋଷ ଗଲେ

କୃଷ୍ଣ ବୋଲନ୍ତି ଏବେ ଶୁଣ

କହିବା ତୁମ୍ଭର ଆଗେଣ

ବୃନ୍ଦା ବହିଲା ବହୁ ରୋଷ

କହି ଫେଡ଼ାଅ ମୋହ ଦୋଷ

ରାଧିକା ମୁଖ କୃଷ୍ଣ ଚାହିଂ

ବୋଲନ୍ତି ଆରେ ପ୍ରାଣସହି

 

 

 

 

ପଣନ୍ତେ ଏବେ ବାନ୍ଧିନିଅ

ଚରଣ ତଳେଣ ପକାଅ

ତାହାର ଦୟା ହେଲେ ସହୀ

ଫେଡ଼ାଇ ରଖିବ ଗୋ ସେହି

ୟେମନ୍ତ ବୋଲି ନନ୍ଦନାନ

ଇଚ୍ଛାୟେ ହୋଇଲେ ବନ୍ଧନ

ରାଧିକା ମୃଦୁ ମନ୍ଦେ ହସି

ପଣନ୍ତେ ବାନ୍ଧି ବ୍ରହଂରାଶି

 

 

 

 

ସକଳେ ଦେଇ ହୁଳହୁଳି

ବନ୍ଧନ କଲେ ବନମାଳୀ

ବୃନ୍ଦା ସମୀପେ ଘେନିଯାଇ

ଚରଣ ତଳେଣ ପକାଇ

କାରୁଣ୍ୟେ ବୃନ୍ଦା ଅଛି ବସି

ଭୂମି ଚିରଇ କୃଷ୍ଣକେଶୀ

ରାଧା ବୋଲନ୍ତି ବୃନ୍ଦା ଦେଖ

ବାନ୍ଧି ଆଣିଲୁଂ ପଦ୍ମମୁଖ

 

 

 

 

ଦେଖ ଚରଣେ ପଡ଼ିଅଛି

ଦୟା କର ଗୋ ନିରିମାଖି

ଶୁଣିଣ ବୃନ୍ଦା ଚାହିଂ ଦେଲା

ସତେ ହେଂ ବନ୍ଧନେ ଦେଖିଲା

ତୁରିତେ ସେହୁ ଗଲା ଧାଇଂ

ବନ୍ଧନ ଦେଲାକ ଫିଟାଇ

କୋପେଣ ବୋଲେ ଶୁଣ ସଖି

ସତେ ବାନ୍ଧିଲ ପଦ୍ମଆଖି

 

 

 

 

 

 

 

 

ଦେହ ଗୋ ସହିଲା କେମନ୍ତେ

ବାନ୍ଧିଲ ତୁମ୍ଭେ ଏହିମତେ

ମୋ ଛାର ନିଲକ୍ଷଣୀ ପାଇଂ

ବନ୍ଧନ ହେଲ ଯଦୁସାଇଂ

କୃଷ୍ଣଙ୍କୁ ଆଉଂସଇଂ ଧରି

ଦେଖି ତ୍ରିପତି ନରହରି

ରାଧିକା ଦେଖିଣ ସନ୍ତୋଷ

ଫିଟିଲା ଦୁଖ ବନ୍ଧ ପାଶ

 

 

 

 

ଗଗନେ ଚନ୍ଦ୍ରମାର ହସ

ତହୁଂ ବଢ଼ିଲା ଗୋପୀ ହସ

ମଧ୍ୟେ ବିଜୟେ ଭଗବାନ

ଆଣି ଯେ ଥିଲେ ପୁଷ୍ୟମାନ

ବାଣ୍ଟିଣ ଦେଲେ ୟେକେ ୟେକ

ଶୂନ୍ୟେ ଦେଖନ୍ତି ଦେବଲୋକ

ରାଧିକା କର ପ୍ରେମେ ଧରି

। ପୂଷ୍ୟ ମଣ୍ଡନ୍ତି ଦେବ ହରି

 

 

 

 

ଗୋପୀ ବେଢ଼ିଲେ ଶତେ ପୁର

ମଧ୍ୟେ ବିଜୟେ ବେନୁଧର

ହରିଲେ ଗୋପିଙ୍କର ମନ

ହୋଇଲେ ୟେକୁ ୟେକ ଜନ

ଯାହାର ନାହିଂ ରୂପରେଖ

ଗୋପୀଙ୍କି ଦେଲେ ଆତ୍ମାସୁଖ

ତୋଷେ ରମିଲେ ପୀତବାସ

ସର୍ଜିଲେ ସେ ମାହା ରାହାସ

 

 

 

 

ମଧ୍ୟେ ନାଚନ୍ତି ବେନୁପାଣି

ଶରଦ ପୂର୍ଣ୍ଣଇ କି ଜିଣି

ଗୋପୀ ଗୋଟିକେ କୃଷ୍ଣ ୟେକ

ରମିଲେ ଜଗତ ନାୟେକ

ନିଜ ପତିର ପ୍ରାଏ କରି।

ରମିଲେ ଗୋପୀ ନରହରି

ବେଳେହେଂ ରାହାସ ସରିଲା

ଶ୍ରୀକୃଷ୍ଣ ମାୟା ଦୁର ଗଲା

 

 

 

 

 

 

 

 

ଗୋପୀୟେ ଗଲେ ନିଜ ପୁର

ପତିଙ୍କ ସେବିଲେ ପୟର

ପାଶେ ଥିଲାକ ପ୍ରାୟେ ମଣି

ଗୋପାଳେ ଦେଖନ୍ତି ତରୁଣୀ

ନିଜ ମନ୍ଦିର ଗଲେ ହରି

ପାହିଲା ସେ ମାହା ଶର୍ବରୀ

ଦୀନ ଅଚ୍ୟୁତ ତହିଂ ଥିଲା

ରାହାସ ସଂପୁର୍ଣ୍ଣେ ଦେଖିଲା

 

 

 

 

ଥିଲା ସେ ଗୋପୀଜନ ପାଶ

ନିଜ ମନ୍ଦିରେ ପରବେଶ

ଶୁଣ ହୋ ରାମଚନ୍ଦ୍ର ଦାସ

ୟେଥୁ ଉତ୍ତାରେ କଥା ଯିସ

ରାଜନେ କହେ ତପୋବନ୍ତ

ଶୁଣ ହୋ ନୃପ ପରୀକ୍ଷିତ

ଶ୍ରୀକୃଷ୍ଣ ନିଜ ପୁରେ ଗଲେ

ରାମଙ୍କ ପାରୁଶେ ଶୁତିଲେ

 

 

 

 

ଶୁଭେ ପାହିଲା ମାହାନିଶି

ନିଦ୍ରା ତେଜିଣ ସର୍ବେ ବସି

କିଛି ନୋହିଲା ଆଚୁମ୍ବିତ

ୟେମନ୍ତ ଶ୍ରୀକୃଷ୍ଣ ଚରିତ

ଶୁଣିଲେ ସର୍ବ ପାପ ନାଶ

ଅନ୍ତେ ପାଇବ ସ୍ୱର୍ଗ ବାସ

ଶ୍ରୀକୃଷ୍ଣ ଭଗତ ହୋଇବ

ଶତେ ଜନ୍ମର ଦୁଖ ଯିବ

 

 

 

 

ଶୁଣ ହୋ ପରୀକ୍ଷ ରାଜନ

କୃଷ୍ଣ ପାଦରେ ଥୁଅ ମନ

ଅନ୍ତେ ତୋ ବଇକୁଣ୍ଠେ ବାସ

ଶୁଣିଣ ରାଜା ହେଲା ତୋଷ

ଚରଣେ କଲା ପ୍ରଣିପତ୍ୟ

କଲ୍ୟାଣ କଲେ ତପୋବନ୍ତ

ଶୁଣ ହୋ ଗୋପାଳ ତନଇ

ଏ ରସେ ରସ ରାମ ତୁହି

 

 

 

 

 

 

 

 

କହିଲେ ଯାହା ତପୋବନ୍ତ

ଶୁଣିଲେ ରାଜା ପରୀକ୍ଷିତ

ହୋ ରାମଚନ୍ଦ୍ର ମୋହୋ ଶିଷ୍ୟ

ତୋହ କଳୁଷ ହେବ ନାଶ

ଶୁଣରେ ଗୋପାଳ ତନୟୀ

ଦୀନ ଅଚ୍ୟୁତ ୟେହା କହି

 

 

 

 

ଇତିଶ୍ରୀ ରାହାସ ପ୍ରେମ ପଞ୍ଚାମୃତେ ଶୁକ ପରୀକ୍ଷିତ

ସଂବାଦେ ଅଚ୍ୟୁତ ରାମଚନ୍ଦ୍ର କଥନେ ନାମ ଚତୁର୍ଥ ଅଧ୍ୟାୟଃ।

ରାହାସ ପ୍ରେମ ପଞ୍ଚାମୃତ ସଂପୁର୍ଣ୍ଣ। ଶ୍ରୀ ଜଗନ୍ନାଥ ଶରଣ।

 

ଅନନ୍ତ ରାସ

ରାହାସ ଖଣ୍ଡ

ପ୍ରଥମ ଅଧ୍ୟାୟ

ଅଚ୍ୟୁତ କହନ୍ତି ବଛ ରାମ ଦାସ ଶୁଣ

 

ସନାତନ ଧର୍ମ ୟେହା କର ତୁ ଶ୍ରବଣ।

।୧।

ପୂର୍ବେ ବ୍ୟାସ ମୁଖୁଂ ମୁହିଂ ଶୁଣିଛି ଯେପରି

 

ବର୍ଣ୍ଣନା ମୁଂ କରୁଅଛି ରାମ ସେହିପରି।

।୨।

 

 

ଅଗ୍ୟାଂନ ଅନ୍ଧାର ନାଶ ହୋଇବଟି ଜାଣ

 

ସଂସାରକୁ ଗ୍ୟାଂନ ବାଟ ଦେଖାଇବ ପୁଣ।

।୩।

ପୂର୍ବେ ଜ୍ୟୋତି ରୂପ ଥିଲା ପ୍ରଳୟ କାଳେଣ

 

କୋଟି ସୂର୍ଯ୍ୟ ସମ ପ୍ରଭା ସୃଷ୍ଟିର କାରଣ।

।୪।

 

 

ଇଚ୍ଛାମୟ ପ୍ରଭୁଙ୍କର ସେ ଜୋତି ସୋରୂପ

 

ସେହି ଚୋତି ମଧ୍ୟରେଣ ତିନିଲୋକ ଗୋପ୍ୟ।

।୫।

ସ୍ୱର୍ଗ ଆଦି ତିନି ପଦ୍ମ ତହିଂର ମଧ୍ୟରେ

 

ଲୟେ ପ୍ରାପ୍ତ ହୋଉଥାଏ ପ୍ରଳୟ କାଳରେ।

।୬।

 

 

 

 

ତଦୁପରି ନିତ୍ୟଥାନ ବ୍ରହ୍ମାଦି ସେବିତ

 

ମଣ୍ଡଳାକାର ତ୍ରିକୋଟି ଯୋଜନ ନିଶ୍ଚିତ।

।୭।

ରତ୍ନମୟେ ଭୂମି ସେହୁ ତେଜ ରୂପ ଧରେ

 

ଗମ୍ୟ ଅଟେ ସେହି ଠାବ ବିଷ୍ଣୁ ଭଗତିରେ।

।୮।

 

 

ଆଦି ବ୍ୟାଧି ଜରା ମୃତ୍ୟୁ ଶୋକ ତହିଂ ନାହିଂ

 

ନିରାକାର ପ୍ରମଂବ୍ରହ୍ମ ବାସ ଥାନ ସେହି।

।୯।

ପ୍ରଳୟେ କାଳରେ ପ୍ରଭୁ ଦେବ ଦେବ ହରି

 

ବିଜେ କରିଥାନ୍ତି ତହିଂ ଦିବସ ଶର୍ବରୀ।

।୧୦।

 

 

ଗୋପ ଗୋପୀ ଆବୋରିଣ ପ୍ରଳେ କୃଷ୍ଣ ଥିତ

 

ଗୋଲକର ଥିତି ରାମ ଅତୀଅ ଅଦ୍ଭୁତ।

।୧୧।

ପଞ୍ଚାଶ କୋଟି ଯୋଜନ ଅଟେ ତାର ଥିତି

 

ଦକ୍ଷିଣେ ବୈକୁଣ୍ଠ ବାମେ ଶିବଲୋକ ଖ୍ୟାତି।

।୧୨।

 

 

ମଣ୍ଡୋଳ ଆକାରେଣ ବଇକୁଣ୍ଠ ଭୂବନ

 

ବିଥାର ତାହାର ହୋୟେ କୋଟିଏ ଯୋଜନ।

।୧୩।

ବଇକୁଣ୍ଠ ସୃଷ୍ଟି ଆଉ ନାଶ ନାହିଂ ଜାଣ

 

ତହିଂ ପରେ ଆନ କଥା କହୁଛି ତୁ ଶୁଣ।

।୧୪।

 

 

 

 

ସୃଷ୍ଟିକାଳେ ନାରାୟେଣ ଲକ୍ଷ୍ମୀ ସଙ୍ଗତରେ

 

ବିଜେ କରିଥାନ୍ତି ସୁଖେ ବଇକୁଣ୍ଠ ପୁରେ।

।୧୫।

ତାହାଙ୍କ ସେବାରେ ଯଉଂମାନେ ତହିଂ ଥାନ୍ତି

 

ଜରା ମୃତ୍ୟୁ ଆଦି କେହି କିଛୁ ନ ଜାଣନ୍ତି।

।୧୬।

 

 

ବାମ ପାଖେ ଶିବଲୋକ କୋଟିଏ ଯୋଜନ

 

ବିଥାର ଅଟଇ ରାମ ମନେ ତୁହି ଘେନ।

।୧୭।

ଜରା ମୃତ୍ୟୁ ଆଦି କଷ୍ଟ ନାହିଂନା ତହିଂରେ

 

ବିଜେ କରିଥାନ୍ତି ହର ପାର୍ବତୀ ସଙ୍ଗରେ।

।୧୮।

 

 

ପ୍ରଳୟେଣ ଶିବଲୋକ ନୋହଇ ଯେ ଲୀନ

 

କହିଲି ପ୍ରକୃତ କଥା ରାମ ଦାସ ଘେନ।

।୧୯।

ଗୋଲକ ମଧ୍ୟରେ ଜୋତି ଅତି ମନୋହର

 

ଆହ୍ଲାଦ ଦାୟେକ ପୁଣ ଆନନ୍ଦ ଅପାର।

।୨୦।

 

 

ଯୋଗୀଜନେ ଯୋଗାସନେ ସେ ଠାବେ ରହିଣ

 

ଗ୍ୟାଂନ ନେତ୍ରେ ସେହି ଜୋତି କରନ୍ତି ଦ୍ରଶନ।

।୨୧।

ସେହି ଜୋତି ମଧ୍ୟେ ରୂପ ଅତୀଅ ଶୋଭନ

 

ନବୀନ ନୀରଦ ଶାମ ପଙ୍କଜ ଲୋଚନ।

।୨୨।

 

 

 

 

ଦିଭୁଜ ମୁରଲୀଧାରୀ ମୋହନ ମୂରୁତି

 

ପୀତବସ୍ର ପରିଧାନ କରିଣ ଶୋଭନ୍ତି।

।୨୩।

ଶ୍ରୀବଛ ଲାଞ୍ଛନ ବକ୍ଷେ କଉସ୍ତୁଭ ଶୋଭିତ

 

କୁଙ୍କୁମ କସ୍ତୁରୀ ଅଙ୍ଗେ ଚନ୍ଦନ ଚର୍ଚ୍ଚିତ।

।୨୪।

 

 

ନାନା ରତନ କିରୀଟି ମୁକୁଟ ଉଜ୍ଜଳ

 

ଅତୀଅ ଶୋଭା ଦିଶଇ ମସ୍ତକ ଉପର।

।୨୫।

ରତ୍ନ ସିଂଘାସନ ଠାବେ ବିଜେ ଦୟାମୟ

 

ବନମାଳା ରାଜଦେଶେ ଶୋହେ ଅହରହ।

।୨୬।

 

 

ସେହୁ ଭଗବାନ ପରଂବ୍ରହ୍ମ ସନାତନ

 

ଇଚ୍ଛାମୟ ସର୍ବ ବୀଜ ସକଳ କାରଣ।

।୨୭।

ସର୍ବାଧାର ପରାପ୍ରର ସେହୁ ହୃଷିକେଶ

 

କିଶୋର ବୟେସ ଧରିଥାନ୍ତି ଗୋପବେଶ।

।୨୮।

 

 

ପୂର୍ଣ୍ଣବ୍ରହ୍ମ ସୋରୂପ ନିର୍ମଳ ନିର୍ବିକାର

 

ମନବାଞ୍ଛା ପୂର୍ଣ୍ଣ କରାଅନ୍ତି ରାସେଶ୍ୱର।

।୨୯।

ମଙ୍ଗଳ ସୋରୂପ ସେହୁ ମଙ୍ଗଳଇଂ ଦାତା

 

ପରମାନନ୍ଦ ସେହୁ ସେ ୟେକମାତ୍ରା ଧାତା।

।୩୦।

 

 

 

 

ସର୍ବ ସିଧି ଦାତା ସେହୁ ଅଚ୍ୟୁତ ଅବେୟ

 

ଶୁଣ ରାମ ସେହି ପ୍ରଭୁ ଅନନ୍ତ ଅକ୍ଷୟ।

।୩୧।

ସକଳ ମନମାଞ୍ଛାକୁ ସିଧ୍ୟ କରାବନ୍ତି

 

ସିଧ୍ୟ ରୂପ ଧରି ସେହୁ ଠାବେଣ ଅଛନ୍ତି।

।୩୨।

 

 

ପ୍ରକୃତି ଅତୀତ ସେହୁ ସୋୟଂ ନିରଞ୍ଜନ

 

ପରମ ଈଶ୍ୱର ତାଙ୍କ ଶ୍ୱରୀର ନିର୍ଗୁଣ।

।୩୩।

ବଇଷ୍ଟମ୍ବ ସଙ୍ଗେ ହୋୟେ ବଷ୍ପମ୍ବ ବିଖ୍ୟାତ

 

ସାଧୁସଙ୍ଗେ ସଦଜ୍ଞାନ ହୋଅଇ ପ୍ରାପତ।

।୩୪।

 

 

ଶ୍ରୀକୃଷ୍ଣ ନାମହିଂ ସର୍ବ ପୂରାଣରେ ସାର

 

ନାମ ନ ଚିହ୍ନିଲା ଜନ ଜୀବ ନାରଖାର।

।୩୫।

ନାମର ମହିଂମା ରାମ ଶୁଣ ମନଦେଇ

 

ନାମ ନ ଚିହ୍ନିଲା ଜନ ଅଗ୍ୟାଂନ ବୋଲାଇ।

।୩୬।

 

 

ଗୋଲକ ଧାମରେ କୃଷ୍ଣ ବ୍ରହ୍ମାଙ୍କୁ କହିଲେ

 

ପୁଷ୍କର ତୀର୍ଥରେ ବ୍ରହ୍ମା ଧର୍ମଙ୍କୁ କହିଲେ।

।୩୭।

ପ୍ରୀତି ମନେ ଧର୍ମ ଦେଲେ ପୁଣ ନାରାୟଣେ

 

ନାରାୟେଣ ପୁଣ ଦେଲେ ନାରଦ ଯତନେ।

।୩୮।

 

 

 

 

ଗଙ୍ଗାର ତୀରେଣ ଶେଷେ ନାରଦ ଆଦରି

 

ବ୍ୟାସ ମୁନି ଗ୍ୟାଂନ ନେଲେ ତତ୍ୱଂ ହେତୁକରି।

।୩୯।

ଅଠରହ ସସ୍ର ଶ୍ଳୋକେ ବ୍ୟାସ ତପୋଧନ

 

ରଂଚିଲେ ୟେକାନ୍ତେ ଏହୁ ପୁରାଣ ପ୍ରାମାଣ।

।୪୦।

 

 

ଶ୍ରୀକୃଷ୍ଣ କୃପାରୁ ଏହା ତୋ ଆଗେ କହିଲି

 

ପାମର ଅଚ୍ୟୁତ ସଦା ପ୍ରଭୁ ପାଦ ଭାଳି।

।୪୧।

ଗୋଲକରେ ଯେହୁ ଲୀଳା ରାସ ରସମାନ

 

ମର୍ତ୍ତ୍ୟ ବୃନ୍ଦାବନେ ତାହା ଅତୀଅ ଗହନ।

।୪୨।

 

 

ଶ୍ରୀକୃଷ୍ଣ ଚରଣେ ସଦା କର ଧ୍ୟାନ ତୁହି

 

ଅନନ୍ତ ରାହାସ ଦୀନ ଅଚ୍ୟୁତ କହଇ।

।୪୩।

ଇତିଶ୍ରୀ ଗୋଲକେ ଅନନ୍ତ ରାସ ବର୍ଣ୍ଣନେ

ନାମ ପ୍ରଥମ ଅଧ୍ୟାୟଃ

 

ଦ୍ୱିତୀୟ ଅଧ୍ୟାୟ

ବୃନ୍ଦାବନେ ସେହି ରାସ ମଣ୍ଡୋଳ ଯେପରି

 

ଗୋପୀଙ୍କ ବେହାର ହୋୟେ ଶୁଣ ହେତୁକରି।

।୧।

ଶ୍ରୀହରିର ରାସଲୀଳା ବେଦେ ଅଗୋଚର

 

କୃଷ୍ଣ ଲୀଳା ପୃଥିବୀରେ ସୁଖ ପାରାବାର।

।୨।

ୟେକ ଦିନେ ରାତ୍ରେ କୃଷ୍ଣ ଗଲେ ବୃନ୍ଦାବନେ

 

ଶୁକ୍ଳପକ୍ଷ ତ୍ରୟୋଦଶୀ ପୂର୍ଣ୍ଣେନ୍ଦୁ ଗଗନେ।

।୩।

ଯୁଥିକା ମାଳତୀ କୁନ୍ଦ ମାଧବୀର ଫୁଲ

 

ସୁବାସରେ ମହକିତ ବୃନ୍ଦାବନ ଥଳ।

।୪।

ନବ ପଲ୍ଲବେଣ ବସି ଗବଇଂ କୋକିଳ

 

ଅତୀଅ ଆନନ୍ଦ ସେହୁ ଦେଖି ରାସ ଥଳ।

।୫।

ଚନ୍ଦନ ଅଗୁରୁ ଆଉ କୁଙ୍କୁମ ରଚିତ

 

ତାମ୍ବୋଳ ଭୋଗର ଦ୍ରବ୍ୟ କର୍ପୁର ସହିତ।

।୬।

ରତନ ପ୍ରଦୀପ ଧୂପ ଅତି ଗନ୍ଧଯୁତ

 

ନାନା ପୂଷ୍ୟେ ସୁସଜ୍ଜିତ ଯହିଂ ରାସକ୍ଷେତ୍ର।

।୭।

ନାନା ପୁଷ୍ୟ ତହିଂ ସରୋବର ଶୋଭା କରେ

 

ରାଜହଂସୀ ପନ୍ତି ପନ୍ତି ଖେଡ଼ନ୍ତି ତହିଂରେ।

।୮।

 

 

ଶୁଧ୍ୟ ସ୍ଫୋଟିକ ପରାୟେ ବାରି ନିରିମଳ

 

ଅମୃତ ସମାନ ପାନେ ପରମ ଶୀତଳ।୯।

।୯।

ନାନା ଦ୍ରବ୍ୟେ ସୁସଜ୍ଜିତ ରାହାସ ମଣ୍ଡୋଳି

 

ଦଧି ଦୁଗଧ ଶୁକ୍ଳ ଧାନ୍ୟ ଲିଆ ଯେ କଦଳୀ।

।୧୦।

 

 

ଶୋଭିତ ମଙ୍ଗଳ ଘଟ ସିନ୍ଦୁର ଚନ୍ଦନ

 

ନୂତନ ଆମ୍ର ପତର ବସ୍ର ଆଚ୍ଛାଦନ।

।୧୧।

ମାଳତୀ ମାଳ ସଂଯୁତ ନାରିକେଳ ଫଳ

 

ୟେପରି ମଙ୍ଗଳ କୁମ୍ଭ ଶୋହେ ନାନା ସ୍ଥଳ।

।୧୨।

 

 

ମଙ୍ଗଳ ଧୂନି ହୋଅଇ ଶଙ୍ଖ ବାଦନରେ

 

ସେ ଧୁନି ନାଦ ବାଜଇ ଯାଇ ତିନି ପୁରେ।

।୧୩।

ପଞ୍ଚ ମୁରୁଜରେ ପଦ୍ମ ଅଷ୍ଟଦଳ ହୋଇ

 

ରାସ ବେଦ୍ରିକା ସୁନ୍ଦର କେ ପାରିବ କହି।

।୧୪।

 

 

ପାଟବସ୍ର ଘେରା ତହିଂ ପାଟର ଚାନ୍ଦୁଆ

 

ନାନାରଙ୍ଗ ବସ୍ରମାନ ବେଦ୍ରିକାରେ ଥୁଆ।

।୧୫।

ଦେଖିଣ ଆନନ୍ଦ ହରି ବିବିଧ ବିଭବ

 

ହସିକରି କଲେ ତହୁଂ ମୁରଲୀର ରବ।

।୧୬।

 

 

 

 

ବିରହିଣୀ ଗୋପିକାୟେ ହେଲେ ଉଚ୍ଚାଟନ

 

ମୁରାରି ବାଇଲେ ଯହୁଂ ମୁରଲୀରେ ସ୍ୱନ।

।୧୭।

ଶୁଣିଣ ରାଧିକା ହେଲେ କାମେ ମୋହମାନ

 

ଥାଣୁ ପ୍ରାୟେ ରହିଲେ ସେ କୃଷ୍ଣ ଚିନ୍ତି ମନ।

।୧୮।

 

 

କ୍ଷଣେ ଚେତା ପାନ୍ତି କ୍ଷଣେ ପୁଣ ଅଚେତନ

 

ହୋଇଲେ ସେ ବ୍ରଜେଶ୍ୱରୀ ଉଚ୍ଚାଟନ ମନ।

।୧୯।

ଧିଆନ କଲେ ଶ୍ରୀକୃଷ୍ଣ କମଳ ଚରଣ

 

ନାନା ରତ୍ନ ଅଳଙ୍କାରେ ଅଙ୍ଗ ଶୋଭାବନ।

।୨୦।

 

 

ବାହାର ହୋଇଲେ ରାଧା ଚେତନ ରହିତା

 

କୂଳଧର୍ମ ଶଙ୍କା ତେଜି କଲେ କୃଷ୍ଣ ଚିନ୍ତା।

।୨୧।

ସୁଶୀଳାକୁ ସାଥି କରି ତେତ୍ରିଶ ଗୋପିକା

 

ଗୋପୀଙ୍କ ପ୍ରଧାନ ସେହୁ ଶ୍ରୀମତୀ ରାଧିକା।

।୨୨।

 

 

ସୁଶୀଳା ଶଶିକଳା ଯେ ଚନ୍ଦ୍ରମୁଖୀ ଆର

 

ଷୋହଳ ହଜାର ସଖି ଶୋଭା ଯେ ଅପାର।

।୨୩।

ରସକ୍ରୀଡ଼ା ଲାଗି ଗଲେ ଆନନ୍ଦିତ ମନେ

 

ଉଲୁସିତ ହୋଇଗଲେ ସର୍ବ ଗୋପୀଜନେ।

।୨୪।

 

 

 

 

ମଧୁମତୀ ସଖି ଚମ୍ପା ଶାମଳାକୁ ଘେତି

 

ୟେକାନ୍ତ ସୁନ୍ଦେରୀ ସର୍ବେ ତ୍ରିଭୁବନ ଜିତି।

।୨୫।

ଷୋହଳ ସହସ୍ର ସଖି ସଙ୍ଗତରେ ନେଇ

 

ଚଳିଲେ ସେ କୃଷ୍ଣପ୍ରିୟା ରାସ ଲୀଳା ଭୁଇଁ।

।୨୬।

 

 

ସର୍ବ ସଖିଜନ ଯହୁଂ ୟେକ ମନ ହେଲେ

 

କୃଷ୍ଣ ଦରଶନେ ତହୁଂ ସୁସଜ୍ଜିତେ ଗଲେ।

।୨୭।

କାହା ହାଥେ ପୁଷ୍ୟମାଳା କା ହାଥେ ଚନ୍ଦନ

 

କରରେ କରିଛି କେହୁ ଚାମର ଧାରଣ।

।୨୮।

 

 

କସ୍ତୁରୀ ତାମ୍ବୋଳ ଘେନି କଉଂ ଗୋପୀଜନ

 

କେହୁ ବା ଘେନିଣ ହାଥେ ବିଚିତ୍ର ବସନ।

।୨୯।

କେହୁ ବା ସୁଗନ୍ଧି ଜଳ ଧରିଅଛି କରେ

 

ବେଣାଚେର ବିଞ୍ଚଣୀ କେ ଧରିଛି ହାଥରେ।

।୩୦।

 

 

ରାଧିକା ସୁବେଶ ଦେଖି ଗୋପୀଗଣ ବେଶ

 

ସବିଂହେ ସଜାଇ ହେଲେ ବିଶେଷୁଂ ବିଶେଷ।

।୩୧।

ଜୟ ଜୟ ଧୁନି କରି ସଖିମାନେ ଗଲେ

 

ମଳିଲେକ ବୃନ୍ଦାବନ ଶ୍ରୀରାସ ମଣ୍ଡଳେ।

।୩୨।

 

 

 

 

ସ୍ୱର୍ଗ ତହୁଂ ବଳି ଶୋଭା ସେ ଥଳ ଦିଶଇ

 

ୟେମନ୍ତ ଶୋଭାକୁ ବ୍ରହ୍ମା ବର୍ଣ୍ଣି ନ ପାରଇ।

।୩୩।

କୁସୁମ ସୁବାସେ ବାଇ ଅତୀଅ ନିର୍ଜନ

 

ମୁନିଜନମାନ ମନ ମୋହନ କାରଣ।

।୩୪।

 

 

ଶୁଣିଲେକ ବ୍ରଜାଙ୍ଗନା ଯହୁଂ କୁହୁ ସ୍ୱର

 

ଅତି ସୂକ୍ଷ୍ମ ଭ୍ରମରାର ରବ ମନୋହର।

।୩୫।

ସେ ସମୟେ ରାଧା ରାସେ ହେଲେ ଉପରାତ

 

ପୁଷ୍ୟ ମଧୁପାନେ ତହିଂ ଭ୍ରମରା ଉନୁମତ।

।୩୬।

 

 

ସର୍ବ ସଖିଗଣ ସଙ୍ଗେ କୃଷ୍ଣ ପଦ ଧ୍ୟାନ

 

ଭକ୍ତିକରେ କରୁଛନ୍ତି ବୁଜିଣ ନୟେନ।

।୩୭।

ଦିବ୍ୟ ବସ୍ର ପରିଧାନ ମୁଖେ ମନ୍ଦହାସ

 

କି ଅବା ହୋଉଛି ତହିଂ ଚପଳା ପ୍ରକାଶ।

।୩୮।

 

 

ରାଜେନ୍ଦ୍ର ଗାମିନୀ ମୁନି ମାନସ ମୋହିନୀ

 

ଜାନୁ ଯଉବନ ସର୍ବେ ତ୍ରିଭୁବନ ଜିଣି।

।୩୯।

ଶରଦ ଚନ୍ଦ୍ରମା ମୁଖ ଲାବଣ୍ୟ ବିରାଜେ

 

କବେରୀରେ ମାଳତୀର ମାଳ ମାନ ସାଜେ।

।୪୦।

 

 

 

 

ରାଧା ଦେଖି କୃଷ୍ଣ ରୂପ ଅତି ମନୋହର

 

ନବୀନ କିଶୋର ମୁର୍ତି ଶାମଳ ସୁନ୍ଦର।

।୪୧।

ନବ ଯଉବନ ପୂର୍ଣ୍ଣ ରତ୍ନ ଆଭରଣ

 

କୋଟି କନ୍ଦର୍ପ ଲାବଣ୍ୟ ଭୁବନ ମୋହନ।

।୪୨।

 

 

ବଙ୍କିମ ନୟନେ ଦେଖି ରାଧିକା ସୋରୁପ

 

ପରମ ଅଦ୍ଭୁତ ବିଶ୍ୱ ଭୁବନେ ଅନୁପ।

।୪୩।

ଛରିଲା ରସର ଧାରା ନୟନୁଂ ନୟନେ

 

ପୂରିଲା ସର୍ବ ଭୁବନ ମଧୁର ନିସ୍ୱନେ।

।୪୪।

 

 

ଲଜ୍ଜାରେ ଢାଙ୍କିଲେ ରାଧା ବଦନେ ବସନ

 

ଅଳପେ ଅଳପେ ଚାହିଂ ଶ୍ରୀକୃଷ୍ଣ ଆନନ।

।୪୫।

ସଧୀରେ ଆସିଲେ ପାଶେ ମଦନମୋହନ

 

ରାଧାଙ୍କର କର ଧରି ଦେଲେ ଆଲିଙ୍ଗନ।

।୪୬।

 

 

କୃଷ୍ଣ ଅଙ୍ଗ ସଙ୍ଗେ ରାଧା ପାଇଲେ ଚେତନ

 

ପ୍ରାଣାଧିକ ପ୍ରାଣକାନ୍ତ କଲେ ଆକର୍ଷଣ।

।୪୭।

ବଚନେ ହରିଲେ କୃଷ୍ଣ ମାନସ ରାଧାର

 

ମିଶିଲେ ଅଭେଦେ ଯେହ୍ନେ ନୀର ସଙ୍ଗେ କ୍ଷୀର।

।୪୮।

 

 

 

 

କପୂର ତାମ୍ବୋଳ ଭୋଗ ଦ୍ରବ୍ୟ ସୁସଜ୍ଜିତ

 

ବସିଣ ରାଧାଙ୍କ ସଙ୍ଗେ କୃଷ୍ଣ ଆନନ୍ଦିତ।

।୪୯।

ସକଳ ଘଟରେ ରତି କରନ୍ତି ଶ୍ରୀ ହରି

 

ରାସକ୍ରୀଡ଼ା କରୁଛନ୍ତି ସକଳ କିଶୋରୀ।

।୫୦।

 

 

ରାସ ରସରେ ବିହରି ସର୍ବ ଗୋପୀଗଣ

 

ପୁଲକିତ ହୋଇଲାକ ସକଳ ପରାଣ।

।୫୧।

ଷୋଳ ସହସ୍ର ଗୋପୀରେ ରାହାସ ମଣ୍ଡୋଳ

 

ଅନ୍ତରଙ୍ଗା ଗୋପୀକାଙ୍କ ବିହାର ସେ ସ୍ଥଳ।

।୫୨।

 

 

ନାନା ଭାବେ କ୍ରୀଡ଼ାକରି ସର୍ବେ କୁତୂହଳେ

 

ତହିଂ ପରେ କ୍ରୀଡ଼ନ୍ତି ସେ ଯମୁନାର ଜଳେ।

।୫୩।

ଜଳଖେଡ଼ା କରି ପରିଶ୍ରାନ୍ତ ସର୍ବଜନ

 

ଉଠି ପରିଧାନ କଲେ ଆପଣା ବସନ।

।୫୪।

 

 

ଦ୍ରହସିତ ମନେ ମୁଖ କରି ନିରୀକ୍ଷଣ

 

ଶ୍ୱରୀରେ ଲେପନ କଲେ ଅଗୁରୁ ଚନ୍ଦନ।

।୫୫।

ନାନା କୁସୁମର ମାଳା ଦେଲେ ସର୍ବେ ଗଳେ

 

କପୂର ତାମ୍ବୋଳ ସର୍ବେ ଭଖ୍ୟଣ କରିଲେ।

।୫୬।

 

 

 

 

ୟେହୁ ରାସ କ୍ଷେତ୍ରେ ସେବା ଅଚ୍ୟୁତ କରଇ

 

ଦୂତିକା ନୋହିଲେ ରାଧା ସ୍ନେହ ନ ଲଭଇ।

।୫୭।

ଦୀନ ହୀନ ଅଚ୍ୟୁତ ମୁଂ ସେବେ କାଳେ କାଳେ

 

ଶ୍ରୀକୃଷ୍ଣ ଆଗ୍ୟାଂରେ ଜନ୍ମ ନେଲି ନୀଳାଚଳେ।

।୫୮।

କଳି କାଳକୁ ରାହାସ କରିଲି ପ୍ରଚାର

 

ଆଗ୍ୟାଂ ଦେଇଥିଲେ ମୋତେ ଶରୀରଙ୍ଗାଧର।

।୫୯।

ରାସକୁ ଶୁଣନ୍ତି ଯେହୁ ଭକ୍ତି ଚିତ୍ତକରି

 

ଅନ୍ତେ ରାସେଶ୍ୱର ତାକୁ ନିଅନ୍ତି ଉଧରି।

।୬୦।

ଗୋଲକର ରାସ ବୃନ୍ଦାବନେ ପରକାଶ

 

ତରିଗଲେ ଗୋପୀଗଣ ପିଇ ସୁଧାରସ।

।୬୧।

କଳିକାଳ ଧଂସନରେ ଚୈତନ୍ୟ ରୂପରେ

 

ବିଜୟେ କରିଲେ ଆସି ନୀଳାଚଳ ଠାରେ।

।୬୨।

ପଞ୍ଚସଖା ସଙ୍ଗ ହୋଇ ଆରମ୍ଭିଲୁଂ ରାସ

 

ପୁର ନଗ୍ର ମାନଙ୍କରେ କରିଲୁଂ ପ୍ରକାଶ।

।୬୩।

ଶ୍ରୀକୃଷ୍ଣ ପ୍ରେମ ମାଧୁରୀ ଭକ୍ତି ଚିତ୍ତେ ଧରି

 

ଅନନ୍ତ ରାସ ଅଚ୍ୟୁତ କହେ ହୃଦେ ସ୍ମରି।

।୬୪।

ଇତି ଶ୍ରୀ ବୃନ୍ଦାବନେ ଅନନ୍ତ ରାସ କଥନେ

ନାମ ଦ୍ୱିତୀୟ ଅଧ୍ୟାୟ

 

ତୃତୀୟ ଅଧ୍ୟାୟ

ଶୁଣ ବାବୁ ରାମଚନ୍ଦ୍ର ୟେକ ଚିତ ହୋଇ

 

ଅନନ୍ତ ରାହାସ ଲୀଳା କହିବା ବୁଝାଇ।

।୧।

ନିତ୍ୟ ଲୀଳା ୟେହୁ ଦେବଗଣେ ଅବ୍ୟଗତ

 

ଭଗତି ଭାବରୁ ଯାହା ହୋଅଇ ପ୍ରାପତ।

।୨।

ରାମ ରସେ ମତ୍ତ ହୋଇ ଗୋପୀଏ ବେଭୋଳା

 

ନାନା ରଙ୍ଗେ କୃଷ୍ଣ ସଙ୍ଗେ କଲେ ଖେଳାନୀଳା।

।୩।

ରାହାସ ଶେଷରେ ଯହୁଂ ପରାଣ ତ୍ରିପୁତି

 

ରାହାସ ବନ୍ଦାଣ କରି ଘେନାଇଲା ମତି।

।୪।

ସାଜି ହେଲେ ଗୋପୀଗଣ ନବୀନ କିଶୋରୀ

 

ଶ୍ରୀକୃଷ୍ଣ ପରମ ପ୍ରୀତି ହୃଦରେ ସୁମୁରି।

।୫।

ପୀତାମ୍ବର ଶାଢ଼ୀ ପିନ୍ଧି ଉପରାଣ ଦେଇ

 

କାଞ୍ଚଲା ଉପରେ ଚଂପା ବଉଳ ଚଢାଇ।

।୬।

କେବଣ ବାଜେଣି ସେ ଯେ ନେପୁର କିଙ୍କିଣୀ

 

ନାସାରେ ବସଣୀ ଶୋହେ ସିନ୍ଧୁଫଳ ଜିଣି।

।୭।

ଗଳାରେ ଶୋଭଇ ହାର ବଉଳ ମାଳତୀ

 

ଅର୍ଘ୍ୟ ଥାଳୀମାନ ସର୍ବେ ହାଥେ ଘେନିଛନ୍ତି।

।୮।

 

 

ସର୍ବ ଗୋପୀ ୟେକମୁଖ ହୋଇଣ ଉଠିଲେ

 

ସିନ୍ଧୁ ଘୋଷ ନାଦ ଜିଣି ହୁଳହୁଳି ଦେଲେ।

।୯।

ଉପାମା ଦେବାକୁ ଆଉ ତିନିପୁରେ କାହିଂ

 

ବାହାର ହୋଇଲେ ସର୍ବ ଦିବ୍ୟ ସଜହୋଇ।

।୧୦।

 

 

ରାଧାଙ୍କୁ ବେଢ଼ି ଅଛନ୍ତି ସକଳ ତରୁଣୀ

 

ପଦ୍ମବନ ମଧ୍ୟେ କିବା ଶୋହେ ଭୃଙ୍ଗଶ୍ରେଣୀ।

।୧୧।

ସର୍ବ ଗୋପୀ ମେଳ ହୋଇ ରାଧାଙ୍କୁ ବେଢ଼ିଲେ

 

ଶ୍ରୀକୃଷ୍ଣଙ୍କୁ ବନ୍ଦାଇବା ଆସ ଗୋ ବୋଇଲେ।

।୧୨।

 

 

ନବୀନ ସେ ଗୋପୀଜନ ନବୀନ ବସନ

 

ରାହାସ କୁଞ୍ଜକୁ ବିଜେ କଲେ ସେ ବହନ।

।୧୩।

ନବୀନା କିଶୋରୀ ଗୋପୀ ଭରା ଯଉବନ

 

ମଧୁର ବସନ୍ତ ବାଇ ବହେ ଘନଘନ।

।୧୪।

 

 

ରାହାସ କୁଞ୍ଜରେ ବେଣୁ ବାଇଛନ୍ତି ଏକା

 

ଦେଖି ଗୋପନାରୀ ପ୍ରାଣେ ଉଭାରିଲା ଦକା।

।୧୫।

ଥନ ଥନ ନୟନରୁ ବହୁଅଛି ପାଣି

 

ଥୟ ନୋହନ୍ତି ଗୋପୀଏ ବଂଶୀଧୁନି ଶୁଣି।

।୧୬।

 

 

 

 

ତ୍ରିଭଙ୍ଗୀ ଛନ୍ଦରେ ଉଭା ହେଲେ ବନମାଳୀ

 

ଦେଖିକରି ଗୋପୀମାନେ ଦେଲେ ହୁଳହୁଳି।

।୧୭।

ସୁଦାମ ସୁବଳ ସେ ଯେ ଦ୍ୱାଦଶ ଗୋପାଳ

 

ବତ୍ରିଶ ନାୟେକା ସର୍ବେ ଅଛନ୍ତି ସଙ୍ଗର।

।୧୮।

 

 

ନିତ୍ୟ କୁଞ୍ଜରେ ବିଜୟେ ହୋଇଲେକ ହରି

 

ଆସ ଆସ ବୋଲି ପ୍ରଭୁ ଦେଲେ ହାଥ ଠାରି।

।୧୯।

ସୋଅର୍ଣ୍ଣ କଟରାମାନ ହାଥରେ ଧରିଣ

 

କର୍ପୂର ଚନ୍ଦନ ମାନ ତହିଂରେ ଭରିଣ।

।୨୦।

 

 

ବନ୍ଦାଇଲେ ଗୋପୀମାନେ ହୋଇ ଅତି ଭୋଳ

 

ରନ୍ଦନ କର୍ପୂର ଗନ୍ଧ ଗଳେ ପୁଷ୍ୟମାଳ।

।୨୧।

ନାନା ଜାତି ପୁଷ୍ୟ ତୋଳି କଲେ ୟେକ ମେଳ

 

ହାର ଗୁନ୍ଥି ଶ୍ରୀକୃଷ୍ଣଙ୍କୁ ବନ୍ଦାନ୍ତି ସକଳ।

।୨୨।

 

 

ନନା ଗନ୍ଧ ଦ୍ରବ୍ୟ କୃଷ୍ଣ ଅଙ୍ଗରେ ବୋଳିଲେ

 

ଭୋଳହୋଇ ଗୋପୀମାନେ ତ୍ରିପୁତି ହୋଇଲେ।

।୨୩।

ଉଛୁଳିଲା ପ୍ରେମ ସିନ୍ଧୁ ସୁଧା ରସ ସାର

 

ପ୍ରେମେ ଗୋପୀମାନେ ଯାଇଂ କଲେ ତାଙ୍କୁ କୋଳ।

।୨୪।

 

 

 

 

ନିତ୍ୟର ମହିଂମା ୟେହୁ ଅପ୍ରକାଶ୍ୟ ଅତି

 

ଭାବରେ ଭଣିଲା ଦୀନ ପାମର ଅଚ୍ୟୁତି।

।୨୫।

ଇତିଶ୍ରୀ ନିତ୍ୟଧାମ ଅନନ୍ତ ରାସ ବର୍ଣ୍ଣନେ

ନାମ ତୃତୀୟ ଅଧ୍ୟାୟ

 

ଚତୁର୍ଥ ଅଧ୍ୟାୟ

ରାମଚନ୍ଦ୍ର ଦାସ ବୋଲେ ଗୋସାଇଁ

 

ଭଗତି ୟୋଗକୁ କୁହ ବୁଝାଇ।

।୧।

କଉଂ ଗୁଣଠାରୁ ଭଗତି ଜାତ

 

ବୁଝାଇ କହିବା ଏହାର ତତ୍ୱ।

।୨।

ରାମ ମୁଖୁଂ ଶୁଣି ଏମନ୍ତ ବାଣୀ

 

ଅଚ୍ୟୁତ ସଧୀରେ ବୋଲନ୍ତି ପୁଣି।

।୩।

ଶୁଣ ରାମ ଦାସ ଗୋପ କୁମର

 

କହିବଇଂ ତୋତେ ଭକ୍ତି ବିଚାର।

।୪।

ଭଗତି ହୋଇଲେ ମୁକତି ପାଇ

 

ମୁକତି ଯୋଗେ ପରମେ ଭେଟଇ।

।୫।

ଗହନ କଥା ପଚାରିଲୁ ଯାହା

 

ଭକ୍ତି ଯଉଂଠାରେ କହୁଛି ତାହା।

।୬।

ଋଦ୍ରପୁର ବୋଲି ଯାହାକୁ କହି

 

କଣ୍ଠଚକ୍ର ବୋଲି ଚିହ୍ନ ତନୟୀ।

।୭।

ଶିବ ଭକ୍ତମାନେ ୟେ ପୁରେ ଥାନ୍ତି

 

ନମଃ ଶିବାୟ ଯେ ସେହୁ ଜପନ୍ତି।

।୮।

 

 

ବିଷ୍ଣୁ ଭୁବନ ତ୍ରିଯୋଜନ ଛଡ଼ା

 

ଅନନ୍ତ ଫେଣାରେ ରାହାସ ଖେଡ଼ା।

।୯।

ଶିବ ପୁର କହି ଯେଉଂଣ ଥାନ

 

ତହିଂ ଉପରେ ଅନନ୍ତ ଶୟନ।

।୧୦।

 

 

ଦ୍ୱାଦଶ ଯୋଜନ ରାହାସ ଥଳୀ

 

ତଥି ମଧ୍ୟରେ ରାଧା କୃଷ୍ଣ କେଳି।

।୧୧।

ଷୋଳ ସହସ୍ର ଗୋପୀ ବେଢ଼ିଛନ୍ତି

 

ତାଳ ମୁରୁଦଙ୍ଗ ଯନ୍ତ୍ର ବାଆନ୍ତି।

।୧୨।

 

 

ଗାଆନ୍ତି ବାଆନ୍ତି ନାଚନ୍ତି ତହିଂ

 

ଧିଆନ ରଖ ହୋ ଗୋପ ତନୟୀ।

।୧୩।

ତାମ୍ବୋଳ ପୁଷ୍ୟ ଯେ ଚନ୍ଦନ ଘେନି

 

ଛତ୍ର ଆଲଟ ଧରିଣ ବିଞ୍ଚେଣୀ।

।୧୪।

 

 

ନାନା ରଙ୍ଗେ ସେବା କରିଣ ଥାନ୍ତି

 

ଭଗତି ଭଣ୍ଡାର ଆବୋରିଛନ୍ତି।

।୧୫।

ଭଗତି ବୋଲି ପଚାରିଲୁ ଯାହା

 

ଭାବର ମୂଳ ସେ କହିଲି ୟେହା।

।୧୬।

 

 

 

 

ୟେକ ଭାବ ଧରି ଯେ କରି ଭୟ

 

ଦୃଢ଼ଭକ୍ତି ତୀର ତହୁଂ ଉଦୟ।

।୧୭।

ରାଧା କୃଷ୍ଣ ଭାବ ଅଭେଦ ଜାଣ

 

ବୃନ୍ଦାବନ ଚନ୍ଦ୍ର ରୂପ ନିର୍ଗୁଣ।

।୧୮।

 

 

ଅଧରେ ଅଧର ଚୁମ୍ବନ୍ତି ରହି

 

ନାସା ଶ୍ରବଣ ତଛୁଂ ଯୁକ୍ତ ତହିଂ।

।୧୯।

କପୋଳେ କପୋଳ ଜଡ଼ି ରହିଲା

 

ଗଣ୍ଡ ଯୁଗଳ କଡ଼ିଅଛି ଭଲା।

।୨୦।

 

 

ହୃଦରେ ହୃଦୟ ଜଡ଼ି ଯାଇଛି

 

ଭୁଜ ପଲ୍ଲବ ୟେକତ୍ନ ହୋଇଛି।

।୨୧।

କଟିରେ କଟି ଯେ ଜଡ଼ି ରହିଛି

 

ଜାନୁରେ ଜାନୁ ଅଭିନ୍ନ ହୋଇଛି।

।୨୨।

 

 

ଚରଣେ ଚରଣ ଛନ୍ଦିଣ ଥାନ୍ତି

 

ପଦ୍ମପାଦ ଘେନି ବେନି ଶୋଭା ଦିଶନ୍ତି।

।୨୩।

କୋଟି ଚନ୍ଦ୍ର କିବା ଉଦେ ହୋଇଛି

 

ପାଦନଖ ଶ୍ରେଣୀ ତେହ୍ନେ ଶୋହୁଛି।

।୨୪।

 

 

 

 

ଅଙ୍ଗୁଷ୍ଠି ମୂଳ ଦିଶେ ଶୋଭାବନ

 

ଧ୍ୱଜ ଅଙ୍କୁଶାଦି ଚକ୍ରର ଚିହ୍ନ।

।୨୫।

ଯବ ସ୍ତୁତିକ କୁମ୍ଭ ଛଡ଼ କୋଣ

 

ପଦ୍ମ ଡ଼ମ୍ବରୁ କଳସ ତ୍ରିକୋଣ।

।୨୬।

 

 

ଶଙ୍ଖ ଗୋସ୍ପଦ ଉର୍ଧ ରେଖାମାନ

 

ଇନ୍ଦୁପର୍ନ ମଛ ଚକ୍ର ଯେ ଚିହ୍ନ।

।୨୭।

ଅଷ୍ଟାଦଶ ଚିହ୍ନ ପାଦ ମୂଳରେ

 

ସେ ପାଦେ ଗୋପିକା ତଳୟେ କରେ।

।୨୮।

 

 

ସେହିଟି ଭଗତ ବୋଲି ଜାଣିବୁ

 

ସାର୍ଥକ ଜୀବନ ମନେ ଗୁଣିବୁ।

।୨୯।

ସର୍ବ ହୃଦେ ୟେକ ଭକ୍ତି ଜାଗଇ

 

ଭଗତ ଠାବେଂ ଭିନ୍ନାଭିନ୍ନ ନାହିଂ।

।୩୦।

 

 

ସଦା ଆନନ୍ଦ ଭକ୍ତି ମନେ ରତ

 

ନୋହେ ଚଞ୍ଚଳ ଉଦବେଗ ଚିତ୍ତ।

।୩୧।

ବିଟପୀ ସ୍ତୀରି ପ୍ରାୟେ କରି ଚିତ୍ତ

 

ଅହର୍ନିଶ ପଦ୍ମ ପାଦେ ଜଡ଼ିତ।

।୩୨।

 

 

 

 

ତେବେ ଅଗମ୍ୟକୁ ଗମି ପାରଇ

 

ପଦ୍ମ ପାଦ ଯେବେ ମନରେ ଧ୍ୟାଇ।

।୩୩।

ଆଧାର ଲିଙ୍ଗ ପଦ୍ମରେଣ ଥୋଇ

 

ନାଭି ପଦ୍ମକୁ ଯେ ମନେ ମଜ୍ଜାଇ।

।୩୪।

 

 

ହୃଦ ପଦ୍ମ କଣ୍ଠ ପଦ୍ମରେ ଚିତ୍ତ

 

ଲଲାଟ ପଦ୍ମ ଦୁଇ ତଳ ଥିତ।

।୩୫।

ତେଜକୁ ରଖିଲା ବାୟୁରେ ନେଇ

 

ବାୟୁକୁ ରଖିଲା ଶିର ଥାନେ ହିଂ।

।୩୬।

 

 

ଆକାଶ ଯେହୁ ମନ ବୋଲି ଜାଣ

 

ମନ ମିଶାଇ ବୁଦ୍ଧି ସଙ୍ଗତେଣ।

।୩୭।

ମନ ବୁଦ୍ଧି ସଙ୍ଗ ହୋଇଲା ଯହୁଂ

 

ଜୀବ ପରମ ଭେଟ ହୋଇ ତହୁଂ।

।୩୮।

 

 

ପାଦପଦ୍ମ ଭକ୍ତ ବିଶ୍ୱାସ କରି

 

ଦମ୍ଭେ ନନ୍ଦ କନ୍ଦ ଶ୍ରୀକୃଷ୍ଣ ସ୍ମରି।

।୩୯।

ସେ କୃଷ୍ଣ ଯାହାକୁ ସୁଦୟା କରେ

 

ଭବସାଗରୁ ସେହି ପ୍ରାଣୀ ତରେ।

।୪୦।

 

 

 

 

ତୁ ହୋ ରାମଚନ୍ଦ୍ର ପଚାରୁ ମୋତେ

 

ଭଗତି ଭାବ ମୁଂ କହିଲି ତୋତେ।

।୪୧।

ଶୁଣି ରାମ ଦାସ ତୋଷ ହୋଇଲା

 

ଉଧାର ହେଲଇଂ ପ୍ରଭୁ ବୋଇଲା।

।୪୨।

 

 

ଶତ ଶତ ଦଣ୍ଡବତ ଯେ କରି

 

ପଛଘୁଞ୍ଚା ଦେଇ ଗୁରୁ ସୁମରି।

।୪୩।

ଗୁରୁ ପାଦତଳେ ଲଗାଇ ଚିତ୍ତ

 

ବିଦାୟ ଘେନିଲା ଗୋପାଳ ସୁତ।

।୪୪।

 

 

ସାଧୁଜନ ମୋର ନ ଘେନ ଦୋଷ

 

ଭକ୍ତି ରାସ ଭଣେ ଅଚ୍ୟୁତି ଦାସ।

।୪୫।

ଇତିଶ୍ରୀ ଭକ୍ତିଯୋଗ କଥନେ ପ୍ରକୃତି ପୁରୁଷ

ମିଳନେ ଅନନ୍ତ ରାସ ବର୍ଣ୍ଣନେ ନାମ

 

ପଦ୍ମବନ ରାସ

ଏହି ରାସଟି ପଞ୍ଚସଖାଙ୍କର ମିଳିତ କାବ୍ୟସୃଷ୍ଟି ପ୍ରଚେଷ୍ଟାର ପ୍ରମାଣ ଦିଏ

॥ ପ୍ରଥମ ଅଧ୍ୟାୟ ॥

ବେନି ନଦୀ ମଧ୍ୟେ ପଦ୍ମ କାନନ

 

ଗ୍ରାମ ଯେ ନେମାଳ ମଝା ଭାଗେଣ।

 

ସେ ଥାନେ ଅଛଇ ରାସ ମଣ୍ଡୋଳ।

 

ସଖି ଗୋ!

 

ତହିଂ ରାସ ଲାଗିଛି

 

ଦେଖିଲେ ମନ ନ ଆସେ ମୁରୁଛି।

।୧।

 

 

ଛଡ଼ ଦଳ ପଦ୍ମ ତହିଂ ଶୋହୁଛି

 

ମଧ୍ୟରେ ଅଷ୍ଟଦଳ ବେଢ଼ିଅଛି।

 

କେଶର କଣିକା ସହସ୍ର ଜାଣ

 

ନିନ୍ଦୁଅଛି ସେହୁ ଇନ୍ଦୁ ବରନ।

 

ସଖି ଗୋ !

 

ନିତ୍ୟ- ଲୀଳା ସେଠାରେ

 

ବର୍ଣ୍ଣି ଯେ ନୋହଇ ଶତ ମୁଖରେ।

।୨।

 

 

ଅଠାଇଶ ଆଙ୍ଗୁଳ ପରିମିତ

 

ଆଠ ବିଂଶରେ ଭଚ୍ଛର୍ଗ ବିଦିତ।

 

ସେହୁ ଅଠାଇଣ ଆଡ଼କୁ ଜାଣ

 

ଆବୋରି ଅଛି ପାବଚ୍ଛ ପ୍ରାଙ୍ଗଣ।

 

ସଖି ଗୋ!

 

ସେହି ସଂଗମ ଥଳୀ

 

ଶେଷଦେବ ଯାହା ନ ପାନ୍ତି ଭାଳି।

।୩।

 

 

ରମା ପ୍ରେମା ସେହି ଠାବେଣ ଥାନ୍ତି

 

କାମ ପୁରୁଷକୁ ନିଷ୍କାମେ ଚିନ୍ତି।

 

ଦଶ ଗୋପୀ ତହିଂ ପ୍ରେମ ଭାବରେ

 

ମଜ୍ଜି ରହିଛନ୍ତି ନିତ୍ୟ ସେବାରେ।

 

ସଖି ଗୋ!

 

ପ୍ରାନ୍ତେ ବିପରୀତଟି

 

ଆଦ୍ୟେ ବସିଛନ୍ତି ରତିପତିଟି।

।୪।

 

 

ଆଦ୍ୟରେ ସୁରତି ମଧ୍ୟରେ ପ୍ରୀତି

 

ରତି ହିଂ ସେଠାବେ ଶେଷେ ରହନ୍ତି।

 

ଛଡ଼ ଦଳ ବେଢ଼ି ଆଠ ଦଳକୁ

 

ରହିଛନ୍ତି ସେହି ପ୍ରେମ ଭାବକୁ।

 

ସଖି ଗୋ!

 

ଗ୍ୟାଂନ ତଛୁରେ ଅନା

 

ଦେଖିଲେ ଲଭିବୁ ଦିବ୍ୟ ଭାବନା।

।୫।

 

 

ପ୍ରେମା ହୃଦେ ରମା କାମ ଯୁଗଳ

 

ହରେ ରାମ କୃଷ୍ଣ ଯହିଂରେ ମେଳ।

 

ଷୋଳରୁ ବତିଷ ବତିଶୁଂ ଷୋଳ

 

ବାରଣ ନାହିଂ ସେ ନିତ୍ୟର ଖେଳ।

 

ସଖି ଗୋ!

 

ତହିଂ ବାରଣ ନାହିଂ

 

ଅଷ୍ଟ ଦଶାକ୍ଷର ତହିଂ ଶୋହଇ।

।୬।

 

 

ଦେଖ ସଖିଜନ ବଟ ପତ୍ରକୁ

 

ପତ୍ରେ ପତ୍ରେ ଖେଡ଼ା ଶୋହେ ତାହାଙ୍କୁ।

 

ଦେଖିଲେ ଗୋ ସଖି ପରତେ ଯିବ

 

ଦେଖିବା ଅଟଇ ମମତା ଭାବ।

 

ସଖି ଗୋ!

 

ଦେଖ ତାହାଙ୍କ ଲୀଳା

 

କିଶୋରୀ ସଙ୍ଗତେ କରନ୍ତି ଖେଳା

।୭।

 

 

 

 

ୟେ ଭୂମି ଗମନ ସହଜ ପଥେ

 

ହଜିଲେ ଧନ ମିଳଇ ଯେମନ୍ତେ।

 

ହଜି ପାରିଲେ ତୁ ତାଙ୍କୁ ଦେଖିବୁ

 

ଦେଖିଲେ ଗୋ ସଖି ଦୁଖ ନାଶିବୁ।

 

ସଖି ଗୋ!

 

ସେହୁ ମହା ମହିମା

 

ଯୋଗୀ ଯୁଗାନ୍ତରେ ନପାନ୍ତି ସୀମା।

।୮।

 

 

ଏହି ବଟ ପୁଟେ ଯଉଂ ମୂରୁତି

 

କର୍ଣ୍ଣିକା ମଧ୍ୟେ ଯଉଂ ବର୍ଣ୍ଣ ଥିତି।

 

ଜୋତିରେ ଜୋତି ନିବିଡ଼େ ମିଳାଇ

 

ବେନି ଜନ ଏକ ରୂପ ଦିଶଇ।

 

ସଖି ଗୋ!

 

ତହିଂ ବର୍ଣ୍ଣଇଂ ନାହିଂ

 

ପଞ୍ଚୁବର୍ଣ୍ଣ ଏକ ବର୍ଣ୍ଣ ଶୋହଇ।

।୯।

 

 

ୟେହୁ ବଟ ଶୋଭା ନିଳାଦ୍ରୀ ଜୋତି

 

ମାହାବଟ ସେ ନାମ ବୋଲାବନ୍ତି।

 

କଳ୍ପନା କାଳେନ୍ଦୀ ଉତ୍ତରେ ଶୋଭା।

 

ଦକ୍ଷିଣେ ପ୍ରେମା କାଳେନ୍ଦୀର ଆଭା

 

ସଖି ଗୋ!

 

ରାମା ଶାମାହିଂ ସେହି

 

ପ୍ରେମା ଅଛନ୍ତି ସେ ଅନନ୍ତ ଶାୟୀ।

୧୦।

 

 

ସପ୍ତଫେଣୀ ପରେ ସେ ସିଂଘାସନ

 

ଅର୍ଧ ଅଙ୍ଗ ଧାମ ନାମରେ ଚିହ୍ନ।

 

ସୁଦ୍ରଶେନ ବୋଲିଣ ତାହା କହି

 

ବଟ ଭଇରୋବୀ ଅଟନ୍ତି ସେହି।

 

ସଖି ଗୋ!

 

ତାଙ୍କ ସୁଦୟା ହେଲେ

 

ପଦ୍ମବନ ରାସ ଦେଖିବୁ ଭଲେ।

।୧୧।

 

 

ତଥି ପରେ ଅଛି ପରମ ଶୂନ୍ୟ

 

ନୀଳାଦ୍ରୀ ରୂପେ ବିଜେ ଭଗବାନ।

 

ସୋଭଦ୍ରା ରାଧା ସେ ସୋରୂପେ ଉଭା

 

ବଳଦେବ ତହିଂ ଅନନ୍ତ ପ୍ରଭା।

 

ସଖି ଗୋ!

 

ତହିଂ ଉପାମା ନାହିଂ

 

ପଦ୍ମବନ ବଟ ଉଦୟେ ତହିଂ।

।୧୨।

 

 

 

 

ଅରୁପ ଅରେଖ ଅଦେହ କାୟା

 

ସହସ୍ରା ଉପରେ ତାହାଙ୍କ ଛାୟା।

 

ଶ୍ୱେତ ରଙ୍ଗା କଳା ଶାମଳା ମୁର୍ତ୍ତି

 

କୁଙ୍କୁମ ମିଶିଣ ବଟ ମୂରୁତି।

 

ସଖି ଗୋ!

 

ଭେଦି ଦେଖିବା ଚାଲ

 

ମଣି ବେଦୀକୁ ଏକା ସମତୁଲ।

।୧୩।

 

 

ମଣି ମଣ୍ଡୋପର ଅନନ୍ତ ଭାବ

 

ନିରତେ ହୋଅଇ ଦ୍ୱାଦଶ ଶବ୍ଦ।

 

ପଞ୍ଚୁ ମାତ୍ରା ଘେନି ଉଦୟେ ଥିତି

 

ମଣିକର୍ଣ୍ଣିକା ସେହୁ ବୋଲାବନ୍ତି।

 

ସଖି ଗୋ!

 

ତହିଂ ଧୁନି ଶୁଭଇ

 

ସେ ଧୁନି ଜାଣିଲେ କଳୁଷ କାହିଂ।

।୧୪।

 

 

ଦ୍ୱାରପାଳ ସେ ଯେ ଅମ୍ବିକା ମାତା

 

ପଦ୍ମବନ ପୂର୍ବ ଦ୍ୱାରରେ ଥିତା।

 

ଉତ୍ତର ଦୁଆରେ ଭବାନୀ ସହୀ

 

ପଛିମରେ ଅଛି ଶରଦ ମୁହିଂ।

 

ସଖି ଗୋ!

 

ଦକ୍ଷିଣ ଦିଗେ ଚମ୍ପା

 

ଚମ୍ପକ ବରନୀ ସେ ଅନୁକମ୍ପା।

।୧୫।

 

 

ଭଗତି ଭାବରେ ସେହୁ ଆସନ୍ତି

 

ପଦ୍ମବନ ମଧ୍ୟେ ସେବା କରନ୍ତି।

 

ଚାଚେକା ଯେ ଭଗବତୀ ପ୍ରଧାନ

 

ଚିତ୍ରେଶ୍ୱରୀ ଗୋପୀ ସଙ୍ଗତେ ପୁଣ।

 

ସଖି ଗୋ!

 

ସେହୁ ଗୋପୀରେ ସାର

 

ପଦ୍ମବନେ ଏହୁ ହୋଅନ୍ତି ମେଳ।

।୧୬।

 

 

ଉର୍ମ ଧୁର୍ମ ଜ୍ୟୋତି ଜ୍ୱାଳା ଜାଣନ୍ତି

 

ମାହାନିତ୍ୟ ରାସ ପ୍ରେମେ ଭଜନ୍ତି।

 

ଭାବନ୍ତି ତା ନାମ ନିରତେ ଗୋପୀ

 

ଗୋପୀ ନାମକୁ ସେହୁ ଭାବୁଥାନ୍ତି।

 

ସଖି ଗୋ!

 

ତହିଂ ଭଜନ ନାହିଂ

 

ନିରତେ ଜପ ଶ୍ରୀମୁଖକୁ ଚାହିଂ।

।୧୭।

 

 

 

 

ପୁରୁଷ ଅଙ୍ଗରେ ନାହିଂ ଭଗତା

 

ନାରୀ ରୂପ ତହିଂ ସିନା ଶକତା।

 

ପ୍ରେମ ଭଗତିହିଂ ପଦ୍ମ ବନରେ

 

ସଖି ପ୍ରେମ ସେବା ମଣି ବେଦୀରେ।

 

ସଖି ଗୋ!

 

ସେବା ଭଗତି ସାର

 

ମଣି ବେଦ୍ରିକାରେ ରାସ ମନ୍ଦିର।

।୧୮।

 

 

ଗତି ମୁକ୍ତି ତହିଂ ଭଗତି ଥାନ

 

ଗଙ୍ଗା ଯମୁନା ସୋରସ୍ୱତୀ ଜାଣ।

 

ଏହି ବଟ ମୂଳେ ଅଛନ୍ତି ରହି

 

ଅଷ୍ଟ ନିଧି ଜାଗି କୁବେର ଧ୍ୟାଇ।

 

ସଖି ଗୋ!

 

ବ୍ରହ୍ମା ବିଷ୍ଣୁ ଶଙ୍କର

 

ବାସବ ସଙ୍ଗେ ଦଶ ଦିଗପାଳ।

।୧୯।

 

 

ଏ ବଟ ପୁଟକୁ କରିଣ ଆଶ

 

ଦେଖନ୍ତି ରହି ପରମ ରାହାସ।

 

ଯୁଗ ଯୁଗାନ୍ତେ ଅନ୍ତର ନୋହନ୍ତି

 

ବଟ ଚଉପାଶେ ବେଢ଼ି ଅଛନ୍ତି।

 

ସଖି ଗୋ!

 

ସେହି ବଟକୁ ଆଶ

 

ଶରଣ ପଶିଛି ଅଚ୍ୟୁତି ଦାସ।

।୨୦।

 

 

ଲଳିତା ବିଶାଖା ଚଂପକଲତା

 

ଚିତ୍ରା ରଙ୍ଗଲତା ଯେ ମଧୁମତ୍ତା।

 

ଅଷ୍ଟ ନାୟେକା ସୁଦେବୀ ଶ୍ରୀମତୀ

 

ୟେହାନ୍ତ ଜଣାଏ ମୋହୋ ବିନତି।

 

ସଖି ଗୋ !

 

ଏହି ମଣି ବେଦୀରେ

 

ସେବା ଖଟିଥାନ୍ତି ଦିବା ନିଶିରେ।

।୨୧।

 

 

ଅଷ୍ଟ ସଖିର ଆଗ୍ୟାଂ ମତେ ହେଲା

 

ଶ୍ରୀକୃଷ୍ଣ ଶ୍ରୀମୁଖୁଂ ଆଗ୍ୟାଂ ଖଟିଲା।

 

ବୋଇଲେ ତୁ ଯିବୁ ପଦ୍ମବନକୁ

 

ନିବାସ ପାଇବୁ ମଣି ବେଦ୍ରୀକୁ।

 

ସଖି ଗୋ!

 

ସେହି ସୁଦାମ ହିତେ

 

ମାହା ବଟ ଭିଆଇଲେ ସୁଚିତେ।

।୨୨।

 

 

 

 

ସୁଦ୍ରଶେନ ଚକ୍ର ସେ ମୋତେ ଦିଲେ

 

ଅଷ୍ଟସଖି ମେଳ ହୋଅ ତୁ ଭଲେ।

 

ମଣିବେଦୀରେ ନିବାସ ରଂଚିବୁ

 

ମାହାନିତ୍ୟ ତହିଂ ସେବା କରିବୁ।

 

ସଖି ଗୋ!

 

ତୁମ୍ଭ ଚରଣେ ବଶ

 

ଲଏ କୃଷ୍ଣ ଠାବେ ଅଚ୍ୟୁତି ଦାସ।

।୨୩।

ଇତିଶ୍ରୀ ପଦ୍ମବନ ରାସ ନାମ ପ୍ରଥମ ଅଧ୍ୟାୟଃ।

 

॥ ଦ୍ୱିତୀୟ ଅଧ୍ୟାୟ॥

ଦେଖିଲି ଲାବଣ୍ୟ ମୋହନ ବିଜେ ନୀଳକନ୍ଦରେ

 

ତ୍ରିପୁରା ମାଳତୀ ମୋହିନୀ ଖଟିଛନ୍ତି ସେବାରେ।

।୧।

ମଦନା ଦୟେଣା ମରୁଆ ରହିଛନ୍ତି ପାରୁଶ

 

କଳ୍ପବଟ ମୂଳେ ରହିଣ ତାଙ୍କ ଚିତ୍ତ ହରଷ।

।୨।

ଆହୁରି ଦେଖିଲି ସଜନୀ ନୀଳା ବହାର ଥାନ

 

ଲଳିତା ବିଶାଖା ଚିତ୍ରା ଯେ ଲତା ଚମ୍ପକବର୍ଣ୍ଣ।

।୩।

ବଦନ୍ତି ଶ୍ରୀମତୀ ପ୍ରିୟା ଯେ ମଧୁମତୀଙ୍କୁ ଘେନି

 

ଷଷ୍ଠ ଅଷ୍ଟ ଥାନେ ଗୋପିକା ହୋଇଛନ୍ତି ମଣ୍ଡଣି।

।୪।

ଚନ୍ଦ୍ରାବଳୀ ସଙ୍ଗେ ସଜନୀ ରଇବ୍ରତର ଜେମା

 

ଏହି ବେନି ସଖି ଅଟନ୍ତି ନିତ୍ୟଥଳେ ଉତ୍ତମା।

।୫।

ପଦ୍ମବନେ ସେବା କରନ୍ତି ମଣି ବେଦୀରେ ଚିତ୍ତ

 

ମଣି ବେଦୀପରେ ଦେଖନ୍ତି ରାଧାକୃଷ୍ଣ ଏକତ୍ୱ।

।୬।

ସାତରୁ ଅଧିକ ସହୀ ଗୋ ତାହା ପାରୁଶେ ଗାର

 

ସେହି ଗାରଗୋଟି ଅଟଇ ପ୍ରେମାଗାରରେ ସାର।

।୭।

ଦକ୍ଷିଣେ ଦେଖିଲି ସଜନୀ ଇନ୍ଦୁ ଛନ୍ଦିଛି ବିନ୍ଦୁ

 

ସପ୍ତ ଆଭରଣ ପଛିମେ ସେହି ସପତ ସିନ୍ଧୁ।

।୮।

 

 

ଉତ୍ତରେ ଚନ୍ଦ୍ରିକା ଗୁପତ ବିନ୍ଦୁ ବ୍ରହ୍ମ କରିଛି

 

ମଣି ବେଦ୍ରିକା ସେହି ଥଳ ବେଦ ପରେ ରହିଛି।

।୯।

ଚାରିବେଦ ଦ୍ୱାରପାଳ ଯେ ୟେକେ ୟେକେ ଗୁଣନ୍ତି

 

ଚାରି ଚତୁରଙ୍ଗ ଭେଦିଲେ ଷୋଳୁଂ ବତ୍ରିଶ ଶକ୍ତି।

।୧୦।

 

 

ବତ୍ରିଶ ବାହାର ଶ୍ରୀକୃଷ୍ଣ ଶ୍ରୀରାଧିକା ପ୍ରେମରେ

 

ରାଧା ହୃଦେ ଜଡ଼ି ରହିଛି କୃଷ୍ଣ ଅହରାତ୍ରରେ।

।୧୧।

ମଣି ବେଦ୍ରିକା ସେହି ଥଳ ଗୁପତରୁ ଗୁପତ

 

ଦିବା ରାତ୍ର ନାହିଂ ସେ ଥାନେ ତହିଂ ନାହିଂ ପ୍ରଭାତ।

।୧୨।

 

 

କଳ୍ପବଟ ଯଉଂ ମୂରତି ଶ୍ରୀଅନନ୍ତ ପ୍ରତିଭା

 

ସପ୍ତଫେଣି ମଣି ଉପରେ ମଣି ବେଦୀରେ ଶୋଭା।

।୧୩।

ପଛିମ ବଟହିଂ ପଛିମେ ହୋଇଛନ୍ତି ଶୋଭନ

 

ସିଧିଦାୟେକ ଯେ ଅଟନ୍ତି ତ୍ରିପୁରାଙ୍କ ଭୁବନ।

।୧୪।

 

 

ଦେଖି ମୁଂ ଥକିତ ହୋଇଲି ପଛିମର ପାରୁଶ

 

ବଟ ଶୋଭା ଦେଖୁ ଦେଖୁ ଯେ ଉଡ଼ିଲା ମୋ ସାହସ।

।୧୫।

ହଂସ ପରି ଗତି କରୁଛି ବଟ ବିଟପୀ ତହିଂ

 

ତ୍ରିଗୁଣ ସେହି ଯେ ବାହାର ଗୁଣ ଦୋଷଟି ନାହିଂ।

।୧୬।

 

 

 

 

ସେଠାବେ ଦେଖିଲି ରାହାସେ ବିଜେ ଜଗନ୍ନାଥ

 

ରାଧାଙ୍କୁ ସଙ୍ଗତେ ଘେନିଣ ବେନି ଏକ ରୂପାନ୍ତ।

।୧୭।

ଅଷ୍ଟ ସଖି ସେବା କରନ୍ତି ଅଷ୍ଟ କୋଣରେ ରହି

 

ଉପାମ କି ଦେବି ତାହାଙ୍କୁ ଆଉ ଉପାମ ନାହିଂ।

।୧୮।

 

 

ଉଇଂ ଆସୁଛି କି ପୂର୍ଣ୍ଣିମା ଶଶୀ ବରୁଣ ପୁରୁଂ

 

ଯିବା ସଜ ହୁଅ ସଖି ଗୋ ଏହି ମଣିବେଦୀରୁ।

।୧୯।

କେମନ୍ତେ ସେ ଜୋତି ଦିଶଇ ତାଙ୍କୁ ନାହିଂ ଉପାମା

 

ଜୋତି ପରେ ଜୋତି ସହୀ ଗୋ ରୂପ ଅରୂପ ସୀମା।

।୨୦।

 

 

ଜୋତିରାନନ୍ଦ ସେ ମୂରୁତି ଅନୁପମ ଶୋହୁଛି

 

ଆବରଣ ବେନି ପ୍ରତିମା ଏକ ଅଙ୍ଗ ହୋଇଛି।

।୨୧।

ଲାବଣ୍ୟ ମୋହନ ମୂରତି ଦେଖି ହୋଇଲି ଭୋଳ

 

ଭୋଳହୋଇ ସଖିଜନ ଯେ ତାଙ୍କୁ କରନ୍ତି କୋଳ।

।୨୨।

 

 

ଲଳିତ କୁଞ୍ଜ ସଖିମାନେ ତାଙ୍କୁ କରନ୍ତି ସେବା

 

କେହୁ ସେ ଆଲଟ ପକାନ୍ତି କେହୁ ତାମ୍ବୁଳ ଦେବା।

।୨୩।

ଚନ୍ଦନ ଶ୍ରୀ ଅଙ୍ଗେ ଲେପନ୍ତି କେହୁ ସୁଅର୍ଣ୍ଣ ହାର

 

କେହୁ ସେ ପୁଷ୍ୟକୁ ଯୋଗାନ୍ତି ରାଧାକୃଷ୍ଣ ଗଳାର।

।୨୪।

 

 

 

 

ୟେମନ୍ତ ଦେଖିଣ ସଖିଏ ହୁଳ ଧ୍ୱନି କରନ୍ତି

 

ସୁଅର୍ଣ୍ଣ ପ୍ରଦୀପେ ଆଲୋକ ସର୍ବେ ବନ୍ଦାଉଥାନ୍ତି।

।୨୫।

ରୂପ ଅରୂପ ସେ ଜୋତିକୁ ପଞ୍ଚ ସଖା ଦେଖିଲୁଂ

 

ନିତ୍ୟ ମଣିଦେବୀ ଠାବରେ ସର୍ବେ ଶରଣ ଗଲୁଂ।

।୨୬।

 

 

ଶିଶୁ ଅନନ୍ତଟି ମୋ ନାମ ପଞ୍ଚସଖା ମେଳରେ

 

ଅଚ୍ୟୁତ ସଖାଙ୍କ ଆଶ୍ରମ ଏହି ମଣିବେଦୀରେ।

।୨୭।

ପଛିମ ଶିଆଳୀ ଲତାଟି ମୋର ଆଶ୍ରୟ ଥାନ

 

ଶିଶୁ ଅନନ୍ତ ଯେ ଶରଣ ରାଧାକୃଷ୍ଣ ଚରଣ।

।୨୮।

ଇତିଶ୍ରୀ ପଦ୍ମବନ ରାହାସନାମ ଦ୍ୱିତୀୟ ଅଧ୍ୟାୟ ॥

 

॥ ତୃତୀୟ ଅଧ୍ୟାୟ॥

ତ୍ରିପୁରା ବୋଲନ୍ତି ଶୁଣ

ବେଗେ ସଜ ହୁଅ ଯିବା ବହନ

 

ସଜନୀ ଗୋ ! ଦେଖିବା ପଦ୍ମ କାନନ।

।୧।

ସେଠାବେ ଛନ୍ତି ପୁଷ୍କର

ଲକ୍ଷେ ତୀର୍ଥ ଛନ୍ତି ତାଙ୍କ ସଙ୍ଗର

 

ସଜନୀ ଗୋ! ଭେଦିଛନ୍ତି ତିନିପୁର।

।୨।

ଦେଖ ଗୋ ଚିତ୍ର ବଦନୀ

ଦକ୍ଷିଣ ଉତ୍ତରେ ପୂର୍ବ ଗମନୀ

 

ସଜନୀ ଗୋ! କାଳେନ୍ଦ୍ରୀ ହ୍ରଦେକ ଜାଣି।

।୩।

ମହା ସୁବାହୁ ଦ୍ୱାପରେ

ଜନମ ହୁଅନ୍ତି କୃଷ୍ଣ ସେଠାରେ

 

ସଜନୀ ଗୋ ! କେଳି କଳ୍ପବଟ ମୂଳେ।

।୪।

ଚଉଷଠି ସସ୍ର ଗୋପୀ

କୃଷ୍ଣ ସଙ୍ଗେ ଲୀଳା ରଖନ୍ତି ଥାପି

 

ସଜନୀ ଗୋ! ତିଳେ ସଙ୍ଗ ନ ତେଜନ୍ତି।

।୫।

ଲଳିତ କୁଞ୍ଜକୁ ଦେଖ

ପଶ୍ଚିମ ପିପଳ ତହିଂ ପ୍ରତ୍ୟେକ୍ଷ

 

ସଜନୀ ଗୋ! ଲଳିତା ସଖି ଯେ ସାଖ୍ୟ।

।୬।

ସଖି ତ୍ରିପୁରା ବିଶାଖା

ଶ୍ୟାମଳା ସହିତେ ଖଟନ୍ତି ଏକା

 

ସଜନୀ ଗୋ! ଇୟଂଳା ଚପଳା ସଖା।

।୭।

ଅକାର ଉକାର ବେନି

ମକାର ମିଶିଣ ଓଂକାର ପୁଣି

 

ସଜନୀ ଗୋ ! ରକାର ଅକ୍ଷର ଘେନି।

।୮।

 

 

ଅଂକାର ତହୁଂ ମିଶନ୍ତି

ଏହାକୁ ଭଜିଣ ସେବା କରନ୍ତି

 

ସଜନୀ ଗୋ! ନାହିଂ ମନେ ଭଏ ଭ୍ରାନ୍ତି।

।୯।

ମହାଶକ୍ତି ପଶ୍ଚିମରେ

ବଟ ପିପଳକୁ ଘେନି ସଙ୍ଗରେ

 

ସଜନୀ ଗୋ! ଶିଶୁ ଅନନ୍ତ ସେଠାରେ।

।୧୦।

 

 

ଅଙ୍ଗିର ପୁଲସ୍ତ୍ୟ ତପୀ

ରହିଣ ସାଧନ୍ତି ଯୋଗ ସଂଛେପି

 

ସଜନୀ ଗୋ! ପଛିମେ ବସତି ଥାପି।

।୧୧।

ଉତ୍ତର ବଟକୁ ସହୀ

ଦେଖିଲେ ମନ ଯେ ଥିର ହୋଅଇ

 

ସଜନୀ ଗୋ! ଶୁକ ସନକାଦି ତହିଂ।

।୧୨।

 

 

ଶ୍ରୀଶକ୍ତି ରହେ ଉତ୍ତରେ

ଶ୍ରୀମତୀ ଶ୍ରୀୟା ବିଜୟା ସଙ୍ଗରେ

 

ସଜନୀ ଗୋ! ଯଶୋବନ୍ତି ସେଠାରେ।

।୧୩।

ସେହି ଯଶୋବନ୍ତ ଦାସ

ଶ୍ରୀମତୀଙ୍କ କୁଞ୍ଜେ ତାଙ୍କରି ବାସ

 

ସଜନୀ ଗୋ! ଦେଖନ୍ତି ନିତ୍ୟ ରାହାସ।

।୧୪।

 

 

ଓଂକାର ହୁଂକାର ଦୁଇ

ନ କାର ଇକାର ଲ କାର ଦେଇ

 

ସଜନୀ ଗୋ! ନାଦବିନ୍ଦୁଟି ଶୋଭଇ।

।୧୫।

ଶେଷକୁ ସେ ବର୍ହ୍ନ କାୟା

ଏମନ୍ତ ଭଜନ୍ତି ଶ୍ରୀମତୀ ଶ୍ରୀୟା

 

ସଜନୀ ଗୋ! ଯଶୋବନ୍ତ ଭାବେ ଏହା।

।୧୬।

 

 

 

 

ଈଶନ୍ୟରେ ମହାଦ୍ରୁମ

ଦୈାପଦୀ ପ୍ରିୟାଙ୍କ ତହିଂ ଆଶ୍ରମ

 

ସଜନୀ ଗୋ! ଉତ୍ତର ସଖିଙ୍କ ସମ।

।୧୭।

ସେଠାରେ ମାର୍କଣ୍ଡ ଋଷି

ତପ କରୁଛନ୍ତି ସେ ଦିବା ନିଶି

 

ସଜନୀ ଗୋ! କଳ୍ପ କଳ୍ପାନ୍ତରେ ବସି।

।୧୮।

 

 

ପୂର୍ବରେ ସେ ଚନ୍ଦ୍ରାବଳୀ

ବିଧୁମୁଖୀ ସଙ୍ଗେ ଗୋପର ବାଳୀ

 

ସଜନୀ ଗୋ! ଶଶିରେଖା ଆଗୁଆଳି।

।୧୯।

ଉତ୍ତର ବଟଟି ଯେହି

ଉକାର ନ ଥାଇ ପୂର୍ବରେ ରହି

 

ସଜନୀ ଗୋ! ମନ୍ତ୍ର ନିରଞ୍ଜନ ତହିଂ।

।୨୦।

 

 

ସଖା ବଳରାମ ଭାବ

ପୂର୍ବବଟ ଯହିଂ ତାଙ୍କୁ ଦୁର୍ଲ୍ଲଭ

 

ସଜନୀ ଗୋ! ତାରେଣୀ ଶକ୍ତିଟି ନବ।

।୨୧।

ବଶିଷ୍ଠ ଋଷି ସେଠାରେ

ତିନି ତପୀ ସଙ୍ଗେ ସେ ସେବାକରେ

 

ସଜନୀ ଗୋ! ରହିଛନ୍ତି ଯୁଗାନ୍ତରେ।

।୨୨।

 

 

ଦକ୍ଷିଣେ ଚମ୍ପା ରେବତୀ

ଅଷ୍ଟସଖି ସଙ୍ଗେ ତାଙ୍କ ବସତି

 

ସଜନୀ ଗୋ! ଧ୍ୟାନେ ପରମ ଜପନ୍ତି।

।୨୩।

ପରା ବୀଜକୁ ଗୋ ସହୀ

ୟେହି ତିନି ବୀଜ ଜପ ହୁ୍ଅଇ

 

ସଜନୀ ଗୋ! କାଳିଞ୍ଜନ ଋଷି ତହିଂ।

।୨୪।

 

 

 

 

ଜଗନ୍ନାଥ ଦାସ ମୁହିଂ

ଦକ୍ଷିଣ ବଟରେ ଆଶ୍ରିତ ରହି

 

ସଜନୀ ଗୋ! ଦେଖ ଲୀଳା ରସ ତହିଂ।

।୨୫।

ଦକ୍ଷିଣେ ଭୂଷଣ୍ଡ ସ୍ଥଳ

ବଟ ବିନୋଦିଆ ତହିଂରେ ମେଳ

 

ସଜନୀ ଗୋ! ଦ୍ୱାଦଶ ଶବ୍ଦ ଚହଳ।

।୨୬।

 

 

ୟେ ଠାବେ ବୃକ୍ଷ ବକୁଳ

ବଙ୍ଗୁନାଳ ପରେ ଏହାଙ୍କ ମେଳ

 

ସଜନୀ ଗୋ! ଗରୁଡ଼ ସଖାଟି ବଳ।

।୨୭।

ଚଉଷଠୀ କଳା ଘେନି

ବ୍ରହ୍ମ ନାରୀ ତହିଂ କରେ ଦୟିନୀ

 

ସଜନୀ ଗୋ! ପାର୍ବତୀକୁ ସଙ୍ଗେ ଘେନି।

।୨୮।

 

 

ସେଠାରେ ମନ୍ତ୍ର ତାରକ

ଚାରି ଯୁଗମାନେ ତହିଁରେ ଗୋପ୍ୟ

 

ସଜନୀ ଗୋ! ଦେଖନ୍ତି ନିତ୍ୟ ରାହାସ।

।୨୯।

ଦାମ ସୁଦାମ ସୁବଳ

ସୁବାହୁ ଶ୍ରୀବଛ ଏ ପଞ୍ଚମେଳ

 

ସଜନୀ ଗୋ! ଦ୍ୱାଦଶ ବାଳ ଗୋପାଳ।

।୩୦।

 

 

ସତ୍ୟ ଯୁଗେ ପଞ୍ଚତପୀ

ବକୁଳ ମୂଳରେ ତପ କରନ୍ତି

 

ସଜନୀ ଗୋ! ନିତ୍ୟ ପଞ୍ଚମନ୍ତ୍ର ଥାପି।

।୩୧।

ତାଙ୍କ ଆଗେ ବଟକଳ୍ପ

ସେହି ବଟମୂଳେ ମଣି ମଣ୍ଡପ

 

ସଜନୀ ଗୋ! ଅଚ୍ୟୁତ ଦାସର ଜପ।

।୩୨।

 

 

 

 

ମଣି ବେଦୀ ପରେ ହରି

ଜୋତିରାନନ୍ଦ ମରୁତିକୁ ଧରି

 

ସଜନୀ ଗୋ! ଆନନ୍ଦେ ବାଏ ବାଂଶୁରୀ।

।୩୩।

ରାଧାକୃଷ୍ଣ ନିତ୍ୟସ୍ଥଳ

ଜୋତି ପରେ ଜୋତି ହୋଅଇ ମେଳ

 

ସଜନୀ ଗୋ! ଯେସନେ ବାଳ ମିହିର।୩୫।

।୩୪।

 

 

ଅଷ୍ଟ ସଖି ସେଠାବରେ

ସେବା କରୁଥାନ୍ତି ପ୍ରଭୁଙ୍କଠାରେ

 

ସଜନୀ ଗୋ! ଦେଖନ୍ତି ନେତ୍ର ପତରେ।

।୩୫।

ରାଧାକୃଷ୍ଣ ଭିନ୍ନାଭିନ୍ନ

ମଣି ବେଦ୍ରିକାରେ ନାହିଂ ସେ ଚିହ୍ନ

 

ସଜନୀ ଗୋ! ବେନି ତନୁ ଏକ ବର୍ଣ୍ଣ।

।୩୬।

 

 

ଚଉଷଠୀ ସସ୍ର ଗୋପୀ

ମଣି ବେଦୀ ପରେ ଜୋତି ମୂରୁତି

 

ସଜନୀ ଗୋ! ଛାଡ଼ିଲେ ସକଳ ଭ୍ରାନ୍ତି।

।୩୭।

ଦେଖି ତାଙ୍କୁ ଗୋପବାଳୀ

ଆନନ୍ଦେ ଦିଅନ୍ତି ଯେ ହୁଳହୁଳି

 

ସଜନୀ ଗୋ! ଯେସନେ ସିନ୍ଧୁ ଉଛୁଳି।

।୩୮।

 

 

ବକୁଳ ମୂଳରେ ରହି

ପଞ୍ଚସଖା ତହିଂ ଦେଖିଲୁ ଧ୍ୟାୟି

 

ସଜନୀ ଗୋ! ଦୁଃଖ ଗଲା ପାର ହୋଇ।

।୩୯।

ସଖିଜନ ସଙ୍ଗେ ଥିଲି

ଅଗ୍ୟାଂନ ତିମିର ମୋହ ନାଶିଲି

 

ସଜନୀ ଗୋ! ପ୍ରେମ ଭଗତି ପାଇଲି।

।୪୦।

 

 

 

 

ଅଣାକ୍ଷର ଚିତ୍ର ୟେହି

ତ୍ରିୟବିନ୍ଦୁ ପରେ ସେ ଭାବଗ୍ରାହୀ

 

ସଜନୀ ଗୋ! ଦାସ ଜଗନ୍ନାଥ କହି।

।୪୧।

ଇତିଶ୍ରୀ ପଦ୍ମବନ ରାସ ତୃତୀୟୋଽଧ୍ୟାୟଃ।

 

 

ରାହାସ ଖଣ୍ଡ

॥ ଚତୁର୍ଥ ଅଧ୍ୟାୟ॥

ଅମନ ମନ୍ଦିରକୁ କର ଗମନ

 

ମାୟାରେ ପଡ଼ି ବାୟା ନୁହ ବିମନ। ପଦ।

 

ଅଲେଖ ମନ୍ଦିରକୁ ଯେ ପଡ଼ିଛି ବାଟ

 

ଜୀବ ପରମ ହୋଅନ୍ତି ଯହିଂରେ ଭେଟ।

 

 

 

ଭବ ସାଗରେ ଭାସି

ଯିବାର ହୋଉଅଛି

 

ନାବ ଆଣି କୈବର୍ତ୍ତ

ତୀରରେ ଖଟାଇଛି

 

ପାରି ହୁଅ ନାବରେ

ନିଜେ ମହିମା ବାଛି

 

ମୂଲ କଉଡ଼ି ତହିଂ

ନ ଲାଗୁଅଛି କିଛି

 

ଦୁଆରି ଜଗିଅଛି

ଗଳି ନ ପାରେ ମାଛି

 

ଶତେ କବାଟ ଲାଗି

ମୁଦା ପଡ଼ିଛି କୁଞ୍ଚି

 

ହାତରେ ନ ଫିଟଇ

ଅନୁଭବେ ଫିଟୁଛି

 

ଗ୍ୟାଂନୀକି ଗ୍ୟାଂନ ନେତ୍ରେ

ଝଟ ଝଟ ଦିଶୁଛି

 

ଛଡ଼ବେଦ ପରେ ବାନ୍ଧିଛନ୍ତି ଆସନ।

।୧।

 

 

ଅଣାକ୍ଷରକୁ ହୃଦରେ ନିରତେ ଜପ

 

ଫୁଙ୍କାବନ୍ଧ ପରେ ନୃତ୍ୟ ନୟନେ ଦେଖ।

 

ଶୁଣି ବାଂଶୁରୀ ସ୍ୱନ

ଷୋଳ ଗୋପୀ ଅଗ୍ୟାଂନ

 

ବେନି ହାଥେ ଧରିଣ

ଅର୍ଘ୍ୟଥାଳୀ ବନ୍ଦାଣ

 

ଶିରେ ଖଞ୍ଜନ୍ତି ଗଭା

ବିବିଧ ପୁଷ୍ୟମାନ

 

ଘେନି ବୁଲନ୍ତି ହାଥେ

ମନୋରଥ ରଞ୍ଜନ

 

ଲୀଳାମୃତ ଗର୍ଜନ

ଶୁଭୁଛି ଘନ ଘନ

 

ଅତୀଅ ଶୋଭାବନ

ଦିଶଇ ସେ ଭୁବନ

 

ୟେ ରୂପ ମୁନିଗଣେ

ଧ୍ୟାୟନ୍ତି ଅନୁକ୍ଷଣ

 

ଯାହାର ଥିବ ପୂର୍ବ ସୁକୃତମାନ।

।୨।

 

 

ବଜାଇ ମୃଦଙ୍ଗ ତାଳ ବୀଣା ଛନ୍ଦରେ

 

ଗହ ଗହ ନିତ୍ୟ ଥଳ ରାସ ମନ୍ଦିରେ।

 

ଢୋଲ ଦମା ଟମକ

ଚାଙ୍ଗୁ ନିଶାଣ ଭେରୀ

 

ଶଙ୍ଖ ଶିଙ୍ଘା ଯେ ତୁମ୍ବା

ମହୁରୀ ବୀର ତୂରୀ

 

ପାଦେ ନୃତ୍ୟ ଚାତୁରୀ

ମୁଖରେ ଗାୟତରୀ

 

ନୃତ୍ୟରେ ନୁମତ୍ତା

ଷୋଳସସ୍ର କୁମାରୀ

 

ଶିରେ ଶେତ ଛତିରୀ

ଆଲଟ ଯେ ଚାମରୀ

 

କମ୍ପୁଛି ବସୁନ୍ଧରୀ

ଘଣ୍ଟି ଶବ୍ଦ ଘଗୁରି

 

ସର୍ବେ ଆନନ୍ଦେ ପୂରି

ପ୍ରଭୁ ନାମ ଭଜାରି

 

ଦେଖ ଦ୍ୱାଦଶ ବନ୍ଧେ ତହିଂ କୀର୍ତ୍ତନ।

।୩।

 

 

 

 

 

 

ଅନ୍ତର୍ଯ୍ୟାମୀ କରତା ସେ ଆପେ ନିର୍ମାଣ

 

ଭଗତ ଜନଙ୍କ ଧନ ମନ ଜୀବନ।

 

ଯାହାର ରୋମ ମୂଳେ

ମାଳ ମାଳ ମେଦିନୀ

 

ବର୍ଣ୍ଣି ନାହାନ୍ତି ଯାକୁ

ସାରଳା ସିଧ୍ୟମୁନି

 

ବ୍ରହ୍ମାଣ୍ଡ କରତା ଯେ

ଆଦ୍ୟନ୍ତ ଶିରୋମଣି

 

ଯା ଗର୍ଭେ ପୂରିଥାନ୍ତି

ସପ୍ତ ଦୀପା ଧରଣୀ

 

ଗଙ୍ଗା ଯମୁନା ନଦୀ

ବହୁଛି ତିରିବେଣୀ

 

ତତ୍ୱ ନ ଜାଣି ପ୍ରାଣୀ

ମାୟା ମୋହେ ଭ୍ରମଣି

 

ଗ୍ୟାଂନି ଜନ ନ ଚିତ୍ତେ ମୁର୍ଖକୁ କାହିଂ ପୁଣି

 

ପ୍ରତେ ହେଲେ ହେବ ପଣ୍ଡିତ ସୁଜାଣ।

।୪।

 

 

ତହିଂର ମହିମା ମୁଖେ କହିବା କିସ

 

ଯହିଂ ଚାରିବେଦ ହୋଉଅଛି ପାବଛ।

 

ଋକ ବେଦରୁ ବିନ୍ଦୁ

ମହୀ ସପତ ସିନ୍ଧୁ

 

ସାମ ବେଦ ଚରିତ

ଶୂନ୍ୟେ ମରୁତ ଫାନ୍ଦୁ

 

ଅଥର୍ବ ବେଦ ବିଦ୍ୟା

ଦଶ ଦିଗକୁ ଛନ୍ଦୁ

 

ଯଜୁବେଦରୁ ସାମ

ଯୁକ୍ତ ହେଲାକ ଅଧୁଂ

 

ଶିଶୁ ବେଦ ଆସାନ

ଅନାମ ଦୀନବନ୍ଧୁ

 

ଭଗତ ଭାବେ ବଶ

କରୁଣୀ କୃପାସିନ୍ଧୁ

 

 

 

ଅଭୟ ଶ୍ରୀପୟରୁ ଝରୁଛି ସୁଧା ମହୁ

 

ଶ୍ୱେତ ଶାମଳ ରୂପ ବର୍ଣ୍ଣ ଉଦ୍ଦାନ।

।୫।

 

 

କୁଗ୍ୟାଂନୀକି ବିଷ ଭକ୍ତଜନକୁ ରସ

 

ସୁଗ୍ୟାଂନୀକି ଅନୁଭବ ଚିତ୍ତେ ଅଦୃଶ୍ୟ।

 

ଭଣେ ଦୀନ ଅଚ୍ୟୁତ ସେ ଧର୍ମେ ସାରସ୍ୱତ

 

ସଦଗୁରୁ ସେବିତ

ଜାଣିମ ତଦଗତ

 

କାରଣ ଗତି ମକ୍ତି

ସେ ପ୍ରଭୁଙ୍କ ଭଗତ

 

ଅରୁପ ଅନ୍ତର୍ଯ୍ୟାମୀ

ଭଗତ ଭାବେ ରତ

 

ଅତି ନିଗମ ପଥ ଗମିବାକୁ ସମର୍ଥ

 

ଦିଶିବ ଯେବେ ମୋହ ପୂର୍ବ ଜନ୍ମ ସୁକୃତ

 

ତପସ୍ୟା କରିଥିଲେ

ତାର ଭୃତ୍ୟର ଭୃତ୍ୟ

 

ଅନୁସରି ବହନ ସାଧୁଜନ ପଶ୍ଚାତ

 

ଭାଗ୍ୟ ଥିଲେ ଯିବି ଅମନ ଭୁବନ।

।୬।

ଇତିଶ୍ରୀ ପଦ୍ମବନ ରାସ ଚତୁର୍ଥ ଅଧ୍ୟାୟଃ।

 

 

॥ ପଞ୍ଚମ ଅଧ୍ୟାୟ ॥

ଚାଲ ଗୋ ସର୍ବ ସଖି ଜନ ମିଳି

 

ଦେଖିବା ପଦ୍ମବନେ ରାସ କେଳି।

 

ସେ ପଦ୍ମ ବନର ଉପାମା ନାହିଁ

 

ବ୍ରହ୍ମା ଯାହାକୁ ଗମି ନ ପାରଇ।

 

ଦୂତୀ ଗୋ! ଚାଲ ଗୋପୀଙ୍କ ପାଶ

 

ପଛିମ ବଟରେ ହେବା ପ୍ରବେଶ।

।୧।

 

 

ସେଠାବେ ଲଳିତା ବିଶାଖା ଛନ୍ତି

 

ନିତ୍ୟ ରାଧିକାଙ୍କୁ ସେବା କରନ୍ତି।

 

ସେଠାବ ମହିମା କହି ନ ସରେ

 

ତ୍ରିପୁରା ବିଜୟେ ସେହି ଠାବରେ।

 

ଦୂତୀ ଗୋ! ତହିଂ ଚମ୍ପା ପ୍ରତିମା

 

ଚଉଷଠୀ କଳା ଗୋପିକା ଶ୍ୟାମା।

।୨।

 

 

ପଛିମ ବଟ ମନ୍ତ୍ରକୁ ଜପିବ

 

ପଛିମ ଗୋପୀଙ୍କ ସଙ୍ଗତେ ଯିବ।

 

ଉତ୍ତର ପିପଳେ ହେବ ପ୍ରବେଶ

 

ବୃନ୍ଦା ସୋଭଦ୍ରା ରଙ୍ଗଦେବୀ ପାଶ।

 

ଦୂତୀ ଗୋ! ଧନ୍ୟ ମାଳତୀ ତହିଂ

 

ମଜ୍ଜିଥାନ୍ତି ରଙ୍ଗ ରସରେ ରହି।

।୩।

 

 

ପିପଳ ମନ୍ତ୍ର ଯେହୁ ମନ୍ତ୍ରରାଜ

 

ଷୋଡ଼ଶ କ୍ଷର ପ୍ରେମରେ ଭଜ।

 

ଲଳିତା ବିଶାଖା ଚମ୍ପକଲତା

 

ପିପଳ ଗୋପୀଙ୍କ ସଙ୍ଗେ ସଙ୍ଗୀତା।

 

ଦୂତୀ ଗୋ! ଚାଲ ଉତ୍ତର ବଟ

 

ଉତ୍ତର ବଟ ଅତୀଅ ଆକଟ।

।୪।

 

 

ଦୂତିକା କେତକୀ ରାଧା ମାଳତୀ

 

ମୋହନୀ ଚିତ୍ରା ସଙ୍ଗେ ଚମ୍ପାବତୀ।

 

ଉତ୍ତର ବଟରେ ଶୁଧ୍ୟ ମନରେ

 

ଜପିବ ସଖି ଗୋ ମୁଖ ଉତ୍ତରେ।

 

ଦୂତୀ ଗୋ! ନିତ୍ୟ ସେବାରେ ମାତି

 

ରାଧାଙ୍କ ମେଳରେ ଛଡ଼ ଯୁବତୀ।

।୫।

 

 

ବେନି ଦିଗ ସଖି ହୋଇଲେ ମେଳ

 

ପୂର୍ବ ବଟକୁ ବେଗ ହୋଇ ଚଳ।

 

ରତ୍ନରେଖା ତୁଙ୍ଗବିଦ୍ୟା ଯେ ସହୀ

 

ଶଶୀରେଖା ସଖି ପାଳିକା ଗୋଈ।

 

ଦୂତୀ ଗୋ! ୟେହ୍ନେ ସଖି ସକଳେ

 

ଚାଲ ଗୋ ପ୍ରାଣସଖି ଦକ୍ଷିଣରେ।

।୬।

 

 

ଦକ୍ଷିଣ ଦିଗେ ମୂଳ ଯେ ଗୋପିନୀ

 

ସୁଗନ୍ଧିକା ମଧୁମତୀ କାମେନୀ।

 

ମଦନ ସୁନ୍ଦେରୀ ସେ ସତ୍ୟବତୀ

 

ସୁପ୍ରିୟା ସହିତେ ଦକ୍ଷିଣେ ଥିତି

 

ଦୂତୀ ଗୋ! ମନ୍ତ୍ର ଭଜନ ତହିଂ

 

ଗୋପୀ ଦଶାକ୍ଷର ତୁଳନା ନାହିଂ।

।୭।

 

 

ନଈଋତରେ ରେବତୀ ଶ୍ରୀମତୀ

 

ଅଗ୍ନି କୋଣରେ ଅହଲ୍ୟା ଦ୍ରୁପଦୀ।

 

ବାଇ କୋଣେ ରହେ ରମା ଯେ ଶ୍ରୀୟା

 

ଈଶାଣ କୋଣରେ ଶ୍ରୀହରି ପ୍ରିୟା।

 

ଦୂତୀ ଗୋ! ପଦ୍ମବନର ସୁଖ

 

ପଦ୍ମବନେ ପଦ୍ମ ଉଦୟ ଦେଖ।

।୮।

 

 

ଅଷ୍ଟ ଦିଗୁଂ ସଖି ମେଳଣ ହେଲେ

 

ପୂର୍ବ ଦିଗେ ଶ୍ରୀରାଧାଙ୍କୁ ଭେଟିଲେ।

 

ହୁଳହୁଳିମାନ ସେଠାବ ଦ୍ୟନ୍ତି

 

ଅର୍ଘ୍ୟ ବନ୍ଦାଇ ବୃନ୍ଦାଙ୍କୁ ପୁଛନ୍ତି।

 

ବୃନ୍ଦେ ଗୋ! ଚାଲ ମଣି ମଣ୍ଡୋପ

 

ସେଠାବେ ତେଜିବା ମାହାଶଙ୍କଚ।

।୯।

 

 

ମଣି ବେଦୀଠାରେ ଦେଖିବା ରାସ

 

ଶ୍ରୀକୃଷ୍ଣ ଦ୍ରଶନେ ଚିତ୍ତ ହରଷ।

 

ପୁଷ୍ୟ ବନ୍ଦାଇ ରାଧାଙ୍କୁ ପୁଛନ୍ତି

 

ମଣି ଦେବୀ ରାସ ଦେଖା ବୋଲନ୍ତି।

 

ରାଧା ଗୋ! ତୋହେ ସୁଦୟା ହେଲେ

 

ନିତ୍ୟ ମଣିବେଦୀ ଦେଖିବୁଂ ଭଲେ।

।୧୦।

 

 

ପ୍ରେମ ଆନନ୍ଦେ ରାଧାଙ୍କୁ ବୋଇଲେ

 

ବୃନ୍ଦାଦେବୀ ଶୁଣି ତୋଷ ହୋଇଲେ।

 

ବୋଲୁଛନ୍ତି ବୃନ୍ଦେ ଶୁଣ ଗୋ ସହୀ

 

ଭେଦି ପାରିଲେ ଯିବା ପଦ୍ମଭୁଇଂ

 

ଦୂତୀ ଗୋ! ଅଣ ସାଧନା ଭକ୍ତି

 

ଅରୁପ ଅରେହ ନାମ ବୋଲାନ୍ତି।

।୧୧।

 

 

ଅନନ୍ତ ଅଚ୍ୟୁତ ବାଳ ମାଧବ

 

ମଣି ବେଦ୍ରିକାରେ ଏହାଙ୍କ ଠାବ।

 

ସେ ପୁଣ ଅଛନ୍ତି ବଟ ପୁଟରେ

 

କେମନ୍ତ ଯିବା ଗୋ ତାଙ୍କ ପାଶରେ।

 

ଦୂତୀ ଗୋ! ତହିଂ ଗୁରୁ ରାଧିକା

 

ଷୋଳ ସସ୍ରପରେ ସେହିହିଂ ୟେକା।

।୧୨।

 

 

ସଖିମାନଙ୍କର ବିନତି ବାଣୀ

 

ଶୁଣି ଭଣନ୍ତି ରାଧା ଠାକୁରାଣୀ।

 

ବେନିତ୍ରୟ ଭେଦି ଅଷ୍ଟ ଦଳରେ

 

ଅଷ୍ଟ ଭେଦି ଦେଖ ମଣି ବେଦୀରେ।

 

ଦୂତୀ ଗୋ! ତହିଂ ଧସାଇ ପଶ

 

ସେଠାବେ ଲାଗିଛି ନିତ୍ୟ ରାହାସ।

।୧୩।

 

 

ଚାରିବେଦ ତହିଂ ଦୁଆରପାଳ

 

ଚାରି ଚତୁରଙ୍ଗ ଯହିଂରେ ମେଳ।

 

ସେହି ଚତୁରଙ୍ଗ ଏକଇ ଜୋତି

 

ଲୀଳା ନିମନ୍ତେ ପଞ୍ଚୁବର୍ଣ୍ଣ କାନ୍ତି।

 

ଦୂତୀ ଗୋ ! ବେନି ୟେକ ମୂରୁତି

 

ମଣି ବେଦ୍ରିକାରେ ତାହାଙ୍କ ଛତି।

।୧୪।

 

 

ଯେହି ସେହି ୟେହି ସେହି ଅଟନ୍ତି

 

ୟେହି ମିଶି ପଞ୍ଚୁବର୍ଣ୍ଣର କାନ୍ତି।

 

ସେହି ପଞ୍ଚୁବର୍ଣ୍ଣୁଂ ବେନି ଯେ ସାର

 

ରାସ ଯେ କରନ୍ତି ବଟ ପୁଟର।

 

ଦୂତୀ ଗୋ! ପ୍ରେମାଧାର ମଧ୍ୟରେ

 

ଦେଖ ସଖି ଭାବ ସେ ଯୁଗଳରେ।

।୧୫।

 

 

ଶ୍ୱରୀର ସାଧନା ଗ୍ୟାଂନ ଭକ୍ତିରେ

 

ସାଧ୍ୟ ସିଧି କଲେ ଯିବା ସେପୁରେ।

 

ଅବାରଣ ଭୁଇଂ ମଣି ବେଦିକା

 

ତହିଂ ରାଧାକୃଷ୍ଣ ଦିଶନ୍ତି ୟେକା।

 

ଦୂତୀ ଗୋ! ତହିଂ ତୁଳନା ନାହିଂ

 

ମୁରଲୀର ସ୍ୱନ ସେଠାବୁଂ ହୋଇ।

।୧୬।

 

 

କଳା ମେଘେ ଯେହେର୍ଣ୍ଣ ବିଦୁପ୍ରଭା

 

ରାଧାକୃଷ୍ଣଙ୍କର ତେସନ ଶୋଭା।

 

ମଣି ମାଣିକ୍ୟର ଜୋତି ନିନ୍ଦନ୍ତି

 

ଜୋତିରାନନ୍ଦ ସେ ନାମ ଭଣାନ୍ତି।

 

ଦୂତୀ ଗୋ! ସେହୁ ନୀଳ ବଦନ

 

ରାଧିକା ମୋହନ ଜଗୁ ଜୀବନ।

।୧୭।

 

 

ଘନ ଘନ ବଂଶୀ ଧୁନି ଫୁରୁଛି

 

ତାଳ ମୃଦଙ୍ଗ ସେଠାବୁଂ ଶୁଭୁଛି।

 

ସେ ଥାନ ଉପାମା ଆଉ ଯେ ନାହିଂ

 

ଚାଲ ବହନ ଚଳିବା ଗୋ ସହୀ।

 

ଦୂତୀ ଗୋ! ରାତ୍ର ଯାଉଛି ପାହି

 

ବିଟୋଳ ନ ହୋଇ ଚାଲ ଗୋ ସହୀ।

।୧୮।

 

 

ଶୁକ ସନକ କାଳିଞ୍ଜନ ଯତି

 

ଭୁଗୁ ଅଙ୍ଗିରା ପୁଲହ ପୁଲସ୍ତି।

 

ଏମାନେ ଅଛନ୍ତି ଚାରି ପାଶରେ

 

କର୍ଣ୍ଣେ ଶୁଣନ୍ତି ମୁରଲୀ ସୁସୋରେ।

 

ଦୂତୀ ଗୋ! ଦେଖି ନାହାନ୍ତି ଏହି

 

ଗ୍ୟାଂନ ଭକ୍ତି ବିନା ମିଳନ୍ତି ନାହିଂ।

।୧୯।

 

 

ସେଠାବେ ରାଧାକୃଷ୍ଣଙ୍କୁ ଭଜନ୍ତି

 

ରାଧାକୃଷ୍ଣ ନାମ ନିତ୍ୟେ ରଟନ୍ତି।

 

ସେହି ରାଧାକୃଷ୍ଣ ମଣି ବେଦୀରେ

 

ରାସ କରନ୍ତି ଯେ ଅହୋରାତ୍ରରେ।

 

ଦୂତୀ ଗୋ! ନିତ୍ୟ ମୂରୁତି ଯହିଂ

 

ସେଠାବେ ଚାଲ ଯିବା ସଜ ହୋଇ।

।୨୦।

 

 

ମଣି ମଣ୍ଡୋପରେ ୟେମନ୍ତ ଶୋଭା

 

ବାଳ ଅର୍କ କାନ୍ତି ନିନ୍ଦୁଛି ପ୍ରଭା।

 

ଦ୍ୱାଦଶ ବଇଂଶୀ ବଟରେ ମେଳ

 

ବଟ ପୁଟ ଭେଦି ଫୁଟେ କମଳ।

 

ଦୂତୀ ଗୋ! ମଣି ବେଦ୍ରିକା ସେହି

 

କିଶୋରୀ କିଶୋର ରାହାସ ଯହିଂ।

।୨୧।

 

 

ସବୁନ୍ତ ଗୋପିକା ବହନ ଗଲେ

 

ମଣି ମଣ୍ଡୋପରେ କୃଷ୍ଣ ଦେଖିଲେ।

 

ରାଧା ଚନ୍ଦ୍ରାବଳୀ ଶ୍ରୀକୃଷ୍ଣ ବଂଶୀ

 

ବନ୍ଦାଇଲେ ଯାଇ ସର୍ବ ସୁକେଶୀ।

 

ଦୂତୀ ଗୋ! ଭୋଳ ହୋଇଣ ଗୋଈ

 

କୋଳାଗ୍ରତ କରେ ନନ୍ଦ କହ୍ନାଇ।

।୨୨।

 

 

ହୁଳ ଧୁନି ଦେଇ ଅର୍ଘ୍ୟ ବନ୍ଦାଇ

 

ରସ ରାହାସକୁ ମନରେ ଧ୍ୟାଇ।

 

ଶ୍ରୀକୃଷ୍ଣ ଚରଣ ଦ୍ରଶନ କଲେ

 

ମଣି ବେଦୀ ପରେ ଶରଣ ଗଲେ।

 

ଦୂତୀ ଗୋ! ତହିଂ ନିତ୍ୟର ଥଳୀ

 

ପଦ୍ମବନ ମଣି ବେଦୀ ମଞ୍ଜରୀ।

।୨୩।

 

 

ଦାମ ସୁଦାମ ସୁବାହୁ ଗୋପାଳ

 

ସାତୁକି ଉଦ୍ଧବ ନନ୍ଦ ସୁବଳ।

 

ଅକ୍ରୁର ଶ୍ରୀବଛ ଦ୍ୱାଦଶ ସଖା

 

ଏହି ବଟପୁଟ କରି ଭରସା।

 

ଦୂତୀ ଗୋ! ଯୁଗେ ଯୁଗେ ଅଛନ୍ତି

 

ରାସ ଯେ କଦମ୍ବ ବିଟପୀ ପନ୍ତି।

।୨୪।

 

 

ଶ୍ରୀକୃଷ୍ଣ ଶ୍ରୀମୁଖେ ଆଗ୍ୟାଂ ଯେ କଲେ

 

ମୋର ରାସଥଳୀ ପାଅ ତୁ ଭଲେ।

 

ତେଣୁ ମୋ ନିବାସ ଏହି ସ୍ଥଳରେ

 

ଦେହ ହଜାଇଲି ମଣି ବେଦୀରେ।

 

ଦୂତୀ ଗୋ! ଏହି ବଟ ପୁଟରେ

 

ଶରଣ ଅଚ୍ୟୁତ ପଦ୍ମପାଦରେ।

।୨୫।

ଇତିଶ୍ରୀ ପଦ୍ମବନ ରାସ ପଞ୍ଚମୋଽଧ୍ୟାୟଃ।

 

॥ ଷଷ୍ଠ ଅଧ୍ୟାୟ॥

କେଣିକି ଚଳୁଛ ସଖି ଗୋ ଆସ ଆସ ପାଶକୁ

 

ରାଧାକୃଷ୍ଣ ଲୀଳା ଦେଖିବା ଚାଲ ପଦ୍ମବନକୁ।

।୧।

ପଦ୍ମବନ ଧାମ ଅଟନ୍ତି ବୃନ୍ଦାବନ ସମାନ

 

ନିତ୍ୟେ ନିତ୍ୟେ ରାସ ଲାଗିଛି ଯୁଗ ଯୁଗାନ୍ତେ ପୁଣ।

।୨।

ପ୍ରତ୍ୟକ୍ଷରେ ଦେଖ ସହୀ ଗୋ ତହିଂ ବିରାଜୁଛନ୍ତି

 

ରାଧାକୃଷ୍ଣ ବେନି ମୂରୁତି ୟେକ ଅଙ୍ଗରେ ଥିତି।

।୩।

ଅଷ୍ଟଦଳ ଅଷ୍ଟ ନାୟେକା ସେବା ଖଟନ୍ତି ରହି

 

ଛଡ଼ଦଳ ଗୋଟି ତା ତହିଂ କେହ୍ନେ ଶୋଭା ଦିଶଇ।

।୪।

ଛଡ଼ଦଳେ ଛଡ଼ ସଖି ଗୋ ଦ୍ୱାରପାଳ ହୁଅନ୍ତି

 

ତ୍ରୟଦଜେ ତ୍ରୟ ଗୋପିକା ବିପରୀତେ ବସନ୍ତି।

।୫।

ମଣି ବେଦ୍ରିକା ତା ମଧ୍ୟେଣ କେହ୍ନେ ଦିଶଇ ତୋରା

 

ସେ ମଣି ବେଦି କା ଗମିଲେ ଆଉ ନ ଥିବ ଭାଗ।

।୬।

ରସାନନ୍ଦ ମାହାନନ୍ଦଟି ମଣିବେଦୀରେ ଶୋଭା

 

ପ୍ରେମାନନ୍ଦ ତହିଂ ଉଦୟେ ମହାନିତ୍ୟର ପ୍ରଭା।

।୭।

ଠୁଳ ରୂପ ସେହି ଦିଶନ୍ତି ମାହାନନ୍ଦ ମୂରୁତି

 

ରସାନନ୍ଦ ତହିଂ ଯୁଗଳ ବାଳ ଅର୍କର କାନ୍ତି।

।୮।

 

 

ପ୍ରେମାନନ୍ଦ ବୋଲି ସହୀ ଗୋ ଯାହାଙ୍କର ସେ ନାମ

 

ଦୂତୀ ସୁଦର୍ଶନ ସହୀ ଗୋ ଚନ୍ଦ୍ରାବଳୀ ଉତ୍ତମ।

।୯।

ମୁରଲୀ ଅଟନ୍ତି ସହୀ ଗୋ ସହଚରୀ ବୋଲାଇ

 

ଯୋଗମାୟାଙ୍କ ହୃଦୟରେ ରାଧାକୃଷ୍ଣ ଶୋଭଇ।

।୧୦।

 

 

ସେହି ରାଧା ଅଙ୍ଗୁଂ ରାଧିକା ଉଦୟେ କି ହୋଇଛି

 

ଶ୍ରୀକୃଷ୍ଣ ସଙ୍ଗରେ ରହି ଗୋ ନିତ୍ୟ ଲୀଳା କରୁଛି।

।୧୧।

ପରମାନନ୍ଦ ସେ ମୂରୁତି ପରାପରରେ ଉଦେ

 

ପରମାନନ୍ଦ ଯହିଂ ସମାନ ଇନ୍ଦୁ ଅର୍କକୁ ନିନ୍ଦେ।

।୧୨।

 

 

ସେହି ବଳଭଦ୍ର ମୂରୁତି ନୀଳାଞ୍ଚଳେ ଶୋଭନ

 

ରସାନନ୍ଦ ବୋଲି ବୋଲୁଛି ସେହି ରାଧାଙ୍କୁ ଚିହ୍ନ।

।୧୩।

ରାଧିକା ସୋଭଦ୍ରା ଶ୍ରୀୟା ଯେ ୟେକ ମୂରୁତି ତିନି

 

ରମାବୀଜ ଠାବେ ଦେଖ ଗୋ ସହୀ ରସଦାୟିନୀ।

।୧୪।

 

 

ମାହାନନ୍ଦ ଯେହି ବୋଲାନ୍ତି ସେହି ଜଗୁ ସୋଦର

 

ଜଗନ୍ନାଥ କାମବୀଜଟି ପ୍ରଭୁ ନୀଳାଞ୍ଚଳର।

।୧୫।

ସେହି ତିନି ରୂପ ମିଶିଣ ପଞ୍ଚୁ ବର୍ଣ୍ଣହିଂ ହୋଇ

 

ଶ୍ୱେତ ପୀତ ନୀଳ ଲୋହିତ ବର୍ଣ୍ଣ କୁଙ୍କୁମ ତହିଂ।

।୧୬।

 

 

 

 

ପଞ୍ଚୁବର୍ଣ୍ଣ ପଞ୍ଚୁ ପ୍ରତିମା ଭଗତଙ୍କ ଭାବରେ

 

ଅନେକ ମୂରୁତି ଦେଖ ଗୋ ସେହି ନୀଳାଞ୍ଚଳରେ।

।୧୭।

ଯଉଂ ଜଗନ୍ନାଥ ମୂରୁତି ନୀଳାଚଳରେ ଥିତ

 

ସେହୁ ଜଗନ୍ନାଥ ମୁରତି ପଦ୍ମବନେ ଉଦିତ।

।୧୮।

 

 

ବଟ ରୂପେ ବିଜେ ହୋଇଛି ପ୍ରଭୁ ଜଗୁ ଜୀବନ

 

ରତି ପ୍ରୀତି ଶ୍ରୁତି ଦେଖ ଗୋ ସେହି ସେ ତିନି କୋଣ।

।୧୯।

ରମା କାମ ପରା ସହୀ ଗୋ ତାଙ୍କ ନିତ୍ୟର ଲୀଳା

 

ଯୁଗ ଯୁଗାନ୍ତରୁଂ ରହିଛି ସେହି ବଟରେ ଖେଳା।

।୨୦।

 

 

ବଟ ଭେଦି ଯଉଂ କମଳ ସସ୍ର ଦଳରେ ଶୋଭା

 

ତାର ଶିରେ ଦେଖ କୃଷ୍ଣଙ୍କୁ ନୀଳଜୀମୂତ ଆଭା।

।୨୧।

ସାଗର ବକ୍ଷରୁ ଚନ୍ଦ୍ରମା ଉଦୟେ କି ହୋଇଛି

 

ତରୁଣ ଅରୁଣ ଉଦୟେ ଆକାଶେ କି ଫୁଟିଛି।

।୨୨।

 

 

ପରତେ କି ହେବ ସହୀ ଗୋ ତାଙ୍କ ଦ୍ରଶନେ ଚାଲ

 

ବିସୋରିଣ ସର୍ବ ସଜନୀ ଚାଲ ହେଲା ଉଛୁର।

।୨୩।

କଉଂ ପଥେ ଯିବା ସହୀ ଗୋ ପଥ ହେଉଛି ବଣା

 

ଦଶଦିଗୁଂ ମୋରେ ଶୁଭୁଛି ବଂଶୀ ଧୁନି ବାଜଣା।

।୨୪।

 

 

 

 

ରାଧେ ରାଧେ ବଂଶୀ ଡାକୁଛି ମୋର ବଳେ ଶରଧା

 

ଶରଧା ବଳିଲେ କି ହେବ ପଥ ନ ପାଇ ବାଧା।

।୨୫।

ବୋଲୁଛନ୍ତି ଚନ୍ଦାବଳୀ ସେ ସଜନୀକୁ ଅନାଇଂ

 

ଚାଲ ଚାଲ ପ୍ରିୟ ସଜନୀ ରାତ୍ର ଯିବଟି ପାହି।

।୨୬।

 

 

ସେଠାବେ ଯିବାକୁ ସହୀ ଗୋ ମନ୍ତ୍ର ଯନ୍ତ୍ରହିଂ ନାହିଂ

 

ତନ୍ତ୍ର ଭେଦି ଅବା ଯାଆନ୍ତି ଗୁରୁ ସେବା ମୋ କାହିଂ।

।୨୭।

ଛାୟା ଅବାଡ଼କୁ ସାଧନ୍ତି ନାହିଂ ସିଧି ଆସନ

 

ସମାଧି ସିଧି ବା କରନ୍ତି ନାହିଂ ସମ ଆସନ।

।୨୮।

 

 

ଉତ୍ତର ଦିଗରେ ହୋଅନ୍ତି ବଟ ବିଟପୀ ଉଭା

 

ସେହି ସେ ରାଧିକା ଶ୍ରୀମତୀ ଦୟା କରିବେ ଅବା।

।୨୯।

ସେହି ବଟ ଦୟା କଲେ ଗୋ ରାସଥଳୀକୁ ପଥ

 

ୟେଥକୁ ପ୍ରତୀତି ଯିବ କି ମୋହୋ ପ୍ରାଣ ସଙ୍ଗାତ।

।୩୦।

 

 

ସକଳ ସଜନୀ ମିଳିଣ ସେହି ବଟ ମୂଳରେ

 

ଆଦି ଅନାଦି ପଦ୍ମପାଦ ରମା କାମ ଚିନ୍ତିଲେ।

।୩୧।

ତ୍ରିକୁଟ ସନ୍ଧି ଯେ ସଙ୍ଗମ ତ୍ରିବେଣୀର ଘାଟକୁ

 

ପ୍ରେମଭୋଳେ ପାରି ହୋଇବେ ମୃଣାଳର ସୂତ୍ରକୁ।

।୩୨।

 

 

 

 

ଗୋଲାହାଟ ପରେ ଶୁଭଇ ମହାଶୂନ୍ୟରୁ ଶବ୍ଦ

 

ସେ ଶୂନ୍ୟରୁ ଶବ୍ଦ ଫୁରୁଚି ପଦ୍ମବନରେ ନାଦ।

।୩୩।

ପ୍ରେମଭକ୍ତି ଯହୁଂ ସହୀ ଗୋ କଳ୍ପଣାରୁ ଉଇଂଲା

 

ପ୍ରେମ କଳ୍ପଣା ସେ କାଳେନ୍ଦୀ ଦାଉ ଦାଉ ଦିଶିଲା।

।୩୪।

 

 

କଳ୍ପବଟ ତହୁଂ ହୋଇଛି ପଞ୍ଚ ବର୍ଣ୍ଣ ବିଚିତ୍ର

 

ବେନିକ୍ରୟ ଅଷ୍ଟ ଦଳରେ ମଣିବେଦୀ ଶୋଭିତ।

।୩୫।

ଅଷ୍ଟ ମଞ୍ଜରୀଙ୍କ କି ଶୋଭା ତାଙ୍କୁ ନାହିଂ ଉପାମା

 

ଅଷ୍ଟଦଳେ ବେଢ଼ି ଖେଡ଼ନ୍ତି ସେ ଗ୍ୟାନଦାୟୀ ବାମା।

।୩୬।

 

 

ଆଠରୁ ଷୋହଳ ହୁଅନ୍ତି ଷୋଳରୁ ଯେ ବତ୍ରିଶ

 

ଚତ୍ଷଠୀ ସେହି ସହୀ ଗୋ ଚଉରାଶିର ଅଂଶ।

।୩୭।

କଳ୍ପବଟ ମୂଳେ ଦେଖୁ ଗୋ ଶୋଭେ ମଣିବେଦ୍ରିକା

 

ତ୍ରିଭଙ୍ଗ ଛନ୍ଦରେ ମୁରଲୀ ବାଉଅଛନ୍ତି ୟେକା।

।୩୮।

 

 

ରାଧିକାକୁ ଦେଖ ସହୀ ଗୋ ପାଦେ ପଦୁଅଂ ହୋଇ

 

ଉର୍ଧ ମୁଖେ ରାଧା ଦେଖନ୍ତି କୃଷ୍ଣ ମୁଖକୁ ଯହିଂ।

।୩୯।

କୃଷ୍ଣ ଅଧୋମୁଖେ ଦେଖନ୍ତି ରାଧିକାର ବଦନ

 

ମୁଖରେ ମୁଖ ମିଶାମିଶି ନୟେନରେ ନୟନ।

।୪୦।

 

 

 

 

ଶ୍ରୀକୃଷ୍ଣ ଚରଣେ ଶ୍ରୀମତୀ ସଦା ଗ୍ୟାଂନ ଧ୍ୟାନରେ

 

କ୍ଷଣେହିଂ ଅନ୍ତର ନୋହନ୍ତି କୃଷ୍ଣ ମଣିବେଦୀରେ।

।୪୧।

କେମନ୍ତ ସୁନ୍ଦର ଦୃଶନ୍ତି ବାରେ ଦେଖ ଗୋ ସହୀ

 

ଅବାରଣ ବେନି ପ୍ରତିମା ବାରି ହୋଅନ୍ତି ନାହିଂ।

।୪୨।

 

 

ବେନି ୟେକ ଜଗନ୍ନାଥହିଂ ନୀଳାଞ୍ଚଳରେ ଖ୍ୟାତ

 

ସୋଅର୍ଣ୍ଣ କୂଟରେ ରସିଲେ ମଣିବେଦୀ ଉଦିତ।

।୪୩।

ସଖିଜନ ୟେହା ଦେଖିଣ ଆଚୁମ୍ବିତ ହୋଇଲେ

 

ମଣିବେଦୀ ଉପରେ ଉଭାହୋଇଣ ବୋବାଳିଲେ।

।୪୪।

 

 

ଶରଣ ଶରଣ ବୋଲିଣ ପାଦ ପଦ୍ମକୁ ଚାହିଂ

 

ପୁଷ୍ୟ ବନ୍ଦାଇଲେ ଗୋପୀୟେ ହୁଳହୁଳି ଯେ ଦେଇ।

।୪୫।

ସେକାଳର ଶୋଭା ସହୀଗୋ ବର୍ଣ୍ଣି ଭାଷା ଯେ କାହିଂ

 

ସେହି ଶୋଭାକୁ ନିରନ୍ତରେ ଯଶୋବନ୍ତ ଭାବଇ।

।୪୬।

 

 

ଦ୍ୱାପରେ ଶ୍ରୀମୁଖେ ଶ୍ରୀକୃଷ୍ଣ ଆଗ୍ୟାଂ କଲେ ସୁଦାମ

 

ମହାନିତ୍ୟ ମଣିବେଦ୍ରିକା ଯହିଂ ପଦ୍ମ କାନନ।

।୪୭।

ସେଠାବେ ତୁମ୍ଭେ ହୋ ରହିବ ନାମ ଅଚ୍ୟୁତ ସଖା

 

କଳଙ୍ଗୀ ବେଳରେ ସେ ଥାନେ ମୋହ ପାଇବ ଦେଖା।

।୪୮।

 

 

 

 

ଆମ୍ଭେ ପଞ୍ଚସଖା ସହୀ ଗୋ ଗହଣରେ ଯେ ଥିଲୁଂ

 

ଶ୍ରୀକୃଷ୍ଣ ଶ୍ରୀମୁଖ ଆଗ୍ୟାଂକୁ ହୃଦ ମଧ୍ୟେ ଥାପିଲୁଂ।

।୪୯।

ସୁଦାମ ଅଚ୍ୟୁତ ସଖାଟି ପଦ୍ମବନରେ ବାସ

 

ଅନ୍ତରଙ୍ଗ ସେବା ସହୀ ଗୋ ନିତ୍ୟେ ରାସ ରହସ୍ୟ।

।୫୦।

 

 

ସଖା ସଙ୍ଗତରେ ସହୀ ଗୋ ମଣିବେଦୀ ଦେଖିଲି

 

ଶ୍ରୀକୃଷ୍ଣ ଚରଣେ ଶରଣ ଯଶୋବନ୍ତର ବୋଲି।

।୫୧।

ମୁକୁନ୍ଦ ଅନନ୍ତ ହାଥରେ ପଞ୍ଚାମୃତ ଶୋଭିତ

 

ଦେଖିଥିଲେ ମୁହିଂ ଦେଲି ଯେ ପ୍ରେମରସ ସଙ୍ଗୀତ।

।୫୨।

 

 

 

 

ନିତ୍ୟ ସଖା ସଖି ସମ୍ପଦ ନନ୍ଦୀଗ୍ରାମେ ପାଇବି

 

ଯଶୋବନ୍ତ ଦାସ ଚିନ୍ତଇ ପାଦପଦ୍ମକୁ ସେବି।

।୫୩।

ଇତିଶ୍ରୀ ପଦ୍ମବନ ରାସ ଷଷ୍ଠୋଽଧ୍ୟାୟଃ।

 

॥ସପ୍ତମ ଅଧ୍ୟାୟ॥

ମହାସୁବାହୁ ଦୁଆପରେ ହରି

 

ପଦ୍ମବନର ଠାବେ ଅବତରି।

 

ଚଉଷଠୀ ସସ୍ର ଗୋପିକା ମେଳେ

 

ରାସ ରଞ୍ଚନ୍ତି ସେ ନୀପ ମୂଳରେ

 

ଦୂତୀ ଗୋ! ଦେଖ ସେ ଯୁଗ ସାଖ୍ୟ

 

ଦୁଆଦଶ କୁଞ୍ଜ ଦେଖ ପ୍ରତ୍ୟହ।

।୧।

 

 

ପଦ୍ମବନ ଅଷ୍ଟ ଦିଗରେ ପୁଣ

 

ଦ୍ୱାଦଶ କୁଞ୍ଜ ହୋୟେ ଆଭରଣ।

 

କୁଞ୍ଜମାନନ୍ତ ମହିଂମା ଯେତେକେ

 

ବୋଲି ନ ପାରନ୍ତି ସତ୍ୟ କେତକେ

 

ଦୂତୀ ଗୋ! କେହୁ କହେ ମହିମା

 

ଗମି ନ ପାରନ୍ତି ସେ ବେଦ ବ୍ରହ୍ମା।

।୨।

 

 

ପୃଥୀ ଆପ ଦେଜ ବାଇ ଆକାଶ

 

ସଞ୍ଜୁ ଆତ୍ମା ଘେନି ହୋୟେ ବିକାଶ।

 

ଏହା ପଛିମେ ବ୍ରହ୍ମା ତପ କଲା

 

ପଦ୍ମବନ ବୋଲି ନାମ ରଖିଲା।

 

ଦୂତୀ ଗୋ! ଏହି ଥଳ ଆବୋରି

 

ବ୍ରହ୍ମା ବଚିଂଲେ ହୋଇ ତପଚାରୀ।

।୩।

 

 

ଅବତାର ବିଷ୍ଣୁ ପୂର୍ବ ଭାଗରେ

 

ପଛିମେ ନୃସିଂଘ ମୂରୁତି ଧରେ।

 

ଉତ୍ତର ଦିଗେ ଶ୍ରୀରାମ ଅଛନ୍ତି

 

ଦଖିଣରେ ପ୍ରଶୁରାମ ବସତି।

 

ଦୂତୀ ଗୋ! ଦେଖୁ ଅଛନ୍ତି ରହି

 

ପଦ୍ମବନ ନୀଳା ରାହାସ ଯହିଂ।

।୪।

 

 

ପ୍ରଜାପତି ବିଜେ ପଛିମ ଦିଗେ

 

ସାବିତିରୀ ଦେବୀ ତାହାଙ୍କ ସଙ୍ଗେ।

 

ଉତ୍ତର ଦିଗରେ ହର ପାର୍ବତୀ

 

ପୂର୍ବେ ମହାଦୁର୍ଗା ସେ ଗଣପତି।

 

ଦୂତୀ ଗୋ! କାର୍ତ୍ତିକ ଦଖିଣରେ

 

ଦେଖନ୍ତି ରହି ସେ ନିତ୍ୟ ରାସରେ।

।୫।

 

 

ତ୍ରିକୋଣ ଉପରେ ମଣି ମଣ୍ଡପ

 

ଅମନ ଶିଖରେ ହୋଅଇ ଗୋପ୍ୟ।

 

ଅମନଟି ସହୀ ଜୋତି ମଣ୍ଡୋଳ

 

ଜୋତି ସଙ୍ଗେ ଜୋତି ହୋଇଛି ମେଳ।

 

ଦୂତୀ ଗୋ! ତହିଂ ତିମିର ନାହିଂ

 

ବେନି ଦିବାକର ଉଦୟେ ଯହିଂ।

।୬।

 

 

ମଣି ବେଦ୍ରିକାରେ ଯଉଂ ମୂରୁତି

 

ବେନି ଏକ ଅଂଶ ମିଶିଣ ଛନ୍ତି

 

ରମା କାମ ପରା ପ୍ରତେ ହେଉଛି

 

ଧାମ ପରମ ଯେ ମେଳି ଯାଇଛି।

 

ଦୂତୀ ଗୋ! ସେହୁଂ ରାଧିକା ହରି

 

ରାସରେ ମଗନ ଦିବା ଶର୍ବରୀ।

।୭।

 

 

ଅନନ୍ତ ମଧ୍ୟ ଫଣୀର ଉପରେ

 

ଶ୍ରୀକୃଷ୍ଣ ଉଦୟେ ରାଧା କୁଚରେ।

 

ଫଣୀ ମଣି ପରେ ଯେବଣ ମୃତି

 

ଦେଖିବାକୁ କେହୁ ପାୟେ ଶକତି।

 

ଦୂତୀ ଗୋ! ମନ ହୋଅଇ ମୋର

 

ଦେଖାଅ ସହୀ ଗୋ ତାଙ୍କ ପୟର।

।୮।

 

 

ଅଷ୍ଟ ଦିଗେ ଅଷ୍ଟ ମଞ୍ଜରୀ ଶୋଭା

 

ଗୋପ୍ୟାନେ ରହିଛି ୟେହାଙ୍କ ପ୍ରଭା

 

ସେହି ଯେ ଗୁପତ ମହା ଗୁପ୍ତରେ

 

ଉଦୟେ ସହୀ ଗୋ ଲୀଳା ସୂତ୍ରରେ।

 

ଦୂତୀ ଗୋ! ତହିଂ କଳ୍ପଣା ନାହିଂ

 

ପ୍ରେମ କାଳେନ୍ଦ୍ରୀ ଯାଉଅଛି ବହି।

।୯।

 

 

ଦ୍ୱାଦଶ ବଟ ନିତ୍ୟ କୁଞ୍ଜ ନୀଳା

 

ପଲକ ପାତନେ ନିତ୍ୟର ଖେଳା।

 

ପଦ୍ମବନ ଗୋଟି ବେହାର ଥାନ

 

ଚଉଷଠୀ ସସ୍ର ଗୋପୀ ମିଳିଣ।

 

ଦୂତୀ ଗୋ! ଛୟେଳୋଇରେ ଠିକ୍

 

ମଣି ମଣ୍ଡୋପରେ ନୀଳା ନାୟେକ।

।୧୦।

 

 

ଦ୍ୱାଦଶ କୁଞ୍ଜରେ ଷୋଡ଼ଶ ଗୋପୀ

 

ଲଳିତା ବିଶାଖା ଯେ ମଧୁମତୀ।

 

ମାଳତୀ ରତ୍ନରେଖା ଯେ ମରୁଆ

 

ମଦନା ଦୟେଣା ଯେ ହରିପ୍ରିୟା।

 

ଦୂତୀ ଗୋ! ପରା ଅପରା ଏକ

 

ଶାରଦା ବିମଳା ଚମ୍ପା ବିଳାପ।

।୧୧।

 

 

ନୀଳେନ୍ଦ୍ରୀ ଅନଙ୍ଗ ମଞ୍ଜରୀ ସହୀ

 

କୃଷ୍ଣପ୍ରିୟା ରେଖା ସୁମତି ଗୋଈ।

 

ଶ୍ରୀମତୀ ଶ୍ରୀୟା ଆବର ଲୀଳାବତୀ

 

ଚଉଷଠୀ ସସ୍ର ଗୋପ ଯୁବତୀ।

 

ଦୂତୀ ଗୋ! ସର୍ବେ ମିଳିଲେ ଯାଇଁ

 

ଶ୍ରୀମତୀଙ୍କ ଚଉ ପାରୁଶେ ରହି।

।୧୨।

 

 

ଶୁଣ ଗୋ ! ଶ୍ରୀମତୀ ଆମ୍ଭ ବଚନ

 

ତୁମ୍ଭେ ପରା ସହୀ ନାରୀ ରତନ।

 

ତୁମ୍ଭ ଯୋଗେ ଆମ୍ଭେ ଭକ୍ତି ପାଇବୁଂ

 

ମାହାନିତ୍ୟ ମଣିବେଦୀ ଦେଖିବୁଂ।

 

ଦୂତୀ ଗୋ! ତୁମ୍ଭେ ଦୟା ଆବରି

 

ସଙ୍ଗତରେ ନେବା ଶ୍ରୀ ନିତ୍ୟପୁରୀ।

।୧୩।

 

 

ଶ୍ରୀମତୀଙ୍କ ସଙ୍ଗେ ସକଳ ଗୋଈ

 

ପ୍ରଣବ କାମ ଯେ ବୀଜକୁ ଥୋଇ।

 

ହଜାର ଅଷ୍ଟ ଦଳକୁ ଗମିଲେ

 

ଅନାମ ମଣ୍ଡୋଳ ପରେ ଦେଖିଲେ।

 

ଦୂତୀ ଗୋ! ଚାରି ଦ୍ୱାର ଅନ୍ତରେ

 

ସହସ୍ରେ ଅରୁଣ କିରଣ ଫୁରେ।

।୧୪।

 

 

ସହସ୍ରେ ମିହିର ରାଧାଙ୍କ ଜୋତି

 

କାତର ହୋଅନ୍ତି ଗୋପ ଯୁବତୀ।

 

ଶ୍ରୀକୃଷ୍ଣ ନାମ ହୃଦରେ ଭାବିଲେ

 

ଆହ୍ଳାଦିନୀମାନେ ଚଳିଣ ଗଲେ।

 

ଦୂତୀ ଗୋ! ଗୋପୀ ଗମନ୍ତି ଧୀରେ

 

ଚରଣ ନ ଚଳେ ସେହି ପଥରେ।

।୧୫।

 

 

ରାଧା ହକାରନ୍ତି ଆସ ଗୋ ସହୀ

 

ପଞ୍ଚ ଛଡ଼ ପରେ ଅଛନ୍ତି ସେହି।

 

ପଞ୍ଚମକୁ ଭେଦ ଷଷ୍ଠ ଉପରେ

 

ସେ ରାଧାକୃଷ୍ଣଙ୍କୁ ଦେଖ ନେତ୍ରରେ।

 

ଦୂତୀ ଗୋ ! ଦୁଖ ସୁଖ ହିଂ ଯାଉ

 

ଜନ୍ମ ମରଣକୁ ଭୟେ ନ ଥାଉ।

।୧୬।

 

 

ଅଭିନବ ରୂପା ରମାକୁ ଘେନି

 

କାମରେ ଜଡ଼ିତ ସେହି କାମେନୀ।

 

ସମସ୍ତ ବର୍ଣ୍ଣ କି ଘୋଡ଼ାଇ ଅଛି

 

ପଞ୍ଚୁବର୍ଣ୍ଣ ଜ୍ୟୋତି ଉଦେ କରୁଛି।

 

ଦୂତୀ ଗୋ! ସେହି ଜ୍ୟୋତିର ବର୍ଣ୍ଣ

 

ସହସ୍ରେ ଅରୁଣ ନୋହେ ସମାନ।

।୧୭।

 

 

ୟେମନ୍ତ ସୋରୂପ ବଟର ତଳେ

 

ରାଧାକୃଷ୍ଣ ବିଜେ ମଣି ବେଦୀରେ।

 

ଦେଖି ଗୋପୀମାନେ ଭୋଳ ହୋଇଲେ

 

କେହୁ ନୃତ୍ୟ ରଙ୍ଗ ଯେ ଆଚରିଲେ।

 

ଦୂତୀ ଗୋ! କେହୁ ଗୋପିକା ତହିଂ

 

ଚାମର ଢାଳନ୍ତି ତୁନ ଢଳାଇ।

।୧୮।

 

 

କେ ଗୋପୀ ଦିଅଇ ପୁଷ୍ପର ହାର

 

କେ ଗୋପୀ ଚନ୍ଦନ ବୋଲଇ ଶିର।

 

କେହୁ କସ୍ତୁରୀ କୁଙ୍କୁମ ଯୋଗାଇ

 

କେହୁ ବୋଲଇ କୃଷ୍ଣ ତ୍ରାହି ତ୍ରାହି।

 

ଦୂତୀ ଗୋ! ଶ୍ରୀରାଧିକା ଗଳାର

 

ଗୋପିକା ଦିଅନ୍ତି କନକ ହାର।

।୧୯।

 

 

ବୋଲନ୍ତି ଶ୍ରୀମତୀ ଶୁଣ ଗୋ ସହୀ

 

ନିତ୍ୟ ପରେ ମହାନିତ୍ୟଟି ଏହି।

 

କେମନ୍ତ ସୁନ୍ଦର ତାହାଙ୍କ ଜୋତି

 

ଜୋତିରାନନ୍ଦ ଏହୁ ବୋଲାବନ୍ତି

 

ଦୂତୀ ଗୋ! ଗୋପୀ ଦେଖିଣ ଭୋଳ

 

ହୁଳ ଧ୍ୱନି କଲେ ଅତି ଗହଳ।

।୨୦।

 

 

ଆହ୍ଲାଦିନୀମାନେ ପ୍ରେମ କାଳେନ୍ଦୀ

 

ସାଧନେ ଅଟନ୍ତି ସେ ମହୋଦଧି।

 

ଗଙ୍ଗା ଯମୂନା ସରସ୍ୱତୀ ନଈ

 

ଶ୍ରୀକୃଷ୍ଣ ପାଦ ପଦ୍ମରୁ ବହଇ।

 

ଦୂତୀ ଗୋ! ଏଠୁଂ ସବିତ୍ୱ ଉଦେ

 

କଳ୍ପଣା କାଳନ୍ଦୋ ଶ୍ରୀକୃଷ୍ଣ ହୃଦେ।

।୨୧।

 

 

ବାଞ୍ଛାବଟ ରହେ ପଛିମ ଦିଗେ

 

ବଂଶୀବଟ ତହିଂ ଉତ୍ତରେ ଭାଗେ।

 

ପୂର୍ବରେ ଅନନ୍ତ ବଟ ରହିଛି

 

ନୀପବଟ ଗୋଟି ଦକ୍ଷିଣେ ଅଛି।

 

ଦୂତୀ ଗୋ! କଳ୍ପବଟ ମଝାରେଂ

 

ମଣି ମଣ୍ଡୋପଟି ତାଙ୍କ ପାଖରେ।

।୨୨।

 

 

ପୂର୍ବ ବଟେ ରହି କଳ୍ପଣା କଲି

 

କଳ୍ପଣା କାଳେନ୍ଦୀ ଭେଦ ପାଇଲି।

 

ମଣି ବେଦ୍ରିକାରେ ସସ୍ରେ ପାଖୁଡ଼ା

 

ସହସ୍ର ଭେଦି ମୁଂ ପାଇଲି ଇଂଡ଼ା

 

ଦୂତୀ ଗୋ! ପିଙ୍ଗଳାକୁ ଦେଖିଲି

 

ସିଷୁମନାକୁ ଚିହ୍ନି ନ ପାରିଲି।

।୨୩।

 

 

ଦେଖିଲି ଯହୁଂ ଗମି ନ ପାରିଲି

 

ସେହିଠାବେ ମୁହିଂ ବେଉଳ ହେଲି।

 

ମଣି ବେଦୀ ଦେଖି ତୋଷିଲି ଚିତ୍ତ

 

ମୁହିଂ ରହିଥିଲି ସଖି ସଙ୍ଗତ।

 

ଦୂତୀ ଗୋ! ସର୍ବ ସଖିଏ ମିଳି

 

ଦେଖନ୍ତି ରାଧାକୃଷ୍ଣ ରାସକେଳି।

।୨୪।

 

 

ୟେହି ରାଧାକୃଷ୍ଣ ପ୍ରେମ ଭାବରୁ

 

ଆମ୍ଭେ ପଞ୍ଚସଖା ଜନ୍ମ ଲଭିଲୁଂ।

 

ନିରତେ ତାହାଙ୍କ ପାରୁଶେ ରହୁ

 

କୃଷ୍ଣ ଯଶ ଗୁଣ ନିରତେ ଗାଇ।

 

ଦୂତୀ ଗୋ! ରାଧାକୃଷ୍ଣ ନିତ୍ୟର

 

ପଦ୍ମବନୁଂ ଆମ୍ଭେ ନୋହୁ ଅନ୍ତର।

।୨୫।

 

 

ଧ୍ୟାନକୁଦେ ବସି ଧ୍ୟାନ ଯେ କଲୁଂ

 

ଧ୍ୟାନରେ ପଞ୍ଚସଖାଏ ଜାଣିଲୁ।

 

ଚିତ୍ରାଙ୍ଗୀ ନଦୀର ଉତ୍ତର ତୀର

 

ପଦ୍ମ କାନନ ସେ ରାସ ମଣ୍ଡଳ।

 

ଦୂତୀ ଗୋ! ସର୍ବେ ଦେଖିଲୁ ଆସି

 

ମଣି ବେଦ୍ରିକାରେ ଚିତ୍ତ ନିବେଶି।

।୨୬।

 

 

ସଖିମାନଙ୍କ ସଙ୍ଗତରେ ଥିଲୁ

 

ମଣିବେଦୀରେ ଶରଣ ପଶିଲୁ।

 

ହରି ଶବଦ ହୁଳହୁଳି ନାଦ

 

ଆନନ୍ଦେ ନାଚନ୍ତି ସେ ଦେବବୃନ୍ଦ।

 

ଦୂତୀ ଗୋ! ରାଧାକୃଷ୍ଣ ଚରଣ

 

ବଳରାମ ଦାସ ପଶେ ଶରଣ।

।୨୭।

॥ଇତିଶ୍ରୀ ପଦ୍ମବନ ରାସ ସଂପୂର୍ଣ୍ଣ॥

 

 

ରାହାସ ବନ୍ଦନା

॥ପ୍ରଥମ ଅଧ୍ୟାୟ॥

ଶୁଣ ହୋ ଗୋପ ସୁତ ଜନ

ଉଥାନ ମୁକୁନ୍ଦ ପବନ

ଗୋବିନ୍ଦ ଆନନ୍ଦ ଅନନ୍ତ

ବାଳକ ବଚ୍ଛ ଯାଦବନ୍ତ

ଆବର ବୃନ୍ଦାବନ ମଧୁ

ମଥୁରି ଦାସ ବାର ସାଧୁ

ଅତି ସେନେହ ବାର ଜଣ

କରିବ ରାହାସ କୀର୍ତ୍ତନ

 

 

 

 

ବୃଦ୍ଧ ଗଙ୍ଗାର ତଟେ ଲୀଳା

ନୀଳାଞ୍ଚଳରେ କର ମେଳା

ନଦୀଆ ନଗ୍ରେ କର ଧ୍ୟାନ

ବିଖ୍ୟାତ ଗୋପ ରାସ ମାନ

ଗୋଲକେ ରଖିବ ଯେ ମନ

ଗୋପୀ ଗୋପାଳ ନୀଳାମାନ

ରାମଚନ୍ଦ୍ର ହୋ ଗୁରୁ ଘେନି

ବେହାର କର ୟେ ମେଦିନୀ

 

 

 

 

ଦୀନ ଅଚ୍ୟୁତ ସଙ୍ଗେ ଥାଇ

ଗୋପର ନୀଳା ସୁମରଇ

ଉଥାନ କରତାଳ ଧର

ଶ୍ରୀଗୁରୁ ସୁମୁରଣା କର

ପ୍ରଥମେ ଏକ ଦଣ୍ଡବତ

ଅଚ୍ୟୁତ ଗୁରୁ ସୁମରେତ

ଦୁତୀୟେ କରି ଦଣ୍ଡବତ

ହରି ଦାସକୁ ପରାପତ

 

 

 

 

 

 

 

 

ତ୍ରିତୀୟେ ଦଣ୍ଡବତ କରି

ଦାସ ଜଗନ୍ନାଥ ସୁମରି

ଚଇତନ୍ୟକୁ ସୁମରିବ

ଦଣ୍ଡବତ ଯେ ଚାରି ହେବ

ନିତ୍ୟାନନ୍ଦକୁ ସୁମରଣ

ପଞ୍ଜମେ ଦଣ୍ଡବତ ପୁଣ

ତହୁଂ ଗୋପକୁ କରି ଧ୍ୟାନ

ଦାମ ସଖାକୁ କର ମାନ୍ୟ

 

 

 

 

ସପତ ଦଣ୍ଡବତ କରି

ବଲରାମକୁ ତୁସ୍ତି କରି

ଶ୍ରୀମତୀ ସଖା ସୁମରିବ

କରତାଳ ଯେ ବଜାଇବ

ଗୋଲକେ ରଖିବ ଯେ ଲୟେ

ଅଗ୍ନି କୋଣରେ ଚିତ୍ତ ରହେ

ହ୍ରୀ ଉଂ ପବନକୁ ନମ

ମନ୍ତ୍ର ସୁମରିବ ଉତ୍ତମ

 

 

 

 

ଯେ ବା ନଜାଣି ୟେ ଭଜନ

କରନ୍ତି ହରି କୀରିତନ

ହାଥରେ କରତାଳ ନେଇ

ପତିତ ଜନ ସେ ଅଟଇ

ଛୁଇଂଲେ କରିବ ସ୍ରାହାନ

ଦଶଟି ଧେନୁ ଦେବ ଦାନ

ଯଉଂ ଠାବରେ ବସିଥିବ

ଦ୍ୱାଦଶ ଆଙ୍ଗୁଳ ଛାଡ଼ିବ

 

 

 

 

ଗୁରୁମନ୍ତ୍ର ଯେ ନ ଜାଣନ୍ତି

ବ୍ରହ୍ମହତ୍ୟାର ପାପ ପାନ୍ତି

ଶୁଣ ଉଥାନ ଗୋପ ଦାସ

ଅଚ୍ୟୁତ କହେ ରାସ ରସ

 

 

 

 

ଇତିଶ୍ରୀ ରାହାସ ବନ୍ଦନେ ନାମ ପ୍ରଥମୋଽଧ୍ୟାୟଃ।

 

॥ ଦ୍ୱିତୀୟ ଅଧ୍ୟାୟ ॥

ପବନ ମୃଦଙ୍ଗର ବାଣୀ

ମୁକୁନ୍ଦ ଦାସ ଥାଅ ଶୁଣି

ଗୁରୁ ଚରଣେ କର ଲୟେ

ଅଶେଷ ଦଣ୍ଡବତ ହୋୟେ

ଅଚ୍ୟୁତ କରେ ଦଣ୍ଡବତ

ଜଗୁଦାସର ୟେହୁ ମତ

ଶ୍ରୀକୃଷ୍ଣ ଚଇତନ୍ୟ ବଡ଼

ୟେମନ୍ତ ନଦିଆରେ ଖେଡ଼

ଗୋପର ସୁଦାମା ସୁମୁରି

ସାଷ୍ଟାଙ୍ଗ ଦଣ୍ଡବତ କରି

ଶ୍ରୀକୃଷ୍ଣ କରି ଦଣ୍ଡବତ

ବିନଇ ଭାବେ ପ୍ରଣମିତ

ଗୋଲକେ ଥାପିବ ଯେ ମନ

ଲଳିତା ସଖି ପାଦେ ଧ୍ୟାନ

ମନ୍ତ୍ର ସୁମୁରି ଥିବ ଚିତ୍ତ

ଓଂ ହୀରଇଂ ଧ୍ୟାଇଂ ନିତ୍ୟ

ଏହା ନଜାଣି ଯଉଂ ଜନ

କରନ୍ତି ଖୋଳରେ ଗାୟନ

ବିଷ୍ଣୁ ଦୋରେହୀ ପାପ କରେ

ଗ୍ୟାଂନେ ସ୍ରାହାନ କର ତାରେ

ୟେକ ଶବଦେ ୟେକ ଧେନୁ

ହତ୍ୟାର ଦୋଷ ପାଏ ତେଣୁ

ଗୁରୁଙ୍କୁ ୟେଣୁ ଆଗେ ଭଜ

କଳି କଳୁଷ ପାପ ଭାଂଜ

ଆଗହୁଂ ପୂଜା ନିଷ୍ଠା କର

ବାର ଗୋଟି ଯେ ଦାସ ମୋର

ଗୋଲକ ଗୋପ ନଦିଆର

ଖେଡ଼ ଖେଳିଲେ ଜନ୍ମାନ୍ତର

କୃଷ୍ଣ ଚୈତନ୍ୟ ନୀଳାଞ୍ଚଳ

ଭଜନ କୁଟୀର ଅନ୍ତର

ଲୋକଙ୍କୁ ମାୟା ଦେଖାଇଲେ

ଅଶ୍ୱ ଆରୁଢ଼ ନୀଳା ତୁଲେ

 

 

 

 

ୟେମନ୍ତେ ବଳିଲାକ ମନ

ଆପେ ହୋଇଲେ ନାରାୟେଣ

ଆଗ୍ୟାଂ ହୋଇଲା ଉତୁକଳେ

ରାହାସ ରଞ୍ଚ ଏ ଭୁମିରେ

ସେ ଆଗ୍ୟାଂ ହେତୁ ଚିତ୍ତେ ଧରି

ଗୋପାଳ କୁଳକୁ ଉଧରି

ଦୀନ ଅଚ୍ୟୁତି କହେ ଗୀତେ

ସଙ୍ଗତେ ଥାଇ ତୁମ୍ଭ ହିତେ

 

 

 

 

ଇତିଶ୍ରୀ ରାହାସ ବନ୍ଦନେ ନାମ ଦ୍ୱିତୀୟ ଅଧ୍ୟାୟ।

 

ରାହାସ ଖଣ୍ଡ

॥ ତୃତୀୟ ଅଧ୍ୟାୟ ॥

କର ହୋ ତାଙ୍କର ବିଚାର

ରାଗ ସ୍ୱପତ ସ୍ୱର ଧର

ପଞ୍ଚମ ସ୍ୱର ସୁମରିବ

ଓଂକାର ସ୍ୱରକୁ ଧ୍ୟାଇବ

ଆ କାର କଳା ସୁମୁରିଣ

ଏକାର ତହିଂରେ ମିଶାଣ

ଇ କାର ମିଶି ସ୍ୱର ତହିଂ ରଖ

ଉଂକାର ଘର ତହିଂ ସୁଖ

ଅ କାର ମିଶି ଛଡ଼ ସ୍ୱର

ଅଣ ମନ୍ତ୍ରକୁ ହେତୁ କର

ସପତ ତାଳକୁ ୟେହୁ କହି

ଗାୟନ ଗୁଣ ସିନା ୟେହି

ସପତ ତାଳକୁ ବାଇବ

ସପତ ପୁରକୁ ଗମିବ

ସପତ ପାତାଳରେ ପୂଣ

ଅନନ୍ତ ଅଛନ୍ତି ହୋ ଶୁଣ

ନାଭି ଅଟଇ ଯେ ପାତାଳ

ଇନ୍ଦ୍ରିକି ବୋଲିଟି ସୁତଳ

ଗୁହିକୁ ରସାତଳ କହି

ଜଙ୍ଘ ଯେ ମହାତଳ ହୋଇ

ଖଞ୍ଜଣି ଆଣ୍ଠୁ ଯେ ଭୂତଳ

ଖଡ଼ୁ ଗଣ୍ଠିୟେ ୟେ ବିତଳ

ପୟର ତଳାତଳ କହି

ନିତାଳ ତଳିପା ବୋଲାଇ

ନୟନେ ଉଂ କାରର ସ୍ୱର

ଆକାର ଦନ୍ତ ସ୍ୱରେ ଧର

ଏ କାର କଣ୍ଠ ସ୍ୱରେ ଧରି

ଇ କାର ନାଭିରେ ଉଚ୍ଚାରି

ଉ କାର ଦେହରେ ପୁଲକ

ଅ କାର ଲଳାଟର ଶିଖ

ଶ୍ରବଣେ ଏକାକ୍ଷର ୟେକ

ସପତ ସ୍ୱର ବୀଜ ଏକ

 

 

 

 

ସପତ ସ୍ୱରେ ସାତ ଥାନ

ସପତ ତାଳେ ସାତ ଘେନ

ୟେମନ୍ତ ଥାନର ବନ୍ଦନ

ଏକାକ୍ଷରକୁ ସୁମୁରିଣ

ଗାୟନ ରସ ବିଧି ଏହି

ଏକାକ୍ଷର ଯେ ନ ଜାଣଇ

ବଳେହେଂ ପ୍ରବେଶ କରନ୍ତି

ଗାୟନ କଳା ଯେ ଶିଖନ୍ତି

 

 

 

 

ସେ ଅଟେ ବିଷ୍ଣୁଦ୍ରୋହ ପାପୀ

ରାହାସେ ଯଉଂ ଜନ କ୍ଷେପି

କ୍ରତାଳ ଖୋଳ ଯେ ଗାୟନ

ଯେ ଅଟେ ଗୋଲକର ଚିହ୍ନ

ଗୁରୁଙ୍କ ମନ୍ତ୍ର ଆଶ୍ରେ ଥିବ

ସେ ପ୍ରାଣୀ ଗୋଲକେ ପଶିବ

ମୁକୁନ୍ଦ ଦାସ ଶୁଣ ଚିତ୍ତ

କହଇଂ ତୁମ୍ଭଙ୍କରି ହିତ

 

 

 

 

ତୁମ୍ଭର ସାଥୀ ଯେ ଯାଦବ

ଘେନ ୟେ ଗାୟନର ଭାବ

ଦୀନ ଅଚ୍ୟୁତ କଥା ଘେନ

ଦିବ୍ୟ ରାହାସେ ମଜ୍ଜା ମନ

ଇତିଶ୍ରୀ ରାହାସ ବନ୍ଦନେ ନାମ ତୃତୀୟ ଅଧ୍ୟାୟ॥

 

॥ ଚତୁର୍ଥ ଅଧ୍ୟାୟ ॥

ମୃଦଙ୍ଗ ବୋଲିଣ ବିଚାର

ପ୍ରଥମେ ବସିଲା ଉଂ କାର

ଦ୍ୱିତୀୟେ ଅର୍ଧାଙ୍ଗ ବସଇ

ତୃତୀୟେ ଉଂ କାର ଯେ ରହି

ଉ କାରେ ଅ କାରର ଅଂଶ

ବିନ୍ଦୁ ଅଟଇ ମାହା ରସ

ମୃଦଙ୍ଗେ ମନ ଯେ ରହଇ

ମନକୁ ସିଷୁ ବେଦ କହି

ସିଧିରସ୍ତୁ ଯେ ଚାରିକ୍ଷର

ଆଠହିଂ ଅଜପା ଆବର

ଉଂ କାର ଅର୍ଧାଙ୍ଗ ଉକାରେ

ହାଣ୍ଡି ବୋଲିଣ ନାମ ଧରେ

ଆ କାର ଡାହାଣ ପୁଡ଼ାହିଂ

ଉଂ କାର ଆ ଠାବେ ରମଇ

ଉଂ କାର ତଳେ ଯଉଂ ଗାର

ସେ ଅଟେ ମୃଦଙ୍ଗର ସ୍ୱର

ଯେହୁ ମୃଦଙ୍ଗ ବଜାଇବ

ନିଶ୍ଚିନ୍ତେ ଗୋଲକେ ପଶିବ

ୟେହା ନ ଜାଣେ ଯଉଂ ଜନ

ପଶୁ ସମାନ ତା ଜୀବନ

ୟେଣୁଟି ଓଂ ହୀରଇଂ ମନ୍ତ୍ର

ତାରିବ ସର୍ବ ପାପ ଗାତ୍ର

ହରେ ଯେ ରାମ କୃଷ୍ଣ ନାମ

ଭଗତେ ରାହାସେ ଉତ୍ତମ

ପବନ ଅନନ୍ତ ହୋ ଶୁଣ

ଏ ଖୋଳ କରତାଳ ଉତ୍ତମ

ୟେହା ଚିନ୍ତିଣ ଭ୍ରମ ମହୀ

କଳି କଳୁଷ ନ ଲାଗଇ

ନ ଜାଣି ଏହା ଯେ ମାତିବ

ବିରିଜା ଖର୍ପରେ ପଡ଼ିବ

ଗୋହିରା ଟିକିରୀରେ ହାଣ

ପଶୁ ମନିଷ୍ୟ ଯେତେ ଜନ

 

 

 

 

ସବୁ ବିରିଜା ନବ ବାଛି

ପାପିଷ୍ଟମାନ ପୂରିଅଛି

ମନ୍ତ୍ର ନ ଜାଣି ଯେତେ ଦାସ

ମାଳା ତିଳେକ ହୃଦ ଦେଶ

ମିଛ୍ୟା ମୁଖରେ ଯେ କହଇ

କର ରମଣୀ ଯେ ହରଇ

ମାଏଂସ ମଚ୍ଛ ଯେହୁ ଖାଏ

ଧୂମ ମଦ୍ୟରେ ଚିତ୍ତ ରହେ

 

 

 

 

ବଜରୁ ପତ୍ରେ ଯାର ଚିତ୍ତ

ଗଞ୍ଜା ଅମଳ ଆପୁ ଭକ୍ତ

ମଦିରା କୁକୁଡ଼ା ଯେ ଖାଇ

ଜୀବ ମାରଣେ ସଦା ଥାଇ

ବଚନେ କହି ନ ଦିଅଇ

ଅତିଥି ବସାଇ ଭୁଞ୍ଜଇ

ଗୁରୁ ଦକ୍ଷିଣା ଯେ ହରଇ

ବୈଦ୍ୟ ଦଖିଣା ନ ଦିଅଇ

 

 

 

 

ରାଜା ଧନରେ ଅବିଶ୍ୱାସ

ମିଥ୍ୟା ଭାବରେ ହୋୟେ ତୋଷ

ଆଉଷ୍ୟେ ବଡ଼ ଯଉଂ ଜନ

ତାକୁ ହରଣ କରେ ମନ

ସେ ଜନେ ବିରିଜାର ରୋଷ

ଏମନ୍ତ ଯେତେ ପାପ ଦୋଷ

କଳିଯୁଗରେ ହେବ ପୁଣ

ଗୋପାଳ ପୁତ୍ରମାନ ଶୁଣ

 

 

 

 

ବେଳକୁ ବେଳ ବିପରୀତ

ସଂସାର ନୋହିବ ଥିରତ

ଆମ୍ଭ ଠାବରୁ କେତେ ଦିନ

ସୁଖ ରହିବ ୟେ ଭୁବନ

ତୁମ୍ଭର ଅନ୍ତେ ୟେକ ପୀଢ଼

କି ଚିତେ ଥିବ ଧର୍ମ ଦୃଢ଼

ଆନ ପୀଢିରେ ଅର୍ଥେ ତୋଷ

ରହିଣ ଥିବ କିଛି ଶେଷ

 

 

 

 

ତୃତୀୟ ପୀଢ଼ି ଅନ୍ତେନରେ

ଖଳ ଉପୁଜିବ ସଂସାରେ

ଚତୁର୍ଥ ପୀଢ଼ିରେ ଅନ୍ଧାର

ସଂସାରେ ଭ୍ରମିବେ ଯେ ନର

ଭୋଗରୁ ହେବ ପରିତ୍ରାଣ

ଆମ୍ଭର କୁଳ ଯେ ଭିଆଣ

ଉଧୁରି ସର୍ବ ମହୀଜନ

କହିବେ ଧର୍ମ କଥାମାନ

 

 

 

 

ଶୁଣ ହୋ ଗୋପାଳ ନନ୍ଦନ

ସଂସାର ହେବ ହୀନିମାନ

କୂଳରେ ଜଣେ ଜଣେ ଥିବେ

ଆବର ପାଷାଣ୍ଡେ ମଜ୍ଜିବେ

ଗ୍ରାମରେ ୟେକ ଜନ ଥିବ

ଧର୍ମ କଥାକୁ ସୁମୁରିବ

ବହୁତ ଜନ ପାପେ ରତ

ପୂଣ୍ୟରେ ୟେକ ୟେକ ଚିତ୍ତ

 

 

 

 

ପୂରାଣ ନ ଶୁଣିମେ କର୍ଣ୍ଣ

ମନ୍ତ୍ର ଦିଖ୍ୟାକୁ ହେୟ ଗ୍ୟାଂନ

ଧିଆନେ ନ ରଖିବେ ମତି

ଦୁଖ ସୁଖରେ ଥିବେ ମାତି

ରାତ୍ର ଦିବସେ ଦୁଖ ମନ

ପେଟକୁ ନ ଅଣ୍ଟିବ ଅନ୍ନ

ୟେଣୁ ମଳିଣ ୟେ ସଂସାର

ବିଦ୍ୟା ପଠନ କରି ଦୂର

 

 

 

 

ଶ୍ରାଧ ଶୁଧି ଯେ ବିଭାଘରେ

ସୋଦର ୟେଡ଼ିବେ ଯେ ନରେ

କୁଟୁମ୍ବ ମଲେ ଅନ୍ନ ଗ୍ରାସ

ଶୁଣି ନ କରି ଉପବାସ

କ୍ଷମତା ଗର୍ବ ଜଣୁଂ ଜଣ

ଶ୍ରେଷ୍ଠ କନେଷ୍ଠ ନାହିଂ ପୁଣ

ୟେ ଅଗୋଚର କଥା ହେବ

ପ୍ରାଣୀତ ନଷ୍ଟ ଭ୍ରଷ୍ଟ ଯିବ

 

 

 

 

 

 

 

 

ଦୀନ ଅଚ୍ୟୁତ କଳି ଦେଖି

କୃଷ୍ଣ ନାମରେ ମନ ରଖି

କଳିରେ କୃଷ୍ଣ ନାମ ସାର

ଗୋପାଳେ ନାମ ଜୁର କର

କେ ବୋଲେ ହରି ମାଳା ଧରି

କେ ହରି ମନରେ ସୁମୁରି

କେ ହରି ଗାଏ କରତାଳେ

କେ ହରି ଗାଏ ଧରି ଖୋଳେ

 

 

 

 

କେ ହରି ମନେ କରି ଧ୍ୟାନ

ରାମ ତାଳିରେ ହରି ଗାନ

କେ ନୃତ୍ୟ କରି ହରି ଗାଏ

ହରି ଚରଣେ ଚିତ୍ତ ଦିଏ

କ୍ଷଣ ନିମିଷ ଦଣ୍ଡ ଘଡ଼ି

ନିତ୍ୟ ଯେ କୃଷ୍ଣ ନାମେ ବୁଡ଼ି

କଳି ନ ଲାଗେ ତାର ଦେହେ

ଦୀନ ଅଚ୍ୟୁତ ୟେହା କହେ

ଇତିଶ୍ରୀ ରାହାସ ବନ୍ଦନେ ନାମ ଚତୁର୍ଥ ଅଧ୍ୟାୟଃ।

 

॥ ପଞ୍ଚମ ଅଧ୍ୟାୟ ॥

ଶୁଣ ବାଳକ ଗୋପ ଦାସ

ପଞ୍ଚାଶ ଅକ୍ଷର ଯେ ରସ

ଅକ୍ଷର ବନ୍ଦିଣ ପଢିବ

ଗୋଲକେ ଦାସ ସେହୁ ହେବ

ଆସ ସକଳ ଧ୍ୟାନ ୟେଥ

ରହସ୍ୟ ପବନ ୟେହୁତ

ଅଙ୍ଗ ଘଟଣ ଉଝଟକ

ଚ ଫ ମଉଡ଼ ବଡ଼ ଦଖ୍ୟ

ଅ ଆ ଇ ଈ ୡ ଅଂ ଯଂ ଉଂ ଓଂ

ଏ ଊ ୡ ଋ ୠ କ୍ଷ ଐ ତହୁଂ

ୟେ ଛଡ଼ ଚକ୍ର ପାରୁଶେଣ

ଛଡ଼ ୟେ ପୁର ନିରିବାଣ

ୟେ ପୁରେ ବସିଣ ଆନନ୍ଦ

ଘଣ୍ଟ ଧୂପରେ ଦିଅ ନାଦ

ଚାରି ଅକ୍ଷର ତହିଂ ସାର

ତଥିରେ ଛଡ଼କ୍ଷର ଧର

ତଥି ଉପରେ ଦଶ ଥୁଅ

ଦ୍ୱାଦଶ ତଥି ପରେ ନିଅ

ତହିଂ ଉପରେ ଷୋଳ ଥାନ

ତଥି ଉପରେ ବେନି ଘନ

ବେନି ବଖୁରି ଯଉଂ ଘର

ତହିଂରେ ଦିଅଂ ଯେ ସୁନ୍ଦର

ୟେକ ଦେବତା ବାସ ଘେନେ

ୟେକ ଦେବତା ଭୋଗ ମନେ

ୟେଣୁ ତାହାକୁ ଭୁଂଜାଇବ

ଭୋଗ ଯେ ସିଧି ଦାସ ଭାବ

ଜଳ ସିଞ୍ଚିଲେ ୟେ ଭୁବନ

ପବିତ୍ର ହୋଅଇ ଯେ ଥାନ

ତହିଂ ଯେ ପତ୍ର ପକାଇବ

ଉଆ ତଣ୍ଡୁଳ ଅନ୍ନ ଦେବ

ଅରୁଆ ଖେଚୁଡ଼ି ୟେ ମାନ

ଶାଗ ଯେ ଭାଜି ସୁଯତନ

 

 

 

 

ତଦ ଅନ୍ତରେ ଡ଼ାଲି ଆଣି

ବ୍ୟଞ୍ଜନ ତଦଅନ୍ତେ ପୁଣି

ହାଥ ଧୋଇଣ ଦେବ ଘୃତ

ତଦନ୍ତେ ଦୁଧ ଦେବ ହାଥ

ପୁଣ ହୋ ପିଠାମାନ ଦେବ

ଖିରୀ ତହିଂରେ ବିଳୋଇବ

ଆବର ଦଧି ଯେ ଆମ୍ବିଳ

ବିବିଧ ମତେ କଟୁ ଫଳ

 

 

 

 

ଆବର ଆଚୁମ୍ବନ ବିଧି

ଦନ୍ତ ଖୁଂଚିକି ସେବା ବିଧି

ତଦନ୍ତେ ତାମ୍ବୋଳ ବାଢ଼ିବ

ତଦନ୍ତେ ଚନ୍ଦନ ସେବିବ

ତଦ ଅନ୍ତରେ ପୁଷ୍ୟମାନ

ତଦନ୍ତେ ଆସନ ବିଧାନ

ଆଲଟ ପଂଖା ପକାଇବ

ଗ୍ରୀଷମ ଋତୁ ଯେବେ ଥିବ

 

 

 

 

ଭୋଗ ୟେ ରୂପେ ଲଗାଇବ

ଭୋଗ ଠାବରେ ବସିଥିବ

ପଂଖା ପକାଉଥିବ ମନେ

ଗୋଲକ ନାଥ କରି ଧ୍ୟାନେ

ଦଶ ଗୋପାଳ ରାସ ସାରି

ମହାପ୍ରସାଦ ସେବା କରି

ତେବେ ହେଂ ଜୀବ ଲଭେ ଗତି

ଶୁଣ ହୋ ତୁମ୍ଭେ ବାରମୃତି

 

 

 

 

ତେବେ ଦେଲାର ହୋୟେ ଫଳ

ଭୋଗତା ସହ ଯେ ଉଜ୍ଜଳ

ବଷ୍ଟମ୍ବ ଭୁଂଜାଲ ଭୁଂଜିବ

ଅଧରାମୃତେ ଧ୍ୟାନ ଥିବ

ନିର୍ମଳ ଚିତ୍ତେ ଯେ ପୂଜଇ

କୋଟି ତୀର୍ଥର ଫଳ ପାଇ

ଯା ଗୃହେ ବଷ୍ଟମ୍ବ ମିଳଇ

ତା ପୂଣ୍ୟ କେତେ ଅବା କହି

 

 

 

 

ବିଷ୍ଣୁ ପୂଜିଣ ଯେତେ ଫଳ

ଗୁରୁ ଅଧରାମୃତ ଜଳ

ଯେମନ୍ତ ରୂପେ ଯେହୁ ଭଜେ

ମୃତ୍ୟୁ ତାହାକୁ ଦୁରୁଂ ତେଜେ

ୟେଣୁ ହୋ କୃଷ୍ଣ ବଇଷ୍ଟମ୍ବ

ପୂଜିବ ଅତି ନିଷ୍ଠା ଭାବ

ଭୋଗ ନ ଜାଣିଣ ଭୋଗତା

ତା ହାଥୁଂ ଅନ୍ନ ବିବର୍ଜିତା

 

 

 

 

ତା ହାଥୁଂ ଅନ୍ନ ଯଦି ଖାଇ

ପାତେକମାନ ଅଙ୍ଗେ ରହି

ଗୋପାଳ ମନ୍ତ୍ର ନ ଜାଣନ୍ତି

ହରେ ରାମଙ୍କୁ ନ ଚିହ୍ନନ୍ତି

ରାଧା କୃଷ୍ଣର ମନ୍ତ୍ର ପୁଣ

ପଂଚ ଅକ୍ଷର ଜିଭ୍ୟା ଶୂନ୍ୟ

ସସିଧ୍ୟ ଭୋଗ ଦାସ ନୋହେ

ଭୋଗ ସେମାନ ନାଶ ଯାୟେ

 

 

 

 

ଦେଲା ଜନର ଅକାରଣ

ଭୋଗତା ଜନ ବିଡ଼ମ୍ବନ

ୟେଣୁ କୃଷ୍ଣକୁ ସମର୍ପିବ

ବାସନା ଭୋଗୀ ବାସୁଦେବ

ବ୍ରହ୍ମାଣ୍ଡେ ଯେତେକ ସୁବାସ

ବାସ ଘେନନ୍ତି ସେ ପୁରୁଷ

ନିର୍ମଳ ଚିତ୍ତ ଯାର ଥାଇଂ

ସେ ପ୍ରଭୁ ତାକୁ ନ ଛାଡ଼ଇ

 

 

 

 

ଗୋପୀ ନିର୍ମଳ ଭାବେ ପୁଣ

ତୋଷିଲେ ଶ୍ରୀକୃଷ୍ଣ ପରାଣ

ଅନ୍ୟଥା ଭାବେ ଯେ ରହିବ

କୃଷ୍ଣ ସନ୍ତୋଷେ ସର୍ବ ହେବ

କୃଷ୍ଣଙ୍କୁ ଭୁଞ୍ଜାଇ ଭୁଞ୍ଜିବ

ଭୋଗର ସ୍ମସିଧି ରହିବ

କେବେହେଂ ମୁଖରେ ନ ଦେବ

ନ ଦେଇ କୃଷ୍ଣଙ୍କୁ ନଭାବ

 

 

 

 

 

 

 

 

ଜୀବନ ହୋଇବ ଅମୁଖ୍ୟା

ଭଗତ ଭାବେ ସିନା ଭଖ୍ୟା

ଭୋଗ ବୋଲିଣ ଯାହା କହି

ସବୁହୁଂ ଦାସ ବଡ଼ ସେହି

ଭୋଗ ମହିମା ଅଗୋଚର

କୋଟିକେ ଗୋଟିୟେ ଯେ ସାର

ଭୋଗ ଜାଣିଲେ ଗୋପୀଜନ

ଭୋଗ ବିଦୂର ମନେ ଧ୍ୟାନ

 

 

 

 

ଭୋଗ ଜାଣିଲେ ସେ ରୁକ୍ମଣୀ

ଭୋଗ ଜାଣନ୍ତି ମୁନି ପ୍ରାଣୀ

ଭୋଗ ଜାଣନ୍ତି ତତ୍ତ୍ୱ ଦାସ

ଯେଣୁ ସେ ବିଷ୍ଣୁ ଅଂଶ ବଂଶ

ଜନମେ ଜନ୍ମେ ତୁମ୍ଭ ପୂଣ୍ୟ

ଭୋଗ ସିଧ୍ୟର ଯେ ଭାର୍ଜନ

ପୂର୍ବ ବାସନା ଓଟାରିବ

ଗୋପାଳ କୂଳ ଉଧାରିବ

 

 

 

 

ଏହା ନଜାଣି ଯେ ରୋଷାଇ

କରନ୍ତି ମୂଢ଼ ପଣେ ଯାଇ

କୃଷ୍ଣେ ବିମୁଖ କରାବନ୍ତି

ପାଷାଣ୍ଡେ ଭୋଗରେ ଗମନ୍ତି

ମୃତ୍ୟୁ ଅଳପ ଦିନେ ହୋୟେ

ଅନ୍ନ ବସନ ନମିଳ ୟେ

ଅଙ୍କ ହୋଅଇ ତାଙ୍କ ଖୋଡ଼

ପୁତ୍ର ପୈାତାଦ୍ରି ହ୍ୱନ୍ତି ମୁଢ଼

 

 

 

 

ଅନ୍ତେ ପଶୁରେ ଜାତ ହୋୟେ

ରାସ ରୋଷାଇ ବିଧି କହେ

କୃଷ୍ଣଙ୍କୁ ଭୋଗ ଦେବା ଯାୟେ

ହେଳା ନ କରିବ ଥୋକାଏ

ତଣ୍ଡୋଳୁ ଧାନ ବଛାଇବ

ଡାଲିରୁ ମାଟି ବଢ଼ାଇବ

ଘୃତ ଦୁଧକୁ ଛାଙ୍କି ରଖ

ଜଳ ଛାଣିଣ ଦେବ ମୁଖ

 

 

 

 

 

 

 

 

ନିତିକି ନିତି ନବତନ

ହାଣ୍ଡିୟେ କରି ସୁଯତନ

ଶାଗରୁ ତୃଣ ବଛାଇବ

ବ୍ୟଂଜନ ଚୋପି ନ ଥୋଇବ

ଗୁଡ଼ ଦଧିକି ଶୋଧାଇବ

ପତ୍ରକୁ ଧଉତ କରିବ

ମେଲାଠାବରେ ନ ରାନ୍ଧିବ

ଅଦୃଷ୍ଟ ଠାବ କରିଥିବ

 

 

 

 

ଅଶୁଚି ବସନ ନ ଘେନ

ଜଳେ ଧୋଇବ ଯେ ଚରଣ

ତୁଳୁସା ପଲ୍ଲବ ଯେ ଥିବ

ଗୋପାଳ ମନ୍ତ୍ର ସୁମୁରିବ

ଭୋଗ ସମିଧ ହୋୟେ ଭଲ

ଶୁଣିଣ ମୁକୁନ୍ଦ ବେଭୋଳ

ଶୁଣି ହରଷ ଯେ ବାଳକ

ଭାଗ୍ୟ ଯେ ଥିଲା ଆମ୍ଭ ଲୋକ

 

 

 

 

ଉଥାନ ଗୋପାଳ ହରଷ

ଅନନ୍ତ ଦାସ ବଡ଼ ତୋଷ

ଦ୍ୱାଦଶ ବରଜ ଫେରିବା

କୃଷ୍ଣଙ୍କୁ ଭୋଗ ଭୁଞ୍ଜାଇବା

ସଂସାର ଜନ ଦିବ୍ୟ ଭାଗ୍ୟ

ଆମ୍ଭର ଭକ୍ତି କିଛୁ ଯୋଗ୍ୟ

ଶ୍ରୀଗୁରୁ ଚରଣେ ଶରଣ

ଶ୍ରୀକୃଷ୍ଣ ପାଦେ ଆଶ୍ରେ ପୁଣ

 

 

 

 

ତାଙ୍କ ଭାବରେ ଆମ୍ଭେ ଦାସ

ଅବଶ୍ୟ ଭୋଗ ହେବ ରସ

ଦୀନ ଅଚ୍ୟୁତି ବଡ଼ ତୋଷ

କହିଲା ୟେକାନ୍ତ ବିଶ୍ୱାସ

ତୁମ୍ଭର ଯାହା ଅଂଶମାନ

କରିବେ ହରି କୀରିତନ

ୟେ ମହୀ ହୋଇବ ଆନନ୍ଦ

ରାହାସ ନୀଳାରେ ବିନୋଦ

 

 

 

 

 

 

 

 

ନାନା ଯତନେ ପୂଜାମାନ

ଭଗତେ କରିବେ ଅର୍ଚ୍ଚନ

ଗୁରୁ ସେବାରେ ଥୁଅ ମନ

ଲଭିବ ଦିବ୍ୟ ଗ୍ୟାଂନ ମାନ

ରାହାସ ଜନଙ୍କ ମେଳରେ

ରୁହ ହୋ ସଦା ୟେ ସଂସାରେ

ଶ୍ରୀକୃଷ୍ଣ ପ୍ରେମେ ଯେତେ ଦାସ

ହୋଇବେ ରାହାସେ ପ୍ରବେଶ

ତାହାଙ୍କ ନାହିଂ ମୃତ୍ୟୁ ଜାଣ

ଦୀନ ଅଚ୍ୟୁତ ମୁଖୁଂ ଶୁଣ

ଇତିଶ୍ରୀ ରାହାସ ବନ୍ଦନେ ନାମ ପଞ୍ଚମ ଅଧ୍ୟାୟଃ॥

 

॥ ଷଷ୍ଠ ଅଧ୍ୟାୟ॥

ଶୁଣ ଅନନ୍ତ ବଛ ଘେନି

ରାହାସ ନୀଳା ଥିବ ଘେନି

ଯୁଗଳ ଭାବେ ମିଶାଇବ

ପଞ୍ଚମ ବେନି ଦଶ ହେବ

ଭୋଗ ସିଧିରେ ବେନି ଆଗ

ୟେମନ୍ତେ ବାର ଅଟେ ସାର

ଭୋଗ ସିଧିରେ ଦାସ ହେବ

ମଧୁ ବାଳକ ସୁମରିବ

ହାଥରେ କରତାଳି ଧରି

ଆନନ୍ଦେ ଅନନ୍ତ ହକାରି

କରତାଳିରେ ଶିରି ବାଇଂ

ମୁକୁନ୍ଦ ଭଜନ ଭଜଇ

ବଛ ଯାଦବ ମେଳ ହେବ

ଦୁହାରେ ଖୋଳ ଯେ ବାଇବ

ଶିରୀ ଖୋଳରେ ତାଳ ଦେବ

ମଥୁରି ଉଥାନ ଯେ ଥିବ

କୃଷ୍ଣ ରୂପକୁ ସୁମରିବ

ଗୋପ ଯେ ବୃନ୍ଦାବନ ଭାବ

ବୃନ୍ଦାବନରେ ଦାସ ନାମ

କରତାଳିରେ ସରିସମ

ହରେ ରାମ କୃଷ୍ଣ ଭଜନ

ଭୋଗ ସିଧିରେ ବିଦ୍ୟାମାନ

ମଥୁରି ଉଥାନରେ ପ୍ରୀତି

ବଚ୍ଛ ଯାଦବ ସଙ୍ଗେ ଘେତି

ୟେଥୁ ବିଚାର ଦାସ ନାମ

ଭଗତେ ବୃନ୍ଦାବନ ଗମୀ

ସିଧିକୁ ଜାଣିମ ପବନ

ରସ୍ତୁ ଜାଣିମ ସେ ଉଥାନ

ପରକୁ ଜାଣିମ ଅନନ୍ତ

ରଜ ଜାଣିମ ଯାଦବତ

ବ ବ କୁ ବାଳକ ଜାଣିବ

ଦ ଦ କୁ ଆନନ୍ଦ ଧରିବ

 

 

 

 

ଧି ଇ କି ମୁକୁନ୍ଦ ଧରିଣ

ଶିରୀ ଗୋବିନ୍ଦ ଉଚାରିଣ

ସ ଅ କୁ ମଥା ର ଲୟେ

ର ଅ କୁ ପବନହିଂ ଧ୍ୟାୟେ

ସ ଅ ରେ ବୃତା ଦାସ ହେତୁ

ର ଅ ରେ ମଧୁ ଦାସ ମାତୁଂ

ୟେ ବୃନ୍ଦାବନେ ଯେ ପଶିବ

କଳି କଳୁଷ ନାଶ ଯିବ।

 

 

 

 

ଦ୍ୱାଦଶ ବୃନ୍ଦାବନ ଗୁଣ

ନ ଜାଣେ ବ୍ରହ୍ମା ଶିବ ପୁଣ

ତେତିଶ କୋଟି ଦେବତାୟେ

ଯାହାର ଅନ୍ତ ନାହିଂ ପାୟେ

ନାଗଲୋକକୁ ଅଗୋଚର

ପଣ୍ଡିତ ନ ଜାଣେ ବେଭାର

ଶଶବଦ ୟେ ଆଠକ୍ଷର

ଘୋଷ ଭଗତେ ହୃଦୟର

 

 

 

 

କ୍ଷଣ ନିମିଷ ଦଣ୍ଡ ଘଡ଼ି

ସାଧିବ ମନ ଚିତ୍ତ ବୁଡ଼ି

ଖୋଳ କର୍ତ୍ତାଳ ଶିଂଘା ଶଙ୍ଖ

ବେନୁ ମୁରଲୀ କର ଲେଖ

ତରାସ ଚୂଳ ମାଳଗୁଞ୍ଜ

ରୁଞ୍ଜ ପଇତା କାନ୍ଧେ ସଜ

କଠାଉ ଛତା ଗନ୍ଥା ଫେର

ନୃତ୍ୟ କରିବ ୟେ ସଂସାର

 

 

 

 

ପାଷାଣ୍ଡ ଜନକୁ ତାରିବ

ୟେ ଭେଖ ହୃଦରେ ଧରିବ

ସଞ୍ଜ ସକାଳ କାଳ ବେଳ

ବୃନ୍ଦାବନକୁ ୟେ ନିଶ୍ଚଳ

ଧିଆନ କରିବ ସମାଦି

କଳି ପାପାଦି ପାପ ଛେଦି

ଶୂନ୍ୟ ସମାଦି ଯଦି ଥିବ

ଚର୍ମ ପାଦୁକା ନ ମାଡ଼ିବ

 

 

 

 

ତୁରଙ୍ଗ ଆସନ ଛାଡ଼ିବ

ପାଦାନ୍ତି ବିବର୍ଜିତ ହେବ

ତେବେ ଶୂନ୍ୟରେ ଯାଇ ମିଶି

ପାତେକମାନ ହୋୟେ ଧ୍ୱଂସି

ଭଗତି ଆସନଟି ଶୁଣ

କମଳ କୁଶ ପରିମାଣ

ପାଦେ କଠାଉ ଶୋଭାବନ

ଗୀତା ଯେ ଭାଗବତ ମାନ

 

 

 

 

ମନ୍ତ୍ର ଯନ୍ତ୍ରକୁ ଘୋଷ ଚିତ୍ତ

ଶୁଣ ହୋ ତୁମ୍ଭେ ଗୋପସୁତ

ଦୀନ ଅଚ୍ୟୁତି ତୁମ୍ଭ ହିତେ

କହଇ ବିସ୍ତାରିଣ ୟେତେ

ଇତିଶ୍ରୀ ରାହାସ ବନ୍ଦନା ନାମ ଷଷ୍ଠ ଅଧ୍ୟାୟଃ।

 

॥ ସପ୍ତମ ଅଧ୍ୟାୟ॥

କୃଷ୍ଣ ଭଗତି ରସ ଗୁଣ

କହିବା ଗୋପସୁତେ ଶୁଣ

ଶିରରେ ଖଞ୍ଜବାକ ଚୂଳ

ବିବିଧ ପୁଷ୍ୟ କରି ଠୁଳ

ମୁରଲୀ ସଳଖେ ରଖିବ

ପତ୍ର ନିକୁଞ୍ଜ ସାଞ୍ଜୋଇବ

ପାଟ କାଞ୍ଚଲି ଗୋଟି ପୁଣ

ଓଡ଼ିଆଣୀ ଯେ ସୁଘଟଣ

କିଆ ପତ୍ରିକା ଯେ ଅଳକା

କର୍ଣ୍ଣେ କୁଣ୍ଡଳ ସୁଝଲକା

ସୋଅର୍ଣ୍ଣ କଣ୍ଠା ମାଳମାନ

ବାଘ ନଖାରେ ହୀରାମାନ

ପଇତା ଯତନେକ କରି

ଫୁଲି ପଇତା ଆର ସରି

ଚନ୍ଦନ ଚୁଆକୁ ମିଶାଇ

ତାମ୍ବୋଳ ଫୁଲିମାନ ଥୋଇ

ମୁଦ୍ରିକା ବଳା ବାଜୁ ବଂଧ

ଝୁମ୍ପା ଲୋଟଣି ଚାରୁ ଛନ୍ଦ

ନାସାକୁ ହେମର ମୁକୁତା

ରତନ ନେପୁର ସାଜିତା

ଉଭାରି ଚରଣ ବସନ

ୟେକ ଠାବରେ ଥୋଇ ମନ

କୃଷ୍ଣ ରୂପକୁ ସୁମରିବ

ଗୋପାଳ ମନ୍ତ୍ରକୁ ଭଜିବ

ପଢିବ ୟେକାନ୍ତେ ଗୁପତ

ଭଜି ମୁରଲୀ ମନ୍ତ୍ର ତନ୍ତ୍ର

ବସନ ମନ୍ତ୍ରକୁ ସୁମୁରି

ତିଳେକ ମନ୍ତ୍ର ହୃଦେ ଧରି

ଶ୍ରୀକୃଷ୍ଣ ଭାବ ତେବେ ପ୍ରାୟେ

ସଖା ଭରାତି ଭାବ ରହେ

ଶ୍ରୀ କୃଷ୍ଣ ମନ୍ତ୍ର ଗୁଣ ଶୁଣ

କ୍ଲୀଂ କୃଷ୍ଣାୟ ବୋଲି ପୁଣ

 

 

 

 

ମୁରଲୀ ମନ୍ତର ଯେ କହି

ରାଧେ ଶ୍ୟାମ ଯେ ବଂଶୀ ଗାଇ

ଶାମ ଶାମ ଯେ ରାଧେ ରାଧେ

ମୁରଲୀ ଫୁଙ୍କିବ ୟେ ବନ୍ଧେ

ମନ୍ତ୍ରମାନଙ୍କ ଭାବ ଶୁଣ

ବିଚିତ୍ର ୟେହା ନାମ ଗୁଣ

ବସନ ମନ୍ତ୍ର ସୁମରଇ

ହରି ବ୍ରହ୍ମାୟେ ବସନଇଂ

 

 

 

 

ନମ ବୋଲିଣ ଭୁମିଗତ

ପାଞ୍ଚ ଯେ ଗୋଟି ଦଣ୍ଡବତ

ବେଶ ହୋଇଣ ରାସେ ପଣ

ଶୁଣ ହୋ ରାମ କୃଷ୍ଣରସ

ୟେହା ନ ଜାଣେ ଯଉଂ ଜନ

କୃଷ୍ଣ ରୂପକୁ କରି ଧ୍ୟାନ

ସଖା ଶ୍ରୀକୃଷ୍ଣ ବେଶ ହୋନ୍ତି

ଅଙ୍ଗେଣ ପାପ ଗରାସନ୍ତି

 

 

 

 

କୃଷ୍ଣ ଅପ୍ରାଧ ସେହୁ ଜନ

କରଇ ଶୁଣ ଦେଇ ମନ

ଯଉଂ ଅଙ୍ଗରେ ସଖା ବେଶ

ଗ୍ରାସ ନ କରେ ମଛ୍ୟ ମାଂସ

ମୟୁର ପୁଚ୍ଛ ଯେ ବହନ୍ତି

ଛୁଇଂଲେ ବ୍ରହ୍ମ ହତ୍ୟା ପାନ୍ତି

କହନ୍ତେ ଗୋହତ୍ୟା ପାତେକ

ଶୁଣ ହୋ ଗୋପାଳ ବାଳକ

 

 

 

 

ବୃନ୍ଦାବନକୁ କରି ଲୟେ

ସୁଜନ ଜନ ପାଦ ଧ୍ୟାୟେ

ସୁଜନ ଜନ ରେଣୁ ଫଳେ

ଭାଗ୍ୟ ଦିଶିବ କେତେବେଳେ

ଅବା ପାଇବ ସେ ଚରଣ

ଚିତ୍ରାଙ୍ଗୀ କୂଳରେ ମରଣ

ତୁମ୍ଭେ ଦ୍ୱାଦଶ ହୋ ଗୋପାଳ

ଶ୍ରୀକୃଷ୍ଣ ରସରେ ବେଭୋଳ

 

 

 

 

ମୋ ମୃତ୍ୟୁକାଳେ ମଉଛବ

ରାହାସ ରସରେ ଗାଇବ

ୟେ ହେତୁ ରାହାସ ଭଣ୍ଡାର

କିଛି ରହିଲା ତୁମ୍ଭଠାର

ପ୍ରାଣୁଂ ଅଧିକେ ରଖିଥିବ

ଶରଧା ଜନକୁ କହିବ

ଦମ୍ଭୀ ଗରବୀ ଯେତେ ଜନ

ଲମ୍ପଟ ନାସ୍ତିକ ବଚନ

 

 

 

 

ତାଙ୍କ ଆଗେ ଯେ ପାଠ କହେ

ଦରିଦ୍ର କୋଷ୍ଠ ବ୍ୟାଧି ହୋୟେ

ଥାନ ଭ୍ରଷ୍ଟ ଯେ ପୁଚ୍ଛ ମରେ

ଚୋର ମାତଇ ତାର ଘରେ

ୟେକାନ୍ତ ଗୁପତ ଭଗତା

କୋଟିକେ ଗୋଟିୟେ ଶୁଣନ୍ତା

ପୂର୍ବ ଜନ୍ମର ଭାଗ୍ୟ ଥିଲେ

ୟେ ଗ୍ରନ୍ଥ ବୁଝଇ ସେ ଭଲେ

 

 

 

 

ଏ ଗ୍ରନ୍ଥ ଯାର ଗୃହେ ଥିବ

କୋଟି ପୁରୁଷ ଭାଗ୍ୟ ହେବ

ଦୀନ ଅଚ୍ୟୁତ ମନ୍ତ୍ର ବାଇ

ରାହାସ ରେଣୁକୁ ଆଶାଇ

ଇତିଶ୍ରୀ ରାହାସ ବନ୍ଦନା ନାମ ସପ୍ତମ ଅଧ୍ୟାୟଃ॥

 

॥ ଅଷ୍ଟମ ଅଧ୍ୟାୟ॥

ରାଧା ଭଗତ ହୋ ମୂକୁନ୍ଦ

ଶ୍ରୀ ବୃନ୍ଦାବନ ରାସ ଛନ୍ଦ

ସିନ୍ଦୁର କଜ୍ୱଳ ତିଳେକ

ଅଗୁରୁ ଚନ୍ଦନ ମେଳକ

କଳା ଧବଳ ଯେ ବସନ୍ତ

ବିବିଧ ବର୍ଣ୍ଣେ ବସନନ୍ତ

ମୁଦ୍ରିକା ବାଜୁବନ୍ଧ ଚୁଡ଼ି

ହୃଦରେ କାଞ୍ଚଳି ଯେ ଭିଡ଼ି

ଝଳକ ପାତିୟା କପୋଳେ

କର୍ଣ୍ଣରେ ସୋଅର୍ଣ୍ଣ ଉଜ୍ୱଳେ

ଓଡ଼ିଆଣୀ କି ଯେ ନେପୂର

ବିବିଧ ଫୁଲ ଯେ ଗଳାର

ହୃଦୟେ କଣ୍ଠା ମାଳମାନ

ବିବିଧ ବେଶ ସୁଯତନ

ଗୋପୀ ଭଗତି ଭାବ ଧରି

ବିନୋଦେ ଚିତ ୟେକ କରି

ତିଳେକ ମନ୍ତ୍ରକୁ ସୁମରି

ରାଧା ମନ୍ତର ହୃଦେ ଧରି

ଶ୍ରୀରାଧିକାଇୟେ ସୁମରି

ନମଃ ବୋଲିଣ ତୁସ୍ତି କରି

ହୀଂର ହରି ମନ୍ଦିରରେ

ନମଃ ବୋଲିଣ ତୁସ୍ତି କରେ

କୃତ ହଂ କୃତ ସୁକୁରୁତ

ୟେମନ୍ତେ ରାଧିକା ଭାବତ

ୟେହା ନ ଜାଣି ଗୋପି ବେଶ

ରାହାସେ ହୋଅନ୍ତି ପ୍ରବେଶ

କ ରେ ସାତ ଅଙ୍କ ଦେଲେ

ଳ ଅରେ ଇକାର ଥୋଇଲେ

ଣି କାର ମିଶାଇ ଗୁଣିମ

ୟେମନ୍ତ ଭାବରେ ଯେ ସମ

ଦୂରୁ ବର୍ଜିତ ସେହୁ ଦାସ

ଛୁଇଂଲେ ପାପ ପରବେଶ

 

 

 

 

ଗୁରୁ ଦୋରେହା ପାପ ପାଇ

ଶ୍ରୀଂ ବୀଜ ଚିହ୍ନଇ ସେ ନାଇଂ

ଶ୍ରୀଂ ବୀଜ ରାଧିକା ସୁମର

କ୍ଲୀଂ ବୀଜ ଶ୍ରୀକୃଷ୍ଣ ଶ୍ୱରୀର

ରାଧା କୃଷ୍ଣର ନୀଳା ଗୁଣ

ରାହାସ ତୁମ୍ଭେ ବାର ଜଣ

ଶୟେ ଆଠକେ ବରଷରେ

ମୁକୁନ୍ଦ ତେଜ ତୁ ଶ୍ୱରୀରେ

 

 

 

 

ମାଧେବ ସୁତ ତୋହେ ହେବ

ଗୋପିକା ନୀଳା ସେ ବିହିବ

ଶୟେ ପାଞ୍ଚ ୟେ ବରଷରେ

ମଥୁରି ସୁତ ୟେ ସଂସାରେ

ବ୍ରଜ ଦୂତିକା ସେ ବିଳାସ

ବ୍ରଜମୋହନ ଅଟେ ଦାସ

ଗୋବିନ୍ଦ ଶୟେ ସାତେ ମୃତୁ

ଶୟେ ଛଡ଼ରେ ଅନନ୍ତ ତୁ

 

 

 

 

ଯାଦବ ଛକୋଡ଼ି ବରଷ

ଉତଥାନ ଛଡ଼େ ଶତ ଶେଷ

ପବନ ଦିଷାଠିରେ ଯାଇ

ବାଳକ ପଞ୍ଚାଶୟେ ନାହିଂ

ବଛ ମରଣ ଶୟେ ସାତ

ୟେତେ ଆଇଷ୍ୟେ ମୃତ୍ୟୁ ପ୍ରାପ୍ତ

ୟେମନ୍ତେ ବିଂଶା ଶୟେବ୍ରଷ

ନୀଳା କରିବା ଭଡ଼୍ର ଦେଶ

 

 

 

 

ନୀଳା ସାରିଣ ନିତ୍ୟେ ଯିବା

ଗୋପାଳ କୂଳକୁ ତାରିବା

ବୈଶାଖ ପୂରୁନିମା ଦିନ

କୁଣ୍ଡ ବଳଦା ବୋଲି ଥାନ

ୟେ ମଉଛବ ଯେ ହୋଇବ

କୃଷ୍ଣ କରୁଣା ହେତୁ ଥିବ

ଆଗ୍ୟାଂ ପୁରରୁ ମୁଂ ଅଇଲି

କୁଣ୍ଡ ବଳଦାରେ ରହିଲି

 

 

 

 

ୟେ ମଉଛବ ନିଷ୍ଠା ମୋର

ନିଷ୍ଠା କରିବ ତୁମ୍ଭେ ବାର

ନନ୍ଦ ଗୋପାଳ ୟେଥି ମୂଳ

ରାହାସ କରିବ ନିଶ୍ଚଳ

ଗୁରୁ କରୁଣା ଯାତ୍ରା ୟେଟି

ୟେହା ଜାଣିଲେ ବାସ ଫୁଟି

ଦ୍ୱାଦଶ ଗୋପାଳ ଯଙ୍ଖେରୁ

ଭୂପତି ପରିଡ଼ାକୁ ବରୁଂ

 

 

 

 

ୟେହାଙ୍କ ସଙ୍ଗତେ ଆସିବ

ନନ୍ଦକୁ ମଉଛବ ଦେବ

ଦୀନ ଅଚ୍ୟୁତ ବାଣୀ ୟେହୁ

ବ୍ରଜ କୁମରେ ମନେ ଥାଉ

ଇତିଶୀ ରାହାସ ବନ୍ଦନେ ନାମ ଅଷ୍ଟମ ଅଧ୍ୟାୟଃ॥

 

॥ ନବମ ଅଧ୍ୟାୟ॥

ଶୁଣ ହୋ ବଛ ୟେକ ମନେ

। ଆଗତ କହିଲୁଂ ବଚନେ

ଦେଖିଣ କଦର୍ଥନା ମାନ

। ବରଷ ଶେଷ ଦିନୁଂ ଦିନ

ବରଣ ପାଇଣ ନିଶ୍ଚଳ

। ସର୍ବ ଗୋପାଳ ମୂଳେ ଠୁଳ

କୁଣ୍ଡ ବଳଦା ଶେଷ ହୋୟେ

। ମଳୟ କୁଦରେ ଯେ ରହେ

ତୃଣ ତୁର୍ଜୟ ପଥ ମାନ

। କହିବା ପଥର ବିଧାନ

ପଥ କିଳେସ ଭାଷା ନାହିଂ

। ଦ୍ୱାଦଶ ଗୋପାଳ ତନୟୀ

ପାଦୁକା ନ ଚଳିବ ପଥେ।

ଗୁରୁକୁ ହାଥ ଯୋଡ଼ି ୟେଥେ

ଚର୍ମ ପାଦୁକା ମନ ହୋୟେ।

ଗୁରୁକୁ ପୁଛିବା ଥୋକାୟେ

କର ଯୋଡ଼ିଣ ସେ ଦ୍ୱାଦଶ।

ଗୁରୁ ପରମଙ୍କ ହରଷ

କହନ୍ତି ୟେକାନ୍ତ ବଚନ।

ଶୁଣ ହୋ ବାହାନ ବିଧାନ

ପାଦୁକା ବୋଲିଣ ମନ୍ତର।

ଦ୍ୱାଦଶ ଛନ୍ଦ ଯେ ତହିଂର

ତହିଂ ପଶିଲା ଜନମାନ।

ଇଚ୍ଛା ସୁଖରେ ଗତିମାନ

ଯହିଂକି ଇଚ୍ଛନ୍ତି ସେ ପୁଣ।

ନିମିଷ ମାତ୍ରକେ ଗମନ

ଆସନ୍ତି ଯାଆନ୍ତି ସେ ଜନ।

ୟେମନ୍ତ ବଷ୍ଣମ୍ବର ଚିହ୍ନ

ପାଦୁକା ବଦଳେ କଠଉ।

ୟେଣୁ ଭଗତ ପାଦେ ରହୁ

କଠାଉ ଭଗତ ବାହାନ।

ଚର୍ମ ନିଷେଧ ଭକ୍ତ ଜନ

 

 

 

 

ପାଦପଦ୍ମକୁ ଯେହୁ ଧ୍ୟାୟେ।

ରାଜସ ଭୋଗକୁ ତେଜୟେ

ପାଦପଦ୍ମ ଯେ ଯାହା ବୋଲି।

ଦୃଷ୍ଟି ଗୋଚରେ ନ ଦେଖିଲି

ଅଦୃଷ୍ଟି ଅମନ ଭୁବନ।

ସେ ପାଦ ଚିନ୍ତି ସାଧୁଜନ

ପାଦୁକା ସେ ଅଣ ମଣ୍ଡଳ।

ଆଦ୍ୟ ଅକାର ୟେ କପୋଳ

 

 

 

 

ଅକାର ଦୁତୀୟ ନୟନ।

ଗାର ଅଟଇ ନାସା ଥାନ

ମୁଖ ଅଟଇଟି ଉକାର।

ୟେକାର ଗୋଟି ଶର୍ବଣର

ଆକାର ଗାର ଯେ ବାହାର।

କଣ୍ଠ ଅଟଇ ସେହୁ ଧାର

ହଉଂ କ୍ଷଉଂ ଯେ ବିନ୍ଦୁ ଦୁଇ।

ହାଥ ବୋଲିଣ ତାହା କହି

 

 

 

 

ଗାର ପାରୁଶେ ସେ ହଜାର।

କଟି ବୋଲିଣ ତାହାଙ୍କର

ହଜାରୁ ଅଂଶ ଯେ ଛରିଲା।

ବେଢ଼ି ଚରଣେ ସେ ରହିଲା

ହଜାରୁ ଛରିଣ ଯେ ଧାର।

ବେଢ଼ି ପାଦଟି କ୍ଷଭଂକର

ଛନ୍ଦି ପାଦକୁ ପାଦ ପୁଣ।

ଛ ଛନ୍ଦ ସୁନ୍ଦର ଚରଣ

 

 

 

 

ଆବର ପାଦ ଯେ ଅଇଲା।

ଅର୍ଧାଙ୍ଗ ଫୁଟିଣ ଦିଶିଲା

ଆକାର ଉପରେ ଯେ ଗାର।

ଆର ଚରଣ ସେ ଠାବର

ୟେକା ପାଦକେ ଯେଣୁ ଉଭା।

ୟେଣୁ ଭଗତ ଜନେ ଲୋଭା

ସେ ପାଦେ ଫୁଟିଛି କମଳ।

କମଳ ଗୋଟି ଶତଦଳ

 

 

 

 

ସାମ ଅଟଇ ଦୁଇ ଦଳ।

ରକ ପାଖୁଡ଼ା ୟେ କମଳ

ଯଜୁ ଅଥର୍ବେ ଚାରି ହୋୟେ।

ୟେଣୁ ସପତ ତଳ ଶୋହେ

ୟେ ପାଦପଦ୍ମକୁ ସୁମର।

ରାଜୁସି ସଙ୍ଗ ତେଜ୍ୟା କର

ଢମ ଜନଙ୍କ ବୁଦ୍ଧି ହରି।

ସାତୁକୀ ଭଗତି ବିଚାରି

 

 

 

 

ଗଜ ତୁରଙ୍ଗ ପାଦାନ୍ତିର।

ଚର୍ମ ପାଦୁକା ଯେ ପୟର

ଆସନ ବୃଷଭ ବାହାନ।

ହଂସ ଗବନ ଜନ୍ତୁମାନ

ରଜ ତାମସ ପ୍ରାଣୀ ଯେତେ।

ଆସନ କରନ୍ତି ଯେ ଯେଥେ

ପାଦୁକା ସାଧନ ଭଗତ

ନିଶ୍ଚଳ ଚିତ୍ତେ ଥମ୍ବୀଭୁତ

 

 

 

 

କୁଶ କମଳ ବାଘାମ୍ବର

ତୃଣ ଶେଯ୍ୟାରେ ମନ ଥିର

ଦୁଖ ସୁଖରେ ଦିନ ହରେ

ମନ ଗୋବିନ୍ଦ ପାଦଠାରେ

ସାତୁକୀ ଭଗତି ତୁମ୍ଭର

ଦୂର ରାଜୁସି ଭୋଗକର

ଶ୍ରୀ ବୃନ୍ଦାବନ ଚରିତ

ଶୁଣ ବାଳକ ଗୋପସୁତ

 

 

 

 

ଶ୍ରୀକୃଷ୍ଣ ରାମ ବଳରାମ

ସୁବାହୁ ସୁବଳ ସୁଦାମ

ଦାମ କିଙ୍କିଣି ସଉନନ୍ଦ

ଆନନ୍ଦ ନନ୍ଦ ବୃଦ୍ଧନନ୍ଦ

ଷୋଳ ସହସ୍ର ଗୋପ ପୋୟେ

ଗୋପେ ଗୋମାତା ପୁଜା ହୋୟେ

ଇଷ୍ଟ ଅଟଇ ଗୋପାଳର

ତୁମ୍ଭେ ହୋ ଗୋରୁ ପୁଜା କର

 

 

 

 

 

 

 

 

ତା ଚର୍ମ ନ କରିବ ପାଦ

ଗୋପାଳ କୂଳକୁ ଅପ୍ରାଧ

ଗୋପାଳ ଅଙ୍ଗ ଯେ ବହିବ

ଚର୍ମ ପାଣ୍ଡୋଇଂକି ରସିବ

ମାଳା ତିଳେକ ଉତାରିବ

ଜାତିରୁ ବାହାର କରିବ

ଅମୃତ କୁଣ୍ଡ ଗୁଣାଗାର

ତେବେ ଦେଖିଲା ପାପ ହର

 

 

 

 

ଅଷ୍ଟାଙ୍ଗ ଭାବେ ଦଣ୍ଡବତ

ପୁଚ୍ଛିଲୁ ଅପ୍ରାଧ ଯେମନ୍ତ

ୟେବେହେଂ ଚର୍ମ ବିବର୍ଜିଲୁ

ଶ୍ରୀ ମୁଖ ବଚନ ପାଇଲୁ

ହସଂ ଗବନର ବିଚାର

ଗଜ ବୃଷର କଥା ଆର

ଶୁଣ ହୋ ଗୋପାଳ ଭଗତ

ଗଜ ଗବନ ରାଜା ବୃତ

 

 

 

 

ତୁରଙ୍ଗ ପାତ୍ରର ୟେ ବିଧି

ୟେଣୁ ରାଜୁସି ଅଟେ ସିଧି

ୟେହା ରାଜୁସି ଭକ୍ତି ହୋୟେ

ୟେଣୁ ୟେ ଭୋଗକୁ ତେଜୟେ

ବୃଷଭ ବାହାନ ଶିବର

ହଂସ ଗଗନ ଯେ ବ୍ରହ୍ମାର

ୟେଣୁ ତାମସ ଭକ୍ତି ହେଲା

ସାତୁକୀ ଭଗତ ନୋହିଲା

 

 

 

 

ଜଟା ମୁକୁଟ ଭଗବାନ

ମୁନି ଜନକୁ କଲେ ମାନ୍ୟ

ବନସ୍ତ କୁଟୀରେ ପତର

ରାମ ତେଜିଲେ ରାଜପୁର

ଗୋପେ ଗୋବିନ୍ଦ ଅବତାର

ବାଳକ ସଙ୍ଗରେ ବେହାର

କୃଷ୍ଣ ଜନମ ନଦୀୟାରେ

ଚେତନା ଦେଲେ ପ୍ରାଣୀଙ୍କରେ

 

 

 

 

 

 

 

 

କଳିରେ ମୁଢ଼ ଜନମାନେ

ହୋଇଣ ଥିଲେ ଅଚେତନେ

ହରି ମହିମା ନ ଜାଣନ୍ତି

ଗୁରୁ ବଷ୍ଣମ୍ବ ନ ଚିହ୍ନନ୍ତି

ତାହାଙ୍କ ଚିନ୍ତାରେ ଆପଣ

ବୈରାଗ୍ୟ ଧଇଲେ ଲକ୍ଷଣ

ହରି ରାହାସ ଭିୟାଇଲେ

ପାଦରେ ତୀର୍ଥମାନ କଲେ

 

 

 

 

ତୁରଙ୍ଗ ପାଦାନ୍ତି ତେଜିଣ

କୁଳ ଲକ୍ଷଣ ଯେତେ ପୁଣ

ଧନ ସଂପଦ ଯେ ୟେଡ଼ିଲେ

ଉଦର ଭିଖରେ ପୋଷିଲେ

ଚଉଷଠୀ ଗୋଟି ମହନ୍ତ

ଦ୍ୱାଦଶ ଗୋପାଳ ସଙ୍ଗତ

ୟେ ଚାରି ଖୁଣ୍ଟେ ତାଙ୍କ ବାସ

ଭଗତ ନିମନ୍ତେ ପ୍ରକାଶ

 

 

 

 

ସେ ପ୍ରଭୁ ଚରଣେ ଶରଣ

ଅଚ୍ୟୁତ କହଇ ପ୍ରମାଣ

ନଦିଆ ନଗରରେ ଶୀର୍ଷ

ସନାତନ ଯେ ତାଙ୍କ ଦାସ

ସନାତନଙ୍କ ଶିଷ୍ୟ ମୁହିଂ

ଅଚ୍ୟୁତ ଦାସ ମୁଂ ବୋଲାଇ

ଅଚ୍ୟୁତ ଦାସର ଯେ ଶିଷ୍ୟ

ତୁ ରାମଚନ୍ଦ୍ର ହେଲୁ ବଶ୍ୟ

 

 

 

 

ଧର୍ମୁ ଭରଥ ଆଦି ସୁତ

ଦ୍ୱାଦଶ ଗୋପାଳ ସଙ୍ଗତ

ସେବକ ହେଇ ତାହାଙ୍କର

ୟେ ଗୋପ କୂଳକୁ ଉଧାର

ଆମ୍ଭ ବଦନ ମନେ ଘେନ

ହୃଦେ ବହିବ ଭକ୍ତ ଚିହ୍ନ

ରାମର ଶ୍ରେଷ୍ଠ ଯଉଂ ଥାନ

ରାମ ସେବକ ହୋ ପବନ

 

 

 

 

 

 

 

 

ମୁକୁନ୍ଦ ଅନନ୍ତ ରାମର

ବଚ୍ଛ ବାଳକ ମଥୁରିର

କୃଷ୍ଣ ମଧୁ ଯେ ରାମ ଶିଷ୍ୟ

ରାହାସ ହୃଦରେ ହୋ ଘୋଷ

ସୁନନ୍ଦ ଆନନ୍ଦ ଭ୍ରଥର

ଗୋବିନ୍ଦ ଦାସ ଦ୍ୱାଦଶର

ୟେମନ୍ତେ ସଙ୍ଗତେ ଗୋପାଳ

ଅଚ୍ୟୁତ ପଥରେ ନିଶ୍ଚଳ

ଇତିଶ୍ରୀ ରାହାସ ବନ୍ଦନେ ନାମ ନବମ ଅଧ୍ୟାୟ॥

 

॥ ଦଶମ ଅଧ୍ୟାୟ॥

ଅଚ୍ୟୁତ ଗୁରୁ ତ୍ରାହି କର

ତୁମ୍ଭ ଚରଣେ ଆମ୍ଭ ଶିର

ପଦ୍ମ ଦଳର ଯେ ମହିମା

ଦଳ କେମନ୍ତ ତା ଜାଣିମା

ଅତି ଗହନ ୟେ ବଚନ

ୟେଥେ ନ ପଶେ ସର୍ବଜନ

ପୂର୍ବ ଜନ୍ମର ଭାଗ୍ୟ ଥାଇ

ଅଂଶ ଭଗତା ଯେବେ ହୋଇ

କହଇ ଅଚ୍ୟୁତି ପାମର

ଶୁଣ ହୋ ପଦ୍ମର ବିଚାର

ବେନି ଶ୍ରବଣ ଓଷ୍ଠ ଲଇ

କପୋଳ ମିଶି ଦଳ ୟେହି

ମୁଖ ଭ୍ରୁଲତା ମିଶି ପୁଣ

ଦୁଇ ମଣ୍ଡୋଳ ବିଚାରିଣ

ବେନି ନୟନ ଓଷ୍ଠ ପର

ତିନି ବୋଲିଣ ଦଳ କର

ନାସିକା ମଣ୍ଡୋଳ ଯେ ଦୁଇ

ୟେଣୁ ସୁବାସ ପୁଷ୍ୟ ହୋଇ

ସେ ପୁଷ୍ୟ ବସିଛି ପୁରୁଷ

ବାସନା ଭୋଗୀ ସେ ହରଷ

ବାସୁଦେବ ହିଂ ତାଙ୍କ ନାମ

ସର୍ବ ଜୀବରେ ତା ବିଶ୍ରାମ

ତାର ମହିମା କେବା ଜାଣେ

ସୁଗ୍ୟାଂନି ପଣ୍ଡିତ ନ ଜାଣେ

ବେଦ ବେଦାନ୍ତେ ସାର ସେହି

ବିପ୍ର ପଢ଼ଇ ନ ଜାଣଇ

ଯେ ବିପ୍ର ସେ ପାଦ ଚିନ୍ତଇ

ସାଖ୍ୟାନ୍ତ ଗ୍ୟାଂନୀ ତାକୁ କହି

ଯେ ବା ବଷ୍ଣମ୍ବ ଇଥି ରସେ

ସେହୁ ଅଟଇଂ କୃଷ୍ଣ ଦାସେ

ସାତୁକୀ ଭଗତିଟି ୟେହୁ

ୟେଥେ ପଶିଲେ ଶାନ୍ତି ହୋଉ

 

 

 

 

ହରିବ ସକଳ କଳୁଷ

ଅନ୍ତେ ଗୋବିନ୍ଦ ପାଦେ ପଶ

ଜପ ଭଜନ ତୀର୍ଥମାନ

କୀର୍ତ୍ତି ଜଳଧି ଦାନ ଧନ

ୟେ ସର୍ବ ଲୋକର କାରଣ

ଧର୍ମ ନିମନ୍ତେ ୟେ ଧାରଣ

ଧର୍ମ କରିଣ କର୍ମକର

ସୁକର୍ମେ ଦୂରିତ ଯେ ହର

 

 

 

 

ସର୍ବ ଭୂତରେ ସେ ପୁରୁଷ

କର୍ମ କରତା ୟେହୁ ଘୋଷ

ଧର୍ମ ନିମନ୍ତେ ତୀର୍ଥେ ଥିବ

କର୍ମ କରିବ କର୍ମ ଭାବ

ଗୁହିୟ ଲିଙ୍ଗ ନାଭି ଧରି

ହୃଦ କଣ୍ଠକୁ ଥିର କରି

କ୍ଷଣ ନିମିଷ ଦଣ୍ଡ ଘଡ଼ି

କର୍ମ ପୁରୁଷ ସଙ୍ଗେ ଜଡ଼ି

 

 

 

 

କାଳେ ତାହାରେ ନିମଜ୍ଜିତ

ସେ ପଥ କେଭେଂ ନଛାଡ଼ିବ

ପ୍ରଭାତୁଂ ସ୍ରାହାନ କରିବ

ସେ ପଥ ହେଜିଣ ବସିବ

ଅଳପ କରିବ ଭୋଜନ

ନିଦ୍ରା ଅଳପ ଯେ ନୟନ

ରତି କରିବ ସମୟରେ

ସୁକର୍ମ ୟେମନ୍ତରେ ଧରେ

 

 

 

 

ୟେ କର୍ମ ଆଚରେ ଯେ ନର

ନ ବୁଡ଼େ ଏ ଭବ ସଂସାର

ପଙ୍କରୁ ବିଲଗ ଯେ ପଦ୍ମ

ୟେ କର୍ମ ଜନମର ଆଦ୍ୟ

ଶୁଣ ହୋ ୟେଥିର ବିଚାର

ମନିଷ୍ୟ ଜନମର ସାର

ଶ୍ରୀଗୁରୁ ଚରଣକୁ ଧର

ବୈଷ୍ଣବ ଜନକୁ ପଚାର

 

 

 

 

ଚାରିବେଦରେ ସନମତ

ପୁରାଣେ ୟେକଥା ନିହିତ

ପଢ଼ିବା ଗୀତା ଭାଗବତ

ୟେ ଜୀବ କର୍ମର ଯେ ତତ୍ତ୍ୱ

ତତ୍ତ୍ୱ ଜାଣିଲେ ଗତି ହୋୟେ

ଜୀବ ନ ପଡ଼େ ମାୟାମୋହେ

ଦୀନ ଅଚ୍ୟୁତ ୟେହା କହେ

ସାଧୁଙ୍କୁ ପୁଚ୍ଛିବ ଥୋକାୟେ

 

 

 

 

ହରି ମହିମା ଅଗୋଚର

ଗଙ୍ଗା ବାଲିରୁ ଯେ ଅପାର

ମାତା ପିଅର ଯେ ଭାଗ୍ୟର

ଗୁରୁ କରୁଣା କଲେ ପାର

ଶ୍ରୀକୃଷ୍ଣ କଲେକ କରୁଣା

ସୋରସ୍ୱତୀ ହିଂ ଜିଭେ ଠଣା

ହାଥରେ ଗଣେଷ ପ୍ରମାଣ

ଆଗ୍ୟାଂରେ ଲେଖିବ ପୁରାଣ

 

 

 

 

ଜାତିରେ ଶୁଦ୍ର ଅଟେ ମୁଇଂ

ଗୋପାଳ ସଙ୍ଗତେ ଖେଳଇ

ଦୀନ ଅଚ୍ୟୁତ କଥାମାନ

ଦୋଷ ନ ଘେନ ସାଧୁଜନ

ଇତିଶ୍ରୀ ରାହାସ ବନ୍ଦନେ ନାମ ଦଶମ ଅଧ୍ୟାୟ॥

 

ରାହାସ ଖଣ୍ଡ

॥ ଏକାଦଶ ଅଧ୍ୟାୟ ॥

ଅନନ୍ତ ଶୁଣ ହୋ ବଚନ

ପୂର୍ବେ ଗମନ କର ମନ

ସକଳ ଚଳିବା ହରଷ

ଚାଲ ହୋ ଯିବା ପର୍ମହଂସ

ଯାଅ ଚଳିଣ ବେଗ ବେଗ

ସୂର୍ଯ୍ୟ କିରଣେ ମନ ଭଙ୍ଗ

ବୃକ୍ଷର ଛାଇରେ ବସିଲେ

ଅଢ଼ଙ୍ଗ ଗ୍ରାମ ୟେ ବୋଇଲେ

ଗ୍ରାମର ପଛିମେ ପୋଖରୀ

ଉତ୍ତମ ଅଟଇ ୟେ ବାରି

ତହିଂ ରହଣି ଯେ ଭଗତ

ନାମ ଅଟଇ ଯଶୋବନ୍ତ

ଯଶୋବନ୍ତକୁ ଦେଖିବାରେ

ରହିଲେ ସେ ବୃକ୍ଷ ଛାଇରେ

ଛାଇ ମହିମାନ୍ତ ଅପାର

ଗୁରୁକୁ ପୂଚ୍ଛିଲେ ଛାମୁର

ଶୁଣ ହୋ ଦ୍ୱାଦଶ ବରଜ

ଉଥାନ ଅଭିରାମ ବୁଝ

ବାର ବଷ୍ଟମ୍ବ ତୁମ୍ବେ ଚିତ୍ତେ

ନନ୍ଦ ଭରଥ ତୁମ୍ଭ ହିତେ

ବିଷ୍ଣୁ ଯାଦବ ଧର୍ମ ଦାସ

ଛାୟା ଘୋଷିବ ଦିନ ଶେଷ

ତିନି ଯେ ହାଥ ଅଧ ସରି

ଛାୟା ବୋଲିଣ ସର୍ବ ପୁରି

ୟେ ଛାଇ ଅଗ୍ରକୁ ଚାହିଂବ

ଲୋଚନ ସ୍ଥିର ଯେ କରିବ

ତିନି ଦିଗକୁ ନ ଚାହିଂବ

ଉର୍ଧକୁ ଅନାଇ ରହିବ

ଛାୟାର ରୂପେ ସେ ଶୂନ୍ୟର

ଦେଖିବ ଚର୍ମ ତଛୁ ଦ୍ୱାର

ଶିର ଯେମନ୍ତ ନ ଦିଶିବ

ମରଣ ନିକଟେ ଜାଣିବ

 

 

 

 

କର୍ଣ୍ଣ ଯେମନ୍ତ ନ ଦିଶଇ

ଗୁରୁଙ୍କ ମରଣ ଜାଣଇ

ହାଥ ଯେମନ୍ତ ନ ଦିଶିବ

ଭାଇ ମରିବ ତା ଜାଣିବ

ଚରଣ ଯେମନ୍ତ ନ ଦିଶେ

ସ୍ତୁତ ହୁଅଇ ତାର ନାଶେ

ମନେ ଯେତେକ କଳପଇ

ବିଲଗେ ଥାଇ ସେ ଶୁଣଇ

 

 

 

 

ପୂଣ୍ୟ ଯେ କରୁଥାଇ ନର

ମନ୍ଦ ଚିନ୍ତଇ ଅବା ପର

ସକଳ ଶୁଣି ଦେଖୁଥାଇ

କାହାକୁ ଧରା ନ ଦିଅଇ

କୋଟିକେ ଗୋଟିୟେ ବା ନର

ଜାଣନ୍ତି ଛାୟାର ବିଚାର

ମାୟା କଲେଣ ଛାୟା ଜାଣେ

ଛାୟା ମାୟାରେ ପରିମାଣେ

 

 

 

 

ମାୟା ଛାଡ଼ିବ ୟେଣୁ କରି

ଛାୟାକୁ ଥିବ ୟେ ଆବୋରି

ଯେତେକ କାୟାରେ କରିବ

ତେତେକ ଛାୟା ସେ ଜାଣିବ

ପାପ କଲେଣ ପାପ ଯୋନି

କୁକୁର ମାଙ୍କଡ଼ ଶୂକ୍ରିନୀ

କାକ ଶୂକର କୁମ୍ଭୀରରେ

ଚଉରାଶିରେ ଜନ୍ମ ଧରେ

 

 

 

 

ଛାୟାର ବିଚାର ବଢ଼ିଲା

ରବିର କିରଣ ଥମ୍ବିଲା

ରହିଲା ଛାୟାର ବିଚାର

କିଛି କହିଲି ହୋ କୁମର

ଯଶୋବନ୍ତକୁ ହୋ ଦେଖିବା

ମନରୁ ଚଞ୍ଚଳ ନାଶିବା

ଯଶୋବନ୍ତକୁ ଯେ ଦେଖିଲେ

ମନରେ ହରଷ ହୋଇଲେ

 

 

 

 

ସୁଦାମ ଭାଇ ଯେ ଅଇଲେ

ଅନେକ ଆଲିଙ୍ଗନ କଲେ

ଦୁଆଦଶ ଯେ ଗୋପବାଳେ

ରାମ ସହିତେ ମାନ୍ୟ କଲେ

ହରଷ ବଚନର ଭାବେ

କହିଲେ ବିନୟ ସ୍ୱଭାବେ

ଆମ୍ଭ ବରଣ ଘେନିଥିଲ

ରାହାସ ମଣ୍ଡଳୀ ଆଣିଲ

 

 

 

 

ଶୁଣି ସେ ରାହାସ ଚରିତ

ପଶୁ ପାଷାଣ୍ଡ ତିରୀପୁତ

ଭୁବନ ହୋଇବ ମଙ୍ଗଳ

ନାମ କୀର୍ତନ ହରିଗୋଳ

ୟେ କଳିଯୁଗର ବେଭାର

ନାମ କୀର୍ତନ ଅଟେ ସାର

ଭଗତ ଜନକୁ ପୁଜତି

ସାତ୍ୱିକ ଗୁଣ ମନେ ଘେତି

 

 

 

 

ଦମ୍ଭ କପଟ ହିଂସାମାନ

ନୋହଇ ବଷ୍ଣମ୍ବ ଲକ୍ଷଣ

ମନ ବଚନ ବିଚାରଣେ

ଯେ ଅବା ମିଳିବ ଆପଣେ

ବଷ୍ଣମ୍ବ ହାଥରେ ରନ୍ଧାଇ

ଶ୍ରୀ ଗୋପୀନାଥକୁ ଭୁଂଜାଇ

ସାଧୁ ଜନକୁ ବିନୋଇବ

ଜୀବନ ସୁଫଳ ହୋଇବ

 

 

 

 

ଆଜ ଦ୍ରଶନ ଦେଲ ମୋରେ

ୟେ ଜୀବ ଭଗତି ଆତୁରେ

ସୁଥାନେ ବସାଇଲେ ନେଇ

ଭଗତ ଭାବରେ ବିନଇଂ

ସଧ୍ୟାରେ ରଚିଲେ ରାହାସ

ରଜନୀ ପୁହାଇ ହରଷ

ପ୍ରଭାତୁ ସ୍ରାହାନ ସାରିଲେ

ଯଶୋବନ୍ତ ଯେ ପୁଣ ହେଲେ

 

 

 

 

 

 

 

 

ଗୋପାଳ ଜନକୁ ପୁଛିଲେ

ରାହାସ ରଂଚିଲ ଯେ ଭଲେ

ଭୁବନ ମଙ୍ଗଳର ବାନା

କଲ ଯେ ଶ୍ରୀକୃଷ୍ଣ ଗାୟଣା

ଭୁବନ ନାମ ୟେ ରଖିବେ

ସଂସାର ଜନକୁ ତାରିବେ

ଜାଣନ୍ତି କିଛି ଯେ ବିଚାର

ଧ୍ୟାନ ସଂପାଦି ୟେ ନିସ୍ତାର

 

 

 

 

ଶୁଣ ହୋ ଯଶୋବନ୍ତ ଭାଇ

କିଛି କିଛି ଯେ ଅଛୁ କହି

ଧିଆନ ସମାଧି ବିଚାର

ୟେ ତହିଂ ନ ପଶନ୍ତି ନର

କୋଟିକେ ଗୋଟିୟେ ବା ଜାଣେ

ଅଛନ୍ତି ସଂସାର ଧାରଣେ

ପୁଷ୍ୟ ଫୁଟିଲେ ବାସ କରେ

ବାସ ହୋଇଲେ ଫଳ ଧରେ

 

 

 

 

ପୁର୍ବରେ ପୂଣ୍ୟ କରିଥିଲେ

ଶ୍ରୀଗୁରୁ ପ୍ରସନ୍ନ ହୋଇଲେ

ଗୋଲୋକ ମୂରୁତିକି ଲୟେ

ସୂର୍ଯ୍ୟଙ୍କ ବର୍ଣ୍ଣ ରୂପ ଧ୍ୟାୟେ

ଫଳ ହୋଇଲେ ସେ ପାଚଇ

ପାଚିଲେ ଝଡ଼ିଣ ପଡ଼ଇ

ଭୂମିରେ ଥାଇ ସେ ଋତୁରେ

ଫଳରୁ ଅଙ୍କୁର ସଂଚରେ

 

 

 

 

ମୃତ୍ୟୁ ନ ବୋଲେ ସେ ପରାଣୀ

ବାସନା ଅଛିଟି ସେ ଜାଣି

ପୂର୍ବକୁ ଯେ ବୀଜ ରଖିବ

ସେ ଜନ ୟେଥିରେ ପଶିବ

ଗୋପ ଗୋପାଳ ସୁମୁରିବ

ଗୁରୁଙ୍କ ବଚନ ଘେନିବ

ଅଚ୍ୟୁତ ଭାଇ ନୀତି ଗୋଟି

ଆମ୍ଭର ରହସ ତୁମ୍ଭେଟି

 

 

 

 

 

 

 

 

ଘୃତ ଦୁଗଧ ଦଧିରସ

ଇକ୍ଷୁ ପନିର ପିଷ୍ଟ ଗ୍ରାସ

ଭୋଗ କରିଣ କାମେନୀରେ

ବୁଡ଼ନ୍ତି ୟେ ମାୟା ସଂସାରେ

ଚୁଆ ଚନ୍ଦନ ପୁଷ୍ୟମାନ

ପାଟ ସିଧୁଆ ବସ୍ର ଝୀନ

ଭୋଗେ ଭୋଳିତ ନିକି ହୁଅ

ଧ୍ୟାନ ସମାଦି ଛାଡ଼ି ଥାଅ

 

 

 

 

ରହସ୍ୟ କରିଣ ଚଳିଲେ

ଯଶୋବନ୍ତ ଯେ ମଠେ ହେଲେ

ଦ୍ୱାଦଶ ଗୋପାଳ ଯେ ପୁଣ

ଗୁରୁଙ୍କୁ ପୂଚ୍ଛିଲେ ପ୍ରମାଣ

ଆମ୍ଭର ବିନୟ ବଚନ

କହିବା ହରଷ ବିଧାନ

ପାତାଳେ ବାସୁକୀ ଅଛଇ

ସେ ଚିତ୍ତେ ମାୟା ବଶ ହୋଇଂ

 

 

 

 

ଶିବ ଯେ ମହା ଯୋଗେଶ୍ୱର

ଧନ ସଂପଦ ଅଧିକାର

ବ୍ରହ୍ମା ଯେ ୟେ ମଞ୍ଚ ମଣ୍ଡଳେ

ସୃଷ୍ଟି ସର୍ଜନା ଯୋଗବଳେ

ବେଦ ଛାନ୍ଦରେ ସେ ରହିଲେ

ମାୟାକୁ ଜାଣି ନ ପାରିଲେ

ଚନ୍ଦ୍ର ସୂରୁଜ ନିଶି ଦିନ

ଆତଯାତରେ ଗଲା ଦିନ

 

 

 

 

ଇନ୍ଦ୍ର କୁବେର ଧନେ ବଶ।

ଦେବେ ଭୁଞ୍ଜିଲେ ଭୋଗରସ

ମନୁଷ୍ୟ ସ୍ତିରୀ ଦେଖି ବନ୍ଦୀ

କୃଷ୍ଣର ଜନକୁ ନ ନିନ୍ଦି

କୃଷ୍ଣ କରୁଣା ଯାକୁ କରେ

ଗୋପାଳ ମୂରୁତି ସୁମରେ

ଧ୍ୟାନେ ପୂଜନ୍ତି ସେ ଚରଣ

ଭଗତି ପଥ ସେ ଧାରଣ

 

 

 

 

 

 

 

 

ଗୃହ ଆବୋରି ଉଦାସରେ

ବାଳେକ ପ୍ରାୟେ ଚିତ୍ତେ ଧରେ

ସୁତ ଦୋହିତା ଆବୋରନ୍ତି

ନାରୀ ସଙ୍ଗମ ଋତୁ ଘେତି

ଚିତ୍ତ ରଖନ୍ତି ଗୁରୁପାଦେ

ବଷ୍ଣମ୍ବ ପୂଜିଣ ଆନନ୍ଦେ

ସୁଖ ଦୁଃଖକୁ ସନମତ

ନିନ୍ଦା ବନ୍ଦାକୁ ୟେକ ଚିତ୍ତ

 

 

 

 

ନୀଚ ଉଚ୍ଚରେ ସେ ପୀରତି

ମୃଦୁ ମଧୁର ସେ କହନ୍ତି

ସାଧୁଜନର ୟେ ଲକ୍ଷଣ

ସାଧନ ଜ୍ୟୋତିର ଧାରଣ

ୟେହା ଜାଣିଣ ୟେହୁ ଭୋଳ

ଅଢ଼ଙ୍ଗେ କରିଛନ୍ତି ଥଳ

ଦରଶନ ଯେ କରିବାକୁ

ତୁମ୍ଭଙ୍କୁ ଆଣିଲୁ ୟେଠାକୁ

 

 

 

 

ୟେହାଙ୍କ ବଚନ ଶୁଣିଲ

ମନକୁ ପରତେ ପାଇଲ

ପଞ୍ଚଦିନ ଯେ ରହି ତହିଂ

ରାହାସ ରସେ ଗୀତ ଗାଇ

ପଞ୍ଚଦିନର ଶେଷେ ପୁଣ

ଦଧି ଆରମ୍ଭ ରସ ଗୁଣ

ଦଧି ଖେଡ଼ ଯେ ପୂର୍ଣ୍ଣ କରି

ନୃପତି ମେଲାଣି ବିଚାରି

 

 

 

 

ପାଟ ପତନୀ ଯେ ସିଧୁଆ

ଗଂଜି ଫେଟା ଯେ ପାଗଲୁଆ

ନାନା ବର୍ଣ୍ଣରେ ସେ ଅଣାଇ

ଭଗତ ମେଲାଣି ଯେ ଦେଇ

ବିନୟ କରିଣ ହରଷ

ଭଗତ ମେଲାଣି ଯେ ଦେଇ

ଦରଶନ ଯେ ଦେଇଯିବ

ୟେଠାରେ ଚରଣ ପଡ଼ିବ

 

 

 

 

 

 

 

 

ଭଗତି ଭାବରେ ତୁମ୍ଭର

ପ୍ରିୟ ଶ୍ରୀ ଗୁରୁ ହୋ ଆମ୍ଭର

ଶୁଣ ନୃପତି ମୋ ବଚନ

ବୈଷ୍ଣମ୍ବ ଜନଙ୍କ ଲକ୍ଷଣ

ସିଂହ ପରାୟେ ତାଙ୍କ ଜାତି

ସିଂହ ଯେ ବନସ୍ତରେ ଥାନ୍ତି

ହସ୍ତୀ ମାରିଣ ସେହୁ ପୁଣ

ମୁକୁତା କରନ୍ତି ଭକ୍ଷଣ

 

 

 

 

ସେହି ମୋତି ଯେ ହାଥୀଠାରେ

ହାଥୀ ଯେ ମଲେଣ ବନରେ

ସିଂହ ତାହାକୁ ନ ଛୁଅଂଇ

ଜୀଇଂଲା ଜନ୍ତୁକୁ ଭକ୍ଷଇ

ଅଭାବ ଜନଟି ମରଣ

ଭାବ ଜନଟି ଜୀୟେ ପୁଣ

ଭଗତ ଭାବର ଲକ୍ଷଣ

ନୃପତି ଶୁଣ ପରମାଣ

 

 

 

 

ପ୍ରଥମେ ଭଗତ ଦେଖିବ

ପଞ୍ଚାଙ୍ଗ ଦଣ୍ଡବତ ହେବ

ମସ୍ତକ ଲାଗିବ ଭୂମିରେ

ଅଧ ହାଥ ଯେ ଭୂମି ଧରେ

ଦୁଇ ଆଣ୍ଠୁ ଯେ ଭୂମିରେଣ

ୟେମନ୍ତେ ପଞ୍ଚାଙ୍ଗ ଲକ୍ଷଣ

ଦଣ୍ଡବତ ଯେ କରିନେଇ

ଛାଲ କମଳ ତୃଣ ଦେଇ

 

 

 

 

ବାଘାମ୍ବର ବା କୁଶ ଯେହି

ଭାବରେ ଯେ ଅବା ମିଳଇ

ଯେ ଅବା ମିଳିବ ଯାହାରେ

ଆସନ ଦେବା ନେଇ ପୁରେ

ପିଢ଼ା ଯେ ଚରଣର ତଳ

ତହିଂରେ ଦେବ ଦିବ୍ୟ ଜଳ

ଚରଣ ଧ୍ୟାଇଣ ହରଷ

କିଛି ରଖିବ ନିଜ ପାଶ

 

 

 

 

 

 

 

 

ଉତ୍ତମ ଥାନରେ ପୂରୋଇ

ନିଜ ଭୁବନେ ଦେବ ନେଇ

ଆପଣେ କିଛୁ ଯେ ଭକ୍ଷିବ

ପତ୍ନୀ ପୁତ୍ରକୁ କିଛି ଦେବ

ଦୋହିତା ନାତି ଗଣାଗଣ

ନିସ୍ତାର ନିସ୍ତାର ବୋଲିଣ

ଯଉଂ ଜନ ଯେ ୟେହା କରେ

ଜୀଇଂଲା ଜୀବନ ସେ ନରେ

 

 

 

 

ଗଙ୍ଗା ଗୟା ସେ ଗୋଦାବରୀ

କୋଟି କୋଟିର ତୀର୍ଥ କରି

ତକ୍ଷଣେ ପାଆନ୍ତି ସେ ଫଳ

ଭଗତ ପୂଜା ପାଦସ୍ଥଳ

ଚରଣ ପୂଜିଣ ଯେ ପୁଣ

ଫଳମୂଳ ଯେ ଉପୁରାଣ

ମିଷ୍ଟ ମିଠାଇ ଜଳପାନ

ଯେ ଅବା ମିଳିବ ବିଧାନ

 

 

 

 

ଭଗତ ଜନକୁ ଯେ ଦେବ

ଜଳପାନ ଯେ ଭୁଂଜାଇବ

ଯେ ଅବା ଶେଷ ପଡ଼ିଥିବ

କୁଟୁମ୍ବ ଯାକ ତା ପାଇବ

ତାମ୍ବୋଳ ଭୋଜନ କରାଇ

ପିକ ଭକ୍ଷିବ ତୋଷ ହୋଇ

ପୁଣ ରନ୍ଧନଶାଳ କରି

ଉଆ ତଣ୍ଡୋଳ ମୁଗ ଭରି

 

 

 

 

ଚଣା ହରଡ଼ ଯେ ମସୁର

ବଡ଼ି ଅସରଳ ବିରିର

ଆଳୁ ସାରୁ ଯେ ବାଇଗଣ

କଦଳୀ କଳରା ମିଶ୍ରଣ

କୋଶଳା ବିଡ଼ଙ୍ଗ ବଡ଼ିରେ

ନେଉଟିଆ ଯେ ମାରିସରେ

ପାଣି କଖାରୁ ବୋଇତାଳ

ଶିମ ଆଦି ଯେ ନାନା ଫଳ

 

 

 

 

 

 

 

 

ଘୃତ ଦୁଗଧ ପିଠାମାନ

ଯେ ଅବା ମିଳିବ ଯତନ

ଗୋପାଳ ମୂରୁତି ପୂଜିବ

ଗୋପାଳ ମନ୍ତ୍ର ଯେ ପଢ଼ିବ

ଗୋପୀନାଥଙ୍କୁ ଭୁଂଜାଇବ

ବୈଷ୍ଣବ ଜନ ତା ଭୁଂଜିବ

ବୈଷ୍ଣବ ଦେଇ ଅବିଶେଷ

ଆପଣେ କରିବ ଯେ ଗ୍ରାସ

 

 

 

 

ୟେହା କରନ୍ତି ଯଉଂଜନ

ଜୀଅନ୍ତା ବୋଲି ସେ ଜୀବନ

ୟେହା ନଜାଣି ମୁଢ଼ମତି

କୁଟୁମ୍ବ ନିରତେ ପୋଷନ୍ତି

ରାତ୍ର ଦିବସେ ଧନେ ମନେ

କହନ୍ତି ପାଷାଣ୍ଡ ବଚନ

ସାଧୁ ସଙ୍ଗତେ ନ ବସନ୍ତି

ଶାସ୍ର ମୁଖରେ ନ ପଢ଼ନ୍ତି

 

 

 

 

ନ ଶୁଣେ ଗୀତା ଭାଗବତ

ନ ଜାଣେ ବେଦର ଯେ ତତ୍ତ୍ୱ

କର୍ମ ବିହିଛି ଯେ ବେଦରେ

ହେତୁ ଗ୍ୟାନ ଯେ ବେଦଠାରେ

ଭଗତ କହଇ ସେ ବେଦ

ବ୍ରହ୍ମ ପୂଜଇ କୃଷ୍ଣ ପାଦ

ବେଦରେ ଗୁପତ ଗୋବିନ୍ଦ

ବ୍ରହ୍ମା ଜାଣଇ ସେହୁ ଛାନ୍ଦ

 

 

 

 

କୋଟିକେ ଗୋଟିଏ ବ୍ରାହ୍ମଣ

ଜାଣନ୍ତି ଭଗତି ଲକ୍ଷଣ

ବେଦର ତତ୍ତ୍ୱ ଯେ ବୁଝିଲେ

ଗୋପୀ ଉଚ୍ଚିଷ୍ଟ ସେ ଭୁଂଜିଲେ

ୟେଣୁଟି ନାରଦ ଭଗତ

ଗୋପୀ ଜାଣିଲେ ବେଦତତ୍ତ୍ୱ

ବ୍ରାହ୍ମଣ ବେଦର ଯେ ସାର

ଜାଣିଲେ ଭଗତ ବିଚାର

 

 

 

 

 

 

 

 

ଶୁଣି ନୃପତି ଯେ ହରଷ

ଚରଣ ତଳେ ହେଲେ ଦାସ

ହରି ଶବଦେ କରି ନାଦ

ଦିନ ଅଚ୍ୟୁତ ଭାଷା ବନ୍ଧ

ଇତିଶ୍ରୀ ରାହାସ ବନ୍ଦନେ ନାମ ଏକାଦଶ ଅଧ୍ୟାୟଃ

 

॥ ଦ୍ୱାଦଶ ଅଧ୍ୟାୟ॥

ସୁବୁଧି ନାମେଣ ଗୋପାଳ

ବଚନ କହଇ ସୁଢ଼ଳ

ଭୂପତି ଗୁରୁଙ୍କୁ ତୋଷିଲ

ଜୀବନ ଗୋଟା ଧନ୍ୟ କଲ

ଦିଅ ମେଲାଣି ତୁମ୍ଭ ଠାର

ସୁବୁଧି ପଡ଼ିଲା ଭୂମିର

ଦଣ୍ଡବତ ଯେ କରି ପୁଣ

ରହିଲା ଆପଣା ଥାନେଣ

ଯଶୋବନ୍ତର ମଠେ ହେଲେ

ସେଠାବୁଂ ମେଲାଣି ମାଗିଲେ

ଯଶୋବନ୍ତ ଯେ କୋଳାଗ୍ରତ

ସେଠାବୁଂ ଚଳିଲେ ତୁରିତ

ପୂର୍ବ ଦିଗକୁ ସେ ଗମନ

କୁଆଗିଂ ନାମ ସେ ଭୁବନ

ବୃଛ ଗୋଟିୟେ ସେ ସ୍ଥାନର

ପବନ ବହଇ ସୁଧୀର

ସେ ବୃଛ ମୂଳରେ ବସିଣ

ହରଷ ହେଲେ ସର୍ବଜନ

ୟେମନ୍ତ ୟେକଇ ମହନ୍ତ

ଗମନ ପଛିମ ଦିଗନ୍ତ

ସେ ବୃଛ ମୂଳକୁ ଆସିଲେ

ତାହାଙ୍କୁ ବଚନ ପୁଛିଲେ

ମଠ ତୁମ୍ଭର କଉଂ ଠାବେ

ଗମନ ତୁମ୍ଭର କି ଭାବେ

ଶୁଣ ହୋ ମହନ୍ତ ଗୋସାଇଂ

ଯଶୋବନ୍ତ ଯେ ୟେକ ଭାଇ

ତାଙ୍କ ଠାବକୁ ଯାଇଥିଲୁଂ

ଶ୍ରମରେ ୟେଠାବେ ବସିଲୁ

ସେ ନିଶି ସେଠାବେ ରହିଲେ

ରାହାସ ରସେ ଭୋଳ ହେଲେ

ମହନ୍ତ ସଙ୍ଗେ ମାହାଜନ

ଗୁପତେ ଥିଲେ ୟେକ ଜନ

 

 

 

 

ଜାତିରେ ଅଟଇ ବଗାଳ

ଧନରେ ଅଟଇ କୁବେର

ଅପୁତ୍ର ଦୋଷ ତାର ଥିଲା

ମନରେ କିଛୁ କଳପିଲା

ସୁତ ଯେମନ୍ତେ ହେବ ଜାତ

ଜଗନ୍ନାଥଙ୍କୁ ଦେବି ଚିତ୍ତ

ଶୟେ ଧେନୁ ଯେ ଦେବି ଦାନ

ୟେମନ୍ତେ କଳପିଲା ମନ

 

 

 

 

ସୁତ ତାହାର ହେଲା ଜାତ

ଧନ ଘେନିଣ ଉପଗତ

ନିଶାରେ ଦେଖିଲା ସ୍ୱପନ

ଶୁଣ ହୋ ଧନୀ ମହାଜନ

ଅଚ୍ୟୁତ ଯଶୋବନ୍ତ ଦୁଇ

ସ୍ନେହ ଭଗତି ଆମ୍ଭ ୟେହି

ୟେହାଙ୍କ ଠାବରେ ୟେ ଧନ

କର ହୋ ତୁମ୍ଭେ ନିବେଦନ

 

 

 

 

ଧେନୁରେ ଯେତେକ ସୋ ଅର୍ଣ୍ଣ

ରଖିବ ଅଚ୍ୟୁତ ଭୁବନ

ଧେନୁ ଦକ୍ଷିଣା ଯେ ହୋଇବ

ଯଶୋବନ୍ତଙ୍କ ଠାବେ ଦେବ

ପ୍ରଭାତୁଂ ଉଠିଣ ହରଷ

ଚରଣ ତଳେ ହେଲା ଦାସ

ନିଶା ତବଦେ ସେ କହିଲା

ଧନ ତାହାରି ଠାବେ ଦେଲା

 

 

 

 

ପୁଣ ସେ ବିଚାରି ୟେସନ

ଯଶୋବନ୍ତ ଯେ କଉଂଜନ

ଅଚ୍ୟୁତ ଦାସ ମୋର ନାମ

ଅଢ଼ଙ୍ଗେ ଯଶୋବନ୍ତ ଧାମ

ସେ ସାଧୁ ଚରଣେ ପଡ଼ଇ

ତାଙ୍କ ଦ୍ରଶନ ଭେଟ ପାଇ

ନନ୍ଦ ଦାସକୁ ବରଗିଲେ

ବିନୟ ଚିଟାଉ ଲେଖିଲେ

 

 

 

 

ଅଢ଼ଙ୍ଗେ ମିଳିଲାକ ଯାଇ

ନନ୍ଦ କହିଲେ ଭାଷା ନେଇ

ଯଶୋବନ୍ତ ସେ ତା ପଢ଼ିଣ

ଠାକୁର ଆଗ୍ୟାଂକୁ ଶୁଣିଣ

ତକ୍ଷଣେ ବାହାର ହୋଇଲେ

ଅଚ୍ୟୁତ ଭାଇଙ୍କି ଭେଟିଲେ

କହ କି କଥା ୟେହା ପୁଣ

ହରିର ମାୟା ବିଡ଼ମ୍ବଣ

 

 

 

 

ଗଂଗା କୂଳର ମାହାଜନ

ଭେଟ ହୋଇଲା ୟେହୁ ଥାନ

ଜଗୁନାଥଙ୍କ ୟେହୁ ଧନ

ଆଗ୍ୟାଂ ପାଇଲା ତାହା ମନ

ଦୁଇ ଭଗତ ଯେ ଆମର

ଧନ ଯେ ଦେବ ୟେହି ଠାର

ୟେ ଭାଷା ଶୁଣିଣ ଅଧୀର

ଅଶ୍ରୁ ଗଳଇ ଝର ଝର

 

 

 

 

ଭୃତ୍ୟପଣକୁ ଆମ୍ଭ ସରି

ମାୟା କରିଛ ହେ ମୁରାରି

ସୁତ କଳତ୍ର ଆବୋରିଣ

ସଂସାରେ କରୁଛ ବନ୍ଧନ

ଖରା ବରଷା ଅସହଣି

ଶୀତକୁ ବହୁତ ଡରଣି

କାମ ଜଡ଼ିଛି ଏ ଶ୍ୱରୀର

ଉଦର ଚିନ୍ତା ବାରଂବାର

 

 

 

 

ଆଳସ୍ୟ ଅପାତ୍ରକ ଲୋକ

ତାଙ୍କୁ କିପାଇଂ ଏଡ଼େ ଟେକ

ତୁ ନାଥ ଜଗତ ଜୀବନ

କୀଟକୁ ବ୍ରହ୍ମ କରୁ ପୁଣ

ବ୍ରହ୍ମକୁ କୀଟ କରୁ ତୁହି

ଗତି ଅଗତି ଭାବଗ୍ରାହୀ

ଅଜାମ୍ବିଳକୁ ତୁ ତାରିଲୁ

ଗଜ ତାରଣ ବୋଲାଇଲୁ

 

 

 

 

 

 

 

 

ନାମ ତୋ ପତିତ ପାବନ

ବାନା ଉଡ଼ୁଛି ନିଶିଦିନ

ପତିତ ହୋଇଲୁଂ ସଂସାରେ

ୟେଥୁ ଉଧାର ପାଇବାରେ

ତୋର କରୁଣା ଯେବେ ହୋଇ

ଭୋଗ ଭୁଂଜିବୁ କିସ ଠାଇଂ

ତୋହୋର ଯେବେ ୟେହି ଟାଣ

ମାନ ରଖିବୁଂ ବେନି ଜନ

 

 

 

 

ତୁସ୍ତି କରିଣ ଘନ ଘନ

ଭଣ୍ଡାର କରିଲେ ସେ ଧନ

ବିବିଧ ପଦାର୍ଥ ଅଣାଇ

ଅମୃତ କୁଣ୍ଡ ନିରିଭାଇ

ନାନା ବର୍ଣ୍ଣରେ ପିଠାମାନ

ଫୁଲ ଚନ୍ଦନ ବାସ ପାନ

ଜଗନାଥଙ୍କୁ ପୂଜା ଦେଇ

ପାଞ୍ଚ ଦିବସ ତହିଂ ରହି

 

 

 

 

ନୃତ୍ୟ ଆନନ୍ଦ ଗୀତ ରସ

ସେଠାବେ ରଞ୍ଚିଲେ ରାହାସ

ଧନୀକ ରାହାସ ଦେଖିଲା

ଅନେକ ହର୍ଷ ଚିତ୍ତ ହେଲା

ଉନଚାଳିଶ ଗୋଟି ଦେଇ

ରାହାସ ଦକ୍ଷିଣା ୟେ କହି

ଚାରି ଚାରି ଯେ ହାଥେ ଧରି

ଦଶ ମୂରୁତିକି ବିଚାରି

 

 

 

 

ମେଳାଣି ମାଗିଣ ହରଷ

ଚରଣ ତଳେ ହେଲା ଦାସ

ଦି ଦଶ ଊନ ଅଚ୍ୟୁତଙ୍କୁ

ବିନୟ କହିଣ ତାହାଙ୍କୁ

କୋଡ଼ିଏ ଊନ ୟେକ ଆଣି

ମେଲାଣି ଯଶୋବନ୍ତ ପୁଣି

ତୁସ୍ତି କରିଣ ସେ ବଚନେ

କହଇ ବେନି ଭକ୍ତଜନେ

 

 

 

 

 

 

 

 

ପୂର୍ବ ଜନ୍ମର ଭାଗ୍ୟ ଥିଲା

ତୁମ୍ଭ ଚରଣ ଦୃଶ୍ୟ ହେଲା

ମେଲାଣି ଘେନିଣ ବହନ

ଚଳିଲେ ନୀଳାଦ୍ରି ଭୁବନ

ଯଶୋବନ୍ତ ଯେ ମଠେ ଗଲେ

ଅଚ୍ୟୁତ ପୁର୍ବକୁ ଚଳିଲେ

ପୂର୍ବରେ ୟେକଇ ଭୂବନ

ଧରଣୀ ସୁତ ମାହାଜନ

 

 

 

 

ଜାଣଇ ଶ୍ରୀଗୀତ ଗୋବିନ୍ଦ

ରସିକ ରସ କୃଷ୍ଣ ଛାନ୍ଦ

ରସିକ ରସିଆ ପୁରୁଷ

କୃଷ୍ଣ ରସରେ ମନ ବଶ୍ୟ

ଦେଖିଲା ରସିକ ୟେ ବାର

ଚୂଳ ଚନ୍ଦ୍ରିକା ବହେ ଶିର

ଶ୍ରୀଗୀତ ଗୋବିନ୍ଦ ସୁମୁରି

ଭୋଳ ହୋଇଲା ପାଦଧରି

 

 

 

 

ଚନ୍ଦକ ଚାରୁ ମୟୁରିୟା

ଶିଝଣ୍ଡ ମଣ୍ଡୋଳ ଚୁଳିୟା

ମେଦୁର ଗର୍ଜଇ କି ଅଙ୍ଗେ

କୃଷ୍ଣର ସଖା ବେଶ ସଙ୍ଗେ

ୟେ ଚର୍ମ ଲୋଚନେ ଦେଖିଲି

ଜୀବନ ସୁଫଳ ମୁଂ କଲି

ବିପ୍ରଗଣରେ ମୋର ମନ

ନ ପଶେ ଶୁଣ ବାରଜଣ

 

 

 

 

ରାହାସ ଶ୍ରୀ ଗୀତଗୋବିନ୍ଦ

ରାତ୍ର ଦିବସେ ମୁଂ ଆନ୍ଦନ୍ଦ

ମୋହୋର ପୁରକୁ ଚଳିବା

ରାହାସ ବିନୋଦ ରଚିବା

ହରଷ କରିଣ ସେ ନେଇ

ଉତ୍ତମ ଆସନେ ବସାଇ

ହସ୍ତେ ରନ୍ଧନ କି ଗୃହରେ

ଭୋଜନ ବିଧି କହ ମୋରେ

 

 

 

 

 

 

 

 

ଶୁଣ ଗୋସାଇଂ ଭକ୍ତି ଚିତ୍ତା

ଇଷ୍ଟ ଯେ ଗୋପାଳ ଦେବତା

ଖୋଳ କର୍ତାଳ ପୂଜା ଆମ୍ଭ

ହରେ ରାମ ଯେ ମନ୍ତ୍ର ଦମ୍ଭ

ରାଧା ଭଜନ ମନ୍ତ୍ର ଗୁଣୁ

କୃଷ୍ଣ ମନ୍ତ୍ର ଯେ କର୍ଣ୍ଣେ ଶୁଣୁ

ଲଳିତା ସଖିଙ୍କ ବଚନ

ତୁଳୁସା ବୃକ୍ଷକୁ ପୂଜନ

 

 

 

 

କୃଷ୍ଣ ସୁମରୁ ଅନୁଦିନ

ଚୈତନ୍ୟ ମୁରତି ଭଜନ

ଶ୍ରୀଗୁରୁ ଚୈତନ୍ୟ ଗୋସାଇଂ

ଉଆ ନୂଆ ଯେ ଛନ୍ତି କହି

ହାତରେ କରିବୁ ରନ୍ଧନ

ଗୃହେ ଅଛନ୍ତି ସ୍ତିରୀ ଜନ

ଶୁଣିଣ ବିପ୍ର ତୋଷ ହେଲା

ମୋ ଦ୍ରବ୍ୟ ଭାଗ୍ୟେ ୟେହା ଥିଲା

 

 

 

 

ଭୋଜନ ସଞ୍ଚାମାନ ଦେଇ

ପୁଷ୍ୟ ଚନ୍ଦନ ପାନ ଦେଇ

ହରଷ କରାଇ ମନେଣ

ରାହାସ ଶୁଣିଲା ରାତ୍ରେଣ

ପଞ୍ଚାଶ ମୂରତି ବସନ

ପଞ୍ଚାଶ ମୁଦ୍ରା ଯେ ଯତନ

ତୁରଙ୍ଗ ଗୋଟିଏ ଆଣିଣ

ମେଲାଣି ମାଗିଲା ସୁଗ୍ୟାନ

 

 

 

 

ହସି ବୋଲନ୍ତି ବାରଜନ

ତୁରଙ୍ଗ ରଖ ହୋ ଭୁବନ

ଭିଖ ମାଗିବୁ ଘରେ ଘରେ

ତୁରଙ୍ଗ ଅଶୋଭା ୟେଥିରେ

ରାଜା ପାତ୍ରକି ବୋଲାଇବୁ

ତୁରଙ୍ଗ ଚଢ଼ି ବଡ଼ ହେବୁ

ଦକ୍ଷିଣ ପାଦ ସିନା ରାଜ

ବାମ ଯେ ତୁରଙ୍ଗର ସଜ

 

 

 

 

 

 

 

 

ୟେହିଟି ଘୋଡ଼ା ହସ୍ତୀ ପ୍ରାୟେ

ଦାସ ଜନକୁ ଶୋଭାପାୟେ

ଅଠାଶି ଶସ୍ର ମୁନି ଥିଲେ

କେହୁ ତୁରଙ୍ଗ ନ ଚଢ଼ିଲେ

ରାମ ଉପାସି ଜନ ଥିଲେ

ସେହୁ ତୁରଙ୍ଗ ଦୂର କଲେ

ୟେ ଷୋଳ ସସ୍ର ଗୋପପୋୟେ

ତୁରଙ୍ଗ ତେଜି ବନେ ଧ୍ୟାୟେ

 

 

 

 

ବନସ୍ତେ ବଛାନ୍ତ ରଖିଲେ

ଭଗତି ପଥ ଆରାଧିଲେ

କଳିରେ ଚୈତନ୍ୟ ଠାକୁର

ଚୈାଷଠି ମହନ୍ତ ଯେ ସାର

ଦ୍ୱାଦଶ ଗୋପାଳ ସଙ୍ଗତ

ତୁରଙ୍ଗ ତେଜିଲେ ସେହିତ

ରାମାନନ୍ଦ ଯେ ନିମାନନ୍ଦ

ମାଧବ ଶଙ୍କର ସ୍ୱଚ୍ଛନ୍ଦ

 

 

 

 

ଯେ ଚାରି ତେଜିଲେ ରାଜୁସ

ତାଙ୍କ ସଙ୍ଗତେ ଯେତେ ଦାସ

ତହୁଂ କି ବଡ଼ ଆମ୍ଭେ ହେବୁ

ତୁରଙ୍ଗ ଚଢ଼ିଣ ବୁଲିବୁ

ଶୁଣ ହୋ ବିପ୍ର ୟେ ବଚନ

ଘୋର କଳିର କଥାମାନ

କଳିରେ ବଷ୍ଟମ୍ବ ବହୁତ

ତୁରଙ୍ଗ ଠାବେ ବଡ଼ ଚିତ୍ତ

 

 

 

 

ଦମ୍ଭ ଆରମ୍ଭ ଆଚରିବେ

ତୁରଙ୍ଗ ପାଦାନ୍ତି ଚଢ଼ିବେ

ମିଛ କହିଣ ସାଧୁଭେକ

ମାଛ ମାଉଂସ ଭଖି ମୁଖ୍ୟ

ପର ରମଣୀ ଘେନି ରତି

ବଷ୍ଟମ୍ବ ଭେଖ ତେଜି ମତି

ରାଜୁସି କରମ କରିବେ

ଭଗତି ପଥକୁ ୟେଡ଼ିବେ

 

 

 

 

 

 

 

 

କଳିରେ ହୋଇବ ଅସାର

ତୁରଙ୍ଗ ରାଜୁସି ବେଭାର

ଶୁଣି ସନ୍ତୋଷ ବିପ୍ର ହେଲେ

ପୂରାଣ ବଚନ ଶୁଣିଲେ

ଧନ୍ୟ ତୁମ୍ଭର ପିତା ମାତା

କୃଷ୍ଣ ଗାୟନେ ଉନୁମତା

ୟେମନ୍ତ ବଚନ କହନ୍ତେ

ମଙ୍ଗଳ କଥା ଆଣି ଚିତ୍ତେ

 

 

 

 

ୟେକଇ ମହାରାଜା ପୁଣ

ଗଡ଼ିଲା ବିନୟ ଭାବେଣ

ସୁରସିଂଘ ଯେ ନାମ ତାର

କଇଟ ନଗ୍ରେ ତାର ଘର

ତୁରଙ୍ଗ ପାଇ ତୋଷ ହେଲା

ସେ ବିପ୍ର ମନରେ ହସିଲା

ଉଥାନ ପବନ ଅନନ୍ତ

ହରଷ ରସେ ମହାମତ୍ତ

 

 

 

 

ବିପ୍ର ଗୋସାଇଂ ତୁମ୍ଭେ ଶୁଣ

ୟେହାଙ୍କୁ ଭୂଷଣ ୟେ ପୁଣ

ଦମ୍ଭ ଆରମ୍ଭ ବଡ଼ପଣ

ଭାଟର ଅଟଇ ଯେ ଟାଣ

ଖିନ ନ୍ୟୁନରେ ବୁଡ଼ିଥିବ

ଦମ୍ଭ ଆରମ୍ଭ ନ କହିବ

ଶ୍ରୀଗୁରୁ ଚରଣ ପୂଜିବ

ଶ୍ରୀକୃଷ୍ଣ ମନ୍ତ୍ର ଭଜୁଥିବ

 

 

 

 

ଶ୍ରୀରାଧା ଶ୍ରୀକୃଷ୍ଣଙ୍କୁ ଲଏ

ନଚିନ୍ତ୍ୟ ଥାନରେ ଯେ ରହେ

ଭଗତ ଜନର ରାଜୁସ

ରହଣି ତାହାର ଏ ଦେଶ

ୟେମନ୍ତ ଭାବ ଯେ କରଇ

ଭଗତି ନୀଳା ବଢୁଥାଇ

ଦମ୍ଭ ଆରମ୍ଭ ଯେ ରଞ୍ଚଇ

ଅଭକ୍ତି ଜନ ଦେଶେ ଥାଇ

 

 

 

 

 

 

 

 

ଭଗତି ଲତା ଯେ ମଳିଣ

ତା ପୁନ୍ୟ ହୋଅଇ ଖଣ୍ଡଣ

ଭଗତ ଜନ ଯେ ଦେଖିଲୁ

ତୁମ୍ଭ ଗ୍ରାମରେ ନିବସିଲୁ

ଭାବ କରିଣ ଯେ ସାଧୁଙ୍କୁ

ଆଣନ୍ତି ଆପଣା ଥାନକୁ

ବିନୟ କରିଣ ପୁଛନ୍ତି

ଶାକ ଅନ୍ନକୁ ଭୁଂଜାବନ୍ତି

 

 

 

 

ଅଲଣା ଦରସିଝା ପାଣି

ସାଧୁ ଅମୃତ ପ୍ରାୟେ ମଣି

ଅଭାବେ ଅମୃତ ଭୁଂଜଇ

ସାଧୁଙ୍କ ବୋଧ ତାହା ନୋହି

ସାଧୁଙ୍କୁ ଭାବ ଯେ କରନ୍ତି

ସେ ଗଜ ତୁରଙ୍ଗ ପାଦାନ୍ତି

ଅଷ୍ଟ ରତନ ପାଇଲଇଂ

ୟେମନ୍ତ ସାଧୁ ମତି ହୋଇ

 

 

 

 

ଭାବରେ ତୁମ୍ଭର ବଚନ

ପାଇଲୁଂ କୋଟି ରତ୍ନ ଧନ

ବିପ୍ରଙ୍କୁ ମେଲାଣି ହୋଇଣ

ଚଳିଲେ ସେଠାବରୁ ପୁଣ

ଦ୍ୱାଦଶ ଗୋପାଳ ଯେ ସୁତ

ଶ୍ରୀରାମ ଗୁରୁର ସଂଗତ

ଜୟଗ୍ରାମକୁ ମନ ଦେଲେ

ସେଠାବୁଂ ଗମନ ଯେ କଲେ

 

 

 

 

ଦୀନ ଅଚ୍ୟୁତ ଧୀରେ ଚଳେ

ଗୋପ ସୁତଙ୍କ ସଙ୍ଗତରେ

ହରି ଶବଦ ହରି ଗୀତ

ଦୀନ ଅଚ୍ୟୁତି ସଦା ରତ

ଇତିଶ୍ରୀ ରାହାସ ବନ୍ଦନେ ନାମ ଦ୍ୱାଦଶ ଅଧ୍ୟାୟଃ।

 

॥ ତ୍ରୟୋଦଶ ଅଧ୍ୟାୟ॥

ଗମନ୍ତେ ଥୋକାୟେକ ପୁଣ

ଦେଖିଲେ ମନୋହର ଥାନ

ଉତ୍ତର ଭାଗରେ ଚିତ୍ରାଙ୍ଗୀ

ଦକ୍ଷିଣେ ମାହାନଦୀ ଲାଗି

ଗ୍ରାମର ପଛିମ ଭାଗେଣ

ଶିବ ମୂରୁତି ପୂଜି ପୁଣ

ୟେକ ମାହାଜନ ସୁଜାଣ

ଶିବଙ୍କୁ କରିଛି ମାର୍ଜଣ

ଦେଖିଲା ଆଚୁମ୍ବିତ ରୂପ

ଦ୍ୱାଦଶ ଗୋପାଳ ସୋରୂପ

ଦକ୍ଷିଣ କନ୍ଧରେ ପଇତା

ଦେଖିଣ ମନେ କଲା ଚିନ୍ତା

ବିପ୍ର ତ ନୋହନ୍ତି ୟେ ଜନ

ପଇତା ଦକ୍ଷିଣ କାନ୍ଧେଣ

କଉଂ ଜାତି ହୋ ତୁମ୍ଭେ କୁହ

ଆମ୍ଭକୁ ଲାଗିଲା ସନ୍ଦେହ

ଶୁଣ ହୋ ସାଧୁ ସୁଧୀଜନ

ଗଉଡ଼ କୂଳେ ଆମ୍ଭ ଜନ୍ମ

ଗଉଡ଼ ଗୋପାଳ ଯେ ନାମ

କେ ବୋଲେ ଗୋପର ଉତ୍ତମ

କେ ବୋଲେ ଗୋପସୁତ ଅବା

କେ ବୋଲେ ଗୋପାଳ ପୁଅବା

କେ ବୋଲେ ଗୋପର ଅହିର

କେ ବୋଲେ ଘୋଷ ମହାଖୁର

କେ ବୋଲେ ବେହେରା ପରିଡ଼ା

କେ ବୋଲେ ୟେହୁ ଘରଛଡ଼ା

କେ ବୋଲେ ନନ୍ଦ ମହାନନ୍ଦ

କେ ବୋଲେ ଆନନ୍ଦ ସୁନନ୍ଦ

କେ ଅବା ଶେଷ ଚନ୍ଦ୍ରସେଣା

ଗୋପର ନାନାଦି କହଣା

ୟେ ପଣ ପବିତ୍ରେ ଆବୋରି

ଧେନୁ ଚରାଉଂ ବନେ ଫେରି

 

 

 

 

ତାଳ କୁମଦ ବେଲ କନ୍ଦ

ପଇଡ଼ ଜାମ୍ବୁଫଳ ମନ୍ଦ

ଆମ୍ବ ବକୁଳ ଯେ ପନସ

ବିବିଧ ଫୁଲ ନାନା ବେଶ

କାଳେନ୍ଦୀ ଜଳକୁ ଭଖିଣ

ଗୋପରେ ଆମ୍ଭ ଘର ଜାଣ

ଶ୍ରୀକୃଷ୍ଣ ଆଗ୍ୟାଂ ପାଇଲାକୁ

ଅଇଲୁ ଓଡ଼ିଶା ରାଜ୍ୟକୁ

 

 

 

 

ଜନମ ଲଭିଲୁଂ ଯେ ପୁଣ

ଗୋପ ଗଉଡ଼ ସଙ୍ଗତେଣ

ହରି ମହିମା କିଛି ଦିନ

ବାଣ୍ଟିଣ ଭ୍ରମିବୁ ଭୁବନ

ସେ ମହାଜନ ଶୁଣି ପୁଣ

ସାଷ୍ଟାଙ୍ଗେ ପଡ଼ିଲା ଚରଣ

ଶିବ ପୂଜାର ଯେ ରନ୍ଧନ

ଉପହାରର ଦ୍ରବ୍ୟମାନ

 

 

 

 

ଭୋଜନ କର ହେ ହରଷ

ଦ୍ୱାଦଶ ଗୋପାଳ ହୋ ବସ

ଶୁଣିମା ମହାଜନ ତୁମ୍ଭେ

ବଚନ କହିବା ଯେ ଆମ୍ଭେ

ବ୍ରହ୍ମା ବିଷ୍ଣୁ ଯେ ମହେଶ୍ୱର

ତିନି ମୁରତି ୟେ ସଂସାର

କଳ୍ପଣା କୃଷ୍ଣ ଦେହୁଂ ସେତ

ବ୍ରହ୍ମାଣ୍ଡେ ହୋଏ ଆତଯାତ

 

 

 

 

ଶିବ ଯେ ପାତାଳେ ରହିଲେ

ୟେଣୁ ପାତାଳବାସୀ ହେଲେ

ବ୍ରହ୍ମାୟେ ମଞ୍ଚପୁରେ ରହି

ନରଙ୍କ ମଧ୍ୟେ ଗୋପ୍ୟହୋଇ

ସ୍ୱର୍ଗରେ ବିଷ୍ଣୁ ଯେ ରହିଲେ

ବୈକୁଣ୍ଠବାସୀ ବୋଲାଇଲେ

ଦେବତା ପୂଜିଲେ ଚରଣ

ବନ୍ଧନ ବିଷ୍ଣୁ ମାୟା ପୁଣ

 

 

 

 

ବୈକୁଣ୍ଠ ବିଲଗଟି ଜାଣ

ଶ୍ରୀରାଧା କୃଷ୍ଣ ଛନ୍ତି ଶୁଣ

ଜଳ ଯେ ଥଳ ବାଇ ନାହିଂ

ଶୂନ୍ୟ ଆକାଶ ନ ଦିଶଇ

ପଞ୍ଚଭୂତକୁ ଯେ ତହିଂ ନାହିଂ

ଶ୍ରୀରାଧା କୃଷ୍ଣ ୟେକା ହୋଇ

କୃଷ୍ଣ କଳ୍ପଣା ଆଚରିଲେ

ପଞ୍ଚଭୂତକୁ ଜାତ କଲେ

 

 

 

 

ପଞ୍ଚଭୂତରେ ତିନି ପୁର

ତିନି ଦେବତା କଲେ ସାର

ୟେ ତିନି ଦେବତା ମାୟାରେ

ପ୍ରାଣୀ ବନ୍ଧନ ନିରନ୍ତରେ

ସତ୍ତ୍ୱ ରଜ ଯେ ତମ ଗୁଣ

ପ୍ରାଣୀୟେ ଛଟପଟ ପୁଣ

ଶିବଙ୍କୁ ନ ଭଜିଲା ଜନ

ସୁତ ସାମର୍ଥ ବିସର୍ଜନ

 

 

 

 

ବ୍ରହ୍ମା କର୍ମକୁ ଦୂର କଲେ

ପଣ ପଦ୍ଧତି ନୋହେ ଭଲେ

ବିଷ୍ଣଙ୍କୁ ନୋହିଲେ ଭଗତି

ଲକ୍ଷ୍ମୀ ସମ୍ପଦ ଧନ ନାସ୍ତି

ୟେଣୁ ହୋ ୟେହାଙ୍କ ଡ଼ରରେ

ପ୍ରାଣୀୟେ ଛନ୍ଦରେ ବିହରେ

ୟେକାନ୍ତ ଥାନରେ ମଗନ

ଶ୍ରୀ ରାଧା କୃଷ୍ଣଛନ୍ତି ଜାଣ

 

 

 

 

ଯନ୍ତ୍ର ସେ ଭେଦରେ କେଶର

ଅଷ୍ଟଦେବୀ ଯେ ସେ କୋଣର

ଅଷ୍ଟ ରତନ ସେ ବେଦୀରେ

ଲାଗିଛି ଅତି ଯତନରେ

ସେ ସ୍ଥଳେ ଏକାନ୍ତ ପୁରୁଷ

କରୁଛି ନାନା ଖେଡ଼ରସ

ତାହାର ମାୟାରେ ବନ୍ଧନ

ଘଟକୁ ଘଟ ଯେ ଛପନ

 

 

 

 

 

 

 

 

ସକଳ ପ୍ରାଣୀ ଦେହେ ଥାଏ

ଜନମ ହୋଇ ମୃତ୍ୟୁ ଧ୍ୟାୟେ

ମୃତ୍ୟୁ ହୋଇଣ ଜନମଇ

ମାୟାକୁ ସେହି ସେ ଜାଣଇ

ବାସନାଭୋଗୀ ସେ ପୁରୁଷ

ସକଳ ଜୀବ ମଧ୍ୟେ ବାସ

ସେ ବାସୁଦେବଙ୍କୁ ଭୁଞ୍ଜାଇ

ଭଗତ ଜନତା ଭୁଞ୍ଜଇ

 

 

 

 

ଶୁଣ ହୋ ଶିବ ଭକ୍ତ ଜନ

ଶ୍ରୀ ବୃନ୍ଦାବନ କୃଷ୍ଣ ସ୍ଥାନ

ତାଳ କୁମୁଦ ବେଲ ତୁଲେ

ଖାଦିର ଲୋହର ଭାଣ୍ଡିରେ

ରାଧା ଯେ କୁଣ୍ଡ ଶ୍ୟାମ କୁଣ୍ଡ

କୁଟି ଯତନ ନବ ଖଣ୍ଡ

କଦମ୍ବ ଛାଇ ଯମୁନାର

ବସିଣ ଗୋପାଳ ସଙ୍ଗର

 

 

 

 

ଗୋବିନ୍ଦ ବନଭୋଜି କଲେ

ସକଳ ଗୋପକୂଳ ତୁଲେ

ଭୋଜନ ଶେଷ ଯେ କରନ୍ତେ

ନାରଦ ମିଳିଲେ ବନସ୍ତେ

ବନଭୋଜିର ଭାବ ଦେଖି

ପିଛାଡ଼ି ନ ପାରିଲେ ଆଖି

ପ୍ରଣମ୍ୟ ହୋଇ କୃଷ୍ଣପାଦେ

କାନ୍ଦଇ ଶୋକ ଗଦଗଦେ

 

 

 

 

ନିସ୍ତାର ପାଇଲି ଗୋସାଇଂ

ବନଭୋଜିରେ ଅନ୍ନ ଖାଇ

ଦନା ଶିଆରି ପତ୍ରମାନ

ପଡ଼ି ଯେ ଥିଲା ସେହୁ ସ୍ଥାନ

ଗୋଟି ଗୋଟିକେ ସାଉଂଟିଣ

ଦନା ପୂରିଲା ଉଭାରିଣ

ବୈକୁଣ୍ଠ ଭୁବନକୁ ଗଲେ

ପାଦୁକା ମନ୍ତ୍ର ଯେ ଭଜିଲେ

 

 

 

 

 

 

 

 

ଆନନ୍ଦେ ହୋଇ ଗଦଗଦ

ତକ୍ଷଣେ ଗମିଲେ ନାରଦ

ହିମ ଗିରିର ପାଶେ ଯାଉଂ

କପିଳବାସୀ ଶମ୍ଭୁ ସେହୁଂ

ହର ପାର୍ବତୀ ତପ ସାରି

ଶ୍ରୀ ଏକାଦଶୀକୁ ସୁମରି

ୟେମନ୍ତେ ନାରଦ ମିଳିଲେ

ହର ବାରତା ପଚାରିଲେ

 

 

 

 

ଦନା କରିଣ କିସ ନିଅ

ଆମ୍ଭଙ୍କୁ ସୋରୂପ ଦେଖାଅ

ନାରଦ ବୋଲେ ବୃନ୍ଦାବନ

ବନଭୋଜିର ୟେହୁ ଅନ୍ନ

ଶିବ ଭକ୍ଷିଲେ ତତକ୍ଷଣ

ନିସ୍ତରି ପାଇଲୁ କାରଣ

ଉମା ବୋଇଲେ ହୋ ମହେଶ

ଏକାଦଶୀକୁ କଲ ନାଶ

 

 

 

 

ଅନ୍ନ ନିଷେଧ ୟେହୁ ବ୍ରତେ

ଜଳ ନ ଦେଇ କଦାଚିତେ

ଗୋକ୍ଷୀର ଫଳକୁ ଭକ୍ଷନ୍ତି

ଅମ୍ବୁ ଶ୍ରୀଫଳ ପାଣି ଚିନ୍ତି

ଅନ୍ନ ଭକ୍ଷିଲ ହୋ ଏଥିରେ

ପାତେକ ଅର୍ଜିଲ ଶ୍ୱରୀରେ

ଧୁତୁରା ଗଞ୍ଜାଇ ପତର

ଲୁଚାଇ ଖାଇଲ ଆବର

 

 

 

 

ଆପୁ ଅମଳ କି କରିଛ

ଏକାଦଶୀରେ ଅନ୍ନ ଭକ୍ଷ

ବାଚାଳ ଭାଷା ଯହୁଂ ଶୁଣି

ଶିବ କହନ୍ତି ମିଷ୍ଟ ବାଣୀ

ଶୁଣ ଅମ୍ବିକା ମୋ ଉତ୍ତର

କୃଷ୍ଣ ନିମନ୍ତେ ବ୍ରତ ମୋର

ଶ୍ରୀ ଏକାଦଶୀ କରିଥିଲୁଂ

ଅଧରାମୃତକୁ ଲଭିଲୁଂ

 

 

 

 

 

 

 

 

କୋଟି କୋଟି ଯେ ପୁରୁଷର

ନିସ୍ତାର ହୋନ୍ତି ଭକ୍ତ ନର

ଶିବ ବଚନ ଶୁଣି କର୍ଣ୍ଣ

ପାର୍ବତୀ ହୋଇଲେ ମଉନ

ଯଉଂ ଶିବଙ୍କ ଏତେ ଟାଣ

ସେ କୃଷ୍ଣ ଭୃତ୍ୟରେ ସିହାଣ

ଅବିକାରକୁ ଯେ ଆସଇ

ୟେମନ୍ତ ଶିବ ସେ ଅଟଇ

 

 

 

 

ଶୁଣ ହୋ ମହାଜନ ସାର

ୟେ ଭୋଜ୍ୟ ନିଷେଧ ଆମ୍ଭର

ସେ ମହାଜନ ୟେହା ଶୁଣି

କୃଷ୍ଣ ସଂଗତି କଲା ପୁଣି

ପଞ୍ଚାଶ ଟଙ୍କା କରେ ଦେଲା

କୃଷ୍ଣ ମଣୋହି ଭିଆଇଲା

ପଣାପଇଡ଼ ଜଳପାନ

ଅମୃତ କୁଣ୍ଡ ଆୟୋଜନ

 

 

 

 

କ୍ଷୀରି ଖେଚେଡ଼ି ପିଠାମାନ

ଦାସ ବଷ୍ଣମ୍ବ ଯେ ବ୍ରାହ୍ମଣ

ରନ୍ଧନ କରାଇ ହାଥରେ

ଅତୀଅ ଉତ୍ତମ ମନରେ

ଯେତେହେଂ ତହିଂ ବିପ୍ର ଦାସ

ବିପ୍ର ପଣକୁ ନାହିଂ ଆଶ

ବିପ୍ରର ମନେ ଗର୍ବ ଦାସ

ନିଉନେ ଗର୍ବ ହୋଏ ନାଶ

 

 

 

 

ରନ୍ଧନ ସାରିଣ ଯତନ

ବୋଲଇ ଆସ ୟେହୁ ଥାନ

ବାଳକ ଦାସ ଯେ ବୋଇଲେ

ଗୋପାଳ ମନ୍ତ୍ର ଜାଣ ଭଲେ

ବିଶୁଦ୍ଧ ଗଉଡ଼ିଆ ଦାସ

ତୁମ୍ଭେ କି ଜାଣ କୃଷ୍ଣ ରସ

ଶ୍ରୀ ବୃନ୍ଦାବନ ଚନ୍ଦ୍ର କଇଂ

ଭୁଞ୍ଜାଅ ହରଷରେ ନେଇ

 

 

 

 

 

 

 

 

ଶୁଣି ସନ୍ତୋଷ ସେହି ଜନ

ମଣୋହି ସାରି ମାରଜନ

କିସ କରିବ ଏବେ କହ

ହରଷ ମନେ ଆଗ୍ୟାଂ ଦିଅ

ଆମ୍ଭ ନିମନ୍ତେ କିଛି ଥୁଅ

ଅଲଗେ ନଥାଇ କଳହ

ତୁମ୍ଭର ପାଇଂ ରଖି କିଛି

ଗୋବିନ୍ଦ ମଣୋହି ଲାଗିଛି

 

 

 

 

ସକଳ ଜନ ହୋଇ ମେଳ

ଦେଖଣାହାରି କିଛି ଠୂଳ

ବଚନ ପ୍ରମାଣ ଯେ କରି

ଭଜନ ଭୋଜନାଦି ସାରି

ରାତ୍ରେଣ ରଞ୍ଚିଲେ ରାହାସ

ପାଞ୍ଚଦିନ ଯ ତହିଂ ବାସ

ଦିନକୁ ଦିନ ଏହି ମତ

ପାଞ୍ଚ ଯେ ଦିନ ନାମେ ରତ

 

 

 

 

ପାଞ୍ଚ ଦିବସ ଶେଷ ହେଲା

ଚରଣ ତଳରେ ପଡ଼ିଲା

ସୋ ଅର୍ଣ୍ଣ ଆଭୁଷଣ ଦେଲା

କାକୁସ୍ଥ ଭାବରେ କହିଲା

ପବନ ବୋଲଇ ରେ ଭାଇ

ନୀଳାଞ୍ଚଳରେ ଦେବା ନେଇ

ଶ୍ରୀ ଜଗନ୍ନାଥଙ୍କ ଭୂଷଣ

ଯତନେ ରଖିଥାଅ ପୁଣ

 

 

 

 

ଶ୍ରୀ ଜଗନ୍ନାଥ ଓଡ଼ିଶାରେ

ଶ୍ରୀ ପୁରୁଷୋତ୍ତମ ବିହାରେ

ଜଗନ୍ନାଥଙ୍କୁ ଦେଖା ଦେବା

ରଥରେ ଶାଢ଼ୀ ଯେ ବାନ୍ଧିବା

ଦୀନ ଅଚ୍ୟୁତ ସନମତ

ଜଗନ୍ନାଥଙ୍କ ପାଦେ ଚିତ୍ତ

ଇତିଶ୍ରୀ ରାହାସ ବନ୍ଦନା ନାମ ତ୍ରୟୋଦଶ ଅଧ୍ୟାୟଃ।

 

॥ ଚତୁର୍ଦ୍ଦଶ ଅଧ୍ୟାୟ ॥

ସେଠାବୁଂ ମେଲାଣି ଘେନିଣ

ଚଳିଲେ ସର୍ବ ଭକ୍ତଜନ

ବିପ୍ରେକ ପାଟଣା ନବରେ

ପିତୃଶ୍ରାଧକୁ କାର୍ଯ୍ୟ କରେ

ଦେଖିଲା ସେତ ବଡ଼ ଭାଇ

ଲକ୍ଷେକ ଭାଗବତ ତୁଇ

ପଢ଼ି ଲଭଇଂ ଯିସ ପୁଣି

ରାହାସ ଭାଗବତ ବାଣୀ

ତା ତହୁଂ ଅଧିକ ପ୍ରକାଶ

ଏତ ଗୋପାଳ ରାସ ବେଶ

ଚୁଳ ଗୁଞ୍ଜରା ଶିରେ ଶୋହେ

ହରି ମନ୍ଦିର ଲଳାଟୟେ

ସବ୍ୟ ପଇତା ଦକ୍ଷିଣରେ

ଅସବ୍ୟ ସିନା ବାମେ ଶୋହେ

ସର୍ବଦା ଶୁଚି ଏହୁ ଅଙ୍ଗ

କର୍ଣ୍ଣେ କୁଣ୍ଡଳ ସାଧୁ ସଂଗ

କାନ୍ଥଟା ବେତ ଶ୍ରୀ କଠାଉ

ଶୁଧ୍ୟ ଗୋପାଳ ବେଶ ୟେହୁ

ମନରେ ହୋଇଲା ଆନନ୍ଦ

କହିଲା ବଚନ ବିନୋଦ

ଚରଣ ଧୋଇଣ ସୁପାତ୍ରେ

ବିନୟ କରିଣ ବହୁତେ

ଖୋଳ କର୍ତାଳ ରସ ସାର

ଧୁନି କରିଣ ନାମ ଧର

ଶ୍ରୀ ଭାଗବତ ସୁଧାରସ

ରାସ ପଞ୍ଚମ ଅଧ୍ୟା ଭାଷ

ଶୁଣାଇ ବଚନ ମଧୁର

ଭୋଜନ ଆମ୍ଭ ଗୃହେ କର

ଶୁଣି ଦ୍ୱାଦଶ ମୁଖ ମୈାନ

ବିପ୍ର ଘୁରୁଣା କରି ମନ

ମାନବେ ଶ୍ରେଷ୍ଠ ବିପ୍ର ଆମ୍ଭେ

କିସ ରଖିଛ ଗ୍ୟାଂନ ତୁମ୍ଭେ

 

 

 

 

ପୁଣି ବଚନ ପ୍ରକାଶିଲା

ମନରେ ବିଷାଦ ଲାଗିଲା

ଆସ୍ତି ନାସ୍ତିକୁ ୟେବେ କହ

କିମ୍ପା ମଉନ ସର୍ବ ହୁଅ

କହିଲେ ବଚନ ଅଚ୍ୟୁତ

ଶୁଣିବା ହୋଉ ଭାଗବତ

ମାନବା ହୋଇଣ ସଂସାରୀ

ଯେ ଦୁଖ ସୁଖକୁ ଆବୋରି

 

 

 

 

କୁଟୁମ୍ବେ ଦୃଢ଼େ ମଜିଥାନ୍ତି

ହରି ମହିମା ନ ଜାଣନ୍ତି

ମରିବି ବୋଲି ନ ଜାଣନ୍ତି

ସର୍ବଦା ଜୀଇଂଥିବି ୟେଥି

ମୁଂ ଜୀବମାନଙ୍କରେ ସାର

ମତି ଭ୍ରମାଇଂ ତାହାଙ୍କର

ଶୁଦ୍ଧ ଶ୍ରାଦ୍ଧ ଯେ କର୍ମ ନାହିଂ

ମାୟା ଭ୍ରମରେ ଥାଇ ତହିଂ

 

 

 

 

ସର୍ବକୁ ବଳିଥାଏ ବିତ୍ତ

ସୁତ କୁଟୁମ୍ବେ ଥାଏ ଚିତ୍ତ

ତହାକୁ କର୍ମ ନ ଭୁଲାଏ

ଯା ଚିତ୍ତ କୃଷ୍ଣ ପାଦେ ଥାଏ

ଧନ ପଣ ଯେ ଦାରା ସୁତ

ବନ୍ଧୁ କୁଟୁମ୍ବ ଇଷ୍ଟ ମିତ୍ର

ବିଜୁଳି ପରାୟେ ୟେ ଜାଣ

ଭଗତ କରନ୍ତି ପ୍ରମାଣ

 

 

 

 

ସପନ ପରାୟେ ମଣନ୍ତି

ହରି ମହିମା ଯେ ଗୁଣନ୍ତି

ତାହାଙ୍କ ପରେ ବଡ଼ ନୋହ

ବିପ୍ର ପଣରେ ବଡ଼ ହୁଅ

ଆବର ଶୁଣ ହୋ ବଚନ

ଶୁଧ୍ୟର କହିବା ବିଧାନ

ଶ୍ରୀ କୃଷ୍ଣ କଳ୍ପଣାର ଗୁଣ

ସଂସାରେ ହୋଇଛି ଭିଆଣ

 

 

 

 

କଳ୍ପଣା ମିଥ୍ୟା ଯେ ଅଟଇ

ମିଥ୍ୟା ମନିଷ୍ୟ ଭୋଗେ ପାଇ

ଶୁଧ୍ୟ ଶ୍ରାଧ ଯେ ନାମ ତାର

କେବଳ ଦେବତା ସୁମର

କୃଷ୍ଣ ନିମନ୍ତେ କର୍ମ ନୋହେ

ନିଶ୍ଚଳ କର୍ମ ସେ ବୋଲାଏ

ମିଥ୍ୟା ଶ୍ୱରୀର ମିଥ୍ୟା ଘର

ମିଛ ମରଣ ଏ ସଂସାର

 

 

 

 

ସଂସାର ଛନ୍ଦିବାର ପାଇଂ

ବିଧାତା କର୍ମ ଅଛି ଲିହି

ପିତୃକାର୍ଯ୍ୟ ଯା ବୋଲୁଂ ଜାଣି

ନରଙ୍କୁ ପୂଜ ହୋ ସୁଗ୍ୟାଂନୀ

ମୋହାର ପିତାମାତା ମାନ

ଶୂଧ୍ୟ କରିବି ସୁଯତନ

ୟେଥି ନିମନ୍ତେ କର୍ମ ବହୁ

ସୁତ ଛଳିଣ ବାକ୍ୟ କହୁ

 

 

 

 

ଚତୁର କୃଷ୍ଣର ଭଗତା

ଶୁଣ ତାହାଙ୍କ କର୍ମ କଥା

କୃଷ୍ଣ ନିମନ୍ତେ ଯଉଂ କର୍ମ

କରନ୍ତି ଭଗତ ଉତ୍ତମ

ହାଥରେ ଯେ ଅବା ପଡ଼ଇ

କୃଷ୍ଣଙ୍କୁ ସମର୍ପନ୍ତି ନେଇ

ଶୁଣ କହିବା ୟେକ ବାଣୀ

ଯହିଂ ନିମନ୍ତେ କର୍ମ ପୁଣି

 

 

 

 

ପୃଥ୍ୱୀରେ ହାଡ଼ ଯେ ରହଇ

ଚର୍ମ ରୁଧର ପାଣି ଚହିଂ

ପବନେ ରହଇ ପବନ

ଅନଳ ଜ୍ୟୋତିକୁ ଗମନ

ଗଗନେ ରହଇ ଗଗନ

ଏମନ୍ତେ ପଞ୍ଚଭୂତ ସ୍ଥାନ

ଆତ୍ମା ପୁରୁଷ ପୁଣ ଯାଇ

ଅନ୍ୟ ମୂରୁତି ଯେ ଧରଇ

 

 

 

 

 

 

 

 

ଉତ୍ତମ କର୍ମ କରିଥିଲେ

ଦିବ୍ୟ ଜନମ ପାଇ ଭଲେ

ମନ୍ଦ କରମ ଥିଲେ ଘେନି

କୁକୁର ମାଙ୍କଡ଼ ଶୁକ୍ରିନୀ

ହୀନ ଜନମ ଥିଲେ ଘେନି

ଭ୍ରମିବ ଖାନେ ୟେ ମେଦିନୀ

ସଂସାର ଡରେ କର୍ମ କହି

ଭଗତି ତହୁଂ କର୍ମ ନାହିଂ

 

 

 

 

ଭଗତି ବୋଲିଣ ଧାରଣା

ସୁଜନ ପ୍ରୀତିରେ ଯେ କିଣା

ଉଆ ତଣ୍ଡୁଳ ମୁଗ ଘୃତ

ବିବିଧ ବ୍ୟଞ୍ଜନ ସଙ୍ଗତ

କରନ୍ତି କୃଷ୍ଣର ନିମନ୍ତେ

କୃଷ୍ଣ ପୁରିଛି ସର୍ବଭୂତେ

କୃଷ୍ଣ ହୁଂ ନ ଜାଣନ୍ତି ଆନ

କୃଷ୍ଣ ସେ ମାତା ପିତା ଧନ

 

 

 

 

କୃଷ୍ଣ ସେ ସୁତ ବନ୍ଧୁ ଭାଇ

କୃଷ୍ଣହୁଂ ଆନ ଆଉ ନାହିଂ

ଯେ ଜନ ମୁଳ ଚିହ୍ନି ଥିବ

ଡାଳ ପତ୍ରେ କି ସେ ଭୁଲିବ

ଶ୍ରୀକୃଷ୍ଣ ଅଟନ୍ତି ଯେ ମୂଳ

ବ୍ରହ୍ମା ବିଷ୍ଣୁ ଯେ ଶିବ ଡାଳ

ନବକୋଟି ଯେ କାନ୍ତାୟନୀ

ଚଉଷଠୀ ଗୋଟି ଯୋଗିନୀ

 

 

 

 

ୟେ ସର୍ବ ପତ୍ର ଡାଳ ସିନା

ପିତୃ ସହିତେ ଯେ ପୂଜନା

ମୂଳରେ ପାଣି ଦେଲେ ପୁଣ

ପଲ୍ଲବେ ଡାଳପତ୍ର ଜାଣ

ହୋମ ଯେ ଘୃତରେ କରିଣ

ଅଗ୍ନିରେ ଉଚ୍ଚିଷ୍ଟ କ୍ଷେପଣ

ଅଗ୍ନି ଉଚ୍ଚିଷ୍ଟ ପିତୃ ପାଇ

ପିତୃ ଉଚ୍ଚିଷ୍ଟ ହାଣ୍ଡିଲଇ

 

 

 

 

 

 

 

 

ତା ତହିଂ କରିଛ ରନ୍ଧନ

ପିତୃ ଉଚ୍ଚିଷ୍ଟେ ଘର ଅନ୍ନ

କୃଷ୍ଣ ନିମନ୍ତେ ସେ ନୋହିଛି

ୟେଣୁ ଚିତ୍ତକୁ ନ ରୁଚୁଛି

ଭୋଗ ସିଧି ଯେ ନ ଜାଣନ୍ତି

ଯାହା ଭୋଜନ ତାହା ଖାନ୍ତି

ନବତନ ଯେ ହାଣ୍ଡିକର

ହୋମ ଘୃତ ଯେ ତହିଂ କର

 

 

 

 

କୃଷ୍ଣ ନିମନ୍ତେ ପାକଘଣ୍ଟା

ସେ ଦ୍ରବ୍ୟେ ଆମ୍ଭ ଚିତ୍ତ ଯନ୍ତା

ଶୁଣି ସନ୍ତୋଷ ସେହୁ ପ୍ରାଣୀ

ଶ୍ରୀଭାଗବତ ଗୁଣ ଶୁଣି

କର୍ମ କିଙ୍କର ଭକ୍ତି ସାର

ସୁଜନ ଜନଙ୍କ ବେଭାର

ଗୀତରେ ଭଗତି ପ୍ରମାଣ

ପୁରାଣେ କୃଷ୍ଣ ଭକ୍ତି ଟାଣ

 

 

 

 

ସେ ଭକ୍ତି ଜାଣେ ଯଉଂ ଜନ

କଳି କଳୁଷ ନାହିଂ ଜାଣ

ହାଥରେ ରନ୍ଧନ କରଇ

ଶ୍ରୀ ଗୋପୀନାଥଙ୍କୁ ଭୁଞ୍ଜାଇ

ବିଧିୟେ ଅରୁଆ ତଣ୍ଡୁଳ

ଥୋକାୟେ ଆଣି ମୁଗଫଳ

ସାରୁ ଆଳୁ ଯେ ପଞ୍ଚୁବର୍ଣ୍ଣି

ପରିବା ଘୃତମାନ ଘେନି

 

 

 

 

ଦୁଧ ଯେ ଦଧି ଯୋଗାଇଣ

କର ହୋ ପ୍ରସାଦ ଭିଆଣ

କଦଳୀ ପତ୍ର ଉପଚାର

ନଗ୍ରର ପଛିମେ ବେହାର

ଶ୍ରୀ ଗୋପୀନାଥଙ୍କ ପୀରତି

ପାଞ୍ଚ ଯେ ଦିନ ଥିବା ଏଥି

ଖଞ୍ଜା କରିଣ ସର୍ବ ଦେଲା

ପିତାର କାର୍ଯ୍ୟରେ ପଶିଲା

 

 

 

 

 

 

 

 

ନିତି ନିତିକୁ ରାସ ହୋୟେ

ସର୍ବ କଳୁଷ ଧଂସ ଯାୟେ

ଖଣ୍ଡୁଆ ଚୁଡ଼ିଆ ପାଛୋଡ଼ି

କୋଡ଼ିଏ ମୁର୍ତ୍ତି ଦିୟେ ଲୋଡ଼ି

କାରୁଣ୍ୟେ ଦେଲାକ ମେଲାଣି

ଗୃହସ୍ଥ ଧର୍ମ ପରିମାଣି

ୟେ ଭାବ ସଦାଦିନ ଥାଉ

ଏ ଘର ତୁମ୍ଭ ଘର ହୋଉ

 

 

 

 

ମୁକୁନ୍ଦ ସଙ୍ଗରେ ସଙ୍ଗାତ

ଅନନ୍ତ ସଙ୍ଗତରେ ମିତ

ଯାଦବ ବଛ ସଙ୍ଗେ ସଖା

ଅଚ୍ୟୁତି ସଙ୍ଗେ ପ୍ରାଣ ବିକା

ତୁମ୍ଭେ ତ ଶୁଦ୍ର କୁଳ ନୁହ

ଜନ ନିସ୍ତାରେ ମିଥ୍ୟା ଦେହ

ବିନୟ ହୋଇଣ କହିଲେ

ଦୀନ ଅଚ୍ୟୁତି ହରି ବୋଲେ

ଇତିଶ୍ରୀ ରାହାସବନ୍ଦନେ ନାମ ଚତୁର୍ଦ୍ଦଶ ଅଧ୍ୟାୟଃ।

 

ରାହାସ ଖଣ୍ଡ

॥ ପଞ୍ଚଦଶ ଅଧ୍ୟାୟ ॥

ହରି ଶବଦ କରି ତୋଷେ

ତହୁଂ ଚଳିଲେ ସେ ହରଷେ

ତିନି ଯେ ଧାର ନଦୀ ବହି

ନଦୀ ଚିତ୍ରାଙ୍ଗୀ ନାମ କହି

ତହିଂ ଯେ ନରେନ୍ଦ୍ର ତା ନାମ

ଜପ କୁଦରେ ତା ବିଶ୍ରାମ

ଦେଖିଲା ଯହୁଂ ବଡ଼ ବୋଧା

ବଡ଼ାଇ କଲାକ ଶରଧା

କଉଂ ଦେଶରେ ତୁମ୍ଭ ଘର

ନରେନ୍ଦ୍ର ପଚାରେ ସଧୀର

କଉଂ ବେପାର ତୁମ୍ଭେ କର

କିମ୍ପା ଅଇଲେ ୟେ ଦେଶର

କଉଂ ରାଜାର ଦେଶେ ରହ

ଗ୍ରାମ ଜାଗିରି କିସ ପାଅ

ମଠ ସଂପ୍ରଦା ଗୋରୁ ବିତ୍ତ

କିସ ହୋ ହୋଇଛ ପ୍ରାପତ

ଶୁଣ ହୋ ନରେନ୍ଦ୍ର ଉତ୍ତମ

କହିବା ବଚନ ଶୁଣିମ

ଗ୍ରାମ ମହିମା ପଚାରିଲେ

ଗ୍ରାମିଣ ପଣ ନୋହେ ଭଲ

ଗ୍ରାମ ଗୋଟିଏ ଆମ୍ଭ ଅଛି

ସେ ବୃତ୍ତି ପଡ଼ିଆ ଯାଇଛି

ତିନି ହାଥ ଯେ ଅର୍ଦ୍ଧେ ଗ୍ରାମ

ଉଠାଇ ନ ପାରି ଉତ୍ତମ

ୟେ ଗ୍ରାମ ଯେମନ୍ତ ଉଠନ୍ତା

ଧନ ସମ୍ପଦ କେତେ ହୋନ୍ତା

ଶୁଣି ଚକିତ ପୁଣ ହେଲା

ଗ୍ରାମର ବାରତା ପୁଛିଲା

ପଡ଼ିଆ ଉଠିଆ କେମନ୍ତ

କହିବା ଏଥିର ଉଦନ୍ତ

ପଡ଼ିଆ ବିଚାର ହୋ ଶୁଣ

ପ୍ରାଣୀୟେ ନାଶ ଯାନ୍ତି ପୁଣ

 

 

 

 

ଦଶ ମାସ ଯେ ଗର୍ଭେ ଥାଇ

ମଳ ମୁତ୍ରରେ ଘାଣ୍ଟି ହୋଇ

ଜନମ ହୋଇଣ ସଂସାରେ

ମଳମୂତ୍ରରେ ଦିନ ହାରେ

ଖେଡ଼ ରଙ୍ଗରେ କିଛୁଦିନ

କନ୍ଦର୍ପେ ସେବି ମୋହମାନ

ଯୋନି ଯୈାବନ ରସ ପାଇ

କାମେନୀ ସଙ୍ଗତେ ମଜ୍ଜଇ

 

 

 

 

ସୁତ ଦେଖିଣ ହୋଏ ଭୋଳ

ଉତ୍ତମ କରି କରେ ଆଳ

ଧନ ସଂଚଇ ବନ୍ଧୁ ମିତ୍ର

ଗୃହ ବନ୍ଧନେ ମଜ୍ଜେ ଚିତ୍ତ

ମରଣ ମୁଖରେ ପଡ଼ଇ

ଅନ୍ତେଣ ଯମ ଆଳ ଯାଇ

ପଡ଼ିଆ ଗଲା ମୂଳ ଗ୍ରାମ

ଦଣ୍ଡଇ ଯମ ଯେ ଉତ୍ତମ

 

 

 

 

ଉଠିଆ ବିଚାର ହୋ ଶୁଣ

ଯେମନ୍ତ ସୁଜନଙ୍କ ଗୁଣ

ପାଞ୍ଚ ବରଷ ଖେଳେ ଯାଇ

ବିଦ୍ୟା ସପତ ବରଷ ହିଂ

ଦଶ ବରଷ ହେତୁ ଧର

ଦ୍ୱାଦଶେ ଶ୍ରୀଗୁରୁ ସୁମର

କୃଷ୍ଣର ଗୁଣ କର୍ମ ମାନ

ମେଳା ଉଚ୍ଛବେ କରେ ଧ୍ୟାନ

 

 

 

 

ୟେମନ୍ତେ ପନ୍ଦର ବରଷ

ସୁଜନ ସଙ୍ଗରେ ବିଳାସ

ପୁରୁଷେ ଧୀର ମନକରେ

ସୁତ କଳତ୍ର ଯେ ଆବୁରେ

ସୁତ କଳତ୍ର ଆବୋରିଣ

ପୂଜଇ ସାଧୁଙ୍କ ଚରଣ

ଦ୍ୱନ୍ଦ ବାଦରେ ନାହିଂ ମତି

ସତ୍ୟ ବଚନ ପାଳିଥାନ୍ତି

 

 

 

 

ଦୁଖ ସୁଖରେ ଯା ମିଳଇ

କର୍ମ ଆଦରି ତା ଭୁଞ୍ଜଇ

ପଞ୍ଚାଶ ବରଷ ଆବର

ଧ୍ୟାନ ସମାଧି କରେ ଧୀର

ପଞ୍ଚାଶ ଦଳ ଅଙ୍ଗନ୍ୟାସ

ଭୁତ ଶୁଦ୍ଧି ଯେ କରନ୍ୟାନ

ପ୍ରଭାତୁଂ ସ୍ରାହାନ କରିଣ

ଗୁଣନ୍ତି ଭାଗବତ ଗୁଣ

 

 

 

 

ୟେମନ୍ତେ ଗ୍ରାମ ତ ଉଠିଆ

ୟେଣୁ ହୋ ଯାଉଛି ପଡ଼ିଆ

ବୃତ୍ତି ନିମନ୍ତେ ତା ଆକଟ

ଯମ ରାଜାର ୟେହୁ ଘଟ

କୋଟିକେ ଗୋଟିଏ ବା ନର

ଉଠନ୍ତା ଏ ଗ୍ରାମ ଶରୀର

ଶୁଣି ହରଷ ମନ ତାର

ଆଜ ନିସ୍ତାର ମୋର ପୁର

 

 

 

 

ସାଧୁଙ୍କୁ ଗୃହୀ ଯେ ଦେଖନ୍ତି

କଳୁଷ ପଙ୍କୁ ନିସ୍ତରନ୍ତି

ଭାଗବତରେ ଯେ ପ୍ରମାଣ

ତୁମ୍ଭ ଭାଗ୍ୟରେ ତାହା ଶୁଣ

ପାଞ୍ଚ ଟଂକା ଯେ ଖଞ୍ଜା ଦେଲା

ସିଧା ସଞ୍ଚା ଯେ ସମର୍ପିଲା

କିଛି ଦିନ ହୋ ୟେଥି ରହ

ଆମ୍ଭଙ୍କୁ ଦରଶନ ଦିଅ

 

 

 

 

ମେଲାଣି ହୋଇଣ ସେ ଗଲେ

ନଗ୍ରରେ ପ୍ରବେଶ ହୋଇଲେ

ପୁଣି ଭୋଜନ ବିଧି ସାରି

ଦ୍ରଶନ ଦେଲେ ବେଗକରି

ରାହାସ ମଣ୍ଡୋଳେ ଯେ ପୁଣ

ଉଭା ହୋଇଲେ ସଧୀରେଣ

ତାମ୍ବୋଳ ଚନ୍ଦନ ଯେ ଫୁଲ

ବସନମାନ ଅତି ଭଲ

 

 

 

 

 

 

 

 

ପଞ୍ଚୁ ଭାବରେ ଯେ ପୂଜିଲେ

ରାହାସ ବିଧି ୟେ ବୋଇଲେ

ପାତ୍ରକୁ କହନ୍ତି ବଚନ

ଶଂକିତ ନର କଥା ଘେନ

ଚନ୍ଦନ ସେବା ଯେ ନକରି

ଖୋଳରେ ନ ଦିଅନ୍ତି ଘୋରି

ରାହାସ ଗାଇଣ ଶୁଣନ୍ତି

ବିପ୍ର ଦୋରେହା ଦୋଷ ପାନ୍ତି

 

 

 

 

କ୍ରତାଳ ଖୋଳରେ ଯେ ଫୁଲ

ଦିଅନ୍ତି ନାହିଂ କରି ହେଳ

ନ ଦେଇ ଶୁଣନ୍ତି କୀର୍ତ୍ତନ

ଗୋହତ୍ୟା ପାତେକ ଯେସନ

ତାମ୍ବୋଳ ପୂଜା ଯେ ନ କରି

ଶୁଣନ୍ତି ରାହାସ ଉଭାରି

ବିଷ୍ଣୁ ଦ୍ରୋହକୁ ପାପ ପାଏ

ରାହାସ ବିଧାନ ଏ ହୋଏ

 

 

 

 

ବସନ ନ ଦେଇ ରାହାସ

ଶୁଣନ୍ତି ଶ୍ରୀକୃଷ୍ଣର ରସ

କାଠମଣ୍ଡୁଳ ଜନ୍ମ ପାଇ

ୟେ କଥା ଧର୍ମଶାସ୍ତ୍ରେ କହି

ମନ ନ ଦେଇ ଯେ କୀର୍ତ୍ତନ

ଶୁଣନ୍ତି ହେଜେ ସ୍ୱଭାବେଣ

ଶୂକର ଜନ୍ମ ସେ ପାବନ୍ତି

ବିଧାନମାନ ବର୍ଣ୍ଣିଛନ୍ତି

 

 

 

 

ନରେନ୍ଦ୍ର ବଚନେ ଯେ ପାତ୍ର

ସନ୍ତୋଷ କଲା ତାର ଚିତ୍ତ

ଶୁଣ ହୋ ପାତ୍ର ୟେ ବଚନ

ରାହାସ ଯେବଣ ବିଧାନ

ମେଲାଣି ନ ଦେଲେ ୟେ ପୁଣ

ଗୁରୁ ଅପ୍ରାଧ ଦୋଷ ଜାଣ

ଭୋଜନ ଠାବରେ କଳୁଷ

କଲେ ଉଜାଡ଼ ଯାଏ ଦେଶ

 

 

 

 

 

 

 

 

ଆମ୍ଭ ଭାଗ୍ୟକୁ ୟେ ମିଳିଲେ

ୟେହାକୁ ପୂଜୁଥିବା ଭଲେ

ୟେମନ୍ତ କରିଣ ଚଳିଲେ

ପୁଣ ସେ ନବରେ ମିଳିଲେ

ୟେମନ୍ତେ ସେ ରାତ୍ର ପାହିଲା

ପୁଣ ପ୍ରଭାତ କାଳ ହେଲା

ଦ୍ରଶନ କଲାକ ହରଷେ

ଅଚ୍ୟୁତ ଚରଣର ପାଶେ

 

 

 

 

ଦ୍ୱାଦଶ ଦାସ ସଙ୍ଗତେଣ

ଗୋପାଳ ଦଣ୍ଡବତ ପୁଣ

ଆବର ଚାରିଦିନ ଥିବ

ତଦନ୍ତେ ନିବେଦନ ଭାବ

କହିଣ ଚଳିଲେ ସେ ଦେଶେ

ତ୍ରିଖର ଗ୍ରାମକୁ ହରଷ

ଚାରିଦିନ ଯେ ତହିଂ ରହି

ଯବନ ଜଞ୍ଜାଳ ଛଡ଼ାଇ

 

 

 

 

ଚଳିଲେ ପଞ୍ଚମ ଦିବସେ

ଦଣ୍ଡବଦ ସେ ଭୂମି ଦେଶେ

ରାଜୁସି କର୍ମ ବଡ଼ ମନ୍ଦ

ଅନେକ ଅଟେ ୟେ ଅଛନ୍ଦ

ପାଦାନ୍ତି ତୁରଙ୍ଗ ଆସନ

ନାନାଦି ଶେଯ୍ୟା ସୁଯତନ

ଉତ୍ତମ କାମେନୀ ବସନ

ୟେହା ଭୂପତି ରାଜ ଧନ

 

 

 

 

ୟେ ସୁଖ ପ୍ରାୟେ ଦିଶୁଥାଇ

ସଂସାର ଜନ ତା ଜାଣଇ

ମନର କଥା କେବା ଜାଣେ

ମନ ଭ୍ରମଇ ଅନୁକ୍ଷଣେ

ରଜ ତାମସେ ଜଡ଼େ ମନ

ମତି ହୋଅଇ ଛନ ଛନ

ନିଷ୍ପଳେ ଯାଉ ଥାଇ ଦିନ

ରାଜପୁତ୍ର ୟେ ଯେତେ ଜନ

 

 

 

 

 

 

 

 

ଅଭାଗ୍ୟ ମୋହୋର ଯେ ପୁଣ

ଦ୍ରଶନ ଖଣ୍ଡନ ଭାବେଣ

ୟେମନ୍ତ କହିଣ ଚଳିଲେ

ନଗରେ ପ୍ରବେଶ ହୋଇଲେ

ଭୋଜନ କରି ଧାତିକାର

ପୁଣ ମିଳିଲେ ୟେ ଛାମୁର

ବୋଲନ୍ତି କିଛୁ ଦିନ ଥାଅ

ଦେଶ ମଧ୍ୟରେ ତୁମ୍ଭେ ରହ

 

 

 

 

ଶୁଣ ହୋ ଭଗତ ରାଜନ

ରାଜୁସି ଭକ୍ତି ତୁମ୍ଭ ମନ

ରାଜ କର୍ମରେ ଭକ୍ତି ଘୋର

ମନ ନ ବଳିଲା ତୋହୋର

ରାଜୁସି ଭଗତି ପାଇବ

ଭଗତ ଅଟେ ତିନି ଭାବ

ସାତୁକି ରାଜୁସି ତାମସ

ଭଗତି ଭାବେ ନବ ରାସ

 

 

 

 

ଗୃହୀ ଭଗତ ସଙ୍ଗ ମେଳେ

ଦାରା ପୁତ୍ର ଯେ ଧନ ବଳେ

ବଣିଜ ବେପାର ଗୋରଖ୍ୟ

ଗୃହୀଙ୍କ ପଣେ ବଳ ଦକ୍ଷ

ଯେ ଗୃହ କର୍ମରେ ରହନ୍ତି

ୟେ ଗୃହ ଅନ୍ଧକୁପ ମତି

ଯେଣୁ ଯେ ଗୃହ ଆଦରନ୍ତି

ତେଣୁ ତାମସ ରାତି ପାନ୍ତି

 

 

 

 

ୟେ କର୍ମେ ଗୃହ ଯେ ଆବୋରି

ଶ୍ରୀଗୁରୁ ଦରଶନ କରି

ଗୁରୁଙ୍କୁ ଭୁଞ୍ଜାଇ ଦକ୍ଷିଣା

ଦିଅନ୍ତି ହରଷେ ଆପଣା

ବଷ୍ଟମ୍ବ କରନ୍ତି ଦ୍ରଶନ

ବଷ୍ଟମ୍ବ ଜନକୁ ଭୋଜନ

ଶ୍ରୀଗୀତା ଭାଗବତ ଲକ୍ଷ୍ୟ

ପୁରାଣ ଶୁଣି ମନ ସୁଖ

 

 

 

 

 

 

 

 

ତୀର୍ଥ ବ୍ରତରେ ଦ୍ୟନ୍ତି ମନ

କହନ୍ତି ସତ୍ୟ ଯେ ବଚନ

ପର ରମଣୀ ନ ହରନ୍ତି

ଗୋପ୍ୟେ ଯେ ପର ଦ୍ରବ୍ୟ ନାସ୍ତି

ପକ୍ଷାପକ୍ଷ ଯେ ଜନଠାରେ

ସଭାରେ କଦାପି ନ କରେ

ରାଜସ୍ୱ ବ୍ରହ୍ମସ୍ୱ ନ ହରେ

ମଇତ୍ର ସକଳ ଜୀବରେ

 

 

 

 

ତାମସ କର୍ମେ ନ ଲାଗଇ

ସେ ଜନ କୃଷ୍ଣ ପାଦ ପାଇ

ତାମସେ କୁଟୁମ୍ବ ଆବୋରି

ଏ କର୍ମ ନ ପାରଇ କରି

ମୋହୋର ମୋହୋର ବୋଲନ୍ତି

ଅନ୍ତେଣ ପଶୁ ଜନ୍ମ ପାନ୍ତି

ୟେମନ୍ତ ତାମସର ଗୁଣ

ରାଜ ନ ଥିବ ମନେ ପୁଣ

 

 

 

 

ରାଜୁସି ଭଗତି ଲକ୍ଷଣ

କହିବା କିଛି କିଛି ଶୁଣ

ପରଜା ପୀଡ଼ା ନ କରିବ

ପୁତ୍ରର ପରାଏ ପାଳିବ

ଦେବତା ଥିବେ ଯେତେ ଦେଶେ

ଭୋଗ ଖଞ୍ଜିବ ମନ ତୋଷେ

ବ୍ରାହ୍ମଣେ ଦେବ ଭୂମିଦାନ

ଦରିଦ୍ରେ ଦେବ ବସ୍ତ୍ର ଅନ୍ନ

 

 

 

 

ବଷ୍ଟମ୍ବ ରଖିବ ଦେଶରେ

ମୂର୍ତ୍ତିଏ ଗ୍ରାମ ଗ୍ରାମ ଠାରେ

ଚାରିମାସ ଯେ ରଖାଇବ

ମେଲାଣି କରି ବିଦାଦେବ

ଦେବ ବଷ୍ଟମ୍ବ ଅଣାଇବ

ମୋଚ୍ଛବ କରି ବିଦାଦେବ

ପର ରମଣୀ ଯେ ହରିବ

ବିଭା ହୋଇଣ ରତି ଦେବ

 

 

 

 

 

 

 

 

ଛତ୍ରୀ ଯେ ଅନ୍ନ ବସ୍ତ୍ର ଦେବ

ଦେଶେ ଏହାକୁ ରଖିଥିବ

ଗୁରୁଙ୍କୁ ଦେବ ଭୁମିଦାନ

ଶ୍ରୀ ମୁର୍ତ୍ତି କରିବ ପୂଜନ

ଅପୂର୍ବ ବଷ୍ଟମ୍ବ ମିଳିଲେ

ସ୍ନେହ କରିବ ତାଙ୍କ ତୁଲେ

ୟେମନ୍ତ ଲକ୍ଷଣ ଯେ ଧିରେ

ରାଜୁସି ନ ଛୁଏଂ ଶ୍ୱରୀରେ

 

 

 

 

ଶ୍ରୀ କୃଷ୍ଣ ଚରଣ ଯେ ପାଇ

ୟେ କଥା ପୁରାଣରେ କହି

ସାତୁକୀ ଭଗତି ଲକ୍ଷଣ

ସଂଯୋଗୀ ଅବା ଅକିଞ୍ଚନ

ସମୟ ଜାଣି ରତି କରେ

ପର ରମଣୀ ସେ ନ ହରେ

ସତ ଶକ୍ତିହିଂ ତାଙ୍କ ଦାଢ଼

ଶାନ୍ତି ଶୀତଳ ମତି ଦୃଢ଼

 

 

 

 

ଦ୍ୱନ୍ଦ ବାଦ ଯେ ଛନ୍ଦ ଭାବ

ନ ବସେ ୟେମନ୍ତେ ସ୍ୱଭାବ

ବଷ୍ଟମ୍ବ ଗୁରୁ ଯେ ସେବଇ

ସେ ଗ୍ରାମ ଦେଶ ସେ ଜାଗଇ

ପ୍ରଭାତ ସ୍ରାହାନ ଭଜନ

ମାତୃକା ଭୂତ ଶୁଧିମାନ

କର ଅଙ୍ଗର ନ୍ୟାସ କରି

ସମାଦି ସାଧନକୁ ଧରି

 

 

 

 

ଛାୟା ଅବାଡ଼ ଯନ୍ତ୍ର ଗୁଣ

ଜାଣେ ଯେ ୟେଥିର ଲକ୍ଷଣ

ଶ୍ରୀଗୀତା ଭାଗବତ ପଢ଼େ

ପୂରାଣ ପାର୍ବଣରେ ବାଢ଼େ

ମେଳା ମୋଚ୍ଛବେ ଚିତ୍ତ ରହେ

ଭିଖ୍ୟା ଦୀକ୍ଷାରେ ଦିନ ଯାଏ

ଏ ଦେହ ଚିର ନ ମଣଇ

ପାଚଲା ଫଳ ପ୍ରାୟେ ହୋଇ

 

 

 

 

 

 

 

 

ପୁରୁଣା ବସନ ପରାଏ

ଦିନକୁ ଦିନ ଯେ ମିଳାଏ

ନଳିନୀ ଦଳରେ ଯେ ପାଣି

ସେମିତି ପରାଣୀକୁ ଜାଣି

ପାଷାଣ ଅଗ୍ନି ଯେହ୍ନେ ଦେହେ

ଦେହକୁ ତେସନ ପରାଏ

ଦଦରା ହାଣ୍ଡିରେ ଯେ ପାଣି

ପାଣି ଫୋଟକା ଦେହ ଜାଣି

 

 

 

 

ୟେମନ୍ତ ବୁଝି ଥବ୍ୟଗତ

ଯୁଝନ୍ତି ଶତ୍ରୁଙ୍କର ମତ

ସେହୁ ସତୁକି ଭକ୍ତି ପାନ୍ତି

ରଜ ତାମସ ସେ ୟେଡ଼ନ୍ତି

ସାତୁକି ରାଜୁସି ତାମସ

ତହିଂ ନବଧା ଭକ୍ତି ରସ

ଗୋପୀ ବ୍ରାହ୍ମଣୀ ଯେ ବିଦୂର

ଗୃହ ଆବୋରି ଥିଲେ ଘର

 

 

 

 

ଗୃହ କରମ ନ ଘେନିଲେ

ତମ ଗୁଣରୁ ସେ ତରିଲେ

ଯେଣୁ ମୋହର ସେ ବୋଇଲେ

କୃଷ୍ଣଙ୍କୁ ସକଳ ଯାଚିଲେ

ସାତୁକି ସଙ୍ଗ ସେ ଧଇଲେ

ତମୋ ଗୁଣକୁ ଛଡ଼ାଇଲେ

ୟେଣୁ ଯେ ସାତୁକି ଲଭିଲେ

କୃଷ୍ଣ ଚରଣେ ଲୀନ ହେଲେ

 

 

 

 

ପ୍ରହ୍ଳାଦ ଧ୍ରୁବ କଂସ ତିନି

ରାଜୁସି ଭଗତି ଏ ଘେନି

ରାଜୁସି କର୍ମେ ଧୀର ନୋହି

କୃଷ୍ଣ କଥାକୁ ମନ ଦେଇ

ଯେଣୁ ସେ ଭଗତ ସୁଖରେ

ସର୍ବଦା ରହିଲେ ନାମରେ

ଶୁକ ଉଦ୍ଧବ ଯେ ନାରଦ

ସାତୁକି ଭଗତଙ୍କୁ ଭେଦ

 

 

 

 

 

 

 

 

ଧ୍ରୁବ ତେଜିଲେ ନାରୀ ସଙ୍ଗ

ଶୁକ ଅଟନ୍ତି ଯତି ଅଙ୍ଗ

ଉଦ୍ଧବ ପ୍ରିୟା ଗୋଷ୍ଠି ରତ

କାମରେ ନ ବଳଇ ଚିତ୍ତ

ୟେଣୁ ସେ ସାତୁକି ବୋଲାଇ

ତିନି ଗୁଣର ଭକ୍ତି ୟେହି

ଗୋପୀୟେ ଗୃହ କର୍ମ ସାରି

ବ୍ରହ୍ମଣୀ ଅଟେ ଗୃହ ନାରୀ

 

 

 

 

ବିଦୁର ଦାସୀସୁତ କହି

ତାମସ ୟେଣୁ ସେ ବୋଲାଇ

ଗୃହ କରମ ନ ଘେନିଣ

ତମ ଯେ ସାତୁକି ୟେଡ଼ିଣ

ୟେ ନବ ଜଣର ଲକ୍ଷଣ

ସଦା ଚିନ୍ତନ୍ତି ଯୋଗୀଜନ

ସେ ଜନ ସଂସାରରେ ସାର

ଭଗତି ଲଭନ୍ତି ମହୀର

 

 

 

 

ରାଜୁସି କର୍ମ ତୁମ୍ଭେ କର

ନାମ ଶ୍ରବଣେ ଚିତ୍ତ ଥିର

ରାଜୁସି କର୍ମ ନ ଲାଗିବ

ସାତୁକି ଭଗତି ଲାଗିବ

କହିବା ବଚନ ୟେ ଶୁଣ

ରାଜୁସି ଗୁଣ ହିଂ ୟେମାନ

ପୂର୍ବ ଜନ୍ମରେ ତପ କରି

ତୀର୍ଥ ବ୍ରତରେ ମନ ଧରି

 

 

 

 

ମନକୁ ଯତନ କରନ୍ତି

ଆତ୍ମା ପୁରୁଷ ନ ଚିହ୍ନନ୍ତି

ତୀର୍ଥ ବ୍ରତରେ ପୁଣ୍ୟ ଫଳେ

ତପ କରନ୍ତି ଦେହ ବଳେ

ୟେଣୁ ଯେ ରଜ ବୀଜୁଂ ଜାତ

ମହୀରେ ଭୋଗ ପରାପତ

ତପର ବଳେ ରାଜା ପୋଏ

ୟେମନ୍ତେ ରାଜସୁଖ ପାୟେ

 

 

 

 

 

 

 

 

ସେ ରାଜା ପୁଣ୍ୟ ଯେ ନକଲେ

ନରକେ ପଡ଼େ ଅବହେଳେ

ରାଜୁସି ଗୁଣର ଲକ୍ଷଣ

ସତ୍ୟ କହିବ ମୁଖେ ଜାଣ

ସତ ନ କହେ ରାଜା ବଳେ

ନରକେ ପଡ଼େ ଅନ୍ତକାଳେ

ଯୁଜେଷ୍ଠି ପଦେ ମିଥ୍ୟା କହି

ସପତ ଦିନ ନର୍କେ ରହି

 

 

 

 

ରାଜନ ସ୍ୱଦେଶ ମଧ୍ୟରେ

ବଡ଼ ବୋଲନ୍ତି ଅହଂକାରେ

ଆବର ଦେଶେ ରାଜା ଯାଇ

ଭୃତ୍ୟକୁ ସମସରି ନୋହି

ଆମ୍ଭ ରାଜାର ବଡ଼ ପଣ

ନୋହଇ ଭିନେ ସ୍ଥାନୁଂ ଥାନ

ତିନି ଭୁବନେ ଲେଖା ୟେହି

କପଟ କୂଟ ନ ଚଳଇ

 

 

 

 

ଚିତ୍ରଗୁପତ ପାଞ୍ଜି ଥାଇ

ଲେଖନ୍ତି ତିନିକାଳେ ରହି

ସେହି ରାଜାର ଡରେ ଜାଣ

ହୋଇଲୁ ଭିଖାରି ମାଗଣ

କଳିଯୁଗରେ ଦେହ ବହି

ପ୍ରାଣୀ ତ ଅବଶ୍ୟ ମରଇ

ଶୟେ ଆଠହିଂ ବର୍ଷ ନର

ଭୋଗ କରଇ ପୂଣ୍ୟ ଯାର

 

 

 

 

ନୋହିଲେ ଷାଠିୟେ ବରଷ

କେ କରେ ଭୋଗ ବା ପଞ୍ଚାଶ

ୟେଥକୁ ବିଅର୍ଥେ ଜୀବନ

ଦୁଃଖ ପୀଡ଼ିତ ବଞ୍ଚେ ଦିନ

ଶୁଣିଣ ସନ୍ତୋଷ ନରେନ୍ଦ୍ର

ଚରଣେ ପଡ଼ି କାନ୍ଦ କାନ୍ଦ

ସୋଅର୍ଣ୍ଣ ବସ୍ରମାନ ଦେଇ

ଭୃତ୍ୟର ଭୃତ୍ୟ ସିନା ମୁହିଂ

 

 

 

 

 

 

 

 

ବରଷ ଦିନକେ ଯେ ଦିନେ

ଦ୍ରଶନ ଦେବ ୟେହି ଥାନେ

ମେଲାଣି ଦେଇଣ ହରଷ

ବୋଲଇଂ ମୁହିଂ କୃଷ୍ଣ ଦାସ

ଶରଣ ସେ କୃଷ୍ଣ ଚରଣେ

ଦୀନ ଅଚ୍ୟୁତି ଗୀତେ ଭଣେ

ଇତିଶ୍ରୀ ରାହାସ ବନ୍ଦନେ ନାମ ପଞ୍ଚଦଶ ଅଧ୍ୟାୟଃ॥

 

॥ ଷୋଡ଼ଶ ଅଧ୍ୟାୟ ॥

ସେ ଥାନ ମହିମା ବଖାଣ

ମୁକୁନ୍ଦ ପଚାରେ ମନେଣ

ୟେ ଭକ୍ତ ଜନ କେ ଅଟନ୍ତି

ମନରୁ ଫେଡ଼ି ଭଏ ଭ୍ରାନ୍ତି

ୟେ ଥାନ ମହିମା ହୋ ଶୁଣ

କି ଅବା କହିବା ସୁଖେଣ

ଦୀନ ଅଚ୍ୟୁତି କହି ପାରି

ୟେ ଥାନ କାଶୀ ସମସରି

ଗୁପତ କାଶୀ ୟେ ଅଟଇ

ୟେହାକୁ କେହି ନ ଜାଣଇ

ବେଦ ସଂକଳ୍ପେ ଯଉଂ ପଦ

ପୂରାଣେ ସେହି କଥା ଭେଦ

ପାରେଶ୍ୱର ଯେ ଗୋପ୍ତଯାଇଂ

ବ୍ରାହ୍ମଣ ଆଗରେ ପଢ଼ଇ

ମଇନେ ବିଜେ କଳ୍ପବଟ

ବ୍ରାହ୍ମଣ ପଢ଼େ ଝଟ ଝଟ

ବାରଣସୀ ଯେ ଲୋକେଶ୍ୱର

ପାରେଶ୍ୱରଟି କାଶୀ ଧର

ନିତ୍ୟ କାଶୀଟି ୟେକା କହି

ସରସ ତୀର୍ଥ ଥାନ ୟେହି

ୟେହି ନଦୀର କୂଳେ ପୁଣ

ସାରଦା ସମସରି ଜାଣ

ପାରେଶ୍ୱର ଯେ ଉତ୍ତରରେ

ଗୁପତ ରାହାସ ଠାବରେ

ସେ ରାସ ମଣ୍ଡୋଳୀ ଦେଖିବା

ଗୋପତ ଦେବଲୋକ ସଭା

ମନ୍ତ୍ର ନ ଜାଣି ସେ ସ୍ଥଳରେ

ଯେ ଜନ ଦରଶନ କରେ

ସେ ରାସ ମଣ୍ଡୋଳୀ ସୁମର

ମନ୍ତ୍ର ଧରିଣ ଚିତ୍ତ ଥିର

ଗାରରେ ଅର୍ଧାଙ୍ଗ ଧରିବ

ଆବର ଇକାର ରଖିବ

 

 

 

 

ଇ କାର ପରେ ସାତ ଅଙ୍କ

ବିନ୍ଦୁ ବେଢ଼ିଣ ଯେ ଶଶାଙ୍କ

କ ଅରେ ଚାରି ଅଙ୍କ ଥୋଅ

ଆସନ କ୍ଷର ତହିଂ ଦିଅ

ନାମ ବୋଲିଣ ଯାହା ତହିଂ

ସେ ଥଳ ମନ୍ତ୍ର ୟେ ଅଟଇ

ୟେ ଥଳେ ଦୁଆଦଶ ଦିନ

ୟେମନ୍ତ କରିବ ଭଜନ

 

 

 

 

ତହିଂ ଭଗତି ଗ୍ରନ୍ଥ ମୁଖେ

ପଢିବ ସାଧୁଜନ ସୁଖେ

ୟେମନ୍ତେ ଦୁଆଦଶ ଦିନ

ସେ ସ୍ଥାନେ ରହିବ ଯତନ

ଇତର ସ୍ଥାନ ୟେ ନୋହଇ

ଶୂଧ୍ୟ ଭଗତହିଂ ଜାଣଇ

ଗୁପତ ଗୁପତ ଗୁପତ

ପ୍ରଘଟ ୟେ କଥା ନୋହେତ

 

 

 

 

ରଜ ତାମସ ଯେତେ ନର

ତାଙ୍କୁ ନ କହି ୟେ ବିଚାର

ସାତୁକି ଜନଙ୍କୁ ୟେମାନ

କହିବ ୟେ ଗ୍ରନ୍ଥ ସୁଖେଣ

ମାଛ ମାଏଂସ ପର ସ୍ତିରୀ

କୁକୁଡ଼ା ମଦିରା ଆହାରି

କଙ୍କଡ଼ା ବାରେହା ମାଏଂସ

ମୃଗ ମାଏଂସ କରେ ଗ୍ରାସ

 

 

 

 

ଜୀବ ଧରିଣ ବୃତ୍ତି ଧରେ

ଫାନ୍ଦ ପାତିଣ ଜନ୍ତୁ ଧରେ

ବେଶ୍ୟା ହରଣ ମିଥ୍ୟାଚାରୀ

ବିଶ୍ୱାସ ଘାତେକ ଯେ କରି

ସଭାରେ ମିଛ ଯେ କହନ୍ତି

ବଚନ କହି ନ ଦିଅନ୍ତି

ଅତିଥି ବସାଇ ଭୁଞ୍ଜଇ

ସ୍ରାନ ଶଉଚ ନ ଜାଣଇ

 

 

 

 

ଏ ଗ୍ରନ୍ଥ ତାହାକୁ ନ କହି

କହିଲେ ଅନ୍ଧ କୃଷ୍ଣ ଦେହୀ

ଦ୍ୱାଦଶ ଗୋପାଳ ଯେ ତୁମ୍ଭେ

ତୁମ୍ଭଙ୍କୁ କହିଲୁ ହୋ ଆମ୍ଭେ

ଆମ୍ଭ ତୁମ୍ଭର ଭାଷା ଭାବ

ସୁଭକ୍ତ ଜନଙ୍କୁ ଏଠାବ

ଆମ୍ଭ ଅଂଶର ପୁତ୍ର ଗଣ

ମଜ୍ଜିବେ ରାଜ ତାମସେଣ

 

 

 

 

ଏ ଗ୍ରନ୍ଥ ପଠନ ନ କରି

ମିଛେ ହୋଇବେ ଭେକଧାରୀ

ବାଳକ ଧରମୁ ଭରଥ

ଆବର ମୁକୁନ୍ଦ ଅନନ୍ତ

ଏ ପଞ୍ଚ ଅଂଶେ ଯେତେ ପୁତ୍ର

ଏ ଗ୍ରନ୍ଥ ନ କରୁ ବ୍ୟକତ

ଭଗତି ଭାବେ ଯେହୁ ହେବେ

ଗୁପତେ କଛି ଦିନ ଥିବେ

 

 

 

 

ପବନ ଉଥାନ ମଥୁରି।

ବୃନ୍ଦା ମିଶିଣ ନର ଚାରି

ତୁମ୍ଭେ ତ ଗୋପୀ ଅଂଶ ବହି

ଅଂଶତ ନ ରହିବ ମହୀ

ବକ୍ର ଯାଦବ ବଛ ଧରି

ଯେତେକ ରହିଲ ଉତ୍ତୁରି

ୟେ ତହୁଂ ଯେତେ ପୁତ୍ର ଥିବେ

ଏ ଗ୍ରନ୍ଥ ରଖି ନ ପାରିବେ

 

 

 

 

ଉଥାନ ରଖ କିଛି ଦିନ

ପୂଜା କରିବ ଯେ ଯତନ

ଉଥାନ ଠାବରୁ ଚଳିବ

ଦି କାର ଅକ୍ଷର ଧରିବ

ଦି କାର କର ବେନି ଥୋଇ

ତା ତହିଂ ରହି ନ ପାରଇଂ

ତହୁଂ ଚଳିବ ଗୋପାଳରେ

ଅତୀଅ ଦୁଃଖୀ କାଳ ହରେ

 

 

 

 

 

 

 

 

ରହିବ କିଛି ଦିନ ପୁଣ

ସେ ହେବ ବୈରାଗ୍ୟ ଧାରଣ

ସେ କାଳେ ଥିବେ କିଛି ଭକ୍ତ

ଶୁଣିବେ ଗୁପତେ ୟେ ଗ୍ରନ୍ଥ

ଥୋକେ ଶୁଣିବେ ଚିତ୍ତ ଦୃଢ଼

ଥୋକେ ହୋଇବେ ଲଡ଼ବଡ଼

ବୀଜମନ୍ତ୍ରକୁ ନ ଭଜିବେ

ଅବୀଜ ମନ୍ତ୍ରେ ଚିତ୍ତ ଦେବେ

କର ଯୋଡ଼ିଣ ପୋଏ ପୁଣ

କରିଲେ ନିଉଛାଳି ଶୁଣ

ବୀଜମନ୍ତ୍ର ଫେଡ଼ି କହ

ମନ ସନ୍ଦେହ ଦୂରେ ଥୂଅ

ଶୁଣ ହୋ ଗୋପାଳ ଭଗତ

ଭଗତି ବୀଜ ଶୁଣ ତତ୍ୱ

ଗୁରୁକୁ ପ୍ରମାଣ କରିଣ

ହରେ ରାମକୁ କୃଷ୍ଣ ପୁଣ

ସଖି ସଖା ଯେ ଯେତେ ଭାବ

ଗୋପର ଭଗତି ବୁଝିବ

ୟେକାକ୍ଷର ଯେ ଅଣାକ୍ଷର

ଧ୍ୟାନ ଗୋପାଳ ମୁର୍ତ୍ତି କର

ରାଧା ମନ୍ତ୍ର ଯେ କୃଷ୍ଣ ମନ୍ତ୍ର

ଯେ ଜାଣେ ଦେହାଦି ଯେ ତନ୍ତ୍ର

ୟେହାକୁ ବୀଜମନ୍ତ୍ର କହି

ୟେହା ଜାଣିଲେ ଦାସ ହୋଇ

ଅବୀଜ ମନ୍ତ୍ର ଯେ ଲକ୍ଷଣ

ଦ୍ୱନ୍ଦ ବାଦରେ ମଜ୍ଜେ ପୁଣ

ହିଂସା କପଟ ଅହଂ ଗୁଣୀ

ମନ୍ଦ ଚିନ୍ତଇ ଆନ ପ୍ରାଣୀ

ମନ୍ତ୍ର ଶୂନ୍ୟ ସେ ଘଟ ହୋଇ

ଅବୀଜ ତା ବାକ୍ୟ ଅଟଇ

ଦିଅର୍ଥେ ବଞ୍ଚଇ ଜୀବନ

ଶୁଣ ହୋ ସାଧୁ ସୁଧୀଜନ

ଦୀନ ଅଚ୍ୟୁତ ଦୋଷ ନାହିଂ

ନୀଳାଞ୍ଚଳକୁ ଥାଅ ଧ୍ୟାଇ

ଇତିଶୀ ରାହାସ ବନ୍ଦନେ ନାମ ଷୋଡ଼ଶ ଅଧ୍ୟାୟଃ।

ସମାପ୍ତ

 

ବର୍ଣ୍ଣାନୁକ୍ରମିକା

ଅ:

ପ୍ରଣବର ଆଦ୍ୟ ଅକ୍ଷର। ବିଷ୍ଣୁ।

ଅକ୍ଷର :

ଅକାରାଦି ବର୍ଣ୍ଣ, ପରମାତ୍ମା।

ଅଜୈତବ :

କପଟତା ଶୂନ୍ୟ ! ସ୍ୱସୁଖ ବାସନା ରହିତ।

 

ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ : ଜୀବ ଓ ବ୍ରହ୍ମ ମଧ୍ୟରେ ସମ୍ୱନ୍ଧସୂଚକ ଚୈତନ୍ୟ ପ୍ରଚାରିତ ତତ୍ତ୍ୱ। କସ୍ତୁରୀ ଓ ତାହାର ମହକକୁ ଅଳଗା କରାଯାଇ ପାରିବ ନାହିଂ: ଯଦିଓ କସ୍ତୁରୀ ଓ ତାହାର ମହକ ଏକ ବସ୍ତୁ ନୁହେଂ। କସ୍ତୁରୀ ଓ ତାହାର ସୁଗନ୍ଧ ମଧ୍ୟରେ ଅଭେଦ କଳ୍ପନା ଯେପରି ଦୁଷ୍କର, ଭେଦ କରିବା ସେମିତି କଠିନ। ଅତଏବ ଏହି ଭେଦ ଓ ଅଭେଦର ଯୁଗବତ୍ ବିଦ୍ୟମାନତା ଏକ ଅଚିନ୍ତ୍ୟ ବ୍ୟାପାର।

ଅନାମ :

ଶବ୍ଦ ବ୍ରହ୍ମ।

ଅପରା ବିଦ୍ୟା :

ନିକୃଷ୍ଟ ବିଦ୍ୟା। ଅବିଦ୍ୟା। ବେଦ ବଦାଙ୍ଗ ଅପରା ବିଦ୍ୟା। ଉପନିଷଦ ପରାବିଦ୍ୟା। ଯାହାଦ୍ୱାରା ସେଇ ଅକ୍ଷର ବ୍ରହ୍ମକୁ ଜାଣିହୁଏ ତାହା ପରାବିଦ୍ୟା।

ଅଲେଖ :

ଚିତ୍ରବର୍ଣ୍ଣ ଶୂନ୍ୟ ପରଂବ୍ରହ୍ମ।

ଅବଧୂତ :

ସର୍ବ ସଂସ୍କାରମୁକ୍ତ ସନ୍ୟାସୀ।

ଅବିଦ୍ୟା :

ତ୍ରିଗୁଣାତ୍ମିକା ମାୟା।

ଅବ୍ୟକ୍ତ ( ଅବ୍ୟକତ) :

ଇନ୍ଦ୍ରିୟର ଅଗୋଚର।

ଅଷ୍ଟସଖି :

ଲଳିତା, ବିଶାଖା, ଚିତ୍ରା, ତଂପକଲତା, ତୁଙ୍ଗଭଦ୍ରା, ଇନ୍ଦୁଲେଖା, ରଙ୍ଗଦେବୀ ଓ ସୁଦେବୀ। ଏମାନେ ରାଧାଙ୍କର ଅଷ୍ଟସଖି।

ଇଂଳା :

ଇଂଡ଼ା, ତିନି ନାଡ଼ି ମଧ୍ୟରୁ ଗୋଟଏ। ଏହାକୁ ଭଗବତୀ ଗଙ୍ଗା କୁହାଯାଏ। ଦକ୍ଷିଣ ନାସା ବାୟୁ।

ଉର୍ମ :

ବତିଶ କଳା ମଧ୍ୟରୁ ଏକ କଳା।

ଏକାଦଶ ତତ୍ତ୍ୱ :

ପଞ୍ଚଭୂତ, ପଞ୍ଚ ଇନ୍ଦ୍ରିୟ ଓ ଆତ୍ମା ମିଶି ଏକାଦଶ।

କଳ୍ପ :

ବ୍ରହ୍ମାର ଏକ ଦିନକୁ କଳ୍ପ କୁହାଯାଏ। ମନ୍ୱନ୍ତର।

କଳୁଷ :

ପାପ, ଭକ୍ତି ବିରୋଧୀ ଧର୍ମ।

କାଳିନ୍ଦୀ ହ୍ରଦ :

ହୃଦୟ।

କୁମୁଦବନ :

ବ୍ରଜ ମଣ୍ଡଳସ୍ଥିତ ଦ୍ୱାଦଶବନ ମଧ୍ୟରୁ ଗୋଟିଏ।

କ୍ଳୀଂ :

ଜଗନ୍ନାଥ; କୃଷ୍ଣ।

ଗାୟତ୍ରୀ :

‘ଗାୟନ୍ତଂ ତ୍ରାୟତେ ଯସ୍ମାତ୍ ଗାୟତ୍ରୀ ତ୍ୱଂ ତଢ଼ଃ ସ୍ମୃତଃ’। - ଗାନକାରୀକୁ ଯିଏ ତ୍ରାଣ କରେ।

ଠୁଳ।:

ଅର୍ଦ୍ଧମାତ୍ରା। ଜ୍ୟୋତି।

ଗୋପାଳ ଦ୍ୱାଦଶ:

ଚୈତନ୍ୟଙ୍କ ଅନୁଗାମୀ ବାରଜଣ ବ୍ରଜ ଲୀଳାରେ କୃଷ୍ଣସଖା ଥିଲେ ବୋଲି କୁହାଯାଏ। ୧) ଉଦ୍ଧାରଣ ଦତ୍ତ – ବ୍ରଜର ସୁବାହୁ ଗୋପାଳ। ୨) କମଳାକର ପିପ୍‌ପଳାଇ – ବ୍ରଜର ମହାବଳ ଗୋପାଳ। ୩) ଗୈାରି ଦାସ ପଣ୍ଡିତ – ବ୍ରଜର ସୁବଳ ସଖା। ୪) ଧନଂଜୟ ପଣ୍ଡିତ – ବ୍ରଜର ବସୁଦାମ ସଖା। ୫) ପରମେଶ୍ୱର ଦାସ – ବ୍ରଜର ଅର୍ଜୁନ ସଖା। ୬) ପୁରୁଷୋତ୍ତମ ଦାସ- ବ୍ରଜର ଦାମ ସଖା। ୭) ପୁରୁଷୋତ୍ତମ ପଣ୍ଡିତ – ବ୍ରଜର ସ୍ତୋକକୃଷ୍ଣ। ୮) ମହେଶ ପଣ୍ଡିତ – ବ୍ରଜର ମହାବାହୁ ସଖା। ୯) ରାମ ଦାସ ଅଭିରାମ – ବ୍ରଜର ଶ୍ରୀଦାମ ସଖା। ୧୦) ଶ୍ରୀ ଧର ପଣ୍ଡିତ – ବ୍ରଜର ମଧୁମଙ୍ଗଳ। ୧୧) ସୁନ୍ଦରାନନ୍ଦ ଠାକୁର – ବ୍ରଜର ସୁଦାମ ସଖା। ୧୨) କାଲା କୃଷ୍ଣ ଦାସ – ବ୍ରଜର ଶ୍ରୀଲବଙ୍ଗ। ଏହ ନିୟମ ଅନୁସରଣ କରି ଅଚ୍ୟୁତାନନ୍ଦ ଦ୍ୱାଦଶ ଗୋପାଳ ଶିଷ୍ୟ ବରଣ କରିଥିଲେ।

ଗୋପୀ :

ଗୁପ୍ ଧାତୁ ଅର୍ଥ ଗୋପନ ରଖିବା। ଗୋପୀ ଦୁଇ ପ୍ରକାର; ନିତ୍ୟସିଦ୍ଧା ଓ ସାଧନ ସିଦ୍ଧା। ଗୋପୀ ଜୀବତତ୍ତ୍ୱର ପ୍ରତୀକ।

ଗୋଲକ :

ବୈକୁଣ୍ଠର ଉପରେ ସ୍ଥିତ ଏକ ଅଲୈାକିକ ରାଜ୍ୟ; ଶ୍ରୀକୃଷ୍ଣଲୋକ।

ଚତୁର୍ବ୍ୟୁହ :

ବାସୁଦେବ, ସଙ୍କର୍ଷଣ, ପ୍ରଦୁମ୍ନ ଓ ଅନିରୁଦ୍ଧ। ଅନନ୍ତ ବ୍ରହ୍ମାଣ୍ଡର ଅନନ୍ତ ଚତୁର୍ବ୍ୟୁହ।

ଚଉଦ ଭୁବନ :

ଭୁଃ, ଭୁବଃ, ସ୍ୱଃ, ମହଃ, ଜନ, ତପଃ, ସତ୍ୟ. – ଅତଳ, ବିତଳ, ସୁତଳ, ତଳାତଳ, ମହାତଳ, ରସାତଳ, ପାତାଳ। ବ୍ରହ୍ମ ପୁରୁଷର ମନ ଭୂଲୋକ, ନାଭି ଭୁବଲୋକ, ହୃଦୟ ସ୍ୱଲୋକ, ବକ୍ଷ ମହଲୋକ, ଗ୍ରୀବା ଜନଲୋକ, ଓଷ୍ଠ ତପଲୋକ, ମସ୍ତକ ସତ୍ୟଲୋକ, କଟୀ ଅତଳ, ଉରୁଦ୍ୱୟ ବିତଳ, ଜାନୁଦ୍ୱୟ ସୁତଳ, ଜଙ୍ଘଦ୍ୱୟ ତଳାତଳ, ଗୃହ୍ୟ ମହାତଳ, ଚରଣ ଦ୍ୱୟର ଅଗ୍ରଭାଗ, ରସାତଳ, ପାଦତଳ ପାତାଳ।

ଚୈାରାଶି ଲକ୍ଷ ଯୋନି :

୯ ଲକ୍ଷ ଜଳକ ଯୋନି, ୨୦ ଲକ୍ଷ ସ୍ଥାବର ଯୋନି, ୧୧ ଲକ୍ଷ କୃମି ଯୋନି, ୧୦ ଲକ୍ଷ ପକ୍ଷୀ ଯୋନି, ୩୦ ଲକ୍ଷ ପଶୁ ଯୋନି, ୪ ଲକ୍ଷ ମନୁଷ୍ୟ ଯୋନିରେ ଜୀବ ଭ୍ରମଣ କରେ। ସାଧନା ବଳରେ ସେ ବ୍ରହ୍ମଯୋନି ପ୍ରାପ୍ତ ହୁଏ।

ଚୈାରାଶି ନର୍କ :

ଚଉରାଶି ଲକ୍ଷ ଜୀବ ଯୋନିର ପତୀକ।

 

ଛଡ଼ ଗୋସ୍ୱାମୀ – ଶ୍ରୀ ରୂପ ଗୋସ୍ୱାମୀ, ସନାତନ ଗୋସ୍ୱାମୀ, ରଘୁନାଥ ଭଟ୍ଟ, ଜୀବ ଗୋସ୍ୱାମୀ, ଗୋପାଳ ଭଟ୍ଟ ଓ ରଘୁନାଥ ଦାସ।

ଜ୍ୟୋତି :

ବତିଶ କଳା ଭିତରୁ ଏକ କଳା।

ଦ୍ୱାଦଶ କାନନ :

ବ୍ରଜମଣ୍ଡଳ ଅନ୍ତର୍ଗତ ବାରଗୋଟି ବନ। ମଧୁବନ, ତାଳବନ, କୁମୁଦବନ, କାମ୍ୟବନ, ବକୁଳବନ, ଭଦ୍ରବନ, ଖଦିରବନ, ମହାବନ, ଲୈାହଜଙ୍ଗବନ, ବେଲବନ, ଭାଣ୍ଡିରବନ, ବୃନ୍ଦାବନ।

ଧୂର୍ମ :

ଷୋଳ ଚନ୍ଦ୍ରକଳା, ବାର ସୂର୍ଯ୍ୟକଳା ପରେ ଉର୍ମ ଏବଂ ତାପରେ ଧୂର୍ମ କଳା।

ଧ୍ଲୀଂ :

ସୁଦର୍ଶନ।

ନବଧା ଭକ୍ତି :

ଶ୍ରବଣଂ କୀର୍ତ୍ତନଂ ବିଷ୍ଫୋଃ ସ୍ମରଣଂ ପାଦସେବନମ୍। ଅର୍ଚ୍ଚନଂ ବନ୍ଦନଂ ଦାସ୍ୟଂ ସଖ୍ୟମାତ୍ମ ନିବେଦନମ୍।

ନିତ୍ୟାନନ୍ଦ ପ୍ରଭୁ :

ଚୈତନ୍ୟଙ୍କ ପ୍ରଧାନ ଅନୁଗାମୀ। ଜନ୍ମ ୧୪୭୪ ମସିହା। ପିତା ମୁକୁନ୍ଦ ବନ୍ଦୋପାଧ୍ୟାୟ, ମାତା ପଦ୍ମାବତୀ। ଚୈତନ୍ୟଙ୍କ ଠାରୁ ସେ ପ୍ରାୟ ବାରବର୍ଷ ବଡ଼।

ପରମବ୍ରହ୍ମ :

ଯିଏ ଏକ ରୂପରେ ବହୁ ମୂର୍ତ୍ତି ଓ ବହୁ ମୁର୍ତ୍ତିରେ ଏକ ରୂପ ସେ ହିଂ ପରଂବ୍ରହ୍ମ। ଏକୋହ୍ୟପି ସନ୍ ଯେ ବହୁଧା ବିଭାତି। ଅର୍ଥାତ ଜଗନ୍ନାଥ। ଗୈାଡ଼ୀୟ ମତରେ ଶ୍ରୀକୃଷ୍ଣ।

ପ୍ଳୀ :

ପରମ ଗୁରୁ।

ପଞ୍ଚବୀଜ :

ପ୍ଲୀଂ ଧ୍ଲୀଂ, ହ୍ଲୀଂ କ୍ଲୀଂ ଶ୍ଲୀଂ। କେବଳ କ୍ଲୀଂକୁ ଛାଡ଼ି ଆଉ ସବୁଠି ‘ର’ ଳ ଫଳା ସ୍ଥାନରେ ବ୍ୟବହୃତ ହୋଇଥାଏ।

ପରମାତ୍ମା :

ଅଦ୍ୱୟ ଜ୍ଞାନ ତତ୍ତ୍ୱରେ ଯିଏ ସର୍ବାପେକ୍ଷା ବୃହତ୍: ସର୍ବବ୍ୟାପକ, ସର୍ବସାକ୍ଷୀ ଓ ପରମ ସ୍ୱରୁପ। ଯୋଗୀ ଜନର ଧ୍ୟେୟ। ସେ ସାକାର; କିନ୍ତୁ ଲୀଳା ବିଳାସ ଯୋଗ୍ୟ ଶକ୍ତି ତାଙ୍କର ନାହିଁ।

ପରାବିଦ୍ୟା :

ଶ୍ରେଷ୍ଠ ବିଦ୍ୟା; ଯେଉଁ ବିଦ୍ୟାଦ୍ୱାରା ଅକ୍ଷର ବ୍ରହ୍ମକୁ ଜାଣି ହୁଏ।

ପ୍ରପଞ୍ଚ :

ଜୀବ ଜଡ଼ମୟ ମାୟା ଜଗତ।

ପଦ୍ମବନ:

ଆତ୍ମା ପରମାତ୍ମାଙ୍କ ମିଳନ ସ୍ଥଳ। ନେମାଳ।

ବୃନ୍ଦାବନ :

ମଥୁରା କିଲାର ଅତି ପ୍ରସିଦ୍ଧ ବୈଷ୍ଣବ ତୀର୍ଥଭୂମି। ରାଧାକୃଷ୍ଣ ଲୀଳାସ୍ଥଳ।

ବେଦ :

ଋକ, ସାମ, ଯଜୁଃ, ଅଥର୍ବ। ଏହା ଶ୍ରୁତି ଓ ଜ୍ଞାନ।

ବେଦାଙ୍ଗ :

ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଛନ୍ଦ ଓ ଜ୍ୟୋତିଷ।

ବେଦାନ୍ତ :

ଉପନିଷଦ।

ବତିଶକଳା :

ଚନ୍ଦ୍ର କଳା ୧୬, ସୂର୍ଯ୍ୟ କଳା ୧୨, ଉର୍ମ, ଧୂର୍ମ, ଜ୍ୟୋତି ଓ ଜ୍ୱାଳା ମିଶି ବତିଶ କଳା।

ବ୍ରଜ :

ମଥୁରା ମଣ୍ଡଳସ୍ଥ ଚୈାରାଶି କୋଶ ବ୍ୟାପ୍ତ ଶ୍ରୀକୃଷ୍ଣ ଲୀଳାଭୂମି।

ମଂଜରୀ :

ସେବାର ପ୍ରକାର ଭେଦରେ ଗୋପୀମାନେ ଦୁଇ ଭାଗରେ ବିଭକ୍ତ ସଖି ଓ ମଂଜରୀ। ଅନ୍ତରଙ୍ଗ ସେବାରେ ସଖିଙ୍କ ଠାରୁ ମଂଜରୀଙ୍କ ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ।

ମଥୁରା :

ମଧୂପୁର। ଉତ୍ତର ପ୍ରଦେଶର ପ୍ରସିଦ୍ଧ ସ୍ଥାନ।

ମନ୍ତ୍ର :

ଓଂକାରାଦି ସମାଯୁକ୍ତଂ ନମସ୍କାରନ୍ତ କୀର୍ତ୍ତିତମ୍।

ସ୍ୱନାମ ସର୍ବତତ୍ତ୍ୱନା –

ମନ୍ତ୍ର ଇତ୍ୟଭିଧୀୟତେ। ବ୍ରହ୍ମପୁରାଣ।

ମହନ୍ତ :

ଯାହାର ସକଳ ଶୁଦ୍ଧ : ଯିଏ ପ୍ରଶାନ୍ତ, କ୍ରୋଧଶୂନ୍ୟ, ସାଧୁ – ଅର୍ଥାତ୍ ସଦାଚାରୀ। ଯିଏ ସକଳ ପ୍ରାଣୀଙ୍କୁ ସମାନ ଦୃଷ୍ଟିରେ ଦେଖେ, ସେ ମହତ୍ ଅଥବା ମହନ୍ତ। ଯିଏ ପୁତ୍ର-କଳତ୍ର-ଧନ-ମିତ୍ରାଦିରେ ବନ୍ଧନ ଯୁକ୍ତ ନୁହେଁ। ଯେ ସର୍ବଦା ପରମ ପୁରୁଷାର୍ଥ ଜ୍ଞାନଲାଭରେ ଲିପ୍ତ। ଭାଗବତ ; ୫ମ/୫/୨-୩।

ଯୋଗମାୟା :

ଯୋଗେନ ଚିଭବୃତ୍ତି ନିରୋଧେନ ଯ ମାୟା ଅଚିନ୍ତ୍ୟ ଶକ୍ତିଃ ଭାଗବତ, ୧୦/୨/୫-୭। ଭଗବାନଙ୍କର ଅଘଟଣ ଘଟଣ ପଟ୍ଟିୟସୀ ଲୀଳାଶକ୍ତି।

ରାଧା :

ଶ୍ରୀକୃଷ୍ଣଙ୍କ ପ୍ରେୟସୀ ଶ୍ରେଷ୍ଠା। ଏହାଙ୍କର ପିତା-ବୃଷଭାନୁ, ମାତା କୀର୍ତ୍ତିଦା, ଭ୍ରାତା – ଶ୍ରୀଦାମ, ଭଗିନୀ- ଅନଙ୍ଗମଂଜରୀ, ପତି – ଅଭିମନ୍ୟୁ( ଚନ୍ଦ୍ରସେଣା), ଶ୍ୱଶୁର – ବୃକ, ଶାଶୁ – ଜଟିଳା, ନଣନ୍ଦ – କୁଟିଳା।

ରାସଲୀଳା :

ବହୁ ନର୍ତ୍ତକ ଓ ନର୍ତ୍ତକୀଯୁକ୍ତ ନୃତ୍ୟବିଶେଷ। ନଟୈ ଗୃହୀତ କଣ୍ଠୀନାମନୋନ୍ୟାତ୍ତକରଶ୍ରିୟାମ। ନର୍ତ୍ତକୀନାଂ ଭବେଦ୍ ରାସୋ ମଣ୍ଡଳୀଭୁୟ ନର୍ତ୍ତନମ୍॥ - ବୈଷ୍ଣବ ତୋଷିଣୀ: ୧୦/୩୩-୨। ସ୍ତ୍ରୀ-ପୁରୁଷ ପରସ୍ପରର ହାତ ଧରାଧରି ହୋଇ ଗୀତଗାଇ ମଣ୍ଡଳାକାର ନୃତ୍ୟକୁ ରାସ କହନ୍ତି।

ଶ୍ଲୀଂ :

ସୁଭଦ୍ରା, ରାମ

ଶ୍ରଦ୍ଧା :

ଶାସ୍ତ୍ରବାକ୍ୟରେ ସୃଦୁଢ଼ ନିଶ୍ଚିତ ବିଶ୍ୱାସ।

ଷଢଙ୍ଗ ପୂଜା :

ଅନ୍ନ, ଜଳ, ବସ୍ତ୍ର, ଦୀପ, ତାମ୍ବୁଳ ଓ ଆସନ ଦେଇ ପୂଜା କରିବା।

ସଚ୍ଚିଦାନନ୍ଦ :

ଜଗନ୍ନାଥ ( ଶ୍ରୀକୃଷ୍ଣ) ସଚ୍ଚିଦାନନ୍ଦ ବିଗ୍ରହ। ସେ ଅନାଦି; କିନ୍ତୁ ସକଳ ବସ୍ତୁର ଆଦି। ସମସ୍ତ କାରଣର କାରଣ। ଇଶ୍ୱରଃ ପରମଃ କୃଷ୍ଣଃ ସଚିଦାନନ୍ଦ ବିଗ୍ରହଃ। ଅନାଦିରାଦିର୍ଗୋବିନ୍ଦଃ ସର୍ବ କାରଣ କାରଣମ୍ ॥ - ବ୍ରହ୍ମ ସଂହିତା – ୫/୧।

ସିଦ୍ଧଦେହ :

ଜୀବର ପ୍ରାକୃତ ଜଡ଼ ଦେହ ଅପ୍ରକୃତ ଚିନ୍ମୟ ଭଗବାନଙ୍କର ସାକ୍ଷାତ ସେବା କରିପାରିଲେ ନାହିଁ। ତେଣୁ ସାଧନା ଦ୍ୱାରା ସିଦ୍ଧି ଲାଭକରି ବର୍ଣ୍ଣ- ବୟସ – ବେଶ- ଭୂଷା ସେବା ମାଧ୍ୟମରେ ଏକ ଅପ୍ରାକୃତ ଦେହ ଧରେ।

ହରି ଦାସ:

ଯଶୋହର ଜିଲାରେ ଯବନ କୂଳରେ ଜନ୍ମ। ଶ୍ରୀ ଚୈତନ୍ୟଙ୍କ ପରମ ଭକ୍ତ। ସେ ପ୍ରତିଦିନ ତିନି ଲକ୍ଷ ଥର ହରିନାମ କୀର୍ତ୍ତନ କରନ୍ତି। ତୁଳସୀ ସେବାକରି ବ୍ରାହ୍ମଣ ସେବା କରି ବ୍ରାହ୍ମଣ ଗୃହରୁ ଭିକ୍ଷା କରନ୍ତି। ଏହାଙ୍କ ପ୍ରତି ସ୍ଥାନୀୟ ଜମିଦାର ରାମଚନ୍ଦ୍ର ଖାଁ ଈର୍ଷା କଲେ। ତାଙ୍କ ଚରିତ୍ରରେ କଳଙ୍କ ବୋଳିବାପାଇଁ ଗୋଟିଏ ସୁନ୍ଦରୀ ବେଶ୍ୟାକୁ ତିନି ରାତି ତାଙ୍କ କୁଟୀରକୁ ପଠାଇଥିଲେ। ମାତ୍ର ସେହି ତିନି ରାତି ସେ ରୂପସୀ ଯୁବତୀ ବେଶ୍ୟାଟିର ହରିନାମ ଶୁଣି ମାନସିକ ପରିବର୍ତ୍ତନ ଆସିଲା। ସେ ହେଲା ପରମ ବୈଷ୍ଣବୀ। ଯବନ ସନ୍ତାନ ହୋଇ ହିନ୍ଦୁର ଆଚାର ନିୟମ ପାଳନ କରୁଥିବାରୁ ସ୍ଥାନୀୟ କାଜୀ କ୍ରୋଧାନ୍ୱିତ ହେଲେ। ତାଙ୍କ ଆଦେଶରେ ହରି ଦାସଙ୍କୁ ଖୋଲା ବଜାରରେ ନିର୍ମମ ଭାବରେ ବେତ୍ରାଘାତ କରାଗଲା। ତଥାପି ହରିଦାସ ହରିନାମ ତ୍ୟାଗ କଲେ ନାହିଁ। ଓଲଟି ପ୍ରହାରକାରୀଙ୍କର ମଙ୍ଗଳ କାମନା କଲେ। ପାଇକମାନେ ପ୍ରମାଦ ଗଣିଲେ। ସେମାନେ ଭାବିଲେ, ହରି ଦାସଙ୍କୁ ନ ମାରିଲେ କାଜୀ ତାଙ୍କୁ ମାରି ଦେବ। ହରି ଦାସ ଏ କଥା ଜାଣି କାୟା ସାଧନା କରି ନିଶ୍ଚଳ ହୋଇ ପଡି ରହିଲେ। ପାଇକମାନେ ତାଙ୍କୁ ଗଙ୍ଗା ଗର୍ଭରେ ପକାଇଦେଲେ। ସେଠାରୁ ହରି ଦାସ ନବଦ୍ୱୀପ ଆସି ଚୈତନ୍ୟଙ୍କ କୀର୍ତ୍ତନ ସଙ୍ଗୀ ହେଲେ। ପରେ ସେ ଦେଶ ଭ୍ରମଣରେ ଆସି ନୀଳାଚଳରେ ବହୁବର୍ଷ ଅବସ୍ଥାନ କଲେ। ପଞ୍ଚସଖାଙ୍କ ସହିତ ଏହାଙ୍କର ଘନିଷ୍ଟ ସଂପର୍କ ଥିଲା। କୁହାଯାଏ, ଜଗନ୍ନାଥ ଏହାଙ୍କୁ ପ୍ରତିଦିନ ଦର୍ଶନ ଦେଉଥିଲେ ଏବଂ ମହାପ୍ରସାଦ ପଠାଉଥିଲେ। ପୁରୀ ସ୍ୱର୍ଗଦ୍ୱାର ନିକଟରେ ସେ ବାଲୁକା ସମାଧିପ୍ରାପ୍ତ ହୋଇଥିଲେ।

ହରେ ରାମ :

ହରେ=ରାଧେ, ରାମ=ରମଣ ; ରାଧାରମଣ। ପ୍ରତ୍ୟକଟି ନାମ ସମ୍ବୋଧନାତ୍ମକ ଭଗବାନ କୃଷ୍ଣଙ୍କ ନାମ। ଅନ୍ୟ ଅର୍ଥରେ – ହେ ହରି, ହେ ରାମ, ହେ କୃଷ୍ଣ ଇତ୍ୟାଦି।

ହ୍ଲୀଂ :

ହରେ ବଳଭଦ୍ର।